ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଦୁଇ ଦିନିଆ ଓଡିଶା ଗସ୍ତରେ ରହିଥିବା ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ବରର ଜନତା ମଇଦାନରେ ଏକ ସିଏଏ ସମର୍ଥନ ସମାବେଶରେ ଯୋଗ ଦେଇଛନ୍ତି । ଏହି ଅବସରରେ ଗୃହମନ୍ତ୍ରୀ ଓଡିଶାକୁ ନିଜର ଦ୍ବିତୀୟ ଘର ଭାବରେ ଅଭିହିତ କରିଥିଲେ । 24 ତମ ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ଯୋଗ ଦେବା ନେଇ ଅମିତ ଶାହା ଓଡିଶା ଆସିଥିବା ବେଳେ ଅପରାହ୍ନରେ ଜନତା ମଇଦାନରେ ରାଜ୍ୟର ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସହିତ ସିଏଏ ସମର୍ଥନ ସମାବେଶରେ ଯୋଗ ଦେଇଥିଲେ । ଓଡିଶାର ବରପୁତ୍ରଙ୍କୁ ସ୍ମରଣ କରି ଶାହା ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ଓଡିଶା ମୋତେ ସର୍ବଦା ମୋର ଦ୍ବିତୀୟ ଘର ଭଳି ପ୍ରତୀୟମାନ ହୋଇଥାଏ ବୋଲି ଶାହା ପ୍ରକାଶ କରିଛନ୍ତି । ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ଅଙ୍ଗୀକାରବଦ୍ଧ ଏବଂ 2024 ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଘରମକୁ ପାଣି ପାଇପ୍ କସଞ୍ଜୋଗ…
Author: Samikhsya Bureau
ମୁମ୍ବାଇ : ବଲିଉଡ୍ ଅଭିନେତା ଅଜୟ ଦେବଗନ ନିଜର ଅପ୍କମିଙ୍ଗ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି । 2019ର ତାମିଲ ଫିଲ୍ମ କଇଥିର ହିନ୍ଦି ରିମେକ୍ରେ ଅଜୟ ନଜର ଆସିବାକୁ ଯାଉଛନ୍ତି । ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ଅଜୟ ଏହି ଘୋଷଣା କରିଛନ୍ତି । 2019ର ଏହି ତାମିଲ ବ୍ଲକ୍ବଷ୍ଟରରେ କର୍ଥୀଙ୍କ ଭୂମିକାରେ ନଜର ଆସିବେ ଅଜୟ । ବର୍ତ୍ତମାନ ମୈଦାନର ସୁଟିଂ କରୁଥିବା ଅଜୟ ଏହା ପରେ ଭୁଜ୍ ଏବଂ ପରେ କଇଥି ରିମେକ୍ର ସୁଟିଂ ଆରମ୍ଭ କରିବେ । ଫିଲ୍ମର କାହାଣୀ ଜେଲ୍ ଫେରନ୍ତା ଜଣେ କଏଦୀ ଉପରେ ଆଧାରିତ । ଜେଲ୍ରୁ ଫେରିବା ପରେ ପ୍ରଥମ ଥର ପାଇଁ ନିଜ ଝିଅକୁ ଭେଟିବାକୁ ଯାଉଥିବା ବେଳେ ଡ୍ରଗ୍ ମାଫିଆ ଏବଂ ପୋଲିସ୍ର ଜାଲରେ ଫସିଯାଇଛନ୍ତି । ଏହି ଫିଲ୍ମଟି ଫେବୃୟାରୀ 12, 2021ରେ ରିଲିଜ୍ ହେବା ନେଇ ଅଜୟ ଘୋଷଣା କରିଛନ୍ତି । ଏହା…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଗତକାଲି ନବୀନ ପଟ୍ଟନାୟକ ରାଜ୍ୟରେ ରହିଥିବା ବିଭିନ୍ନ ଧର୍ମାନୁଷ୍ଠାନର ବିକାଶ ପାଇଁ ୨୩ କୋଟି ଟଙ୍କାର ଘୋଷଣା କରାଯାଇଛି। ଏହି ତାଲିକାରେ ରାଜ୍ୟର ଦଶଟି ମନ୍ଦିର, ୫ଟି ଗୀର୍ଜା, ୬ଟି ମସଜିଦ୍ ଓ ୨ଟି ଗୁରୁଦ୍ବାର ସାମିଲ୍ ରହିଛି। ପ୍ରତ୍ୟେକ ଧାର୍ମିକ ସ୍ଥଳକୁ ଏକ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। ତେବେ ଏହି ଘୋଷଣା ପରେ ବାଣପୁରରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଚଳିତ ନବୀନଙ୍କ ପଞ୍ଚମ ପାଳି ସରକାରରେ ରାଜ୍ୟ ସରକାର ମନ୍ଦିର ଓ ପର୍ଯ୍ୟଟନ ଶିଳ୍ପକୁ ବିଶେଷ ଗୁରୁତ୍ବ ଦେଉଥିବାବେଳେ ବାଣପୁରର ପ୍ରସିଦ୍ଧ ଭଗବତୀ ମନ୍ଦିର ବାଦ୍ ପଡିଛି। ନିକଟରେ ବାଣପୁରର ଭଗବତୀ ମନ୍ଦିରଠାରେ ବିଧାନସଭା ଏଥିକ୍ସ କମିଟିର ସଭ୍ୟ, ବିଧାୟକ ଓ ପ୍ରଶାସନିକ ଅଧିକାରୀ ଅଚାନକ ଗସ୍ତ କରିଥିଲେ। ଏହି ଗସ୍ତକୁ ନେଇ ଭଗବତୀ ମନ୍ଦିରର ଉନ୍ନତି ନିମନ୍ତେ କିଛି ଘୋଷଣା କରାଯିବା ନେଇ ଆକଳନ କରାଯାଇଥିଲା।…
ଅଙ୍କାରା : ତୁର୍କୀ ଉପରେ ସିରିଆ ପକ୍ଷରୁ ବିମାନ ଆକ୍ରମଣ କରାଯିବା କାରଣରୁ 33 ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି । ଯୁଦ୍ଧ ପ୍ରପୀଡିତ ତୁର୍କୀର ଇଡ୍ଲିବ୍ ସହର ଉପରେ ସିରିଆ ପକ୍ଷରୁ ବିମାନ ଆକ୍ରମଣ କରାଯିବା ପରେ ସୈନ୍ୟ ମାନେ ପ୍ରାଣ ହରାଇଛନ୍ତି । ଗୁରୁବାର ସନ୍ଧ୍ୟାରେ ଇଡଲିବ୍ ସହର ଉପରେ ବିମାନ ଆକ୍ରମଣ କରାଯାଇଥିବା ନେଇ ତୁର୍ମୀର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଆକ୍ରମଣ ପରେ ତୁର୍କୀର ରାଷ୍ଟ୍ରପତି ରେସେପ୍ ଟାୟିପ୍ ଏର୍ଡୋଗାନ୍ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଛନ୍ତି । ଏହି ଆଲୋଚନା ପରେ ତୁର୍କୀର ପ୍ରତିରକ୍ଷା ମନ୍ତ୍ରୀ ହୁଲୁସି ଅକାର ଏବଂ ସେନାଧ୍ୟକ୍ଷ ସୀମା ପରିଦର୍ଶନ କରିଛନ୍ତି । ତୁର୍କୀ ଏହି ଆକ୍ରମଣର ଜବାବ ଦେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର :ପୂର୍ବାଞ୍ଚଳ ପରିଷଦ ବୈଠକ ଅବସରରେ ଲୋକସେବା ଭବନର ସମ୍ମିଳନୀ କେନ୍ଦ୍ରରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ତରଫରୁ ପ୍ରସ୍ତୁତ ହୋଇଥିଲା ଫୁଲ ରଙ୍ଗୋଲି। ଏହି ରଙ୍ଗୋଲିର ନିର୍ଦ୍ଦେଶନା ଓ ଡିଜାଇନ୍ ପ୍ରସ୍ତୁତ କରିଥିଲେ ଜନହବି ବେହେରା। ଏହି ଫୁଲ ରଙ୍ଗୋଲି ପ୍ରସ୍ତୁତିରେ ମାର୍ଗଦର୍ଶନ ଦେଇଥିଲେ ପ୍ରଖ୍ୟାତ ନୃତ୍ୟାଙ୍ଗନା ତଥା ଗୁରୁ ଅରୁଣା ମହାନ୍ତି। ସୌଜନ୍ୟ :କିଟ୍ରୁ ରିତିକା, ମଧୁ, ସସମିତା, ସୋନି ଏବଂ ସୁଶାନ୍ତ ବାବୁ ।
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପୁଣି ଏକ ନୂତନ ମୋଡ ଦେଖିବାକୁ ମିଳିଛି । ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ପଓ୍ବନ୍ ଗୁପ୍ତା ପକ୍ଷରୁ ଶୁକ୍ରବାର କ୍ୟୁରେଟିଭ୍ ଯାଚିକା ଦାଖଲ କରାଯାଇଛି । ନିଜର ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରିବା ପାଇଁ ପଓ୍ବନ୍ ପକ୍ଷରୁ ଆବେଦନ କରାଯାଇଛି । ପୂର୍ବରୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଭୟା ଦୋଷୀଙ୍କୁ ମାର୍ଚ୍ଚ 3 ତାରିଖରେ ଫାଶୀ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହି ଆବେଦନ ପରେ ଦୋଷୀଙ୍କ ଫାଶୀ ତାରିଖ ପୁଣି ଘୁଞ୍ଚିବା ନେଇ ଆଶଙ୍କା ପ୍ରକାଶ ପାଇଛି । (ଏଜେନ୍ସି)
ମୁମ୍ବାଇ : 5 ମିନିଟ୍ରେ 5 ଲକ୍ଷ କୋଟିର କ୍ଷତି ସହିଛନ୍ତି ନିବେଶକ । ସେୟାର ବଜାର ସକାଳ 9.15ରେ ଖୋଲିଥିବା ବେଳେ 5 ମିନିଟ୍ ମଧ୍ୟରେ ଉଭୟ ସେନସେକ୍ସ ଏବଂ ନିଫ୍ଟୀରେ 3 ପ୍ରତିଶତର ହ୍ରାସ ଘଟିଥିଲା । 5 ମିନିଟ୍ ମଧ୍ୟରେ ସେନ୍ସେକ୍ସରେ 1200 ପଏଣ୍ଟ ଏବଂ ନିଫ୍ଟୀ 343 ପଏଣ୍ଟ ତଳକୁ ଖସିଥିଲା । ବଜାରରେ ନିବେଶ କରୁଥିବା ନିବେଶକ ମାନେ ଏହା ଦ୍ବାରା 5 ଲକ୍ଷ କୋଟିର କ୍ଷତି ସହିଛନ୍ତି । ବିଗତ 5ଟି ଟ୍ରେଡିଂ ସେଶନରେ ନିବେଶକ ମାନେ 5 ଲକ୍ଷ କୋଟି ହରାଇଥିବା ବେଳେ ଶୁକ୍ରବାର ମାତ୍ର 5 ମିନିଟ୍ ମଧ୍ୟରେ ନିବେଶକ ମାନେ 5 ଲକ୍ଷ କୋଟି ହରାଇଛନ୍ତି । ଏହି ସମୟରେ ଟାଟା ଷ୍ଟିଲ୍ ସର୍ବାଧିକ କ୍ଷତି ସହିଛି । ଟାଟା ଷ୍ଟିଲର ଅଂଶଧନ ମୂଲ୍ୟରେ 8 ପ୍ରତିଶତ ହ୍ରାସ ପାଇଥିବା ବେଳେ ଟେକ୍ ମହିନ୍ଦ୍ରା ଅଂଶଧନ ମୂଲ୍ୟରେ 5…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ନବୀନ ନିବାସରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭବ୍ୟ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶୀ ଓଡ଼ିଆ ଖାଦ୍ୟ ଖାଇ ଶାହା ବେଶ୍ ଖୁସ୍ ରହିଥିବାର ଜଣାଯାଇଛି। ଡାଲି, ଭଜା ତରକାରୀ ସହିତ ମିଠା ଖାଦ୍ୟରେ ଶାହାକୁ ଆପ୍ୟାୟିତ କରାଯାଇଛି। ସମ୍ପୂର୍ଣ୍ଣ ଓଡ଼ିଆ ଘରୋଇ ଶୈଳୀରେ ପ୍ରସ୍ତୁତ ଖାଦ୍ୟକୁ ଶାହା ବେଶ୍ ପସନ୍ଦ କରିଛନ୍ତି। ଉଭୟ ଆମିଷ ଓ ନିରାମିଶ ବ୍ୟଞ୍ଜନରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇଥିଲା। ଏହି ଖାଦ୍ୟରେ ରହିଥିଲା ସମ୍ପୂର୍ଣ୍ଣ ଓଡ଼ିଆ ଶୁଦ୍ଧ ଖାଦ୍ୟ । ମଧ୍ୟାହ୍ନ ଭୋଜନରେ ପରସା ଯାଇଥିବା ଖାଦ୍ୟ ମଧ୍ୟରେ ରହିଥିଲା- 1. ବାଇଗଣ ଭଜା 2. ଆଳୁ ମଟର ମସଲା (ଓଡ଼ିଆ ଶୈଳୀରେ ପ୍ରସ୍ତୁତ) 3. ଗୁଚ୍ଚି ପନୀର୍ 4. ଡାଲି 5. ଟମୋଟା ଚଟଣୀ 6. ପାମ୍ପଡ 7. ରୁଟି 8. ବୁନ୍ଦି ରାଇତା 9. ଭାତ ଓ…
