ଭୁବନେଶ୍ବର : ଆଜି ଚିହ୍ନଟ 112 ଆକ୍ରାନ୍ତ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍ ଉଦ୍ଧାର କାର୍ଯ୍ୟରୁ ଫେରିଥିବା 21 ଜଣ ଏନଡିଆର୍ଏଫ୍/ ଓଡ୍ରାଫ୍/ ଅଗ୍ନିଶମ କର୍ମଚାରୀ ରହିଛନ୍ତି । ସେହିପରି ପୁରୀ ଜିଲ୍ଲାରୁ ସର୍ବାଧିକ 15 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 8 ଜଣ, ଯାଜପୁରରୁ 7 ଜଣ, ଗଞ୍ଜାମ ଓ ଅନୁଗୁଳୁରୁ 6ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝର, ଗଜପତି, ସମ୍ବଲପୁର, ବଲାଙ୍ଗିର ଓ ବାଲେଶ୍ବରରୁ 5ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଓ ନୟାଗଡରୁ 4 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାଲ୍କାନଗିରି, କଟକ, ବୌଦ୍ଧ ଓ ଯାଜପୁରରୁ ତିନି ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଝାରସୁଗୁଡା ଓ ଦେବଗଡରୁ ଦୁଇଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 3,498କୁ ବୃଦ୍ଧି ହୋଇଛି । ଜାଣନ୍ତୁ କେଉଁ ଜିଲ୍ଲାରେ କିପରି ରହିଛି…
Author: Samikhsya Bureau
ଭୁବନେଶ୍ବର : ଆଜି ରାଜ୍ୟରେ ଆଉ ଏକ ମୁଣ୍ଡ ନେଇଛି କରୋନା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଯୋଗୁଁ ଆଉଜଣଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ରେ ସୂଚନା ଦିଆଯାଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି । ମୃତକଙ୍କ ବୟସ 55 ବର୍ଷ ବୋଲି ଜଣାପଡିଛି । ଗଞ୍ଜାମରେ କରୋନା ଜନିତ ଏହା ହେଉଛି ପଞ୍ଚମ ମୃତ୍ୟୁ । ପୂର୍ବରୁ ରାଜ୍ୟରେ କରୋନା ଯୋଗୁଁ 9ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ 3 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।
ଭୁବନେଶ୍ବର : ରାଜ୍ୟରେ ଆଜି 112 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 107ଜଣ ଚିହ୍ନଟ ହୋଇଥିବାବେଳେ 5ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 3,498କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1131 ସୁସ୍ଥ ହୋଇଛନ୍ତି 2354 । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 10ଜଣ । ସେହିପରି3 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : ଭାରତରେ କରୋନା ମାମଲା ହୁ ହୁ ହୋଇ ବଢି ଚାଲିଛି । ପ୍ରତିଦିନ ପ୍ରାୟ 10 ହଜାର ମାମଲା ସାମନାକୁ ଆସୁଛି । ଆଜି ସର୍ବାଧିକ 10 ହଜାର ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2ଲକ୍ଷ 97 ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 