ନୂଆଦିଲ୍ଲୀ : ବିଗତ 14 ଦିନ ମଧ୍ୟରେ ଦେଶର 78ଟି ଜିଲ୍ଲାରେ ଗୋଟିଏ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ବାଲଙ୍କ ପକ୍ଷରୁ ପ୍ରେସ୍ ମିଟ୍ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି । ସେହିପରି ଗୁରୁବାର ସୁଦ୍ଧା ସମୁଦାୟ 4257 ରୋଗୀ କରୋନା ମୁକ୍ତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି । ସମୁଦାୟ ଆକ୍ରାନ୍ତଙ୍କର ପ୍ରାୟ 19.89 ପ୍ରତିଶତ ରୋଗୀ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 21,393ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 681 ଜଣ ମୃତ୍ୟୁବରଣ କରିଛନ୍ତି ଏବଂ 4257 ଜଣ ସୁସ୍ଥ ହୋଇ ସାରିଛନ୍ତି । ମହାରାଷ୍ଟ୍ର ମୃତ୍ୟୁସଂଖ୍ୟାରେ ଆଗୁଆ ରହିଥିବା ବେଳେ ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ହଜାର ଅତିକ୍ରମ କରିଛି । ବିଗତ 24 ଘଣ୍ଟା ମଧ୍ୟରେ 1409 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା…
Author: Samikhsya Bureau
ଭୁବନେଶ୍ବର, ଆଜି ଅପରାହ୍ନ 5 ଟା ସୁଦ୍ଧା ରାଜ୍ୟର ପାଞ୍ଚୋଟି ସ୍ଥାନରେ କାଳ ବୈଶାଖୀ ହେବ। ଏହି ସମୟରେ ପ୍ବନ ସହିତ ଘଡଘଡି ଏବଂ ବିଜୁଳ ମାରିବ ବୋଲି ଆର୍ଥ ନେଟୱର୍କ ସୂଚନା ଦେଇଛି। ଆର୍ତ ନେଟୱାର୍କ ମାଧ୍ୟମରେ ନିର୍ଦ୍ଧିଷ୍ଠ ଭାବେ କେଉଁ ସ୍ଥାନରେ ଏବଂ କେତେବେଳେ ଏହି କାଳ ବୈଶାଖୀ ହେବ ତାହା ଜଣାପଡିଯାଇଥାଏ। ସେହି ଅନୁସାରେ ଆଜି ରାଜ୍ୟର ଦୁଇଟି ଜିଲ୍ଲାରେ ପାଞ୍ଚୋଟି ସ୍ଥାନରେ ଏହି କାଳବୈଶାଖୀ ହେବ ବୋଲି ଜଣାପଡିଛି। ଆଜିର ଆର୍ଥ ନେଟୱାର୍କ ସୂଚନା ଅନୁସାରେ ଯେଉଁ ଦୁଇଟି ଜିଲ୍ଲାରେ ଏହି କାଳ ବୈଶାଖୀ ଦେଖାଦେବ ତାହା ହେଲା ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲା। ବାଲେଶ୍ବରର ଦୁଇଟି ସ୍ଥାନରେ ଏହା ହେବ ବୋଲି ଜଣାପଡିଛି। ସେଗୁଡିକ ହେଲା ସୋର ଏବଂ ସିମୁଳିଆ ବ୍ଲକ। ସେହିପରି ଭଦ୍ରକର ତିହିଡି,ବାସୁଦେବପୁର ଏବଂ ଭଦ୍ରକ ବ୍ଲକରେ ଏହି କାଳବୈଶାଖୀ ଦେଖାଦେବ।
ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର: କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗନ୍ତ ଗୋପୀନାଥପୁରର ମହାନଦୀ ଅବବାହିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥଙ୍କ ନିକଟସ୍ଥ ମହାନଦୀରୁ ଗତକାଲି ନିଖୋଜ ଥିବା ଯୁବକ ଜଗବନ୍ଧୁ ମହାରଣା ଓରଫ ପପୁ (୨୬)ଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ବଡମ୍ବା ଦମକଳ ବାହିନୀ ଦୀର୍ଘ ତିନି ଘଣ୍ଟାର ରେସ୍କ୍ୟୁ ଅପରେସନ୍ ପରେ ଯୁବକଙ୍କ ଶବ ଉଦ୍ଧାର କରିଛି। ସୂଚନା ଅନୁଯାୟୀ ବଡମ୍ବା ନିଜିଗଡର ୪ ଜଣ ଯୁବକ ଗତକାଲି ସନ୍ଧ୍ୟାରେ ବାବା ସିଂହନାଥଙ୍କୁ ଦର୍ଶନ କରିବାକୁ ଆସିଥିବା ବେଳେ ୪ ଜଣ ଯୁବକ ନଦୀରେ ଭାସି ଯାଇଥିଲେ। ୩ ଜଣ ଯୁବକ ପହଁରି କୂଳକୁ ଆସିଥିବା ବେଳେ ଜଗବନ୍ଧୁ ମହାରଣା ପହଁରା ଜାଣିନଥିବାରୁ ଗଭୀର ଜଳରାଶିର ସ୍ରୋତରେ ଭାସିଯାଇଥିଲେ। ସ୍ଥାନୀୟ ଲୋକ ଏହା ଦେଖି ସଙ୍ଗେସଙ୍ଗେ ବଡମ୍ବା ଦମକଳ ବାହିନୀ ଏବଂ ବଡମ୍ବା ପୋଲିସକୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ଦମକଳ ବାହିନୀ…
ଚିକାଗୋ: ଅବିଶ୍ବାସ ହେଲେ ବି ସତ। ଆମେରିକାର ଜଣେ ବ୍ୟକ୍ତି 6 ହଜାର ଟଙ୍କାର ରାସନ୍ କିଣି ପ୍ରଦାନ କରିଛନ୍ତି 8 ଲକ୍ଷ ଟଙ୍କା। ଚିକାଗୋର ଏକ ଜେନେରାଲ ଷ୍ଟୋରରୁ ଜଣେ ବ୍ୟକ୍ତି 90 ଡଲାରର ସାମଗ୍ରୀ କିଣିଥିଲେ ମାତ୍ର ତାଙ୍କୁ 11552 ଡଲାରର ବିଲ୍ ପ୍ରଦାନ କରିବାକୁ ପଡିଥିଲା। 6800 (90.96 ଡଲାର) ଟଙ୍କାର ବିଲ୍ ପାଇଁ ଉକ୍ତ ବ୍ୟକ୍ତିଙ୍କୁ 8.79 ଲକ୍ଷ ଟଙ୍କା (11552 ଡଲାର) ବିଲ୍ ପ୍ରଦାନ କରିବାକୁ ପଡିଥିଲା। ନିକ୍ ବ୍ଲାନୁଶା ନାମକ ଏହି ବ୍ୟକ୍ତି ଜଣକ ମାରିଆନୋ ଗ୍ରୋସରୀ ଷ୍ଟୋରରୁ ଜିନିଷ କିଣୁଥିବା ବେଳେ ଏହି ଘଟଣା ଘଟିଥିଲା। ପରବର୍ତ୍ତୀ ସମୟରେ ଗ୍ରୋସରୀ ଷ୍ଟୋର ପକ୍ଷରୁ ବଳକା ଅର୍ଥ ଫେରସ୍ତ କରାଯାଇଥିଲା। (ଏଜେନ୍ସି)
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଚାରିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବ ସାଇଟ ରୁ ଜଣା ପଡୁଛି। ଏହି ନୂଆ ଚାରି ଆକ୍ରାନ୍ତ ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ସ୍ପଷ୍ଟ ଜଣା ପଡୁଛି। ଆଜି ସକାଳେ ଭୁବନେଶ୍ବରର ଜଣେ ନୂଆ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ନୂଆ ୪ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ରେ ପହଞ୍ଛିଛି। ୩୩ ଜଣ କରୋନା ମୁକ୍ତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଜଣେ ଯୁବକ ରହିଛନ୍ତି। ଆକ୍ରାନ୍ତ ତିନି ମହିଳାଙ୍କ ବୟସ ୪୮, ୭୪ ଏବଂ ୮୦ ରହିଥିବା ବେଳେ ଯୁବକଙ୍କ ବୟସ ୨୧ ରହିଛି। ୪ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପରିବାର ସଦସ୍ୟ ବୋଲି ସୂଚନା ମିଳିଛି।
ଲକ୍ଷ୍ନୌ : ଲକ୍ଡାଉନ୍ ସମୟରେ ମଧ୍ୟ ଦେଶରେ ମହିଳା ସୁରକ୍ଷିତ ନୁହନ୍ତି । ଉତ୍ତରପ୍ରଦେଶରେ ପୁଣି ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯିବା ସହିତ ଏହାର ଭିଡିଓ ସୁଟିଂ କରାଯାଇଛି । ପୋଲିସ୍ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଚାରି ଅଭିଯୁକ୍ତ ଫେରାର ଅଛନ୍ତି । ଉତ୍ତର ପ୍ରଦେଶର ସୀତାପୁରରେ ବୁଧବାର ରାତିରେ ଏହି ଲଜ୍ଜାଜନକ ଘଟଣା ଘଟିଛି । 