ଭୁବନେଶ୍ବର: ଗୋଟିଏ ଦିନ ପୂର୍ବରୁ ସୌମ୍ୟରଂଜନ ପଟ୍ଟନାୟକ ମା ତାରେଣୀଙ୍କୁ ଦର୍ଶନ କରି କହିଲେ ବିଜେପିରୁ ଟିକେଟ ଅଫର ଅଛି। ହେଲେ ତା ପରଦିନ ବିଜେପିର ତାଲିକା ବାହାରିଲା ବେଳକୁ ଘସିପୁରାରେ ପ୍ରାର୍ଥୀ ହେଲେ ଶମ୍ବୁନାଥ ରାଉତ। ଯାହାକୁ ନେଇ ଖୋଦ ସୌମ୍ୟରଂଜନ ପଟ୍ଟନାୟକ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ବର୍ତ୍ତମାନ କୌଣସି ଦଳ ଟିକେଟ ନ ଦେବାରୁ ସୌମ୍ୟରଂଜନ ସ୍ବାଧୀନ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। କାରଣ ତାଙ୍କର ବଡ ଆଶା ଥିଲା ବିଜେପିରୁ ଟିକେଟ ନିଶ୍ଚିତ ମିଳିବ। ତାହା ନ ହେବାରୁ ସେ ବର୍ତ୍ତମାନ ସ୍ବାଧୀନ ପ୍ରାର୍ଥୀ ହେବେ।
Author: Samikhsya Bureau
ଭୁବନେଶ୍ବର: ଗତକାଲି ବିଜେପି ତରଫରୁ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ବରୀରୁ ପୂର୍ବତନ ମନ୍ତ୍ରୀ ଦେବାଶୀଷ ନାୟକଙ୍କ ନାମ ନାହିଁ। ତାଙ୍କ ବଦଳରେ ଦଳ ଉମେଶ ଚନ୍ଦ୍ର ଜେନାଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ଉତକ୍ଷିପ୍ତ ହୋଇପଡିଛନ୍ତି ଦେବାଶୀଷ ନାୟକ। ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ବରୀରୁ ଟିକେଟ ମିଳିବ ବୋଲି ବଡ ଆଶା ଥିଲା। ହେଲେ ତାହା ହେଲା ନାହିଁ। ବର୍ତ୍ତମାନ ବରୀରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢେଇ କରିବେ ବୋଲି ଦେବାଶୀଷ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ମୋ ପାଇଁ ବରୀବାସୀ ହେଉଛନ୍ତି ବଡ, ଦଳ ବଡ ନୁହେଁ। ବରୀବାସୀଙ୍କ ସେବା କରିବା ପାଇଁ ମୁଁ ନିର୍ବାଚନ ଲଢିବି। ଏହି ସୂଚନା ଦେଇଛନ୍ତି ଦେବାଶୀଷ ନାୟକ। ଫଳରେ ସେ ଏଥର ସ୍ବାଧୀନ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତି ଗ୍ରହଣ କରିଛନ୍ତି।
ଭୁବନେଶ୍ବର: ବର୍ତ୍ତମାନ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି। ଏହା ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଜଣାପଡିଛି। ତେବେ ଏହି ଖରା ସମୟରେ ଟ୍ରାଫିକ ଛକରେ ଅପେକ୍ଷା କରିବା ସବୁଠାରୁ କଷ୍ଟକର ବ୍ୟାପାର। ବିଶେଷ କରି ଦୁଇଚକିଆ ଯାନରେ ଯାଉଥିବା ଲୋକଙ୍କ ଅବସ୍ଥା ଆହୁରି ଖରାପ ହୋଇପଡେ। ଏହି ଅବସ୍ଥାକୁ ଦୃଷ୍ଟିରେ ରଖି ବିଏମସି ରାଜଧାନୀର ବିଭିନ୍ନ ଛକ ପାଖରେ ଅସ୍ଥାୟୀ ଛପର କରିଛି। ଉପରେ ପଲଥିନ ଦେଇ ଏହି ଛପର କରାଯାଇଛି। ଫଳରେ ଟ୍ରାଫିକ ଲାଇଟକୁ ଅପେକ୍ଷା କରିଥିବା ଯାତ୍ରୀମାନେ ସାମୟିକ ଅସ୍ବସ୍ଥି ଅନୁଭବ କରିପାରିବେ। ବର୍ତ୍ତମାନ ଏହା ମୁଖ୍ୟ ଟ୍ରାଫିକଗୁଡିକରେ ନିର୍ମାଣ କରାଯାଇଛି। ପରବର୍ତ୍ତି ସମୟରେ ଏହି ସବୁ ଟ୍ରାଫିକ ଛକରେ କରାଯିବ ବୋଲି ନିଷ୍ପତି ହୋଇଛି।
