ନୂଆଦିଲ୍ଲୀ : କରୋନା ଭାଇରସ୍ର ତାଣ୍ଡବ ଭିତରେ ସାରା ଦେଶରେ ଜାରି ରହିଛି ଲକ୍ ଡାଉନ୍। ଏହା ମଧ୍ୟରେ ଆରମ୍ଭ ହୋଇଛି ମୁସଲମାନଙ୍କ ପବିତ୍ର ରାମଜାନ ମାସ। ଆଜି ଶୁକ୍ରବାର ଦିନ ଚାନ୍ଦ ଦେଖାଯାଇଛି। କାଲିଠାରୁ ପବିତ୍ର ରାମଜାନ୍ ମାସ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି। ରାମଜାନ ମାସର ଆରମ୍ଭକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତା ରାହୁଲ୍ ଗାନ୍ଧି ସମେତ କିଛି ନେତାମାନେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଜାନ ମାସର ଆରମ୍ଭକୁ ନେଇ ଶୁଭେଚ୍ଛା ଜଣାଇ ଟୁଇଟ୍ କରିଛନ୍ତି । ରାମଜାନର ମୁବାରକ ଜଣାଇବା ସହିତ ରାମଜାନ ସମସ୍ତଙ୍କ ପାଇଁ ସୁରକ୍ଷା, କଲ୍ୟାଣ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି। ଏହି ପବିତ୍ର ରାମଜାନ ମାସ ନିଜ ସହିତ ଦୟା, ସଦ୍ଭାବ ଓ କରୁଣାକୁ ନେଇ ଆସୁ ବୋଲି ପ୍ରାର୍ଥନା କରିଛନ୍ତି। ଲକଡାଉନ୍ ସମୟରେ ରାମଜାନ ଏପରି ସମୟରେ ପାଳିତ ହେଉଛି। ଏବେ ଦେଶରେ…
Author: Samikhsya Bureau
ପୁରୀ : ଶ୍ରୀମନ୍ଦିର ପରିସରରେ ହେବ ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ନୀତି। ସେହିପରି ଚନ୍ଦନ ଯାତ୍ରାର ସବୁ ରୀତିନୀତି ମଧ୍ୟ ମନ୍ଦିର ପରିସରରେ ହେବ। ଏନେଇ ଗୋବର୍ଦ୍ଧନ ପୀଠାଧୀଶ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି। ଶ୍ରୀମନ୍ଦିର ମେଘନାଦ ପାଚେରୀ ଭିତରେ ହିଁ ହେବ ନୀତିକାନ୍ତି। ଶ୍ରୀଜୀଉଙ୍କ ବିଧି ରକ୍ଷା ହେଉ ବୋଲି କହିଲେ ଶଙ୍କରାଚାର୍ଯ୍ୟ। ଶଙ୍କରାଚାର୍ଯ୍ୟଙ୍କ ସହ ପରାମର୍ଶ ପରେ ସୂଚନା ଦେଲେ ଗଜପତି। ଶ୍ରୀମନ୍ଦିରର କେଉଁଠି, କିପରି ନୀତି ହେବ କାଲି ସକାଳେ ଆଲୋଚନା କରାଯିବ। ସରକାରଙ୍କ କୋଭିଡ୍ -19 ଗାଇଡ୍ ଲାଇନ୍ ମାନି ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି କହିଛନ୍ତି ଗଜପତି ମହାରାଜା। ଲକ୍ ଡାଉନ୍ ନିୟମ ମାନି କିପରି ରଥଯାତ୍ରା ହେବ ସେନେଇ ଯୋଜନା ପ୍ରସ୍ତୁତ କରାଯିବ। ରଥଯାତ୍ରା ପାଇଁ ସରକାରଙ୍କୁ ନିବେଦନ କରିବେ ବୋଲି କହିଛନ୍ତି ପୁରୀ ମହାରାଜା। ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ, ଆମେ ମାନିବୁ। ଆମେ ଚାହୁଁ ରଥ ଗଢା ହେଉ, ରଥଯାତ୍ରା…
ଭୁବନେଶ୍ବର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ସେହିପରି ମଇ ତିନି ପରେ ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ବାହାର ରାଜ୍ୟରୁ ଫେରିବାକୁ ଇଚ୍ଛୁକ ଥିବା ଓଡ଼ିଆମାନଙ୍କୁ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଉଭୟ ଅନ୍ ଲାଇନ୍ ଓ ଅଫ୍ ଲାଇନରେ ଏହି ପଞ୍ଜିକରଣ କରାଯାଇପାରିବ। ଏଥିପାଇଁ ରାଜ୍ୟ ସରକାର ଆଜି ଏକ ସ୍ବତନ୍ତ୍ର ଓ୍ବେବ ପୋର୍ଟାଲ୍କୁ କାର୍ଯ୍ୟକ୍ଷମ କରିଛନ୍ତି। ଆଜି ଅପରାହ୍ନରେ ଏହି ପୋଟାର୍ଲକୁ କାର୍ଯ୍ୟକ୍ଷମ କରାଯାଇଛି। ଯେଉଁ ଓଡ଼ିଆମାନେ ଓଡ଼ିଶାକୁ ଫେରିବାକୁ ଚାହୁଁଛନ୍ତି ସେମାନେ covid19.odisha.gov.in ଓ୍ବେବପୋର୍ଟାଲ୍ ଜରିଆରେ ପଞ୍ଜିକରଣ କରିପାରିବେ। ପ୍ରାୟ ପାଞ୍ଚ ଲକ୍ଷ ଲୋକ ଲକ୍ ଡାଉନ୍ ପରେ ଓଡ଼ିଶା ଫେରିବେ ବୋଲି ସରକାର ଆକାଳନ କରିଛନ୍ତି। ଏହି ଓଡ଼ିଆ ଫେରନ୍ତାଙ୍କୁ ବାଧ୍ୟତାମୂଳକ ଭାବେ ୧୪ ଦିନ କ୍ବାରେଣ୍ଟାଇନ୍ରେ ରହିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି କାରଣରୁ…
ନୂଆଦିଲ୍ଲୀ : କରୋନା ସଂକଟ ସମୟରେ ସାରା ଦେଶରେ ଲକ୍ ଡାଉନ୍ ଜାରି ହୋଇଛି । ଲକ୍ ଡାଉନ ସମୟରେ ବି ଅପରାଧ ଘଟଣା ଦେଖିବାକୁ ମିଳିଛି । ଦେଶର ରାଜଧାନୀ ଦିଲ୍ଲୀରେ ଡବଲ୍ ମର୍ଡର ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ଛାବଲା ଅଞ୍ଚଳରେ ଦୁର୍ଗାବିହାରରେ ଏପରି ଏକ ଅଘଟଣ ଘଟିଛି । ଏଠାରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିଥିବାର ଖବର ମିଳିଛି । ଏହି ବୃଦ୍ଧ ଦମ୍ପତି ହେଉଛନ୍ତି 61 ବର୍ଷୀୟ ରାଜସିଂହ ଓ 58 ବର୍ଷୀୟା ଓମ୍ବତୀ । ରାଜସିଂହ ଏମସିଡିରୁ ଅବସର ଗ୍ରହଣ କରି ନିଜ ପରିବାର ସହିତ ରହୁଥିଲେ । କିନ୍ତୁ ହଠାତ୍ ତାଙ୍କର ହତ୍ୟା ହୋଇଥିବା ସୂଚନା ମିଳିଛି । ଏହି ବୃଦ୍ଧ ଦମ୍ପତି ତାଙ୍କ ଘରେ ରହୁଥିବାବେଳେ ତାଙ୍କ ସମ୍ପର୍କୀୟ ତାଙ୍କୁ ଫୋନ୍ କରିଥିଲେ । ଫୋନ୍ ନ ଉଠାଇବାରୁ ତାଙ୍କ ସମ୍ପର୍କୀୟ ଘରେ ପହଞ୍ଚି ତାଙ୍କ…
ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁ ସଂଖ୍ୟା 723କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ମୋଟ କରୋନା ଆକ୍ରାନ୍ତ ସଂଖ୍ୟା 23 ହଜାର 452ରେ ପହଞ୍ଚିଛି । ସେହିପରି 17 ହଜାର 915ଜଣ ଚିକିତ୍ସାଧୀନ ରହିଛନ୍ତି । ସୁସ୍ଥ ହୋଇ ଡିସ୍ଚାର୍ଜ ହୋଇଛନ୍ତି 4814ଜଣ । ଗତ 24 ଘଣ୍ଟାରେ 1752ଟି ନୂତନ ମାମଲା ଆସିଥିବାବେଳେ 37ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ 283ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 112, ମଧ୍ୟପ୍ରଦେଶରେ 83, ଦିଲ୍ଲୀରେ 50, ଆନ୍ଧ୍ରରେ 29, ତେଲେଙ୍ଗାନାରେ 26, ଉତ୍ତରପ୍ରଦେଶରେ 24, ତାମିଲନାଡୁରେ 20, କର୍ଣ୍ଣାଟକରେ 18, ପଞ୍ଜାବରେ 16ଜଣଙ୍କର ମୃତ୍ୟୁ ହୋଇଛି । ଗତ 28 ଦିନ ମଧ୍ୟରେ 15ଟି ଜିଲ୍ଲାର କୌଣସି ନୂତନ ମାମଲା ସାମ୍ନାକୁ ଆସିନାହିଁ। ସେହିପରି ଦେଶରେ 80ଟି ଜିଲ୍ଲାରେ ଗତ 14 ଦିନ ଧରି କୌଣସି ନୂତନ ମାମଲା ମଧ୍ୟ ଆସିନାହିଁ। ସେହିପରି କରୋନା ସଂକ୍ରମିତ ଦ୍ବିଗୁଣ ହାର ଏବେ…
ଭୁବନେଶ୍ବର : ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଛଅ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ଉଦଳା ଖୁଣ୍ଟା ଥାନା ବଡପଥରା ଗ୍ରାମରେ ତିନି ଯୁବକଙ୍କ ଜୀବନ ଚାଲିଯାଇଛି । ଏହି ଯୁବକମାନେ ଗାଁ ପୋଖରୀରେ ମାଛ ଧରିବା ବେଳେ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି । ସେହିପରି କେନ୍ଦୁଝର ଝୁମ୍ପୁରା ବ୍ଲକରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ମହିଳା ଆହତ ହୋଇଛନ୍ତି । ସରୁପତଳା ସାହିର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ବଳଭଦ୍ରପୁରରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ ଆହତ ହୋଇଛନ୍ତି । ବାଲେଶ୍ବର ସଦର ବ୍ଲକ କୁଶୁଡିହା ଗ୍ରାମରେ ବ୍ରଜପାତ ଯୋଗୁଁ ଜଣକର ମୃତ୍ୟୁ ହୋଇଛି ।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ବାଲିକୁଦା/ଏରସମା ବ୍ଲକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତ ମାନଙ୍କରେ ଗରିବ ଅସହାୟ ମାନଙ୍କୁ ମାସ୍କ, ସାବୁନ୍, ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହିତ ସାମାଜିକ ଦୂରତ୍ୱ ରକ୍ଷା କରି ନିଜେ ନିଜକୁ ସ୍ୱଚ୍ଛ ରଖିବା ପାଇଁ ଲୋକମାନଙ୍କୁ ସଚେତନ କରାଇଛନ୍ତି ଜାତୀୟ ମାନବାଧିକାର କମିସନ ଓଡିଶା ଶାଖା ଏଆଇସିସି ର ରାଜ୍ୟ ସଂଯୋଜକ ତଥା ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ଡକ୍ଟର ଶୁସାନ୍ତ କୁମାର କାନୁନଗୋ। ସାରା ବିଶ୍ୱକୁ କରୋନା ମହାମାରୀ ବ୍ୟାପି ଚାଲିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ସଚେତନତା ବାର୍ତ୍ତା ପ୍ରସାରିତ କରି ଲୋକମାନଙ୍କୁ ସଚେତନତା କରାଯାଉଛି। ଏପରିକି ପେଟ ଚାଖଣ୍ଡକ ପାଇଁ କେତେକ ଲୋକ ନିଜ ଅଞ୍ଚଳ ଛାଡି ବାହାର ରାଜ୍ୟରେ ଦାଦନ ଖଟି ନିଜେ ବଞ୍ଚିବା ସହିତ ଉପାର୍ଜିତ ଅର୍ଥରୁ କିଛି ନିଜ ପରିବାର ପରିଜନଙ୍କ ଭରଣ ପୋଷଣ ନିମନ୍ତେ କିଛି ଅର୍ଥ ନିଜ ଘରକୁ ପଠାଉଥିଲେ କିନ୍ତୁ…
ରଞ୍ଜିତ ପଣ୍ଡା କୁଜଙ୍ଗ: ମହାମାରୀ କରୋନା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲକ ଡାଉନ ଘୋଷଣା କରାଯାଇଛି। ଏଥି ସହିତ ପୋଲିସ ପ୍ରଶାସନ ତରଫରୁ ବାରମ୍ବାର ଡାକ ବାଜୀ ଯନ୍ତ୍ର ଯୋଗେ ପ୍ରଚାର ପ୍ରସାର ହେଲେ ସୁଧା ମାନୁନାହାଁନ୍ତି କେତେକ ଅମାନିଆ ଦୋକାନୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପଞ୍ଚାୟତରେ ଥିବା ବାଲିତୁଠ ବଜାରରେ। ସୂଚନା ମୁତାବକ ଲକ ଡାଉନକୁ ଅବମାନନା କରି ଆଜି ସକାଳ ସମୟରେ ବାଲିତୁଠ ବଜାରରେ ଚା, ଜଳଖିଆ, ମିଠା ଦୋକାନ, ପାନ ଦୋକାନ ଏବଂ ସେଲୁନ ମାନଙ୍କରେ ଭିଡ଼ ଲାଗି ରହିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ କୁଜଙ୍ଗ ପୋଲିସ ସେଠାରେ ପହଞ୍ଚି ସମସ୍ତ ଏଗାର ଜଣ ଦୋକାନୀଙ୍କୁ ଉଠାଇ ଥାନାକୁ ଆଣିଥଲା। ଅନ୍ୟ ପଟେ ସେମାନେ ଲକ ଡାଉନକୁ ଅବମାନନା କରି ଦୋକାନ ବଜାର ଖୋଲା ରଖିଥିବାରୁ ସେମାନଙ୍କ…
ଯାଜପୁର, କରୋନା ପାଇଁ ବର୍ତ୍ତମାନ ତିନୋଟି ଜିଲ୍ଲା ସଂପୂର୍ଣ୍ଣ ସର୍ଟଡାଉନ ଘୋଷଣା କରାଯାଇଛି। ସେହି ତିନୋଟି ଜିଲ୍ଲା ହେଲା ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର। ସର୍ଟଡାଉନ ଘୋଷଣା ପରେ ଏହା ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳାର ଦୃଶ୍ୟ।
ପୁରୀ: ଚଳିତ ବର୍ଷ ବିଶ୍ବ ବିଖ୍ୟାତ ପୁରୀ ରଥଯାତ୍ରା ହେବ କି ନାହିଁ ସେ ନେଇ ଆସନ୍ତା ମେ ୪ ତାରିଖ ପରେ ନିଷ୍ପତି ନିଆଯିବ। ଏ ନେଇ ପୁରୀ ଗଜପତି ଦିବ୍ୟସିଂହ ଦେବ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି। ଆଜି ଗଜପତିଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଶ୍ରୀମନ୍ଦିର ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ସରିବା ପରେ ପୁରୀ ଗଜପତି ତଥା ଜଗନ୍ନାଥଙ୍କ ପ୍ରଥମ ସେବକ ଏହି ବିବୃତି ଦେଇଛନ୍ତି। ମେ ୪ ତାରିଖ ପର୍ଯ୍ୟନ୍ତ ଦେଶରେ ଲକଡାଉନ ଲାଗିରହିଛି। ତେଣୁ ଏହାପରେ କଣ ହେଉଛି ପରିସ୍ଥିତି ଅନୁଧ୍ୟାନ କରିବା ପରେ ନିଷ୍ପତି ନିଆଯିବ ବୋଲି ଗଜପତି କହିଛନ୍ତି। ବର୍ତ୍ତମାନ କରୋନା ପାଇଁ ସାରା ବିଶ୍ବର ଉତ୍ସବ ମହୋତ୍ସବ ସବୁ ବନ୍ଦ ହୋଇ ଯାଇଛି। ସବୁ ଧର୍ମ କାର୍ଯ୍ୟ ମଧ୍ୟ ବନ୍ଦ କରିଦିଆଯାଇଛି। ଏପରି ପରିସ୍ଥିତିରେ ଏହି ରଥଯାତ୍ରା କିପରି ହେବ ସେ ନେଇ ସନ୍ଦେହ…
ଭୁବନେଶ୍ବର : କରୋନା ଅପଡେଟ୍ ନେଇ ସୂଚନା ଦେଇଛନ୍ତି କୋଭିଡ-19ର ମୁଖପାତ୍ର ସୁବ୍ରତ ବାଗ୍ଚୀ । ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ବୟସ୍କଙ୍କ ପ୍ରତି ଅଧିକ ଧ୍ୟାନ ରଖିବାକୁ କହିଛନ୍ତି ବାଗଚୀ। 60ରୁ ଅଧିକ ବୟସ୍କଙ୍କ ମଧ୍ୟରେ ପ୍ରତି ହଜାରରେ 40 ଜଣ ସଂକ୍ରମିତ ହେଉଥିବାବେଳେ 70ରୁ 80 ବର୍ଷ ମଧ୍ୟରେ ସଂକ୍ରମଣ ହାର ହଜାରରେ 86 ରହିଛି । 80 ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ସଂକ୍ରମଣ ହାର 134 ରହିଛି । କାଲି ଚିହ୍ନଟ ହୋଇଥିବା 2 ମହିଳାଙ୍କ ମଧ୍ୟରେ ଜଣେ 70 ଓ ଜଣେ 80 ବର୍ଷର ଥିଲେ। ଉକ୍ତ ଦୁଇ ବୟସ୍କା ମହିଳା ବାହାରକୁ ଯାଇନଥିଲେ । ତଥାପି ସେମାନେ କରୋନାରେ ଆକ୍ରାନ୍ତ ହେଲେ । କାରଣ ସେମାନଙ୍କ ସମ୍ପର୍କୀୟ ବାହାରେ ବୁଲୁଥିବା କରୋନାକୁ ଘରକୁ ଆଣିଛନ୍ତି । ତେଣୁ ବୟସ୍କଙ୍କ ଧ୍ୟାନ ଦେବା ନିତାନ୍ତ ଜୁରରୀ ବୋଲି କହିଛନ୍ତି…
ଭୁବନେଶ୍ବର : ପୁଣି ଭଦ୍ରକରୁ ଆଉ 4 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ଚାରି ଜଣଙ୍କ ମଧ୍ୟରୁ 2 ଜଣ ଧାମନଗରର ହୋଇଥିବାବେଳେ ଆଉ ଦୁଇଜଣ ତିହିଡ ବ୍ଲକର ବୋଲି ଜଣାପଡିଛି । ଭଦ୍ରକ ଜିଲ୍ଲାରେ ଏବେ କରୋନା ପଜିଟିଭ୍ ସଂଖ୍ୟା 16ରେ ପହଞ୍ଚିଛି । ପଜିଟିଭ୍ ଚିହ୍ନଟ ସମସ୍ତ 4ଜଣ ଯାକ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । 4ଜଣ ଯାକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ – 40, 29,41 ଓ 24 ବର୍ଷ ବୋଲି ଜଣାପଡିଛି । ନୂଆ ଚାରିଜଣଙ୍କୁ ମିଶାଇ ଭଦ୍ରକରେ ପଜିଟିଭ୍ ସଂଖ୍ୟା 16କୁ ବୃଦ୍ଧି ହୋଇଛି । ଆଜି ଗୋଟିଏ ଦିନରେ ଭ୍ରଦକରୁ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 94କୁ ବୃଦ୍ଧି ହୋଇଛି ।
ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ପାରାଦ୍ୱୀପ ଗଡ଼ ପଞ୍ଚାୟତରେ ଚାଲିଛି ପ୍ରଚାର। ପଞ୍ଚାୟତର ସରପଞ୍ଚ ମିହିର ରଂଜନ ସାହୁ ପାରାଦ୍ୱୀପ ଲକ ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ଓ ଯାତ୍ରା ଅଭିନେତା ଦେବୀ ପ୍ରସାଦ ରଥ ପ୍ରମୁଖ ପାରାଦ୍ୱୀପ ଗଡ଼ ପଞ୍ଚାୟତର ଘର ଘର ବୁଲି କରୋନା ଭୁତାଣୁ କୋଭିଡ-୧୯ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଜାରି ରଖିଛନ୍ତି। ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନଙ୍କୁ ସଚେତନ କରିବା ସଙ୍ଗେ ସଙ୍ଗେ ପଥପ୍ରାନ୍ତ ସଭାକରି ଲୋକମାନଙ୍କୁ କରୁଛନ୍ତି ସଚେତନ। ଗତ ୨୨ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ସମସ୍ତ ପଞ୍ଚାୟତ ସ୍ତରୀୟ ପ୍ରତିନିଧି ମାନଙ୍କୁ ଭିଡିଓ କନଫେରେନସିଂ ମାଧ୍ୟମରେ ଶପଥ ପାଠ କରିବା ପରେ ସରପଞ୍ଚ ମାନେ ଆହୁରି ସଜାଗ ହୋଇ ଯାଇଛନ୍ତି। ପ୍ରତି ଘରେ ଘରେ ରାଜ୍ୟ ବାହାରେ ଥିବା ଲୋକମାନେ ଆସନ୍ତା ମାସ ୩ ତାରିଖ ପରେ ନିଜ ନିଜର ଭିଟାମାଟିକୁ ଫେରିବାକୁ ଥିବାରୁ ସେମାନେ…
ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମନ୍ତବ୍ୟ ଦେଇଛନ୍ତି । ଆଉ ଦୁଇଦିନ ପରେ ଅକ୍ଷୟତୃତୀୟା । ଏହି ଦିନ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ । ତେବେ ଲକ୍ ଡାଉନ୍ ଚାଲିଥିବାରୁ ବାହାର ଯାତ୍ରା ହୋଇପାରିବନି ବୋଲି ସୂଚନା ରହିଛି । ସବୁ ଧର୍ମପୀଠରେ ବାହାର ଯାତ୍ରାକୁ ପୂରା ବାରଣ କରାଯାଇଛି । କେନ୍ଦ୍ର, ରାଜ୍ୟ ସରକାରଙ୍କ ନିୟମ ପରିଚାଳନା କମିଟି ମାନିବାକୁ ବାଧ୍ୟ ବୋଲି ସୂଚନା ରହିଛି । ସେହିପରି ଆସନ୍ତା ତିନି ତାରିଖ ପର୍ଯ୍ୟନ୍ତ କୌଣସି ବାହାର ଯାତ୍ରା ସମ୍ଭବ ନୁହେଁ ବୋଲି କହିଛନ୍ତି ଗଜପତି । ଶ୍ରୀମନ୍ଦିର ପରମ୍ପରାକୁ ଦୃଷ୍ଟିରେ ରଖି ସନ୍ଧ୍ୟା ସମୟରେ ଶଙ୍କରାଚାର୍ଯ୍ୟକୁ ଭେଟି ଏ ସମ୍ପର୍କରେ ଆଲୋଚନା କରାଯିବ । ଗୁରୁଜୀଙ୍କ ପରାମର୍ଶ ଅନୁସାରେ ଅକ୍ଷୟ ତୃତୀୟା ନୀତି ପାଳନ ହେବ…
