Author: Samikhsya Bureau

ଦୂଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ତୁଳାପଡା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ନର୍ଲା ଥାନା ଏସ ଆଇ ସଞ୍ଜୟ ମଲ୍ଲିକ, ନର୍ଲା ଥାନା କର୍ମଚାରୀ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ, ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି, ମା ପଝରାଣୀ ସାଂସ୍କୃତିକ ଅନୁଷ୍ଠାନ, ତୁଳାପଡାର କର୍ମକର୍ତ୍ତା ତଥା ସ୍ଥାନୀୟ ସ୍ଵେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ଓ ଶିବିରରେ COVID-19 କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା। ଏହି ରକ୍ତଦାନ ଶିବିରରେ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ନେହରୁ ଯୁବକେନ୍ଦ୍ର ଜାତୀୟ ଯୁବ ସ୍ବେଛାସେବୀ ମିଳନ କୁମାର ଭୋଇ, ହେମସାଗର ସାହୁ , ସୋସିଆଲ ଆକ୍ଟିଭିଷ୍ଟ…

Read More

କନ୍ଦର୍ପ ବେହେରା ରେଢାଖୋଲ: ଦିନକୁ ଦିନ ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ବଢିଚାଲିଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଂଚଳରେ ଉକ୍ତଟ ପାନୀୟ ଜଳର ଅଭାବ ଦେଖା ଦେଇଛି। ରେଢାଖୋଲ ଏନ୍‌ଏସିର ଶୁଣ୍ଢିମୁଣ୍ଡା ଗ୍ରାମରେ ପାନୀୟ ଜଳର ଅଭାବକୁ ନେଇ ରାସ୍ତା ଅବରୋଧ କରିବାକୁ ଗ୍ରାମବାସୀ ଧମକ ଦେଇଛନ୍ତି। ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଏନ୍‌ଏସିର ଶୁଣ୍ଡିମୁଣ୍ଡା ଗ୍ରାମରେ ପାନୀୟ ଜଳର ଅଭାବ ଯୋଗୁଁ ଗ୍ରାମବାସୀ ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି। ରେଢାଖୋଲ ଏନ୍‌ଏସିର ଓାର୍ଡ ନଂ ୨ ର ଏହି ଗ୍ରାମରେ ଶତାଧିକ ଲୋକ ବାସ କରୁଛନ୍ତି। ପାଣି ମୁନ୍ଦାଏ ପାଇଁ ବାଧ୍ୟ ହୋଇ ଗ୍ରାମବାସୀ ନିକଟସ୍ଥ କେରାଣ୍ଡିଜୋରକୁ ପାଣି ପାଇଁ ଯାଉଛନ୍ତି। ସେମାନେ ଅପରିଷ୍କାର ପାଣିକୁ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି। ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଥିବାରୁ ଆଗରୁ ଉଚ୍ଚ କତୃପକ୍ଷଙ୍କୁ ଲିଖିତାକାରରେ ଜଣାଇଥିଲେ ହେଲେ ଏ ପର୍ଯ୍ୟନ୍ତ ପାନୀୟ ଜଳର ସୁବିଧା ହୋଇ…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଜଡତିରା ପଞ୍ଚାୟତ ସ୍ଥିତ ଜଡତିରା ଗ୍ରାମର ଶୁକାନ୍ତ ନାଥଶର୍ମା (୫୧)ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ତାମିଲନାଡୁ ଯାଇଥିଲେ। କାଙ୍ଗାୟାମ୍ ରୋଡ୍ ପୁଦୁପାଲିୟମଠାରେ ଏକ ବେସରକାରୀ ସଂସ୍ଥାରେ ସେ କାମକରୁଥିଲେ। କରୋନା ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଲକଡାଉନ୍ ପରିସ୍ଥିତି ଉପୁଜିବା କାରଣରୁ ଶୁକାନ୍ତକୁ ନିଜ ଭିଟାମାଟିକୁ ଫେରିବାକୁ ପଡିଲା। ପାଖରେ ଅର୍ଥର ଅଭାବ ସହିତ ଗାଡ଼ି ମଟର ଚାଲୁ ନଥିବାରୁ ସେ କିଛି ହାତ ଉଧାରୀ ଟଙ୍କା ଯୋଗାଡକରି ତାମିଲନାଡୁରୁ ଏକ ସାଇକେଲ କିଣି ସାଇକେଲ ଯୋଗେ ଏକା ଏକା ତାମିଲନାଡୁ ରାଜ୍ୟର ତିରିପୁରୁ କାଙ୍ଗାୟମ୍ ରୋଡ୍ ପୁଦୁପାଲିୟମରୁ ମେ ମାସ ୨୦ ତାରିଖରୁ ବାହାରି ତିର୍ତ୍ତୋଲରେ ଚଳିତ ମାସ ୧ତାରିଖ ସୋମବାର ଦିନ ପହଞ୍ଚିଥିଲେ। ଦିର୍ଘ ୧୨ଦିନ ଧରି ଅବିଶ୍ରାନ୍ତ ଭାବରେ ସାଇକେଲ ଚଳାଇ ତାମିଲନାଡୁରୁ ତିର୍ତ୍ତୋଲ ପଳାଇ ଆସିବା ଖବର ଅଞ୍ଚଳବାସୀଙ୍କୁ ଚକିତ କରିଛି। ସେ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: କ୍ବାରେଣ୍ଟିନ୍‌ ସେଣ୍ଟରରେ ଅବ୍ୟବସ୍ଥାର ଖବର ସାମ୍ନାକୁ ଆସୁଛି। ଏନେଇ ପ୍ରବାସୀ ମାନେ ଅଭିଯୋଗ କରିବା ସହ ଧାରଣା ମଧ୍ୟ ଦେଉଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ନାଚୁଣୀ କ୍ବାରେଣ୍ଟିନ୍‌ ସେଣ୍ଟର ଅବ୍ୟବସ୍ଥାକୁ ନେଇ ଏକ ଚର୍ଚ୍ଚାର ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ନାଚୁଣୀଠାରେ ଥିବା ଏକ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ନେଇ ପ୍ରବାସୀଙ୍କ ଅଭିଯୋଗ କ୍ରମେ ଜନୈକ ଗଣମାଧ୍ୟମର ସମ୍ପାଦକ ଏନେଇ ସମ୍ପୃକ୍ତ କ୍ବାରେଣ୍ଟାଇନ୍‌ ସେଣ୍ଟରର ଦାୟିତ୍ବରେ ଥିବା ନୋଡାଲ୍‌ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ସମ୍ପୃକ୍ତ ନୋଡାଲ୍‌ ଅଫିସର ଜଣକ ଏ ସମ୍ପର୍କରେ ସେ କିଛି କହିପାରିବେ ନାହିଁ, ଏନେଇ ବିଡିଓଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ। କ୍ବାରେଣ୍ଟାଇନ୍‌ ସେଣ୍ଟରର ଦାୟିତ୍ବ ନୋଡାଲ୍‌ ଅଫିସରଙ୍କ ଅଧୀନରେ ରହୁଥିବାବେଳେ ସେ ନିଜ ଦାୟିତ୍ବକୁ ଅତି ହାଲୁକା ଭାବରେ ଗ୍ରହଣ କରୁଥିବାର ଦେଖାଯାଉଛି। ପରବର୍ତ୍ତୀ ସମୟରେ ଏନେଇ ତାଙ୍କୁ ଅଧିକ ପଚରାଯିବାରୁ…

