Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ଲୋକମାନେ। ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜଗତସିଂହପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ବିଜୟ ଲକ୍ଷ୍ମୀ ବେହେରା କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ୫ହଜାର ଟଙ୍କାର ଚେକ୍ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି। ବ୍ଲକର ଅଧ୍ୟକ୍ଷା ଓ ସରପଞ୍ଚ ମାନେ ଏହି ରାଶି ପ୍ରଦାନ କରିଛନ୍ତି। ସେହିପରି ଓଡ଼ିଶା ରାଜସ୍ବ ଅମଲାସଂଘ ଜଗତସିଂହପୁର ଜିଲ୍ଲା ଶାଖା ତରଫରୁ ସଭାପତି ନିହାର ରଞ୍ଜନ ଦାସ, ସମ୍ପାଦକ ଦୁର୍ଗା ପ୍ରଶନ୍ନ ଦାସ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ରାଜ୍ୟରେ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ଟଙ୍କାର ଚେକ୍ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ପୂର୍ବରୁ ରଘୁନାଥପୁର ନୀଳିମା ମହାସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୧ହଜାର ଟଙ୍କା ପ୍ରଦାନ କରିଥିଲେ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବର୍ତ୍ତମାନ ସାରା ପୃଥବୀ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଛି। ଏଭଳି ବିପତ୍ତି ବର୍ତ୍ତମାନର ମଣିଷ ମାନେ କେବେ ବି ଦେଖିନଥିଲେ। ହାହାକାରମୟ, ଆତଙ୍କିତ, ଆଶଙ୍କିତ ପରିବେଶ। ନୀରବତାର ପୃଥିବୀରେ ଏକରୁ ଅନେକ ମଣିଷ ମନରେ ସେଇ କେବଳ ଗୋଟିଏ ପ୍ରଶ୍ନ, କେବେ ଘଟିବ ଅନ୍ତ? କରୋନାର କରୁଣ ପ୍ରହାର ଆଗରେ ହାର ମାନିଛି ସଭ୍ୟ ସମାଜର ଜ୍ଞାନବିଜ୍ଞଶନ ବୌଦ୍ଧିକ ଚେତନାର ସମସ୍ତ ସୂତ୍ର। ହେଲେ ଯେଉଁ ମଣିଷମାନେ ପ୍ରତିଦିନ ସନ୍ତୁଳିତ ହୋଇ ଅକୁହା ବେଦନାର ଚିନ୍ତାଗ୍ରସ୍ତ ଚାପରେ ଷଢ଼ୁଛନ୍ତି ସେଇ ମଣିଷର କଥା, ବ୍ୟଥା ଲେଖିଲେ କଲମ ମଧ୍ୟ କାନ୍ଦି ଉଠିବ। ଗଂଜାମ ଜିଲ୍ଲାରେ ୧୬ ଦିନ ପୂରଣ କରିଛି ଲକ୍‌ଡ଼ାଉନ୍। ବ୍ରହ୍ମପୁର ସହରର ନିକଟବର୍ତ୍ତୀ ଅଂଚଳରେ ବସବାସ କରୁଥିବାଖଟିଖିଆ, ଦିନ ମଜୁରିଆ, ରିକ୍‌ସା ଚାଳକ ଶ୍ରମ ଜୀବନର ଦୁଃଖ ଅଜାଡ଼ି ହୋଇ ପଡ଼ିଛି ପାହାଡ଼ ଉପରେ ଏମାନଙ୍କ ସଂସାରରେ। ଛୋଟ କୁଡ଼ିଆ ତଳେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆଜି କୋଭିଡ-୧୯ର ଓଡ଼ିଶା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ୨୩ତମ ସଂସ୍କରଣରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ସ୍ବାସ୍ଥ୍ୟ କର୍ମୀ, ନର୍ସ, ଧାଈଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କରୋନା ଯୁଦ୍ଧରେ ମହାଯୋଦ୍ଧା ସାଜିଥିବା ଏହି  ସ୍ବାସ୍ଥ୍ୟ କର୍ମୀଙ୍କୁ ଏହି ଦିନଟିକୁ ଉତ୍ସର୍ଗୀକୃତ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ସ୍ବାସ୍ଥ୍ୟ କର୍ମୀ, ନର୍ସ, ଧାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବୋଲି କହିଛନ୍ତି ବାଗ୍‌ଚୀ। ସେହିପରି ଦେଶ ତଥା ରାଜ୍ୟର ସଂକଟ ସମୟରେ ଆମର ପ୍ରଶାସକମାନେ କେତେ ଦାୟିତ୍ବଶୀଳ ଭାବେ ନିଜ କାର୍ଯ୍ୟ ପ୍ରତି କର୍ତ୍ତବ୍ୟନିଷ୍ଠ ରହୁଛନ୍ତି ସେ ସମ୍ପର୍କରେ ମଧ୍ୟ କହିଛନ୍ତି। ଆଜି ଓଡ଼ିଶା ସରକାରଙ୍କ ପ୍ରଶାସନିକ କାର୍ଯ୍ୟ କରୁଥିବା ୯୮ବର୍ଷୀୟ ଦାମୋଦର ଚଇନିଙ୍କ ପରଲୋକ ହୋଇଯାଇଛି। ତାଙ୍କର ପୁତ୍ର ତଥା କଟକ ଜିଲ୍ଲାପାଳ ଭବାନୀ ଚଇନି ଏପରି ସମୟରେ ମଧ୍ୟ ନିଜ କର୍ତ୍ତବ୍ୟନିଷ୍ଠତାର ପ୍ରମାଣ ଦେଖାଇଛନ୍ତି। ସେ ପିତାଙ୍କ ମୁତ୍ୟୁ ଖବର ପାଇଁ ମଧ୍ୟ ନିଜ କାର୍ଯ୍ୟକୁ ସମ୍ପାଦନ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଟ୍ରେନିଂ ବେଳେ ଗ୍ରେନେଡ୍‌ ବିସ୍ଫୋରଣରେ ଜଣେ ହାବିଲ୍‌ଦାର ଶହୀଦ। ଏହି ଘଟଣାରେ ଅନ୍ୟ ଦୁଇ ହାବିଲଦାରଙ୍କ ଅବସ୍ଥା ଗୁରୁତର ରହିଛି। ଚନ୍ଦକା ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ଏହି ଦୁର୍ଘଟଣା ଘଟିଛି। ଶହୀଦ୍‌ ହୋଇଥିବା ହାବିଲଦାର ବରଗଡର ୩୦ ବର୍ଷୀୟ ପ୍ରକାଶ ସାହୁ ବୋଲି ଜଣାପଡିଛି। ଜଣେ ଟ୍ରେନି କ୍ୟାଡେଟର ଜୀବନ ବଞ୍ଚାଇବାକୁ ଯାଇ ଶହୀଦ ହୋଇଥିବାର ଜଣାପଡିଛି। ଅନ୍ୟ ଦୁଇ ହାବିଦଲଦାରଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତିକୁ ନେଇ କୋଭିଡ-୧୯ର ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଏଯାବତ୍‌ ୨୨୧୫ଟି ସାମ୍ପଲ୍‌ ପରୀକ୍ଷା କରାଯାଇଛି। ୪୨ଟି ପଜିଟିଭି ମିଳିଛି। ଦୁଇଜଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଥିବାବେଳେ ଆଜି ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଆଜି ଗୋଟିଏ ଦିନରେ ବିଶ୍ବରେ ୫ ହଜାର ମୃତ୍ୟୁ ଘଟିଛି ବୋଲି କହିଛନ୍ତି ବାଗ୍‌ଚୀ। ସେହିପରି ଆଜି ୨୦୮ଟି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୪୯,୮୮୯କୁ ବୃଦ୍ଧି ଘଟିଛି। ସେହିପରି ଓଡ଼ିଶାର ନିଜାମୁଦ୍ଦିନ ଫେରନ୍ତାଙ୍କ ସଂଖ୍ୟା ୭୦କୁ ବୃଦ୍ଧି ହୋଇଛି ବୋଲି କହିଛନ୍ତି ବାଗ୍‌ଚୀ। ପୂର୍ବରୁ ୨୮ ଜଣ ୧୦୪ଜରିଆରେ ନାମ ପଞ୍ଜୀକରଣ କରିଥିବାବେଳେ ମୁଖ୍ୟମନ୍ତ୍ରୀ ଅପିଲ୍‌ ପରେ  ଆଉ ୪୨ଜଣ ନାମ ପଞ୍ଜୀକରଣ କରିଛନ୍ତି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ରାଜ୍ୟରେ ୧୦୪ ହେଲପ୍‌ ଲାଇନ ଜାରି ହୋଇଥିବାବେଳେ ଏବେ ସ୍ବତନ୍ତ୍ର ଟେଲି ମେଡିସିନ୍‌ ହେଲପ୍‌ ଲାଇନ ଜାରି ହେବ ବୋଲି ସୂଚନା ରହିଛି। ରାଜ୍ୟରେ ସ୍ବତନ୍ତ୍ର ଟେଲି ମେଡିସିନ ହେଲପ୍‌ ଲାଇନ ନଂ-୧୪୪୧୦ ଜାରି ହେବ। ଏହି ହେଲପ୍‌ ଲାଇନ୍‌ରେ ଫୋନ୍‌ କଲେ ଡାକ୍ତରୀ ପରାମର୍ଶ ମିଳିପାରିବ ବୋଲି ସୂଚନା ଦେଇଛନ୍ତି ପ୍ରଶାସକ କ୍ରିଷ୍ଣନ କୁମାର। ଟେଲି ମେଡିସିନ୍‌ ପରାମର୍ଶ ପାଇଁ ତିନିଶହ ଡାକ୍ତର ନିଯୁକ୍ତି ହୋଇଛନ୍ତି। ଆସନ୍ତାକାଲି ଦିନ ୧୧ଟାରୁ ଏହି ହେଲପ୍‌ ଲାଇନ୍‌ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ରହିଛି।

