Author: Samikhsya Bureau

ଭୁବନେଶ୍ବର: ଓଡିଶାରେ ତଥା ଦେଶର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଓଡିଶାରେ ଚାରିଟି ପର୍ଯ୍ୟାୟରେ ଭୋଟ ହେଉଥିବା ବେଳେ ଦେଶରେ ସାତଟି ପର୍ଯ୍ୟାୟ ରହିଛି। ତେବେ ଶେଷ ପର୍ଯ୍ୟାୟ ଭୋଟ ପାଇଁ ଯେଉଁ ତାରିଖ ଧାର୍ଯ୍ୟ କରାଯାଇଛି ତାହା ହେଲା.. ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୦୭ ମେ ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ- ୧୪ ମେ ପ୍ରାର୍ଥୀ ପତ୍ର ଯାଞ୍ଚ- ୧୫ ମେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୧୭ ମେ ଭୋଟ ଗ୍ରହଣ- ୧ ଜୁନ ୨୦୨୪ ଶନିବାର ଭୋଟ ଗଣତି- ୪ ଜୁନ ୨୦୨୪ ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା ସହିତ ଏହା ଅଧିନରେ ଥିବା ବିଧାନସଭାରେ ନିର୍ବାଚନ ହେବ।

Read More

ଭୁବନେଶ୍ବର: ଆଜି ବିଜେଡିର ଏକ ଦଳ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏକ ଗୁରୁତର ଅଭିଯୋଗ ଆଣିଛି। ତାହା ହେଲା ଯେ, ବିଜେପିକୁ ଭୋଟ ଦେବା ପାଇଁ ଦଳୀୟ କର୍ମିମାନେ ଲୋକଙ୍କୁ ଟଙ୍କା ବାଣ୍ଟୁଛନ୍ତି। ଟଙ୍କା ନ ନେଲେ ଲୋକଙ୍କୁ ଧମକ ଚମକ ଦେଉଛନ୍ତି। ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେଡି ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରିଛି। ଘଟଣାରୁ ଜଣାପଡିଛି ଯେ, ଗତକାଲି ରାତିରେ କେତେକ ବିଜେପି କର୍ମି ରାଉରକେଲା ନିର୍ବାଚନ ମଣ୍ଡଳୀର ବିଶ୍ବକର୍ମା ବସ୍ତିରେ ୪ ଜଣ ବିଜେପି କର୍ମି ଟଙ୍କା ବାଣ୍ଟୁଥିଲେ। ସେଠାରେ ଭୋଟରମାନଙ୍କୁ ଜଣଙ୍କ ପିଛା ୫ ଶହରୁ ୧ ହଜାର ଟଙ୍କା ବାଣ୍ଟୁଥିଲେ। ଯେଉଁମାନେ ନେଉ ନ ଥିଲେ ସେମାନଙ୍କୁ ଧମକ ଚମକ ଦେଉଥିଲେ। ଏପରିକି ଜଣେ ବସ୍ତିବାସିନ୍ଦା ଏହାକୁ ବିରୋଧ କରିବାରୁ ତାଙ୍କୁ ମାଡ ମାରିଛନ୍ତି। ଏ ନେଇ ରାଉରକେଲା ସେକ୍ଟର ୩ ଥାନାରେ ଅଭିଯୋଗ ହେବା ପରେ…

Read More

ଭୁବନେଶ୍ବର: ଗତକାଲି ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚାର ପରେ ଗଂଜାମରେ ବିଜେଡିର ପ୍ରଚାରକୁ ଯୋରଦାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ଗତକାଲି ସଂଧ୍ୟାରେ ପ୍ରଚଣ୍ଡ କାଳବୈଶାଖୀ ସତ୍ତ୍ବେ ପାଣ୍ଡିଆନ ଗୋପାଳପୁରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ବିରାଟ ରୋଡ ଶୋ କରିଥିଲେ। ଗୋପାଳପୁର, ଲାଞ୍ଜିପଲ୍ଲୀ ଓ ଲୋଚାପଡ଼ାରେ ରୋଡ ଶୋ କରି ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ଓ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ପାଇଁ ଭୋଟ ମାଗିଥିଲେ। ସେହିପରି ଆଜି ଦିନ ତମାମ ଗଞ୍ଜାମ ଜିଲ୍ଲାର ଶେରଗଡ଼, ହିଞ୍ଜିଳି, ଖଲ୍ଲିକୋଟ ଓ ବ୍ରହ୍ମପୁରରେ ଆୟୋଜିତ ବିଭିନ୍ନ ପ୍ରଚାର ସଭା ଓ ରୋଡ ଶୋ’ରେ ସାମିଲ ହେବେ। ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଅପିଲ କରିଛନ୍ତି ପାଣ୍ଡିଆନ୍। ଆଜି ସକାଳୁ ପାଣ୍ଡିଆନ୍ ଗୋପାଳପୁର ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ମନ୍ଦିରକୁ ଯାଇ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଧବଳେଶ୍ବରରେ ଆଖପାଖ…

