Author: Samikhsya Bureau

ସୀତାରାମ ଅଗ୍ରଓ୍ବାଲ ବାଣପୁର : କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର 11ଟି ଜିଲ୍ଲାରେ ଦୁଇଦିନିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଜୁନ୍‌ 30 ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । 48 ଘଣ୍ଟିଆ ସଟ୍‌ଡାଉନକୁ କଡାକଡି କରିବା ପାଇଁ ପୋଲିସ୍‌ ପାଟ୍ରୋଲିଂ କରିବା ସହ ଯାଞ୍ଚ ମଧ୍ୟ କରୁଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଓ ଟିମ୍‌ ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲାର ସବୁ ଅଞ୍ଚଳ ବୁଲି ଦେଖିଛନ୍ତି । ଏହି କ୍ରମରେ ମଧ୍ୟାହ୍ନରେ ବାଣପୁର ଓ ବାଲୁଗାଁ ଅଞ୍ଚଳ ମଧ୍ୟ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଓ ତାଙ୍କ ଟିମ୍‌।  ଏହି ଅଞ୍ଚଳରେ ସଟଡାଉନ୍‌ ନିୟମ ବେଶ୍‌ କଡାକଡି ରୂପେ ପାଳନ ହେଉଥିବାରୁ ଜିଲ୍ଲାପାଳ ଏଥିରେ ସନ୍ତୁଷ୍ଟ ରହିଥିବାର ସୂଚନା ରହିଛି । ଏହି ଦୁଇ ଅଞ୍ଚଳରେ ସଟ୍‌ ଡାଉନ୍‌ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଇଛି। ଦୋକାନ ବଜାର ବନ୍ଦ…

Read More

ପୁରୀ : ଗତକାଲି ଶ୍ରୀମନ୍ଦିରରେ ଶେଷ ହୋଇଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ମାନବୀୟ ଲୀଳାର ପ୍ରତୀକ ମହାପ୍ରଭୁ ସ୍ନାନବେଦୀରେ 108 ଗରା ସୁବାସିତ ଜଳରେ ଶ୍ରୀଜିଉ ମହାସ୍ନାନ କରି ଅସୁସ୍ଥ ହୋଇ ଜ୍ୱରରେ ପଡିଛନ୍ତି। ଏହା ପରେ ମହାପ୍ରଭୁ ଚିକିତ୍ସା ପାଇଁ ଅଣସର ଘରକୁ ଯାଇଛନ୍ତି । ଅଣସର ଘରେ 15ଦିନ ଧରି ଅସୁସ୍ଥ ଭଗବାନଙ୍କ ଗୁପ୍ତ ସେବା କରିବେ ସେବାୟତ । ଜ୍ୟେଷ୍ଠପୂର୍ଣ୍ଣମାରେ ଚତୁର୍ଦ୍ଧାମୂର୍ତ୍ତି ଦିବ୍ୟସ୍ନାନ କରିବାପରେ ପ୍ରବଳ ଜ୍ୱରରେ ମହାପ୍ରଭୁ ଅଣସର ଘରେ ବିରାଜ କରନ୍ତି । ତେବେ ଏହି ଅଣସର ପିଣ୍ଡିରେ ଠାକୁରଙ୍କର ବିଶେଷ ନୀତି କରାଯାଇଥାଏ । ସ୍ନାନ ପୂର୍ଣ୍ଣମା ରାତିରେ ପହଣ୍ଡି ସରିବା ପରେ ପୂର୍ବରୁ ପଥରରେ ନିର୍ମାଣ କରାଯାଇଥିବା ସିଂହାସନ ଉପରେ ଚତୁର୍ଦ୍ଧାମୁରତିଙ୍କୁ ସେଠାରେ ବିଜେ କରାଯାଇଥାଏ । ଏହାର ଦୁଇ ଦିନ ପରେ ଆରମ୍ଭ ହୋଇଥାଏ ଗୁପ୍ତ ନୀତି । ଆଜିଠୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ ।…