8 ହଜାର ପାର ହେଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 10 ହଜାର 956 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 396କୁ ବୃଦ୍ଧି ହୋଇଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ2 ଲକ୍ଷ 97 ହଜାର 535 ରେ ପହଂଚିଛି । ଏପର୍ଯ୍ୟନ୍ତ ଭାରତରେ 8 ହଜାର 498 ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ଦେଶରେ ଏପର୍ଯ୍ୟନ୍ତ 1ଲକ୍ଷ 47 ହଜାର 195ଜଣ…
ନୂଆଦିଲ୍ଲୀ : ବିଶ୍ବର କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଭାରତରେ ଦିନକରେ 10 ହଜାର 956 ଆକ୍ରାନ୍ତ ହୋଇଛନ୍ତି । ଫଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷ 97 ହଜାର 535 କୁ ବୃଦ୍ଧି ହୋଇଛି । ଏହି ଆଧାରରେ ସ୍ପେନ ଓ ବ୍ରିଟେନକୁ ଭାରତ ଅତିକ୍ରମ କରିଛି । ସ୍ପେନରେ ଏଯାଏଁ କରୋନା ସଂକ୍ରମିତ ସଂଖ୍ୟା 2 ଲକ୍ଷ 89 ହଜାର 787 ହୋଇଥିବା ବେଳେ ବ୍ରିଟେନରେ ଏହି ସଂଖ୍ୟା 2 ଲକ୍ଷ 91 ହଜାର 409 ଜଣ । କରୋନା ପ୍ରଭାବିତ ଦେଶ ତାଲିକାର ପ୍ରଥମ ସ୍ଥାନରେ ଆମେରିକା ରହିଥିବାବେଳେ ଦ୍ବିତୀୟ ସ୍ଥାନରେ ବ୍ରାଜିଲ୍ ରହିଥିବାବେଳେ ତୃତୀୟ ସ୍ଥାନରେ ରହିଛି ଋଷିଆ । ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 20 ଲକ୍ଷ ୮୯ ହଜାର 701 ଥିବାବେଳେ ମୃତ୍ୟୁ ସଂଖ୍ୟା 1,16ହଜାର 034ରେ ପହଞ୍ଚିଛି । ସେହିପରି ବ୍ରାଜିଲରେ ସଂକ୍ରମିତଙ୍କ…
ଭୋପାଳ : ଓଡ଼ିଶା ପରି ଭୋପାଳରେ ମଧ୍ୟ ସପ୍ତାହକୁ ଦୁଇ ଦିନ ବଜାର ବନ୍ଦ ରଖିବା ନେଇ ନିଷ୍ପତ୍ତି ହୋଇଛି । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଗୋଟିଏ ଦିନରେ ସର୍ବାଧିକ 85ଟି ନୂତନ ମାମଲା ସାମ୍ନାକୁ ଆସିଛି । ଏହା ପରେ ମଧ୍ୟପ୍ରଦେଶର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନରୋତ୍ତମ ମିଶ୍ର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ପ୍ରତ୍ୟେକ ଶନିବାର ଏବଂ ରବିବାର ସହରର ବଜାର ବନ୍ଦ ରହିବ । ଯାହା ଦ୍ବାରା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବାରେ ସହାୟକ ହୋଇପାରିବ । ଭୋପାଳରେ ପାଞ୍ଚ ଦିନ ମାର୍କେଟ୍ ଖୋଲା ରହିବାକୁ ନିଷ୍ପତ୍ତି ହୋଇଥିବାବେଳେ ସପ୍ତାହର ଦୁଇ ଦିନ ଏବେ ଦୋକାନ ବଜାର ବନ୍ଦ ରହିବ । ଯଦିଓ ମଧ୍ୟପ୍ରଦେଶରେ ଏବେ କରୋନା ମାମଲା ନିୟନ୍ତ୍ରଣାଧୀନ ରହିଛି, କିନ୍ତୁ ଭୋପାଳରେ ମାମଲା ବଢୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଭୋପାଳରେ ମୋଟ୍ 2012 ସଂକ୍ରମିତ…
