ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଗଞ୍ଜାମର ଛତ୍ରପୁର ଥାନା ପାଲିଆ ଗ୍ରାମର ମଝିସାହିରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗୋଟିଏ ପରିବାରର ବାପା, ମା ଏବଂ ଝିଅର ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ମାନେ ହେଉଛନ୍ତି ବୃନ୍ଦାବନ ବେହେରା, ଉର୍ମିଳା ବେହେରା ଏବଂ ଝିଅ ସୁନୀତା ବେହେରା। ମା ଓ ଝିଅଙ୍କ ରକ୍ତାକ୍ତ ମୃତ ଦେହ ଘର ବାହାରେ ମିଳିଥିବା ବେଳେ ଘର ଭିତରୁ ପିତାଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ପ୍ରଥମେ ପତ୍ନୀ ଓ ଝିଅଙ୍କୁ ହତ୍ୟା କରିବା ପରେ ବୃନ୍ଦାବନ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଇଛି।
Author: Samikhsya Bureau
କନ୍ଦର୍ପ ବେହେରା ରେଢାଖୋଲ : 38 କେଜି ଗଞ୍ଜେଇ ସହ ଏକ ଇଣ୍ଡିଗୋ କାର ଜବତ କରିଛି ପୋଲିସ୍ । ପୋଲିସ୍ ଗାଡିକୁ ଦେଖି ଚୋରା ବେପାରି ଗାଡି ଛାଡି ଫେରାର ହୋଇଯାଇଥିଲେ । ରେଢାଖୋଲ ଗଞ୍ଜେଇ ବେପାରିଙ୍କ ଚରାଭୁଇଁ ଭାବେ ପରିଗଣିତ ହେବାରେ ଲାଗିଛି । ସକାଳ ୯ଟାରେ ରେଢାଖୋଲ ପଟୁ ଆସୁଥିବା ଏକ ଇଣ୍ଡିଗୋ ଗାଡି (ଓଆର୍ 19 ଏମ୍ 2288)ରେ ଗଞ୍ଜେଇ ଆସୁଥିବାର ଖବର ନାକ୍ଟିଦେଉଳ ପୋଲିସ ଜାଣିବାକୁ ପାଇଥିଲା । ନାକ୍ଟିଦେଉଳ ଥାନା ଚରଡପଶି ନିକଟସ୍ଥ ହାତିମରା ବୁଲାଣି ନିକଟରେ ଇଣ୍ଡିଗୋ କାରଟିକୁ ପୋଲିସ୍ ଅଟକାଇବାକୁ ଚେଷ୍ଟା କରିଥିଲା । ଚୋରା ବେପାରିମାନେ ପୋଲିସ୍ ଆସୁଥିବା ଜାଣି ଗାଡି ଛାଡି ଫେରାର ହେବାରେ ସକ୍ଷମ ହୋଇଥିଲେ । ନାକ୍ଟିଦେଉଳ ପୋଲିସ୍ ଗାଡି ଭିତରୁ ୩୮ କେଜି ଗଞ୍ଜେଇ ଜବତ କରିବା ସହ ଗାଡିଟିକୁ ଜବତ କରିବାରେ ସକ୍ଷମ ହୋଇଛି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ୍ ଅମୁଣିଆ ସାହି ନିକଟସ୍ଥ କପିଳେଶ୍ୱର ମନ୍ଦିର ନିକଟରେ ଜୁଆଖେଳ ଚାଲିଥିବା ବେଳେ ପୁରୁଷୋତ୍ତମପୁର ଥାନାଧିକାରୀ ଚଢ଼ାଉ କରିଥିଲେ । ପୋଲିସ୍ ସେଠାରୁ 12 ଜୁଆଡ଼ିଙ୍କୁ ଗିରଫ କରିବା ସହ 20940 ଟଙ୍କା ଏବଂ 4ଟି ମୋବାଇଲ୍ ଫୋନ୍ ଜବତ କରିଛି । ସୂଚନାଥାଉକି ପୁରୁଷୋତ୍ତମପୁର ବ୍ଳକ୍ ଅଂଚଳରେ ଏହିଭଳି ରୀତିମତ ଜୁଆଖେଳ ଚାଲିଥିବା ଜଣାପଡ଼ିଛି । କୌଣସି ସୂତ୍ରରୁ ଖବରପାଇ ପୋଲିସ୍ ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ କିଛି ଜୁଆଡ଼ି ଛତ୍ରଭଙ୍ଗ ଦେଇଥିବାବେଳେ 12 ଜଣ ପୋଲିସ୍ ହାବୁଡ଼ରେ ପଡ଼ିଥିଲେ । ଗିରଫ ଜୁଆଡ଼ିମାନେ ହେଲେ ଗଜେନ୍ଦ୍ର ଗୌଡ଼ (23), ମାଧବ ବେହେରା (35), ସୋଲି ବେହେରା (30), ଡ଼ାକ ଗୌଡ଼ (23), ରକେଶ ଗୌଡ଼ (28), ଅରୁଣ କୁମାର ସ୍ୱାଇଁ (41), ଗନ୍ତେଇ ବେହେରା (50), ଲିଲୁ ଗୌଡ଼ ଓରଫ୍ କରୁଣାକର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଗଜପତି ଜିଲ୍ଲା ଅଡ଼ବା ଥାନା ପୋଳିସ୍ ଚୁଡ଼ଙ୍ଗପୁର ଅଞ୍ଚଳରୁ ବେଆଇନ ଗଞ୍ଜେଇ ଚାଲାଣ ବେଳେ ଏକ କାରରୁ 76 କେଜି ଗଂଜେଇ ଜବତ କରିଛି । ଗଞ୍ଜେଇ ଜବତ କରିବା ସହ ବେଆଇନ ଗଞ୍ଜେଇ ଚାଲାଣରେ ସଂପୃକ୍ତ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଳିସ୍ । ଗିରଫ ଅଭିଯୁକ୍ତମାନେ ହେଲେ ଅଡ଼ବା ଥାନା ଚୁଡ଼ଙ୍ଗପୁର ଗାଁର ସଂଜୟ କୁମାର ପରିଛା, କିଶୋର କୁମାର ପରିଚ୍ଛା ଓ ରାୟଗଡ଼ ଗାଁର ମନୋନିତ ମାଳି । ସୂଚନାଥାଉକି ଅଡ଼ବା ଥାନା ପୋଳିସ୍ ବିଳମ୍ବିତ ରାତିରେ ଅନ୍ତରବା ଓ ଚୁଡ଼ଙ୍ଗପୁର ଅଂଚଳରେ ପେଟ୍ରୋଲିଂ କରୁଥିବା ବେଳେ ଏକ କାର୍କୁ ସନ୍ଦେହରେ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ କାର୍ରୁ ୩ ବସ୍ତା ଗଞ୍ଜେଇ ଜବତ ହୋଇଛି । ଚୁଡ଼ଙ୍ଗପୁର ଅଂଚଳରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଅଭିମୁଖେ ଚାଲାଣ ହେଉଥିବା ଜଣାପଡ଼ିଛି । ପୋଲିସ୍ 3 ଅଭିଯୁକ୍ତଙ୍କୁ କୋର୍ଟଚାଲଣ…
ନୂଆଦିଲ୍ଲୀ : ସିଏଏକୁ ନେଇ ଦିଲ୍ଲୀରେ ହିଂସାକାଣ୍ଡ ଜାରି ରହିଛି । ବିଗତ ଦୁଇ ଦିନ୍ ଧରି ଚାଲିଥିବା ଏହି ହିଂସାକାଣ୍ଡରେ 19 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 150ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ହିଂସାକାଣ୍ଡ କାରଣରୁ ଉତ୍ତର ପୂର୍ବ ଦିଲ୍ଲୀରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ସମସ୍ତ ସ୍କୁଲ କଲେଜକୁ ବନ୍ଦ ରଖାଯାଇଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ହିଂସା କାଣ୍ଡ ଜାରି ରହିଥିବା ବେଳେ ରାଜନୈତିକ ଦଳଙ୍କ ପକ୍ଷରୁ ଆରୋପ ପ୍ରତ୍ୟାରୋପର ରାଜନୀତି ଥମିବାର ନାମ ନେଉନାହିଁ । ବିଜେପି ସଦାସର୍ବଦା ହିଂସା ଏବଂ ଦଙ୍ଗାର ରାଜନୀତି କରୁଛି ବୋଲି କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଟ୍ବିଟ୍ କରିଛନ୍ତି । ସେହିପରି ବିଜେପିର ବିବାଦୀୟ ନେତା କପିଲ ମିଶ୍ର ମଧ୍ୟ ଏକ ଟ୍ବିଟ୍ କରିଛନ୍ତି । ଆକ୍ରମଣରେ ନିହତ ପୋଲିସ୍ କନେଷ୍ଟବଳଙ୍କ ପରିବାରକୁ 1 କୋଟିର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଉରକେଲାରେ ଏକ ଲଜ୍ଜାଜନକ ଘଟଣା ସମ୍ମୁଖକୁ ଆସିଛି । ଚୋରି କରିବାକୁ ଆସିଥିବା 7 ଜଣ ଚୋର ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଅଞ୍ଚଳରେ ଏହି ଘଟଣା ଘଟିଛି । ଏକ କ୍ରସରକୁ 7 ଜଣ ଚୋର ଚୋରି କରିବାକୁ ଆସିଥିବା ବେଳେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି । ରବିବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବା ବେଳେ ଏ ନେଇ ଗତକାଲି ଥାନାରେ ମାମଲା ରୁଜୁ କରାଯାଇଛି । ଏହା ସହିତ ଚୋର ମାନେ ଲକ୍ଷାଧିକ ଟଙ୍କାର ମୋଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ମହିଳାଙ୍କ ସ୍ବାମୀ ତଥା କ୍ରସରର କେୟାର ଟେକରତଳ ଘରେ ଶୋଇଥିବା ବେଳେ ମହିଳା ଜଣକ ଏକୁଟିଆ ଉପରେ ଶୋଇଥିଲେ । ଏହି ସମୟରେ 7 ଜଣ ଚୋର ପଶି ଦୁଷ୍କର୍ମ ପରେ ଲକ୍ଷାଧିକ…
କେଦାର ମିଶ୍ର ଗତ ଦୁଇଦିନ ହେଲା ଦେଶର ରାଜଧାନୀ ଦିଲ୍ଲୀ ଜଳୁଛି। ୧୯୮୪ ପରେ ସବୁଠୁ ବଡ ହିଂସା ଓ ଦଙ୍ଗାର ଶିକାର ହୋଇଥିବା ଦିଲ୍ଲୀ ସହରର ଏ ଅଶାନ୍ତି ଲାଗି ଦାୟୀ କିଏ? କାହିଁକି ଏ ଦେଶର ରାଜଧାନୀରେ ଆମର ଆଇନ ବ୍ୟବସ୍ଥା ବିଫଳ ହୋଇଛି? ଗତ ଦୁଇ ଦିନର ହିଂସାରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ସାତ ଜଣ ଲୋକ ପ୍ରାଣ ହରାଇଲେଣି। ଶତାଧିକ ଲୋକ ଆହତ ହେବା ସହିତ ହଜାର ହଜାର ଘର ଓ ଦୋକାନ ପୋଡି ଯାଇଛି। ନାଗରିକତା ସଂଶୋଧନ ଆଇନର ପକ୍ଷ ଓ ପ୍ରତିପକ୍ଷ ଭାବରେ ଛିଡା ହୋଇ ଏହି ଦଙ୍ଗାର ସୂତ୍ରପାତ କରାଯାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ଯେଉଁ ବିଷମଞ୍ଜି ବୁଣା ଯାଇଥିଲା, ତାର ଅମଳ ସମୟ ଏବେ ଚାଲିଛି। କୌଣସି ଘଟଣାକୁ ଠିକ ଭାବରେ ବିଚାର ନକରି ନିଷ୍ପତ୍ତି ନେଲେ, ଏ ପ୍ରକାର ସ୍ଥିତି ଯେ ଉପୁଜିବ ତାହା ସ୍ଵାଭାବିକ। …
ଭୁବନେଶ୍ବର, ବର୍ତ୍ତମାନ ଏକ ଅଡୁଆ ପରିସ୍ଥିତିରେ ପଡିଯାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ନିକଟରେ ବେଗୁନିଆ ନିର୍ବାଚନ ମଣ୍ଡଳୀର ସାଂସଦ ନୋମିନ୍ ଋଷଭ ନନ୍ଦଙ୍କୁ ବହିସ୍କାର କରି ଅନୁ ଚୌଧୁରୀଙ୍କୁ ନିଯୁକ୍ତି ଦେଲେ। ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀରୁ ସାଂସଦ ନୋମିନ ପଦବୀର ଇସ୍ତଫା ଦେଇଛନ୍ତି ବିଜେପିର ବରିଷ୍ଠ ନେତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ। ଅପରାଜିତା ସାଂସଦ ଭାବେ ନିର୍ବାଚିତ ହେବା ପରେ ଜୟଦେବ ନିର୍ବାଚନ ମଣ୍ଡଳୀର ତାଙ୍କର ନୋମିନ୍ ଭାବେ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ନିଯୁକ୍ତି ଦେଇଥିଲେ। ହେଲେ ମାତ୍ର 8 ମାସ ପରେ ହଠାତ୍ ସାଂସଦଙ୍କ ନୋମିନ ପଦବୀରୁ ଇସ୍ତଫା ଦେଲେ ପୂର୍ଣ୍ଣଚନ୍ଦ୍ର। ଏ ସଂପର୍କରେ ପୂର୍ଣ୍ଣଚନ୍ଦ୍ର କୌଣସି ବିବୃତି ଦେଇ ନ ଥିଲେ ମଧ୍ୟ ଏକ ଲମ୍ବା ଇସ୍ତଫା ପତ୍ର ଅପରାଜିତାଙ୍କ ପାଖକୁ ପଠାଇ ଦେଇଛନ୍ତି । ଘଟଣାରୁ ଜଣାପଡିଛି ଯେ, ଅପରାଜିତା କୁଆଡେ ପୁରୁଣା ନେତାମାନଙ୍କୁ ପସନ୍ଦ କରୁ ନାହାଁନ୍ତି। ଥରେ ସେ ପୂର୍ଣ୍ଣଚନ୍ଦ୍ରଙ୍କୁ ଡାକି ପରୋକ୍ଷରେ…
