KUWAIT CITY, Jan. 30, 2020 (Xinhua) — A bird forages in Kuwait City, Kuwait, Jan. 29, 2020. (Photo by Ghazy Qaffaf/Xinhua/IANS)
Author: Samikhsya Bureau
Mount Maunganui: Indian players pose with the Winners Trophy after India scripted an unprecedented 5-0 series whitewash with a seven-run victory against New Zealand in the fifth and final T20I at Bay Oval, Mount Maunganui in New Zealand on Feb 2, 2020. (Photo: Surjeet Yadav/IANS)
Kolkata: A Red-breasted parakeet seen at Maidan in Kolkata on Feb 2, 2020. (Photo: Kuntal Chakrabarty/IANS)
ମହାତ୍ମା ଗାନ୍ଧି ଓ ସ୍ବାଧୀନତା ଆନ୍ଦୋଳନକୁ ନେଇ ବିଜେପି ସାଂସଦ ଅନନ୍ତ ହେଗେଡଙ୍କ ବୟାନକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ବିବାଦୀୟ ବୟାନକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିଜେପିକୁ ଘେରିଛନ୍ତି । କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ, ମହାତ୍ମା ଗାନ୍ଧି ଓ ସ୍ବାଧୀନତା ଆନ୍ଦୋଳନକୁ ଅପମାନ କରିବା ଅଭିଯୋଗରେ ହେଗେଡଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ । ଯଦି ପ୍ରଧାନମନ୍ତ୍ରୀ ତଥା ସରକାର ଏହା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ସରକାରଙ୍କ ଉଦ୍ଦେଶ୍ୟରେ କ’ଣ ରହିଛି ଜଣାପଡିଯିବ । ଏହା ସହିତ ଆନନ୍ଦ ଶର୍ମା କହିଛନ୍ତି ଯେ, ହେଗେଡଙ୍କ ବୟାନ ଉପରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟୀକରଣ ଦେବା ଉଚିତ୍ । ସେହିପରି କଂଗ୍ରେସର ପ୍ରବକ୍ତା ରଣଦୀପ୍ ସୁର୍ଜେଓ୍ବାଲା ଏହାକୁ ନିନ୍ଦନୀୟ ବୋଲି କହିବା ସହିତ କହିଛନ୍ତି ଯେ, ଯଦି ହେଗେଡଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ, ତେବେ ଏହା…