କେଦାର ମିଶ୍ର ଭାରତର ବିବିଧତା କେବଳ ଭୌଗୋଳିକ ବା ସାମାଜିକ ନୁହେଁ, ଏହା ଅନେକାଂଶରେ ପ୍ରତିଟି କ୍ଷେତ୍ରରେ ଅଲଗା। କରୋନା ସଂକ୍ରମଣ ସମୟରେ ମଧ୍ୟ ଏ ବିବିଧତାର ଏକ ବିଶେଷ ଗୁରୁତ୍ଵ ରହିଛି। ଯେତେବେଳେ ଗୋଟେ ବଡ ଜନସ୍ୱାସ୍ଥ୍ୟ ଜନିତ ସଙ୍କଟ ଆସେ, ତାର ମୁକାବିଲା କରିବା ଆଗରୁ ସଂକ୍ରମଣର କ୍ଷେତ୍ରକୁ ବୁଝିବା ଅତ୍ୟନ୍ତ ଜରୁରୀ। ପୃଥିବୀର ୨୧୫ଟି ଦେଶରେ କରୋନା ସଂକ୍ରମଣ ବ୍ୟାପୀ ସାରିଥିଲେ ହେଁ ପ୍ରତ୍ୟେକ ଦେଶ ଓ କ୍ଷେତ୍ରରେ ଭୂତାଣୁ ସଂକ୍ରମଣର ପ୍ରକାରଭେଦ ଅଲଗା। ରାଜନୀତି, ଜନ ସ୍ଵାସ୍ଥ୍ୟନୀତି ଏବଂ ଲୋକ ଚରିତ୍ର ଉପରେ ସଂକ୍ରମଣର ତୀବ୍ରତା ନିର୍ଭର କରୁଛି। ଭିଏତନାମ, ଦକ୍ଷିଣ କୋରିଆ, ତାଞ୍ଜାନିଆ, ତାଇୱାନ,ନ୍ୟୁଜିଲାଣ୍ଡ,ଅଷ୍ଟ୍ରେଲିଆ ଓ କ୍ୟୁବା ଭଳି ଦେଶ କରୋନାର ବ୍ୟାପ୍ତିକୁ ଜବତ କରିବାରେ ସଫଳ ହୋଇଛନ୍ତି। ସର୍ବାଧିକ ଆକ୍ରାନ୍ତ ଥିବା ଚୀନ, ଇଟାଲୀ, ଜର୍ମାନୀ, ଫ୍ରାନ୍ସ, ସ୍ପେନ, ତୁର୍କୀ, ଇରାନ ପ୍ରଭୃତି ଦେଶରେ ଏବେ ସଂକ୍ରମଣ ହାର ଯଥେଷ୍ଟ କମୁଛି। ଏପରିକି…
ନବରଙ୍ଗପୁର : ନକଲି ଡାକ୍ତରଙ୍କ ଔଷଧରେ ଜଣେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲ୍ଲାର ରାଇଘର ଥାନା ଅନ୍ତର୍ଗତ ହାତୀଗାଁ ପଂଚାୟତ ଅଧିନ କମଳାଡୁଡୁଗୁ ଗାଁରେ ଏହି ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁସାରେ ଗର୍ଭବତୀ ମହିଳା ଜଣକ ଅସୁସ୍ଥ ହେବା ପରେ ସ୍ଥାନୀୟ ଅଞ୍ଚଳର ଜଣେ କ୍ବାକ୍ଙ୍କ ନିକଟକୁ ଯାଇଥିଲେ । କ୍ବାକ୍ ଜଣକ ସମ୍ପୃକ୍ତ ମହିଳାଙ୍କୁ ଏକ ଇଞ୍ଜେକସନ୍ ଦେଇଥିଲେ । ଏହାପରେ ମହିଳା ଜଣକ ଗୁରୁତର ହୋଇପଡିଥିଲେ । ତାଙ୍କୁ ପ୍ରଥମେ ରାଇଘର ଓ ପରେ ନବରଙ୍ଗପୁର ଜଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜି ଥିଲେ । ତେବେ କ୍ବାକ୍ ଜଣକ ଫେରାର ରହିଥିବାବେଳେ ପୋଲିସ୍ ମହିଳାଙ୍କ ମୃତଦେହ ଜବତ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ରମେଶ ମହାନ୍ତି ଜଗତସିଂହପୁର : ପୁଣି ଖାକିରେ ଲାଗିଛି କଳଙ୍କ । ଜଣେ ଯୁବ ପୋଲିସ୍ ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜନୈକା ଯୁବତୀ । କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟରତ ଜନୈକ ଯୁବ ପୋଲିସ୍ ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି କୁଜଙ୍ଗର ଜନୈକ ଯୁବତୀ । କେନ୍ଦ୍ରାପଡା ଥାନାରେ ଏସ୍ଆଇ ଭାବରେ କାର୍ଯ୍ୟରତ ଏହି ଏସ୍ଆଇ ଜଣଙ୍କ ଚାକିରି ଏବଂ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ଏକ ବର୍ଷ ଧରି ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସିଥିଲେ ବୋଲି ଯୁବତୀ ଜଣକ କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଭାରତୀୟ ଜନତା ପାର୍ଟି ବିଜେପି