Read More

ଭୁବନେଶ୍ବର: କରୋନା ରୋଗୀର ମୃତ୍ୟୁ ଏବଂ ଶବସତ୍କାର ସମ୍ପର୍କରେ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ଜନିତ ପ୍ରଥମ ମୃତ୍ୟୁ ହୋଇଛି। ସରକାରଙ୍କ ତତ୍ତ୍ବାବଧାନରେ ତାଙ୍କର ଅନ୍ତିମ ସଂସ୍କାର ହେବ। ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ସରକାରୀ ତତ୍ତ୍ବାବଧାନରେ ସଂସ୍କାର ହେବ ବୋଲି ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସମ୍ପର୍କରେ କେନ୍ଦ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନାରେ ମୃତ୍ୟୁ ହେଲେ କେନ୍ଦ୍ର ନିର୍ଦ୍ଦେଶନାମା ଅନୁଯାୟୀ ଅନ୍ତିମ ସଂସ୍କାର କରାଯିବ ବୋଲି କହିଛନ୍ତି ବାଗ୍‌ଚୀ। କରୋନାରେ ମୃତ୍ୟୁ ଘଟିଲେ ରାଜ୍ୟସରକାରଙ୍କୁ ହସ୍ପିଟାଲ ଶବ ଦେବ ବୋଲି କହିଛନ୍ତି ବାଗ୍‌ଚୀ।

Read More

ନୂଆଦିଲ୍ଳୀ : ଦେଶରେ ଦିନକୁ ଦିନ କରୋନା ଜନିତ ମାମଲା ବୃଦ୍ଧି ପାଉଛି ଏବଂ ଦିଲ୍ଲୀ ମଧ୍ୟ ପଛରେ ନାହିଁ। ଏପର୍ଯ୍ୟନ୍ତ ଦିଲ୍ଲୀରେ 525ଟି କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ମୃତ୍ୟୁ ସଂଖ୍ୟା 7ରେ ପହଞ୍ଚିଛି ।  ସଂକ୍ରମିତଙ୍କ ମଧ୍ୟରେ 329 ଜଣ ହେଉଛନ୍ତି ନିଜାମୁଦ୍ଦିନ ଫେରନ୍ତା। ଦିଲ୍ଲୀରେ କରୋନାକୁ ସାମ୍ନା କରିବାକୁ ଦିଲ୍ଲୀ ସରକାର ଏକ ବଡ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହାକୁ ଫାଇଭ୍‌ଟି ନାମରେ ନାମିତ କରାଯାଇଛି। ଫାଇଭ୍‌ ଟିର ପ୍ରଥମ ଟିରେ ଟେଷ୍ଟିଂ ରହିଥିବାବେଳେ ଦ୍ବିତୀୟ ଟିରେ ଟ୍ରେସିଂ, ତୃତୀୟ ଟିରେ ଟ୍ରିଟିମେଣ୍ଟ, ଚତୁର୍ଥ ଟିରେ ଟିମ୍‌ ଓ୍ବାର୍କ ଓ ପଞ୍ଚମ ଟିରେ ରହିଛି ଟ୍ରାକିଂ ଓ ମନିଟିରଂ । ଏହି ମେଗା ଫାଇଭ୍‌ ଟିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ କିଛି ଦିନ ମଧ୍ୟରେ ଦିଲ୍ଲୀ ସରକାର ଏକ ଲକ୍ଷରୁ ଅଧିକ କରୋନା ଭାଇରସ ପରୀକ୍ଷା କରିବେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ 8500 ଲୋକଙ୍କର…