Read More

ଚାନ୍ଦପୁର: ଆଊ ଦିନ କେଇଟା ପରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ କରିବା ପାଇଁ ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସ ଅଣ୍ଟା ଭିଡିଛି। ଏଥିପାଇଁ ଚାନ୍ଦପୁର ପୋଲିସ ପକ୍ଷରୁ କେରଣ୍ଡା ଟାଙ୍ଗୀ ଛକ ରେ ଯାନ ବାହନ ତନଖି କରାଯାଉଥିଲା ବେଳେ ଯାତ୍ରୀ ଵାହୀ ଅଟୋ ରିକ୍ସା ରୁ 5 କେଜି ଗଞ୍ଜେଇ ଜବତ କରିଛି ଚାନ୍ଦପୁର ପୋଲିସ। ଏହି ଗଞ୍ଜେଇ କାରବାର ଅଭିଯୋଗ ରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ର ନାମ ରମେଶ ବେହେରା ଏବଂ ତାଙ୍କର ବୟସ 35 ବର୍ଷ। ତାଙ୍କ ଘର ନୟାଗଡ଼ ଜିଲ୍ଲା ଖଣ୍ଡପଡା ଗ୍ରାମରେ ବୋଲି ଜଣା ପଡିଛି। ଅଭିଯୁକ୍ତ ଜଣକ ନୟାଗଡ଼ ରୁ ଚାନ୍ଦପୁରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲା। ଜବତ ଗଞ୍ଜେଇ ର ମୂଲ୍ୟ 25 ହଜାର ଟଙ୍କା ହେବ ବୋଲି ଜଣା ପଡିଛି। ଗଞ୍ଜେଇ…

Read More

PM Modi Votes In Ahmedabad: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଅହମ୍ମଦାବାଦର ଏକ ବିଦ୍ୟାଳୟରେ ଭୋଟ୍ ଦେଇଛନ୍ତି। ସହରର ରାନିପ ଅଞ୍ଚଳରେ ଥିବା ନିଶାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଦୀ ଭୋଟ ଦେଇଛନ୍ତି। ଆଜି ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ମତଦାନ ସମୟ ରହିଥିଲା। ପ୍ରଧାନମନ୍ତ୍ରୀ ଆଜି ସକାଳ 7:30 ରେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ତାଙ୍କୁ ସ୍ୱାଗତ କରିଥିଲେ ଏବଂ ଦୁଇ ନେତା ଚାଲିଚାଲି ବୁଥକୁ ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ କଡରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ।  ଜଣେ ପ୍ରଶଂସକ ପ୍ରଧାନମନ୍ତ୍ରୀଙ୍କ ଚିତ୍ର ଆଙ୍କିଥିବା ଏକ ଚିତ୍ରରେ ନିଜେ ଅଟୋଗ୍ରାଫ୍ ଦେଇଥିଲେ। ସମସ୍ତେ ମତଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ।

Read More

Lok Sabha Election Phase 3 Voting: ଦେଶର 11 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର 93 ଟି ଆସନରେ ଆଜି ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ଚାଲିଛି। ଏହି ପର୍ଯ୍ୟାୟରେ ମୋଟ 1 ଲକ୍ଷ 85 ହଜାର ବୁଥରେ ମତଦାନ କରାଯାଉଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।  ଏହି ପର୍ଯ୍ୟାୟରେ ବହୁ ହେଭି ୱେଟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ସେଥିରେ ରହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସୁପ୍ରିୟା ସୁଲେ ପ୍ରମୁଖ ଅଛନ୍ତି।