କ୍ରୀଷ୍ଟଚର୍ଚ୍ଚ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦୁଇ ଟିକିଆ ଟେଷ୍ଟ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ବଡ ଝଟ୍କା ଲାଗିଛି । ପ୍ରଥମ ଟେଷ୍ଟରେ ଭାରତର ସଫଳ ବୋଲର ଇଶାନ୍ତ ଶର୍ମା ଆହତ ସମସ୍ୟା କାରଣରୁ ଦଳରୁ ବାଦ ପଡିଛନ୍ତି । ପ୍ରଥମ ଟେଷ୍ଟ ପୂର୍ବରୁ ଇଶାନ୍ତଙ୍କ ଗୋଇଠି ଆଘାତ ରହିଥିଲେ ମଧ୍ୟ ସେ ପ୍ରଥମ ମ୍ୟାଚ୍ରେ ଖେଳିଥିଲେ । ମ୍ୟାଚ୍ ପରେ ଇଶାନ୍ତଙ୍କ ଗୋଇଠିରେ ପୁନର୍ବାର ଯନ୍ତ୍ରଣା ଅନୁଭୂତ ହୋଇଥିଲା । ଶନିବାର ଦିନ ମ୍ୟାଚ୍ ପୂର୍ବରୁ ଆଜି ଇଶାନ୍ତଙ୍କ ବାଦ ପଡିବା ନେଇ ଘୋଷଣା କରାଯାଇଛି । ଇଶାନ୍ତ ବାଦ ପଡିବା ପରେ ଉମେଶ ଯାଦବ ତାଙ୍କ ସ୍ଥାନରେ ଖେଳିବାର ସମ୍ଭାବନା ରହିଛି । ମାତ୍ର ଉମେଶଙ୍କ ବିଦେଶ ପ୍ରଦର୍ଶନକୁ ଦେଖିଲେ ନବ୍ଦୀପ ସାଇନିଙ୍କୁ ସୁଯୋଗ ମିଳିବାର ସମ୍ଭାବନାକୁ ଅସ୍ବୀକାର କରାଯାଇନପାରେ । (ଏଜେନ୍ସି)
ମୁମ୍ବାଇ : ଫିଲ୍ମ ‘ହିରୋପନ୍ଥୀ’ରୁ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିବା ଟାଇଗର୍ ଶ୍ରଫ୍ ଏବେ ବଲିଉଡ୍ର ଜଣେ ଚର୍ଚ୍ଚିତ ତଥା ସଫଳ ନାୟକ । 2014ରେ ଆସିଥିବା ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ କୃତି ସାନୋନ୍ଙ୍କୁ ଦେଖିବାକୁ ମିଳିଥିଲା । ଏହି ସୁପରହିଟ୍ ଫିଲ୍ମରୁ ବଲିଉଡ୍ରେ ରାଜ୍ କରୁଥିବା ଟାଇଗର୍ଙ୍କ ଏହି ଫିଲ୍ମର ସ୍ବିକେଲ୍ ହେବା ନେଇ ଚର୍ଚ୍ଚା ଏବେ ଜୋର୍ ଧରିଛି । ଟାଇଗର୍ ଇନ୍ଷ୍ଟାଗ୍ରାମ୍ରେ ‘ହିରୋପନ୍ଥୀ 2’ର ପୋଷ୍ଟର ସେୟାର କରି ଏହା ସମ୍ପର୍କରେ ଜଣାଇଛନ୍ତି । ଆକ୍ସନ ଫିଲ୍ମ ‘ହିରୋପନ୍ଥୀ 2’ରେ ଟାଇଗର୍ ଶୁଟ୍ ବୁଟ୍ ପିନ୍ଧା ଜଣେ ମାଚୋ ମ୍ୟାନ୍ ଅବତାରରେ ନଜର ଆସିବେ। ଫିଲ୍ମର ପ୍ରଥମ ପୋଷ୍ଟରରେ ଟାଇଗର୍ ଦୂରରୁ କଳା ସୁଟ୍ ପ୍ୟାଣ୍ଟରେ ବନ୍ଧୁକ ଧରିଥିବାବେଳେ ତାଙ୍କ ଚାରିପଟେ ବନ୍ଧୁକ ଗୁଡାଏ ରହିଛି । ଅହମ୍ମଦ ଖାନ୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟିକୁ ସାଜିଦ୍ ନଦିଆଦ୍ଓ୍ବାଲା ପ୍ରଯୋଜନା କରୁଛନ୍ତି । ଫିଲ୍ମଟି 2021…
ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନା ସରକାର ଏକ ଅପ୍ରତ୍ୟାଶିତ ପଦକ୍ଷେପ ନେବା ପୂର୍ବକ ଶିକ୍ଷା ଓ ରୋଜଗାରରେ ମୁସଲମାନଙ୍କୁ ସଂରକ୍ଷଣ ଦେବାର ଅଧ୍ୟାଦେଶର ଘୋଷଣା କରିଛି। ଏହି ସଂରକ୍ଷଣ ନେଇ ନବାବ୍ ମଲ୍ଲିକ କହିଛନ୍ତି ଯେ, ଶିକ୍ଷଣ ସଂସ୍ଥାରେ ମୁସଲମାନଙ୍କୁ 5 ପ୍ରତିଶତ ସଂରକ୍ଷଣ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ସରକାରୀ ସ୍କୁଲ, କଲେଜ ଆଦିରେ ଏହି ଆରକ୍ଷଣ ଦିଆଯିବା ନେଇ ହାଇକୋର୍ଟ ମାନ୍ୟତା ଦେଇଛନ୍ତି। ସେହିପରି ଚାକିରି ଓ ପ୍ରାଇଭେଟ୍ ସ୍କୁଲରେ ସଂରକ୍ଷଣ ନେଇ ସରକାର ବିଚାର କରୁଛନ୍ତି। ରାଜ୍ୟରେ କଂଗ୍ରେସ-ଏନ୍ସିପି ଓ ଶିବସେନା ମେଣ୍ଟର ସରକାର ଚାଲିଛି। ତେବେ ମୁସଲମାନଙ୍କ ସଂରକ୍ଷଣକୁ ନେଇ ବିଜେପି ବିରୋଧ କରିବ ବୋଲି ବିଜେପି ନେତା ଦେବେନ୍ଦ୍ର ଫଡ୍ନଭୀସ୍ କହିଛନ୍ତି। ଧର୍ମ ଆଧାରରେ କରାଯାଉଥିବା ଯେକୌଣସି ସଂରକ୍ଷଣର ବିରୋଧ କରିବେ ବୋଲି ବିଜେପି କହିଛି। (ଏଜେନ୍ସି)
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡକୁ ନେଇ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସ୍କୁ ଦିଲ୍ଳୀ ହାଇକୋର୍ଟ ନୋଟିସ୍ ପଠାଇଛନ୍ତି । ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଦାଖଲ କରାଯାଇଥିବା ତିନିଟି ପିଟିସନ୍ ଉପରେ ବିଚାର କରି ହାଇକୋର୍ଟ ମୁଖ୍ୟ ବିଚାରପତି ଡି ଏନ୍ ପଟେଲ୍ ଏବଂ ସି ହରିଶଙ୍କରଙ୍କ ଖଣ୍ଡପୀଠ ଏହି ନୋଟିସ୍ ଜାରି କରିଛନ୍ତି । ଦିଲ୍ଲୀ ହାଇକୋର୍ଟରେ ଅଜୟ ଗୌତମ , ସଞ୍ଜୀବ କୁମାର ଏବଂ ବିଜେପି ଲିଗାଲ୍ ସେଲ୍ ପକ୍ଷରୁ ଏହି 3 ଯାଚିକା ଦାଖଲ କରାଯାଇଥିଲା । ପ୍ରଥମ ଯାଚିକାରେ ଦିଲ୍ଳୀ ପୋଲିସ୍ର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ଉଠାଯାଇଥିଲା । ଆକ୍ରମଣ ପଛରେ ରହିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଯାଚିକାରେ ଉଲ୍ଲେଖ କରାଯାଇଛି । ଦ୍ବିତୀୟ ଯାଚିକାରେ ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ତଦନ୍ତ କରାଯାଉନଥିବା ନେଇ ଉଲ୍ଲେଖ କରାଯାଇଥିଲା । ସାମାଜିକ କର୍ମୀ ହର୍ଷ ମନ୍ଦାର, ଆରଜେ ସାୟେମା ଏବଂ ଅଭିନେତ୍ରୀ ସ୍ବରା…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଓଡିଶା ଗସ୍ତ ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ରଙ୍କ ନେତୃତ୍ୱରେ ଏକ ର୍ୟାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ୍ ଛକ ପର୍ଯ୍ୟନ୍ତ ଯାଇଥିଲା। ଦେଶରେ ତଥା ଦିଲ୍ଲୀରେ ଦଙ୍ଗା ପାଇଁ ଦାୟୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଇସ୍ତଫା ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ନେତୃବୃନ୍ଦ ମାଷ୍ଟରକ୍ୟାଂଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅମିତ୍ ଶାହାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଶ୍ରୀମତୀ ମହାପାତ୍ର କହିଲେ ଯେ ଗୁଜୁରାଟ ଦଙ୍ଗାକାରୀ ଆଜି ଦେଶରେ ଦଙ୍ଗା କରୁଛନ୍ତି। କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ସେତେବେଳେ ଏମାନଙ୍କୁ ମୌତ୍ କା ସୌଦାଗର କହିଥିଲେ। ଗୁଜୁରାଟ ମଡେଲରେ ଭାରତବର୍ଷର ବିକାଶ ନାରା ଦେଇଥିବା ପ୍ରଧାନମନ୍ତ୍ରୀ ଆଜି ଭାରତରେ ଗୁଜୁରାଟ ମଡେଲ ଦଙ୍ଗା କରୁଛନ୍ତି। ବିଶେଷକରି ଦିଲ୍ଲୀ ଜଳୁଥିବା…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ ଅମିତ୍ ଶାହା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ମଧ୍ୟାହ୍ନ ଭୋଜନରେ ସାମିଲ୍ ରହିବେ। ମଧ୍ୟାହ୍ନ ଭୋଜନ ପାଇଁ ପଞ୍ଚତାରକା ହୋଟେଲରୁ ଖାଦ୍ୟ ଅଣାଯାଇଛି। ମୋଟ 11 ଜଣ ଭିଭିଆଇପି ଅତିଥିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇଛି । ନୀବନ ନିବାସରେ ହେବାକୁ ଥିବା ରୟାଲ୍ ଲଞ୍ଚର ମେନୁରେ ଉଭୟ ସାଦା ଓ ଆମିଷ ଖାଦ୍ୟ ରହିଛି । ପ୍ଲେନ୍ ରାଇସ୍, ଫ୍ରାଏଡ୍ ରାଇସ୍ ସହ ରହିଛି ଶୁଦ୍ଧ ଓଡ଼ିଆ ଖାଦ୍ୟ । ଏହି ମଧ୍ୟାହ୍ନ ଭୋଜନରେ ଚିକେନ୍, ମଟନ, ଚିଙ୍ଗୁଡି ସହ ମୋଟ 50 ପ୍ରକାରର ଓଡ଼ିଆ ଖାଦ୍ୟ ରଖାଯାଇଛି। ରସଗୋଲା, ଚାଉଳ ଖିରି, ହାକା ନୁଡଲସ୍ ମଧ୍ୟ ମେନୁରେ ସାମିଲ୍ ରହିଛି । ନବୀନ ନିବାସରେ ଅତିଥିଙ୍କ ଭବ୍ୟ ମଧ୍ୟାହ୍ନ ଭୋଜନର ପ୍ରସ୍ତୁତି କରାଯାଇଛି ।…
ମୁମ୍ବାଇ : ଭାରତୀୟ ସେୟାର ବଜାର କୋରୋନା ଭାଇରସ୍ ଦ୍ବାରା ପୁନର୍ବାର ପ୍ରଭାବିତ ହୋଇଛି । କ୍ରମାଗତ ଚତୁର୍ଥ ଦିନ ପାଇଁ ତଳୁଆ ରହିବା ସହିତ ଶୁକ୍ରବାର 1300 ପଏଣ୍ଟ ତଳକୁ ଖସିଛି । 13 ଶହ ପଏଣ୍ଟ ତଳକୁ ଖସିବା ସହିତ ସେନସେକ୍ସ 38590.50 ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫଟୀ 346.5 ପଏଣ୍ଟ ତଳକୁ ଖସି 11286.50 ପଏଣ୍ଟରେ ପହଞ୍ଚିଛି । କୋରୋନା ଭାଇରସ୍ ପ୍ରଭାବରେ କେବଳ ଭାରତ ନୁହେଁ ସମଗ୍ର ବିଶ୍ବର ଅର୍ଥନୀତିରେ ଶୀଥିଳତା ଦେଖାଦେଇଛି । ଗତକାଲି ଆମେରିକୀୟ ସେୟାର ବଜାର ମଧ୍ୟ 1000 ପଏଣ୍ଟରୁ ତଳକୁ ଖସିଥିଲା । (ଏଜେନ୍ସି)
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କବିସୂର୍ଯ୍ୟନଗରରେ ଜଣେ ବ୍ୟକ୍ତିଙ୍କୁ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଯୁବକ ଜଣକ ହେଲେ କୋଦଳା ଅଂଚଳର ଉପେନ୍ଦ୍ର ମହାରଣା । ୪୨ ବର୍ଷୀୟ ଉପେନ୍ଦ୍ର ଆସିକାରୁ କୋଦଳା ଯାଉଥିବାବେଳେ କବିସୂର୍ଯ୍ୟନଗର ବଜାର ଛକରେ ନିଜ ବାଇକ୍ଟିକୁ ସାଇଡ଼୍ କରି ଠିଆ ହୋଇଥିଲେ। ହଠାତ୍ ପଛପଟୁ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । କବିସୂର୍ଯ୍ୟନଗର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ଼୍ରାଇଭରକୁ ଅଟକ ରଖିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଫେବୃୟାରୀ ୨୯ ତାରିଖରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ବିହାରରେ ହେବାକୁ ଥିବା ପୂର୍ବାଞ୍ଚଳ ପୁରୁଷ ଓ ମହିଳା ଦଳରେ ଭାଗ ନେବା ପାଇଁ ଗଂଜାମର ଦୁଇ ଖେଳାଳୀ ଓଡ଼ିଶା ପୁରୁଷ ଓ ମହିଳା ଦଳରେ ସ୍ଥାନ ପାଇ ଯାତ୍ରା