Author: Samikhsya Bureau

ଇରାନ୍: ସାରା ବିଶ୍ବରେ କରୋନା ଭାଇରସ୍‌ ହଇଚଇ ସୃଷ୍ଟି ହୋଇଛି। ଏହି ଭାଇରସରୁ ବଞ୍ଚିବା ପାଇଁ ଯିଏ ଯେଉଁ ଔଷଧ ଦେଉଛି ତାକୁ ତୁରନ୍ତ ଲୋକମାନେ ବ୍ୟବହାର କରି ଦେଉଛନ୍ତି। ଏମିତି ଏକ ଗୁଜବ ଯୋଗୁଁ ଇରାନରେ ୭୦୦ରୁ ଅଧିକ ମୃତ୍ୟୁ ହୋଇଛି। ସେଠାରେ ମିଥାନୋଲ୍‌ ପିଇବା ଦ୍ବାରା କରୋନା ବ୍ୟାପିବ ନାହିଁ ବୋଲି ଏକ ଗୁଜବ ବ୍ୟାପିଥିଲା। ଏହି ଗୁଜବକୁ ବିଶ୍ବାସ କରି ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ଲୋକେ ବିଷାକ୍ତ ମିଥାନୋଲ୍‌ ପିଇଦେଇଛନ୍ତି। ଏହା ଫଳରେ ୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଗତ ବର୍ଷ ଏପ୍ରିଲରେ ପ୍ରକାଶିତ ଏକ ସରକାରୀ ରିପୋର୍ଟ ଅନୁଯାୟୀ,  ଇରାନରେ କରୋନା ମୃତ୍ୟୁଠାରୁ ଗତ ବର୍ଷ ତୁଳନାରେ ଦଶଗୁଣ ଅଧିକ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ଘଟିଛି। ବିଷାକ୍ତ ମଦ ପିଇ ଫେବୃଆରୀ ୨୦ ତାରିଖରୁ ଏପ୍ରିଲ୍‌ ସାତ ତାରିଖ ଭିତରେ ୭୨୮ ଜଣଙ୍କ ମୃତ୍ୟୁ ହୋଇଛି। ଇରାନ୍‌ରେ ପ୍ରାୟ ୪୦ ଟି ମଦ…

Read More

ଚଣ୍ଡୀଗଡ : ହରିୟାଣାରେ ପୋଲିସ୍‌ ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ପୁନର୍ବାର ଆକ୍ରମଣ କରାଯାଇଛି । ଏହି ଆକ୍ରମଣ ଘଟଣାରେ ପୋଲିସ୍‌ 30 ଜଣଙ୍କୁ ଗିରଫ କରିଛି । ଅମ୍ବାଲା ନିକଟସ୍ଥ ଚାନ୍ଦପୁରା ଗ୍ରାମରେ ଏହି ଘଟଣା ଘଟିଛି । ଚାନ୍ଦପୁରାରେ ଜଣେ ମହିଳା କୋଭିଡ୍‌-19ରେ ପ୍ରାଣ ହରାଇଥିବା ବେଳେ ଗ୍ରାମବାସୀ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଦାବି କରିଥିଲେ । ଏହାକୁ ନେଇ ପୋଲିସ୍‌ ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରକୁ ପଥର ମାଡ କରାଯାଇଥିଲ । ଏହି ଘଟଣାରେ ଏକାଧିକ ସ୍ବାସ୍ଥ୍ୟକର୍ମୀ ଏବଂ ଅମ୍ବାଲା ଡିସିପି ଆହତ ହୋଇଥିଲେ । ଏହାପରେ ପୋଲିସ୍‌ ଗ୍ରାମର 30 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । (ଏଜେନ୍ସି)