Read More

ରମେଶ ମହାନ୍ତି ଜଗତସିଂହପୁର :ଜଗତସିଂହପୁର ଜିଲ୍ଲାରେ ଦୈନିକ ୨୦ହଜାର ଅଣକୁଶଳୀ ଶ୍ରମିକ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟ କରୁଛନ୍ତି। ଦେଶବ୍ୟାପୀ କୋଭିଡ୍ ୧୯ ସଂକ୍ରମଣ ଯୋଗୁ ରାଜ୍ୟ ବାହାରେ କାମ କରୁଥିବା ଶ୍ରମିକ ମାନେ ଫେରି ଆସିଛନ୍ତି। ସେମାନଙ୍କୁ ମଧ୍ୟ କାର୍ଯ୍ୟଦେବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ସରକାର ଧାର୍ଯ୍ୟ କରିଥିବା ଦୈନିକ କାର୍ଯ୍ୟ ଲକ୍ଷ୍ୟର ୮୫ ପ୍ରତିଶତ ଶ୍ରମିକ ନିଯୁକ୍ତି କରାଯାଇଛି। ବିଭିନ୍ନ ପ୍ରକାରର ଉନ୍ନୟନ ମୂଳକ ପ୍ରକଳ୍ପ ଯଥା – ପୋଖରୀ ଖନନ, ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ, ମାଟିରାସ୍ତା ନିର୍ମାଣ, ଗ୍ରାମ ପୋଖରୀ ପୁନରୁଦ୍ଧାର, ରାସ୍ତା ପାର୍ଶ୍ୱ ବନୀକରଣ, ଜମି ସମତୁଲ ଏହିଭଳି ବିଭିନ୍ନ ପ୍ରକଳ୍ପରେ ପ୍ରତି ଗ୍ରାମପଞ୍ଚାୟତରେ ହାରାହାରି ୧୦୦ରୁ ଅଧିକ ଅଣକୁଶଳୀ ଶ୍ରମିକ କାର୍ଯ୍ୟ କରୁଛନ୍ତି। ୧୫୦୦ରୁ ଅଧିକ କାର୍ଯ୍ୟରେ ଲୋକମାନେ କାର୍ଯ୍ୟରତ। ପ୍ରତି ଗ୍ରାମରେ ୪ଟି ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ ତଥା ୧୦ଗୋଟି ବ୍ୟକ୍ତିଗତ ପ୍ରକଳ୍ପ ହାତକୁ ନେବା…