ରଞ୍ଜିତ୍ ପଣ୍ଡା କୁଜଙ୍ଗ : ଆଜି କୁଜଙ୍ଗ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି ମଧ୍ୟ କରିଥିଲେ । ଏହି ଅଭିଯୋଗ ଶିବିରରେ ମୋଟ 230ଟି ଅଭିଯୋଗ ପଂଜୀକୃତ ହୋଇଥିଲା । ସେଥିମଧ୍ୟରୁ 217ଟି ବ୍ୟକ୍ତିଗତ ସମ୍ପସ୍ୟା ସମ୍ପର୍କିତ, 81ଟି ବିଜୁ ପକ୍କାଘର/ ଇନ୍ଦିରା ଆବାସ ସମ୍ପର୍କିତ, ଜମିଜମା ସମ୍ପନ୍ଧୀୟ 20ଟି, ରାସନ କାର୍ଡ ସମ୍ବନ୍ଧୀୟ 8ଟି, କାଳିଆ ଯୋଜନା ସମ୍ପର୍କିତ 12ଟି ଜମିଜମା ସମ୍ପର୍କିତ 20ଟି, ଘର ଡିହ ସମ୍ପର୍କିତ 8ଟି, ସ୍ବାସ୍ଥ୍ୟ ସମ୍ପର୍କିତ 6ଟି, ଆଇନ ସହାୟତା ସମ୍ପର୍କିତ 8ଟି ଓ ଅନ୍ୟାନ୍ୟ 48ଟି, ଗ୍ରାମ ସମସ୍ୟା ସମ୍ପର୍କିତ 2ଟି, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ପାଇବା ପାଇଁ 7ଟି, ରେଡକ୍ରସ୍ ପାଣ୍ଠିରୁ ସହାୟତା ପାଇଁ 4ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା…
ସମୀକ୍ଷା ବ୍ୟୁରୋ ବାଲୁଗାଁ : ଚିଲିକା ଡଙ୍ଗାବୁଡି ଘଟଣାରେ ତିନି ଡଙ୍ଗା ମାଲିକଙ୍କୁ ଗିରଫ କରାଯାଇଛି । ଗତକାଲି ଚିଲିକା ମଝିରେ ଡଙ୍ଗା ବୁଡିଯିବା ଘଟଣାରେ ଡଙ୍ଗା ମାଲିକଙ୍କୁ ବାଲୁଗାଁ ପୋଲିସ ଗିରଫ କରିଛି । କାଳିଜାଇରୁ ଭୋଜି ସାରି ଫେରୁଥିବାବେଳେ ଗୋଟିଏ ଡଙ୍ଗା ବୁଡିଥିଲା । ପଛରେ ଆସୁଥିବା ଅନ୍ୟ ଏକ ଡଙ୍ଗା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା । ଡଙ୍ଗା ବୁଡିବା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ଆଜି ବାଲୁଗାଁ ଫିସେରୀ ଡିଏଫ୍ଓ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସନ୍ତା କାଲିଠାରୁ ସମସ୍ତ ଡଙ୍ଗାର କାଗଜପତ୍ର ଯାଞ୍ଚ କରିବାକୁ ନିଷତ୍ତି ନିଆଯାଇଛି । ଗତକାଲି ଚିଲିକାଠାରେ ବୁଡି ଯାଇଥିବା ଡଙ୍ଗାରେ ଆବଶ୍ୟକତାଠାରୁ ଅଧିକ ସଂଖ୍ୟକ ଯାତ୍ରୀ ରହିବା କାରଣରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ପଡିଥିଲା।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ଜାମିନ ମିଳିଛି । ହାଇକୋର୍ଟ ବିଜୟଙ୍କ ଜାମିନକୁ ମଞ୍ଜୁର କରିଛନ୍ତି । ଉଦ୍ୟାନ କୃଷି ନିର୍ଦ୍ଦେଶକ ଥିବାବେଳେ ଲାଞ୍ଚ ନେଇଥିବାର ଅଭିଯୋଗ ହୋଇଥିଲା । 1ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିଲା। ବିଜୟଙ୍କ ସହ ଜଣେ ଘରୋଇ ବ୍ୟାଙ୍କର କର୍ମଚାରୀଙ୍କୁ ମଧ୍ୟ ଗିରଫ ହୋଇଥିଲେ। ଡିସେମ୍ବର 30 ତାରିଖରେ ଦୁହିଁଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ ବୋଲି କହିଛନ୍ତି ହାଇକୋର୍ଟ। ଗିରଫ ହେବା ପରେ ବିଜୟ କେତନଙ୍କୁ ଫଶାଇ ଦିଆଯାଇଛି ବୋଲି କହିଥିଲେ ବିଜୟ କେତନ।