Read More

ବାରିପଦା: ସାରା ବିଶ୍ବରେ କରୋନା ସଂକଟ ଜାରି ରହିଥିବାବେଳେ ମଣିଷ ଭିତରେ ମାନବିକତା ଉଭେଇ ଯାଉଥିବାର ଦେଖିବାକୁ ମିଳିଛି । ନିକଟରେ କେରଳରେ ଏକ ଗର୍ଭିଣୀ ହାତୀକୁ ଅମାନବୀୟ ଭାବେ ହତ୍ୟା କରାଯାଇଥିବାବେଳେ ପୁଣି ଆଉ ଏକ ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି । ବାରିପଦାଠାରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଛେଳି ଚୋର ସନ୍ଦେହରେ ଜଣେ 50 ବର୍ଷୀୟ ବ୍ୟକ୍ତିକୁ ପିଟି ପିଟି କରି ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ବାରିପଦା ଟାଉନ୍ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ବ୍ୟକ୍ତି ପାଲବଣୀ ଗାଁର ରବୀ କାଳନ୍ଦୀ ବୋଲି ଜଣାପଡିଛି । ଗତ 25 ତାରିଖରେ ଜଣକ ଘରୁ ଛେଳି ଚୋରି ହୋଇଥିଲା । ଏଥିପାଇଁ ଗ୍ରାମବାସୀମାନେ ରବି କାଳନ୍ଦୀଙ୍କୁ ସନ୍ଦେହ କରିବା ସହ ଚୋରି ଅଭିଯୋଗରେ ତାଙ୍କୁ ବାଡିରେ ପିଟି ପିଟି ମାରିଥିଲେ ଲୋକେ । ଘଟଣାସ୍ଥଳରେ ବ୍ୟକ୍ତିଙ୍କର…

Read More

ଭୁବନେଶ୍ବର : ସପ୍ତାହର ଦୁଇ ଦିନ ଅର୍ଥାତ୍‌ ଶନିବାର ଓ ରବିବାର ଦିନ  ସଟ୍‌ଡାଉନ୍‌ ବେଳେ ଓମଫେଡ୍‌ ପ୍ରଡକ୍ଟ ବିକ୍ରି ନେଇ ସୂଚନା ରହିଛି। କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର 11ଟି ଜିଲ୍ଲାରେ ଜୁନ୍‌ 30 ପର୍ଯ୍ୟନ୍ତ ସପ୍ତାହର ପ୍ରତ୍ୟେକ ଶନି-ରବି ଦୁଇ ଦିନିଆ ସଟ୍‌ ଡାଉନ୍‌ କରିବାର ଘୋଷଣା କରିଛନ୍ତି । ଏହି ସଟ୍‌ଡାଉନ୍‌ ବେଳେ ଓମ୍‌ଫେଡ୍‌ କରିବ ହୋମ୍‌ ଡେଲିଭରି। ସଟ୍‌ଡାଉନ୍‌ ବେଳେ କିଏ ଓମଫେଡ୍‌ ପ୍ରଡକ୍ଟ ବିକିବେ ସେନେଇ ତାଲିକା ପ୍ରକାଶ ପାଇଛି । ଭୁବନେଶ୍ବରରେ 26ଟି ରିଟେଲରଙ୍କ ଠିକଣା ସହ ମୋବାଇଲ ନମ୍ବର ଜାରି ରହିଛି। କେବଳ ତାଲିକାରେ ସ୍ଥାନିତ ରିଟେଲର୍‌‌ ଓମଫେଡ୍‌ ଉତ୍ପାଦ ବିକ୍ରି କରିପାରିବେ ବୋଲି ସୂଚନା ରହିଛି । 11ଟି ସହରର 23 ଜଣ ଏଜେଣ୍ଟଙ୍କ ତାଲିକା ଦେଇଛି ପଶୁ ସଂପଦ ବିଭାଗ । ସକାଳ ୮ଟାରୁ 11ଟା ସୁଦ୍ଧା ସର୍ବନିମ୍ନ 150 ଟଙ୍କାର ଅର୍ଡର ଦେବାକୁ…

