Author: Samikhsya Bureau

ଭୁବନେଶ୍ବର: ଖୋର୍ଦ୍ଧା ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ କଟକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେ ଜେଲରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ଓକିଲଙ୍କ ଆବେଦନ ପରେ ତାଙ୍କୁ କଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କୁ ମେଡିକାଲର ମେଡିସିନ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଜଗଦ୍ଦେବ ଭୋଟ ଗ୍ରହଣ ବେଳେ ଗଣ୍ଡଗୋଳ କରିଥିବାର ଅଭିଯୋଗ ନେଇ ତାଙ୍କୁ ଗିରଫ କରାଯାଇଛି। ସେ ବେଗୁନିଆର ଏକ ବୁଥରେ ଭୋଟ ଦେବା ବେଳେ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଛି। ଫଳରେ ପୋଲିସ ତାଙ୍କୁ ଗୋଡାଇ ଗୋଡାଇ ରାସ୍ତାରୁ ଗିରଫ କରିଛି ବୋଲି ଜଣାପଡିଛି। ସେ ନେଇ ସେ ବର୍ତ୍ତମାନ ଖୋର୍ଦ୍ଧା ଜେଲରେ ଅଛନ୍ତି।

Read More

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଗତକାଲି ଭଦ୍ରକ ଲୋକସଭା କ୍ଷେତ୍ରର ବାସୁଦେବପୁର ଓ ତିହିଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଛନ୍ତି। ସେ କହିଲେ ଯେ ବର୍ତ୍ତମାନ ସୁଦ୍ଧା ଓଡିଶାର ୩ଟି ପର୍ଯ୍ୟାୟ ନିର୍ବାଚନରେ ଆମେ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଛୁ। ତିନି ପର୍ଯ୍ୟାୟରେ ଓଡିଶାର ୧୦୫ଟି ସିଟ୍‌ରେ ନିର୍ବାଚନ ସରିଯାଇଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ବର୍ତ୍ତମାନ ସୁଦ୍ଧା ଆମେ ନମ୍ବର ପାଇ ସାରିଛୁ। ନିର୍ବାଚନ ଫଳ ବାହାରିଲେ ଆପଣମାନେ ଦେଖିବେ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଜୁନ୍‌ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ବୋଲି ପ୍ରକାଶ କରି ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ପରିବାରଙ୍କ ପାଇଁ ବିଜୁଳି ବିଲ୍ ଛାଡ କରିବେ। ଦ୍ୱିତୀୟ ଦସ୍ତଖତରେ ସମସ୍ତେ…

