ଆଜି ପୁଣି ଜଗତସିଂହପୁରରୁ 4 ଆକ୍ରାନ୍ତ ଚିହ୍ନଟ

Published: Jun 20, 2020, 7:08 pm IST

ରମେଶ ମହାନ୍ତି

ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ତିନି ଜଣ  କ୍ବାରେଣ୍ଟିନ୍‌ ସେଣ୍ଟରରୁ  ଚିହ୍ନଟ ହୋଇଥିବାସ୍ଥଳେ ଜଣେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିବାର ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ। ଏହି ସମସ୍ତ ଆକ୍ରାନ୍ତ ବାହାର ରାଜ୍ୟ ଫେରନ୍ତା । ଏହି ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗରୁ ଜଣେ, ଦିଲ୍ଲୀରୁ ଦୁଇଜଣ ଓ ଗୁଜୁରାଟରୁ ଜଣେ ଫେରିଥିବାର ସୂଚନା ରହିଛି । ଏହି ଚାରି ଆକ୍ରାନ୍ତ ଏରସମା ବ୍ଲକରୁ ଚିହ୍ନଟ ହୋଇଥିବାର ସୂଚନା ରହିଛି । ନୂତନ 4 ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା 179ରେ ପହଞ୍ଚିଛି। ସେହିପରି ଆଜି ଜିଲ୍ଲାରୁ 20 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 130ରେ ପହଞ୍ଚିଛି । ଏବେ ରାଜ୍ୟରେ 49ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାର ସୂଚନା ରହିଛି ।

Related posts