Read More

ଭୁବନେଶ୍ୱର: ବିଜେଡିର କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ନିର୍ବାଚନ ଆଚରଣ ବିଧୀ ଉଲ୍ଲଘଂନ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ସେ ଜିଲ୍ଲାପାଳ କାର୍ଯ୍ୟାଳୟ ପାଖରେ ସରକାରୀ ସ୍ଥାନ ଓ ପବ୍ଲିକ ରୋଡର ଦୁଇ ପାଶ୍ୱର୍ରେ ହୋଡିଂ ଛାଇ ଦେଇଛନ୍ତି । ସାଧାରଣ ସ୍ଥାନରେ ଶ୍ରୀ ମିଶ୍ର ହୋଡିଂ ଲଗାଇ ରାସ୍ତାକୁ ବନ୍ଦ କରୁଛନ୍ତି । ଏହି ହୋଡିଂରେ “ଆମ ଓଡିଶା ନବୀନ ଓଡ଼ିଶା” ଲୋଗୋକୁ ବ୍ୟବହାର କରୁଛନ୍ତି । ଶ୍ରୀ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ଓ ତୁରନ୍ତ ରାସ୍ତାରେ ଲଗାଯାଇଥିବା ହୋର୍ଡିଂକୁ ହଟାଯାଉ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପି ପ୍ରତିନିଧିମଣ୍ଡଳୀ । ସେହିପରି ପୁରୀ ଲୋକସଭା ମଣ୍ଡଳୀ ଅନ୍ତର୍ଗତ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେଡି ପ୍ରାର୍ଥୀଙ୍କ ସହ ଇଏପିପି(ଆସିଷ୍ଟାଂଟ ପବ୍ଲିକ ପ୍ରସ୍ୟୁକ୍ୟୁଟର) ରବିନ୍ଦ୍ର ନାଥ ନାୟକ ସରକାରୀ କର୍ମଚାରୀ ହୋଇ ମଧ୍ୟ…

Read More

ଭୁବନେଶ୍ୱର: ଓଡିଶାର ସମସ୍ତ ୩୦ ଗୋଟି ଜିଲ୍ଲାରୁ ଆସିଥିବା ୧୨୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ନେଇ ‘ଅଣ୍ଡରଷ୍ଟାଣ୍ଡିଂ ଜେଣ୍ଡର ଆଣ୍ଡ ଫାସିଲେଟେସନ ସ୍କିଲ୍‌’ ସମ୍ପର୍କିତ ଏକ ତିନି ଦିନିଆ ରାଜ୍ୟ ସ୍ତରୀୟ ରାଜ୍ୟ ସମ୍ବଳ ଦଳମାନଙ୍କର ପ୍ରଶିକ୍ଷଣ ଶିବିର ଭୁବନେଶ୍ୱର ଗୋଠପାଟଣା ସ୍ଥିତ ରାଜସ୍ୱ ଅଧିକାରୀମାନଙ୍କର ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ଉଦଯାପିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରତିନିଧି, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷାରେ କାର୍ଯ୍ୟରତ ଜେଣ୍ଡର କୋଅଡିନେଟର ତଥା ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ସାମାଜିକ ବିଜ୍ଞାନ ଶିକ୍ଷା ଦାନ କରୁଥିବା ଶିକ୍ଷୟତ୍ରୀ/ଶିକ୍ଷକମାନେ ଅଂଶ ଗ୍ରହଣ କରିଥିଲେ। ଗୁରୁବାର ଦିନ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିବାବେଳେ, ପ୍ରଥମ ଦିବସର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ପାରୁଲ ପଟୱାରୀ, (ଭା.ପ୍ର.ସେ) ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କର ମାର୍ଗଦର୍ଶନ କରିବା ସହିତ ‘ବର୍ଣ୍ଣାଳୀ’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ତଥା…

Read More

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ମାତା ଶ୍ରୀମତୀ ଶକୁନ୍ତଳା ଜେନାଙ୍କର ଗତକାଲି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧  ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ପରିବାର ବର୍ଗ, ବନ୍ଧୁ ଓ ଆତ୍ମୀୟ ସ୍ୱଜନମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଦେହାନ୍ତ ସଂବାଦ ପାଇ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ପ୍ରମୁଖ  ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ପ୍ରମୁଖ  ଶାସନ ସଚିବ ଶ୍ରୀ ହେମନ୍ତ  ଶର୍ମା, ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ, ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ, ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ଶେଷ ଦର୍ଶନ କରିଥିଲେ। ସେହିପରି…

