ଭୁବନେଶ୍ବର, ସୋଆ ବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟରେ ଉଦଘାଟିତ ହୋଇଛି ରାଜ୍ୟର ସବୁଠାରୁ ବଡ ଏବଂ ଅତ୍ୟାଧୁନିକ କୋଭିଡ19 ହସପିଟାଲ। ସମ ହସପିଟାଲ ଦ୍ବାରା ପରିଚାଳିତ ଏହି ହସପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେସିଂ ଜରିଆରେ ଉଦଘାଟନ କରିଛନ୍ତି। ଏଥିରେ ମୋଟ 5ଶହ ବେଡ ଥିବା ବେଳେ 20ଟି ଆଇସିୟୁ ମଧ୍ୟ ରହିଛି। ଖୁବ କମ ସମୟରେ ଏପରି ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ସୋଆର ପ୍ରତିଷ୍ଠାତା ଏବଂ କର୍ତ୍ତୁପକ୍ଷଙ୍କୁ ପ୍ରଶଂସା କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ଏହି ହସପିଟାଲର ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମିଙ୍କ ସହିତ ମଧ୍ୟ ଭିଡିଓ କନଫ୍ରେସିଂ ମାଧ୍ୟମରେ ଆଲୋଚନା ମଧ୍ୟ କରିଥିଲେ। ଏହି ଅତ୍ୟାଧୁନିକ କୋଭିଡ ହସପିଟାଲ ସୋଆ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ଦୁଇ ରେ ନିର୍ମାଣ କରାଯାଇଛି। ଏହି ସ୍ବତନ୍ତ୍ର ହସପିଟାଲ ନିର୍ମାଣ କରିବା ପାଇଁ ଭାରତ ସରକାରଙ୍କ ମହାନଦୀ କୋଲଡ ଫିଲଡସ୍ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଛି। ମୁଖ୍ୟମନ୍ତ୍ରୀ ସୋଆ ବିଶ୍ବବିଦ୍ୟାଳୟକୁ ଧନ୍ୟବାଦ…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଅମାନିଆଙ୍କ ଗାଡି ସିଜ୍ କରିଛି କମିଶନରେଟ୍ ପୋଲିସ୍। ରାଜଧାନୀ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ଲୋକେ କିନ୍ତୁ ଗାଇଡ୍ ଲାଇନ୍ ମାନୁନାହାନ୍ତି। ସାମାଜିକ ଦୂରତ୍ବ ରକ୍ଷା କରିବାକୁ ପୋଲିସ୍ ଓ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବାବେଳେ ଏହାକୁ ଉଲ୍ଲଂଘନ କରୁଛନ୍ତି ରାଜଧାନୀବାସୀ। ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ବାହାରେ ବିନା କାରଣରେ ବୁଲୁଛନ୍ତି ଏହି ଅମାନିଆ ଗୋଷ୍ଠୀ। ତେବେ ପୋଲିସ ଏଭିଳି ଲୋକଙ୍କ ଗାଡ଼ି ସିଜ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କଟକ-ଭୁବନେଶ୍ବରରେ 48 ଘଣ୍ଟିଆ ସଟ୍ଡାଉନ ଉଠିବା ପରେ ଏବେ ଲଡାଉନ୍ କଟକଣା ଜାରି ରହିଛି। ବଜାରକୁ ପରିବା ଓ ଗ୍ରୋସରୀ ଆଦି କିଣିବାକୁ ଗଲେ ଗାଡ଼ି ନ ନେବାକୁ ଭୁବନେଶ୍ୱର ଡିସିପି କହିଛନ୍ତି। କିନ୍ତୁ ଏହାକୁ ଖାତିର୍ କରି ନାହାନ୍ତି ଏହି ଟୁଇନ୍ ସିଟିରେ ଲୋକେ। ଅମାନିଆ ହୋଇ ଗାଡି ନେଇ ବାହାରକୁ ବାହାରିଛନ୍ତି। ଏହି କ୍ରମରେ…
ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି କହିଛନ୍ତି ଯେ, ଆଜି ସମସ୍ତ ମାନବ ଜାତି ସଂକଟରେ ଅଛି । ବିଷମ ପରିସ୍ଥିତିରେ ଦେଶର ସେବା ପାଇଁ ଆମ ସଂସ୍କାର, ସମର୍ପଣ ଓ ପ୍ରତିବଦ୍ଧତାକୁ ନେଇ ଆମେ ସଶକ୍ତ ମାର୍ଗ ପ୍ରସ୍ତୁତ କରିବା ବୋଲି କହିଛନ୍ତି ମୋଦି । ସେହିପରି କରୋନା ଭାଇରସ ସହ ଲମ୍ବା ଲଢେଇ ସହ ସାହସର ସହ ଲଢିବାର ଅଛି, ନ ଥକି ନ ହାରି ଆମେ ବାଜି ମାରିବା ବୋଲିକହିଛନ୍ତି ମୋଦି । କରୋନା ସହ ଲଢେଇ ପାଇଁ ନିଜକୁ ମଜବୁତ୍ କରିବା ପାଇଁ ଉପଦେଶ ଦେଇଛନ୍ତି ମୋଦି । ସେହିପରି ଗତକାଲି 9ମିନିଟ୍ ର ଦୀପ ପ୍ରଜ୍ବଳନକୁ ନେଇ ସାରା ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୋଦି । ସେହିପରି ଏହି ସମୟରେ କରୋନା ମହାଯୁଦ୍ଧର ଯୋଦ୍ଧା ଆସିଥିବା…
କଟକ, ବର୍ତ୍ତମାନ ଘରୁ କେହି ବାହାରି ପାରୁ ନ ଥିବା ବେଳେ କଟକର ଆଶା କର୍ମିମାନେ ସେମାନଙ୍କ ଦୈନିକ କାମ ବଜାଇ ରଖିଛନ୍ତି। ସେମାନେ ଘରକୁ ଘର ବୁଲି କରୋନା ଲୋକଙ୍କର ସ୍ବାସ୍ଥ୍ୟ ସଂପର୍କରେ ପଚାରି ବୁଝୁଛନ୍ତି।
ରାମପୁର : କରୋନା ଭାଇରସ୍ ସହ ଲଢେଇ ପାଇଁ ସାରା ଭାରତବର୍ଷରେ 21 ଦିନିଆ ଲକ୍ଡାଉନ୍ ଜାରି କରାଯାଇଛି । ଏହି କାରଣରୁ ବହୁ କମ୍ପାନୀ ସହ ହୋଟେଲ୍, ରେଷ୍ଟୁରାଣ୍ଟ ଆଦି ବନ୍ଦରହିଛି । ବସ୍, ଟ୍ରେନ୍, ରେଳ ଓ ବିମାନ ପର ଯାତାୟତ ସାଧନ ମଧ୍ୟ ବନ୍ଦ ରହିଛି । ଲକ୍ ଡାଉନ୍ ଯୋଗୁଁ ବହୁ ଖଟିଖିଆ ଶ୍ରମିକମାନେ ନିଜ ପେଟ ପୋଷିବା ପାଇଁ ନିଜ ନିଜ ଭିଟାମାଟି ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଲୋକେ ନିଜ ଘରେ ପହଞ୍ଚିଥିବାବେଳେ ଆଉ କିଛି ଲୋକେ ରାସ୍ତାରେ ରହିଛନ୍ତି । ପ୍ରଶାସନ ସେମାନଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖିଛନ୍ତି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଏକ ହୋଟେଲରେ କାମ କରୁଥିବା ନେପାଳୀ ଦମ୍ପତି ଏବେ ରାମପୁର ପ୍ରଶାସନ ଦ୍ବାରା ଇଣ୍ଟର କଲେଜରେ ହୋଇଥିବା କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଛନ୍ତି । ଏହି କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ଜଣେ ନେପାଳୀ…