କୃଷ୍ଣଚନ୍ଦ୍ର ସୁଆଁସିଆ ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟସ୍ଥ ମା ଶ୍ୟାମଳାଇ ପୀଠରେ ବଜରଙ୍ଗ ଦଳର ହିଞ୍ଜିଳିକାଟୁ ପ୍ରଖଣ୍ଡ ତରଫରୁ ନୂତନ ଦାୟିତ୍ୱ ଘୋଷଣା ସହ ରାମ ନବମୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆଗରୁ ଆସୁଥିବା ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ଜୟନ୍ତୀକୁ ସହରରେ ଆଧ୍ୟାତ୍ମିକ ଭାବରେ ପାଳନ କରିବା ସହିତ ରାମପ୍ରେମୀ ମାନଙ୍କୁ ବିଚାରରେ ଯୋଡିବା ପାଇଁ ଆଲୋଚନା ହୋଇଥିଲା। ପରିଶେଷରେ ଜିଲ୍ଲା ସୁରକ୍ଷା ପ୍ରମୁଖ କୃଷ୍ଣଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ପ୍ରଖଣ୍ଡ ସଂଯୋଜକ କିଶୋରଚନ୍ଦ୍ର ବିଶୋଇ, ସହ ସଂଯୋଜକ କାହ୍ନୁଚରଣ ବିଶ୍ବାଳ ଓ ଜଗନ୍ନାଥ ଜେନାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ବୈଠକରେ ବଜରଙ୍ଗ ଦଳ ପ୍ରାନ୍ତ ସହ ସଂଯୋଜକ ଅମ୍ବିକା ଦାସ, ପ୍ରାନ୍ତ ମିଲନକେନ୍ଦ୍ର ପ୍ରମୁଖ ସୁଶାନ୍ତ ବେହେରା,ଗଂଜାମ ବିଭାଗ ସଂଯୋଜକ ଗୌତମ ମହାରଣା,ଗଞ୍ଜାମ ଜିଲ୍ଲା ସଂଯୋଜକ ନିଳାଚଳ ବିଷୋୟୀ, ଗଂଜାମ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ସହ ସମ୍ପାଦକ ରାଜୀବ ଖାଡେଙ୍ଗା, ହର ସ୍ୱାଇଁ,…
ରମେଶ ମହାନ୍ତି ଜଗତସିଂହପୁର : ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ଓ ଓରମାସ୍ ଜଗତସିଂହପୁର ଆନୁକୂଲ୍ୟରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଦକ୍ଷତା ବିକାଶର ପୁରାତନ ଛାତ୍ରଛାତ୍ରୀ ଏବଂ ଅବିଭାବକ ମାନେ ଯୋଗଦେଇଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜକାନ୍ତ ମହାନ୍ତି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଦକ୍ଷତା ବିକାଶ ତାଲିମ ପାଇଁ ରହିବା, ଖାଇବା, ପୋଷାକ, ବହିପତ୍ର ଓ ଅନ୍ୟାନ୍ୟ ସୁବିଧା ମାଗଣାରେ ପ୍ରଦାନ କରାଯାଉଛି। ଜଗତସିଂହପୁର ପଂଚାୟତ ସମିତି ଅଧ୍ୟକ୍ଷା ବିଜୟଲକ୍ଷୀ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଜଗତସିଂହପୁର ଜିଲ୍ଲାରେ ମୋଟ୍ ୪୭୩୪ ଛାତ୍ରଛାତ୍ରୀ ତାଲିମ ପାଇଛନ୍ତି ଓ ସେଥି ମଧ୍ୟରୁ ୧୬୨୫ ଜଣ ଛାତ୍ରଛାତ୍ରୀ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସଂସ୍ଥାରେ…