ମୁମ୍ବାଇ : ବିକି କୌଶଲ୍ ଓ ଭୂମି ପେଡେନ୍କରଙ୍କ ଅଭିନୀତ ଫିଲ୍ମ ‘ଭୂତ୍’ର ଆଜି ଟ୍ରେଲର୍ ରିଲିଜ୍ ହୋଇଛି । ଏହି ଫିଲ୍ମଟି ବହୁ ସମୟ ଧରି ଚର୍ଚ୍ଚାରେ ରହିଛି । ତେବେ ଏହାର ଟ୍ରେଲରକୁ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ମିଳିଛି । କେହି କେହି ଏହାକୁ ବେକାର କହିଥିବାବେଳେ କେହି କେହି ଏହାର କାହାଣୀକୁ ପସନ୍ଦ କରିଛନ୍ତି । ଏହି ଟ୍ରେଲର୍ରେ ଆମାଜନ୍ ସମୁଦ୍ରରେ ରହିଥିବା ଏକ ଜାହାଜର କାହାଣୀକୁ ଦର୍ଶାଯାଇଛି । ଯାହାର ଯାଞ୍ଚ ପାଇଁ ବିକିଙ୍କୁ ଦାୟିତ୍ବ ଦିଆଯାଇଛି । ଜାହାଜକୁ ଯାଞ୍ଚ କରିବା ସମୟରେ କିଛି ଅଜବ ଘଟଣା ଦେଖିଛନ୍ତି ବିକି । ଫିଲ୍ମରେ ବିକିଙ୍କ ଚରିତ୍ରଙ୍କ ନାମ ପୃଥ୍ବୀ ରହିଛି । କରନ୍ ଜୋହରଙ୍କ ପ୍ରଯୋଜିତ ଏହି ଫିଲ୍ମଟିକୁ ଭାନୁ ପ୍ରତାପ ସିଂ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମଟି ଆସନ୍ତା ଫେବୃଆରୀ 21 ତାରିଖରେ ପରଦା ଉପରକୁ ଆସିବ । ଏହି ଫିଲ୍ମ ସହିତ…
ଓ୍ବର୍ଦ୍ଧା : ପ୍ରେମକୁ ପ୍ରତ୍ୟାଖ୍ୟାନ କରିବା ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି ଯୁବତୀଜଣଙ୍କୁ । ତାଙ୍କୁ ପେଟ୍ରୋଲ ପକାଇ ଜାଳିବାର ଚେଷ୍ଟା କରାଯାଇଛି । ଏହିଭଳି ଏକ ସମ୍ବଦେନଶୀଳ ଘଟଣା ଘଟିଯାଇଛି ମହାରାଷ୍ଟ୍ରର ଓ୍ବର୍ଦ୍ଧା ଜିଲ୍ଲାରେ। ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣକ ଗତ ସାତ ମାସ ହେବ ଏକ କଲେଜରେ ଶିକ୍ଷକତା କରୁଥିବାବେଳେ ତାଙ୍କୁ ଜଣେ 27 ବର୍ଷୀୟ ବିବାହିତ ଏକତରଫା ପ୍ରେମ କରୁଥିଲେ । ମାତ୍ର ଯୁବତୀ ଜଣଙ୍କ ଏହାକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ । ନିକଟରେ ଯୁବତୀଜଣକଙ୍କ ଅନ୍ୟ ଏକ ଜାଗାରେ ବିବାହ ସ୍ଥିର ହେବାରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଯୁବତୀଙ୍କ ଉପରେ ପେଟ୍ରୋଲ୍ ପକାଇ ଜାଳିବାକୁ ଚେଷ୍ଟା କରିଛନ୍ତି । ତେବେ ଗମ୍ଭୀର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ତାଙ୍କୁ ପ୍ରଥମେ ଉପଜିଲ୍ଲା ହସ୍ପିଟାଲ୍କୁ ନିଆଯାଇଥିବାବେଳେ ତାଙ୍କୁ ନାଗପୁରର ଅରେଞ୍ଜ ସିଟି ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ହିଙ୍ଗନଘାଟ ପୋଲସ୍ ତଦନ୍ତ କରୁଛନ୍ତି ।…