Read More

ମଧ୍ୟପ୍ରଦେଶ :  କରାେନା ସହ ଲଢେଇରେ କରୋନ ଯୋଦ୍ଧାଙ୍କୁ ସାହାଯ୍ୟ କରୁଛନ୍ତି କଏଦୀମାନେ । କରୋନା ଭାଇରସ୍‌ କାରଣରୁ ସୃଷ୍ଟି ହୋଇଥିବା ସୁରକ୍ଷା ଉପକରଣର ଅଭାବକୁ ଦୂର କରିବାରେ ସାହାଯ୍ୟ କରୁଛନ୍ତି କଏଦୀ । ବୈତୁଲ୍‌ରେ ସ୍ବାସ୍ଥ୍ୟ ଅଧିକାରୀ  କହିଛନ୍ତି ଯେ, କଏଦୀଙ୍କ ସହାୟତାରେ ସୁରକ୍ଷା କିଟ୍‌ ପ୍ରସ୍ତୁତ କରାଯାଊଛି। ପିପିଇ କିଟ୍‌ ସହିତ କଏଦୀମାନେ ପ୍ଲାଷ୍ଟିକ୍‌ର ‘ଫେସ୍‌ ସିଲ୍ଡ’ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଯାହାକୁ ଦଉଡ଼ି ସାହାଯ୍ୟରେ ମୁହଁରେ ଲଗାଯାଇପାରିବ । ବୈତୁଲ୍‌ର ମୁଖ୍ୟ ଚିକିତ୍ସା ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ମତରେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପିପିଓ କିଟ୍‌କୁ ବିକଶିତ କରାଯାଉଛି । ବୈତୁଲ୍‌ ଜେଲର କଏଦୀମାନେ ଏହି କିଟ୍‌ ପ୍ରସ୍ତୁତରେ ସହଯୋଗ କରୁଛନ୍ତି । ଏହି କାର୍ଯ୍ୟ ପାଇଁ ସ୍ଥାନୀୟ ସାଂସଦଙ୍କ ତରଫରୁ କିଛି ଫଣ୍ଡର ବିନିଯୋଗ କରାଯାଇଛି । ପୂର୍ବରୁ ଏହି କଏଦୀମାନେ ମାସ୍କ ପ୍ରସ୍ତୁତ କରୁଥିଲେ । ଏପର୍ଯ୍ୟନ୍ତ 30 କିଟିସ୍‌ ପ୍ରସ୍ତୁତ କରିସାରିଲେଣି ଏହି…