13 ବର୍ଷୀୟା ବାଳିକା ଜଣକ ଶୌଚ ହେବା ପାଇଁ ଯାଇଥିବା ସମୟରେ 6 ଜଣ ଅଭିଯୁକ୍ତ ନାବାଳିକାକୁ ଉଠାଇ ନେଇଥିଲେ । ଦୁଇ ଜଣ ଦୁଷ୍କର୍ମ କରିଥିବା ବେଳେ ଅନ୍ୟମାନେ ଘଟଣାର ଭିଡିଓ ପ୍ରସ୍ତୁତ କରିଥିଲେ । ଏହି ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଭିଡିଓ ଭାଇରାଲ୍ କରିବା ପାଇଁ ଅଭିଯୁକ୍ତ ମାନେ ଧମକ ଦେଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ୍ 2 ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଚାରି ଜଣ…
ରଞ୍ଜିତ ପଣ୍ଡା କୁଜଙ୍ଗ: କୋଭିଡ୍ -୧୯ ମହାମାରୀ ସମୟରେ ନିରାଶ୍ରୟ ଓ ଅସହାୟ ଲୋକମାନଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଛନ୍ତି। ବୟସ୍କ ବ୍ୟକ୍ତି ମାନଙ୍କ ମୁଣ୍ଡ ପିଛା ଦୁଇ ବେଳା ହିସାବରେ ୬୦ ଟଙ୍କା ରହିଥିବା ବେଳେ (୧୨ବର୍ଷ ରୁ କମ )୪୫ ଟଙ୍କା ଖର୍ଚ୍ଚ ଅଟକଳ ରଖାଯାଇଛି। ତେବେ ବ୍ଲକର ସମସ୍ତ ପଞ୍ଚାୟତରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉନଥିବା ବେଳେ ଅନ୍ୟ ପଞ୍ଚାୟତ ଗୁଡିକରେ ମୋଟ୍ ଉପରେ ୧୪୦୦ରୁ ୧୫୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆ ଯାଉଛି । ମାତ୍ର ଏହି ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଏପରିକି କିଛି ଦିନ ହେଲାଣି କୁଜଙ୍ଗ ବ୍ଲକ୍ ମହ୍ଲାସାହି ପଞ୍ଚାୟତରେ ଗରିବଙ୍କୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନରେ ଘୋଟଲା କରାଯାଉଛି। ତାହା ପୁଣି ମଧ୍ୟାହ୍ନରେ ଭାତ ଓ ଡାଲି , ରାତି ବେଳେ ଖାଲି ପାଉଁରୁଟିତ କେତେବେଳେ ୪ ପଟ…
ଦେବାଶିଷ ପାଢୀ କୋରେଇ : କୋରେଇ ବ୍ଲକରେ ଚଳିତ ମାସ 20ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଆଜି ସକାଳୁ ବୈତରଣୀ ରୋଡ୍କୁ ସମ୍ପୂର୍ଣ୍ଣ ଭାବରେ ସଟ୍ଡାଉନ୍ କରାଯାଇଛି । କେବଳ ଔଷଧ ଦୋକାନ ବ୍ୟତିରେକ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମକୁନ୍ଦୁପୁର , ନିସଂଗପୂର୍ ଓ ମଥୁରାପୁର୍ ଗ୍ରାମ ସମେତ ମଥୁରାପୁର୍ ନିକଟରେ ବୈତରଣୀ ସେତୁକୁ ଲକ୍ଡାଉନ୍ରେ ରଖାଯାଇଥିବା ବେଳେ ବୈତରଣୀ ରୋଡ଼ ଅଗ୍ନିଶମ ବିଭାଗ ଓ ବରୁଣ୍ଡେଇ ପକ୍ଷରୁ ବୈତରଣୀ ରୋଡ଼ ବଜାରକୁ ସାନିଟାଇଜ୍ କରାଯାଇଛି । ଏହି ଅବସରରେ ସ୍ଥାନୀୟ ବରୁଣ୍ଡେଇ ସରପଞ୍ଚ ସୌଭାଗ୍ୟ କୁମାର ମହାନ୍ତି ବିଭିନ୍ନ ଅଞ୍ଚଳ ବୁଲି ମାସ୍କ ବଣ୍ଟନ କରିଥିଲେ ।