ସମୀକ୍ଷା ବ୍ୟୁରୋ କଟକ : ଚଳିତ ବର୍ଷ ଫେବୃଆରୀ 19ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ । ଚଳିତ ଥର 5 ଲକ୍ଷ 60 ହଜାର 891 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏହା ମାର୍ଚ୍ଚ ଦୁଇ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପରୀକ୍ଷା ନିମନ୍ତେ 307 ନୋଡାଲ ସେଣ୍ଟର ଓ 2888 ପରୀକ୍ଷା କେନ୍ଦ୍ର ଧାର୍ଯ୍ୟ ହୋଇଛି । ସମ୍ବେଦନଶୀଳ 1ହଜାର କେନ୍ଦ୍ରରେ ସିସିଟିଭି ଲଗାଇବା ପାଇଁ କାର୍ଯ୍ୟ ଜାରି କରାଯାଇଛି । 22 ପୋଲିସ ଷ୍ଟେସନକୁ ମଧ୍ୟ ନୋଡାଲ ସେଣ୍ଟର କରିବାକୁ ନିଷ୍ପତ୍ତି ହୋଇଛି । ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ଼ ବ୍ୟବସ୍ଥା ମଧ୍ୟ କରାଯାଇଛି । ନୋଡାଲ ସେଣ୍ଟର ଗୁଡ଼ିକରେ 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ସମସ୍ତ ପରୀକ୍ଷା ସକାଳ 10ଟାରୁ…
ବାଲୁଗାଁ : ଗତକାଲି ଚିଲିକାରେ ଡଙ୍ଗା ବୁଡି ପରେ ପ୍ରଶାସନ ଚେତିଛି । ଆଜି ବାଲୁଗାଁ ଫିସେରୀ ଡିଏଫ୍ଓ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ତହସିଲଦାର, ଡିଏଫ୍ଓ, ଆଇଡବ୍ଲ୍ୟଡି ଇଞ୍ଜିନିୟର ଓ ସିଡିଏ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଆସନ୍ତା କାଲିଠାରୁ ସମସ୍ତ ଡଙ୍ଗାର କାଗଜପତ୍ର ଯାଞ୍ଚ କରିବାକୁ ନିଷତ୍ତି ନିଆଯାଇଛି । ତେବେ କାଲି ଡଙ୍ଗା ନେଇ ଯାଇଥିବା ତିନି ଡଙ୍ଗା ମାଲିକଙ୍କ ନାଁରେ ଏତଲା ଦିଆଯାଇଛି । ଗତକାଲି ଚିଲିକାଠାରେ ବୁଡି ଯାଇଥିବା ଡଙ୍ଗାରେ ଅଧିକ ସଂଖ୍ୟକ ଯାତ୍ରୀ ରହିବା କାରଣରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିପଡିଥିଲା ।
ମୁମ୍ବାଇ : ହିନ୍ଦୀ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଓ୍ବାହିଦା ରେହମାନ ଆଜି 82 ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ୧୯୩୮ ଫେବୃୟାରୀ ୩ରେ ତାମିଲନାଡୁରେ ଓ୍ବାହିଦା ଜନ୍ମଗ୍ରହଣ କରିଥିଲେ। 50ରୁ 70 ଦଶକ ମଧ୍ୟରେ ଜଣେ ସଫଳ ଅଭିନେତ୍ରୀ ଭାବେ ବଲିଉଡ୍ରେ ବେଶ୍ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଓ୍ବାହିଦା । କେବଳ ହିନ୍ଦୀ ନୁହେଁ, ତେଲୁଗୁ, ତାମିଲ୍, ବଙ୍ଗାଳୀ ଭଳି ଭାଷାରେ ମଧ୍ୟ ଫିଲ୍ମ କରି ନିଜର ଅଭିନୟର ଯାଦୁ ଛାଡିଛନ୍ତି । 1957 ମସିହାରେ ବଲିଉଡ୍ ଚଳଚ୍ଚିତ୍ର ‘ପ୍ୟାସା’ ଜରିଆରେ ବଲିଉଡ୍ରେ ପାଦ ଥାପିଥିଲେ ଓ୍ବାହିଦା । ଏହି ଫିଲ୍ମରେ ଗୁରୁଦତ୍ତ ଓ ଓ୍ବାହିଦାଙ୍କ ଯୋଡ଼ିକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ । ଏହି ଯୋଡି ‘ସାହିବ୍ ବିଓ୍ବି ଔର ଗୁଲାମ୍’, ‘ଚୌଦୀନ୍କା ଚାନ୍ଦ୍’, ‘କାଗଜ୍ କେ ଫୁଲ୍’ ପରି ଫିଲ୍ମରେ ଅଭିନୟ କରି ସଫଳ ହୋଇଛନ୍ତି । ସେହି ସମୟରେ ଦୁହିଁଙ୍କ ପ୍ରେମ କାହାଣୀ ମଧ୍ୟ ବେଶ୍…