Read More

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲର ଦୁଇ କର୍ମଚାରୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟ। ଉଭୟଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ସହିତ 20 ହଜାର ଟଙ୍କା ଜରିମାନା। ଯଦି ଜରିମାନା ନ ଦିଅନ୍ତି ତେବେ ସେମାନଙ୍କୁ ଆଉ ଚାରିମାସ ଜେଲ ଦଣ୍ଡାଦେଶ କରାଯିବ ବୋଲି କୋର୍ଟ ରାୟରେ କହିଛନ୍ତି। ସେମାନେ ହେଲେ ବାଣପୁର ତହସିଲର ଅବସରପ୍ରାପ୍ତ ବରିଷ୍ଠ କ୍ଲର୍କ ବୈକୁଣ୍ଠନାଥ ମହାନ୍ତି ଏବଂ ପ୍ରତାପ ଆରଆଇ ଡିଭିଜନର ଅବସରପ୍ରାପ୍ତ ଆରଆଇ ରବିନ୍ଦ୍ରନାଥ ବାରିକ। ଉଭୟ ସଲାସୁତରା ହୋଇ ଜଣେ ବ୍ୟକ୍ତିଙ୍କୁ ସରିୟାତ ଲିଜ ବା ପଥର ଖଣି ଲିଜ ଦେବା ପାଇଁ ଲାଞ୍ଚ ନେଉଥିଲେ। ସେତେବେଳେ ଭିଜିଲାନସ ଦ୍ବାରା ଧରପଡିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଆଜି ସେ ନେଇ ଭିଜିଲାନ୍ସ କୋର୍ଟରେ ଚାର୍ଯ୍ୟସିଟ ଦାଖଲ କରିବା ପରେ ସ୍ବତନ୍ତ୍ର ଭିଜିନାଲସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡାରେ ଦମଦାର ପ୍ରଚାର କରିଛନ୍ତି। ସେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଜନସମାଜକୁ ନିବେଦନ କରିଛନ୍ତି। ତେବେ ଏହି ସଭାରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ରାପଡାର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ସମାଲୋଚନାରେ ଧୋଇଦେଲେ। ତାଙ୍କ ନାଁ ନ ନେଇ ସେ ଯାହା କହିଲେ ତାହା ବୈଜୟନ୍ତଙ୍କ ମୁଣ୍ଡବିନ୍ଧା ହୋଇଯାଇଥିବ। ଆଜି କେନ୍ଦ୍ରାପଡାରେ ଆୟୋଜିତ ସଭାରେ ପାଣ୍ଡିଆନ କହିଥିଲେ ଯେ, ଆପଣମାନଙ୍କୁ ପୂର୍ବରୁ ଜଣା ସାଂସଦଙ୍କୁ ଦିଆଯାଇଥିଲା। ସେ ଦୁଇଥର ସାଂସଦ ହୋଇଥିଲେ, ଥରେ ରାଜ୍ୟସଭା ସାଂସଦ ମଧ୍ୟ ହୋଇଥିଲେ। କିନ୍ତୁ ଦୁଃଖର କଥା କେନ୍ଦ୍ରାପଡା ପାଇଁ କିଛି କଲେ ନାହିଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସେ ଏହି ଦଶ ବର୍ଷ ଭିତରେ ତାଙ୍କର ପାରିବାରିକ କଂପାନୀର ବେଶ ବୃଦ୍ଧି କରିପାରିଲେ। ଫାଇନାନ୍ସ କମିଟର ସଦସ୍ୟ ହୋଇ ତାଙ୍କ ଉପରେ ଥିବା ସବୁ ଋଣ ଛାଡ କରାଇଦେଲେ। ହେଲେ କେନ୍ଦ୍ରାପଡା…

Read More

ଭୁବନେଶ୍ବର: ପ୍ରକାଶିତ ହୋଇଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନର ଚୁଡାନ୍ତ ମତଦାନ ହାର। ଏଥିରେ ଭୁବନେଶ୍ବର ଲୋକସଭାରେ ସର୍ବନିମ୍ନ ଭୋଟ ହାର ପରିଲକ୍ଷିତ ହୋଇଛି। ହେଲେ ସମ୍ବଲପୁରରେ ସର୍ବାଧିକ ମତଦାନ ହୋଇଛି। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଯେଉଁ ମତଦାନ ହାର ରହିଛି ତାହା ହେଲା ଓଡିଶାରେ ଚାରିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଇଥିବା ବେଳେ ବର୍ତ୍ତମାନ ତିନିଟି ପର୍ଯ୍ୟାୟ ଶେଷ ହୋଇଯାଇଛି। ବର୍ତ୍ତମାନ ଶେଷ ପର୍ଯ୍ୟାୟ ଆସନ୍ତା 1 ତାରିଖରେ ଅନୁଷ୍ଠିତ ହେବ। ସେଥିରେ କେନ୍ଦ୍ରାପଡା, ମୟୁରଭଂଜ, ଭଦ୍ରକ. ଯାଜପୁର, ବାଲେଶ୍ବର ଏବଂ ଜଗତସିଂହପୁରରେ ନିର୍ବାଚନ ହେବ।

Read More

ଭୁବନେଶ୍ବର: ଓଡିଶାର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଶେଷ ଉଦ୍ୟମ ଜାରୀ ରଖିଛନ୍ତି। ଆସନ୍ତା ଜୁନ ଏକ ତାରିଖରେ ଓଡିଶାର ଛଅଟି ଲୋକସଭା ଆସନ ଏବଂ ଏହାର ବିଧାନସଭା ଆସନରେ ନିର୍ବାଚନ ହେବ। ସେଗୁଡିକ ହେଲା ବାଲେଶ୍ବର, କେନ୍ଦ୍ରାପଡା, ଭଦ୍ରକ, ମୟୁରଭଂଜ, ଜଗତସିଂହପୁର, ଯାଜପୁର। ଏଥିସହିତ ଏହି ଛଅଟି ଆସନର 42ଟି ବିଧାନସଭାରେ ମଧ୍ୟ ନିର୍ବାଚନ ହେବ। ତେବେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି 29 ତାରିଖରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି କଂଗ୍ରେସରୁ ରାହୁଳ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ପ୍ରଚାରରେ ଆସିବେ ବୋଲି ଜଣାପଡିଛି। ସେହିପରି ଅମିତ ଶାହ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ପ୍ରଚାରରେ ଆସିବେ ବୋଲି ଜଣାପଡିଛି। ତେବେ ଏହି ଶେଷ ପର୍ଯ୍ୟାୟରେ ହେଉଥିବା ନିର୍ବାଚନରେ ଛଅଟି…