Read More

କନ୍ଦର୍ପ ବେହେରା ରେଢାଖୋଲ: ଗତକାଲି ତେରବେଡା ଗ୍ରାମର ଜନୈକା ବିବାହିତା ମହିଳା ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇ ଆଉ ଘରକୁ ଫେରି ନ ଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ ଗତକାଲି ସକାଳେ ରେଢାଖୋଲ ଥାନା ତେରବେଡା ଗ୍ରାମର ଅଶ୍ୱିନୀ କୁମାର ସାହୁଙ୍କ ପତ୍ନୀ ନିଜ ସ୍ୱାମୀ ଏବଂ ନିଜର ଜନୈକ ସଂପର୍କିୟଙ୍କ ସହ ନିକଟସ୍ଥ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ। ସେମାନେ ମହୁଲ ଗୋଟାଉଥିବା ସମୟରେ ନିଖୋଜ ମହିଳା ତାଙ୍କ ସ୍ୱାମୀଙ୍କୁ ଘରକୁ ଯାଇ ଭାତ ଆଣିବାକୁ କହିଥିଲେ। ତାଙ୍କ ସ୍ୱାମୀ ଭାତ ପାଇଁ ଘରକୁ ଯାଇଥିଲେ। ସେମାନେ ଦି ଜଣ ମହିଳା ମହୁଲ ଗୋଟାଉଥିବା ସମୟରେ ହଠାତ୍ ମହିଳା ଜଣଙ୍କ ଜଙ୍ଗଲରୁ ନିଖୋଜ ହୋଇଯାଇଥିଲେ। ସ୍ୱାମୀ ଭାତ ଧରି ଜଙ୍ଗଲରେ ପହଂଚିଲା ବେଳକୁ ସେମାନେ ଆଉ ତାକୁ ପାଇ ନଥିଲେ। ଘରକୁ ଆସି ଗାଁ ଲୋକଙ୍କ ସାମ୍ନାରେ ପ୍ରକାଶ କରିଥିଲେ। ଗ୍ରାମର ୫୦ ଜଣ ଲୋକ ଜଙ୍ଗଲକୁ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଓଡ଼ିଶାରୁ ପ୍ରଥମ ମୁଣ୍ଡ ନେଲା କରୋନା। ଭୁବନେଶ୍ବର ଅଞ୍ଚଳର ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଛି। ରାଜ୍ୟର ପ୍ରଥମ କରୋନା ମୃତ୍ୟୁ ଭାବେ ଏହି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଝାରପଡା ଅଞ୍ଚଳର ଏହି ବ୍ୟକ୍ତି ଜଣକ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ। ଶ୍ବାସକଷ୍ଟରେ ପୀଡ଼ିତ ହୋଇ ଏପ୍ରିଲ୍‌ ୪ରେ ଏହି ବ୍ୟକ୍ତି ଜଣକ ଏମ୍ସରେ ଭର୍ତ୍ତି ହୋଇଥିଲେ। ନମୁନା ପରୀକ୍ଷଣରୁ କରେନା ପଜିଟିଭି ଚିହ୍ନଟ ହୋଇଥିଲା। ଗତକାଲି ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ତାଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କର କ୍ରୋନିକ ହାଇପରଟେନସନ୍‌ ଥିଲା। ମୃତ ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ଓ କଣ୍ଟେନେମଣ୍ଟ ପ୍ରକ୍ରିୟା ଜାରି ରହିଛି। ପୂର୍ବରୁ ବ୍ୟକ୍ତିଙ୍କଠାରେ କୌଣସି ପ୍ରକାରର କରୋନା ଲକ୍ଷଣ ଦେଖିବାକୁ ମିଳିନଥିଲା। ବ୍ୟକ୍ତିଙ୍କ ମୃତ୍ୟୁ ପରେ କରୋନା…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଭୁବନେଶ୍ବରରେ ପୁଣି ଜଣେ କରୋନା ପଜିଟିଭି ଚିହ୍ନଟ। ଆକ୍ରାନ୍ତ ଜଣକ ୟୁନିଟ୍‌-୪ ମଧୁସୂଦନ ନଗର ଅଞ୍ଚଳର ବୋଲି ଜଣାପଡିଛି।ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ଓ କଣ୍ଟାକ୍ଟ ସମ୍ପର୍କରେ କିଛି ଜଣାପଡିନାହିଁ । ଭୁବନେଶ୍ବରରେ ସର୍ବମୋଟ ୩୫ ଜଣ ଆକ୍ରାନ୍ତ ମିଳିଥିବେଳେ। ରାଜ୍ୟରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ଭୁବନେଶ୍ବରରେ ସର୍ବାଧିକ କରୋନା ଆକ୍ରାନ୍ତ ବମିଖାଲରୁ ମିଳିଥିବାବେଳେ ସୂର୍ଯ୍ୟନଗର, କପିଳପ୍ରସାଦ, ଶହିନଗରରୁ ମଧ୍ୟ କରୋନା ଆକ୍ରାନ୍ତ ରହିଛନ୍ତି।