ବେଙ୍ଗାଲୁରୁ : ଭାରତୀୟ ଜନତା ପାର୍ଟିର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗେଡ୍ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନନ୍ତ ହେଗେଡ୍ ଏକ ବିବାଦୀୟ ବୟାନ ଦେବା ସହିତ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଅପମାନ କରିଛନ୍ତି । ଅନନ୍ତ ହେଗେଡ୍ ରାଷ୍ଟ୍ରପତି ମହାତ୍ମା ଗାନ୍ଧିକୁ ଟାର୍ଗେଟ କରି କହିଛନ୍ତି ଯେ, ଗାନ୍ଧି ଯେଉଁ ସ୍ବତନ୍ତ୍ରତା ସଂଗ୍ରାମର ନେତୃତ୍ବ ନେଇଥିଲେ, ତାହା ବାସ୍ତବରେ ଆନ୍ଦୋଳନ ନଥିଲା, ବରଂ ତାହା ଏକ ଡ୍ରାମା ଥିଲା । ପୁନଶ୍ଚ ହେଗେଡ କହିଛନ୍ତି ଯେ, ସ୍ବାଧୀନତା ସଂଗ୍ରାମର ସେହି ଡ୍ରାମାକୁ ଇଂରେଜରୀମାନଙ୍କ ସହମତିରେ ମଞ୍ଚସ୍ଥ କରାଯାଇଛିଲା । ତଥାକଥିତ ନେତାଙ୍କୁ କୌଣସି ପୁଲିସ୍ ମାରିନାହାନ୍ତି । କଂଗ୍ରେସର ସମର୍ଥନ କରୁଥିବା ଲୋକ କହୁଛନ୍ତି ଯେ, ବଳିଦାନ ଓ ସତ୍ୟାଗ୍ରହ ଯୋଗୁଁ ଭାରତକୁ ସ୍ବାଧୀନତା ମିଳିଛି , କିନ୍ତୁ ଏହା ସତ୍ୟ ନୁହେଁ…
ମୁମ୍ବାଇ : ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଅପକମିଙ୍ଗ୍ ଫିଲ୍ମ ‘ବାଗୀ 3‘ର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ପୋଷ୍ଟରରେ ଟାଇଗର୍ ଏକ ଯୁଦ୍ଧ ମଇଦାନରେ ଠିଆ ହୋଇଥିବାର ନଜର ଆସିଛନ୍ତି । ଟାଇଗର୍ ଏହି ପୋଷ୍ଟରକୁ ସୋସିଆଲ୍ ମିଡିଆରେ ସେୟାର କରିବା ସହିତ ଏହି ଫିଲ୍ମର ଟ୍ରେଲର୍ ରିଲିଜ୍ ସମ୍ପର୍କରେ ସୂଚନା ଦେଇଛନ୍ତି । ଟାଇଗର୍ ଇନ୍ଷ୍ଟାଗ୍ରାମରେ ବାଗୀ 3ର ଫାଷ୍ଟ ଲୁକ୍ର ପୋଷ୍ଟରକୁ ସେୟାର କରି ଲେଖିଛନ୍ତି ଯେ, ‘ନିଜର ସବୁଠୁ ଶକ୍ତିଶାଳୀ ଶତ୍ରୁ ବିରୋଧରେ ତା’ର ସବୁଠାରୁ ବଡ଼ ଯୁଦ୍ଧ, ଏକ ଦେଶ ବିରୁଦ୍ଧରେ, ରନି ପୁଣି ଫେରିଛି !’ ଏହି ଫିଲ୍ମର ଟ୍ରେଲର୍ଟି ଆସନ୍ତା 6 ତାରିଖରେ ରିଲିଜ୍ ହେବ। ପୋଷ୍ଟରରେ ଟାଇଗର୍ ଆକ୍ସନ ମୋଡରେ ନଜର ଆସିଥିବାବେଳେ ତାଙ୍କ ସାମ୍ନାରେ ଟ୍ୟାଙ୍କର୍, ହେଲିକ୍ୟାପ୍ଟର ରହିଥିବାବେଳେ ଏହି ମେସିନ୍ଗଗୁଡ଼ିକ ସାମ୍ନାରେ ଟାଇଗର୍ ବେଶ୍ ବୀର ଦର୍ପରେ ଠିଆହୋଇଥିବାବେଳେ ତାଙ୍କ ହାତରେ ଏକ ରାଇଫଲ୍ ରହିଥିବାର…