ନୂଆଦିଲ୍ଲୀ : କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଲକ୍ଡାଉନ୍କୁ ନେଇ ଗୁରୁବାର ସରକାରଙ୍କୁ ଆକ୍ରମଣ କରିଛନ୍ତି । ଲକ୍ଡାଉନ୍ର ପ୍ରଥମ ପର୍ଯ୍ୟାୟରେ ଦେଶରେ 12 କୋଟି ଲୋକ ନିଜ ଚାକିରି ହରାଇଛନ୍ତି । ମାର୍ଚ୍ଚ 25ରୁ ଏପ୍ରିଲ୍ 14 ମଧ୍ୟରେ ପ୍ରାୟ 12 କୋଟି ଲୋକ ନିଜର ଚାକିରି ହରାଇଥିବା ବେଳେ ଭବିଷ୍ୟତରେ ଏହି ସଂଖ୍ୟା ଆହୁରି ବଢିବାକୁ ଯାଉଛି । ଲକ୍ଡାଉନ୍ ଉଠିବା ପରେ ଦେଶ ଗଭୀର ଅର୍ଥନୈତିକ ସଙ୍କଟ ମଧ୍ୟକୁ ଚାଲିଯିବ । ଏହି ପରସ୍ଥିତିରୁ ଉଦ୍ଧାର ପାଇବା ପାଇଁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାନ ଗୁଡିକୁ ରିହାତି ପ୍ରଦାନ କରାଯିବା ସହିତ ପ୍ରତ୍ୟେକ ପରିବାରକୁ 7500 ଟଙ୍କାର ସହାୟତା ରାଶି ପଠାଇବା ପାଇଁ ଦାବି କରିଛନ୍ତି । ଚାଷୀ, ଦିନ ମଜୁରିଆ ଏବଂ ପ୍ରବାସୀ ଶ୍ରମିକ ମାନେ ଲକ୍ଡାଉନ୍ରେ ସର୍ବାଧିକ ପ୍ରଭାବିତ ତେଣୁ ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯିବା ଉଚିତ୍ ବୋଲି…
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗୁରୁବାର ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଡିସଚାର୍ଜ ହୋଇ ହସ୍ପିଟାଲରୁ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଆକ୍ରାନ୍ତ ଜଣକ ଭୁବନେଶ୍ବରର ବୋଲଇ ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 33ରେ ପହଞ୍ଚିଛି । ଉଲ୍ଲେଖମଯୋଗ୍ୟ ଯେ, ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଥିବା ବଳେ ତନ୍ମଧ୍ୟରୁ 33 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।
ଜେନେଭା: ମହାମାରୀ କରୋନା ଭାଇରସର ସଂକ୍ରମଣ କମିଲେ ମଧ୍ୟ ବିଶ୍ୱରେ ଏହା ଅନେକ ଦିନ ଧରି ଆମ ସହ ରହିବ ବୋଲି କହିଛନ୍ତି ଡବ୍ଲୁଏଚ୍ଓର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟେସୁ । ତେଣୁ କେହି ବି କିଛି ଭୁଲ କରନ୍ତୁ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସବୁ ରାଷ୍ଟ୍ରକୁ ସତର୍କ କରାଯାଇଛି। କରୋନା ଯୋଗୁ ସମଗ୍ର ବିଶ୍ୱରେ ଲକଡାଉନ ଜାରି କରାଯାଇଛି। ଏହାଦ୍ୱାରା ଅର୍ଥନୀତି ଠାରୁ ଆରମ୍ଭ କରି ସାଧାରଣ ଜନଜୀବନ ଗଭୀର ଭାବେ ପ୍ରଭାବିତ ହୋଇଛି। କିଛି ରାଷ୍ଟ୍ର ଏହାକୁ ଦୃଷ୍ଟିରେ ରଖି ଲକଡାଉନ ନିୟମ କୋହଳ କରିବାକୁ ଚିନ୍ତା କରୁଛନ୍ତି। ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା କେତେ ଭୟଙ୍କର ହୋଇପାରେ, ସେ ବିଷୟରେ ସମସ୍ତଙ୍କୁ ସତର୍କ କରାଇଛି। ଏବେବି ଅନେକ ଦେଶରେ ସଂକ୍ରମଣ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । କେତେକ ଦେଶରେ ସଂକ୍ରମଣ ହ୍ରାସ ପରେ ବି ପୁଣି ଦେଖାଦେଉଛି । ଆମେରିକା,…
