Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମାସ୍କ ଓ ପି.ପି.ଇ. କିଟ୍ ଦୁର୍ନୀତିର ସିବିଆଇ ତଦନ୍ତ ଦାବି
ଆଞ୍ଚଳିକ

ମାସ୍କ ଓ ପି.ପି.ଇ. କିଟ୍ ଦୁର୍ନୀତିର ସିବିଆଇ ତଦନ୍ତ ଦାବି

June 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କରୋନା ମହାମାରୀ ସମୟରେ ମାସ୍କ ଓ ପି.ପି.ଇ. କିଟ୍ କିଣାରେ ଦୁର୍ନୀତି ହୋଇଥିବା ନେଇ ସି.ବି.ଆଇ. ତଦନ୍ତ ପାଇଁ ଗଂଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ଆର୍‌ଡ଼ିସି ଏବଂ ଛତ୍ରପୁରରେ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ଏନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିବାବେଳେ ଛତ୍ରପୁରରେ ମଧ୍ୟ ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରଦାନ କରାଯାଇଛି । ସମଗ୍ର ରାଜ୍ୟ କରୋନା ବିରୋଧରେ ଲଢ଼ୁଥିବାବେଳେ ରାଜ୍ୟ ସରକାର କରୋନା ଜନିତ ପି.ପି.ଇ. କିଟ୍ ଓ ମାସ୍କ କିଣାରେ ବ୍ୟାପକ ହରିଲୁଟ୍ କରିଛନ୍ତି । ଏପିରିକି ଟେଷ୍ଟିଂ କିଟ୍ କିଣିବାରେ ମଧ୍ୟ ଅନେକ ଅନିୟମିତତା ହେବାର ଜଣାପଡ଼ିଛି । ସବୁଠାରୁ ଦୁର୍ଭାଗ୍ୟର ବିଷୟ ରାଜ୍ୟ ସରାକର ଯେଉଁ ପି.ପି.ଇ. କିଟ୍‌ଗୁଡ଼ିକ କିଣିଛନ୍ତି ତାହା ଅତି ନିମ୍ନମାନର ଅଟେ । ରାଜ୍ୟ ସରକାର ଯେଉଁ ମାସ୍କଗୁଡ଼ିକ ଷୋହଳ ଟଙ୍କାରେ କିଣିଛନ୍ତି ତାହା ଖୋଲା ବଜାରରେ ମାତ୍ର ଛଅଟଙ୍କାରେ ମିଳୁଛି ।

ସଂପୃକ୍ତ କଂପାନୀ ଅନ୍ୟ ରାଜ୍ୟକୁ ବହୁତ୍ କମ୍ ଦରରେ ବିକ୍ରି କରିଛି । ଅତଏବ ରାଜ୍ୟ ସରକାରଙ୍କ କରୋନା ଜନିତ ଦୁଃଖ ସମୟରେ ମଧ୍ୟ ସାଧାରଣ ଲୋକଙ୍କ ଟଙ୍କାକୁ ଲୁଟ୍ କରିବାର ଅଭିଳାଷକୁ ବନ୍ଦ କରିନାହାନ୍ତି । ରାଜ୍ୟରେ ସାଧାରଣ ଲୋକ କରୋନାର ମହାମାରୀ ବିରୁଦ୍ଧରେ ଲଢ଼ିବା ପାଇଁ କୋଟି କୋଟି ଟଙ୍କା ଦାନ କରିଥିବାବେଳେ ଏଭଳି ଖର୍ଚ୍ଚ ତାହା ଅତ୍ୟନ୍ତ ନିନ୍ଦନୀୟ । ଗଭୀର ସଂକଟ ଓ ଆର୍ଥିକ ଅନାଟନ ଭିତରେ ସାଧାରଣ ଲୋକଙ୍କ ଅର୍ଥକୁ ଲୁଟ୍ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେଣୁ ଏହି ସମସ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ବା ସିବିଆଇ ତଦନ୍ତ କରିବାକୁ ଦାବି ହୋଇଛି । ଯଦି ରାଜ୍ୟ ସରକାର ଏସ୍‌ଏଚ୍‌ଜି ଗ୍ରୁଫ ଗଠନ କରି ତଥା ମହିଳା ସଶକ୍ତୀକରଣ କଥା କହୁଥିବାବେଳେ ସେମାନଙ୍କଠାରୁ ମାସ୍କ ନ କିଣି ବାହାରୁ କାହିଁକି କିଣିଲେ ତାହା ପ୍ରଶ୍ନବାଚୀ । ଦାବିପତ୍ର ପ୍ରଦାନ ସମୟରେ ଛତ୍ରପୁରରେ କଂଗ୍ରେସ ଜିଲ୍ଲା ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ, ସାନଖେମଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନଙ୍କ ସହ ବହୁ ନେତା ସ କର୍ମୀ ଉପସ୍ଥିତ ଥିବାବେଳେ ବ୍ରହ୍ମପୁରରେ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ତ୍ରିନାଥ ବେହେରା, ଭୋକାଲି ସେଠୀ, ପ୍ରଫୁଲ ପଣ୍ଡା, ସୁବାସ ରାଉତ, ଭକ୍ତଚରଣ ସାହୁ, ଇଜୁ ଅମିନ୍ ଖାନ୍‌, ବାବୁଲ ବେଗ୍‌, ଶିବରାମ ପାତ୍ର, ନିରୂପମା ପଟ୍ଟନାୟକ, ଉଦୟ ପାଣିଗ୍ରାହୀ, ଏସ.୍ ଦଣ୍ଡପାଣି, ସିଦ୍ଧାନ୍ତ ସାହୁ ପ୍ରମୁଖ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

cbi mask
Share. Facebook Twitter LinkedIn Email WhatsApp Copy Link

Related Posts

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026

୧୬ ଦାଦନ ଶ୍ରମିକ ଉଦ୍ଧାର

October 9, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଶେଷ ବକ୍ତୃତା କାର୍ଯ୍ୟକ୍ରମ

October 7, 2026
Latest News

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026

ପୁଞ୍ଚରେ ଅନୁପ୍ରବେଶ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ଆତଙ୍କବାଦୀ ନିହତ

October 12, 2026

ସେନା ପାଇଁ ‘ଭାରତ ରାଇସ’ର ଶୁଭାରମ୍ଭ: ଲଜିଷ୍ଟିକ୍ସ ବ୍ୟବସ୍ଥାକୁ ମଜବୁତ କରିବାକୁ FCI ସହ ଚୁକ୍ତି

October 12, 2026

BIMSTEC ଗୃହମନ୍ତ୍ରୀ ବୈଠକ ପାଇଁ ପ୍ରସ୍ତୁତ ଦିଲ୍ଲୀ: ଆତଙ୍କବାଦ ବିରୋଧରେ ଏକଜୁଟ୍ ହେବେ ସଦସ୍ୟ ରାଷ୍ଟ୍ର

October 12, 2026

ପ୍ରେମ ପରେ ପ୍ରତାରଣା ଅଭିଯୋଗ : ବଳାତ୍କାର ଅଭିଯୋଗରେ ଜେଲ୍ ଗଲା ଅଭିଯୁକ୍ତ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.