Read More

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଗିରଫ ହୋଇଛନ୍ତି ଚିଲିକା ବିଧାୟକ ତଥା ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ। ଗତକାଲି ସେ ବେଗୁନିଆରେ ଭୋଟ ଦେବା ବେଳେ ବୁଥ ଭିତରେ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଛି। ଫଳରେ ସେତେବେଳେ ପୋଲିସ ତାଙ୍କୁ ନିଜ ଅଧିନକୁ ନେଇ ପଚରାଉଚୁରା କରିଥିଲା। ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା। ଜାମିନୀ ନାମାଞ୍ଜୁର ହେବା ପରେ ଜେଲ ଯାଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ, ଗତକାଲି ବେଗୁନିଆ ନିର୍ବାଚନମଣ୍ଡଳୀର ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟ କାଉଁରିପାଟଣାର ୧୧୪ ନମ୍ବର ବୁଥରେ ପ୍ରଶାନ୍ତ ଭୋଟ ଦେଉଥିଲେ। ଏହି ସମୟରେ ତାଙ୍କ ସହିତ ସେଠାରେ ଭୋଟ ଦେବାକୁ ଥିବା ଲୋକଙ୍କ ସହିତ ଝଗଡା ହେଲା। ଏହାପରେ ପ୍ରଶାନ୍ତ କୁଆଡେ ବୁଥ ଭିତରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏହାପରେ ସେଠାରେ ତୁମୁଳ କାଣ୍ଡ ହେବା ପରେ ପୋଲିସ ପ୍ରଶାନ୍ତଙ୍କୁ ନିଜ ହେପାଜତକୁ…

Read More

ଭୁବନେଶ୍ବର: ବହୁଦିନ ଧରି କୁଆଡେ ଉଭାନ ହୋଇଯାଇଥିବା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଶେଷରେ ଆର୍ବିଭାବ ହେଲେ। ତେବେ ନିର୍ବାଚନ ପ୍ରଚାରରେ ନୁହେଁ ବରଂ ମତଦାନ କରିବା ପାଇଁ ବାହାରକୁ ବାହାରିଲେ। ତାଙ୍କୁ ବିଜେଡି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ନ କରିବା ପରେ ତାଙ୍କର ଆଉ ଦେଖା ମିଳି ନ ଥିଲା। ସେ ବିଜେଡି ଛାଡିବେ, ସେ ରାଜନୀତି ଛାଡିବେ ପରି ବହୁ ଚର୍ଚ୍ଚା ହେଲା। ହେଲେ ସେତେବେଳେ କେହି ତାଙ୍କର ଖୋଜଖବର ପାଇପାରିଲେ ନାହିଁ। ତେବେ ମତଦାନର ତୃତୀୟ ପର୍ଯ୍ୟାୟରେ ସେ ଭୋଟ ଦେଇଛନ୍ତି ବୋଲି ତାଙ୍କ ସାମାଜିକ ଗଣମାଧ୍ୟମରେ ଫଟୋ ସହ ଲେଖା ପୋଷ୍ଟିଂ କରିଛନ୍ତି। ତେବେ ଅନେକ ତାଙ୍କର ଆର୍ବିଭାବକୁ ନେଇ ଖୁସି ପ୍ରକଟ କରିଥିବା ବେଳେ ତାଙ୍କ ଲେଖାକୁ ନେଇ ସନ୍ଦେହ କରିଛନ୍ତି। ଶ୍ରୀମୟୀ ମତଦାନ ପରେ ଯେଉଁ ଲେଖା ପୋଷ୍ଟିଂ କରିଛନ୍ତି ତାହା ହେଲା “ଗଣତନ୍ତ୍ରର ମହାନ୍ ପର୍ବରେ ସାମିଲ ହୋଇ ଆଜି ନିଜର…

