ଚଳିତ ବର୍ଷ ଖ୍ୟାତନାମା ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କୁ ଚନ୍ଦ୍ରପ୍ରଭା – ସ୍ମୃତି ସେବା ସମ୍ମାନ ପ୍ରଦାନ କରାଯାଇଛି । ବିଶିଷ୍ଟ ସମାଜସେବୀ, ସୁସାହିତ୍ୟିକା ତଥା ସଂସ୍କୃତିପ୍ରେମୀ ଅଧ୍ୟାପିକା ଚନ୍ଦ୍ରପ୍ରଭା ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସୋସିଏଡେଟ୍ ମିଡିଆ ଫାଉଣ୍ଡେସନ୍ ପକ୍ଷରୁ ଚନ୍ଦ୍ରପ୍ରଭା ସ୍ମୃତି ସମ୍ମାନ ଶନିବାର ଭୁବନେଶ୍ୱରସ୍ଥିତ ଦି ପ୍ରେସ୍ କ୍ଲବ୍ ଅଫ୍ ଓଡିଶା ପରିସରରେ ଅନୁଷ୍ଠିତ ହେଇଯାଇଛି । ସେହିପରି ସାହିତ୍ୟ ସମ୍ମାନ ବିଶିଷ୍ଟ କଥାଶିଳ୍ପୀ ବିୟତ୍ ପ୍ରଜ୍ଞା ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ସଂସ୍କୃତି ସମ୍ମାନ ବିଶିଷ୍ଟ ଅଭିନେତ୍ରୀ ଭାସ୍ୱତି ବସୁ ଏବଂ ପ୍ରବାସୀ ଓଡିଆ ସମ୍ମାନ ରୀତା ପାତ୍ରଙ୍କୁ ପ୍ରଦାନ କରାଯାଇଛି । ଏହି ସମ୍ମାନ ଉତ୍ସବରେ ଓଡିଶା ଉଚ୍ଚନ୍ୟାୟାଳୟ ଅବସରପ୍ରାସ୍ତ ବିଚାରପତି ଜଷ୍ଟିସ୍ ଏ. ସୂର୍ଯ୍ୟନାରାୟଣ ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ୍ ପାତ୍ର ଓ ବରିଷ୍ଠ ପ୍ରଶାସକ ତଥା କବି ବିଷ୍ଣୁପଦ ସେଠୀ ସମ୍ମାନୀତ ଅତିଥି ଭାବେ…
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରସଦରଥାନା ଅନ୍ତର୍ଗତ ଜନୈକ କୁଖ୍ୟାତ ଅପରାଧୀଙ୍କୁ ପୋଲିସ୍ ଗିରଫ କରିଛି । ଶନିବାର ଜାମିନ ବିହୀନ ପରୱାନା ବଳରେ ପୋଲିସ୍ ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ସଦରଥାନା ଅନ୍ତର୍ଗତ ଲାଠି ଗ୍ରାମର ପିଣ୍ଟୁ ଓରଫ୍ ପଣ୍ଡ ଗୌଡ଼ । ପିଣ୍ଟୁ ନାମରେ ସଦରଥାନାରେ ୯ଟି ମାମଲା, ଦିଗପହଣ୍ଡି ଥାନାରେ ୩ଟି ମାମଲା ଏବଂ କେ. ନୂଆଗାଁ ଥାନାରେ ଗୋଟିଏ ମାମଲା ରହିଥିବାବେଳୋ ତା’ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ବ୍ରହ୍ମପୁର ଆର୍ପିଏଫ୍ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ବିଧାୟକଙ୍କ ନେତୃତ୍ୱରେ ମହାନଗର ନିଗମ ଅନ୍ତର୍ଗତ ୱାର୍ଡ଼ ନଂ ୧ରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁର ଆର୍ପିଏଫ୍ ପକ୍ଷରୁ ଷ୍ଟେସନରେ ଏହି ଭୂତାଣୁକୁ ନେଇ ସଚେତନତା ସୃଷ୍ଟି କରାଯାଇଥିଲା । କରୋନାରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ସଚେତନ ରହିବାକୁ ବିଧାୟକଙ୍କ ସହ ବିଜେଡ଼ି କର୍ମୀମାନେ ସଚେତନ କରିଥିଲେ । ଏହି