ମଣ୍ଡଳ ତରଫରୁ ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଛି । ଗେଟ୍ବଜାର ନିକଟସ୍ଥ କେନାଳ ସାହି ହନୁମାନ ମନ୍ଦିର ନିକଟରେ ମଣ୍ଡଳ ସଭାପତି ଏସ୍. ଶ୍ରୀନିବାସ ରାଓ ଓ ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସଂପାଦିକା ଏସ୍. ରାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା କାହ୍ନୁଚରଣ ପତି ଯୋଗଦେଇ କରୋନା ମହାମାରୀ ସମୟରେ ନିଜ କର୍ତ୍ତବ୍ୟରେ ଅଟଳ ରହି ସେବା ପ୍ରଦାନ କରୁଥିବା ସଫେଇ କର୍ମଚାରୀଙ୍କୁ ସାଧୁବାଦ ଜଣାଇବା ସହ ସମ୍ମାନିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ କିରଣ ଷଡ଼ଙ୍ଗୀ, ସୁନିଲ କମାର ସାହୁ, ମଦନ ମୋହନ ପାତ୍ରଙ୍କ ସମେତ ବି. ପ୍ରବୀଣ କୁମାର, ଧନୁ ପାଣିଗ୍ରାହ. ଶରତ ମହାରଣା, ଆଚାରୀ ବାସୁ, ସୂର୍ଯ୍ୟନାହାକ, ସଂଜୀବ ବେହେରା, ଭେଙ୍କଟ ରାଓ, ଶ୍ରୀମତୀ କୁନି ଦାସ, ଲିପି ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସାମାଜିକ ଦୂରତା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ମାର୍ୱାଡ଼ି ମହିଳା ସମିତି ତରଫରୁ ଗୁରୁବାର ଧର୍ମନଗର ସ୍ଥିତ ରୋଟାରୀ ହଲ୍ ନିକଟର ଭ୍ରାମ୍ୟମାଣ ରକ୍ତଦାନ ସଂଗ୍ରହ ଗାଡ଼ିରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମିଳନୀ ବ୍ରହ୍ମପୁର ଶାଖା ତରଫରୁ ଆୟୋଜିତ ରକ୍ତଦାନ ଶିବିରରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତ୍ରୀ ତମନ୍ନା ବ୍ୟାସ ନିଜେ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ । କରୋନା ଏବଂ ଖରାଦିନ ଯୋଗୁଁ ରକ୍ତର ଅଭାବ ରହିଛି । ତେଣୁ ପ୍ରତ୍ୟେକ ବ୍ୟକ୍ତି ରକ୍ତଦାନ କରି ଅନ୍ୟର ଜୀବନ ବଂଚାଇବାକୁ ଅଭିନେତ୍ରୀ ତମନ୍ନା କହିଥିଲେ । ଏହି ରକ୍ତଦାନ ଶିବିରରେ ସମୁଦାୟ ୩୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ତମନ୍ନାଙ୍କ ପିତା ବାସୁଦେବ ବ୍ୟାସ ଓ ମାତା ସୋନୁ ବ୍ୟାସ ମଧ୍ୟ ରକ୍ତଦାନ କରିଥିଲେ । ମାର୍ୱାଡ଼ି ମହିଳା ସମିତି ତରଫରୁ ରୁବି ଖେମାନା, ସଂପାଦିକା ସୀମା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କରୋନା ମହାମାରୀ ସମୟରେ ମାସ୍କ ଓ ପି.ପି.ଇ. କିଟ୍ କିଣାରେ ଦୁର୍ନୀତି ହୋଇଥିବା ନେଇ ସି.ବି.ଆଇ. ତଦନ୍ତ ପାଇଁ ଗଂଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ଆର୍ଡ଼ିସି ଏବଂ ଛତ୍ରପୁରରେ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ଏନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିବାବେଳେ ଛତ୍ରପୁରରେ ମଧ୍ୟ ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରଦାନ କରାଯାଇଛି । ସମଗ୍ର ରାଜ୍ୟ କରୋନା ବିରୋଧରେ ଲଢ଼ୁଥିବାବେଳେ ରାଜ୍ୟ ସରକାର କରୋନା ଜନିତ ପି.