ମୁମ୍ବାଇ : କରୋନା ସଂକଟ ସହ ଦେଶ ଲଢେଇ କରୁଥିବାବେଳେ ବି ଧର୍ମକୁ ନେଇ ଆମର ମାନସିକତାରେ କିଛି ଉନ୍ନତି ଘଟିନି । ଏମିତି ଏକ ହୀନ ମାନସିକତାର ଘଟଣା ଦେଖିବାକୁ ମିଳିଛି ମୁମ୍ବାଇ ସହରରେ । ଜାତି ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବା ଜଣେ ବ୍ୟକ୍ତିଙ୍କୁ ଭେଦଭାବର ଶିକାର ହେବାକୁ ପଡିଛି । ଏହିପରି ଏକ ଆଶ୍ଚର୍ଯ୍ୟଜନକ ଖବର ମୁମ୍ବାଇର ମୀରା ରୋଡ୍ ଅଞ୍ଚଳରେ ଘଟିଛି । ଜଣେ ମୁସଲମାନ ହୋଇଥିବାରୁ ଏଠାରେ ଏକ ଘରକୁ ଡେଲିଭରୀ ଦେବାକୁ ଆସିଥିବାବେଳେ ତାଙ୍କୁ ଫେରାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଏହି ଅଞ୍ଚଳରେ ଜଣେ ପରିବାର ରାସନ୍ ସାମଗ୍ରୀ ଅର୍ଡର ଦେଇଥିବାବେଳେ ଡେଲଭରି ବୟ ଜଣକ ଜଣେ ମୁସଲମାନ ହୋଇଥିବାରୁ ତାଙ୍କୁ ଫେରାଇ ଦେଇଛନ୍ତି । ଡେଲିଭରୀ ବୟ ଜଣକର ଭିଡିଓ ବୟାନ ଆଧାରରେ କାଶୀ ମୀରା ପୁଲିସ୍ ଷ୍ଟେସନ୍ 51 ବର୍ଷୀୟ ବ୍ୟକ୍ତିଙ୍କ ବିରୁଦ୍ଧରେ 295ଏ ଆଧାରରେ ମାମଲା ରୁଜୁ…
ଗୁଜୁରାଟ : କରୋନା ସଂକ୍ରମଣ ମାମଲାରେ ମହାରାଷ୍ଟ୍ର ପରେ ଗୁଜୁରାଟ ଦ୍ବିତୀୟ ସ୍ଥାନରେ ପହଞ୍ଚିଯାଇଛି । ଗୁଜୁରାଟରେ ଏବେ ଦୁଇହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 103ରେ ପହଞ୍ଚିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ଦିଲ୍ଲୀ । ଏଠାରେ ସଂକ୍ରମିତଙ୍କ ସଂଖ୍ୟା 2,248 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି ଘଟିଛି । ଗୁଜୁରାଟରେ ଅହମ୍ମବାଦଠାରେ ଅଧିକ ରୋଗୀ ରହିଛନ୍ତି । ଏଠାରେ 1501 ଜଣ ରହିଥିବାବେଳେ ସୁରତରେ 415, ବଡଦୋରାରେ 208, ରାଜକୋଟରେ 41, ଭାବନଗରରେ 32, ଆଣନନ୍ଦରେ 30, ଭରୁଚରେ 24, ଗାନ୍ଧିନଗର-ଅମରାବଲୀରେ 17, ବାନାସକାଣ୍ଠାରେ 16 , ପାଟନାରେ 15, ନର୍ମଦା-ମହୀସାଗରରେ 12, ଛୋଟା ଉଦେପୁର-ପଞ୍ଚମହଲରେ 11, ବୋଟାଦାରେ 9, ମେହସାନାରେ 7, କଚ୍ଛରେ 6, ଦୋହାତରେ 4 ରହିଛନ୍ତି । ଦେଶର ଅନ୍ୟ ରାଜ୍ୟଗୁଡିକ ମଧ୍ୟରେ ରାଜସ୍ଥାନରେ 1935ଜଣ ସଂକ୍ରମିତ ରହିଥିବାବେଳେ 27ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁରେ 1629ଜଣ ସଂକ୍ରମିତ ହୋଇଥିବାବେଳେ…
ନ୍ୟୁୟର୍କ : ବିଶ୍ବରେ କରୋନାର ତାଣ୍ଡବ ଜାରି ରହିଛି । ଚୀନର ଉହାନ୍ ସହରରୁ ଆରମ୍ଭ ହୋଇଥିବା ଏହି କରୋନା ଏବେ ବିଶ୍ବର ସବୁ ଦେଶରେ ପ୍ରଭାବ ବିସ୍ତାର କରି ସାରିଛି। ଏହା ଏବେ କେବଳ ମଣିଷଙ୍କର ନୁହେଁ ପଶୁଙ୍କଠାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ପୂର୍ବରୁ କରୋନାରେ ଏକ ବାଘୁଣୀ ସଂକ୍ରମିତ ହୋଇଥିବାର ଖବର ରହିଥିଲା । ଏବେ ଏହି କରୋନା କବଳରେ ଗୃହ ପାଳିତ ପଶୁମାନେ ମଧ୍ୟ ଶିକାର ହେଲେଣି। ମିଳିଥିବା ସୂଚନା ଅନୁସାରେ ଆମେରିକାଠାରେ ଏକ ଗୃହପାଳିତ ବିଲେଇ ନିକଟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ତେବେ ଗୃହପାଳିତ ପଶୁଙ୍କ ନିକଟରେ ଏହି ମାମଲା ପ୍ରଥମ ରୂପେ ଦେଖାଯାଇଛି । ନ୍ୟୁୟର୍କରେ ଦୁଇ ବିଲେଇ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦୁଇ ବିଲେଇ ନିଃଶ୍ବାସ ନେବାର କଷ୍ଟ ଅନୁଭବ କରୁଥିଲେ । ଯେତେବେଳେ ବିଲେଇଙ୍କର ଟେଷ୍ଟ କରାଗଲା ତେବେ ତାଙ୍କଠାରେ କରୋନା…
ମୁମ୍ବାଇ, ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗତକାଲି ରାତିରେ ଦୁଇଜଣ ଦୁର୍ବୁତ ଆକ୍ରମଣ କରିଛନ୍ତି। ଏ ନେଇ ଏକ ଭିଡିଓ ବାର୍ତ୍ତା ଜାରୀ କରି ନିଜେ ଜଣାଇଛନ୍ତି ଅର୍ଣ୍ଣବ ଗୋସ୍ବାମୀ। ଅର୍ଣ୍ଣବ କହିଛନ୍ତି ଯେ, ଗତକାଲି ରାତିରେ ସେ ମୁମ୍ବାଇସ୍ଥିତ ଅଫିସରୁ ଘରକୁ ଫେରିଥିବା ବେଳେ ଏହି ଆକ୍ରମଣ କରାଯାଇଛି। ଘରୁ ମାତ୍ର 5ଶହ ମିଟର ଦୂରରେ ଏହି ଘଟଣା ଘଟିଛି। ସେ ତାଙ୍କର ଟୋଏଟା କଲୋରା ଗାଡିରେ ପତ୍ନୀଙ୍କ ସହିତ ନିଜେ ଡ୍ରାଇଭ କରି ଆସିବା ବେଳେ ଏହି ଆକ୍ରମଣ କରାଯାଇଛି। ଅର୍ଣ୍ଣବ କହିଛନ୍ତି ଯେ, ଦୁଇଜଣ ଦୁର୍ବୁତ ଏକ ବାଇକରେ ତାଙ୍କ କାରକୁ ପିଛା କରି ଆସିଲେ। କିଛି ସମୟ ପରେ ସେମାନେ ତାଙ୍କ କାରର ସମାନ୍ତରଳରେ ଆସି ତାଙ୍କୁ ଭଲ କରି ନୀରିକ୍ଷଣ କଲେ। ଏହାପରେ ସେମାନେ ବାଇକ ଜୋରରେ ଆଗକୁ ନେଇ ହଠାତ ଆଗରେ ରଖିଦେଲେ। ଏପରି ପରିସ୍ଥିତି ଦେଖି…
ଚଣ୍ଡୀଗଡ଼: ଚଣ୍ଡୀଗଡ ପିଜିଆଇରେ ଜଣେ ଛଅ ମାସର ଶିଶୁ କନ୍ୟାଠାରେ କରୋନା ପଜିଟିଭ୍ ମିଳିବା ପରେ ଏହି ମେଡିକାଲ ଇନ୍ଷ୍ଟିଚ୍ୟୁଟ୍ ର 54 ଜଣ ସ୍ବାସ୍ଥ୍ୟକର୍ମୀ କ୍ବାରେଣ୍ଟାଇନରେ ରହିଛନ୍ତି । ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜ୍ୟୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଡୁକେସନ ଆଣ୍ଡ ରିସର୍ଚ୍ଚରେ ଜଣେ 6 ମାସର ଶିଶୁ କନ୍ୟା ହାର୍ଟ ସର୍ଜରୀ କରିବା ପାଇଁ ଭର୍ତ୍ତି ହୋଇଥିଲେ । ବୁଧବାର ଦିନ ଶିଶୁଟି କରୋନା ସଂକ୍ରମିତ ହେବାର ଜଣାପଡିବା ପରେ ସ୍ବାସ୍ଥ୍ୟକର୍ମୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ 18 ଜଣ ଡାକ୍ତର ଓ 36 ଜଣ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି । ଏପ୍ରିଲ ୯ରେ ପଞ୍ଜାବର ଫାଗୱାରାର ଏହି 6 ମାସର ଶିଶୁକନ୍ୟାକୁ ଚିକିତ୍ସା ପାଇଁ ପେଡିଆଟ୍ରିକ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଓପନ ହାର୍ଟ ସର୍ଜରୀ ହେବାର ଥିଲା। ସର୍ଜରୀ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା । ଶିଶୁଟି ଜନ୍ମରୁ…