Read More

ଭୁବନେଶ୍ବର: ନିମାପଡାରେ ଆସନ୍ତା 1 ତାରଖରେ ହେବ ନିର୍ବାଚନ। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଟାଣୁଆ ନେତା ସମୀର ଦାସ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କୁ ବିଜେଡି ଟିକେଟ ନ ଦେବାରୁ ସେ କ୍ଷୁବ୍ଧ ହୋଇ ଶେଷ ମୂର୍ହୂତ୍ତରେ ବିଜେପିରେ ଯୋଗ ଦେଇଛନ୍ତି। ଫଳରେ ସେଠାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ପଲା ଭାରୀ ହୋଇପଡିଛି। ତାହାକୁ ଟକ୍କର ଦେବା ପାଇଁ ବିଜେଡି ୮ ଜଣ ନିର୍ବାଚନ ସଂଯୋଜକଙ୍କୁ ନିଯୁକ୍ତି ଦେଇଛି। ସେମାନେ ହେଲେ ଶୁଭାଶିଷ ଖୁଣ୍ଟିଆ, ଉମାକାନ୍ତ ସାମନ୍ତରାୟ, ରୁଦ୍ର ପ୍ରତାପ ମହାରଥୀ, ରମା ରଂଜନ ବଳିଆରସିଂ, ସଂଗ୍ରାମ ପାଇକରାୟ, କମଳ କୁମାର ପାତ୍ର, ସୁନୀଲ ମହାନ୍ତି ଏବଂ ଦିବାକର ପାତ୍ର।

Read More

ଭୁବନେଶ୍ୱର: ନିର୍ବାଚନୀ ପ୍ରଚାର ପାଇଁ ଦିନିକିଆ ଓଡିଶା ଗ୍ରସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଶ୍ରୀମତି ଇରାନୀ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀର କୁଜଙ୍ଗ, ଆଳି ଓ ରେମୁଣାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିଛନ୍ତି। ଶ୍ରୀମତୀ ଇରାନୀ କହିଛନ୍ତି ଯେ, “ମୋଦି ଗ୍ୟାରେଂଟି”କୁ ଓଡ଼ିଶାର ଲୋକେ ଚାହୁଁଛନ୍ତି। ବିଜେପି ‘ଆମେଠିରୁ ରାହୁଳଙ୍କୁ ହଟାଇଛି, ଓଡ଼ିଶାରୁ ବିଜେଡି’କୁ ହଟାଇବ। ଓଡିଶାରେ ରିମୋଟ୍ କଂଟ୍ରୋଲରେ ସରକାର ଚାଲିଛି। ରିମୋଟ୍ ଧରି ତାମିଲବାବୁ ଓଡ଼ିଶାକୁ ଲୁଟୁଛନ୍ତି। ଓଡ଼ିଶାକୁ କବଜା କରି ରଖିଛନ୍ତି ତାମିଲବାବୁ। ୨୫ବର୍ଷରେ ବିଜେଡି ଓଡ଼ିଶାକୁ ଜମି, କୋଇଲା, ବାଲି ଓ ଖଣି ମାଫିଆଙ୍କ ଦେଇଛି। ତାମିଲ ବାବୁ କାହିଁକି ରତ୍ନଭଣ୍ଡାର ତଦନ୍ତ ରିପୋର୍ଟକୁ ସାର୍ବଜନୀନ ନକରି ଚାପି ଦେଲେ ବୋଲି ପ୍ରଶ୍ନ କରିଛନ୍ତି ଇରାନୀ। ଓଡ଼ିଶାରେ ବିଜେପି ସରକାର ଆସିଲେ, ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟର ଯାଂଚ କରାଯିବ। ଯାଂଚ ପରେ ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଡ଼ିଶାର ମୁଖ୍ୟମନ୍ତ୍ରୀ…