କେରଳ : କେରଳରେ କରୋନା ଭାଇରସରେ ଆକ୍ରାନ୍ତ ଥିବା ତୃତୀୟ ବ୍ୟକ୍ତିଙ୍କର ଚିହ୍ନଟ କରାଯାଇଛି। ଏହାପୂର୍ବରୁ ୨ଜଣଙ୍କ ନିକଟରେ କରୋନାଭାଇରସ ପଜିଟିଭ ମିଳିବା ପରେ ଏମାନଙ୍କର ଏବେ ଆଇସୋଲେଶନ ଓ୍ବାର୍ଡରେ ଚିକିତ୍ସା ଚାଲିଛି। ତୃତୀୟ ବ୍ୟକ୍ତି ଜଣଙ୍କ କାସରାଗଡ ଅଞ୍ଚଳର ହୋଇଥିବା ବେଳେ ଏବେ ସେ କନଜାନଗଡ ଜିଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନାଯୋଗ୍ୟ, ଚାଇନାରେ କରୋନା ଭାଇରସ ମହାମାରୀର ରୂପ ନେଇଛି । ଏଥିରେ ମୃତ୍ୟୁ ସଂଖ୍ୟା 300ରୁ ଉର୍ଦ୍ଧ୍ବରେ ପହଞ୍ଚିଥିବାବେଳେ ଏଥିରେ 17ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତି ସଂକ୍ରମିତ ହୋଇଥିବା ସୂଚନା ରହିଛି । (ଏଜେନ୍ସି)
ଅଙ୍ଗୋଲା : ପେଟର ଭୋକ ମେଣ୍ଟାଇବା ପାଇଁ ମଣିଷ ଯେକୌଣସି କର୍ମ କରିବାକୁ ବି ପଛାଏ ନାହିଁ । କିନ୍ତୁ ପେଟର ଭୋକ ପାଇଁ ଦେହକୁ ବିକ୍ରି କରିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଅଳ୍ପ ବୟସର ଝିଅମାନେ ଖାଦ୍ୟ ସାମଗ୍ରୀ ପାଇଁ ମାତ୍ର କେଇଟି ଟଙ୍କାରେ ନିଜକୁ ଦେହକୁ ନିଲାମ କରିଦେଉଥିବାର ଏକ ଜଘନ୍ୟ ସତ୍ୟ ସାମ୍ନାକୁ ଆସିଛି । ଏହିପରି କିଛି ଘଟଣା ଆଫ୍ରିକାର ଅଙ୍ଗୋଲା ଅଞ୍ଚଳରେ ହେଉଥିବାର ସୂଚନା ମିଳିଛି । ଜଣେ ଝିଅ ନିଜ ପରିବାରକୁ ମୁଠାଏ ଦାନା ଦେବା ପାଇଁ ନିଜକୁ ମାତ୍ର 22 ଟଙ୍କାରେ ବିକ୍ରି କରିଦେଉଛି । କ୍ଷୁଧାର୍ତ୍ତ ଓ ସଂଘର୍ଷର ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି ଆଫ୍ରିକାର କିଛି ଅଞ୍ଚଳରେ । ଖାଦ୍ୟ ସାମଗ୍ରୀ ଜୁଟେଇବା ପାଇଁ ଅଳ୍ପବୟସ୍କା ଝିଅମାନେ ମାତ୍ର 22 ଟଙ୍କାରେ ଦେହ ବିକ୍ରି କରୁଛନ୍ତି । ଏପରି କାମ ପାଇଁ…
ସମୀକ୍ଷା ବ୍ୟରୋ ବରଗଡ : ସିଟି ହସ୍ପିଟାଲ ଦାବି ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ବରଗଡ଼ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ଜନସାଧାରଣ ସ୍ବତସ୍ଫୂର୍ତ୍ତ ଭାବରେ ସମର୍ଥନ କରି ଦୋକାନ ବଜାର ବନ୍ଦ ରଖିଛନ୍ତି । ସହର ମଧ୍ୟରେ ଗମନା ଗମନ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି । ଉଭୟ ବିଜେପି ଓ କଂଗ୍ରେସ ଦଳ ଏହି ବନ୍ଦକୁ ସମର୍ଥନ କରିଛନ୍ତି । ସହରରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି । ସୂଚନାଯୋଗ୍ୟ ଯେ, ବରଗଡ଼ରେ ଭଟଲି ବ୍ଲକର