Read More

ଭୁବନେଶ୍ୱର: ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ, ମୁକ୍ତ, ଅବାଧ ଓ ନିରପେକ୍ଷ ରୂପେ ପରିଚାଳନା କରାଇବାରେ ପର୍ଯ୍ୟବେକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିୟୋଜିତ ହୋଇ ଏହି ପର୍ଯ୍ୟବେକ୍ଷକମାନେ ନିର୍ବାଚନ ପ୍ରକି୍ରୟାର ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ତୀକ୍ଷ୍ମ ଦୃଷ୍ଟି ରଖନ୍ତି। ଏହି କ୍ରମରେ ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ, ପୋଲିସ ପର୍ଯ୍ୟବେକ୍ଷକ ଓ ବ୍ୟୟ ପର୍ଯ୍ୟବେକ୍ଷକମାନେ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିୟୋଜିତ ହୋଇଛନ୍ତି । ଏହି ସମସ୍ତ ପର୍ଯ୍ୟବେକ୍ଷକମାନଙ୍କ ନାମ, ଯୋଗାଯୋଗ ନମ୍ବର ଓ ଠିକଣା ତଥା ସେମାନେ ଦାୟିତ୍ୱରେ ଥିବା ନିର୍ବାଚନ ମଣ୍ଡଳୀର ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍‌ https://ceoodisha.nic.in/ ପ୍ରଦତ୍ତ କରାଯାଇଛି। ଏହା ବ୍ୟତୀତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ମଧ୍ୟ ନିଜ ନିଜ ଜିଲ୍ଲାରେ ଦାୟିତ୍ୱରେ ଥିବା ବିଭିନ୍ନ ପର୍ଯ୍ୟବେକ୍ଷକମାନଙ୍କ ନାମ, ଠିକଣା ଓ ଯୋଗାଯୋଗ…

Read More

ଚିଲିକା : ଖୋର୍ଦ୍ଧା ଜିଲ୍ଲାରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ଆକ୍ସନ ମୋଡ଼ରେ ରହିଛି ଜିଲ୍ଲା ପୋଲିସ। ଏସପି ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ସଜାଗ ରହିଛି ପୋଲିସ। ଏହି ପରିପ୍ରେକ୍ଷୀରେ ଏସପିଙ୍କ ନିର୍ଦେଶକ୍ରମେ ଏବଂ ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ୱାବଧାନ ରେ ବାଣପୁର ଆଇଆଇସି ରମେଶ କୁମାର ଦେବତାଙ୍କ ନେତୃତ୍ୱରେ ଥାନା ଅଞ୍ଚଳରେ ଜାରି ରହିଛି କଡ଼ା ପାଟ୍ରୋଲିଂ। ଆଜି ଦିନତମାମ ଆଇଆଇସି ଶ୍ରୀ ଦେବତାଙ୍କ ନେତୃତ୍ୱରେ ବାଣପୁର ଥାନାର ସମସ୍ତ ପୋଲିସ କର୍ମଚାରୀ ଏବଂ ଏକ ପ୍ଲାଟୁନ ସିଏପିଏଫ ଦ୍ୱାରା ଥାନା ଅଞ୍ଚଳର ବହୁ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ବିଶେଷ କରି ବାଣପୁର ଏନଏସି, ଭେଟେଶ୍ୱର, ଭୀମପୁର, ସାନ ହନ୍ତୁଆଡ଼, ବାଁଳେଇ, ସାନ ସିରେଇପୁର ଆଦି ଗ୍ରାମରେ ଉକ୍ତ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି। ଆଗାମୀ ସାଧାରଣ ନିର୍ବାଚନ କିପରି…