ଅବସରରେ ବିଧାୟକଙ୍କ ସହ ଅନ୍ୟାନ୍ୟ କର୍ମୀ ତଥା ଅଙ୍ଗନୱାଡ଼ି ଦିଦିମାନେ ହାତକୁ କିଭଳି ସାବୁନରେ ଧୋଇ ପରିସ୍କାର ରଖିବ ସେ ନେଇ ଲୋକଙ୍କୁ ସଚେତନ କରିଥିଲେ । କୌଣସି ଲୋକଙ୍କ ଦେହରେ କରୋନା ରୋଗର ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ମେଡ଼ିକାଲ୍ରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମେଡ଼ିକାଲ୍ରେ ଖୋଲିଥିବା ସ୍ୱତନ୍ତ୍ର ୱାର୍ଡ଼ରେ ଚିକିତ୍ସା ହେବାକୁ କହିଥିଲେ…
ମୁମ୍ବାଇର ଜୁହୁରେ ଅଭିନେତ୍ରୀ ସାରା ଅଲୀ ଖାନ୍
ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁର ବ୍ଲକ୍ ଅନ୍ତର୍ଗତ ସାନହନ୍ତୁଆଡରେ ଏକଦିବସୀୟ ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ସାନହନ୍ତୁଆଡ ସ୍ପୋର୍ଟସ୍ ଆସୋସିଏନ୍ ଗ୍ରାଉଣ୍ଡ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଦିବାରାତ୍ର ଟୁର୍ଣ୍ଣାମେଣ୍ଟରେ ସୋରଣ ଚାମ୍ପିୟନ୍ ହୋଇଛି । ଟୁର୍ଣ୍ଣାମେଣ୍ଟରେ ସମୁଦାୟ 8ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ସୋରଣ ଏବଂ ଦକ୍ଷିତପଡା ଫାଇନାଲ୍ରେ ପ୍ରବେଶ କରିଥିଲେ । ଫଇନାଲ୍ରେ ସୋରଣ ଦକ୍ଷିତପଡାକୁ ପରାଜିତ କରିଛି । ତିନି ସେଟ୍ ବିଶିଷ୍ଟ ମ୍ୟାଚ୍କୁ ସୋରଣ 2-0ରେ ଅନାୟାସରେ ବିଜୟୀ ହେବା ସହିତ ଟାଇଟଲ୍ ହାତେଇଥିଲା । ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଜୟୀ ଦଳକୁ ପୁରସ୍କୃତ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଖୋର୍ଦ୍ଧା ଜିଲ୍ଲା ସାଂସଦ ପ୍ରତିନିଧି ମାନସ ପ୍ରଧାନ, ବିଧାୟକ ପ୍ରତିନିଧି ଗୋପୀନାଥ ମହାରଣା, ବ୍ଲକ୍ ଉପାଧ୍ୟକ୍ଷ ଅଜୟ କୁମାର ରାଉଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ…
ମୁମ୍ବାଇର ଅନ୍ଧେରୀରେ ଅଭିନେତ୍ରୀ ଶ୍ରଦ୍ଧା କପୁର
ଅଙ୍ଗ୍ରେଜୀ ମିଡିୟମ୍ର ପ୍ରମୋଶନରେ ଅଭିନେତ୍ରୀ ରାଧିକା ମଦନ
ମୁମ୍ବାଇର ଏକ ଡ୍ୟାନ୍ସ ଏକାଡେମୀରେ ଅଭିନେତ୍ରୀ ଅମାଇରା ଦସ୍ତୁର
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି । ଓଡିଶା ଦକ୍ଷତା ବିକାଶ କମିଟି ମୁଖ୍ୟ ସୁବ୍ରତୋ ବାଗ୍ଚିଙ୍କ ନେତୃତ୍ବରେ ଏହି କମିଟି ଗଠନ କରାଯାଇଛି । ବାଗ୍ଚି ଏହି ଆଇସି ଟିମ୍ର ମୁଖ୍ୟ ରହିବେ । ରାଜ୍ୟରେ କୋରୋନା ଭାଇରସ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଟିମ୍ର ଦାୟିତ୍ବ ରହିବ ବୋଲି ଜଣାପଡିଛି । ସେହିପରି କୋରୋନା ଭାଇରସ୍ ସମ୍ପର୍କରେ ଗଣମାଧ୍ୟମକୁ ବାଗ୍ଚୀ ହିଁ ସୂଚନା ଦେବେ । ସରକାରଙ୍କ ପକ୍ଷରୁ ସୁବ୍ରତ୍ ବାଗ୍ଚୀଙ୍କୁ କୋରୋନା ଭାଇରସ୍ ସୂଚନା ପାଇଁ ମୁଖପାତ୍ର ଭାବରେ ଘୋଷଣା କରାଯାଇଛି ।