ଭୁବନେଶ୍ବର: ଆଜି ପୁଣିଥରେ ପ୍ରଚାରରେ ଓଡିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। ଆଜି ସେ ରାୟଗଡା ସମାବେଶରେ ଯୋଗ ଦେବେ। ସେଥିପାଇଁ ରାଜ୍ୟ କଂଗ୍ରେସ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାହୁଳ ରାୟଗଡାର ବାରିଝୋଲାସ୍ଥିତ ଜିଆଏସଆର ଇଂଜିନିୟରିଂ କଲେଜ ପଡିଆରେ ସେ ଉଦବୋଧନ ଦେବେ। ରାହୁଳ ଆଜି ସ୍ବତନ୍ତ୍ର ବିମାନରେ ମଧ୍ୟାହ୍ନ 12 ଟା ବେଳେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ରାୟଗଡାରେ ପହଞ୍ଚିବା ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ମଞ୍ଚ ନିକଟକୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ରାହୁଳ ସେଠାରେ କୋରାପୁଟ ଏବଂ ନବରଂଗପୁରସ ବ୍ରହ୍ମପୁର ଏବଂ କଳାହାଣ୍ଡିର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।
ଭୁବନେଶ୍ବର: ଭୁବନେଶ୍ବର ଲୋକସଭା ଆସନ ପାଇଁ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ। ଖୋର୍ଦ୍ଧା ଜିଲ୍ଲାପାଳ ଅଫିସରେ ବିଜେଡି ତରଫରୁ ମନ୍ମଥ ରାଉତରାୟ ଏବଂ ବିଜେପିରୁ ଅପରାଜିତା ଷଡଙ୍ଗୀ ନାମାଙ୍କନ ଦାଖଲ କରିଥିଲେ। ଉଭୟ ଏକ ବିଶାଳ ଶୋଭାଯାତ୍ରାରେ ଆସି ସେମାନେ ଏହି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ପ୍ରାର୍ଥୀପତ୍ର ଦାଖଲ ବେଳେ ଉଭୟ ସମର୍ଥକ ମୁହାଁମୁହିଁ ହୋଇଯାଇ ଥିଲେ। ଏକା ସମୟରେ ଶୋଭାଯାତ୍ରା କରି ଜିଲ୍ଲାପାଳ ଅଫିସ ନିକଟରେ ଏକାଠି ହୋଇଥିଲେ। ଫଳରେ ଅପରାଜିତାଙ୍କ ସମର୍ଥକ ଜୋରରେ ଜୟ ଶ୍ରୀରାମ ବୋଲି ନାରାବାଜି ଦେବାକୁ ଲାଗିଲେ। ଏହାକୁ ଦେଖି ମନ୍ମଥଙ୍କ ବିଜେଡି ସମର୍ଥକମାନେ ଜୟ ଜଗନ୍ନାଥ ବୋଲି ନାରା ଦେବାକୁ ଆରମ୍ଭ କଲେ। ମନ୍ମଥ ଏବଂ ଅପରାଜିତା ଭିତରେ ନାମାଙ୍କନ ଦାଖଲ କରୁଥିବା ବେଳେ ବାହାରେ ସମର୍ଥକଙ୍କ ଏପରି ନାରାବାଜି ପୋଲିସ ପାଇଁ ମୁଣ୍ଡବଥାର କାରଣ ପାଲଟିଲା। ଉଭୟ ଗୋଷ୍ଠୀ ବେଶ କିଛି…
ଭୁବନେଶ୍ବର: ଗତକାଲି ନବୀନ ପଟ୍ଟନାୟକ ବିଧାନସଭାରେ ଶେଷ ତାଲିକା ଘୋଷଣା କରିଛନ୍ତି। ଏଥିରେ ସେ କୋରେଇରୁ ସନ୍ଧ୍ୟାରାଣୀ ଦାସ, ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନ ଏବଂ ନୀଳଗିରିରୁ ସୁକାନ୍ତ ନାୟକଙ୍କ ନାମ ଘୋଷଣା କରିଛନ୍ତି। ତେବେ ନବୀନ ସବୁଠାରୁ ଚମତ୍କାର ଦେଖାଇଛନ୍ତି କୋରେଇ ଆସନର ପ୍ରାର୍ଥୀ ଘୋଷଣା କରି। ଏହା ଆସନରୁ ପ୍ରାର୍ଥୀ ହୋଇଛନ୍ତି ସନ୍ଧ୍ୟାରାଣୀ ଦାସ। ସନ୍ଧ୍ୟାରାଣୀଙ୍କ ନାମ ଘୋଷଣା ପରେ ହଠାତ ସେ କିଏ ବୋଲି କେହି କିଛି ଜାଣିପାରିଲେ ନାହିଁ। ତେବେ କିଛି ସମୟ ପରେ ପରେ ଜଣାପଡିଲା ଯେ, କିଏ ଏହି ସନ୍ଧ୍ୟାରାଣୀ ଦାସ। ସେ ହେଉଛନ୍ତି କୋରେଇର ପୂର୍ବତନ ବିଧାୟକ ତଥା ଓଡିଶାର ଜଣେ ଟାଣୁଆ ନେତା ସ୍ବର୍ଗତ ଅଶୋକ ଦାସଙ୍କ ଧର୍ମପତ୍ନୀ। ତେବେ ତାଙ୍କର ଆଉ ଏକ ବଡ ପରିଚୟ ହେଉଛି ସେ ହେଉଛନ୍ତି ବିଜେଡିର ସଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ବୋଉ। ପ୍ରଣବ ବର୍ତ୍ତମାନ ସମ୍ବଲପୁରର ଲୋକସଭା ପ୍ରାର୍ଥୀ ଅଛନ୍ତି। ସ୍ବର୍ଗତ…
