Author: Samikhsya Bureau

ମେଷ- ଆଜି ଆପଣଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି। ବ୍ୟବସାୟରେ ଆପଣ ଭଲ ସଫଳତା ପାଇବ ଏବଂ ତୁମେ କଠିନ ପରିଶ୍ରମ କରିବେ। ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। କିନ୍ତୁ ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ହେବେ। ଆଜି କୈଣସି ନୂଆ ଘରୋଇ ଜିନିଷ କିଣିବେ । ବୃଷ– ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ। ମାନସିକ ସମସ୍ୟା ହେତୁ ସବୁଠାରୁ…

Read More

ଭୁବନେଶ୍ବର: ପ୍ରକାଶ ପାଇଛି ବିଜେଡିର ନିର୍ବାଚନ ଇସ୍ତାହାର ବା ଘୋଷଣା ପତ୍ର। ଏହାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନମୋଚନ କରିଛନ୍ତି। ତାଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପଟ୍ଟନାୟକ, ଇସ୍ତାହାର କମିଟ ଅଧ୍ୟକ୍ଷ ଚନ୍ଦ୍ରଶେଖର ସାହୁ, ସାଂସଦ ଅମର ପଟ୍ଟନାୟକ, ସାଂସଦ ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେେ ନବୀନ ୯ ଟି ଗ୍ୟାରେଣ୍ଟି ପ୍ରଦାନ କରିଛନ୍ତି। ଏହି ଘୋଷଣା ପତ୍ରରେ ଉପସ୍ଥାପିତ ହୋଇଥିବା ଗ୍ୟାରେଣ୍ଟିଗୁଡିକ ୫ଟି ଗଭର୍ନାନ୍ସ ମାଧ୍ୟମରେ କାର୍ଯ୍ୟକାରୀ ହେବ ଏବଂ ଓଡିଶା ଗଠନର ଶହେ ବର୍ଷ ପାଳନ କରିବାର ୨ ବର୍ଷ ପୂର୍ବରୁ ୨୦୩୪ ସୁଦ୍ଧା ଓଡିଶାକୁ ସମସ୍ତଙ୍କ ସହଯୋଗ ଓ ଦୃଢ ନେତୃତ୍ୱ ବଳରେ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିକାଶରେ ଏକ ନମ୍ବର ରାଜ୍ୟର ମାନ୍ୟତା ପ୍ରଦାନ କରିବ। ଏଥିରେ ଯାହା ରହିଛି ତାହା ହେଲା.. ୧. ଓଡିଶାର ଯୁବକମାନଙ୍କ ନିମନ୍ତେ ୧୦ ବର୍ଷ ପାଇଁ ଏକ ଲକ୍ଷ…

Read More

ଭୁବନେଶ୍ୱର: ଭାରତୀୟ ପୋଲିସ ସେବା (ଆର୍‌. ଆର୍‌.-୨୦୨୩)ର ୫୭ ଜଣ ଶିକ୍ଷାନବିସ ଅଧିକାରୀ ଆଜି ମୁଖ୍ୟ ନିର୍ବାଚନ ଅଧିକାର, ଓଡ଼ିଶାଙ୍କ କାର୍ଯ୍ୟାଳୟକୁ ଆସି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କ ଠାରୁ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପରିଚାଳନା ସମ୍ବନ୍ଧରେ ଅବଗତ ହୋଇଛନ୍ତି। ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶିକ୍ଷାନବିସ ଅଧିକାରୀମାନଙ୍କୁ ନିର୍ବାଚନ ପରିଚାଳନାର ବିଭିନ୍ନ ଦିଗ ବିଷୟରେ ଅବଗତ କରାଇଥିଲେ। ଭାରତୀୟ ପୋଲିସ ସେବା (ଆର୍‌.ଆର୍‌-୨୦୨୩)ର ୫୭ ଜଣ ଶିକ୍ଷାନବିସ ଅଧିକାରୀ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଗସ୍ତ କରି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ଶିକ୍ଷାନବିସ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍ୱାଗତ କରାଯାଇଥିଲା । ଏହାପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟସ୍ଥ ମିଡ଼ିଆ ସେଣ୍ଟରରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସମସ୍ତ ଶିକ୍ଷାନବିସ ଅଧିକାରୀମାନଙ୍କୁ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ମାରାଥନ୍‍ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି ତିନୋଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର, ଆସ୍କା ଓ ଫୁଲବାଣୀ ବିଧାନସଭା କ୍ଷେତ୍ରରେ ଅନୁଷ୍ଠିତ ରାଲିରେ ସେ ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ନିର୍ବାଚନ ପ୍ରଚାରର କୋଳାହଳ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ନିରାଡ଼ମ୍ୱର ଶୈଳୀର ପ୍ରଚାର ଲୋକଙ୍କ ହୃଦୟକୁ ଛୁଇଁଥିଲା। ଉଚ୍ଛସିତ ଜନତା ମୁଖ୍ୟମନ୍ତ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତରରେ ସେମାନେ ‘ହଁ’ ଧ୍ୱନିରେ ସଭାସ୍ଥଳ ପ୍ରକମ୍ପିତ କରିଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି, ଲକ୍ଷ୍ମୀ ବସ୍‍, କାଳିଆ ଯୋଜନା, ନୂଆ-ଓ ଛାତ୍ରବୃତ୍ତି ଯୋଜନା ଆଦି ସବୁ ଯୋଜନା ବିଷୟରେ ଲୋକ ଦେଇଥିଲେ ବିଶାଳ ସମ୍ମତି। ଶେଷରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ…