Read More

ଚିଲିକା( ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚ଼ନ ମଣ୍ଡଳୀର କୁମାରଙ୍ଗ, ବିଷ୍ଣୁଡ଼ିହ, ମାନସିଂହପୁର, କୁମାଣ୍ଡଳ,ଭବାନୀପୁର ଗ୍ରାମ ପଞ୍ଚାୟତର‌ ୧୦୦ ରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମକର୍ତ୍ତା ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ଯୋଗଦେଇଛନ୍ତି। ସେମାନେ ଦଳର ନୀତି, ଆଦର୍ଶ ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ବିଜେପିରେ ଯୋଗଦେଇଛନ୍ତି। ବିଜେପି ନେତା ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବେ ସାମିଲ୍ ହେଲେ।ଦଲରେ ସାମିଲ ହୋଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିଥିଲେ ବିଧାୟକ ପ୍ରାର୍ଥୀ ଶ୍ରୀ ହରିଚ଼ନ୍ଦନ। ଏହି ମିଶ୍ରଣ ପର୍ବରେ ବାଣପୁର ବ୍ଲକ ଅଧ୍ୟକ୍ଷ‌ ଶ୍ରୀ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅରୁଣ ପଟ୍ଟନାୟକ,ବିରଜାଈ ମଣ୍ଡଳ ଭାଜପା ସଭାପତି ଶ୍ରୀ ଜିତେନ୍ଦ୍ର…

Read More

ଉପେନ୍ଦ୍ର ବଳିୟାରସିଂହ ବିଦର୍ଭ ଦେଶରେ ସତ୍ୟ ଦେବ ନାମକ ଜଣେ ବ୍ରାହ୍ମଣ ଥିଲେ। ତାଙ୍କର ବିଶ୍ଵାସ ଥିଲା, ଦେବତାମାନଙ୍କ ପାଇଁ ପଶୁ ବଳି ଦେବା ଉଚିତ, ପରନ୍ତୁ ଦରିଦ୍ରତା କାରଣରୁ ସେ ବଳି ଦାନ ପାଇଁ ପଶୁ ପାଳନ କରିପାରୁନଥିଲେ କି ପଶୁମାନଙ୍କୁ କ୍ରୟ କରିପାରୁନଥିଲେ। ଏଥିପାଇଁ କୁଷ୍ମାଣ୍ଡ ଫଳକୁ ହିଁ ପଶୁ ରୂପେ କଳ୍ପିତ କରି ବଳି ଦାନ ଦେଇ ହିଂସା ପ୍ରଦାନ ପୂଜନ କରୁଥିଲେ। ଏକେ ତ ସେ ବ୍ରାହ୍ମଣ ତପସ୍ଵୀ, ତ୍ୟାଗୀ ଓ ଧର୍ମାତ୍ମା ଥିଲେ ଏବଂ ତାଙ୍କର ପତ୍ନୀ ମଧ୍ୟ ସୁଶିଳା ପତିବ୍ରତା ଓ ତପସ୍ଵିନୀ ଥିଲେ। ତାଙ୍କ ପତିଦେବଙ୍କର ହିଂସା ପ୍ରଧାନ ପୂଜନ ତାଙ୍କୁ ଅରୁଚିକର ଲାଗୁଥିଲା। କିନ୍ତୁ ପତିଦେବଙ୍କର ପ୍ରସନ୍ନତା ପାଇଁ ଅନିଚ୍ଛା ପୂର୍ବକ ସେ ସହଯୋଗ କରୁଥିଲେ। କୌଣସି ଧର୍ମାଚରଣକାରୀର ଇଚ୍ଛା ଯଦି ସଚ୍ଚା ହୋଇଥାଏ ଏବଂ ଅଜ୍ଞାନ ବଶତଃ ଭୁଲ କରୁଥାଏ, ସେହି ଭୁଲକୁ ସୁଧାରିବା ପାଇଁ ଦେବତାମାନେ ସ୍ଵୟଂ…