Read More

ଭୁବନେଶ୍ବର : କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର 11ଟି ଜିଲ୍ଲାରେ ଜୁନ୍‌ 30 ପର୍ଯ୍ୟନ୍ତ ସପ୍ତାହର ପ୍ରତେକ୍ୟ ଶନି-ରବି ଦୁଇ ଦିନିଆ ସଟ୍‌ ଡାଉନ୍‌ କରିବାର ଘୋଷଣା କରିଛନ୍ତି । ଏହି 11ଟି ଜିଲ୍ଲାରେ ଶନି ଓ ରବିବାର ମାଟ୍ରିକ ଖାତାଦେଖା ବନ୍ଦ ରହିବ ବୋଲି ସୂଚନା ରହିଛି । ଆଜିଠାରୁ ଜାରି ହୋଇଥିବା ସଟ୍‌ଡାଉନ୍‌ରେ ମଧ୍ୟ ସଟ୍‌ଡାଉନ୍‌ ଘୋଷିତ 11ଟି ଜିଲ୍ଲାରେ ଖାତା ମୂଲ୍ୟାୟନ ବନ୍ଦ ରହିଛି । ସଟଡାଉନ୍‌ ପାଇଁ କାଲି ମଧ୍ୟ 11ଟି ଜିଲ୍ଲାରେ ଖାତା ମୂଲ୍ୟାୟନ ହେବନି । ମାତ୍ର ଅନ୍ୟ ସବୁ ଜିଲ୍ଲାରେ ଶନି ଓ ରବିବାର ଖାତା ମୂଲ୍ୟାୟନ ହୋଇପାରିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Read More

ମୁମ୍ବାଇ : ମିସ୍‌ ୟୁନିଭର୍ସ ତଥା ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ଡିଜିଟାଲ୍‌ ଡେବ୍ୟୁ ପାଇଁ ପ୍ରସ୍ତୁତି କରିସାରିଛନ୍ତି। ତାଙ୍କର ପ୍ରଥମ ଓ୍ବେବ ସିରିଜ୍‌ର ଟ୍ରେଲ୍‌ର ମଧ୍ୟ ରିଲିଜ୍‌ ହୋଇସାରିଲାଣି। ସୁସ୍ମିତା ସେନ୍‌ ଆର୍ଯ୍ୟା ଶୀର୍ଷକ ଏକ ଓ୍ବେବସିରିଜ୍‌ରେ ନଜର ଆସିବେ । ଏହି ସିରିଜ୍‌ର କାହାଣୀରେ ସୁସ୍ମିତା ଆର୍ଯ୍ୟା ନାମ୍ନୀ ଏକ ମହିଳା ଚରିତ୍ରରେ ନଜର ଆସିବେ । ଯିଏ ନିଜ ପିଲା ଓ ସ୍ବାମୀଙ୍କ ସହିତ ରହୁଛନ୍ତି । ତାଙ୍କ ସ୍ବାମୀ ଅବୈଧ ଡ୍ରଗ୍ସ କାରବାରରେ ଲିପ୍ତ ରହିଛନ୍ତି । ସତ ସାମ୍ନାକୁ ଆସିଲା ପରେ ଆର୍ଯ୍ୟା ପରିସ୍ଥିତିକୁ ସମ୍ଭାଳିବାକୁ କ’ଣ କରୁଛନ୍ତି, ତାହା ଏହି ଓ୍ବେବସିରିଜ୍‌ରେ ଦେଖାଯାଇଛି । ଟ୍ରେଲ୍‌ରରେ ସୁସ୍ମିତାଙ୍କ ଚରିତ୍ରର ବିଭିନ୍ନ ରଙ୍ଗ ଦେଖିବାକୁ ମିଳିଛି । ନିଜ ସନ୍ତାନ ପାଇଁ ଜଣେ ଭଲ ମା’ ହେବା ସହିତ ଡନ୍‌ ହେବାର ଯାତ୍ରାକୁ ଖୁବ୍‌ ସୁନ୍ଦର ଭାବରେ ପରଦା ଉପରେ ଉପସ୍ଥାପନା କରିଛନ୍ତି ସୁସ୍ମିତା…

Read More

ଭୁବନେଶ୍ବର : ଆଜି ଚିହ୍ନଟ 173 ଜଣ ଆକ୍ରାନ୍ତ 14ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 64 ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ 19, କଟକ ଓ ମୟୂରଭଞ୍ଜରୁ 13 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ବାଲେଶ୍ବର ଓ ବଲାଙ୍ଗିରରୁ 11 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତିରୁ 10, ଖୋର୍ଦ୍ଧାରୁ 9,   ନୂଆପଡାରୁ 8, ନୟାଗଡରୁ 7, ଭଦ୍ରକରୁ 4, କଳାହାଣ୍ଡିରୁ 2, ପୁରୀ ଓ ଝାରସୁଗୁଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 2781ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 1604ଜଣ । ରାଜ୍ୟରେ 1167ଜଣ ସକ୍ରିୟ ମାମଲା ରହିଥିବାବେଳେ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଛି । ସେହିପରି ଆଉ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। କେଉଁ…

Read More

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ 173 କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ନୂତନ 173 ଆକ୍ରାନ୍ତଙ୍କ ମଧ୍ୟରେ 150 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ରହିଥିବାବେଳେ ଲୋକାଲ୍‌ କେସ୍‌ 23 ରହିଛି । ରାଜରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2781କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି । ଗତକାଲି ରେକର୍ଡ ସଂଖ୍ୟକ 123ଜଣ ସୁସ୍ଥ ହୋଇଥିବାବେଳେ ଆଜି ରେକର୍ଡ ସଂଖ୍ୟକ 173 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମରୁ ରହିଛି ବୋଲି ସୂଚନା ରହିଛି । 14ଟି ଜିଲ୍ଲାରୁ 173ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

Read More

ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ବସଷ୍ଟାଣ୍ଡ ଯୋଗଧାରୀକୁ ସ୍ଥାନାନ୍ତରଣ ନିମନ୍ତେ ଶୁକ୍ରବାର ଦିନ ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାପ୍ରଶାସନ ଓ ବସ୍ ମାଲିକ ଆସୋସିଏସନ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି କହିଲେ ରାଜ୍ୟରେ ସାଧାରଣ ପରିବହନ ସେବା ଆରମ୍ଭ ହୋଇଥିବାରୁ ବର୍ତ୍ତମାନର ବସଷ୍ଟାଣ୍ଡ ଅଧିକ ଜନଗହଳି ହେବାର ଆଶଙ୍କା ଦେଖାଦେଇଛି। କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ମ୍ୟୁନିସିପାଲିଟି ଅଞ୍ଚଳରେ ଅଧିକ ଭିଡ କମାଇବା ପାଇଁ ସହରର ମଧ୍ୟ୍ୟ ଭାଗରେ ଥିବା ବସଷ୍ଟାଣ୍ଡକୁ ଯୋଗଧାରୀ ଠାରେ ହୋଇଥିବା ନୂତନ ବସଷ୍ଟାଣ୍ଡକୁ ସ୍ଥାନାନ୍ତରଣ କରାଯିବ। ଏହାଦ୍ୱାରା ଟାଉନ୍ ଭିତରେ କୌଣସି ବସ୍ ନରହି କଲେଜ୍ ଛକ ଓ ଯୋଗଧାରୀଠାରେ ଲୋକମାନେ ଓହ୍ଲାଇବେ ଓ ଚଢିବେ। ସହରର ମଧ୍ୟଭାଗରେ ଥିବା ବସଷ୍ଟାଣ୍ଡରେ ଲୋକମାନେ ଓହ୍ଲାଇ ମିଠା ଦୋକାନ, ଫଳ ଦୋକାନ, ଲୁଗାଦୋକାନ ଆଦି ବିଭିନ୍ନ ଦୋକାନରେ…

Read More

ନୂଆଦିଲ୍ଲୀ : ଭାରତର ହୁ ହୁ ହୋଇ କରୋନା ସଂକ୍ରମଣ ମାମଲା ବଢୁଛି । କେନ୍ଦ୍ର ସ୍ବାସ୍ଥ୍ୟ ପରିବାର ମନ୍ତ୍ରାଳୟ ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 9887 ଆକ୍ରାନ୍ତ ହୋଇଥିବାବେଳେ 294ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 6,642ରେ ପହଞ୍ଚିଥିବାବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 36 ହଜାର 657କୁ ବୃଦ୍ଧି ହୋଇଛି । ଏପର୍ଯ୍ୟନ୍ତ ଦେଶରେ 1 ଲକ୍ଷ 15 ହଜାର 942 ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 14 ହଜାର 73 ଜଣ । ବିଶ୍ବରେ ସବୁଠୁ ଅଧିକ କରୋନା ପ୍ରଭାବିତ ଦେଶ ଆମେରିକା, ବ୍ରାଜିଲ୍‌, ରୁଷ୍‌, ବ୍ରିଟେନ୍‌ ପରେ ଭାରତ ଷଷ୍ଠ ସ୍ଥାନରେ ରହିଛି । ସେହିପରି ସଂକ୍ରମିତ ହାର ବୃଦ୍ଧିରେ ଭାରତ ବିଶ୍ବରେ ତୃତୀୟ ସ୍ଥାନରେ ପହଞ୍ଚିଛି । ଭାରତରେ ପାଞ୍ଚୋଟି ଦେଶରେ ସର୍ବାଧିକ ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି ।…