Read More

ଚଣ୍ଡୀଗଡ : ଦେଶରେ ଲକ୍‌ଡାଉନ୍‌ ସମୟରେ ଆଉ ଏକ ଅନର କିଲିଂ ଘଟଣା ସମ୍ମୁଖକୁ ଆସିଛି । ପଞ୍ଜାବରେ ଏକ ପରିବାର ପ୍ରେମ ବ୍ୟାପାର କାରଣରୁ ନିଜ ଝିଅକୁ ହତ୍ୟା କରିଥିବା ବେଳେ ପୋଲିସ୍‌କୁ ଲୁଚାଇ ଅନ୍ତିମ ସଂସ୍କାର ମଧ୍ୟ କରିଥିଲେ । ପଞ୍ଜାବର ହୋସିଆରପୁର ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଝିଅକୁ ହତ୍ୟା ଅଭିଯୋଗରେ ପୋଲିସ୍‌ ପୀଡିତାଙ୍କ ମା’ ବଲବିନ୍ଦର, ଦାଦା ସଦେବ୍‌ ଏବଂ ସମ୍ପର୍କୀୟ ଭାଇ ଗୁରଦୀପ ସିଂଙ୍କୁ ପୋଲିସ୍‌ ଗିରଫ କରିଛି । ହତ୍ୟା ମାମଲାକୁ ଲୁଚାଇବା ପାଇଁ ପୀଡିତାଙ୍କ ମା ଝିଅ ନିଖୋଜ ଥିବା ନେଇ ଏକ ଅଭିଯୋଗ କରିଥିଲେ । ନିଜ ଗ୍ରାମର ଅନ୍ୟ ଜଣେ ଯୁବକ ଅମନଦୀପ ସିଂଙ୍କ ନାମରେ ବଲବିନ୍ଦର ଅଭିଯୋଗ କରିଥିଲେ । ପୋଲିସ୍‌ ତଦନ୍ତ ପରେ ପ୍ରକୃତ ଘଟଣା ସମ୍ମୁଖକୁ ଆସିଥିଲା । (ଏଜେନ୍ସି)

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: ବେଗୁନିଆପଡା ଅଞ୍ଚଳରେ ଚୋରା ମଦ କାରବାର ଥମିବାର ନା ଧରୁନାହିଁ। ତେବେ ଚୋରା ମଦ କାରବାର ରୋକିବାରେ ପୋଲିସ୍‌କୁ ମିଳିଛି ବଡ ସଫଳତା। ସୋମବାର ବିଳମ୍ବିତ ରାତିରେ ମୁଣ୍ଡୁଳା, ଚନ୍ଦନପୁର, ଓ ପଳାସପଲି ଠାରେ ମଦ ଆଡ୍ଡା ଚାଲିଥିବା ଖବର ପାଇ ବେଗୁନିଆପଡା ପୋଲିସ ଚଢ଼ାଉ କରି ମଦ ଜବତ କରିଥିଲା। ଏହା ସହିତ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିବା ସହିତ ୧୦୮୦ ଲିଟର ମଦ ଜବତ କରିଛି। ଏହା ସହିତ ପୋଲିସ୍‌ ଏକ ବାଇକ୍‌ ମଧ୍ୟ ଜବତ କରିଛି। ଗିରଫ ୩ ଜଣ ବ୍ୟକ୍ତି ହେଉଛନ୍ତି ପାଣ୍ଡା ଗୌଡ଼,ରାମକୃଷ୍ଣ ମହାନ୍ତି, ଇନ୍ଦ୍ରଜିତ ନାହାକ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ କେଶ ନମ୍ବର ୧୨୧, ୧୨୨ ଓ ୧୨୩ ରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଫାଣ୍ଡି ଅଧିକାରୀ ଦିପ୍ତୀ ରଂଜନ ବେହେରା କହିଛନ୍ତି।