Read More

ଚାଣକ୍ୟ ନୀତି: ଜୀବନରେ ସୁଖ ଏବଂ ସୁବିଧା ପାଇବା ପାଇଁ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ଅନୁଗ୍ରହ ବିନା ଜୀବନ ଯନ୍ତ୍ରଣାଦାୟକ ରହିଥାଏ। ଯାହା ଉପରେ ମା ଲକ୍ଷ୍ମୀଙ୍କ ଦୟା ଥାଏ, ତାଙ୍କର କେବେବି ଧନ ଅଭାବ ହୁଏ ନାହିଁ। ଚାଣକ୍ୟ ନୀତିରେ ମଧ୍ୟ ଧନ ବିଷୟରେ ଅନେକ କଥା କୁହାଯାଇଛି। ଚାଣକ୍ୟ କହିଛନ୍ତି ଯେ ଜାଣିଶୁଣି କିମ୍ବା ଅଜାଣତରେ ଜଣେ ବ୍ୟକ୍ତି ଏପରି ଭୁଲ୍ କରନ୍ତି, ଯାହା ଧନର ଦେବୀଙ୍କୁ କ୍ରୋଧିତ କରେ। କଠିନ ପରିଶ୍ରମ ପରେ ମଧ୍ୟ ସକରାତ୍ମକ ଫଳାଫଳ ମିଳେନାହିଁ, ଧିରେ ଧିରେ ଧନୀମାନେ ମଧ୍ୟ ଦାରିଦ୍ର୍ୟର ସୀମାକୁ ଆସିଥାନ୍ତେ। କେଉଁ ଭୁଲ ଯୋଗୁଁ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି, ଆସନ୍ତୁ ଜାଣିବା… ଅର୍ଥ ବ୍ୟୟ: ଯେଉଁଠାରେ ଲକ୍ଷ୍ମୀଙ୍କୁ ସମ୍ମାନ ଦିଆଯାଏ ନାହିଁ, ସେଠାରେ ଦାରିଦ୍ର୍ୟ ବାସ କରେ। ଚାଣକ୍ୟ କହିଛନ୍ତି ଯେ ମାତା ଧନଦାତ୍ରୀ ଲକ୍ଷ୍ମୀ ବହୁତ ଚତୁର ଅଟନ୍ତି। ଯେଉଁମାନେ ନିଜର…

Read More

ମେଷ: – ଆଜି ମିଶ୍ରିତ ଦିନ ହେବ। ବ୍ୟବସାୟିକ କାର୍ଯ୍ୟକଳାପରେ ସାମାନ୍ୟ ସମସ୍ୟା ହୋଇପାରେ। ତଥାପି, କିଛି କାର୍ଯ୍ୟ ସଫଳ ହେବ, କିନ୍ତୁ ସେଗୁଡିକ ଯତ୍ନର ସହିତ କରିବା ଆବଶ୍ୟକ । ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିବ ଏବଂ ମାନସିକ ରୋଗ ମଧ୍ୟ ଅନୁଭବ କରିବେ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ଏକ ବିବାଦରେ ପଡ଼ିପାରନ୍ତି। ପାରିବାରିକ ପରିବେଶ ଭଲ ରହିବ ଏବଂ ପରିବାର ସଦସ୍ୟମାନଙ୍କର ସହାୟତା ପାଇବେ। ଅନାବଶ୍ୟକ ଖର୍ଚ୍ଚକୁ ଏଡାଇ ଦିଅନ୍ତୁ। ବୃଷ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ କୁହାଯାଇପାରେ। ଏକ ନୂତନ ସମ୍ପର୍କକୁ ଆସିବା ପାଇଁ ଏହା ଏକ ଭଲ ସମୟ। ଆଜି ଏକ ଭଲ ଦିନ ହେବ। ବ୍ୟବସାୟ ଭଲ କରିବ ଏବଂ ଲାଭଜନକ ପରିସ୍ଥିତି ସୃଷ୍ଟି ହେବ, କିନ୍ତୁ ସେଠାରେ ଅଧିକ କାର୍ଯ୍ୟ ଭାର ରହିବ ଏବଂ ପଳାୟନରେ ଦିନ…

Read More

ଭୁବନେଶ୍ବର: ଶେଷରେ ନିମାପଡା ବିଧାୟକ ସମୀର ଦାସଙ୍କ ମାନଭଂଜନ ପାଇଁ ବିଜେଡି ତାଙ୍କୁ ଏକ ପଦବୀରେ ନିଯୁକ୍ତି ଦେଇଛି। କାରଣ ନିମାପଡାରେ ସମୀରଙ୍କୁ ଦଳ ଟିକେଟ ନ ଦେଇ ବିଜେପି ଛାଡି ଆସିଥିବା ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ସମୀର ନିମାପଡାରେ ପ୍ରତିବାଦ କରିଥିଲେ। ତାଙ୍କ ସମର୍ଥକମାନେ ବିଜେଡିରୁ ଇସ୍ତଫା ପ୍ରଦାନ ମଧ୍ୟ କରିଛନ୍ତି। ହେଲେ ସେ ନିଜେ ଏ ପର୍ଯ୍ୟନ୍ତ ଦଳରୁ ଇସ୍ତଫା ଦେଇ ନାହାଁନ୍ତି। ଆଜି ବିଜେଡି ସମୀର ରଂଜନ ଦାସଙ୍କୁ ଢେଙ୍କାନାଳ ଲୋକସଭା ଆସନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି। ଏ ନେଇ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ଦେଓଗଡର ରାଣୀ ଅରୁନ୍ଧତୀ ଦେବୀଙ୍କୁ ମଧ୍ୟ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି।