Read More

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେବା ଫଳର ଦୁଇ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକଦ୍ବୟ ଗୋଟିଏ ଗ୍ରାମର ହୋଇଥିବାବେଳେ ଦୁଇଜଣଙ୍କ ବୟସ ଯଥାକ୍ରମେ ୨୭ ଓ ୨୮ ବର୍ଷ ବୋଲି ଜଣାପଡିଛି। ମୃତକ ଦ୍ବୟ ହେଉଛନ୍ତି ରମେଶ ଦେହେରୀ ଓ ଲଖନ ମହାତୋ।  ଦୁହେଁ ଝାରସୁଗୁଡାରୁ ଫେରିବା ବାଟରେ ଦୁର୍ଘଟଣା ଘଟିଥିଲା। ମିଳିଥିବା ସୂଚନା ଅନୁସାରେ ଲଖନପୁର ବ୍ଲକ ଅନ୍ତର୍ଗତ ସାଗରପାଲି ଛକରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଓଡି ୨୩ଏଚ-୩୭୮୩ ନମ୍ବର ଟ୍ରକ୍‌ଟି ଧକ୍କା ଦେଇଥିଲା।

Read More

କେଦାର ମିଶ୍ର ଆମେ ଯାହା କିଛି କରୁଛୁ  ଆପଣମାନଙ୍କ ଜୀବନ ରକ୍ଷା ପାଇଁ କରୁଛୁ, ତେଣୁ ଆପଣମାନେ ଆମ କଥା ମାନିବାକୁ ବାଧ୍ୟ- ଏମିତି ଏକ ଧାରଣା ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ତରରେ ଦେଖିବାକୁ ମିଳୁଛି। ସରକାର ଭାବୁଛନ୍ତି, ଜୀବନ ବଞ୍ଚାଇବାକୁ ଯାଇ ଯାହା କିଛି କାଲେ ମଧ୍ୟ ଲୋକେ ଚୁପ ରହିବେ। କିଛିକାଂଶରେ ତାହା ସତ୍ୟ ମଧ୍ୟ। କରୋନାଜନିତ ମୃତ୍ୟୁ ଭୟ ଆମ ଲୋକଙ୍କୁ ଅଧିକ ଭୟାଳୁ କରି ଦେଇଛି। ଆମେରିକା, ଇଟାଲୀ, ଫ୍ରାନ୍ସ,, ବ୍ରାଜିଲ , ଇଂଲଣ୍ଡ ଭଳି ଦେଶରେ ମରିଥିବା ଲୋକମାନଙ୍କ ସଂଖ୍ୟା ଦେଖିଲେ ଏ ଭୟ ସ୍ଵାଭାବିକ। ତେବେ ଜୀବିକା ବଦଳରେ ଜୀବନ ବଞ୍ଚାଇବାରେ ଆମେ ସତରେ ସଫଳ ହୋଇଛୁ କି? ଶେଷତମ ତଥ୍ୟ ଅନୁଯାୟୀ ଇରାନ ପରେ ଭାରତରେ ଏସିଆ ମହାଦେଶର ସର୍ବାଧିକ ମୃତ୍ୟୁ ରେକର୍ଡ କରାଯାଇଛି। ପାଖାପାଖି ୬୫୦୦ କରୋନା ଆକ୍ରାନ୍ତ ଭାରତୀୟ ଇତି ମଧ୍ୟରେ ମୃତ୍ୟୁ ବରଣ…

Read More

ନୂଆପଡା : ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ 7 ବର୍ଷର ଶିଶୁକନ୍ୟା ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଆନ୍ଧ୍ରରୁ ଫେରି ଚଲାନାପଡା ଟିଏମ୍‌ସିରେ ରହିଥିଲେ ପରିବାରର 5 ସଦସ୍ୟ । ଖଡିଆଳ ବ୍ଲକ ଝୋଲାପଥର ଗ୍ରାମର ଏକ ପରିବାର ଟିଏମ୍‌ସିରେ ରହିଥିଲେ । ରାତିରେ ଝିଅକୁ ଜ୍ବର ହେବାରୁ ମେଡ଼ିକାଲ ନେବାକୁ କହିଥିଲେ ପିତାମାତା ।  ଟିଏମ୍‌ସି ଅଧିକାରୀ ମେଡ଼ିକାଲ ନ ପଠାଇବାରୁ ଝିଅର ମୃତ୍ୟୁ ହୋଇଥିବାର ଅଭିଯୋଗ କରିଛନ୍ତି ପିତାମାତା । ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ରେଗେଡା ଟିଏମ୍‌ସିରେ ମଧ୍ୟ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା । ଅସୁସ୍ଥ ଶିଶୁପୁତ୍ରଟିକୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁବରଣ କରିଥିଲା ।