ଭୁବନେଶ୍ବର: କରୋନା ସହ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବେଶ୍ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସମ୍ପ୍ରତି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲା ପରେ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରୁ ଅଧିକ ସଂଖ୍ୟକ କରୋନା ପଜିଟିଭ୍ ବାହାରୁ ଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେଣୁ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ୩ ବରିଷ୍ଠ ସଚିବଙ୍କୁ ଏହି ୩ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଏବେ ଯାଜପୁର, ଭଦ୍ରକ ଓ ବାଲେଶ୍ବର ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଛି । ବାଲେଶ୍ବରରେ 8ଜଣ ଚିହ୍ନଟ ହୋଇଥିବାବେଳେ ଭଦ୍ରକ ଜିଲ୍ଲାରେ 11 ଜଣ ଓ ଯାଜପୁରରୁ ମଧ୍ୟ 8 ଜଣ ଚିହ୍ନଟ ହୋଇଛନ୍ତି । ଏହି ସବୁ ଜିଲ୍ଲାମାନଙ୍କରେ ବାହାର ରାଜ୍ୟରୁ ଅଧିକ ଲୋକ ପଶି ଆସିଥିବାର ସୂଚନା ରହିଥିଲା । ଏହାପରେ ଏହି ତିନି ଜିଲ୍ଲା…
ଖୋର୍ଦ୍ଧା : ରାଜ୍ୟ ବାହାରକୁ ନେଇ ଏବେ ଚିନ୍ତା ବଢିଛି। ନିକଟରେ ଚିହ୍ନଟ ହୋଇଥିବା ସମସ୍ତ କରୋନା ଆକ୍ରାନ୍ତଙ୍କ ରାଜ୍ୟ ବାହାର ଲିଙ୍କ୍ ରହିଛି। ଏହାକୁ ନେଇ ରାଜ୍ୟ ସରକାର ବେଶ୍ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ପ୍ରାୟ 20 ହଜାର ଲୋକ ରାଜ୍ୟ ବାହାରେ ଅଛନ୍ତି। ସରକାରୀ ଗାଇଡଲାଇନ୍ ଅନୁସାରେ ସମସ୍ତଙ୍କୁ ପଞ୍ଜିକରଣ କରିବାକୁ ପଡିବ । ପଞ୍ଜିକରଣ ନ କଲେ ଜିଲ୍ଲାରେ ପ୍ରବେଶ ଅନୁମତି ମିଳିବ ନାହିଁ । ସମସ୍ତଙ୍କୁ ଅନ୍ଲାଇନ୍ରେ ପଞ୍ଜିକରଣ କରିବାକୁ ପଡିବ। ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଳାପାଳ ସୀତାଂଶୁ ରାଉତ। ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏଯାବତ୍ ରାଜ୍ୟରେ ମୋଟ୍ 82 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 32 ଜଣ ସୁସ୍ଥ ହୋଇଛନ୍ତି । 50 ଜଣ ଚିକିତ୍ସାଧୀନ…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: କରୋନା ସହ ମୁକାବିଲା କରିବା ନେଇ ରାଜ୍ୟ ସରକାର ଦୃଢ ପଦକ୍ଷେପମାନ ନେଉଛନ୍ତି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟନୁଷ୍ଠାନ ସହ ଜରିମାନା ମଧ୍ୟ ଆଦାୟ କରାଯାଉଛି। ଏହି କ୍ରମରେ ବାଲୁଗାଁ ଏନ୍ଏସି ଓ ଚିଲିକା ତହସିଲ ପ୍ରଶାସନ ମାସ୍କ ନ ପିନ୍ଧିବା ଅଭିଯୋଗରେ ୩୨ ଜଣଙ୍କଠୁ ଜରିମାନା ଆଦାୟ କରିଛନ୍ତି। ଗତକାଲି ପୂର୍ବାହ୍ନ୧୦ ଟା ସୁଦ୍ଧା ବାଲୁଗାଁ ଗାନ୍ଧି ଛକ ନିକଟରେ ୩୨ଜଣଙ୍କଠାରୁ ୬୪୦୦ ଫାଇନ୍ ଆଦାୟ କରାଯାଇଛି। ଏହି ଜରିମାନା ଆଦାୟ ସମୟରେ ଉପସ୍ଥିତ ରହିଥିଲେ ଚିଲିକା ତହସିଲଦାର ଅପର୍ଣ୍ଣା ଭୋଇ। ବାଲୁଗାଁ ରାଜସ୍ବ ନିରୀକ୍ଷକ ଅଧିକାରୀ, ଏନଏସିର ଟ୍ୟାକ୍ସ କଲେକ୍ଟର ସାମନ୍ତ ଅନନ୍ତ ପଟ୍ଟନାୟକ। ପ୍ରତିଦିନ ତହସିଲଦାରଙ୍କ ଉପସ୍ଥିତରେ ଏପରି ଯାଞ୍ଚ କରାଯାଇ ଜରିମାନା ଆଦାୟ କରାଯିବ ବୋଲି ସୂଚନା ରହିଛି। ମାସ୍କକୁ ବାଧ୍ୟତାମୂଳକ କରିବା ପାଇଁ ତହସିଲଦାର ପରାମର୍ଶ…