ପି.ଇ. କିଟ୍ ଓ ମାସ୍କ କିଣାରେ ବ୍ୟାପକ ହରିଲୁଟ୍ କରିଛନ୍ତି । ଏପିରିକି ଟେଷ୍ଟିଂ କିଟ୍ କିଣିବାରେ ମଧ୍ୟ ଅନେକ ଅନିୟମିତତା ହେବାର ଜଣାପଡ଼ିଛି । ସବୁଠାରୁ ଦୁର୍ଭାଗ୍ୟର ବିଷୟ ରାଜ୍ୟ ସରାକର ଯେଉଁ ପି.ପି.ଇ. କିଟ୍ଗୁଡ଼ିକ କିଣିଛନ୍ତି ତାହା ଅତି ନିମ୍ନମାନର ଅଟେ । ରାଜ୍ୟ ସରକାର ଯେଉଁ ମାସ୍କଗୁଡ଼ିକ ଷୋହଳ…
ଭୁବନେଶ୍ବର : ରାଜ୍ୟରେ ଆଉ 6 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 6 ଆକ୍ରାନ୍ତ ଅନୁଗୁଳ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ଛେଣ୍ଡିପଦା ବ୍ଲକ୍ର ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏହି ଆକ୍ରକାନ୍ତ ଚିହ୍ନଟ ହୋଇଛନ୍ତି । ଏହି 6 ଜଣଙ୍କୁ ମିଶାଇ ଅନୁଗୁଳରେ ଆକ୍ରାନ୍ତଙ୍କ ସଂଖ୍ୟା 40ରେ ପହଞ୍ଚିଛି ।
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳର ଗୋପାଳପୁରୁ ବଜାର ଠାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବାଲିକୁଦା ସିଆରସିସି ପ୍ରାଣ ହରାଇଛନ୍ତି । ବାଲିକୁଦା ପଟୁ ସିଆରସିସି ପ୍ରଶାନ୍ତ କୁମାର ପଣ୍ଡା ପ୍ୟାସନ ଗାଡ଼ିରେ ଫେରୁଥିବା ବେଳେ ସାମ୍ନାପଟୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଗୋପାଳପୁର ବଜାର ଠାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ଶିକ୍ଷକଙ୍କର ପ୍ରାଣହାନି ଘଟିଥିଲା । ଶ୍ରୀ ପଣ୍ଡା ବାଲିକୁଦା ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ଚଅଁରପୁର ଗ୍ରାମର ଏବଂ ସେ ବାଲିକୁଦା ଶିକ୍ଷା ବିଭାଗରେ ସିଆରସିସି ଭାବରେ କାର୍ଯ୍ୟରତ ଥିଲେ । ଖବର ପାଇ ବାଲିକୁଦା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଟ୍ରକଟିକୁ ଜବତ କରିବା ସହିତ ଟ୍ରକ ଚାଳକକୁ ଗିରଫ କରିଥିଲେ । ଏହାପରେ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ୍ । ଏହି…
ଭୁବନେଶ୍ବର : ମୋ ବସରେ କ୍ୟାସଲେସ ଟିକେଟ ସେବା ଆରମ୍ଭ ହୋଇଛି । କରୋନା ସଂକ୍ରମଣ ଭିତରେ ସାମାଜିକ ଦୂରତା ସହ ଡିଜିଟାଲ ପେମେଣ୍ଟକୁ ପ୍ରାଧାନ୍ୟ ଦେଇଛି ସିଆରୟୁଟି । ସ୍ୱତନ୍ତ୍ର କ୍ୟୁଆର କୋଡକୁ ସ୍କାନ କରି ପେମେଣ୍ଟ କରିବେ ଯାତ୍ରୀ । ଏଥିପାଇଁ ବସର ଗାଇଡଙ୍କୁ ଏକ କାର୍ଡ ପ୍ରଦାନ କରାଯାଇଛି । ଯାହାଦ୍ୱାରା ସହଜ ଓ ସୁବିଧାରେ ଖୁଚୁରା କିମ୍ବା ନୋଟ ନେଣଦେଣ ନକରି ପେମେଣ୍ଟ କରିହେବ ସୂଚନା ମୁତାବକ ଏହି ସେବା ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ 16 ଏବଂ 20ନମ୍ବର ରୁଟରେ ବ୍ୟବସ୍ଥା ଉପଲବ୍ଧ କରାଯାଇଛି । ଆଗାମୀ ଦିନରେ ସମସ୍ତ ରୁଟ୍ରେ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରହିଥିବା ସିଆରୟୁଟି ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବର : ରାଜ୍ୟରେ ରହିଥିବା ବିଭିନ୍ନ ଜନ ପ୍ରତିନିଧିଙ୍କ ବେତନ ବୃଦ୍ଧି ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଜିଲ୍ଲା ପରିଷଦ ସଭାପତି, ଉପସଭାପତି, ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମିତିସଭ୍ୟ, ସରପଞ୍ଚ, ନାଏବ ସରପଞ୍ଚ ଏବଂ ଓ୍ବାର୍ଡ ମେମ୍ବରଙ୍କ ବେତନ ବଢାଇବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏପ୍ରିଲ 2020ରୁ ପିଛିଲା ଭାବରେ ବର୍ଦ୍ଧିତ ବେତନ ପ୍ରଦାନ କରାଯିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
ଭୁବନେଶ୍ବର : ସାରା ରାଜ୍ୟରେ କରୋନା ମହାମାରୀର ପ୍ରଭାବ ବଢିବାରେ ଲାଗିଛି । ଏହାକୁ ନେଇ ପିଜି ଏବଂ ୟୁଜି ପରୀକ୍ଷା ବାତିଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବୈଠକ ପରେ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ବୈଠକ ପରେ ପିଜି ଏବଂ ୟୁଜିର ବାକି ରହିଥିବା ଅନ୍ତିମ ସେମିଷ୍ଟାରକୁ ବାତିଲ କରାଯାଇଛି । ସମସ୍ତ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷାକୁ ବାତିଲ କରାଯାଇଥିବା ବେଳେ ଅଗଷ୍ଟ ଶେଷ ସୁଦ୍ଧା ବିକଳ୍ପ ମୂଲ୍ୟାୟନ ଜରିଆରେ ପରୀକ୍ଷା ଫଳ ବାହାରିବ ବୋଲି ଜଣାପଡିଛି ।
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାୟତର ରାସନ ସାମଗ୍ରୀ ବିତରକ (ପିଡିଏସ୍ ଡିଲର)ଙ୍କୁ ନିଲମ୍ବନ କରାଯାଇଛି। ରାସନ କାର୍ଡ ଏବଂ ରାସନ ସାମଗ୍ରୀ ପ୍ରଦାନରେ କରାଯାଇଥିବା ଦୁର୍ନୀତି କାରଣରୁ ଖୋର୍ଦ୍ଧା ଉପ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ତୁମୁରାପୁଟ ପିଡିଏସ୍ ରିଟେଲରଙ୍କ ଲାଇସେନ୍ସ ଋଦ୍ଦ କରିଛନ୍ତି। ତୁମୁରାପୁଟ ଅନ୍ତର୍ଗତ ରାଣୀପଡାର ଡିଲର ବାବୁଲା ବେହେରାଙ୍କ ଲାଇସେନ୍ସକୁ ଉପ ଜିଲ୍ଲାପାଳ ଖାରଜ କରିଦେଇଛନ୍ତି। ଓପିଡିଏସ୍ ନିୟମ ୨୦୧୬ ର ଧାରା ୧୭(୪) ଅନୁଯାୟୀ ଡିଲରଙ୍କ ଲାଇସନ୍ସ ଋଦ୍ଦ କରାଯିବା ସହିତ ପଞ୍ଚାୟତକୁ ବିକଳ୍ପ ବ୍ୟବସ୍ଥାରେ ରାସନ ବଣ୍ଟନର ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ରାସନ କାର୍ଡକୁ ନେଇ ଘଟିଥିବା ଏହି ମହାଦୁର୍ନୀତି ସମ୍ପର୍କରେ ମେ ୨୨ ତାରିଖରେ ସମୀକ୍ଷା ନ୍ୟୁଜ୍ରେ ଖବର ପ୍ରକାଶ ପାଇଥିଲା। ରାସନ କାର୍ଡ ରହିଥିବା ସତ୍ତ୍ବେ ମଧ୍ୟ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ମିଳୁନଥିବା ନେଇ ଅଭିଯୋଗ ଆସିଥିଲା। ଏହାପରେ ଚିଲିକା ରିପୋର୍ଟସ…