Read More

ଭୁବନେଶ୍ବର : ରାଜ୍ୟରେ ମନରେଗା କାର୍ଯ୍ୟକୁ ଦ୍ବିଗୁଣିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ମହାତ୍ମା ଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ ଏଣିକି ଶ୍ରମିକ ସଂଖ୍ୟା 5 ଲକ୍ଷରୁ 10 ଲକ୍ଷକୁ ବୃଦ୍ଧି କରାଯିବ ବୋଲି ନବୀନ ସୂଚନା ଦେଇଛନ୍ତି । ଆସନ୍ତା ସପ୍ତାହରୁ ରାଜ୍ୟକୁ ଲକ୍ଷାଧିକ ପ୍ରବାସୀ ଶ୍ରମିକ ଆସୁଥିବାରୁ ଶ୍ରମିକଙ୍କୁ ଆବଶ୍ୟକ କାମ ଯୋଗାଇଦେବା ପାଇଁ ଓଡିଶା ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହା ସହିତ ରାଜ୍ୟକୁ ଫେରିବାକୁ ଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କ ରହିବା ଏବଂ ଖାଦ୍ୟପେୟର ବ୍ୟବସ୍ଥା କରାଯିବ ବୋଲି ନବୀନ କହିଛନ୍ତି । ସେହିପରି ରାସନ କାର୍ଡ ଥାଉ ବା ନଥାଉ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଖାଇବା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କରୋନା ମୁକାବିଲା ପାଇଁ ନିଯୁକ୍ତ ଅଧିକାରୀ ମାନେ ଏହାକୁ ସହକାରୀ ଦାୟିତ୍ବ ନଭାବି ମୁଖ୍ୟ ଦାୟିତ୍ବ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 29 ହଜାର ଅତିକ୍ରମ କରିଥିବା ବେଳେ ଆଜି ଦେଶର ପ୍ରଥମ ସିଆରପିଏଫ୍‌ ଯବାନ ପ୍ରାଣ ହରାଇଛନ୍ତି । କେନ୍ଦ୍ରୀୟ ସୁରକ୍ଷା ବଳର 55 ବର୍ଷୀୟ ଅଧିକାରୀ ଜଣକ ଗତ ସପ୍ତାହରେ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଗତ ସପ୍ତାହରେ ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଥିବା ନେଇ ସିଆରପିଏଫ୍‌ ପକ୍ଷରୁ ଟ୍ବିଟ୍‌ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କରୋନା ପ୍ରଭାବରେ ସମଗ୍ର ଦେଶରେ ବର୍ତ୍ତମାନ ସୁଦ୍ଧା 940 ଜଣଙ୍କର ପ୍ରାଣହାନି ଘଟିଛି । (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟର 107 ଓ 108 ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ବାଲେଶ୍ବରର 107 ନମ୍ବର ଆକ୍ରାନ୍ତ ଜଣକ ଅନ୍ୟ ଜଣେ ଆକ୍ରାନ୍ତ(61 ନମ୍ବର)ଙ୍କ ପଡୋଶୀ ଥିଲେ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିଲେ । 22 ମାର୍ଚ୍ଚରୁ 26 ଏପ୍ରିଲ୍‌ ପର୍ଯ୍ୟନ୍ତ ଘରେ ରହିଥିବା ବେଳେ 26 ତାରିଖରେ ନମୁନା ପଜିଟିଭ୍‌ ଆସିବାରୁ ତାଙ୍କୁ 27 ତାରିଖ ଦିନ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିଭଳି 28 ନମ୍ବର ଆକ୍ରାନ୍ତ ମଧ୍ୟ ବାଲେଶ୍ବରର ନେଳିଆବାଗ ଅଞ୍ଚଳର 29 ବର୍ଷୀୟ ଯୁବକ ଜଣକ ଅନ୍ୟ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । 79 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଏହି ବ୍ୟକ୍ତି ଜଣକ ଲକ୍‌ଡାଉନ୍‌ ପରଠାରୁ ଘରେ ରହିଥିଲେ ମଧ୍ୟ 26 ତାରିଖରେ ତାଙ୍କୁ ନମୂନା ପଜିଟିଭ୍‌ ଆସିଥିଲା । ଏହାପରେ 27 ତାରିଖରେ ତାଙ୍କୁ କଟକ ସ୍ଥିତ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରିବା ପାଇଁ ପ୍ଲାଜ୍‌ମା ଥେରାପୀର ବ୍ୟବହାର କରାଯାଉଛି । ତେବେ ଏହାକୁ ନେଇ ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ପ୍ଲାଜ୍‌ମା ଥେରାପୀ କେବଳ ବେଆଇନ୍‌ ନୁହେଁ ବରଂ କ୍ଷତିକାରକ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କରୋନା ଚିକିତ୍ସା ଭାବରେ ପ୍ଲାଜ୍‌ମା ଥେରାପୀ ବର୍ତ୍ତମାନ ସୁଦ୍ଧା ସିଦ୍ଧ ହୋଇନଥିବାରୁ ଏହାକୁ ବ୍ୟବହାର କରିବା ପାଇଁ କଟକଣା ଜାରି କରାଯାଇଛି । ଏହା ବର୍ତ୍ତମାନ ପରୀକ୍ଷାମୂଳକ ସ୍ଥିତିରେ ରହିଛି । ଆଇସିଏମ୍‌ଆର୍‌ ପକ୍ଷରୁ ସ୍ପଷ୍ଟୋକ୍ତି ନ ମିଳିବା ପର୍ଯ୍ୟନ୍ତ ପ୍ଲାଜ୍‌ମା ଥେରାପୀର ବ୍ୟବହାର କରାନଯାଉ ବୋଲି ସ୍ବାସ୍ଥ୍ୟ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଉତ୍ତର ପୂର୍ବୀୟ ରାଜ୍ୟ ମିଜୋରାମ କରୋନା ମୁକ୍ତ ହେବା ସହିତ ଷଷ୍ଠ ଭାରତୀୟ ରାଜ୍ୟ ଭାବରେ କରୋନା ମୁକ୍ତ ହୋଇଛି । ରାଜ୍ୟର ଏକମାତ୍ର କରୋନା ପଜିଟିଭ୍‌ଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ମିଜୋରାମ ଏହି ଧାରାରେ ସାମିଲ ହୋଇଛି । ମିଜୋରାମ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଏଚ୍‌ ଲାଲଚୁଙ୍ଗନୁଙ୍ଗା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆମଷ୍ଟରଡାମରୁ ଆଇଜଲ୍‌ ଫେରିଥିବା ଜନୈକ 50 ବର୍ଷୀୟ ପାଷ୍ଟର ରାଜ୍ୟର ଏକମାତ୍ର କୋଭିଡ୍‌ 19 ସଙ୍କ୍ରମିତ ବ୍ୟକ୍ତି ରହିଥିଲେ । (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାଜ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା 38ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 118ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 38 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ପ୍ରାଣହାନି ଘଟିଛି ।