Read More

ଭୁବନେଶ୍ବର: ଆଜି ଅପରାହ୍ନରେ ହୋଇଥିବା କାଳ ବୈଶାଖୀ ଭୁବନେଶ୍ବରରେ ତାଣ୍ଡବ ରଚି ଦେଇଛି। ଯେପରି ଭାବେ ପବନ ପ୍ରବାହିତ ହେଲା ସେଥିରେ ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତା ଅବରୋଧ କରିଦେଇଛି। ବିଶେଷ କରି ଏୟାରପୋର୍ଟ ଅଞ୍ଚଳରେ ଏହି ତାଣ୍ଡବ ବେଶୀ ପରିଲକ୍ଷିତ ହୋଇଛି। ଫଳରେେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଝଡବର୍ଷା ଛାଡିବା ପରେ ଅଗ୍ନିଶମ କର୍ମଚାରୀମାନେ ରାଜଧାନୀର ବିଭିନ୍ନ ସ୍ଥାନରୁ ଗଛ କାଟି ରାସ୍ତା ସଫା କରିବାରେ ଲାଗିଛନ୍ତି। ବିଶେଷ କରି ରାଜଭବନ ନିକଟସ୍ଥ ଅଞ୍ଚଳ, ଖଣ୍ଡଗିରି ବସ ଷ୍ଟାଣ୍ଡ, ଆମ୍ରି ହସପିଟାଲ ଅଞ୍ଚଳ, କୋଲଥିଆ, ଓୟୁଏଟି ଅଞ୍ଚଳ, ରାଜମହଲ, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ ପରି ବହୁସ୍ଥାନରେ ଗଛ ଡାଳ ଭାଙ୍ଗି ପଡିବା କିମ୍ବା ଗଛ ଉପୁଡି ପଡିଛି। ଆଜି ରାତି ତମାମ ଅଗ୍ନିଶମ ବାହିନୀ ଏହି କାର୍ଯ୍ୟ କରିବେ ବୋଲି ଜଣାପଡିଛି।

Read More

ବାଲୁଗାଁ ( ସୀତାରାମ ଅଗ୍ରୱାଲ) :-ସୋମବାର ପୂର୍ବାହ୍ନରେ ଚିଲିକା ନିର୍ବାଚନମଣ୍ଡଳୀ ଜେଡିପି ବିଧାୟକ ପ୍ରାର୍ଥୀ ସେକ କୌଶର ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ତଥା ଚିଲିକା ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ପ୍ରସ୍ତାବକ ଓ ସମର୍ଥକଙ୍କ ଦସ୍ତଖତ ପରେ ନିଜର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ। ତେବେ ଚଳିତ ନିର୍ବାଚନରେ ଜନସାଧାରଣଙ୍କ ସେବା ଓ ଅଞ୍ଚଳର ବିକାଶ ଦିଗରେ ଉଦ୍ୟମ ଜାରି ରଖିବାସହ ସୁଖଦୁଃଖରେ ଲୋକଙ୍କ ଅତି ନିକଟତର ହୋଇ ସହାୟତାର ହାତ ବଢ଼ାଇବା ପାଇଁ ସଂକଳ୍ପ ନେଇଥିବା ସେକ କୌଶର ଜିତିବେ ବୋଲି ଆଶା କରିଛନ୍ତି।