ନୂଆଦିଲ୍ଲୀ, ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମଣ ଯୋଗୁ କୌଣସି ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବ ନାହିଁ ବୋଲି ଏକ ଗୁଜବ। ଏହା ସ୍ପଷ୍ଟ କରିଛି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ନାଁରେ ଏ ସଂକ୍ରାନ୍ତରେ ଖବର ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବାରୁ ଏହା ସମଗ୍ର ପର୍ଯ୍ୟଟନ କ୍ଷେତ୍ରରେ ହଇଚଇ ସୃଷ୍ଟି କରିଛି। ଏପରି କୌଣସି ଚିଠି ଜାରି କରାଯାଇ ନାହିଁ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସ୍ପଷ୍ଟ କରିବା ସହ ଲୋକମାନେ ଏଭଳି ମିଥ୍ୟା ଖବରକୁ ବିଶ୍ୱାସ ନ କରିବାକୁ କୁହାଯାଇଛି । ପର୍ଯ୍ୟଟନ ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ସ୍ପଷ୍ଟୀକରଣ ଦେବା ସହ ମୁମ୍ବାଇ ପୁଲିସର ସାଇବର ଅପରାଧ ଶାଖାରେ ଅଭିଯୋଗ ଦାଖଲ ମଧ୍ୟ କରିଛି । ପତ୍ର ସୂଚନା କାର୍ଯ୍ୟାଳୟର ଫାକ୍ଟ ଚେକ ୟୁନିଟ ମଧ୍ୟ କିଛି ଦିନ ପୂର୍ବେ ଏ ଖବର ସତ ନୁହେଁ ବୋଲି ଜଣାଇବା ସତ୍ତ୍ୱେ ବିଭିନ୍ନ ସ୍ଥାନରେ…
ନୂଆଦିଲ୍ଲୀ, ସଂପ୍ରତି ଦେଶର ବିଭିନ୍ନ ଭାଗରେ କାର୍ଯ୍ୟ ସଂପାଦନ ସମୟରେ ଗଣମାଧ୍ୟମର ପ୍ରତିନିଧି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରିଣ୍ଟ୍ ଓ ଇଲଟ୍ରୋନିକ ମିଡିଆ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ରିପୋର୍ଟର, କ୍ୟାମେରାମ୍ୟାନ, ଫଟୋଗ୍ରାଫରଙ୍କ ସମେତ ଗଣମାଧ୍ୟମର ବ୍ୟକ୍ତି ବିଶେଷ ଯେଉଁମାନେ ଦେଶର ବିଭିନ୍ନ ଭାଗରେ କରୋନା ସଂକ୍ରମଣ ଘଟଣା ସଂପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି ସେମାନେ ଏକାଧିକ ସ୍ଥାନକୁ ଯାଉଛନ୍ତି । ଏଥିରେ ସଂକ୍ରମିତ ଅଞ୍ଚଳ, ହଟସ୍ପଟ ଓ ଅନ୍ୟାନ୍ୟ ସଂବେଦନଶୀଳ ଅଞ୍ଚଳ ଆଦି ରହିଛି । ତେଣୁ ଏହିସବୁ ସ୍ଥାନକୁ ଯିବାବେଳେ ଗଣମାଧ୍ୟମର ପ୍ରତିନିଧି ଓ ବ୍ୟକ୍ତିବିଶେଷ ଉପଯୁକ୍ତ ସ୍ୱାସ୍ଥ୍ୟଗତ ସୁରକ୍ଷା ଓ ସତର୍କତା ଅବଲମ୍ବନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆହୁରି ମଧ୍ୟ ସଂଯୁକ୍ତ ମିଡିଆସବୁର ପରିଚାଳନା କର୍ତ୍ତୃପକ୍ଷ ନିଜନିଜର ଅଫିସ କର୍ମଚାରୀ ଓ କ୍ଷେତ୍ରରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ଆବଶ୍ୟକ ଯତ୍ନ ନେବାକୁ…