ମୁମ୍ବାଇ : ଏସିଆ ଏକାଦଶ ଏବଂ ବିଶ୍ବ ଏକାଦଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ପାଇଁ ଏସିଆ ଏକାଦଶ ଘୋଷଣା କରାଯାଇଛି । ଏହି ଦଳରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସମେତ 6 ଜଣ ଭାରତୀୟ ଖେଳାଳିଙ୍କୁ ସାମିଲ କରାଯାଇଛି । ଶେଖ ମୁଜିବ ଉର ରେହମାନଙ୍କ 100 ତମ ଜନ୍ମବାର୍ଷିକୀ ଅବସରରେ ଏସିଆ ଏକାଦଶ ଏବଂ ବିଶ୍ବ ଏକାଦଶ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ପକ୍ଷରୁ ଏସିଆ ଏକାଦଶ ଘୋଷଣା କରାଯାଇଛି । ଏସିଆ ଏକାଦଶ ଏବଂ ବିଶ୍ବ ଏକାଦଶ ମଧ୍ୟ ଦୁଇଟି ମ୍ୟାଚ ଅନୁଷ୍ଠିତ ହେବ । 15 ଜଣିଆ ଦଳରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସମେତ କେ ଏଲ୍ ରାହୁଲ, ଶିଖର ଧଓ୍ବନ, ଋଷଭ ପନ୍ତ, କୁଲଦୀପ୍ ଯାଦବ ଏବଂ ମହମ୍ମଦ ସାମିଙ୍କୁ ଏହି ଦଳରେ ସାମିଲ କରାଯାଇଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଅହମଦାବାଦର ଲୋଟସ୍ ଲେବଲ୍ ସୂତାକଳରେ ପ୍ରାଣ ହରାଇଛନ୍ତି 3 ଓଡିଆ ଯୁବକ । ଯାଜପୁରର ଜାମଧର ଗ୍ରାମ ପଞ୍ଚାୟତର ରେକାବୀ ବଜାରର ତିନି ଯୁବକ 22 ତାରିଖରେ ଗୁଜରାଟରେ ପ୍ରାଣ ହରାଇଥିଲେ । ତିନି ମୃତକଙ୍କ ନାମ ହେଉଛି ଦୟାନିଧି ଖୁଣ୍ଟିଆ(35), ଚିନ୍ମୟ ଖୁଣ୍ଟିଆ(25) ଏବଂ କମଲେଶ ସିଂ(23) । ଏହି ଖବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୋ ପରିବାର ମୁଖ୍ୟ ଅରୂପ ପଟ୍ଟନାୟକଙ୍କ ନଜରକୁ ଆଣିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ । ମୃତ ଶ୍ରମିକଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡି ଗୋପବନ୍ଧୁ ଦାଶ ଶ୍ରମ କମିଶନ ଏବଂ ଲୋଟସ୍ ଲେବଲ୍ ସୂତାକଳର ଅଧିକାରୀଙ୍କ ସହିତ ଆଲୋଚନା କରୁଛନ୍ତି । 23 ତାରିଖ ଦିନ ଶବ ବ୍ୟବଚ୍ଛେଦ ପରେ ଆଜି ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ବିଧାୟକ ଅହମଦାବାଦରୁ ମୃତଦେହ ଆସିବାର ସମସ୍ତ ଖର୍ଚ୍ଚ ନିଜ…
ଲଣ୍ଡନ : ମହିଳା ଟି 20 ବିଶ୍ବକପ୍ରେ ଭାରତୀୟ ଓପ୍ନର ଶେଫାଳି ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂକୁ ସମସ୍ତେ ପ୍ରଶଂସା କରୁଥିବା ବେଳେ ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର୍ ହୁସେନ୍ । କେବଳ ଶେଫାଳି ନୁହନ୍ତି ବରଂ ଲେଗ୍ସ୍ପିନର ପୁନମ୍ ଯାଦବଙ୍କୁ ମଧ୍ୟ ହୁସେନ୍ ପ୍ରଶଂସା କରିଛନ୍ତି । ଉଭୟ ଶେଫାଳି ଏବଂ ପୁନମ ବ୍ୟାଟ୍ ଏବଂ ବଲ୍ରେ ଭାରତ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବା କାରଣରୁ ଭାରତ ନିଜର ଅପରାଜେୟ ଧାରା ବଜାୟ ରଖିବାରେ ସମର୍ଥ ହୋଇଛି । ପାଓ୍ବାର ପ୍ଲେ ଓଭରରେ ଶେଫାଳିଙ୍କ ଚମତ୍କାର ପାଓ୍ବାର ହିଟିଂ ବଳରେ ଭାରତ ବଡ ସ୍କୋର କରିବାରେ ସମର୍ଥ ହେଉଥିବା ବେଳେ ପୁନମଙ୍କ ଓ୍ବିକେଟ ହାସଲ କାରଣରୁ ଭାରତ ବିଜୟୀ ହେଉଛି । ନିଜ ଟ୍ବିଟ୍ଟର ହ୍ୟାଣ୍ଡେଲରେ ନାସିର ଶେଫାଳିଙ୍କୁ ପ୍ରଶଂସା କରିଥିଲେ । ଫେବୃୟାରୀ 27 ତାରିଖରେ ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ…