Read More

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗକୁ ମିଳିଛି ସଫଳତା। ଜାତୀୟ ରାଜପଥରେ ଚଢ଼ାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ସୂଚନା ମୁତାବକ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ ସୁନାଖେଳା ଓଭରବ୍ରିଜ ନିକଟରେ ୩ ଜଣ ଯୁବକ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ସୂଚନା ପାଇ ଚଢ଼ାଉ କରିଥିଲେ ବାଲୁଗାଁ ଅବକାରୀ ଅଧିକାରିଣୀ ସ୍ମିତା ପଣ୍ଡା ଓ ଟିମ। ଚଢ଼ାଉ ବେଳେ ତିନି ଯୁବକଙ୍କ ନିକଟରୁ ୨୧ କେଜି ୧୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶ ର ଫଇଜାଲ(୨୬), ମୁସାରଫ(୨୩) ଏବଂ ଜିସାନ (୨୨) l ତେବେ ଅଭିଯୁକ୍ତ ମାନେ ଉକ୍ତ ଗଞ୍ଜେଇ କେଉଁଠୁ ଆଣିଲେ ଏବଂ କୁଆଡ଼େ ନେଉଥିଲେ ସେବିଷୟରେ ଏଯାବତ ମୁହଁ ଖୋଲିନାହାନ୍ତି। ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଅବକାରୀ ଅଧିକାରିଣୀ ଶ୍ରୀମତୀ ପଣ୍ଡା କହିଛନ୍ତି।

Read More

ଭୁବନେଶ୍ବର: ଦେଶର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଥିଲା ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଆଜି ଯେଉଁମାନେ ପ୍ରାର୍ଥୀ ପ୍ରତ୍ୟାହାର କରିବା କଥା ତାହା କରିସାରିଥିବେ। ଫଳରେ ଆସନ୍ତାକାଲି ନିର୍ବାଚନ ମଇଦାନରେ କେତେଜଣ ପ୍ରାର୍ଥୀ ରହିଲେ ତାହା ଜଣାପଡିବ। ଏହା ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ଲାଗୁ ହୋଇଛି। ଏଥିରେ ଓଡିଶାର ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ଵର ଲୋକସଭା ଏବଂ ଏହାର ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିସନରଙ୍କ ଘୋଷଣା ଅନୁସାରେ ଯେଉଁ ତାରିଖ ଘୋଷଣା ହୋଇଛି ତାହା ହେଲା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୨୯ ଏପ୍ରିଲ ୨୦୨୪ ପ୍ରାର୍ଥୀପତ୍ର ଶେଷ ତାରିଖ-୦୬ ମେ ପ୍ରାର୍ଥୀ ପତ୍ର ଯାଞ୍ଚ- ୦୭ ମେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୦୯ ମେ ଭୋଟ ଗ୍ରହଣ- ୨୫ ମେ ଭୋଟ ଗଣତି- ୪ ଜୁନ