Read More

ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକ ତଥା ସମାଲୋଚକ ପ୍ରଫେସର ଡ.ନିତ୍ୟାନନ୍ଦ ଶତପଥୀଙ୍କର ଆଜି ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 83 ବର୍ଷ ହୋଇଥିଲା। ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଥିବା ସମୟରେ ତାଙ୍କର ପରଲୋକ ଘଟିଛି। ପ୍ରଖ୍ୟାତ ସାହିତ୍ୟିକ ନିତ୍ୟାନନ୍ଦ ଶତପଥୀ 1937 ଅକ୍ଟୋବର 25ରେ ଜଗତସିଂହପୁର ତିର୍ତ୍ତୋଲ ବ୍ଲକ୍ ଗରେଇ ଶାସନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ରଚନାବଳୀ ମଧ୍ୟରେ ରହିଛି କବିତା ସେତୁ’, ‘ସବୁଜରୁ ସାମ୍ପ୍ରତିକ’ ଏବଂ ‘ସତୁରୀରୁ ଶହସ୍ରାବ୍ଦୀ’ ଆଦି ପୁସ୍ତକ ରଚନା କରିଥିଲେ। ‘ହେ ସାଥୀ, ହେ ସାରଥି’ ନାମରେ ସେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜୀବନୀ ପୁସ୍ତକ ରଚନା କରିଥିଲେ ନିତ୍ୟାନନ୍ଦ । ଓଡ଼ିଶା ସାହିତ୍ୟ ଏକାଡେମି, ପୂଜ୍ୟପୂଜା ସଂସଦ, ସାମ୍ପ୍ରତିକ ଏବଂ ସାରଳା ପୁରସ୍କାର ଆଦି ବହୁ ସାହିତ୍ୟାନୁଷ୍ଠାନ ସହ ଜଡ଼ିତ ଥିଲେ ନିତ୍ୟାନନ୍ଦ ଶତପଥୀ । ତାଙ୍କ ଉଦ୍ୟମ ଫଳରେ ସାରଳା ପୁରସ୍କାର ସ୍ଥାପିତ ହୋଇଥିଲା।

Read More

ଭୁବନେଶ୍ବର : ଆଜି ରାଜ୍ୟରେ 143ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 91 ଜଣ ସୁସ୍ଥ ହୋଇଥିବାର ସୂଚନା ମିଳିଛି । ରାଜ୍ୟରେ ଆଜି ଆଉ 91 ଜଣ ସୁସ୍ଥ ହୋଇଛନ୍ତି । ଦେବଗଡରୁ ସର୍ବାଧିକ 22 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ପୁରୀରୁ 16, ନୟାଗଡରୁ 15, ବଲାଙ୍ଗିରରୁ 9, ଅନୁଗୁଳ ଓ ବାଲେଶ୍ବରରୁ 5 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଭଦ୍ରକ ଓ ସୁନ୍ଦରଗଡରୁ3 ଜଣ ଲେଖାଏଁ, କଟକ, ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡି, ବରଗଡରୁ 2 ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ଢେଙ୍କାନାଳ, ଗଜପତି ଓ ଯାଜପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଆଜିର 91 ଜଣ ସୁସ୍ଥକୁ ମିଶାଇ ରାଜ୍ୟରେ ମୋଟ୍‌ ସୁସ୍ଥଙ୍କ ସଂଖ୍ୟା 1416ରେ ପହଞ୍ଚିଛି । ସୂଚନାଯୋଗ୍ୟ, ଆଜି ରାୟଗଡା ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଥିବାବେଳେ ରାଜ୍ୟର ସମସ୍ତ 30ଟି ଜିଲ୍ଲାରେ କରୋନା ବ୍ୟାପି ସାରିଛି । ତେବେ ରାଜ୍ୟରେ ସୁସ୍ଥ ହାର…

