Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»206 ବିଧାୟକଙ୍କ ଉପରେ କରୋନା ବିପଦ ! କାଲି ମତଦାନ କରିଥିବା ଜଣେ ବିଧାୟକ କରୋନା ପଜିିଟିଭ୍ ଚିହ୍ନଟ
ଆଜିର ଖବର

206 ବିଧାୟକଙ୍କ ଉପରେ କରୋନା ବିପଦ ! କାଲି ମତଦାନ କରିଥିବା ଜଣେ ବିଧାୟକ କରୋନା ପଜିିଟିଭ୍ ଚିହ୍ନଟ

June 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୋପାଳ : ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ସମାପ୍ତ ହୋଇସାରିଛି । ଏହାର ପରିଣାମ ମଧ୍ୟ ଆସିଛି । ମଧ୍ୟପ୍ରଦେଶରେ ତିନୋଟି ଆସନରୁ ଦୁଇଟି ଆସନରେ ବିଜେପି ବାଜିମାତ୍‌ କରିଥିବାବେଳେ ଗୋଟିଏ ଆସନରେ କଂଗ୍ରେସ ବାଜିମାତ୍‌ କରିଛନ୍ତି । କଂଗ୍ରେସ ତରଫରୁ ଦିଗ୍‌ବିଜୟ ସିଂହ ନିର୍ବାଚିତ ହୋଇଥିବାବେଳେ ବିଜେପି ତରଫରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସୁମେର ସିନ୍ଦ ସୋଲଙ୍କୀ ଜିତିଛନ୍ତି । ତେବେ ଏହି ନିର୍ବାଚନ ପରେ ରାଜ୍ୟର ସମସ୍ତ 206 ଜଣ ବିଧାୟକଙ୍କ ଉପରେ ଅନ୍ୟ ଏକ ବିପଦ ଆସିଛି । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ସାଂସଦ ନିର୍ବାଚନରେ ମତଦାନ ଦେଇଥିବା ଜଣେ ବିଧାୟକଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି । ବିଧାୟକଙ୍କ ସ୍ତ୍ରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଏହି ସୂଚନା ଆସିବା ପରେ ସମସ୍ତ ବିଧାୟକ ଓ ମନ୍ତ୍ରୀମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି ।

ମନ୍ଦସୌର ଜିଲ୍ଲାର ଜାବଦର ବିଧାୟକ ଜଣକ କରୋନାରେ ପଜିଟିଭ୍‌ ହେବା ପରେ ଅନ୍ୟ ବିଧାୟକମାନେ ଭୋପାଳ ଯାଇ ଜେପି ହସ୍ପିଟାଲରେ ସାମ୍ପଲ୍‌ ପରୀକ୍ଷା କରିଛନ୍ତି । ଆକ୍ରାନ୍ତ ବିଧାୟକ ଜଣକ ଗତ ତିନି ଦିନ ଧରି ଅନୁଷ୍ଠିତ ହୋଇ ବୈଠକରେ ମଧ୍ୟ ସାମିଲ୍‌ ହୋଇଥିଲେ । ଏହି ଆକ୍ରାନ୍ତ ବିଧାୟକଙ୍କ ସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡ୍‌କରଙ୍କ ସମ୍ପର୍କରେ ମଧ୍ୟ ଆସିଥିଲେ ।

ତେବେ ଏହି ଘଟଣାକୁ ନେଇ କଂଗ୍ରେସର ଅନ୍ୟତମ ପ୍ରବକ୍ତା ବିଧାୟକଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବିଧାୟକଙ୍କୁ କ୍ବାରେଣ୍ଟିନ୍‌ କରାଯାଉ ବୋଲି କହିଛନ୍ତି । ବିଧାୟକଙ୍କ ଏପରି ଦାୟିତ୍ବହୀନତାକୁ ସମାଲୋଚନା କରିଛି କଂଗ୍ରେସ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026
Latest News

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.