Read More

Odisha Voter Turnout: ରାଜ୍ୟରେ ଚାଲିଥିବା ତୃତୀୟ ପର୍ଯ୍ୟାୟ ମତଦାନରେ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ମତଦାନ ହୋଇଛି। ଦେବଗଡ଼ରେ ସର୍ବାଧିକ ୬୭ ପ୍ରତିଶତ ମତଦାନ ହୋଇଥିବା ବେଳେ ଅନୁଗୁଳରେ ୬୫.୧୯ ପ୍ରତିଶତ ଭୋଟ ହୋଇଛି। ସେହିପରି ଅନ୍ୟନ୍ୟା ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନ ହାର ହେଲା କଟକରେ ୫୩.୧୪ ଢେଙ୍କାନାଳରେ ୫୮.୬୯ ପୁରୀରେ ୬୧.୯୬ ନୟାଗଡ଼ରେ ୬୧.୦୮ ସମ୍ବଲପୁରରେ ୬୫.୬୧ କେନ୍ଦୁଝର ୬୨.୫୯ ମୟୂରଭଂଜ ୬୧.୩୮ ଆଠମଲ୍ଲିକରେ ୬୬.୨୦ ଛେଣ୍ଡିପଦାରେ ୬୫.୫୦ ଦେବଗଡ଼ରେ ୬୭.୦୦ କୁଚିଣ୍ଡାରେ ୭୨.୫୫ ସମ୍ବଲପୁରରେ ୫୪.୪୦ ରେଙ୍ଗାଲିରେ ୬୯.୧୧ ରେଢାଖୋଲରେ ୬୬.୦୦ ପ୍ରତିଶତ ଖୋର୍ଦ୍ଧାରେ ୫୮.୧୨, ଜୟଦେବରେ ୬୪.୮୦ ଜଟଣୀରେ ୫୨.୪୦ ଏକାମ୍ରରେ ୪୯.୫୦ ଚିଲିକାରେ ୬୦.୧୨ ଭୁବନେଶ୍ବର ଉତ୍ତରରେ ୪୫.୪୫ ଭୁବନେଶ୍ବର ‌ମଧ୍ୟରେ ୪୪.୧୨ ବେଗୁନିଆରେ ୬୫.୭୦ ପ୍ରତିଶତ ମତଦାନ ହୋଇଛି।

Read More

ଭୁବନେଶ୍ବର: ପୂର୍ବରୁ ଓଡିଶାରେ ଦୁଇଟି ନିର୍ବାଚନ ଶେଷ ହୋଇଛି। ହେଲେ ସେତେବେଳେ ମୋବାଇଲ ନେବାକୁ ବାରଣ ନ ଥିଲା। ହେଲେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଓଡିଶା ନିର୍ବାଚନ ଅଧିକାରୀ ମୋବାଇଲ କଟକଣା ଜାରୀ କରିଲେ। ଆଜି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏମ ତିରୂମାଲ ନାୟକ ବୁଥ ଭିତରକୁ ମୋବାଇଲ ନ ନେବା ପାଇଁ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଭୋଟରମାନେ ବୁଥ ଭିତରକୁ ଯିବା ପୂର୍ବରୁ ସେଠାରେ ଥିବା ଅଫିସରଙ୍କ ନିକଟରେ ତାହା ଜମା କରନ୍ତୁ। ଭୋଟ ସରିବା ପରେ ତାହା ନେଇଯାଆନ୍ତୁ ବୋଲି କୁହାଯାଇଛି। ଯଦି ସମ୍ଭବନ ଆପଣଙ୍କ ଗାଡିରେ କିମ୍ବା ଘରେ ମୋବାଇଲ ରଖି ଆସନ୍ତୁ ବୋଲି ଭୋଟରଙ୍କୁ ଅନୁରୋଧ କରାଯାଇଛି। ସେହିପରି ବୁଥରେ ଥିବା କେବଳ ପୁଲିଂ ଅଧିକାରୀ ମୋବାଇଲ ବ୍ୟବହାର କରିପାରିବେ। ଅନ୍ୟମାନଙ୍କ ପାଇଁ କଟକଣା ରହିଛି ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀହ କହିଥିଲେ।

Read More

Odisha Voter Turnout: ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଆଜି ଛଅଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେଉଛି। ଓଡିଶା ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ଅନୁସାରେ ଆଜି ଦିନ ୧ଟା ସୁଦ୍ଧା ଓଡିଶାରେ ‌ମୋଟ ୩୫.୬୯ ପ୍ରତିଶତ ମତଦାନ ହୋଇଛି । ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ମତଦାନ ହାର ହେଲା ଦେବଗଡରେ ୪୧ ପ୍ରତିଶତ ଅନୁଗୁଳରେ ୩୬.୩୬ ପ୍ରତିଶତ କଟକରେ ୩୩.୩୩ ପ୍ରତିଶତ ନୟାଗଡରେ ୩୭.୬୯ ପ୍ରତିଶତ ପୁରୀରେ ୩୭.୯୬ ପ୍ରତିଶତ ସମ୍ବଲପୁର-୩୮.୨୮ ପ୍ରତିଶତ ଢେଙ୍କାନାଳରେ ୩୫.୬୯ ପ୍ରତିଶତ କେନ୍ଦୁଝରରେ ୩୫.୫୯ ପ୍ରତିଶତ, ଖୋର୍ଦ୍ଧାରେ ୩୩.୫୫ ପ୍ରତିଶତ ମୟୂରଭଞ୍ଜରେ ୩୫.୯୧ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ପକ୍ଷରୁ ସୂଚନା ଦିଆଯାଇଛି ।