Read More

ଭୁବନେଶ୍ବର, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଅଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ସେ ନିଜ ଅଫିସ କାମ ଶେଷ କରି ଫେରିବା ବେଳେ ରାସ୍ତାରେ ଓହ୍ଲାଇ ପାରାମାନଙ୍କୁ ଖାଇବାକୁ ଦେଉଛନ୍ତି। ଶ୍ରୀମୟୀ ପକ୍ଷୀମାନଙ୍କୁ ବେଶ୍ ଭଲ ପାଆନ୍ତି। ବର୍ତ୍ତମାନ ଲକଡାଉନ ଯୋଗୁଁ ପକ୍ଷୀମାନେ ଖାଦ୍ୟ ଖାଇବାରେ ସମସ୍ୟା ଦେଖାଦେଇଛି। ତାହାକୁ ଦୃଷ୍ଟିରେ ରଖି ସେ ଏପରି ପଦକ୍ଷେପ ନେଇଛନ୍ତି।

Read More

ମୁମ୍ବାଇ : ବୁଲନ୍ଦସହର ସାଧୁ ହତ୍ୟାକାଣ୍ଡକୁ ସାମ୍ପ୍ରଦାୟିକତାର ରୂପ ନଦେବା ପାଇଁ ମତ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମତ ଦେଇଛନ୍ତି । ମହାରାଷ୍ଟ୍ରର ପାଲଗଡରେ ଘଟିଥିବା ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦେବା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫୋନ୍‌ କରି କହିଛନ୍ତି ଉଦ୍ଧବ ଠାକ୍‌ରେ । ବୁଲନ୍ଦ ସହରରେ ଘଟିଥିବା ଘଟଣା ଅତ୍ୟନ୍ତ ଅମାନବୀୟ ଏପରି ଘଟଣା ଯେପରି ଭବିଷ୍ୟତରେ ନଘଟେ ତା ଉପରେ ଧ୍ୟାନ ଦିଆଯିବା ଉଚିତ୍‌ ବୋଲି ଉଦ୍ଧବ କହିଛନ୍ତି । ଏପରିକି ଶିବସେନା ସାଂସଦ ସଞ୍ଜୟ ରାଉତ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରି ଟ୍ବିଟ୍‌ କରିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଆଜି ହିମାଚଳପ୍ରଦେଶରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ମଙ୍ଗଳବାର ଅନୁଭୂତ ଏହି ଭୂକମ୍ପର ତୀବ୍ରତା ରିକ୍ଟର 4.0 ରହିଛି । ମଧ୍ୟାହ୍ନ 12.17 ମିନିଟ୍‌ରେ ହିମାଚଳ ପ୍ରଦେଶର ଚାମ୍ବାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ପ୍ରଭାବ ମାତ୍ର କିଛି ସେକେଣ୍ଡର ରହିଥିଲା । ଭୂକମ୍ପରେ କେହି ମୃତାହତ ହୋଇନଥିଲେ ମଧ୍ୟ କିଛି ଘର ଭାଙ୍ଗିଯାଇଛି । ସେହିପରି ଜୀବନ ବିକଳରେ ଶତାଧିକ ଲୋକ ଘର ବାହାରକୁ ମଧ୍ୟ ପଳାଇ ଆସିଥିଲେ । ଚାମ୍ବାରେ ବିଗତ ଦୁଇ ମାସ ମଧ୍ୟରେ ଏହା ଦ୍ବିତୀୟ ଭୂକମ୍ପ । ଫେବୃୟାରୀ ମାସରେ 3.2 ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା । (ଏଜେନ୍ସି)