Read More

ଭୁବନେଶ୍ୱର: ପ୍ରତିବଦ୍ଧତା, ନିଷ୍ଠାପର ପ୍ରୟାସ ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ଏମ୍‌ସ ଭୁବନେଶ୍ୱର। ପଶ୍ଚିମବଙ୍ଗର ଜଣେ ୫୧ବର୍ଷ ବୟସ୍କ ପୁରୁଷ (ରବୀନ୍ଦ୍ର ବିଶୁଇ)ଙ୍କ ଖପୁରୀର ଉପର ଅଂଶ(ସ୍କାଲ୍‌ପ)ରୁ ପ୍ରାୟ ୭ କେଜି ଓଜନର ବିରଳ ସିନୋଭିଆଲ୍‌ ସାର୍କୋମା ଟ୍ୟୁମରକୁ ସଫଳତାର ସହିତ ଅସ୍ତ୍ରୋପଚାର କରାଯାଇଛି। ଦୀର୍ଘ ବର୍ଷ ହେବ ସେ ଭୋଗୁଥିବା ଏହି ମାରାତ୍ମକ ଟ୍ୟୁମର୍‌କୁ କାଢ଼ି, ଏମ୍‌ସର ଡାକ୍ତରୀଦଳ ତାଙ୍କୁ ଏକ ନୂତନ ଜୀବନ ଦେଇଥିବା ଶ୍ରୀ ବିଶୁଇ ପ୍ରକାଶ କରିଛନ୍ତି। ଖପୁରୀର ଉପର ଭାଗରେ ସାଧାରଣତଃ ଏହି ଜାତୀୟ ଟ୍ୟୁମର୍‌ ଦେଖାଯାଇନଥାଏ। ମାତ୍ର ଥରେ ହେଲେ ଏହା ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଏ। ତେଣୁ ଅତ୍ୟନ୍ତ ସତର୍କତାର ସହିତ ଏହାକୁ କଢ଼ାନଗଲେ ରୋଗୀ ପାଇଁ ଏହା ବିପଦପୂର୍ଣ୍ଣ ପ୍ରତିପାଦିତ ହୋଇଥାଏ। ଭାରତରେ ଏପରି ଅସ୍ତ୍ରୋପଚାର ଦ୍ବିତୀୟ ଥର ପାଇଁ ସମ୍ପାଦିତ ହୋଇଥିବା କୁହାଯାଉଛି। ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ…

Read More

ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବରରେ ବିଶାଳ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ତାଙ୍କର ସ୍ବତନ୍ତ୍ର ଗାଡି ଭୁବନେଶ୍ବରରେ ପହଞ୍ଚି ସାରିଛି। ଏଥିସହିତ ସୁରକ୍ଷା ପାଇଁ ରାଜଧାନୀରେ ପହଞ୍ଚିଛନ୍ତି ଏସପିଜି କମାଣ୍ଡୋ। ସେମାନେ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ଯାଞ୍ଚ କରୁଛନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଧ୍ୟାରେ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ରାସ୍ତାର ଦୁଇ ପାର୍ଶ୍ବରେ ଲୋକମାନେ ଛିଡା ହୋଇ ତାଙ୍କୁ ସ୍ବାଗତ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏ ନେଇ ବିଜେପି ଶିବିର ବେଶ ଚଳଚଞ୍ଚଳ ହୋଇପଡିଛି। ବିଶେଷ କରି ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ବେଶ ଉତ୍ସାହିତ ହୋଇପଡିଛନ୍ତି।