ତ୍ରିଚି : ହାତୀ ଏବଂ ଗାଇ ପରେ ଏବେ ଜଣେ ଶିଶୁ ବିସ୍ଫୋରକ ପଦାର୍ଥ ଖାଇଛି । କେରଳ ହାତୀ ମୃତ୍ୟୁ ଏବଂ ହିମାଚଳ ଗାଇ ମୃତ୍ୟୁକୁ ଏକ ସପ୍ତାହ ନ ପୁରୁଣୁ ତାମିଲନାଡୁରେ ବିସ୍ଫୋରକ ଖାଇ ଜଣେ ଶିଶୁ ପ୍ରାଣ ହରାଇଛି । ମୃତ ଶିଶୁର ନାମ ବିଷ୍ଣୁ ଦେବ । ବିଷ୍ଣୁ ତ୍ରିଚିର ଥୋଟ୍ଟିଆମ ଅଞ୍ଚଳରେ ନିଜ ପରିବାର ସହିତ ରହିଥାଏ । ଘରେ ଜିଲେଟିନ୍ ଷ୍ଟିକ ରହିଥିବା ବେଳେ ବିସ୍କୁଟ୍ ଭାବି ଏହାକୁ କାମୁଡି ଦେବାରୁ ପାଟିରେ ବିସ୍ଫୋରଣ ଘଟିଥିଲା ଏବଂ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ପ୍ରାଣହାନି ଘଟିଥିଲା । ବିଷ୍ଣୁଙ୍କ ପିତା ଏବଂ ଭାଇ ମାଛ ମାରିବା ପାଇଁ ଏହି ଜିଲେଟିନ୍ ଷ୍ଟିକ୍ର ବ୍ୟବହାର କରନ୍ତି । ବିଷ୍ଣୁଙ୍କ ଭାଇ ମାଛ ମାରି ଆସିଥିବା ବେଳେ ବଳକା ଜିଲେଟିନ୍ ଷ୍ଟିକ୍ ଘରେ ପଡିଥିଲା । ଏହାକୁ ବିଷ୍ଣୁ ଖାଉଥିବା ବେଳେ ବିସ୍ଫୋରଣ ହେବାରୁ ତାଙ୍କ…
ଭୁବନେଶ୍ବର : ରାଜ୍ୟରେ ଆଉ 72 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସମୁଦାୟ 2354 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 17 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୋନପୁରରୁ 9 ଜଣ, ଜଗତସିଂହପୁରରୁ 6 ଜଣ, କଟକ,କଳାହାଣ୍ଡି ଓ ସୁନ୍ଦରଗଡରୁ 5 ଜଣ ଲେଖାଏଁ, ବାଲେଶ୍ବର ଓ ମୟୁରଭଞ୍ଜରୁ 4 ଜଣ ଲେଖାଏଁ, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 33896 ରହିଥିବା ବେଳେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା 1020 ରହିଛି । (ଏଜେନ୍ସି)
ଭୁବନେଶ୍ବର : କରେନା ଭଳି ମହାମାରୀ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ମାସ୍କ କିଣାରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ସାଂସଦ ତଥା ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଆଜି ସ୍ପଷ୍ଟ କରିଛନ୍ତି । ଏକ ସମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର 10 ଟଙ୍କାର ମାସ୍କକୁ 16 ଟଙ୍କାରେ କିଣା ଯିବାର ଯଥାର୍ଥତା ଓ ଏହା ପଛରେ ଥିବା ଯୁକ୍ତି ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ, କେବଳ ଓଡିଶା ନୁହେଁ ଦେଶରେ ଅନ୍ୟାନ୍ୟ ରାଜ୍ୟ ମଧ୍ୟ ଅଧିକ ଦରାରେ ମାସ୍କ କିଣିଛନ୍ତି । କାରଣ ଲକଡାଉନ ଯୋଗୁଁ ଉତପାଦନ ଖର୍ଚ୍ଚ ଭଢିଯିବାରୁ ମାସ୍କ ଯୋଗାଣକାରୀ ସଂସ୍ଥା ଗୁଡିକ ଏହାର ଦର ବୃଦ୍ଧି କରିଥିଲେ ଏବଂ ଏହାକୁ ଦୃଷ୍ଟିରେ ରଖି 10 ଟଙ୍କାର ମାସ୍କକୁ 16 ଟଙ୍କାକୁ ବଢାଇଦେଇଥିଲେ । ଶ୍ରୀ ପାତ୍ର କହିଥିଲେ ଯେ ଓଡିଶା ମାସ୍କକୁ 16 ଟଙ୍କାରେ କିଣିଥିବା ବେଳେ ଅନ୍ୟ ରାଜ୍ୟ ଗୁଡିକ…