ମୁମ୍ବାଇର ଲୋୟର୍ ପରେଲ୍ରେ ଅଭିନେତ୍ରୀ କ୍ରିତି ସାନନ୍
ମୁମ୍ବାଇ : ଦେଶର ଅର୍ଥନୀତି ତଳୁଆ ରହିଥିବା ବେଳେ ପୁଣଗି ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କ ଉପରେ ଆଉ ଏକ ଆର୍ଥିକ ବୋଝ ଲଦି ଦିଆଯାଇଛି । ମୋବାଇଲ ଦର ବୃଦ୍ଧି ନବେଇ ଶନିବାର ଘୋଷଣା କରାଯାଇଛି । ଶନିବାର ଦିନ ଜିଏସ୍ଟି କାଉନ୍ସିଲ୍ ପକ୍ଷରୁ ଏହି ଘୋଷଣା କରାଯାଇଛି । ପୂର୍ବରୁ ମୋବାଇଲ୍ ଉପରେ 12 ପ୍ରତିଶତର ଜିଏସ୍ଟି ଲାଗୁଥିବା ବେଳେ ଶନିବାର ମୋବାଇଲ୍ ଉପରେ 18 ପ୍ରତିଶତର ଜିଏସ୍ଟି ଲାଗୁ କରାଯିବ । ଆସନ୍ତା ଏପ୍ରିଲ୍ 1 ତାରିଖରୁ ଏହି ନୂତନ ଜିଏସ୍ଟି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜଣା ପଡିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶନିବାର ଏହି ନିଷ୍ପତ୍ତି ନିଆଯାଇଛି । (ଏଜେନ୍ସି)
ମୁମ୍ବାଇର ଅନ୍ଧେରୀରେ ଅଭିନେତ୍ରୀ ସାନ୍ୟା ମାଲହୋତ୍ରା
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆମିଷ ଖାଇବା ଦ୍ବାରା କୋରୋନା ବ୍ୟାପିବାର ସମ୍ଭାବନା ନାହିଁ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ମାଛ, ମାଂସ, ଅଣ୍ଡା ଏବଂ କୁକୁଡା ଖାଇବା ଦ୍ବାରା କୋରୋନା ବ୍ୟାପୁନାହିଁ । ଗୁଜବ ସୃଷ୍ଟିକାରୀ ଏପରି ଗୁଜବ ସୃଷ୍ଟି କରିବା କାରଣରୁ କୁକୁଡା ଚାଷୀ କ୍ଷତି ସହୁଛନ୍ତି ବୋଲି ଶନିବାର କୃଷିମନ୍ତ୍ରୀ ସଳଚନା ଦେଇଛନ୍ତି । ତିନି ଦିନ ତଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଥିଲେ ମଧ୍ୟ ଗୁଜବ କାରଣରୁ ସାଧାରଣ ଲୋକେ ଭୟରେ କୁକୁଡା ଖାଇବା ବନ୍ଦ କରିଦେଇଛନ୍ତି । କୋରୋନା ସଙ୍କ୍ରମିତଙ୍କ ସଂସ୍ପର୍ଶରେ ଆସିଲେ କୋରୋନା ବ୍ୟାପିଥାଏ ତେଣୁ କୁକୁଡାକୁ ଭଲରେ ଶିଝାଇ ଖାଇବାରେ କୌଣସି ଅସୁବିଧା ନାହିଁ ବୋଲି କୃଷିମନ୍ତ୍ରୀ ମତ ଦେଇଛନ୍ତି ।