Read More

ଭୁବନେଶ୍ବର: ଲକଡାଉନ ପରେ ଓଡ଼ିଶାକୁ ଫେରିବାକୁ ଥିବା ପ୍ରବାସୀ ଶ୍ରମିକଙ୍କ ଚିକିତ୍ସା ଓ କ୍ୱାରେଣ୍ଟିନରେ ରହିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସବିଶେଷ ସୂଚନା ଦିଆଯାଇଛି। ମେ’ ୩ରେ ଲକଡାଉନ ଅବଧି ସରିବା ପରେ ବାହାରୁ ଫେରିଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯିବ। କ୍ୱାରେଣ୍ଟିନରେ ରହିବାବେଳେ ବୟସ୍କ ବ୍ୟକ୍ତିଙ୍କ ଖାଦ୍ୟ ବାବଦକୁ ୧୨୦ ଟଙ୍କା ଓ ଶିଶୁଙ୍କ ଖାଦ୍ୟ ବାବଦକୁ ମୁଣ୍ଡ ପିଛା ୧୦୦ ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ପର୍ସନାଲ ହାଇଜିନିକ କିଟ୍ ବାବଦରେ ୧୪ ଦିନକୁ ୩୦୦ ଟଙ୍କା ଦିଆଯିବ। ଏହି ଟଙ୍କାରେ ଟୁଥ ବ୍ରଶ, ପେଷ୍ଟ, ସାବୁନ, ତେଲ, ରେଜର ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିପାରିବେ। କ୍ୱାରେଣ୍ଟିନ ସେଣ୍ଟରରେ ଗୋଟିଏ ବେଡ୍ ପାଇଁ ୨ଟି ବେଡ ସିଟ୍ ଓ ୨ଟି ତକିଆ ଖୋଳ କିଣାଯିବ। ସେହିଭଳି କ୍ୱାରେଣ୍ଟିନ ସେଣ୍ଟରର ସାନିଟାଇଜେସନ ବାବଦରେ ଦିନକୁ ୨…

Read More

ଭୁବନେଶ୍ବର : କୋରାପୁଟରୁ ଚିହ୍ନଟ ହୋଇଥିବା ରାଜ୍ୟର 110 ନମ୍ବର ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । 110 ନମ୍ବର ଆକ୍ରାନ୍ତ ଜଣକ ପ୍ରାୟ 24 ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାର ପ୍ରୟାସ ଆରମ୍ଭ କରାଯାଇଛି । 21 ଟି ଟିମ୍‌ ଗଠନ କରାଯାଇ ଘର ଘର ବୁଲି କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । ଏହା ସହିତ ସମ୍ପୃକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ସିଲ୍‌ କରିଦିଆଯାଇଛି ।