Read More

ଭୁବନେଶ୍ବର: ଆଜି ଓଡିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ନିର୍ବାଚନରେ ସାମିଲ ହୋଇଛନ୍ତି ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ନବୀନ ତାଙ୍କ ଘର ପାଖରେ ଥିବା ଏରୋଡ୍ରମ ସ୍କୁଲରେ ଭୋଟ ଦେଇଥିଲେ। ନବୀନ ଘରୁ ଚାଲିଚାଲି ତାଙ୍କ ବୁଥକୁ ଯାଇଥିଲେ। ସେଠାରେ ସେ ଭିତରକୁ ଯାଇ ଲୋକସଭା ଏବଂ ବିଧାନସଭା ପାଇଁ ଭୋଟ ଦେଇଥିଲେ। ମତଦାନ ପରେ ନବୀନ ବାହାରକୁ ଆସି ସେଲଫି ପଏଣ୍ଟରେ ଫୋଟ ଉଠାଇଥିଲେ। ସେହିପରି ସେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ଓଡିଶାର ଲୋକେ ସ୍ଥିର ସରକାର ଚାହୁଛନ୍ତି। ଓଡିଶାରେ ବିଜୁ ଜନତା ଦଳ ଉଭୟ ଲୋକସଭା ଏବଂ ବିଧାନସଭାରେ ଭଲ ପ୍ରଦର୍ଶନ କରିବ।

Read More

Odisha Voting 3rd Phase: ଭୋଟ ଦେଉଛି ଓଡିଶା। ଆଜି ଛଅଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେଉଛି। ଓଡିଶା ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ଅନୁସାରେ ଆଜି ସକାଳ ୯ଟା ସୁଦ୍ଧା ଓଡିଶାରେ ‌ମୋଟ ୭.୪୫ ପ୍ରତିଶତ ମତଦାନ ହୋଇଛି। ସେହିପରି ଅନ୍ୟାନ୍ୟ ସ୍ଥାନରେ ଯେଉଁ ହାରରେ ମତଦାନ ହୋଇଛି ତାହା ହେଲା ଭୁବ‌ନେଶ୍ବରରେ ୬.୬୫ ପ୍ରତିଶତ କଟକରେ ୭.୩୨ ପ୍ରତିଶତ ଢେଙ୍କାନାଳରେ ୯.୭୫ ପ୍ରତିଶତ କେନ୍ଦୁଝରରେ ୮.୭୪ ପ୍ରତିଶତ ପୁରୀରେ ୬.୮୭ ପ୍ରତିଶତ ସମ୍ବଲପୁରରେ ୭.୦୯ ପ୍ରତିଶତ

Read More

ଭୁବନେଶ୍ବର: ଆଜି ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୁବନେଶ୍ବର ଲୋକସଭା ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଫଳରେ ଭିଭିଆଇପି ରହୁଥିବା ଏହି ନିର୍ବାଚନ ମଣ୍ଡଳୀରେ ଗଣମାଧ୍ୟମର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଆଜି ନବୀନ ନିବାସ ନିକଟରେ ଥିବା ୪୪ ନମ୍ବର ବୁଥରେ ଭୋଟ ଦେଇଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ତେବେ ସେ ନବୀନ ନିବାସରୁ ଏକ ଅଟୋରେ ବାହାରି ବୁଥକୁ ଯାଇ ଧାଡିରେ ଛିଡା ହୋଇଥିଲେ। ଏହାପରେ ତାଙ୍କ ପାଳି ଆସିବା ପରେ ସେ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ଏହାପରେ ସେ କହିଥିଲେ ଯେ, ସମସ୍ତେ ଆସନ୍ତୁ ଏହି ମହାନ ଗଣତନ୍ତ୍ର ପର୍ବରେ ସାମିଲ ହୋଇ ନିଜର ମତ ସାବ୍ୟସ୍ତ କରନ୍ତୁ ବୋଲି ନିବେଦନ କରିଥିଲେ।ତୃତୀୟ