ଟୁକୁର୍ଲାକୁ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ ପରେ ବରଗଡ଼ ସହର ଲୋକ ଏହାକୁ ତୀବ୍ର ବିରୋଧ କରିଛନ୍ତି । ସହରରେ ସେଭଳି କୌଣସି ଭଲ ସରକାରୀ ହସପିଟାଲ ନଥବାରୁ ବରଗଡ ସହରରେ ଏକ ସିଟି ହସ୍ପିଟାଲ ନିର୍ମାଣ କରାଯାଉ ବୋଲି ବରଗଡ଼ବାସୀ ଦାବି ଜଣାଇଛନ୍ତି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜିଠୁ ଭୁବନେଶ୍ୱରରେ ସିଲ ହେବ ବେଆଇନ କଲ୍ୟାଣ ମଣ୍ଡପ । ଏହି କ୍ରମରେ ଆଜି ପ୍ରଥମ ଦିନରେ ୫ଟି କଲ୍ୟାଣ ମଣ୍ଡପ ସିଲ କରାଯିବ । ରାଜଧାନୀ ଭୁବନେଶ୍ୱରରେ ଥିବା କିଛି କଲ୍ୟାଣ ମଣ୍ଡପ ହୋଲ୍ଡିଂ ଟିକସ୍ ଦେଉନଥିବା, ବିଲ୍ଡିଂ ପ୍ଲାନିଂ ଅନୁମୋଦନ ହୋଇନଥିବା ଓ ମଣ୍ଡପରେ ପାର୍କିଂ ସୁବିଧା ନଥିବା ଜଣାପଡ଼ିଛି। ତେବେ ଏହି କାରଣରୁ ଭୁବନେଶ୍ୱରରେ ୩ଟି ଜୋନରେ ଥିବା ୮୦ଟି କଲ୍ୟାଣ ମଣ୍ଡପ ସିଲ୍ କରିବାକୁ ଚିହ୍ନଟ କରାଯାଇଛି । ଗତ ଜାନୁଆରୀ ୩୧ ଯାଏଁ ଡେଡ଼ଲାଇନ ଥିଲା । ଡେଡଲାଇନ ସରିଥିବାରୁ ଆଜିଠାରୁ ପର୍ଯ୍ୟାୟ କ୍ରମେ ଏହି ସବୁ ମଣ୍ଡପ ସିଲ୍ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ବିଡ଼ିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡ ଏହି କାର୍ଯ୍ୟ କରିବେ । ପ୍ରାପ୍ତ ସୂଚନା ଅନୁସାରେ ଶହୀଦ୍ ନଗରଠାରେ ଥିବା ବେଆଇନ କଲ୍ୟାଣ ମଣ୍ଡପକୁ ସିଲ୍ କରିବା ଲାଗି…
କର୍ଣ୍ଣାଟକ : କର୍ଣ୍ଣାଟକ ରାଜନୀତିରେ ସବୁବେଳେ ହାଇ ଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳୁଛି। କିଛି ଦିନର ଶାନ୍ତ ପରେ ପୁଣି ଥରେ ନାଟକ ଆରମ୍ଭ ହେଲାଣି । ପୁଣି ଥରେ ଦେଖିବାକୁ ମିଳିବ ଇସ୍ତଫାର ପର୍ବ । ବିଜେପି ବିଧାୟକମାନେ ଇସ୍ତଫା ଦେବା ନେଇ ଧମକ ଦେଇଥିବାର ଶୁଣିବାକୁ ମିଳିଛି । କର୍ଣ୍ଣାଟକରେ ୟେଦୁରପ୍ପା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ପୁଣି ଥରେ କେଁ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଦଳର ହାଇକମାଣ୍ଡଙ୍କ ନିକଟରୁ ଯେଉଁ ଲିଷ୍ଟ୍ ପଠାଇଛନ୍ତି, ସେଥିରେ ସିପି ଯୋଗେଶ୍ବରଙ୍କ ନାମ ରହିଛି । ସିପି ଯୋଗେଶ୍ବର ବିଧାୟକ ନଥିବାବେଳେ ବିଧାନ ପରିଷଦର ସଦସ୍ୟ ମଧ୍ୟ ନୁହଁନ୍ତି । କିନ୍ତୁ ସିପି ଯୋଗେଶ୍ବରଙ୍କୁ ମନ୍ତ୍ରୀ କରିବା ନେଇ କିଛି ବିଜେପି ବିଧାୟକ ନାରାଜ ରହିବା ସହିତ ଇସ୍ତଫା ଦେବାର ଧମକ ମଧ୍ୟ ଦେଇଛନ୍ତି । ତେବେ ନେତାମାନେ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି । କର୍ଣ୍ଣାଟକରେ…
