ଆର୍ଯ୍ୟା ଜରିଆରେ ଡିଜିଟାଲ୍‌ ଡେବ୍ୟୁ କରିବେ ସୁସ୍ମିତା

Published: Jun 6, 2020, 11:08 am IST

ମୁମ୍ବାଇ : ମିସ୍‌ ୟୁନିଭର୍ସ ତଥା ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ଡିଜିଟାଲ୍‌ ଡେବ୍ୟୁ ପାଇଁ ପ୍ରସ୍ତୁତି କରିସାରିଛନ୍ତି। ତାଙ୍କର ପ୍ରଥମ ଓ୍ବେବ ସିରିଜ୍‌ର ଟ୍ରେଲ୍‌ର ମଧ୍ୟ ରିଲିଜ୍‌ ହୋଇସାରିଲାଣି। ସୁସ୍ମିତା ସେନ୍‌ ଆର୍ଯ୍ୟା ଶୀର୍ଷକ ଏକ ଓ୍ବେବସିରିଜ୍‌ରେ ନଜର ଆସିବେ ।

ଏହି ସିରିଜ୍‌ର କାହାଣୀରେ ସୁସ୍ମିତା ଆର୍ଯ୍ୟା ନାମ୍ନୀ ଏକ ମହିଳା ଚରିତ୍ରରେ ନଜର ଆସିବେ । ଯିଏ ନିଜ ପିଲା ଓ ସ୍ବାମୀଙ୍କ ସହିତ ରହୁଛନ୍ତି । ତାଙ୍କ ସ୍ବାମୀ ଅବୈଧ ଡ୍ରଗ୍ସ କାରବାରରେ ଲିପ୍ତ ରହିଛନ୍ତି । ସତ ସାମ୍ନାକୁ ଆସିଲା ପରେ ଆର୍ଯ୍ୟା ପରିସ୍ଥିତିକୁ ସମ୍ଭାଳିବାକୁ କ’ଣ କରୁଛନ୍ତି, ତାହା ଏହି ଓ୍ବେବସିରିଜ୍‌ରେ ଦେଖାଯାଇଛି । ଟ୍ରେଲ୍‌ରରେ ସୁସ୍ମିତାଙ୍କ ଚରିତ୍ରର ବିଭିନ୍ନ ରଙ୍ଗ ଦେଖିବାକୁ ମିଳିଛି । ନିଜ ସନ୍ତାନ ପାଇଁ ଜଣେ ଭଲ ମା’ ହେବା ସହିତ ଡନ୍‌ ହେବାର ଯାତ୍ରାକୁ ଖୁବ୍‌ ସୁନ୍ଦର ଭାବରେ ପରଦା ଉପରେ ଉପସ୍ଥାପନା କରିଛନ୍ତି ସୁସ୍ମିତା । ଟ୍ରେଲର୍‌କୁ ଦର୍ଶକେ ବହୁତ ପସନ୍ଦ କରିଥିବାବେଳେ ଭଲ୍‌ ରେସପନ୍ସ ମଧ୍ୟ ମିଳିଛି ।

ଏହି ଓ୍ବେବସିରିଜ୍‌ରେ ସୁସ୍ମିତା ସେନ୍‌ଙ୍କ ସମେତ ଚନ୍ଦ୍ରଚୂଡ ସିଂ, ସିକନ୍ଦର ଖେର୍‌, ନମିତା ଦାସଙ୍କ ଅନ୍ୟ କଳାକାର ମାନେ ମଧ୍ୟ ନଜର ଆସିବେ । ଏହି ଓ୍ବେବ ସିରିଜ୍‌ର ନିର୍ଦ୍ଦେଶନା ଦେଇଛନ୍ତି ‘ନୀରଜା’ ଫିଲ୍ମର ନିର୍ଦ୍ଦେଶକ ରାମ ମାଧ୍‌ବାନୀ । ଏହି ଓ୍ବେବ୍‌ସିରିଜ୍‌ଟି ଜୁନ୍‌ 19ରୁ ଡିଜ୍‌ନୀ ହଟଷ୍ଟାର୍‌ରେ ଷ୍ଟ୍ରିମିଂ ହେବ ।

ସୁସ୍ମିତା ସେନ୍‌ ପ୍ରାୟ 10 ବର୍ଷ ପରେ ପୁଣି ଥରେ ପରଦାକୁ ଫେରୁଛନ୍ତି । 2010ରେ ଶେଷ ଥର ପାଇଁ ତାଙ୍କ ‘ନୋ ପ୍ରୋବ୍ଲେମ୍‌’ର ଦେଖିବାକୁ ମିଳିଥିଲା ।

Related posts