Read More

ନୂଆଦିଲ୍ଲୀ : ଅତ୍ୟାବଶ୍ୟକ ଦ୍ରବ୍ୟରୁ ବାଦ୍‌ ପଡ଼ିଲା ଆଳୁ ଓ ପିଆଜ । କେନ୍ଦ୍ର କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।  ଆଜି କ୍ୟାବିନେଟ୍‌ର ବୈଠକରେ ଅତ୍ୟାବଶ୍ୟକ ଦ୍ରବ୍ୟରୁ ଆଳୁ, ପିଆଜ, ଡାଲି, ତେଲକୁ  ବାଦ୍‌ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ସର୍ବାଧିକ ମୂଲ୍ୟ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଅତ୍ୟାବଶ୍ୟକ ଦ୍ରବ୍ୟରୁ ବାଦ୍‌ ଦେଲେ ଚାଷୀ ସର୍ବାଧିକ ଲାଭ ପାଇବ ବୋଲି ସରକାର କହିଛନ୍ତି । କେବଳ ଯୁଦ୍ଧ ଭଳି ଜରୁରୀ ସ୍ଥିତି ବେଳେ ନିୟମ ପରିବର୍ତ୍ତନ ହେବ ବୋଲି କ୍ୟାବିନେଟ୍‌ ମିଟିଂ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ଏନେଇ ସୂଚନା ଦେଇଛନ୍ତି ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: କୋଭିଡ୍‌ -୧୯ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ସାହାଯ୍ୟ କରିଛନ୍ତି ବାଣପୁର ଓ ଚିଲିକା ବ୍ଲକର ସମସ୍ତ ଶିକ୍ଷକ ଓ କର୍ମଚାରୀବୃନ୍ଦ। ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ରଙ୍କ ଜରିଆରେ ବାଣପୁର ବ୍ଲକ ବିଇଓ ସନାତନ ଜାଲି ଓ ଚିଲିକା ବ୍ଲକ ବିଇଓ ଜିତେନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଏହି ଦୁଇ ବ୍ଲକର ସମସ୍ତ ଶିକ୍ଷକ ଏବଂ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି। ବାଣପୁର ବ୍ଲକର ସମସ୍ତ ଶିକ୍ଷକ ଏବଂ କର୍ମଚାରୀମାନେ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ମୋଟ୍‌ ୪ ଲକ୍ଷ ୫୫ ହଜାର ୯୨୮ ଟଙ୍କା ଦାନ କରିଛନ୍ତି। ସେହିପରି ଗୋଦାବରୀଶ ବିଦ୍ୟାପୀଠର ଶିକ୍ଷକମାନେ ଗୋଟିଏ ଦିନର ଦରମା ୮ ହଜାର ୫୮୦ ଟଙ୍କାର ଚେକ୍‌ ପ୍ରଦାନ କରିଥିବାବେଳେ ସରକାରୀ ବାଳିକା ବିଦ୍ୟାଳୟର ଶିକ୍ଷକମାନେ ଗୋଟିଏ ଦିନର ଦରମା ୧୬ ହଜାର ୨୨୮ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ସେହିପରି…

Read More

ଭୁବନେଶ୍ବର : ଆଜି ଚିହ୍ନଟ 143ଜଣଙ୍କ ଆକ୍ରାନ୍ତ ତଥ୍ୟ ପ୍ରଦାନ କରାଯାଇଛି ।  ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 132 ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ 11 ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଚିହ୍ନଟ 143ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 41 ଜଣ ଚିହ୍ନଟ ହୋଇଛନ୍ତି । 36 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ 10 ଜଣ ଗୁଜୁରାଟ, 4 ଜଣ ମହାରାଷ୍ଟ୍ର, ଜଣେ ଆନ୍ଧ୍ର, ଆଉ 21 ଜଣ ଗୁଜୁରାଟ ଓ ମହାରାଷ୍ଟ୍ର ଫେରନ୍ତା ରହିଛନ୍ତି । ସେହିପରି ଗଞ୍ଜାମରୁ ଆଜି ଚିହ୍ନଟ 41 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 5ଟି ଲୋକାଲ୍‌ କେସ୍‌ ରହିଛି । 36 ଜଣଙ୍କୁ ଛାଡି ଅନ୍ୟ ସମେସ୍ତ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ ବୋଲି ସୂଚନା…