Read More

ଭୁବନେଶ୍ବର: ଆଜି ଓଡିଶାର ଛଅଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ସେଗୁଡିକ ହେଲା ପୁରୀ, ଭୁବନେଶ୍ବର, ସମ୍ବଲପୁର, କେଉଁଝର, ଢେଙ୍କାନାଳ ଏବଂ କଟକ ଲୋକସଭା। ଏହି ନିର୍ବାଚନ ମଣ୍ଡଳୀର ୬୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେମାନଙ୍କୁ ଭୋଟରମାନେ ଭୋଟ ଦେଇ ନିର୍ବାଚିତ କରିବେ। ଏଥିପାଇଁ ୧୦,୫୧୫ଟି ମତଦାନ କେନ୍ଦ୍ର ଓ ୩୬ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି। ଆଜି ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଥିଲା। ସକାଳୁ ସକାଳୁ ଭୋଟରମାନେ ମତଦାନ କେନ୍ଦ୍ରରେ ଧାଡିରେ ଛିଡା ହୋଇ ଅପେକ୍ଷା କରିଥିଲେ। ସେହିପରି ସକାଳୁ ସକାଳୁ ନେତା ତଥା ପ୍ରାର୍ଥୀମାନେ ମତଦାନ କେନ୍ଦ୍ରକୁ ଆସି ମତଦାନ କରିଥିଲେ। କାଁ ଭାଁ ଇଭିଏମ ଅଚଳକୁ ଛାଡି ଦେଲେ ବର୍ତ୍ତମାନ ସୁଦ୍ଧା ସମସ୍ତ ବୁଥରେ ମତଦାନ ଠିକ ଠାକ ଚାଲିଛି।

Read More

କଟକ: ଆସନ୍ତା 26 ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏ ନେଇ ଆଜି ମାଟ୍ରିକ ବୋର୍ଡ ତରଫରୁ ସୂଚନା ପ୍ରଦାନ କରାଯାଇଛି। ସେହିଦିନ ସକାଳ 10 ଟା 30 ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ସେହିପରି ଇଣ୍ଟରନେଟରେ ପରୀକ୍ଷା ଫଳ 11 ଟା 30 ଉପଲବ୍ଧ ହେବ ବୋଲି ବୋର୍ଡ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଆସନ୍ତା 26 ତାରିଖ ସକାଳେ ପ୍ରଥମେ ବୋର୍ଡ ତରଫରୁ ପରୀକ୍ଷା ଫଳ ପ୍ରକାଶ ପାଇଁ ଅନୁମତି ହାସଲ କରିବା ପରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ସେହିପରି ଅପରାହ୍ନ 4ଟା ବେଳକୁ ଛାତ୍ରଛାତ୍ରୀମାନେ ୱେବସାଇଟରୁ ସେମାନଙ୍କର ଡିଜିଟାଲ ସାର୍ଟିଫିକେଟ ହାସଲ କରିପାରିବେ। ତେବେ ଛାତ୍ରଛାତ୍ରୀମାନେ ହ୍ବାଟସଆପ ରେ ମଧ୍ୟ ସାର୍ଟିଫିକେଟ ହାସଲ କରିପାରିବେ। ସେହି ନମ୍ବରଟି ହେଲା 7710058192। ସେହିପରି ୱେବସାଇଟ ହେଲା http://www.bseodisha.ac.in/

Read More

ଭୁବନେଶ୍ବର: ଓଡିଶାର ତୃତୀୟ ତଥା ଦେଶର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବ।  ଓଡ଼ିଶାରେ ୬ ଗୋଟି ସଂସଦୀୟ କ୍ଷେତ୍ରରେ ଏହି ନିର୍ବାଚନ ହେବ। ସେଗୁଡିକ ହେଲା ସମ୍ବଲପୁର, କେଉଁଝର (ଏସ୍‌.ଟି.), ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର। ସେହିପରି ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଆସନ୍ତାକାଲି ମତଦାନ ହେବ। ଏହି ପର୍ଯ୍ୟାୟରେ ଛଅଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୯୪,୪୮,୫୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୮,୨୯,୬୬୦ ପୁରୁଷ, ୪୬,୧୭,୬୦୨ ମହିଳା ଓ ୧୨୯୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୯୫୬ ରହିଛି । ଏମାନଙ୍କ ମଧ୍ୟରେ ୨,୩୭,୧୩୧ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୮,୪୫,୫୦୩ ଜଣ ଯୁବ ମତଦାତା ରହିଛନ୍ତି । ମତଦାନ କେନ୍ଦ୍ର ଏହି ପର୍ଯ୍ୟାୟରେ ମୋଟ…