ଥାନେ : କରୋନା ରୋଗୀ ସନ୍ଦେହରେ ଜଣେ 34 ବର୍ଷୀୟ ଯୁବକଙ୍କ କିଛି ଲୋକେ ଆକ୍ରମଣ କରିଛନ୍ତି । ଆକ୍ରମଣରୁ ବର୍ତ୍ତିବା ପାଇଁ ଯୁବକ ଜଣକ ଚେଷ୍ଟା କରୁଥିବା ସମୟରେ ନାଳ ପଡିଯିବାରୁ ଯୁବକ ଜଣକର ମୃତ୍ୟୁ ହୋଇ ଯାଇଛି । ଏପରି ଏକ ଘଟଣା ମହାରାଷ୍ଟ୍ରର ଥାନେ ଜିଲ୍ଲାର କଲ୍ୟାଣ ସହରରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ମୃତ୍ୟୁବରଣ କରିଥିବା ଯୁବକଙ୍କର ନାମ ଗଣେଷ ଗୁପ୍ତା । ସେ କିଛି ଜରୁରୀ ସାମଗ୍ରୀ କିଣିବା ପାଇଁ ବାହାରକୁ ଆସିଥିଲେ । ତେବେ ବାଟରେ ପୋଲିସ୍ ଦେଖି ଅନ୍ୟ ବାଟରେ ଯାଉଥିଲେ । ଚାଲି ଚାଲି ଯାଉଥିବା ସମୟରେ ତାଙ୍କର ହଠାତ୍ କାଶ ହୋଇଥିଲା । ତାଙ୍କର କାଶକୁ ଦେଖି ଲୋକମାନେ ତାଙ୍କୁ କରୋନା ରୋଗୀ ବୋଲି ସନ୍ଦେହ କରି ମିଳିତ ଭାବେର ଆକ୍ରମଣ କରିଥିଲେ । ସେ ନିଜକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିବା ସମୟରେ ହଠାତ୍ ନାଳ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବିଭୂତିକ୍ଷେତ୍ର ଭାବେ ପରିଚିତ କେରେକେରା ସ୍ଥିତ ପ୍ରଭୁ ଗୋରେଖନାଥଙ୍କ ପୀଠରେ ଆସନ୍ତା ତା.୨୬.୪.୨୦ ଠାରୁ ୦୩.୦୫.୨୦ରିଖ ପର୍ଯ୍ୟନ୍ତ ହେବାକୁ ଥିବା ବାର୍ଷିକ ଯଜ୍ଞ ଓ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସେଠାରେ୧୪୪ ଧାରା ଜାରି କରିଛନ୍ତି। ଏହି ସମୟ ମଧ୍ୟରେ ମନ୍ଦିର ପରିସରରେ ପୂଜକଙ୍କୁ ମିଶାଇ ଚାରି ଜଣରୁ ଅଧିକ ଏକାଠି ହୋଇ ପାରିବେ ନାହିଁ। ଏହି ସମୟ ମଧ୍ୟରେ ମନ୍ଦିର ପରିସରରେ ସାଧାରଣ ଜନତାଙ୍କୁ ବାରଣ କରାଯାଇଛି। ୧୪୪ ଧାରା ତା.୨୬. ୪.୨୦ ରିଖରୁ ତା.୦୩.୦୫.୨୦ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାର ଅବମାନନା କଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କରୋନା ଭୁତାଣୁର ଦ୍ରୁତ ସଂକ୍ରମଣ କୁ ପ୍ରତିରୋଧ କରିବା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।
ଇସଲାମବାଦ: ଜାତୀୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର ଦ୍ଵାରା ଜାରି ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଅତି କମରେ ୨୫୩ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଏବଂ ଡାକ୍ତରୀ କର୍ମଚାରୀ ପାକିସ୍ତାନରେ କରୋନାଭାଇରସ୍ ସଂକ୍ରମିତ ହୋଇଛନ୍ତି। ବୁଧବାର ପର୍ଯ୍ୟନ୍ତ ତଥ୍ୟ ଥିବା ରିପୋର୍ଟକୁ ଆଧାର କରି ଦେଶରେ ୧୨୪ ଡାକ୍ତର, ୩୯ ନର୍ସ ଏବଂ ୯୦ ଜଣ ସ୍ୱାସ୍ଥ୍ୟ କର୍ମୀ ଏହି ଜୀବାଣୁ ସଂକ୍ରମିତ ହୋଇଛନ୍ତି ବୋଲି ଡନ୍ ନ୍ୟୁଜ୍ ଶୁକ୍ରବାର ଦିନ ପ୍ରକାଶ କରିଛି। ଏହି ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ମଧ୍ୟରୁ ବାଇଶି ଜଣ ବିଚ୍ଛିନ୍ନ ଅଛନ୍ତି, ୧୨୫ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ୩୩ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି। ସ୍ଥାନୀୟ ମେଡିକାଲ୍ ସମ୍ପ୍ରଦାୟ ମଧ୍ୟରେ ପ୍ରଥମ କୋଭିଡ଼-୧୯ ମୃତ୍ୟୁ ଗିଲଗିଟ୍ ବାଲ୍ଟିସ୍ତାନରେ ଘଟିଥିଲା ଯେତେବେଳେ ଗତ ମାସରେ ଜଣେ ଯୁବ ଡାକ୍ତର ଉସାମା ରିଆଜ୍ ଏହି ରୋଗରେ ପୀଡିତ ହୋଇଥିଲେ। ୨୫୩ ଟି ମାମଲା ମଧ୍ୟରୁ ପଞ୍ଜାବରେ ୮୩ ଟି…
କୁପୱାରା: ଶୁକ୍ରବାର ଦିନ ଜମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର ସୈନିକ କ୍ୟାମ୍ପରେ ଏକ ଅଘଟଣ ଘଟିଯାଛି। ରାଇଫଲରୁ ଭୁଲରେ ଗୁଳି ବାହାରି ଜଣେ ସୈନିକଙ୍କ ମୃତ୍ୟୁ ଘଟିଛି। ଉଲ୍ଲେଖଯୋଗ୍ୟ ଯେ ୮ ଜାଟ ରେଜିମେଣ୍ଟର ହାଭାଲଦାର ରାକେଶ କୁମାର ନିଜ ସର୍ଭିସ ରାଇଫଲକୁ ସଫା କରୁଥିବା ସମୟରେ ହଠାତ୍ ତାଙ୍କ ରାଇଫଲର ଟ୍ରିଗର ଦବିଯିବାରୁ ଶରୀରରେ ଗୁଳି ବାଜି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ସେନା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ଡାକ୍ତରମାନେ ପହଞ୍ଚିବା ପରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିବା ପୋଲିସ କହିଛି। ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିରାମହାରାଜପୁର ବ୍ଲକର ସାନକିରାସିରା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି। ଏହି ଗ୍ରାମରେ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇ ଦୁଇଟି ଘର ନଷ୍ଟ ହୋଇଯାଇଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ଶୁଣିବାକୁ ମିଳୁଛି। ବିସ୍ଫୋରଣ ପରେ ଘରର କାନ୍ଥ ଭୁଷୁଡିପଡିଆବାରୁ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ସିନୁ ପ୍ରଧାନ (୨୪)ନାମକ ଏହି ମୃତ ଯୁବକ ଜଣକ ରୋଷେଇକରୁଥିବା ବେଳେ ଏହି ଅଘଟଣ ଘଟିଥିଲା।