Read More

ଜୟପୁର : ଘାଟିରେ ଭ୍ୟାନ୍‌ ଓଲଟି ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଏଥିରେ 20 ଜଣ ଆହତ ହୋଇଛନ୍ତି । ବିଶିଂପୁର ଥାନା ଗୁରୁମାଈଗୁଡା ଘାଟିରେ ଭ୍ୟାନ୍‌ ଓଲଟିଯାଇଥିବାବେଳେ ଏଥିରେ 20 ଜଣ ଆହତ ହୋଇଛନ୍ତି । ବୋରିଗୁମ୍ମାରୁ ନବରଙ୍ଗପୁର ବରଯାତ୍ରୀ ଯାଉଥିବାବେଳେ ଦୁର୍ଘଟଣା ଘଟିଛି । 20 ଆହତଙ୍କ ମଧ୍ୟରୁ ଚାରିଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଜୟପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ 16 ଜଣ ଆହତଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Read More

ରାୟଗଡା : ରାୟଗଡା ଛୁଇଛି କରୋନା । ରାଜ୍ୟର 30ତମ ଜିଲ୍ଲା ଭାବେ ରାୟଗଡାକୁ କରୋନା ଛୁଇଁଛି । ରାଜ୍ୟର ସମସ୍ତ 30ଟି ଜିଲ୍ଲାକୁ କରୋନା ବ୍ୟାପିଲା। ଆଜି ଚିହ୍ନଟ 143 ଜଣଙ୍କ ମଧ୍ୟରେ ରାୟଗଡାରୁ ଜଣେ  ପଜିଟିଭ୍‌ ରହିଛନ୍ତି । ଆକ୍ରାନ୍ତ ଜଣକ ଦିଲ୍ଲୀରୁ ଫେରିଥିଲେ ଓ କ୍ବାରେଣ୍ଟିନ୍‌ରେ ରହିଥିଲେ ବୋଲି ଜଣାପଡିଛି । ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 132 ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କେସ୍ 11 ରହିଛି।  ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2388କୁ ଛୁଇଁଛି। ଆକ୍ରାନ୍ତଙ୍କ ମଧ୍ୟରୁ 1054 ଜଣ ଚିକିତ୍ସାଧୀନ ଥିବାବେଳେ 1325 ଜଣ ସୁସ୍ଥ ହୋଇଛନ୍ତି। ତେବେ 7ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।

Read More

ମହାରାଷ୍ଟ୍ର : ବାତ୍ୟା ନିସର୍ଗ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ କରିଛି । ମହାରାଷ୍ଟ୍ର ଆଲିବାଗ୍‌ ନିକଟରେ ଲ୍ୟାଣ୍ଡଫଲ୍‌ କରୁଛି ନିସର୍ଗ । ହରିହରେଶ୍ବର-ଡାମନ୍‌ ମଝିରେ ଆଲିବାଗ୍‌ ନିକଟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ନିସର୍ଗ । ଲ୍ୟାଣ୍ଡଫଲ୍‌ ବେଳେ ପବନ ବେଗ 100ରୁ 120 କିମିରୁ ଅଧିକ ରହିବା ନେଇ ସୂଚନା ରହିଛି ।  ଏବେ ପବନର ବେଗ ବଢିଥିବାବେଳେ ମହାରାଷ୍ଟ୍ରର ଅନେକ ସ୍ଥାନରେ ବର୍ଷା ମଧ୍ୟ ଲାଗି ରହିଛି । ଆଇଏମ୍‌ଡି ସୂଚନା ଅନୁସାରେ ଆଲିବାଗ୍‌ଠାରୁ ନିସର୍ଗ 95 କିଲୋମିଟର ଦୂରରେ ରହିଥିବାବେଳେ ମୁମ୍ବାଇଠାରୁ 150 କିଲୋମିଟର ଦୂରରେ ରହିଛି । ମହାରାଷ୍ଟ୍ରରେ 40 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।  ବାତ୍ୟା ମୁକାବିଲା ପାଇଁ ମୁମ୍ବାଇରେ 144 ଧାରା ଜାରି କରାଯାଇଛି । ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଏନ୍‌ଡିଆର୍‌ଏଫ୍‌, ଦମକଳ ଓ ସେନାକୁ ଆଲର୍ଟ ରଖାଯାଇଛି । ମୁମ୍ବାଇ ବ୍ୟତୀତ ଗୁଜୁରାଟରେ ମଧ୍ୟ…

Read More

ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର : ନରସିଂହପୁର କ୍ବାରେଣ୍ଟାଇନ କେନ୍ଦ୍ରର ଅବ୍ୟବସ୍ଥା ସାମ୍ନାକୁ ଆସିଛି । ଏନେଇ ପ୍ରବାସୀ ମାନେ ୬୫ ନମ୍ବର ରାଜ୍ୟ ରାଜପଥ ନରସିଂହପୁର ପେଟ୍ରୋଲ ପମ୍ପ ନିକଟରେ ରାସ୍ତା  ଅବରୋଧ କରିଛନ୍ତି । ଏହି ଅବରୋଧ ପାଇଁ ଏକଘଣ୍ଟା ପାଇଁ ଗାଡି ଚଳାଚଳ ବ୍ୟାହାତ ହୋଇଥିଲା । ପ୍ରବାସୀ ଓଡିଆ ବିଭିନ୍ନ ରାଜ୍ୟରୁ ଆସି ୧୩ ଦିନରୁ ଉର୍ଧ ସମୟ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ ମଧ୍ୟ ସେମାନଙ୍କର ସ୍ବାବ ଟେଷ୍ଟ କରା ଯାଉନଥିବାର ଅଭିଯୋଗ ହୋଇଛି । ଯାହା ଫଳରେ ଆଜି ୬୦ ରୁ ଉର୍ଦ୍ଧ୍ବ  ପ୍ରବାସୀ ଓଡ଼ିଆ ୬୫ ନମ୍ବର ରାଜ୍ୟ ରାଜପଥ ଉପରେ ବସି ରାସ୍ତାରୋକ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ବ୍ଲକ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ବେହେରା ଘଟଣା ସ୍ଥଳରେ ପହଞ୍ଚି ପ୍ରବାସୀ ଓଡିଆଙ୍କୁ ବୁଝାସୁଝା କରିବା ସହିତ ଆଜି ସମସ୍ତ ପ୍ରବାସୀ ଓଡିଆଙ୍କ ସ୍ବାବ ଟେଷ୍ଟ କରାଯିବ ପ୍ରତିଶ୍ରୁତି ଦେବାପରେ ପ୍ରବାସୀମାନେ…

Read More

ଭୁବନେଶ୍ବର : ଭୁବନେଶ୍ବର ମହାନଗର ଅଞ୍ଚଳରେ ଆଉ ହେବନି କଣ୍ଟେନମେଣ୍ଟ ଜୋନ୍‌ ହେବନି ବୋଲି ସୂଚନା ରହିଛି । ସେହିପରି ଭୁବନେଶ୍ବରରେ ସିଲ୍‌ କିମ୍ବା କଣ୍ଟେନମେଣ୍ଟ ଜୋନ୍‌ କରାଯିବ ନାହିଁ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆବଶ୍ୟକ ହେଲେ ରାଜ୍ୟ ସରକାରଙ୍କ ଅନୁମତି ହିସାବରେ କଣ୍ଟେନମେଣ୍ଟ ଜୋନ୍‌ କରାଯିବ । ସେହିପରି ଭୁବନେଶ୍ବରକୁ ଆସିଥିବା ପ୍ରବାସୀଙ୍କ ସମ୍ପର୍କରେ ସୂଚନା ରହିଛି । ମେ‘ 2ରୁ ଆଜି ପର୍ଯ୍ୟନ୍ତ ବାହାର ରାଜ୍ୟରୁ ଭୁବନେଶ୍ବରକୁ 2168ଜଣ ଆସିଛନ୍ତି ।  ଟ୍ରେନ୍‌ରେ 501 ଜଣ ଆସିଥିବାବେଳେ ବିମାନରେ 852 ଜଣ ଓ ଅନ୍ୟ ଯାନରେ 815ଜଣ ଆସିଛନ୍ତି । ଏମାନଙ୍କ ମଧ୍ୟରୁ 859ଜଣଙ୍କ କ୍ବାରେଣ୍ଟିନ୍‌ ଅବଧି ସରିଲାଣି ବୋଲି ସୂଚନା ରହିଛି । ଅନ୍ୟ 1309 ଜଣଙ୍କ ମଧ୍ୟରୁ 1297 ଜଣ ହୋମ୍‌ କ୍ବାରେଣ୍ଟିନ୍‌ରେ ଅଛନ୍ତି ବୋଲି ସୂଚନା ରହିଛି ।