କାଇରୋ : ଇଜିପ୍ଟ ରାଷ୍ଟ୍ରପତି ହୋସ୍ନି ମୁବାରକଙ୍କ ପରଲୋକ ହୋଇଛି । 30 ବର୍ଷ ଧରି ମଧ୍ୟପ୍ରାଚ୍ୟକୁ ଶାସନ କରିଥିବା ମୁବାରକଙ୍କ ମଙ୍ଗଳବାର ଦିନ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ମୁବାରକଙ୍କୁ 91 ବର୍ଷ ହୋଇଥିଲା । ଆମେରିକା ଏବଂ ଇସ୍ରାଏଲ୍ର ସହାୟତାରେ ଇସ୍ଲାମିକ ଆତଙ୍କବାଦ ବିପକ୍ଷରେ ମୁବାରକ୍ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ମାତ୍ର 2011ରେ କାଇରୋରେ 18 ଦିନ ବ୍ୟାପୀ ଆନ୍ଦୋଳନ ଫଳରେ ମୁବାରକ କ୍ଷମତାଚ୍ୟୁତ ହୋଇଥିଲେ । ଟ୍ୟୁନିସିଆ ବିପ୍ଲବ ଦ୍ବାରା ପ୍ରଭାବିତ ହୋଇ ଇଜିପ୍ଟର ଯୁବକ ମାନଙ୍କ ଦ୍ବାରା ଆନ୍ଦୋଳନ କରାଯିବା ଫଳରେ ମୁବାରକ କ୍ଷମତାଚ୍ୟୁତ ହୋଇଥିଲେ । (ଏଜେନ୍ସି)
ମୁମ୍ବାଇ : ମୁମ୍ବାଇରେ ଏକ କୁକୁରକୁ ବିଷ ଦେଇ ହତ୍ୟା କରିବା ପରେ ପାର୍ଶୀ ଦମ୍ପତ୍ତିଙ୍କୁ ଲୁଟ୍ କରାଯାଇଛି । ପାଲଗଡର ଦାହାନୁରେ ଏହି ଘଟଣା ଘଟିଛି । ଉକ୍ତ ଦମ୍ପତ୍ତିଙ୍କ କୁକୁରକୁ ବିଷ ଦିଆଯିବା ପରେ 7 ଲକ୍ଷ ଟଙ୍କାର ଲୁଟ୍ କରାଯାଇଛି । ଶନିବାର ରାତିରେ 5 ଜଣ ଲୁଟେରା ପାଲଗଡର ରୋହିନ୍ଟନ ତାରାପୋରଓ୍ବାଲା ଏବଂ ହୋମାଇଙ୍କ ଘରେ ଘଟିଛି । ରାତି ପ୍ରାୟ 1.30 ମିନିଟ୍ରେ 5 ଜଣ ମୁଖା ପିନ୍ଧା ଲୁଟେରା ଦମ୍ପତ୍ତିଙ୍କ ଘରେ ପହଞ୍ଚି ଲୁଟ କରିଥିଲେ । ଦମ୍ପତ୍ତିଙ୍କ ଘରେ ରହିଥିବା କୁକୁର ଭୁକିବାରୁ କୁକୁର ଏବଂ କୁକୁଡାଙ୍କୁ ଦୂର୍ବୁର୍ତ୍ତ ବିଷ ଦେଇଥିଲେ । ଏହି ଘଟଣାରେ ଗୋଟିଏ କୁକୁର ଏବଂ ଦୁଇଟି କୁକୁଡାଙ୍କର ପ୍ରାଣହାନି ଘଟିଛି । ଏହା ସହିତ ଦୂର୍ବୁର୍ତ୍ତ ରୋହିନ୍ଟନ୍ଙ୍କ ସିସିଟିଭି କ୍ୟାମେରାକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ନିଜ ସ୍ତ୍ରୀକୁ ହତ୍ୟା କରି 300 ଖଣ୍ଡ କରି ଟିଫିନ୍ରେ ରଖିବା ମାମଲାରେ ଦୋଷୀ ସ୍ବାମୀ ସୋମନାଥ ପରିଡାକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଜ୍ । ମାମଲାଟି ସାତ ବର୍ଷ ଚାଲିବା ପରେ ଆଜି ରାୟ ପ୍ରକାଶ ପାଇଛି । 2013 ଜୁନ୍ ମାସରେ ଭୁବନେଶ୍ବରର ନୟାପଲ୍ଲୀରେ ଘଟିଥିଲା ଏହି ହତ୍ୟା ଘଟଣା ଘଟିଥିଲା। ସୋମନାଥ ପରିଡ଼ା ନିଜ ପତ୍ନୀ ଉଷାଶ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଶରୀରକୁ ତିନି ଶହ ଖଣ୍ଡ କରି ଷ୍ଟିଲ କଣ୍ଟେନର ମଧ୍ୟରେ ଲୁଚାଇ ରଖିଥିଲେ । ଦେହାବଶେଷ ସହ କୋଡିଏ ଦିନ ରହିବା ପରେ ଘଟଣା ସାମ୍ନାକୁ ଆସିଥିଲା । 71 ବର୍ଷ ବୟସରେ ସୋମନାଥ ଏପରି ଜଘନ୍ୟ କାଣ୍ଡ ଘଟାଇଥିବାବେଳେ, ସେହି ଘଟଣାରେ ସେତେବଳେ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ରାୟ ପ୍ରକାଶ ବେଳେ କୋର୍ଟ ରୁମ୍ରେ କାନ୍ଦି ଥିଲେ…