ମୁମ୍ବାଇ : ବଲିଉଡ୍ ଅଭିନେତା ଶାହାରୁଖ୍ ଖାନ୍ ଅପ୍କମିଙ୍ଗ ଆକ୍ସନ୍ ଫାଣ୍ଟାସୀ ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଶାହରୁଖ୍ ଜଣେ ବୈଜ୍ଞାନିକ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ବ୍ରହ୍ମାସ୍ତ୍ର ଆସନ୍ତା ଡିସେମ୍ବରରେ ରିଲିଜ୍ ହେବାକୁ ଯାଉଛି । ଜିରୋ ଫ୍ଲପ୍ ହେବା ପରେ ଶାହରୁଖ୍ କୌଣସି ଫିଲ୍ମ ସମ୍ପର୍କରେ ଘୋଷଣା କରିନଥିବା ବେଳେ ବ୍ରହ୍ମାସ୍ତ୍ର ନିର୍ଦ୍ଦେଶକ ଆୟନ୍ ମୁଖାର୍ଜୀ ଶୁକ୍ରବାର ଟ୍ବିଟ୍ଟରରେ ଶାହାରୁଖଙ୍କ କେମିଓ ଆପିଅରାନ୍ସ ସମ୍ପର୍କରେ ଘୋଷଣା କରିଛନ୍ତି । ଆୟନ ମୁଖାର୍ଜୀଙ୍କ ବ୍ରହ୍ମାସ୍ତ୍ରରେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଅମିତାଭ ବଚ୍ଚନଙ୍କ ସହିତ ତେଲୁଗୁ ଷ୍ଟାର ନାଗାର୍ଜୁନ ଏବଂ ଟିଭି ଷ୍ଟାର ମୌନୀ ରୟ ନଜର ଆସିବାକୁ ଯାଉଛନ୍ତି । (ଏଜେନ୍ସି)
ମୁମ୍ବାଇ : କେନ୍ଦ୍ର ସରକାରଙ୍କ ପକ୍ଷରୁ ୟେସ୍ ବ୍ୟାଙ୍କ ପାଇଁ ନୂତନ ସିଇଓ ନିଯୁକ୍ତ କରାଯାଇଛି । ଅର୍ଥନୈତିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ପୂର୍ବତନ ଷ୍ଟେଟ୍ ବ୍ୟାଙ୍କ ବ୍ୟାଙ୍କର ପ୍ରଶାନ୍ତ କୁମାରଙ୍କୁ ନିଯୁକ୍ତ କରାଯାଇଛି । ଏସ୍ବିଆଇର ପୂର୍ବତନ ମୁଖ୍ୟ ଅର୍ଥନୈତିକ ଅଫିସର ଏବଂ ସହକାରୀ ପରିଚାଳନା ନିର୍ଦ୍ଦେଶକଙ୍କୁ ଶନିବାର ଦିନ ନିଯୁକ୍ତି ପ୍ରଦାନ କରାଯାଇଛି । ଏହା ସହିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନନ୍ ଏକଜ୍ୟୁକ୍ୟୁଟିଭ୍ ଚେୟାରମ୍ୟାନ୍ ସୁନୀଲ ମେହତାଙ୍କୁ ନନ୍ ଏକଜ୍ୟୁକ୍ୟୁଟିଭ୍ ଚେୟାରମ୍ୟାନ୍ ଭାବରେ ଘୋଷଣା କରାଯାଇଛି । ସୁନୀଲଙ୍କ ବ୍ୟତିତ ଦୁଇ ବୋର୍ଡ ସଦସ୍ୟ ମହେଶ କ୍ରୀଷ୍ଣମୂର୍ତ୍ତି ଏବଂ ଅତୁଲ ଭେଡାଙ୍କୁ ନନ୍ ଏକଜ୍ୟୁକ୍ୟୁଟିଭ୍ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡ ସମୟରେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଶନିବାର ପୋଲିସ୍ 5 ଜଣଙ୍କୁ ଗିରଫ କରିଛି । ପୂର୍ବରୁ ନିଲମ୍ବିତ ଆପ୍ କାଉନ୍ସିଲର୍ ତାହିର ହୁସେନ୍ଙ୍କୁ ଗିରଫ କରାଯାଇଥିବା ବେଳେ ଶନିବାର ଦିନ ଆହୁରି ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ପାଞ୍ଚ ଜଣ ହେଉଛନ୍ତି ଫିରୋଜ୍, ଜାଭେଦ୍, ଗୁଲ୍ଫାମ୍, ଶୋଏବ୍ ଏବଂ ଅନାସ୍ । ପ୍ରଥମ ଚାରିଜଣ ଦିଲ୍ଲୀର ଚାନ୍ଦ ବାଗର ବାସିନ୍ଦା ହୋଇଥିବା ବେଳେ ଅନାସ୍ ମୁସ୍ତାଫାବାଦର ବାସିନ୍ଦା ଅଟନ୍ତି । ଅନ୍ୟପକ୍ଷରେ ଶନିବାର ଦିନ ଅଙ୍କିତ ଶର୍ମାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପାଇଛି । ଅଙ୍କିତ ଶର୍ମାଙ୍କ ଶରୀରରେ 51ଟି କ୍ଷତଚିହ୍ନ ରହିଥିବା ବେଳେ 10ରୁ 12 ଜଣ ଏହି ହତ୍ୟାରେ ସମ୍ପୃକ୍ତ ରହିଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ପ୍ରକାଶ ପାଇଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କୋରୋନା ଭାଇରସ୍ର ପ୍ରଭାବ ବଢୁଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ଏହାକୁ ଜାତୀୟ ସଙ୍କଟ ବା ମହାମାରୀ ଭାବରେ ଘୋଷଣା କରାଯାଇଛି । କୋରୋନା ପ୍ରଭାବରେ ମୃତ ବ୍ୟକ୍ତିଙ୍କ ପରିବାର ପାଇଁ 4 ଲକ୍ଷର ସହାୟତା ଘୋଷଣା କରିବା ସହିତ ସରକାର ଏହାକୁ ମହାମାରୀ ଭାବରେ ଘୋଷଣା କରିଛନ୍ତି । ଗୃହ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ମାନଙ୍କୁ ପତ୍ର ଲେଖି କୋରୋନା ଭାଇରସ୍ ସମ୍ପର୍କରେ ଚେତାଇ ଦିଆଯାଇଛି । ଭାରତରେ କୋରୋନା ଭାଇରସ୍ର ବର୍ଦ୍ଧିତ ପ୍ରଭାବ କାରଣରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହାକୁ ମହାମାରୀ ଭାବରେ ଘୋଷଣା କରାଯାଇଛି । ସମଗ୍ର ବିଶ୍ବ ଏହା ଦ୍ବାରା ଗଭୀର ଭାବରେ ପ୍ରଭାବିତ ହୋଇଥିବାରୁ ଭାରତରେ ଏହି ଭାଇରସ୍ ପ୍ରଭାବ ବିସ୍ତାର କରିବା ପୂର୍ବରୁ ଏହାକୁ ରୋକିବା ପାଇଁ ଏହାକୁ ଜାତୀୟ ସଙ୍କଟ ଭାବରେ ଘୋଷଣା କରାଯାଇଛି ବୋଲି ଗୃହ ମନ୍ତ୍ରାଳୟ ନିଜ ଚିଠିରେ…
ଛତିଶଗଡ : ଛତିଶଗଡରେ ନକ୍ସଲ ଆକ୍ରମଣରେ ତିନି ଜଣ ପୋଲିସ କର୍ମୀ ଶହୀଦ ହୋଇଛନ୍ତି । ଛତିଶଗଡର ବସ୍ତର ଜିଲ୍ଲାରେ ଶନିବାର ନକ୍ସଲଙ୍କ ପକ୍ଷରୁ ଆକ୍ରମଣ କରାଯିବା କାରଣରୁ ତିନି ଜଣ ପୋଲିସ୍ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ଜଣେ ସିଆରପିଏଫ୍ ଯବାନ ଗୁରୁତର ଆହତ ହୋଇଛନ୍ତି । ରାସ୍ତା କାମ ଚାଲିଥିବା ବେଳେ ସୁରକ୍ଷା ପାଇଁ ପୋଲିସ୍ ଏବଂ ସିଆରପିଏଫ୍ ପକ୍ଷରୁ ମିଳିତ ଭାବରେ ପ୍ୟାଟ୍ରୋଲିଂ କରାଯାଇଥିଲା । ପ୍ୟାଟ୍ରୋଲିଂ ସମୟରେ ନକ୍ସଲଙ୍କ ପକ୍ଷରୁ ଅପରାହ୍ନ 3.30 ମିନିଟ୍ ସମୟରେ ଅଚାନକ ଆକ୍ରମଣ କରାଯାଇଥିଲା । ଆକ୍ରମଣ ପରେ ପୋଲିସ୍ ଆଇଜି ପି ସୁନ୍ଦରରାଜ ଘଟଣା ସ୍ଥଳରେ ଉପସ୍ଥିତ ଥିବା ବେଳେ ଆହତ ସିଆରପିଏଫ୍ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସି)