Read More

ବଲାଙ୍ଗିର: ବଲାଙ୍ଗିରରେ ଡବଲ ମର୍ଡର ହୋଇଛି । ଦାଦା-ଖୁଡ଼ୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି ପୁତୁରା। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କୁଟ୍ରାବେଡ଼ା ଗାଁରେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ଜମିବାଡ଼ି ବିବାଦରୁ ଦାଦା-ଖୁଡ଼ୀଙ୍କୁ ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି। କାଲି ରାତିରେ ପୁତୁରା ସେମାନଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲା। କୂଅ ଭିତରେ ଏବେ ବି ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ପଡ଼ିଥିବା ଜଣାପଡ଼ିଛି। ପୋଲିସ୍‌ ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପଚରାଉଚୁରା କରୁଛି ।

Read More

ଭୁବନେଶ୍ବର : କରେନା ସଂକ୍ରମଣ ରୋକିବାକୁ ଆଜି କାଲି ଦୁଇ ଦିନ ଧରି 11 ଜିଲ୍ଲାରେ ସଟ୍‌ଡାଉନ୍‌ ଜାରି କରାଯାଇଛି । ଏହି ସଟ୍‌ଡାଉନ୍‌କୁ କଡାକଡି ପାଳନ ପାଇଁ ପୋଲିସ୍‌ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ଓ ଚେକିଂ ମଧ୍ୟ କରାଯାଉଛି । ତେବେ ସ୍ବାସ୍ଥ୍ୟ ଓ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଯା‘ଆସ ପାଇଁ ଅନୁମତି ମିଳିଛି । ତେବେ ଏହି 48 ଘଣ୍ଟିଆ ସଟ୍‌ଡାଉନ୍‌ରେ ‘ମୋ ବସ୍‌’ ଚଳାଚଳ ବନ୍ଦ ରହିବ । ସେହିପରି ପୋଲିସ୍ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଜମାଟୋ, ସ୍ବିଗି ଭଳି ହୋମ୍‌ ଡେଲିଭରୀକୁ ଅନୁମତି ରହିଥିବାବେଳେ ଲୋକମାନେ ପାସ୍‌ ଦେଖାଇ ଯା’ ଆସ କରିପାରିବାର ଅନୁମତି ରହିଛି । ଦୁଇ ଦିନିଆ ସଟ୍‌ଡାଉନ୍‌ ହୋଇଥିବା  ଜିଲ୍ଲାଗୁଡିକ ମଧ୍ୟରେ ରହିଛି – ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗୀର । ଏହି ସମସ୍ତ ଜିଲ୍ଲାରେ ଜୁନ୍‌…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଦୁଇଟି ନକଲି ଗୁଟ୍‌ଖା କାରଖାନା ଠାବ କରିବା ସହିତ 25 ଲକ୍ଷ ଟଙ୍କାର ନକଲି ଗୁଟ୍‌ଖା ଜବତ କରିଛି ପୋଲିସ୍‌ । ଗଞ୍ଜାମର ବାଲିସାହି ଏବଂ ବାଘୁଆପାଲି ଗ୍ରାମରେ ରହିଥିବା ଏହି ଦୁଇଟି ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ କରାଯିବା ସହିତ ବିପୁଳ ପରିମାଣରେ ଗୁଟ୍‌ଖା ଜବତ କରାଯାଇଛି । ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଗଙ୍ଗାପୁର ପୋଲିସ୍‌ ପକ୍ଷରୁ ଚଢାଉ କରାଯାଇଥିଲା । ଚଢାଉ ସମୟରେ ମାଛ ଏବଂ ଶାମୁକା ବ୍ରାଣ୍ଡର ବିପୁଳ ଗୁଟ୍‌ଖା ସହିତ କଞ୍ଚାମାଲ ଏବଂ କଞ୍ଚାମାଲ ଜବତ କରାଯାଇଥିଲା । ଜବତ ଗୁଟ୍‌ଖାର ମୂଲ୍ୟ 25 ଲକ୍ଷରୁ ଅଧିକ ହେବ ବୋଲି ପୋଲିସ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Read More