Read More

ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗରେ ସାପ୍ତାହିକ ହାଟରେ ଆଜି ଦେଖିବାକୁ ମିଳିଛି ସାମାଜିକ ଦୂରତ୍ବ। ସାମାଜିକ ଦୂରତ୍ବକୁ ମାନି ଲୋକମାନେ ହାଟରୁ ପରିବାପତ୍ର କିଣିଛନ୍ତି। ଦୋକାନୀଙ୍କଠାରୁ ଆରମ୍ଭ କରି ଗ୍ରାହକମାନେ ସମେସ୍ତ ଏହି ନିୟମକୁ  ସଠିକ୍‌ ରୂପେ ପାଳନ କରିଛନ୍ତି। କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ତହସିଲଦାର ପ୍ରଭାସ ରଞ୍ଜନ ଦେହୁରା, ଭାରପ୍ରାପ୍ତ ବିଡିଓ ପୂଜା ଲେଙ୍କା ତତ୍ତ୍ବାବଧାନରେ ଆଜି ଶୃଙ୍ଖଳିତ ଭାବେ ସାମାଜିକ ଦୂରତ୍ବ ନିୟମ ଅନୁସାରେ ହାଟ ଅନୁଷ୍ଠିତ ହୋଇଥିଲା। ଆଜି କୁଜଙ୍ଗ ସାପ୍ତାହିକ ହାଟ କଟକ ପାରାଦ୍ଵୀପ ରାସ୍ତାର ଉଭୟ ପାର୍ଶ୍ବରେ ବସିଥିଲା। ଲୋକମାନେ ନିର୍ଦ୍ଦିଷ୍ଟ ଦୂରତ୍ବରେ ରହି କିଣାକିଣି କରିଥିବାର ନଜର ଆସିଥିଲା। ଲୋକମାନେ ଚାଲି ଚାଲି ପରିବା କିଣିବାକୁ ଆସିଥିବାବେଳେ କେହି କେହି ସାଇକେଲ୍‌ ଦ୍ବାରା ମଧ୍ୟ ବଜାରକୁ ଆସିଥିଲେ। କେହି ଦୁଇଚକିଆ ଯାନର ବ୍ୟବହାର ନ କରିଥିବାବେଳେ ସରକାରଙ୍କ ନିୟମକୁ ସଠିକ୍‌ ରୂପେ ପାଳନ କରିଥିବାର ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ,…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କରୋନା ମୁକାବିଲାକୁ ନେଇ ଆଜି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରେସ ମିଟ୍‌ କରିଛନ୍ତି। ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ସ୍ବାସ୍ଥ୍ୟ କର୍ମୀ, ଡାକ୍ତର, ନର୍ସ, ଧାଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ସମସ୍ତଙ୍କୁ  ଶୁଭେଚ୍ଛା ଜଣାଇବା ସହ ରାଜ୍ୟବାସୀଙ୍କୁ କୋଭିଡ୍‌ ହସ୍ପିଟାଲ ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ କିଛି ଡାକ୍ତରଖାନାର  ସ୍ବାସ୍ଥ୍ୟ କର୍ମୀମାନେ କୋଭିଡ୍‌-୧୯ରେ ସଂକ୍ରମିତ ହେବା ଖବର ଆସିବା ପରେ ସାଧାରଣରେ ଟିକେ ଭୟ ସୃଷ୍ଟି ହୋଇଥିଲା। ଏହି ଭୟକୁ ଦୃଷ୍ଟିରେ ରଖି ଆଜି ସ୍ବାସ୍ଥ୍ୟ ସଚିବ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୭ଟି କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ଅନ୍ୟାନ୍ୟ ହସ୍ପିଟାଲରେ କୋଭିଡ୍‌ ରୋଗୀ ନାହାନ୍ତି। ରାଜ୍ୟର ବଡ ହସ୍ପିଟାଲ ତଥା କଟକର ଏସ୍‌ସିବିରେ କେହି କରୋନା ସଂକ୍ରମିତ ନଥିବାର ଜଣାଇଛନ୍ତି ସ୍ବାସ୍ଥ୍ୟ ସଚିବ। ସେହିପରି ଲୋକମାନେ କେବଳ କୋଭିଡ୍‌ ହସ୍ପିଟାଲକୁ ଛାଡି…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନା ମହାମାରୀକୁ ଗୁରୁତର ସହ ନେଇ କେନ୍ଦ୍ର ସରକାର ଜାରି କରିଥିବା ୨୧ଦିନିଆ ଲକ ଡାଉନର ନିର୍ଦ୍ଦେଶକୁ ରାଜ୍ୟ ସରକାର କଡ଼ାକଡ଼ି ଭାବେ ପୁରା ରାଜ୍ୟରେ ଲାଗୁ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲକ ଡାଉନକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଖୋର୍ଦ୍ଧା ଜିଲ୍ଲାର ବାଣପୁର ଓ ବାଲୁଗାଁ ଅଞ୍ଚଳକୁ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରିଦର୍ଶନରେ ଆସି ଲକ ଡାଉନର ସ୍ଥିତି ସମୀକ୍ଷା କରିଥିଲେ। ଏହି ସମୟରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାଣପୁର ଓ ବାଲୁଗାଁ ଅଞ୍ଚଳରେ ଲକ ଡାଉନ କଟକଣାକୁ ଆହୁରି କଠୋର କରିବା ପାଇଁ ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। କୌଣସି ବ୍ୟକ୍ତି ପଦାକୁ ଗାଡ଼ି ନେଇକି ଯାଇପାରିବେନି ଓ ଯଦି ଗାଡ଼ି ନିଅନ୍ତି ତାହାଲେ ତାଙ୍କ ଗାଡ଼ି…