Read More

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ବିଜୁ ଜନତା ଦଳର ନିର୍ବାଚନ ଇସ୍ତାହାର। ଭୁବନେଶ୍ବରର ଶଙ୍ଖ ଭବନରେ ଦଳ ତରଫରୁ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀର ମଧ୍ୟ ଆୟୋଜନ କରାଯାଇଛି। ବର୍ତ୍ତମାନ ନିର୍ବାଚନ ପାଖେଇ ଯାଇଥିଲେ ମଧ୍ୟ ବିଜେଡି ତାହାର ଇସ୍ତାହାର ପ୍ରକାଶ କରି ନାହିଁ। ଅନ୍ୟପକ୍ଷରେ ଅନ୍ୟ ଦଳଗୁଡିକ ତାଙ୍କର ଇସ୍ତାହାର ପ୍ରକାଶ କରିସାରିଲେଣି। ତେବେ ପ୍ରଚାର ବେଳେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଇସ୍ତାହାରକୁ ନେଇ ମତ ରଖିଥିଲେ। ସେ କହିଥିଲେ ଯେ, ଅନ୍ୟ ଦଳ ନିର୍ବାଚନ ଜିତିବା ପାଇଁ ଇସ୍ତାହାର ପ୍ରକାଶ କରିଛନ୍ତି। ହେଲେ ବିଜେଡି ଓଡିଶାର ବିକାଶ ପାଇଁ ଇସ୍ତାହାର ପ୍ରକାଶ ପାଇବ। ବିଜେଡି ଇସ୍ତାହାର ଦେଶର ସବୁଠାରୁ ଶ୍ରେଷ୍ଠ ଇସ୍ତାହାର ହେବ ବୋଲି ସେ କହିଛନ୍ତି।

Read More

ଯାଜପୁର: କୋରେଇ ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ସନ୍ଦ୍ୟାରାଣୀ ଦାସ। ତାଙ୍କ ହଜାର ହଜାର ସମର୍ଥକଙ୍କ ସହିତ ଏକ ଶୋଭାଯାତ୍ରାରେ ଆସି ସେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ତା ପୂର୍ବରୁ ସେ ପାଣିକୋଇଲି ତାରିଣୀ ମନ୍ଦିରରେ ପୂଜା ଅର୍ଚ୍ଚନା କରି ନାମାଙ୍କନ ଦାଖଲ ପାଇଁ ଯାଇଥିଲେ। ସନ୍ଧ୍ୟାରାଣୀ 4 ସେଟ ନାମାଙ୍କନ ଦାଖଲ କରିଛନ୍ତି। କୋରେଇ ହେଉଛି ତାଙ୍କ ସ୍ବାମୀ ସ୍ବର୍ଗତ ଅଶୋକ ଦାସଙ୍କ ଗଡ। ସେଠାରୁ ଅଶୋକ ଦାସ ଲଗାତର ଜିତି ଆସୁଥିଲେ। ତାଙ୍କର ପରଲୋକ ପରେ ସେଠାରୁ ଅନ୍ୟମାନେ ଛିଡା ହୋଇଥିଲେ। ତାଙ୍କ ପୁତ୍ର ପ୍ରଣବ ପ୍ରକାଶ ଦାସ ବର୍ତ୍ତମାନ ବିଜେଡିର ଜଣେ ଟାଣୁଆ ନେତା। ସେ ସମ୍ବଲପୁର ଲୋକସଭା ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି।

Read More

ନୂଆଦିଲ୍ଲୀ: ପୋଲିସର ଚେକିଂ ବେଳେ ମିଳିଛି କୋଟି କୋଟି ଟଙ୍କା। ଖାଲି ନଗଦ କ୍ୟାସ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନିର୍ବାଚନ ସମୟରେ ଏପରି ବିପୁଳ ପରିମାଣର ଟଙ୍କା କାହାର, କେଉଁଠି ଆସିଲା ଏତେ ଟଙ୍କା ତାହା ପୋଲିସର ମୁଣ୍ଡ ଖରାପ କରିଦେଇଛି। ସେତିକି ନୁହେଁ ଏହି ଟଙ୍କା ଏକ ଲରିରେ ଯେପରି ନିଆଯାଉଥିଲା ତାହା ମଧ୍ୟ ବଡ ଆଶ୍ଚର୍ଯ୍ୟର କଥା। ଏହି ଘଟଣାଟି ଆନ୍ଧ୍ର ପ୍ରଦେଶର ଏନଟିଆର ଜିଲ୍ଲା ଚେକ ଗେଟ ଚେକିଂ ବେଳ ଜଣାପଡିଛି। ସେଠାରେ ଥିବା ଗରିକାପାଡୁ ଚେକ ଗେଟରେ ସାଧାରଣ ଚେକିଂ ବେଳେ ଏହି ଘଟଣା ପଦାକୁ ଆସିଛି। ବଡ ବଡ ପାଇପ ଲୋଡ ହୋଇଥିବା ଏକ ଲରିର ଡ୍ରାଇଭର ଓ ହେଲପର ହାଲଭାବ ଦେଖି ଚେକିଂ ଅଧିକାରୀଙ୍କ ସନ୍ଦେହ ହୋଇଥିଲା। ସେମାନେ ଗାଡିକୁ ସାଇଟ କରି ଭଲଭାବରେ ଚେକ କରିବା ପରେ ଜଣାପଡିଥିଲା ଯେ, ଲରି ଭିତରେ ଏକ ସ୍ବତନ୍ତ୍ର ଚ୍ୟାମ୍ବର କରାଯାଇଛି। ତାହାକୁ…