ଶ୍ରୀନଗର : ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦାବି ଦୋହରାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରାଇବା ସହିତ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରର ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର କରିବା ସହିତ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଏବଂ ଲଦାଖରେ ପରିଣତ କରିଥିଲେ । ଏହାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯିବା କାରଣରୁ ବିଭିନ୍ନ ରାଜନୈତିକ ଦଳର ମୁଖିଆ ମାନଙ୍କୁ ଅଟକ ରଖାଯାଇଥିଲା । ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ଗୃହବନ୍ଦୀରୁ ମୁକ୍ତ କରାଯିବା ପରେ ଶନିବାର ଆଜାଦ୍ ତାଙ୍କୁ ଭେଟିବା ସହିତ ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରିଥିଲେ । (ଏଜେନ୍ସି)
ଜୟପୁର : ରାଜସ୍ଥାନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଜନୈକ ନବଦମ୍ପତ୍ତିଙ୍କ ସମେତ 11 ଜଣ ପ୍ରାଣ ହରାଇଛନ୍ତି । ଯୋଧପୁରର ଶେଗଡ ନିକଟସ୍ଥ ସୋଇଁତାରା ଗ୍ରାମରେ ଏହି ଦୁର୍ଘଟଣା ଘଟିଥିଲା । ନବଦମ୍ପତିଙ୍କ ସହିତ ଏକାଧିକ ମହିଳା ଏବଂ ଶିଶୁ ରହିଥିବା ବେଳେ ସମସ୍ତେ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ବାଲୋତ୍ରା-ଫାଲୋଡି ରାଜପଥରେ ଘଟିଥିବା ଏହି ଦୁର୍ଘଟଣାଟି ଏତେ ଭୟାବହ ଥିଲା କି ଟ୍ରକ୍ଟି କାର୍ ଉପରକୁ ମାଡି ଯାଇଥିଲା । ନବଦମ୍ପତିଙ୍କ ସମେତ 11 ଜଣ ପ୍ରାଣ ହରାଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ଟର ଜରିଆରେ ଦୁଃଖ ପ୍ରକାଶ କରିବା ସହିତ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ :ଦେଶର ରାଜଧାନୀ ଦିଲ୍ଲୀଠାରେ ଶନିବାର ଦିନ ଝମାଝମ୍ ବର୍ଷା ସହିତ କୁଆପଥର ବୃଷ୍ଟି ହୋଇଛି । ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘନ ବାଦଲ ଯୋଗୁଁ ଦ୍ବିପ୍ରହର ସମୟଟି ଅନ୍ଧକାର ପରି ଦୃଶ୍ୟମାନ ହୋଇଥିଲା । ଜୋର୍ ବର୍ଷା ସହିତ ପବନ ଦିଲ୍ଲୀରେ ପୁଣିଥରେ ଶୀତ ଋତୁର ଅନୁଭବ ଦେଇଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଦିଲ୍ଲୀରେ ରେକର୍ଡ ବର୍ଷା ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ 72 ଘଣ୍ଟା ମଧ୍ୟରେ ଦ୍ରୁତ ଗତିରେ ପବନ ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ କୁଆପଥର ମଧ୍ୟ ବୃଷ୍ଟି ହେବାର ସମ୍ଭାବନା ରହିଛି । ଦିଲ୍ଲୀରେ ବିଗତ ଦୁଇ ଦିନ ଧରି ରାତ୍ରି ସମୟରେ ପବନ ସହିତ ବର୍ଷା ହେଉଛି । (ଏଜେନ୍ସି)