Read More

ବବୁଲୁ ସାହୁ କଳାହାଣ୍ଡି: ପଶ୍ଚିମ ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଳାହାଣ୍ଡି ଜିଲ୍ଲାପାଳ କରୋନାକୁ ନେଇ ସଚେତନତାର ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତ୍ବ ଅପରିହାର୍ଯ୍ୟ। ସାମାଜିକ ଦୂରତ୍ବକୁ ମାନିବା ସହିତ ସରକାରଙ୍କ ନିୟମକୁ ସଠିକ୍‌ ରୂପେ ପାଳନ କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ। ବିଶେଷକରି ଦୋକାନକୁ ଯିବା ସମୟରେ ସାମାଜିକ ଦୂରତ୍ବକୁ ଗୁରୁତ୍ବର ସହ ନେବାକୁ କହିଛନ୍ତି କଳାହାଣ୍ଡି ଜିଲ୍ଲାପାଳ। ଗହଳି ନ କରିବା ସହିତ ନିର୍ଦ୍ଦିଷ୍ଟ ଦୂରତାରେ ରହି ଦୋକାନରୁ ଜିନିଷ ଆଣିବା ପାଇଁ କହିଛନ୍ତି ଜିଲ୍ଲାପାଳ। ସାମାଜିକ ଦୂରତ୍ବ ରକ୍ଷା କରିପାରିଲେ ଆମେ ସଂକ୍ରମଣରୁ ବର୍ତ୍ତିପାରିବା ବୋଲି କହିଛନ୍ତି ଜିଲ୍ଲାପାଳ। https://www.youtube.com/watch?v=PnpKCM7RLOc ସୂଚନାଯୋଗ୍ୟ, ଓଡ଼ିଶାରେ ଏବେ ସର୍ବମୋଟ 40 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଦୁଇଜଣ…

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଯୋଗୁଁ ଦୁନିଆରେ ଏବେ ଲକ୍‌ ଡାଉନ ସ୍ଥିତି ଉପୁଜିଛି । ଏପରି ସମୟରେ ସମେସ୍ତ ନିଜ ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତେବେ ଏପରି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଲକ୍‌ଡାଉନ୍‌ ଯୋଗୁଁ ସାରା ଦୁନିଆରେ ଘରୋଇ ହିଂସାର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାର ନଜର ଆସିଛି । ଲକ୍‌ ଡାଉନ୍‌ ଯୋଗୁଁ ମହିଳାମାନେ ନିଜ ଘରେ ଅସୁରକ୍ଷିତ ରହୁଥିବାର ସୂଚନା ମିଳିଛି । ସଂଯୁକ୍ତରାଷ୍ଟ୍ରର ମହାସଚିବ ଆଣ୍ଟୋନିଆ ଗୁତାରେସ ଏହି ସମ୍ପର୍କରେ ପୃଷ୍ଟି କରିଛନ୍ତି । କରୋନା ଭାଇରସ୍‌କୁ ହରାଇବା ପାଇଁ ଲକ୍‌ ଡାଉନ୍‌ ଲଗାଯାଇଛି । କିନ୍ତୁ ଏହି ସମୟରେ ବହୁ ସଂଖ୍ୟାରେ ମହିଳାମାନେ ନିଜ ସାଥୀଙ୍କ ହିଂସାର ଶିକାର ହେଉଛନ୍ତି । ଗତ କିଛି ସପ୍ତାହ ଭିତରେ ମହିଳାମାନେ ଘରୋଇ ହିଂସାର ଆକ୍ରମଣ ହେଉଥିବାର ମାମଲା ଦ୍ରୁତଗତିରେ ବଢିଚାଲିଛି । ଏଥିପାଇଁ ସଂଯୁକ୍ତରାଷ୍ଟ୍ରର ମହାସଚିବ…