Read More

ଭୁବନେଶ୍ବର: ଆଜି ନିର୍ବାଚନ ପ୍ରଚାରରେ ଓଡିଶା ଆସୁଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ସେ ପୂର୍ବରୁ ଓଡିଶା ପ୍ରଚାରରେ ଆସିବାର ଥିଲା। ହେଲେ କୌଣସି କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଆସିପାରି ନ ଥିବାରୁ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗ ଦେଇଥିଲେ। ହେଲେ ଆଜି ସେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସଭା କରିବେ ବୋଲି ଜଣାପଡିଛି। ସୂଚନା ଅନୁସାରେ ଗଡକରୀ ଆଜି ଦିନ ୧୨ଟା ୧୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିବେ । ଏହାପରେ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଯାଇ ପୁରୀ ତାଳବଣିଆ ହେଲିପ୍ୟାଡରେ ମଧ୍ୟହ୍ନ ୧୨ଟା ୩୫ ମିନିଟରେ ପହଞ୍ଚିବେ। ପ୍ରଥମେ ସେ ଦିନ ୧ ଟାରୁ ୧ଟା ୪୫ ମିନିଟ ମଧ୍ୟରେ ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବେ । ଏହାପରେ ଶ୍ରୀମନ୍ଦିରରୁ ବାହାରି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବାସଗୃହକୁ ଯିବେ।ଅପରାହ୍ଣ ୩ଟା ୩୦ ମିନିଟରେ…

Read More

ନାଚୁଣୀ: ଆଜି ସକାଳୁ ଏକ ଗୋରୁ ବୋଝେଇ ଆଇଚର ଗାଡି ଜବତ ହୋଇଛି। ସୂଚନା ମୁତାବକ ଏକ ଗୋରୁ ବୋଝେଇ ଗାଡି ଖୋର୍ଦ୍ଧା ରୁ ଆନ୍ଧ୍ର ଯାଉଥିବାର ଖବର ପାଇ ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ଏହାକୁ ପିଛା କରିଥିଲେ। ତେବେ ନାଚୁଣୀ ଥାନା ନିକଟରେ ଗାଡି ଅଟକାଇବା ବେଳେ ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି। ଖବର ପାଇ ନାଚୁଣୀ ପୋଲିସ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି। ତେବେ ବର୍ତ୍ତମାନ ନିର୍ବାଚନ ପାଇଁ ସାରା ରାଜ୍ୟରେ ଚେକିଙ୍ଗ କଡ଼ାକଡି ଜାରି ରହିଥିବା ବେଳେ ଗୋରୁ ବୋଝେଇ ଗାଡିଟି କିପରି ଗୋ ଚାଲାଣ କରିବାରେ ସକ୍ଷମ ହେଲା ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଏ ନେଇ ପୋଲିସ ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ଜୋର ଧରିଛି।

Read More

ଭୁବନେଶ୍ୱର: ଚିଲିକା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ଓ କର୍ମକର୍ତ୍ତା ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି କର୍ମୀ ଓ କର୍ମକର୍ତ୍ତାଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଚିଲିକା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି କର୍ମୀ ଓ କର୍ମକର୍ତ୍ତାମାନେ ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ତାକୁ…