Read More

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 143 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।  ଏହି ନୂତନ 143ଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ରୁ 132 ଜଣ ଚିହ୍ନଟ ହୋଇଥିବାବେଳେ 11 ଜଣ ଲୋକାଲ୍‌ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କ ମିଶାଇ ଏବେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2388କୁ ବୃଦ୍ଧି ହୋଇଛି   ଆକ୍ରାନ୍ତଙ୍କ ମଧ୍ୟରୁ 1054 ଜଣ ଚିକିତ୍ସାଧୀନ ଥିବାବେଳେ 1325 ଜଣ ସୁସ୍ଥ ହୋଇଛନ୍ତି। ତେବେ 7ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।

Read More

ଜମ୍ମୁ : କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଏତେ ଭୟ ସୃଷ୍ଟି ହୋଇଛି ଯେ, ସେମାନେ କେବଳ ପୀଡ଼ିତ ଠାରୁ ଦୂରରେ ରହୁନାହାନ୍ତି ବରଂ ସର୍ବସାଧାରଣ ଶବ ଦାହରେ ସେମାନଙ୍କ ଅନ୍ତିମ ସଂସ୍କାରକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଜମ୍ମୁକାଶ୍ମୀରଠାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜମ୍ମୁକାଶ୍ମୀର ଡୋଡାଠାରେ ଏଭଳି ଏକ ଘଟଣା ଘଟିଛି । କରୋନା ଯୋଗୁଁ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ  ଲୋକମାନେ ତାଙ୍କ ଅନ୍ତିମ ସଂସ୍କାର କରିବାକୁ ବିରୋଧ ଆରମ୍ଭ କରିଥିଲେ। ପରିସ୍ଥିତି ଏପରି ହେଲା ଯେ, ବୃଦ୍ଧଙ୍କ ପରିଜନ ଅଧାଜଳା ଶବକୁ ନେଇ ସେଠାରୁ ପଳାୟନ କଲେ । ମିଳିଥିବା ସୂଚନା ଅନୁସାରେ 72 ବର୍ଷୀୟ ଜଣେ କରୋନା ସଂକ୍ରମିତ ବୃଦ୍ଧଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିଜନ ଅନ୍ତିମ ସଂସ୍କାର ପାଇଁ ଡୋଡାର ଦାମାନଠାରେ ପହଞ୍ଚିଥିଲେ । ପ୍ରଶାସନ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ । କିନ୍ତୁ…

Read More

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ତରଫରୁ ଅନଲକ୍ 1.0ରେ ଜାରି କରାଯାଇଥିବା ନୂତନ ଗାଇଡ୍‌ ଲାଇନ୍‌ ଅନୁସାରେ ପ୍ରତ୍ୟେକ ଶନିବାର ଓ ରବିବାର ଦିନ 11ଟି ଜିଲ୍ଲା ସଟ୍‌ ଡାଉନ୍‌ ରହିବ । ଏହି ସମୟରେ ପାର୍କ ଗୁଡିକ ମଧ୍ୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଶନିବାର ଓ ରବିବାର ସଟ୍‌ଡାଉନ୍‌ରେ ପାର୍କ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ସୂଚନା ରହିଛି । ସେହିପରି ବିଏମ୍‌ସି ଅଧୀନ ପାର୍କ ସମୟରେ ପରିବର୍ତ୍ତନ କରାଯାଇଛି । ଏଣିକି ସକାଳ 5ଟାରୁ ସକାଳ 10 ଘଟିକା ପର୍ଯ୍ୟନ୍ତ ପାର୍କଯ ଖୋଲାରିବ ।ସେହିପରି ଅପରାହ୍ନ 4ରୁ ସନ୍ଧ୍ୟା 6 ଯାଏଁ ଖୋଲିବ ପାର୍କ । ସେହିପରି 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ସକାଳ 5ଟାରୁ 7ଟା ଯାଏଁ ପାର୍କ ଯିବାକୁ ଅନୁମତି ଦିଆଯାଇଛି । ଏହି ସମୟରେ ଅନ୍ୟ ବୟସର ଲୋକଙ୍କ ପାଇଁ ପାର୍କ ଯିବାକୁ ବାରଣ କରାଯାଇଛି । ସକାଳ…