ରଞ୍ଜିତ ପଣ୍ଡା ପାରାଦୀପ: ଗତକାଲି ପାରାଦ୍ବୀପଠାରେ ବିଳମ୍ବିତ ରାତ୍ରିରେ ଜଣେ ସାମ୍ବାଦିକଙ୍କ ଅମାନବୀୟ କାର୍ଯ୍ୟ ସାମ୍ନାକୁ ଆସିଛି। ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ମାଡ ଖାଇଥିବାର ଖବର ଶୁଣିବାକୁ ମିଳିଛି। ବ୍ୟକ୍ତି ଜଣକ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇଥିବାବେଳେ ବଳପୂର୍ବକ ଜଣେ ମହିଳାଙ୍କ ଘରେ ପଶି ଅସଦାଚରଣ କରିଥିବାର ମହିଳାଜଣକ ଅଭିଯୋଗ କରିଛନ୍ତି। ତେବେ ମହିଳା ଜଣକ ବ୍ୟକ୍ତିଙ୍କୁ ଦେଖି ଚିତ୍କାର କରିବାରୁ ପାଖ ପଡୋଶୀର ମହିଳାମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରିବା ସହିତ ନିସ୍ତୁକ ମାଡ଼ ମାରିଛନ୍ତି। ପୂର୍ବରୁ ଏହି ସାମ୍ବାଦିକ ଜଣକ ଅନେକ ଠକେଇ ମାମଲା ସହିତ ଦୁଷ୍କର୍ମ ମାମଲାରେ ମଧ୍ୟ ଜଡିତ ରହିଥିଲେ। ୨୦୧୪ରେ ସମ୍ପୃକ୍ତ ସାମ୍ବାଦିକ ଜଣକ ନାମରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ରହିଥିଲା। ସାମ୍ବାଦିକଙ୍କୁ ନାମରେ ପାରଦୀପ ଥାନାରେ କେଶ ନଂ ୩୯/୧୭ ଜରିଆରେ ୧୬୨/୨୦୧୪ ଦଫା ୩୫୪(କ)୧, ୩୨୩, ୩୯୪, ୫୦୬ରେ ମାମଲା ରୁଜୁ ହୋଇଥିଲା। ସମ୍ପୃକ୍ତ…
ନୂଆଦିଲ୍ଲୀ : ଆଉ ଚାରିଦିନ ପରେ ଦିଲ୍ଲୀ ନିର୍ବାଚନ । ସମସ୍ତ ରାଜନୈତିକ ଦଳମାନେ ଜୋର୍ସୋର୍ରେ ପ୍ରସ୍ତୁତି କରିଥିବାବେଳେ ବିଭିନ୍ନ ନେତାମାନଙ୍କର ବିବାଦୀୟ ବୟାନ ଶୁଣିବାକୁ ମିଳିଛି । ଦିଲ୍ଲୀର ମଡେଲ୍ ଟାଉନ୍ ବିଧାନସଭା କ୍ଷେତ୍ରରୁ ବିଜେପି ଟିକେଟରୁ ନିର୍ବାଚନ ଲଢୁଥିବା କପିଲ୍ ମିଶ୍ରା ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । କପିଲ୍ ଆମ୍ ଆଦ୍ମୀ ପାର୍ଟିକୁ ମୁସଲିମ୍ ଲିଗ୍ ବୋଲି କହିଛନ୍ତି । କପିଲ୍ ଟୁଇଟ୍ କରି କହିଛନ୍ତି ଯେ, ’ଆମ୍ ଆଦ୍ମୀ ପର୍ଟିର ନୂତନ ନାମ ମୁସଲିମ୍ ଲିଗ୍ ହେବା ଦରକାର । ଓମର୍ ଖାଲିଦ୍, ଅଫଜଲ୍ ଗୁରୁ, ବୁରହାନ୍ ବାନି ପରି ଆତଙ୍କବାଦୀମାନଙ୍କୁ ନିଜର ବାପ ଭାବୁଥିବାବେଳେ ଯୋଗୀ ଆଦିତ୍ୟନାଥଙ୍କୁ ଡରୁଛନ୍ତି । ପୂର୍ବରୁ ମଧ୍ୟ ବିବାଦୀୟ ବୟାନ ଦେଇଥିବାରୁ ନିର୍ବାଚନ ଆୟୋଗ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ 48 ଘଣ୍ଟାର ପ୍ରଚାର ପ୍ରତିବନ୍ଧକ ଲଗାଇଥିଲେ । କପିଲ୍ ଆସନ୍ତା 8 ତାରିଖରେ ହେବାକୁ…