Read More

ଭୁବନେଶ୍ବର : କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଘରୁ ବାହାରକୁ ବାହାରିଲେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଛି । ରାଜ୍ୟ ତମାମ ଲୋକେ ମାସ୍କ ପିନ୍ଧିବାକୁ ହୋଇଛି ନିଷ୍ପତ୍ତି। ମାସ୍କ ନଥିଲେ ସଫା ରୁମାଲ କିମ୍ବା କପଡ଼ା ମୁହଁରେ ବାନ୍ଧିବାକୁ କୁହାଯାଇଛି। ଆସନ୍ତା ନଅ ତାରିଖ ସକାଳ 7ଟାରୁ ଏହି ନିୟମ ସାରା ରାଜ୍ୟରେ କଡ଼ାକଡ଼ି ଲାଗୁ ହେବ। ଯଦି ମାସ୍କ ନଥିବେ ତେବେ ଏଥିପାଇଁ ରୁମାଲ୍‌, ଗାମୁଛା ବା ସଫା କପଡାକୁ ବ୍ୟବହାର କରିହେବ । ପୂର୍ବରୁ ଗଞ୍ଜାମ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ବାଧ୍ୟତାମୂଳକ ମାସ୍କ ବ୍ୟବହାର ପାଇଁ ନିଷ୍ପତ୍ତି ନେଇସାରିଛନ୍ତି । ଏହି ନିୟମ ଉଲ୍ଲଂଘନ କଲେ ସେଠାରେ ଜରିମାନା ମଧ୍ୟ ଆଦାୟ କରାଯାଉଛି । କିନ୍ତୁ ଏବେ…

Read More

ପଞ୍ଜାବ : କରୋନା ଯୋଗୁଁ ବିଶ୍ବରେ 74ହଜାରର ଉର୍ଦ୍ଧ୍ବ ମୃତ୍ୟୁବରଣ କରିଥିବାବେଳେ ଏବେ 13 ଲକ୍ଷ ଲୋକେ ସଂକ୍ରମିତ ହୋଇଛନ୍ତି । ଏହା ମଧ୍ୟରେ କରୋନା ସନ୍ଦେହରେ ବିଭିନ୍ନ ଜାଗାରେ ଆତ୍ମହତ୍ୟା ପରି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ପଞ୍ଜାବର କପୁରଥଲାରୁ ଏପରି ଏକ ମାମଲା ଦେଖିବାକୁ ମିଳିଛି । ଏଠାରେ ଜଣେ 65 ବର୍ଷୀୟା ମହିଳା କରୋନା ସନ୍ଦେହରେ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ହେଉଛନ୍ତି ଖୁର୍ମପୁର ଗ୍ରାମର ସନ୍ତୋଷ କୌର । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଶବର ପୋଷ୍ଟମର୍ଟମ୍‌ ପାଇଁ ପଠାଇଥିଲେ । ସନ୍ତୋଷ କୌର୍‌ଙ୍କ ଚାରି ଝିଅ ଥିବାବେଳେ ସେମାନେ ସମସ୍ତ ବିବାହିତ ହୋଇଥିବାବେଳେ ଗତ ବର୍ଷ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇସାରିଥିଲା । ସନ୍ତୋଷ ଏକାକୀ ଘରେ ରହୁଥିବାବେଳେ ଗତ କିଛି ଦିନ ହେବ ତାଙ୍କ ଗଳା ଖରାପ ରହିଥିଲା । ଏଥିପାଇଁ ସେ ମେଡ଼ିସିନ୍‌ ମଧ୍ୟ ନେଉଥିଲେ । ଗଳା ଖରାପ…

Read More

ନୂଆଦିଲ୍ଲୀ, କରୋନା ସଂକ୍ରମଣ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ନେଇଛି ଭିନ୍ନ ପଦକ୍ଷେପ। ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ୟୁଜିସି ଏବଂ ବିଭିନ୍ନ ସ୍ଵୟଂଶାସିତ ସଂସ୍ଥାର ମୁଖ୍ୟମାନଙ୍କୁ ମାର୍ଗଦର୍ଶିକା ଜାରି କରିଛି । କୋଭିଡ-19 ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସମ୍ଭାବ୍ୟ ମନସ୍ତାତ୍ଵିକ ବିଷାଦକୁ ଦୃଷ୍ଟିରେ ରଖି ବିଶ୍ଵବିଦ୍ୟାଳୟ ମଞ୍ଜୁରି ଆୟୋଗ ସମସ୍ତ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକୁ କେତେକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି । ସେଗୁଡିକ ହେଲା ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳର ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସମ୍ଭାବ୍ୟ ମନସ୍ତାତ୍ଵିକ ବିଷାଦକୁ ଦୃଷ୍ଟିରେ ରଖି ହେଲ୍ପଲାଇନ ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଗୁଡିକ ନିୟମିତ ଭାବେ ନଜରରେ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ, ପତ୍ରାଚାର ଓ ନିବେଦନ ଜରିଆରେ ଶାନ୍ତ ଓ ମାନସିକ ଚାପ ମୁକ୍ତ ରହିବା ପାଇଁ କୁହାଯାଇଛି । ଏହା ଟେଲିଫୋନ,…

Read More