Read More

ଭୁବନେଶ୍ବର : ଇସ୍ତଫା ପତ୍ର ପ୍ରତ୍ୟାହାର କରିବେ ଜଗନ୍ନାଥ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ନିଷ୍ପତ୍ତି ବଦଳାଇଛନ୍ତି ଜଗନ୍ନାଥ । ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ ପ୍ରଧାନ । ବିଗତ ବିଧାନସଭା ନିର୍ବାଚନରେ ବିଜେପିର ପ୍ରାର୍ଥୀ ରହିଥିବା ଜଗନ୍ନାଥ ପ୍ରଧାନ ବିଜେପି ଛାଡିବା ପାଇଁ ଗତକାଲି ଇସ୍ତଫା ପତ୍ର ଦେଇଥିଲେ । ଭୁବନେଶ୍ବରର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଗତକାଲି ଇସ୍ତଫା ଦେଇଥିଲେ ଜଗନ୍ନାଥ । ବାବୁ ସିଂଙ୍କୁ ଭୁବନେଶ୍ବର ବିଜେପିର ସଭାପତି ଘୋଷଣା କରାଯାଇଛି ।

Read More

ପାରାଦୀପ : 51 ଅମାନିଆ ପ୍ରବାସୀଙ୍କୁ କ୍ବାରେଣ୍ଟିନ୍‌ ପଠାଇଲା ପ୍ରଶାସନ । ଷଣ୍ଢକୁଦ ବସ୍ତିରୁ ଠାବ କରି ଆନ୍ଧ୍ରଫେରନ୍ତାଙ୍କୁ କ୍ବାରେଣ୍ଟିନ୍‌ କେନ୍ଦ୍ରକୁ ପଠାଯାଇଛି । ଆନ୍ଧ୍ରରୁ ଫେରି କ୍ବାରେଣ୍ଟିନ୍‌ ନ ରହି ସିଧା ଷଣ୍ଢକୁଦ ବସ୍ତିକୁ ଆସିଥିଲେ ପ୍ରବାସୀ । ବାରଣ କରିବାରୁ ଆଶା କର୍ମୀଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ମଧ୍ୟ ହୋଇଥିଲା ।  ଜଟାଧାର ମୁହାଣ ସାମୁଦ୍ରିକ ପୋଲିସ୍‌ ସହାୟତାରେ ପୌର ପ୍ରଶାସନ ଏହି ଅମାନିଆ ପ୍ରବାସୀଙ୍କୁ କ୍ବାରେଣ୍ଟିନ୍‌ ସେଣ୍ଟରକୁ ପଠାଇଛି । ସୂଚନାଯୋଗ୍ୟ, ରାଜ୍ୟରେ ପ୍ରବାସୀଙ୍କ ଆଗମନ ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ପ୍ରବାସୀମାନଙ୍କୁ କ୍ବାରେଣ୍ଟିନରେ ରଖୁଛନ୍ତି । କିନ୍ତୁ କିଛି ପ୍ରବାସୀ ଏହାକୁ ନ ମାନି ମନମାନି କରୁଥିବାର ଅଭିଯୋଗ ହେଉଛି ।

Read More

ମୁମ୍ବାଇ : ଆଜି ଦିନ 1ଟାରୁ 4ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ‘ନିସର୍ଗ’ । ଭୀଷଣ ବାତ୍ୟାର ରୂପ ନେଇ ଆଲିବାଗଠାରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ନିର୍ସଗ । ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟାକୁ 100ରୁ 120 କିମି ରହିବ । ବାତ୍ୟା ’ନିସର୍ଗ’ ପ୍ରଭାବରେ ସମୁଦ୍ରରେ 2ରୁ 3 ଫୁଟର ଜୁଆର ଉଠିବ ବୋଲି ସୂଚନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ନିସର୍ଗ ଆଲିବାଗଠାରୁ 140 କିଲୋମିଟର ଦୂରରେ ଥିବାବେଳେ ମୁମ୍ବାଇଠାରୁ 190କିଲୋମିଟର ଦୂରରେ ରହିଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ 80 ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ମୁମ୍ବାଇରେ ବାତ୍ୟା ମୁକାବିଲା ପାଇଁ ମହାରାଷ୍ଟ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମୁମ୍ବାଇରେ 20 ଏନ୍‌ଡିଆରଏଫ୍‌ ଟିମ୍‌ ମୂତୟନ ରହିଛନ୍ତି । ବାତ୍ୟା ପାଇଁ ମୁମ୍ବାଇରେ 144 ଧାରା ଜାରି ହୋଇଛି । ସମ୍ଭାବ୍ୟ ବାତ୍ୟା ସ୍ଥିତି ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍‌,…

Read More