ରଞ୍ଜିତ ପଣ୍ଡା କୁଜଙ୍ଗ: ଗତକାଲି ବମିଖାଲରୁ 15 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ନେଇ ଏବେ ବେଶ୍ ଚିନ୍ତା ବଢିଯାଇଛି। ବମିଖାଲରୁ ସମୁଦାୟ 19 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭୁବନେଶ୍ବରରୁ ମୋଟ୍ 32 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 2 ଜଣ ସୁସ୍ଥ ରହିଛନ୍ତି। ରାଜ୍ୟର ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ରାଜ୍ୟବାସୀ । କରୋନା ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ଅଞ୍ଚଳକୁ ପ୍ରଶାସନ ସିଲ୍ କରି ସର୍ଭେଲାନ୍ସରେ ରଖାଯାଇଛି। ତେବେ ଏହି କରୋନା ଆକ୍ରାନ୍ତଙ୍କୁ ନେଇ ବେଶ୍ ଚିନ୍ତାରେ ରହିଛନ୍ତି କୁଜଙ୍ଗ ବାସୀ । ଭଡ଼ା ନେଇ ରହିଥିବା କୁଜଙ୍ଗ ବ୍ଲକ୍ ମହ୍ଲାସାହି ଅଞ୍ଚଳର ବିଭିନ୍ନ ଗ୍ରାମର ପରିବାର ଏବେ ସେହି ଅଞ୍ଚଳରୁ କୌଶଳ କ୍ରମେ ଲୁଚି ଆସି ନିଜ ଅଞ୍ଚଳର ନିଜ ଘରେ ପହଞ୍ଚି ଯାଇଛନ୍ତି। ଏମାନେ ନିଜ ଗ୍ରାମରେ ପହଞ୍ଚିବା…
ନୂଆଦିଲ୍ଲୀ : ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ପୃଥିବୀର 208ଟି ଦେଶକୁ ବ୍ୟାପି ସାରିଛି। ଏହି ଭାଇରସ୍ କବଳରେ ଭାରତ ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଏହି ମହାମାରୀ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା 100 ଟପି ସାରିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 4ହଜାର ଟପି ସାରିଲାଣି। ଏପର୍ଯ୍ୟନ୍ତ ଏହି ରୋଗରେ ସକ୍ରିୟ ଆକ୍ରାନ୍ତଙ୍କସଂଖ୍ୟା 3,666 ରହିଛି । ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 291 ଜଣ। ଦେଶର ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ମହାରାଷ୍ଟ୍ରରୁ ମିଳିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 700 ଛୁଇଁବାକୁ ଯାଉଥିବାବେଳେ ମୃତକଙ୍କ ସଂଖ୍ୟା 45ରେ ପହଞ୍ଚିଛି । ଗତ 24 ଘଣ୍ଟା ପରେ ମହାରାଷ୍ଟ୍ରରେ 8 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 103ଟି ନୂଆ ମାମଲା ଆସିଛି । ସେହିପରି ଏହା ପଛକୁ ରହିଛି ଦିଲ୍ଲୀ । ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 500 ଟପିଥିବାବେଳେ ମୃତକଙ୍କ ସଂଖ୍ୟା 7 ଟପିଛି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ବିଏମସି। ବିଭିନ୍ନ ସଂସ୍ଥା ଦ୍ବାରା ମୋବାଇଲ୍ ଭ୍ୟାନ୍ ଓ ହୋମ୍ ଡେଲିଭରି ସୁବିଧା କରାଯାଇଛି। ଡେଲି ମାର୍କେଟ୍ ପାଇଁ 67ଟି ଓ୍ବାର୍ଡରେ 68ଟି ନୂଆ ସ୍ଥାନଚିହ୍ନଟ କରାଯାଇଛି। ଚିହ୍ନଟ ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବ୍ୟବସାୟୀ ବସିପାରିବେ ନାହିଁ। ଏସବୁ ସ୍ଥାନରେ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ଅପିଲ୍ କରାଯାଇଛି। ଯଥା ସମ୍ଭବ ଘରୁ ନ ବାହାରିବା ପାଇଁ ବିଏମ୍ସିର ଅପିଲ୍ କରିଛି। ସୂଚନାଯୋଗ୍ୟ, ଭୁବନେଶ୍ବରରୁ 32ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ବିଏମସି ତରଫରୁ ବେଶ୍ କଡ ପଦକ୍ଷେପ ନିଆଯାଉଛି। ଓଡ଼ିଶାର ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 39ରେ ପହଞ୍ଚିଛି।
କେଦାର ମିଶ୍ର ଗତକାଲି ସନ୍ଧ୍ୟାରେ କୌଣସି ଏକ ଟେଲିଭିଜନ ଚାନେଲରେ ଭାବପ୍ରବଣ ରିପୋର୍ଟଟିଏ ଦେଖୁଥିଲି। ରିପୋର୍ଟର ମହାଶୟ ପୁରୀ ଶ୍ରୀମନ୍ଦିର ଆଗରେ ଠିଆ ହୋଇ କହୁଥିଲେ- ଭାବର ଠାକୁରଙ୍କ ପାଖକୁ ଭକ୍ତମାନେ ଆସି ପାରୁନଥିବାରୁ ବଡ ବିକଳ ହୋଇ କାନ୍ଦୁଛନ୍ତି। ସତକଥା, ଭକ୍ତମାନେ ବିକଳ ହୁଅନ୍ତି ଓ କନ୍ଦାକଟା କରନ୍ତି। ହେଲେ ସାରା ପୃଥିବୀରେ ଆଜି ଯେଉଁ ମହାମାରୀ ବ୍ୟାପିଛି, ସେଥିରେ ଭାବ ଓ ଭାବ ପ୍ରବଣତାର ଅର୍ଥ ହେଉଛି ନିରୋଳ ଆତ୍ମହତ୍ୟା। ଏମିତି ଏକ ସଙ୍କଟ ସମୟରେ ଏ ପ୍ରକାର ଭାବ ପ୍ରବଣ ରିପୋର୍ଟିଂ ହେଉଛି, ଲୋକଙ୍କୁ ଆତ୍ମହତ୍ୟା କରିବା ଲାଗି ଉସୁକାଇବା ସହ ସମାନ। କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ଆମକୁ ସାମାଜିକ ଭିଡକୁ ନିୟନ୍ତ୍ରିତ କରିବାକୁ ପଡିବ। ଧର୍ମ ଦୁଆରରେ ଆଜି ସେ ଭିଡ କମିଯାଇଛି, ଏହା ମଣିଷ ଜାତି ପାଇଁ ଏକ ସୁଯୋଗ। ଆଜିର ତାରିଖରେ ଜୀବନର ମନ୍ଦିର ହେଉଛି ଡାକ୍ତରଖାନା, ଲାବୋରେଟୋରୀ ଏବଂ…