Read More

ଭୁବନେଶ୍ବର: ଆଜି ଓଡିଶା ପ୍ରଚାରରେ ଆସି ନବୀନ ସରକାରଙ୍କୁ ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ଓଡିଶାରେ ପହଞ୍ଚିବା ପରେ ପ୍ରଥମେ ବାଣପୁରର ପଲଟନ ପଡିଆରେ ଆୟୋଜିତ ସମାବେଶକୁ ଉଦବୋଧନ ଦେଇଥିଲେ। ସେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ଚିଲିକା ବିଧାନସଭା ପ୍ରାର୍ଥୀ ପୃଥୀରାଜ ହରିଚନ୍ଦନଙ୍କୁ ଭୋଟ ଦେବା ପାଇଁ ସେ ନିବେଦନ କରିଥିଲେ। ତାଙ୍କ ଅଭିଭାଷଣରେ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ ନବୀନ ପଟ୍ଟନାୟକଙ୍କୁ ନୌକରଶାହା ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। ବାବୁମାନେ ତାଙ୍କ ଚାରିପାଖେ ଘେରି ରହିଛନ୍ତି ବୋଲି ସେ କହିଥିଲେ। ଏହାଦ୍ବାରା ଓଡିଶାରେ ଖଣି, ଜମି ମାଫିଆ ଏବଂ ବାଲି ମାଫିଆଙ୍କ ରାଜ ଚାଲିଛି। ଉତ୍ତର ପ୍ରଦେଶ ପରି ଓଡିଶାରେ ମଧ୍ୟ ବୁଲଡୋଜର ମାଧ୍ୟମରେ ସେମାନଙ୍କୁ ସାବାଡ କରାଯିବ ବୋଲି ଯୋଗୀ କହିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ପୁରୀ ବିନା ଦେଶରେ ସନାତନ ଧର୍ମର ବିଚାର…

Read More

ଭୁବନେଶ୍ବର: ଆଜି ହେଉଛି ଭୁବନେଶ୍ବର ଲୋକସଭା ପ୍ରଚାରର ଶେଷ ଦିନ। ଏହି ଶେଷ ଦିନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ରାଜନୀତି ଏକ ରୋଚକ ମୋଡ ନେଇଛି। ଖୋର୍ଦ୍ଧାର ବିଜେଡି ବିଧାୟକ ଜିତୁ ମିତ୍ର ଆଜି ବିଜେପିରେ ସାମିଲ ହୋଇଛନ୍ତି। ତାହା ପୁଣି ଏକ ଭିନ୍ନ ଢଙ୍ଗରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଆଜି ଶେଷଦିନରେ ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ରୋଡ ସୋ କରୁଥିବା ବେଳେ ସେଥିରେ ସାମିଲ ହୋଇଥିଲେ ଜିତୁ। ଖୋର୍ଦ୍ଧାରେ ବିଜେଡିରୁ ପୁଣି ଥରେ ଟିକେଟ ପାଇବେ ବୋଲି ଜିତୁ ମିତ୍ର ଆଶା କରିଥିଲେ। ହେଲେ ଦଳ ରାଜେନ୍ଦ୍ର ସାହୁଙ୍କୁ ଟିକେଟ ଦେଇଥିଲା। ତେବେ ସେ ବିଜେଡି ଛାଡିବେ ନାହିଁ ବୋଲି କହିଥିଲେ ମଧ୍ୟ ରାଜେନ୍ଦ୍ରଙ୍କ ପ୍ରଚାରରେ ସାମିଲ ହୋଇ ନ ଥିଲେ। ହେଲେ ଆଜି ହଠାତ ବିଜେପି ରାଲିରେ ସାମିଲ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଜି ସେ ଅପରାଜିତା…

Read More