Read More

ହେମାଙ୍ଗ ପ୍ରସାଦ ରାଉଳ କୁକୁଡାଖଣ୍ଡି: ଶୌଚାଳୟ କାମରେ ମହା ଦୁର୍ନୀତି। କୁକୁଡାଖଣ୍ଡି ବ୍ଲକରେ ଶୌଚାଳୟ ଦୁର୍ନୀତି ଲୋକ ଲୋଚନକୁ ଆସିଛି। କେବଳ କୁକୁଡାଖଣ୍ଡି ବ୍ଲକ ନୁହଁ ଗଞ୍ଜାମ ଜିଲ୍ଲାରେ ପ୍ରାୟ ପ୍ରତ୍ୟେକ ବ୍ଲକରେ ଶୌଚାଳୟ ନିର୍ମାଣକୁ ନେଇ ଅଭିଯୋଗ ହୋଇ ଆସୁଛି। ବ୍ଲକ କର୍ମଚାରୀଙ୍କୁ ହାତ କରି ଏହି ଦୁର୍ନୀତି କରାଯାଉଛି। ଗୋଟିଏ ଶୌଚାଳୟ ପାଇଁ ବାର ହଜାର ଟଙ୍କା ଅନୁଦାନ ରାଶି ଆସୁଥିବା ବେଳେ କାମ ଅତ୍ୟନ୍ତ ନିମ୍ନ ମାନର କରାଯାଉଛି। ନିମ୍ନ ମାନର କାମ ସାଙ୍ଗକୁ ପିସି କାରବାର ହେବାର ନଜିର ଥିଲା କିନ୍ତୁ ସବୁକିଛିଠୁ ବଳି ଗଲା ଏହି ଦୁର୍ନୀତିର ଆଉ ଏକ ଦିଗ। ଗୋଟିଏ ଶୌଚାଳୟକୁ ରଙ୍ଗକରି ଅନ୍ୟନାମରେ ବିଲ୍‌ କରାଯାଇ ଅର୍ଥକୁ ହରିଲୁଟ୍‌ କରାଯାଉଛି। ବ୍ଲକ୍‌ କର୍ମଚାରୀଙ୍କ ଆଗୋଚରରେ ଏପରି ହେଉଥିବାରୁ ଏହାର ତଦନ୍ତ କରାଯିବା ପାଇଁ ଦାବି କରାଯାଉଛି।

Read More

ମୁମ୍ବାଇ : ସରକାରଙ୍କ ପକ୍ଷରୁ କରୋନାକୁ ନେଇ ସଚେତନତା କରାଯାଉଥିଲେ ମଧ୍ୟ ସାଧାରଣ ଲୋକ ସଚେତନ ହେବାର ନା ନେଉନାହାନ୍ତି । ମୁମ୍ବାଇର ଦାଦରରେ ଏପରି ଏକ ଘଟଣା ଘଟିଛି । ଦାଦରର ଅରବିନ୍ଦ ଯାଦବ ନାମକ ଏହି ଯୁବକ ଜଣଙ୍କୁ ଜ୍ବର ହୋଇଥିଲେ ମଧ୍ୟ କରୋନା ସନ୍ଦେହ କରି କେହିବି ହସ୍ପିଟାଲକୁ ନେଇନଥିଲେ । ଏହାପରେ ନିଜ ପ୍ରୟାସରେ ବ୍ୟକ୍ତି ଜଣକ ହସ୍ପିଟାଲ ଯାଇଥିବା ବେଳେ ହସ୍ପିଟାଲ ସମ୍ମୁଖରେ ହିଁ ପ୍ରାଣ ହରାଇଥିଲେ । ପରେ ଯୁବକଙ୍କ ନମୂନା ପରୀକ୍ଷଣରୁ ସେ କରୋନା ସଂକ୍ରମିତ ନଥିବା ଜଣାପଡିଥିଲା । (ଏଜେନ୍ସି)

Read More

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଥିଙ୍କ ଟ୍ୟାଙ୍କ ନିତି ଆୟୋଗର ଜନୈକ କର୍ମଚାରୀ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ନିତି ଆୟୋଗର ଜନୈକ ବରିଷ୍ଠ ଅଧିକାରୀ କରୋନା ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ନିତି ଆୟୋଗ କାର୍ଯ୍ୟାଳୟକୁ ସିଲ୍‌ କରି ଦିଆଯାଇଛି । ଆସନ୍ତା 48 ଘଣ୍ଟା ପାଇଁ ନିତି ଆୟୋଗ କାର୍ଯ୍ୟାଳୟକୁ ସିଲ୍‌ କରି ଦିଆଯାଇଛି । ନିତି ଆୟୋଗର କର୍ମଚାରୀ କରୋନା ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ନିତି ଆୟୋଗର ସହକାରୀ ସଚିବ ଅଜିତ୍‌ କୁମାର ଟ୍ବିଟ୍‌ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା 3108 ଜଣ ଲୋକ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । (ଏଜେନ୍ସି)