Read More

ବାଲୁଗାଁ: ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରୁ ବାଲୁଗାଁ ଏନଏସି ଅନ୍ତର୍ଗତ ରାମପୁରରେ ଦୀର୍ଘ ୨୧ ଦିନ ବ୍ୟାପି ରାମନବମୀ ଉତ୍ସବ ପାଳିତ ହେଉଥିବା ବେଳେ ମଙ୍ଗଳବାର ଅପରାହ୍ଣରେ ଉଦଯାପିତ ହୋଇଯାଇଛି। ରାମନବମୀ ପ୍ରାରମ୍ଭରୁ ଦୈନନ୍ଦିନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହ ସନ୍ଧ୍ୟାରେ ରାମଚରିତ ମାନସ ପଠନ କରାଯାଉଥିଲା।ଏହିଅବସରରରେ ଅଞ୍ଚଳବାସୀ ନିଷ୍ଠାର ସହ ବ୍ରତ ରଖିଥିବା ବେଳେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା। ଅପରାହ୍ନରେ ଭକ୍ତମାନେ ପୂର୍ଣ୍ଣ କଳସ ଧରି ପ୍ରଭୁ ଶ୍ରୀରାମଙ୍କୁ ବିମାନରେ ଅବତରଣ କରି ବାଜା ରୋଷଣୀରେ ଗ୍ରାମ ପରିକ୍ରମା କରିଥିଲେ। ଶୁଦ୍ଧ ଓ ସାତ୍ତ୍ଵିକ ଭାବେ ପ୍ରଭୁ ଶ୍ରୀରାମଙ୍କୁ ପୂଜାର୍ଚ୍ଚନା କରି ବ୍ରତ ଉପବାସ ରଖିଥିବା ଶ୍ରଦ୍ଧାଳୁମାନେ ଉଦଯାପନୀ ଦିବସରେ ଠାକୁରଙ୍କ ଆଶିଷ ଲାଭ କରିଥିଲେ।ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ଠାକୁରଙ୍କୁ ଦର୍ଶନ ନିମନ୍ତେ ଗ୍ରାମ୍ୟ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Read More

ଭୁବନେଶ୍ବର: ଆଉ ଦିନକ ପରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଉପଲକ୍ଷେ ସମସ୍ତେ ନିଜର ପ୍ରିୟଜନଙ୍କୁ ବିଭିନ୍ନ ଶୁଭେଚ୍ଛା ବାର୍ତ୍ତା ପଠାଇଥାନ୍ତି। ସେହି ପବିତ୍ର ଦିନ ଉପଲକ୍ଷେ କେତେକ ଶୁଭେଚ୍ଛା ବାର୍ତ୍ତା ଏଠାରେ ଉପସ୍ଥାପିତ କରୁଛୁ। ଆପଣମାନେ ଏହାକୁ କପି କରି ମୋବାଇଲରେ ପଠାଇପାରିବେ ବାର୍ତ୍ତା-01 ତୁମ ବ୍ୟବସାୟ ବଢୁ ଦିନକୁ ଦିନ, ପରିବାରରେ ଆସୁ ସ୍ନେହ ଓ ପ୍ରେମ, ‘ଅକ୍ଷୟ ତୃତୀୟା’ର ଶୁଭକାମନା ବାର୍ତ୍ତା-02 ତୁମ ଘରେ ବର୍ଷା, ହେଉ ଟଙ୍କା, ବାସ କରନ୍ତୁ ମା ଲକ୍ଷ୍ମୀ, ଦୂର ହେଉ ସମସ୍ତ ଦୁଃଖ, ‘ଅକ୍ଷୟ ତୃତୀୟା’ର ଶୁଭକାମନା ବାର୍ତ୍ତା-03 ତୁମ ଘରେ ପ୍ରଭୃ ବର୍ଷା କରନ୍ତୁ ଟଙ୍କା, ତୁମ ଶତ୍ରୁଙ୍କ ମୁହଁ ହେଉ ବଙ୍କା, ‘ଅକ୍ଷୟ ତୃତୀୟା’ର ଶୁଭକାମନା, ବାର୍ତ୍ତା-04 ଆପଣଙ୍କ ଘରେ ଟଙ୍କା ବର୍ଷା ହେଉ ଲକ୍ଷ୍ମୀଙ୍କ ବାସ ହେଉ, ସଙ୍କଟର ନାସ ହେଉ, ଶାନ୍ତିର ବାସ ହେଉ, ‘ଅକ୍ଷୟ ତୃତୀୟା’ର ଶୁଭକାମନା ବାର୍ତ୍ତା-05 ଆପଣଙ୍କର ସବୁ କାମ…

Read More

ଭୁବନେଶ୍ବର: ପ୍ରତ୍ୟେକ ଭାରତୀୟଙ୍କ ଘରେ ଘରେ ଅକ୍ଷୟ ତୃତୀୟା ବଡ଼ ଧୂମଧାମରେ ପାଳନ କରାଯାଏ। ହିନ୍ଦୁ ଏବଂ ଜୈନ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏହି ପର୍ବ ବେଶ ଗୁରୁତ୍ବ ବହନ କରେ। ଯେହେତୁ ଏହା ସବୁଠାରୁ ଶୁଭ ଦିନ ବୋଲି ବିବେଚନା କରାଯାଏ, ଏହି ଦିନ ସମସ୍ତ ଆଧ୍ୟାତ୍ମିକ ଏବଂ ବାସ୍ତୁ କାର୍ଯ୍ୟଗୁଡ଼ିକ ଆରମ୍ଭ କରାଯାଏ। ବୈଦିକ କ୍ୟାଲେଣ୍ଡର ଅନୁଯାୟୀ ଏହି ଉତ୍ସବ ପ୍ରତିବର୍ଷ ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିରେ ପାଳନ କରାଯାଏ। ଏଥର ଅକ୍ଷୟ ତୃତୀୟା ୨୩ ଏପ୍ରିଲରେ ପାଳନ କରାଯିବ। ଏହି ଦିନ ସୁନା କିଣିବା ଶୁଭ ବୋଲି ବିବେଚନା କରାଯାଏ। ହେଲେ ଯଦି ଆପଣ ଏହାକୁ କିଣି ପାରିବେ ନାହିଁ ତେବେ ଏଥିରେ କିଛି ଫରକ ପଡ଼ିବ ନାହିଁ। ଏହା ବ୍ୟତୀତ, ଏପରି ୫ ଟି ଜିନିଷ ଅଛି ଯାହାକୁ ଆପଣ କିଣି ପାରିବେ। ଏହା ମଧ୍ୟ ସୁନା ପରି ସୁଖ ଏବଂ ସମୃଦ୍ଧତା…

Read More

ମେଷ ରାଶି- ଚାକିରି ପାଇବେ। ଅପ୍ରତ୍ୟାଶିତ ଲାଭ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ବିବାଦ କରନ୍ତୁ ନାହିଁ। ଚାକିରୀ ଖୋଜୁଥିବା ବ୍ୟକ୍ତିମାନେ ସ୍ବେଚ୍ଛାକୃତ ସ୍ଥାନାନ୍ତର ଏବଂ ପଦୋନ୍ନତି ପାଇବେ ବୋଲି ଆଶା କରାଯାଏ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ବୃଷ ରାଶି- ଅପଚୟ ଖର୍ଚ୍ଚ ହେବ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ବକ୍ତବ୍ୟ ନିୟନ୍ତ୍ରଣ କରନ୍ତୁ । ଚିନ୍ତିତ ହେବେ। ବ୍ୟବସାୟ ଭଲ କରିବ। ନୂତନ ପାରସ୍ପରିକ କ୍ରିୟା ଲାଭବାନ ହେବ। ଆୟ ବୃଦ୍ଧି ପାଇବ। ସ୍ଥିର ପାଣ୍ଠି ପାଇ ନିବେଶ ବୃଦ୍ଧି ହେବାର ସମ୍ଭାବନା ଅଛି। ପେଟରେ ଅସୁବିଧା ହୋଇପାରେ। ମିଥୁନ ରାଶି- ବିବାଦ ଅସୁବିଧା ସୃଷ୍ଟି କରିବ। ଶାରୀରିକ କଷ୍ଟ ହେବ। ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ । ଯାତ୍ରା ସଫଳ ହେବ। ପାର୍ଥକ୍ୟ ବୃଦ୍ଧି ପାଇବ। କାହାଠାରୁ ସାହାଯ୍ୟ ଆଶା କରାଯାଏ ନାହିଁ।…