କେଦାର ମିଶ୍ର ଦିଲ୍ଲୀରେ ଶାନ୍ତି ଓ ସଦଭାବନା ବଜାୟ ରଖିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟୁଇଟର ମାଧ୍ୟମରେ ଅନୁରୋଧ କରିଛନ୍ତି। ହଁ, ଟୁଇଟର ମାଧ୍ୟମରେ। ମାତ୍ର ଦୁଇ ସପ୍ତାହ ତଳେ ବିପୁଳ ଭୋଟ ଓ ଆସନ ପାଇ ଦିଲ୍ଲୀରେ ତୃତୀୟ ଥର ସରକାର ଗଢିଥିବା ଅରବିନ୍ଦ କେଜ୍ରିୱାଲ ବା ତାଙ୍କର ମନ୍ତ୍ରୀ ଓ ବିଧାୟକମାନେ ସୁରକ୍ଷା ବଳୟରେ ରହି କେବଳ ଟୁଇଟର ବାର୍ତ୍ତା ଦେଇ ଚାଲିଛନ୍ତି। ଅବଶ୍ୟ ୟା ଭିତରେ କେଜ୍ରିୱାଲ, ଅମିତ ଶାହ ଓ ଦିଲ୍ଲୀ ଇଉପିଏ ରାଜ୍ୟପାଳଙ୍କର ବୈଠକ ବସିଛି। ଏ ପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ପୋଲିସ ଦାୟିତ୍ବରେ ଥିବା ଗୃହମନ୍ତ୍ରୀ ଡିଜିଟାଲ ଶାନ୍ତିର ବାର୍ତ୍ତା ପାଠ କରୁଛନ୍ତି, ସେ ପଟେ ପାଖାପାଖି ୨୪ ଘଣ୍ଟା ହେଲାଣି ଦିଲ୍ଲୀ ଜଳୁଛି। ଲାଗୁଛି, ଯେମିତି ଦିଲ୍ଲୀରେ ଆଇନର ଶାସନ ବୋଲି କିଛି ନାଇଁ। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଗସ୍ତ ବନ୍ଦୋବସ୍ତ ପାଇଁ ବ୍ୟସ୍ତ ଥିବା…
ପାଟନା : ବିହାରରେ ଏନ୍ଆରସି ଲାଗୁ ନକରିବା ପାଇଁ ଏକ ବିଧେୟକ ପାରିତ ହୋଇଯାଇଛି। ମଙ୍ଗଳବାର ବିହାର ବିଧାନସଭାରେ ଏହି ବିଲ୍ଟି ପାରିତ ହୋଇଛି। ଏହା ସହିତ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍ପିଆର) ଲାଗୁ କରିବା ପାଇଁ ମଧ୍ୟ ଏକ ବିଧେୟକ ଲାଗୁ କରାଯାଇଛି। ଏହି ବିଧେୟକ ଅନୁଯାୟୀ ରାଜ୍ୟରେ ଏନ୍ପିଆର ଲାଗୁ କରାଯିବ ମାତ୍ର 2010ରେ ଲାଗୁ କରାଯାଇଥିବା ଜନଗଣନା ଭଳି ଏହାକୁ ଲାଗୁ କରାଯିବା ନେଇ ବିଧେୟକରେ ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ କେରଳ ଏବଂ ପଞ୍ଜାବ ବିଧାନସଭାରେ ମଧ୍ୟ ଏନ୍ଆରସି ବିରୋଧୀ ବିଲ୍ ପାରିତ ହୋଇଥିଲା। (ଏଜେନ୍ସି)
ମହାରାଷ୍ଟ୍ର : ମହାରାଷ୍ଟ୍ରର ଚନ୍ଦ୍ରପୁର ସରକାରୀ ଆବାସୀୟ ବିଦ୍ୟାଳୟର ମହିଳା ଅଧ୍ୟକ୍ଷାଙ୍କ କଡା ଦଣ୍ଡାଦେଶ ପରେ ହସ୍ପିଟାଲ୍ରେ ପହଞ୍ଚିଛନ୍ତି ଦଶମ ଶ୍ରେଣୀର କିଛି ଛାତ୍ରୀ। ଅଧ୍ୟକ୍ଷା ଜଣକ ଛାତ୍ରୀମାନଙ୍କୁ 150ରୁ ଅଧିକ ଥର ଉଠ ବସ କରିବାକୁ ଦଣ୍ଡ ଦେଇଥିଲେ। ଯାହା ଫଳରେ ଛାତ୍ରୀମାନଙ୍କର ପାଦ, ଅଣ୍ଟା ଫୁଲିଯାଇଥିବାବେଳେ ଶରୀରରେ ଏକପ୍ରକାର ଅସହନୀୟ ଦରଜ ହୋଇଯାଇଛି। ଏହି ଘଟଣାଟି ସେତେବେଳେ ପଦାକୁ ଆସିଲା, ଯେତେବେଳେ ଛାତ୍ରୀମାନେ ଏହି କଷ୍ଟରୁ ଲାଘବ ପାଇଁ ହସ୍ପିଟାଲ୍ରେ ପହଞ୍ଚିଥିଲେ। ଚନ୍ଦ୍ରପୁରର 100 କିଲୋମିଟର ଦୂର ଚିମୁର ଗାଓ୍ବର ସମାଜ କଲ୍ୟାଣ ବିଭାଗ ଦ୍ବାରା ସଞ୍ଚାଳିତ ହେଉଥିବା ଏକ ସରକାରୀ ଆବାସୀୟ ବିଦ୍ୟାଳୟରେ ପଢୁଥିବା 10ମ ଶ୍ରେଣୀର 38 ଜଣ ଛାତ୍ରୀଙ୍କୁ ସ୍କୁଲର ଅଧ୍ୟକ୍ଷା ଦଣ୍ଡ ଦେଇଛନ୍ତି । ବିଦ୍ୟାଳୟରେ ଚାଲିଥିବା ଏକ ବୈଠକ ସମୟରେ ଏହି ଛାତ୍ରୀମାନେ ଚାଲିବା କାରଣରୁ ସୃଷ୍ଟି ହେଉଥିବା ଶବ୍ଦରେ ବୈଠକରେ ଶାନ୍ତିଭଙ୍ଗ ହେଉଥିଲା। ଏଥିପାଇଁ ଅଧ୍ୟକ୍ଷା ଛାତ୍ରୀମାନଙ୍କୁ ଏନେଇ ଉଠ…
ହାଇଦ୍ରାବାଦ : ଦିଲ୍ଲୀ ହିଂସାକାଣ୍ଡ ପାଇଁ ବିଜେପି ନେତୃବୃନ୍ଦଙ୍କୁ ଦାୟୀ କରିଛନ୍ତି ହାଇଦ୍ରାବାଦ ସାଂସଦ ଅସଦ୍ଦୁଦ୍ଦିନ ଓଓ୍ବେସୀ । ସିଏଏକୁ ନେଇ ସଙ୍ଗଠିତ ହିଂସାରେ ବର୍ତ୍ତମାନ ସୁଦ୍ଧା ଉତ୍ତର ପୂର୍ବ ଦିଲ୍ଲୀରେ 7 ଜଣଙ୍କର ମୃତ୍ୟୁ ଘଟିଛି । ହାଇଦ୍ରାବାଦର ଅନ୍ୟତମ ସାଂସଦ ଜି କିଶାନ ରେଡ୍ଡୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଓଓ୍ବେସୀ । ହାଇଦ୍ରାବାଦରେ ମିଠା ଖାଇବା ଅପେକ୍ଷା ଦିଲ୍ଳୀର ସୁରକ୍ଷା ଗୁରୁତ୍ବପୂର୍ଣ୍ଣ ବୋଲି ଓଓ୍ବେସୀ କହିଛନ୍ତି । ରାଜଧାନୀ ଦିଲ୍ଲୀରେ ଅଶାନ୍ତି ଲାଗି ରହିଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ହାଇଦ୍ରାବାଦରେ ଅବସ୍ଥାନ କରିବା ଆଶ୍ଚର୍ଯ୍ୟ ଜନକ ବୋଲି ଓଓ୍ବେସୀ ମତ ଦେଇଛନ୍ତି । ଟ୍ରମ୍ପଙ୍କ ଗସ୍ତ ସମୟରେ ବିପକ୍ଷ ଦଳଙ୍କ ପକ୍ଷରୁ ଜାଣିଶୁଣି ହିଂସାକାଣ୍ଡ ଘଟାଉଛନ୍ତି ବୋଲି କିଶାନ ରେଡ୍ଡୀ ମତ ଦେଇଥିଲେ । କୌଣସି ବି ପରସ୍ଥିତିରେ ଅଭିଯୁକ୍ତଙ୍କୁ ଛଡାଯିବ ନାହିଁ ବୋଲି ରେଡ୍ଡୀ ମତ ଦେଇଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀରେ ସିଏଏକୁ ନେଇ ପରିବେଶ ଅଶାନ୍ତି ରହିଥିବାବେଳେ ପ୍ରଥମଥର ପାଇଁ ବିଜେପି, ଆପ୍ ଓ କଂଗ୍ରେସ ଏକାସାଙ୍ଗରେ ନଜର ଆସିଛନ୍ତି । ଦିଲ୍ଲୀରେ ଶାନ୍ତି ରଖିବା ପାଇଁ ଏହି ତିନି ରାଜନୈତିକ ଦଳର ପ୍ରମୁଖମାନେ ଶାନ୍ତି ପାଇଁ ଅପିଲ୍ କରିଛନ୍ତି । ତିନି ଦଳର ପ୍ରମୁଖମାନେ କହିଛନ୍ତି ଯେ, ଦିଲ୍ଲୀ ଆମର ଅଟେ, ଦିଲ୍ଲୀବାସୀମାନେ ମଧ୍ୟ ଆମର । ଯେକୌଣସି ପରିସ୍ଥିତିରେ ଦିଲ୍ଲୀରେ ଶାନ୍ତି ପରିବେଶ ରଖିବାକୁ ପଡ଼ିବ । ଦିଲ୍ଲୀ ହିଂସାକାଣ୍ଡ ପରେ ଗୃହମନ୍ତ୍ରାଳୟ ଦ୍ବାରା ଡକାଯାଇଥିବା ବୈଠକ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ, ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିଓ୍ବାରୀ ଓ କଂଗ୍ରେସର ପୂର୍ବ ପ୍ରଦେଶ ଅଧ୍ୟକ୍ଷ ସୁଭାଷ ଚୋପ୍ରା ଏକା ସାଙ୍ଗରେ ଦିଲ୍ଲୀବାସୀଙ୍କୁ ଶାନ୍ତି ରଖିବାକୁ ଅପିଲ୍ କରିଛନ୍ତି । ଗୃହମନ୍ତ୍ରୀ ବୈଠକଟି ସକାରାତ୍ମକ ବୈଠକ ରହିଥିବାର ସୂଚନା ରହିଛି । ଅରବିନ୍ଦ କେଜରୀଓ୍ବାଲ କହିଛନ୍ତି ଯେ, ହିଂସା ବଢିଲେ କାହାର ଲାଭ ହେବ…