ନ୍ୟୁୟର୍କ : ବାଘୁଣୀ ଦେହରେ କରୋନା ପଜିଟିଭି । ପ୍ରଥମ ଥର ପାଇଁ ବାଘୁଣୀ ପରି ପଶୁ ଦେହରେ କରୋନା ପଜିଟିଭିକୁ ଚିହ୍ନଟ କରାଯାଇଛି । ନ୍ୟୁୟର୍କର ବ୍ରୋନକ୍ସ ଚିଡିଆଘରେ ମାଲେସିଆରୁ ଆସିଥିବା ଚାରି ବର୍ଷ ବାଘୁଣୀ ଦେହରେ କରୋନାକୁ ଚିହ୍ନଟ କରାଯାଇଛି । ପ୍ରାଣୀଉଦ୍ୟାନ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହା ସମ୍ପର୍କରେ ସୂଚନା ଦିଆଯାଇଛି। ଏତଦ୍ବ୍ୟତୀତ ଏହି ବାଘୁଣୀର ଭଉଣୀ ଓ ଆଉ ଦୁଇ ବାଘ ଓ ଆଫ୍ରିକାନ୍ ବାଘ ମାନେ ଶୁଖିଲା କାଶ କାଶୁଥିବାର ଦେଖାଯାଉଛି । କିନ୍ତୁ ଏମାନଙ୍କର ପରୀକ୍ଷା କରାଯାଇନାହିଁ । ପରୀକ୍ଷା କରାଯିବା ପରେ ଜଣାପଡିବ ଯେ, ଏମାନେ କରୋନାରେ ସଂକ୍ରମିତ ହୋଇଛନ୍ତି କି ନାହାନ୍ତି । ନ୍ୟାସନାଲ୍ ଭେଟେନାରୀ ସର୍ଭିସ୍ ଲାବ୍ରୋଟେରୀ ଏହି ଘଟଣାର ପୁଷ୍ଟି କରି ଏହି ପ୍ରାଣୀଉଦ୍ୟାନର ରହିଥିବା ବାଘୁଣୀ ନାଦିଆରେ କରୋନା ଭାଇରସ୍ ଚିହ୍ନଟ ହୋଇଥିବାର ଜଣାଇଛନ୍ତି । ତେବେ ଏହି ବାଘୁଣୀ କିପରି ଭାବରେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟରେ କରେନା ସ୍ଥିତି ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଟୁଇଟ୍ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସଂକ୍ରମିତ ଅଞ୍ଚଳରେ ଜରୁରୀ ସାମଗ୍ରୀ ପହଞ୍ଚାଇବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ । ଘର ଘର ବୁଲି ସର୍ଭେ କରୁଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ସମ୍ପ୍ରତି ରାଜ୍ୟରେ 39 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଭୁବନେଶ୍ବର ଅଞ୍ଚଳରୁ 18 ଜଣ କୋରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବମିଖାଲରୁ 16 ଜଣ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ଥାନକୁ ସମ୍ପୂର୍ଣ୍ଣ ରୂପେ ସିଲ୍ କରାଯାଇ ସର୍ଭେଲାନ୍ସରେ ରଖାଯାଇଛି ।