Read More

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଅନ୍ତର୍ଗତ କୋରେଇ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଆଲେକଜାଣ୍ଡର ଦାସଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ଯୁବ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ଧଳଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଆଲେକଜାଣ୍ଡର ଦାସ ଓ ଶତାଧିକ ବିଜେପି କର୍ମୀଙ୍କୁ ଡକ୍ଟର ପାତ୍ର ଓ ଶ୍ରୀ ଧଳ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି କୋରେଇ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ଧଳ କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ଆଲେକଜାଣ୍ଡର ଦାସ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଦୀର୍ଘ ୧୨ ବର୍ଷ ହେଲା ବିଜେପି ପାଇଁ କାମ କରୁଥିଲି। ହେଲେ ଦୁଃଖର…

Read More

ଭୁବନେଶ୍ବର: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡିଶାର ଦୁଇଟି ସ୍ଥାନରେ ପ୍ରଚାର କରି ଫେରିଛନ୍ତି। ସେ କଳାହାଣ୍ଡି ଏବଂ କୋରାପୁଟ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି। ସେ ରାୟଗଡା ଏବଂ ଭବାନୀପାଟଣାରେ ବିଶାଳ ଜନସମାବେଶକୁ ଡବଲ ଇଂଜିନ କରିବା ପାଇଁ କହିଛନ୍ତି। ସେ ଓଡିଶାର ଲୋକସଭା ନିର୍ବାଚନ ନେଇ ଏକ ଭବିଷ୍ୟବାଣୀ ଦେଇଛନ୍ତି। ତାହା ହେଲା ଯେ, ଗତଥର କୁଆଡେ ଲୋକଙ୍କୁ ପଚାରିବାରୁ ଓଡିଶାରେ ବିଜେପି ଆଠଟି ଆସନରେ ଜିତିବ ବୋଲି କହିଥିଲେ। ହେଲେ ଏଥର ଓଡିଶାରୁ ବିଜେପି ପୁରା 21 ରୁ 21 ଆସନ ଜିତିବ ବୋଲି କହିଲେଣି। ତେଣୁ ଓଡିଶାରେ ବିଜେପି ବେଶ ଭଲ କରିବ ବୋଲି ରାଜନାଥ କହିଛନ୍ତି। ସେହିପରି ସେ ଓଡିଶାରେ ଆୟୁଶ୍ମାନ ଭାରତ ଲାଗୁ ନ କରିବା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଓଡିଶାରେ ବିଜେପି ସରକାର ଏହାକୁ…

Read More

ବାଲୁଗାଁ ( ସୀତାରାମ ଅଗ୍ରୱାଲ):-ବୁଧବାର ପୂର୍ବାହ୍ନରେ ଚିଲିକା ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଶତାଧିକ କର୍ମୀଙ୍କୁ ନେଇ ରାମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମୀ ସମ୍ମିଳନୀରେ ଚିଲିକା ବିଧାୟକ ପ୍ରାର୍ଥି ରଘୁନାଥ ସାହୁ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ବିକାଶମୂଳକ ଯୋଜନା ଦ୍ୱାରା ଚିଲିକା ନିର୍ବାଚନ ମଣ୍ଡଳର ଉର୍ଣ୍ଣତି ସାଙ୍ଗକୁ ପ୍ରତିଟି ଜନସାଧାରଣ ଉପକୃତ ହୋଇପାରିଛନ୍ତି।ଯାହାକି ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ଆସନ୍ତା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ଭାବେ ମୁଖ୍ୟମନ୍ତ୍ରୀ କରାଇବା ସହ ବିଧାୟକ ପ୍ରାର୍ଥି ରଘୁନାଥ ସାହୁ ଏବଂ ସାଂସଦ ପ୍ରାର୍ଥି ଅରୁପ ପଟ୍ଟନାୟକଙ୍କୁ ଯୋଡି ଶଙ୍ଖରେ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବାପାଇଁ ଉପସ୍ଥିତ କର୍ମୀମାନେ ସଂକଳ୍ପ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଏନଏସି ବିଜେଡି ସଭାପତି ଜୟନ୍ତ…

Read More