କରିଛନ୍ତି। ଏହି ଦୁଇ ଖେଳାଳୀ ହେଲେ ରଜତ କୁମାର ପାତ୍ର ଓ ଜିତେନ୍ଦ୍ରିୟ ନାୟକ। ଏହି ଦୁଇଖେଳାଳୀ ଗତ ଡ଼ିସେମ୍ବର ମାସରେ ଜଗତସିଂହପୁରଠାରେ ଆୟୋଜିତ ହୋଇଥିବା ଆନ୍ତଃଜିଲ୍ଲା ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ୍ ଦଳରେ ଅଂଶଗ୍ରହଣ କରି ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ । ସେଥିପାଇଁ ଏହି ଦୁଇଖେଳାଳୀଙ୍କୁ ପୂର୍ବାଞ୍ଚଳର ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି। ରଜତ କୁମାର ପାତ୍ର ପୂର୍ବରୁ ଖଲିକୋଟ ବିଶ୍ୱବିଦ୍ୟାଳୟ ତରଫରୁ ଆନ୍ତଃବିଶ୍ୱବିଦ୍ୟାଳୟ ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏହି ଦୁଇ ଖେଳାଳୀ ଜାତୀୟ କୋଚ୍ ପ୍ରଶାନ୍ତ କୁମାର ରଥଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି । ଏମାନଙ୍କ ସଫଳତା…
ଜ୍ୟୋତି ନନ୍ଦ ଗୋଟିଏ ସରଳ ଓ ସଂକ୍ଷିପ୍ତ ପ୍ରଶ୍ନ ପ୍ରଶ୍ନଟି ଅତି ସରଳ ଓ ସାଧାରଣ। ସିଏଏ ବା ନାଗରିକତା ସଂଶୋଧନ ଆଇନର ସପକ୍ଷରେ କୌଣସି ଜନସମର୍ଥନ ରାଲି କରିବାର ଆବଶ୍ୟକତା ଅଛି କି? କହିବା କଥା ହେଉଛି ଆମର ନିର୍ବାଚିତ ଓ ଲୋକପ୍ରିୟ ସରକାର ଆମର ଶାସନ ବ୍ୟବସ୍ଥାର ବିଧେୟକ-ପ୍ରଣୟନ ଓ ଏହାର କାର୍ଯ୍ୟାନ୍ୱୟନ କରିବାର ଅଂଗ ହିସାବରେ ସାଧାରଣତଃ ଜନହିତରେ ସମସ୍ତ ବିଧେୟକ ପ୍ରଣୟନ କରିଥାନ୍ତି ଏବଂ ଏହି ବିଧେୟକମାନ ବିସ୍ତୃତ ଚର୍ଚ୍ଚା ପରେ ଆମର ନିର୍ବାଚିତ ପ୍ରତିନିଧି ମାନଙ୍କର ବହୁଳ ସମର୍ଥନରେ ସଂସଦରେ ପାରିତ ହୋଇ ବିଧେୟକ ହେବାର ଅନୁମୋଦନ ପ୍ରାପ୍ତ ହୋଇଥାଏ। ବିଧେୟକ ହେଲା ପରେ ସେହି ସମସ୍ତ ବିଧେୟକକୁ କାର୍ଯ୍ୟନିର୍ବାହୀ ବା ଏକଜିକ୍ୟୁଟିଭ୍ ହିସାବରେ ଆମର ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତିବଦ୍ଧ।ସେହି ସାମ୍ବିଧାନିକ ପରିଧିରେ ଆମର ସମସ୍ତ ବିଧେୟକ ପ୍ରଣୟନ ହୋଇ କାର୍ଯ୍ୟକ୍ଷମ ହୋଇଥାଏ।ଅବଶ୍ୟ ଯେଉଁ ବିଧେୟକ ଦ୍ୱାରା ସଂସଦ ବାହାରେ ବୃହତ୍ତର…
କର୍ଣ୍ଣାଟକ : କର୍ଣ୍ଣାଟକ ଜିଲ୍ଲାର ଦକ୍ଷିଣ କନ୍ନଡଠାରେ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି। ଘଟଣାଟି ଶୁଣି ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗିବ, ତା’ଠୁ ଅଧିକ ଲାଗିବ ହସ । ଏଠାରେ ଜଣେ ଚୋର ଘରକୁ ଚୋରି କରିବାକୁ ଆସିଥିଲା । କିନ୍ତୁ ଚୋରି ନ କରି ଏମିତି କିଛି କରି ଧରାପଡିଗଲା । ଉପ୍ପିନୀଗଣ୍ଡୀ ଥାନା ସୀମାରେ ରହିଥିବା ଉଲ୍ଲାସ ଜଙ୍କସନ୍ରେ ଏମିତି ଏକ ଚୋରିର ଘଟଣା ସାମ୍ନାକୁ ଆସିଛି । ଜଣେ ଚୋର ମଦ ପିଇ ଜଣକ ଘରେ ଚୋରି କରିବାକୁ ପଶିଥିଲା । ଘରେ ପଶି ଚାବି ଖୋଜିଥିଲା । ଚାବି ପାଇବା ପରେ ଚୋର ଚୋରି ନ କରି ହାତରେ ଚାବି ଧରି ଘରେ ପଡିଥିବା ସୋଫା ଉପରେ ଶୋଇ ପଡିଲା। ଘରର ମାଲିକ କହିବାନୁଯାୟୀ ଯେତେବେଳେ ସେ ସକାଳୁ ଉଠିଲେ ସେତେବେଳେ ଦେଖିଲେ ତାଙ୍କ ଛାତର ଟାଇଲ୍ ଭାଙ୍ଗିଯାଇଛି । ଜଣେ ଅଜଣା ଲୋକ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ଲୋକସେବା ଭବନରେ 24ତମ ପୂର୍ବାଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହେଉଛି । ଜାତୀୟ ସଂହତି ଓ କେନ୍ଦ୍ର-ରାଜ୍ୟ ସମ୍ପର୍କ ବୃଦ୍ଧି ବୈଠକର ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଉପସ୍ଥିତ ରହିଛନ୍ତି । ଏହି ବୈଠକରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାରର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଛନ୍ତି। ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ରଖିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟରେ ଓଡ଼ିଶା ଯୁଝୁଥିବାର ଓଡ଼ିଶାକୁ ସ୍ପେଶାଲ୍ ଫୋକସ୍ ଷ୍ଟେଟ୍ ମାନ୍ୟତା ପାଇଁ ଦାବି ଜଣାଇଛନ୍ତି ନବୀନ। ଏହି ଅବସରରେ ଫୋନି ସହାୟତା ପାଇଁ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବୈଠକରେ ବ୍ୟାକିଂକ, ଟେଲି ଘନତ୍ବ, କୋଇଲା ରୟାଲଟି ବୃଦ୍ଧି, ରେଳ ଓ ସଡକକୁ ନେଇ ଦାବି ଜଣାଇଛନ୍ତି । ଟେଲି, ବ୍ୟାଙ୍କ, ରେଳ ଓ ସଡକରେ ପୂର୍ବାଞ୍ଚଳ ନିମ୍ନରେ ରହିଥିବାରୁ ଏସବୁ କ୍ଷେତ୍ରରେ ଅନୁଦାନ ଦୁଇ…
ଗାଜିଆବାଦ୍ :ଦେଶରେ ନାରୀ ସୁରକ୍ଷା ଏବେ ଏକ ପ୍ରଶ୍ନବାଚୀ ପାଲଟି ଯାଇଛି । ପ୍ରତି ମୁହୂର୍ତ୍ତରେ ଏଠି ଦୁଷ୍କର୍ମ ଓ ନିର୍ଯାତନା ପରି ଘଟଣା ଦେଖିବାକୁ ମିଳିଛି। ଗାଜିଆବାଦ୍ ଥାନା ଅଞ୍ଚଳରେ ମୋଦିନଗର କ୍ଷେତ୍ରରେ ଏକ ନାବାଳିକା ଛାତ୍ରୀଙ୍କ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ତୃତୀୟ ଶ୍ରେଣୀରେ ପଢୁଥିବା ନାବାଳିକାକୁ ଦୁଇ ନାବାଳକ ଛାତ୍ର ଦୁଷ୍କର୍ମ କରିଛନ୍ତି । ଅଭିଯୁକ୍ତ ଛାତ୍ରମାନେ ଯଥାକ୍ରମେ ନବମ ଓ ଦଶମ ଶ୍ରେଣୀର ପଢୁଥିବାର ସୂଚନା ରହିଛି । ଦୁହିଁଙ୍କ ବୟସ 13ରୁ 14 ବର୍ଷ ଜଣାପଡିଥିବାବେଳେ ପୀଡ଼ିତାଙ୍କ ବୟସ 12 ବର୍ଷ ବୋଲି ଜଣାପଡିଛି । ଘଟଣାଟି ସାମ୍ନାକୁ ଆସିବା ପରେ ମୋଦିନଗର ପୋଲିସ୍ ଦୁଇ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିବା ସହିତ ପେକ୍ସୋ ଆକ୍ଟ ଅନ୍ତର୍ଗତ ମାମଲା ରୁଜୁ କରିଛି । ପୀଡ଼ିତାଙ୍କ ମା’ଙ୍କ କହିବାନୁସାରେ ପୀଡିତା ଜଣକ ଏକୁଟିଆ ଘରେ ଥିବାବେଳେ ପଡିଶାରେ ରହୁଥିବା ଦୁଇ ଅଭିଯୁକ୍ତ…