କରୋନା ଭାଇରସ୍ ଏବେ ସାରା ଦୁନିଆରେ ନିଜର ପ୍ରକୋପ ଜାରି ରଖିଛି । ଦୁନିଆରେ 12 ଲକ୍ଷରୁ ଅଧିକ ଲୋକେ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବାବେଳେ ପାଖାପାଖି 70,000ରେ ପହଞ୍ଚିଛି । ସେହିପରି ଏହି ରୋଗରୁ 2,62,486ଜଣ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ କରୋନା ଯୋଗୁଁ 1200 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଦୁନିଆର ଶକ୍ତିଶାଳୀ ଦେଶ କରୋନା ଭାଇରସ୍ ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଏହି ଦେଶରେ 3 ଲକ୍ଷରୁ ଅଧିକ ଲୋକେ କରୋନାରେ ସଂକ୍ରମିତ ହୋଇଥିବାବେଳେ 9600ରୁ ଅଧିକଙ୍କର ମୃତ୍ୟୁ ହୋଇଛି । ଆମେରିକାରେ କରୋନା ଯୋଗୁଁ ମୃତ୍ୟୁ ହାର ବଢିବାରେ ଲାଗିଛି । ଏହି ଦେଶର ସବୁଠୁ ଅଧିକ ମାମଲା ନ୍ୟୁୟର୍କ ସହରରେ ହୋଇଛି । ଏଠାରେ 1ଲକ୍ଷ 20 ହଜାରରୁ ଅଧିକ ପଜିଟିଭି କେସ୍ ସାମ୍ନାକୁ ଆସିଛି । ସେହିପରି ଏହି ଅଞ୍ଚଳରେ 4000ରୁ ଅଧିକ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ବରର କରୋନା ସ୍ଥିତି ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି । ମିଳିଥିବା ସୂଚନା ଅନୁସାରେ ବମିଖାଲର ସବୁ କେସ୍ ଗୋଟିଏ ପରିବାରର ବୋଲି ଜଣାପଡିଛି । ଭୁବନେଶ୍ବରରେ 30ଟି କରୋନା ସକ୍ରିୟ କେସ୍ ରହିଛି । ସେଥିମଧ୍ୟରୁ ଅଧିକାଂଶଙ୍କ ସୂର୍ଯ୍ୟନଗର ଓ ବମିଖାଲ୍ କେସ୍ ସହ ଲିଙ୍କ ରହିଛି । ପ୍ରାୟ ବମିଖାଲର ସମସ୍ତ କେସ୍ ଗୋଟିଏ ପରିବାରର ସୂଚନା ମିଳିଛି । ସୂର୍ଯ୍ୟନଗର ଓ ବମିଖାଲ ଅଞ୍ଚଳକୁ ସିଲ୍ କରି ସର୍ଭେଲାନ୍ସରେ ରଖାଯାଇଛି । ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ବରରୁ 18ଟି ପଜିଟିଭି ମାମଲା ସାମ୍ନାକୁ ଆସିଥିଲା । ସେମାନଙ୍କ ମଧ୍ୟରୁ 16ଟି ବମିଖାଲର ହୋଇଥିବାବେଳେ ଆଉ ଦୁଇଟିରୁ ଗୋଟିଏ କପିଳପ୍ରସାଦରୁ ଜଣାପଡିଥିଲା । ଅନ୍ୟଟି ଏପର୍ଯ୍ୟନ୍ତ କେଉଁ ଅଞ୍ଚଳର ତାହା ସମ୍ପର୍କରେ ଜଣାପଡିନାହିଁ । ଗତକାଲି ଦିନବେଳେ ବମିଖାଲ ଅଞ୍ଚଳରୁ ଗୋଟିଏ କେସ୍ ଜଣାପଡିଥିବାବେଳେ ସନ୍ଧ୍ୟା ସମୟରେ ବମିଖାଲ ଅଞ୍ଚଳରୁ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ନୂଆଦିଲ୍ଲୀ ବାସଭବନରେ ପରିବାର ସହ ଦୀପ ଜାଳୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ନୂଆଦିଲ୍ଲୀ, ସାରା ଦେଶକୁ ଯିଏ ଆହ୍ବାନ ଦେଇଥିଲେ ସେ ହିଁ ନିଜେ ନିଜ ଘରେ ଦୀପ ଜାଳି ଉଦାହରଣ ସୃଷ୍ଟି କଲେ। ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଦିନ ରାତି ନଅଟାରେ ନଅ ମିନିଟ ପାଇଁ ଦୀପ ହେଉ କିମ୍ବା ମହମବତୀ ଜାଳିବାକୁ କହିଲେ। ଉଦ୍ଦେଶ୍ୟ ଥିଲା କରୋନା ପରି ମହାମାରୀକୁ ନିପାତ କରିବା ପାଇଁ ଶକ୍ତି ସଞ୍ଚୟ କରିବା। ପ୍ରଧାନମନ୍ତ୍ରୀଙ୍କ କଥାରେ ସାରା ଦେଶ ତାହା ହିଁ ପାଳନ କଲା। ଦେଶବାସୀ ଏହି ସଙ୍କଟ ସମୟରେ ମୋଦିଙ୍କୁ ସାଥ ମଧ୍ୟ ଦେଲେ। ନିଜ କଥାକୁ ନିଜେ ପାଳନ କରିବା ପାଇଁ ମୋଦି ନିଜ ମଧ୍ୟ ବାସଭବନରେ ଏକ ବଡ ଦୀପ ଜାଳି ଉଦାହରଣ ସୃଷ୍ଟି କରିଛନ୍ତି। ନିଜ ଉଚ୍ଚତାଠାରୁ ଅଳ୍ପ ଅଧିକ ଏକ ଦୀପକୁ ପ୍ରଜ୍ଜଳନ କରି ଦେଶବାସୀଙ୍କ ସହିତ ସେ ମଧ୍ୟ ସାମିଲ ହୋଇଛନ୍ତି। ପୂର୍ବରୁ ସ୍ବାସ୍ଥ୍ୟ କର୍ମିଙ୍କ ସମ୍ମାନ ପାଇଁ ଅପରାହ୍ନରେ ଘର ବାଲକୋନୀଲେ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆଦିଲ୍ଲୀ ବାସିନ୍ଦା ଭାରତ ମାନଚିତ୍ରର ଏକ ଦୀପାଳି ତିଆରି କରିଛନ୍ତି, ଯାହା ଲୋକଙ୍କୁ ବେଶ୍ ଆକର୍ଷିତ କରିଛି।
ଭୁବନେଶ୍ବର, ଆଜି ଠିକ ରାତି ନଅଟା ବେଳେ ସାରା ଓଡିଶାର ଆଲୁଅ ଲିଭିଗଲା। ଆଉ ତା ପରିବର୍ତ୍ତି ଜଳି ଉଠିଲା ମିଞ୍ଜିମିଞ୍ଜି ଆଲୁଅ। କିଏସେ ଘର ବାହାରେ ତ କିଏ ସେ ବାଲକୋନୀରେ ଜାଳିଲେ ଦୀପ। କୈଣସି ପର୍ବପର୍ବାଣୀ ନ ଥିଲେ ମଧ୍ୟ ଏହା ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ। ଆଉ ସେହି ଆହ୍ବାନ ଥିଲା କୋରନା ମୁକାବିଲା ପାଇଁ ଶକ୍ତି ସଂଞ୍ଚୟ କରିବା। ଫଳରେ ରାଜ୍ୟରେ କିଏସେ ମହମବତୀ, କିଏସେ ମାଟି ଦୀପ ଏପରିକି କିଏ ସେ ମୋବାଇଲ ଲାଇଟ ଲଗାଇ ଆଲୋକିତ କରିଛନ୍ତି। ରାଜଧାନୀରେ ମଧ୍ୟ ବିଭିନ୍ନ ମନ୍ତ୍ରୀ ଏବଂ ନେତାମାନେ ଏହି ଆହ୍ବାନରେ ସାମିଲ ହୋଇଥିବାର ଜଣାପଡିଛି। ଏପରିକି ଖୋଦ ରାଜ୍ୟପାଳ ନିଜ ପରିବାର ସହିତ ମୋଦିଙ୍କ ଆହ୍ବାନକୁ ସଫଳ କରାଇଛନ୍ତି। ରାଜଭବନରେ ଦୀପ ଲଗାଇ କରୋନା ପରି ମହାମାରୀଙ୍କ ହଟାଇବା ପାଇଁ ଶକ୍ତି ସଞ୍ଚୟ ପର୍ବରେ ନିଜକୁ ସାମିଲ କରିଛନ୍ତି।
ଭୁବନେଶ୍ବର, ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଥିବା 16 ଜଣଙ୍କ ମଧ୍ୟରୁ 15 ଜଣ ହେଉଛନ୍ତି ଭୁବନେଶ୍ବରର ବମିଖାଲ ଅଞ୍ଚଳ। ପ୍ରଥମେ ସେହି ଅଞ୍ଚଳରୁ ତିନିଭାଇ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା। ଏହାପରେ ଆଜି ସକାଳେ ଜଣେ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ସଂଧ୍ୟାରେ ଆସିଥିବା ରିପୋର୍ଟରୁ ଜଣାପଡିଛି ଯେ, ସେଠାରେ ଆଉ 14 ଜଣଙ୍କୁ ମଧ୍ୟ କୋଭିଡ19 ସଂକ୍ରାମଣ ହୋଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ରାଜ୍ୟରେ ବର୍ତ୍ତମାନ ଗୋଷ୍ଠୀ ସଂକ୍ରାମଣ ଆରମ୍ଭ ହୋଇଯାଇଛି। ପ୍ରଥମେ ଯେତେବେଳେ ବମିଖାଲର ତିନିଜଣଙ୍କ ପଜେଟିଭି ବାହାରିଥିଲା ସେତେବେଳେ ବିଏମସି ସେହି ଅଞ୍ଚଳକୁ ସିଲ କରି କଡା ନଜରରେ ରଖିଥିଲା। ଏପରିକି ସେଠାରେ ବିଭିନ୍ନ ଔଷଧୀୟ ପାଣି ମଧ୍ୟ ସିଞ୍ଚନ କରାଯାଇଥିଲା। ଯେଉଁମାନେ ପ୍ରଥମ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ କଡା ଏକାନ୍ତବାସରେ ରଖାଯାଇଥିଲା। ପରବର୍ତ୍ତି ସମୟରେ ନମୂନା ପରୀକ୍ଷା କରାଯିବା ପରେ ଏକା ଥରେ 15 ଜଣଙ୍କର ପଜେଟିଭ ବାହାରିଛି। ତେବେ ଏହାକୁ ନେଇ କୌଣସି…
ଭୁବନେଶ୍ବର, ଆଜି ଏକଥରକେ 16 ଜଣଙ୍କଠାରେ କୋଭିଡ ପଜେଟିଭ୍ ଚିହ୍ନଟ ହୋଇଛି। ଏମାନେ ସମସ୍ତେ ଭୁବନେଶ୍ବରର ଅଞ୍ଚଳର। ଏତେ ସଂଖ୍ୟାରେ ଆକ୍ରାନ୍ତ ମିଳିବା ପରେ ବର୍ତ୍ତମାନ ଓଡିଶାରେ ଏହି କରୋନା ରୋଗୀ ସଂଖ୍ୟା 39ରେ ପହଁଚିଛି। ଗତ ତିନି ତାରିଖରେ ଏକଥରକେ 15 ଜଣଙ୍କଠାରେ କୋଭିଡ ପଜେଟିଭ୍ ଥିବାର ଜଣାପଡିଥିଲା। ବର୍ତ୍ତମାନ ଧିରେ ଧିରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି 16 ଜଣ ଭୁବନେଶ୍ବରର ହୋଇଥିଲେ ମଧ୍ୟ ସେମାନେ କେଉଁ ଅଞ୍ଚଳର ଏବଂ ସେମାନଙ୍କ ଭ୍ରମଣ ତଥ୍ୟ କଣ ତାହା ସ୍ବାସ୍ଥ୍ୟ ବିଭାଗ ତରଫରୁ କିଛି କୁହାଯାଇ ନାହିଁ।
ନୂଆଦିଲ୍ଲା, ପ୍ରଧାନମନ୍ତ୍ରୀଙ୍କ ଆହ୍ନାନ କ୍ରମେ ସାରା ଦେଶ 9 ମିନଟ ପାଇଁ ଦୀପ ଜାଳି କରୋନାକୁ ମୁକାବିଲା କରିବା ପାଇଁ ଶକ୍ତି ସଞ୍ଚୟ କରାଯାଇଛି। ଏଥିରେ ସାମିଲ ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ସାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଆଦିତ୍ୟନାଥ, ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଦନ ଏବଂ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ
କଟକ, ଜିଲ୍ଲାରେ ଏକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଖୋଜିବାରେ ଲାଗିଛନ୍ତି ଜିଲ୍ଲା ପ୍ରଶାସନ।