Read More

ଭୁବନେଶ୍ବର: ଆଜି ସ୍ବାଧୀନ ପ୍ରାର୍ଥୀ ଭାବେ କେଉଁଝର ଘଷିପୁରା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବରିଷ୍ଠ ନେତା ସୌମ୍ୟରଂଜନ ପଟ୍ଟନାୟକ। ସେ ତାଙ୍କ ସମର୍ଥକଙ୍କ ସହିତ ଆନନ୍ଦପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ସେ ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ ସେ ଘଟଗାଁ ମା ତାରିଣୀଙ୍କ ଆର୍ଶିବାଦ ନେଇ ସେଠାରୁ ଏକ ବଡ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଅଫିସ ଯାଇଥିଲେ। ନାମଙ୍କନ ଦାଖଲ ପରେ ସେ କହିଛନ୍ତି ଯେ, ଏଥର କୌଣସି ଦଳୀୟ ବନ୍ଧନ ନୁହେଁ ସ୍ବାଧୀନ ଚେତାରେ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କଲି ବୋଲି ସୌମ୍ୟ କହିଛନ୍ତି। ବର୍ତ୍ତମାନ ଘଷିପୁରା ବାସୀ ପରିବର୍ତ୍ତନ ଚାହୁଁଥିବାରୁ ମୁଁ ଏହି ନିର୍ବାଚନ ରଣାଙ୍ଗନାରେ ପ୍ରାର୍ଥୀ ହେଲି। ଗତଥର ସେ ବିଜେଡି ଟିକେଟରେ ଖଣ୍ଡପଡା ଆସନରୁ ଜିତି ବିଧାୟକ ଅଛନ୍ତି। ହେଲେ ପରବର୍ତ୍ତି ସମୟରେ ସେ ବିଜେଡିରୁ ବହିସ୍କୃତ ହୋଇଥିଲେ। ସୌମ୍ୟରଂଜନଙ୍କ ପ୍ରାର୍ଥୀତ୍ବ ଘଷିପୁରା ନିର୍ବାଚନ ମଣ୍ଡଳୀ ପାଇଁ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।

Read More

ଖୋର୍ଦ୍ଧା: ଆଜି ନାମାଙ୍କନ ଦାଖଲର ଶେଷ ଦିବସରେ ଖୋର୍ଦ୍ଧା ବିଧାନସଭା ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି କାଳୁଚରଣ ଖଣ୍ଡାୟତରାୟ। ନିକଟରେ ଭାଜପାରୁ ଟିକଟ କଟିବା ପରେ ସେ ସ୍ବାଧୀନ ଭାବେ ଲଢିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଟିଏଲସି ରୋଡ ରୁ ଏକ ବିଶାଳ ଶୋଭାଯାତ୍ରାରେ ପାରମ୍ପରିକ ଲୋକବାଦ୍ୟ, ପାଇକ ଆଖଡା,ନାମ ସଂକୀର୍ତ୍ତନ ସହ ପାଖପାଖି 5 ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କୁ ନେଇ ନୂଆ ବସଷ୍ଟାଣ୍ଡ ବ୍ୟାଙ୍କ ଛକ ଦେଇ ଉପ ଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ଖୋର୍ଦ୍ଧାରେ ପାଇକ ମାଟିର ସ୍ବାଭିମାନ ପାଇଁ ଲଢେଇ ଜୋରଦାର ହେବ ଏବଂ ସେ ନିଶ୍ଚିତ ବିଜୟୀ ହେବା ନେଇ ଆଶାବାଦୀ ଥିବା ଗଣମାଧ୍ୟମକୁ କହିଛନ୍ତି।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏକ ବଡ ବିପଦରୁ ରକ୍ଷା ପାଇଛନ୍ତି। ଆଜି କାଳବୈଶାଖୀ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଭୁବନେଶ୍ବରରେ ଅବତରଣ କରିପାରିଲା ନାହିଁ। ବହୁ ସମୟ ଧରି ଭୁବନେଶ୍ବର ଆକାଶରେ ଉଡିବା ପରେ ମଧ୍ୟ ଅବତରଣ ପାଇଁ ଅନୁମତି ମିଳିଲା ନାହିଁ। ଫଳରେ ହେଲିକାପ୍ଟରକୁ ଝାରସୁଗୁଡା ଫେରାଇ ନିଆଯାଇଛି। ବର୍ତ୍ତମାନ ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ସୁରକ୍ଷିତ ଭାବେ ଅବତରଣ କରିଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୁରକ୍ଷିତ ଥିବାର ବିଜେଡି ଅଫିସରୁ କୁହାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ଖଡିଆଳ ପ୍ରଚାର ସାରି ଭୁବନେଶ୍ବର ଫେରୁଥିବା ବେଳେ ଏପରି ଅଘଟଣ ଘଟିଥିବା ଜଣାପଡିଛି। ସେଠାରେ ହେଲିକାପ୍ଟର ଯାଞ୍ଚ ପରେ ପୁଣି ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।

Read More