Read More

ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ : ଗଞ୍ଜାମର ଦୁଇଟି ସ୍ଥାନରେ ଅବକାରୀ ବିଭାଗର ଚଢାଉରେ 2650 ଲିଟର ଦେଶୀ ମଦ ଜବତ କରାଯିବା ସହିତ 9 ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ଧରାକୋଟର ଚମ୍ପାପଲ୍ଳୀ ଏବଂ ବଡଗଡର ମାଧପୁର ଓ ବାହାଦରପଦର ଅଞ୍ଚଳରେ ଏହି ଚଢାଉ କରାଯାଇଥିଲା । ଅବକାରୀ ବିଭାଗ ଏବଂ ପୋଲିସ୍‌ର ଏହି ମିଳିତ ଚଢାଉରେ 2650 ଲିଟର ଦେଶୀ ମଦ ଜବତ କରାଯିବା ସହିତ 10ଟି ମାମଲା ରୁଜୁ କରାଯାଇଛି । ଏହା ସହିତ ପୋଲିସ୍‌ 9 ଜଣଙ୍କୁ ଗିରଫ କରିଛି । ଆସ୍କା ଏସ୍‌ଡିପିଓ, ଆଇଆଇସି ଧରାକୋଟ, ଆଇଆଇସି ଗଞ୍ଜାମ ଏହି ରେଡ୍‌ରେ ଅଂଶଗ୍ରହଣ କରିଥିଲେ ।

Read More

ଗୁଜୁରାଟ : ଲକ୍‌ ଡାଉନ୍‌ ସମୟରେ ସମସ୍ତେ ଘରେ ରହୁଥିବାବେଳେ ଲୁଡୁ ଖେଳି ସମୟ ଅତିବାହିତ କରୁଛନ୍ତି । କିନ୍ତୁ ଏହି ଲୁଡୁ ଖେଳ ଏବେ ବେଶ୍‌ ଘାତକ ସାବ୍ୟସ୍ତ ହୋଇଛି ।  ଲୁଡକୁ ନେଇ ଗୁଜୁରାଟର ବଡଦୋରା ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଜଣେ ମହିଳାଙ୍କୁ ଲୁଡୁ ଖେଳିବା ମହାଙ୍ଗା ସାବ୍ୟସ୍ତ ହୋଇଛି । ଲୁଡୁ ଖେଳରେ ସ୍ବାମୀଙ୍କୁ ହରାଇବା ପରେ ତାଙ୍କ ସ୍ବାମୀ ଜଣକ ରାଗରେ ମହିଳାଙ୍କୁ  ଧକ୍କା ମାରିଥିଲେ । ଏଥିରେ ମହିଳାଙ୍କର ମେରୁଦଣ୍ଡ ହାଣ୍ଡ ଭାଙ୍ଗିଯାଇଥିବାର ସୂଚନା ରହିଛି । ସ୍ତ୍ରୀ ଜଣକ ସ୍ବାମୀ ବାହାରେ ଯାଇ ଅନ୍ୟମାନଙ୍କ ସହିତ ସମୟ ନ ବିତାଇବାଠାରୁ ଘରେ ରହିବାକୁ ଚାହୁଁଥିଲେ ଏଥିପାଇଁ  ସେ ତାଙ୍କ ସ୍ବାମୀଙ୍କୁ ଅନ୍‌ ଲାଇନ୍‌ରେ ଲୁଡ ଖେଳିବାକୁ ପ୍ରସ୍ତାବ ଦେଇଥିଲେ । ସ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ମୋବାଇଲ୍‌ରେ ଲୁଡୁ ଖେଳିବା ଆରମ୍ଭ କରିଥିଲେ ସ୍ବାମୀ ଜଣକ । କିନ୍ତୁ…

Read More