ଭୁବନେଶ୍ବର: ନୀଳଗିରି ରାଜନୀତି ଏଥର ବେଶ ରୋଚକ ମୋଡ ନେଇଛି। କାରଣ ଏହି ଗୋଟିଏ ନିର୍ବାଚନ ମଣ୍ଡଳି ଯେଉଁଠି ଶେଷ ପର୍ଯ୍ୟନ୍ତ କୌଣସି ଦଳ ମଧ୍ୟ ପ୍ରାର୍ଥୀ ଦେଇ ନ ଥିଲେ। ବର୍ତ୍ତମାନ ବିଜେଡି ପ୍ରଥମେ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ବିଧାୟକ ଥିବା ସୁକାନ୍ତ ନାୟକ ଦଳ ଛାଡି ବିଜେଡିରେ ମିଶିବା ପରେ ସେ ବର୍ତ୍ତମାନ ନୀଳଗିରି ପ୍ରାର୍ଥୀ ହୋଇଛନ୍ତି। ହେଲେ ପୂର୍ବରୁ ସଂଗଠନ କରିଥିବା ସନ୍ତୋଷ ଖଟୁଆ ଏଥିରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆଜି ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହାପରେ ସେ
ଭୁବନେଶ୍ୱର: ଚଳିତ ନିର୍ବାଚନରେ ବିଜେଡି ଏକ ନୂଆ ରେକର୍ଡ କରିଛି। ଏଥର ଦଳ ୩୫ ଜଣଙ୍କୁ ବିଧାୟକ ଟିକେଟ ଦେଇ ନ ଥିବା ବେଳେ ୪ ଜଣଙ୍କୁ ବହିଷ୍କାର କରିଛି। ସେହିପରି ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପରଲୋକ ପରେ ସେଠାରେ ଦଳ ନୂଆକରି ତାଙ୍କ ପୁତ୍ର ବିପ୍ଲବ ପାତ୍ରଙ୍କୁ ପ୍ରାର୍ଥୀ କରିଛି। ଫଳରେ ଦଳ ଏଥର ମୋଟ ୪୦ ଜଣଙ୍କୁ ନୂଆ କରି ବିଧାନସଭା ପ୍ରାର୍ଥୀ କରିଛି। ତେବେ ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଦଳ ସାଂସଦ ପ୍ରାର୍ଥୀ କରିଛି। ସେମାନେ ହେଲେ ପ୍ରଣବ ପ୍ରକାଶ ଦାସ ଏବଂ ସୁଦାମ ମାରାଣ୍ଡି। ୧/ ସୀମାରାଣୀ ନାୟକ-ହିନ୍ଦୋଳ-ଦଳ ଛାଡିଛନ୍ତି ୨/ ଅରବିନ୍ଦ ଢାଲି-ଜୟଦେବ-ଦଳ ଛାଡିଛନ୍ତି ୩/ ଭାଗୀରଥି ସେଠୀ-ଆନନ୍ଦପୁର-ଦଳ ଛାଡିଛନ୍ତି ୪/ ଅମର ପ୍ରସାଦ ଶତପଥି-ବଡଚଣା ୫/ ଅଙ୍ଗଦ କହଁର-ଫୁଲବାଣି ୬/ ବିଜୟ ଶଙ୍କର ଦାସ-ତିର୍ତ୍ତୋଲ ୭/ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ-ସିମୁଳିଆ ୮/ କିଶୋର ଚନ୍ଦ୍ର ନାୟକ-କୁଚିଣ୍ଡା ୯/ ପର୍ଶୁରାମ ଧଡା-ସୋର ୧୦/…
ଭୁବନେଶ୍ବର: ଆଜି ବିଜେପି ତାହାର ବାକିଥିବା ସାତଟି ବିଧାନସଭା ଆସନ ମଧ୍ୟରୁ କେବଳ ନୀଳଗିରି ଛାଡି ଅନ୍ୟ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଯେଉଁମାନଙ୍କ ନାମ ଘୋଷଣା ହୋଇଛି ସେମାନେ ହେଲେ ଘସିପୁରା- ଶମ୍ବୁନାଥ ରାଉତ ଭୋଗରାଇ- ଆଶୀଷ ପାତ୍ର ଭଣ୍ଡାରୀପୋଖରୀ- ସୁଧାଂଶୁ ନାୟକ ବରୀ- ଉମେଶ ଚନ୍ଦ୍ର ଜେନା ବାରବାଟୀ କଟକ- ଡ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବେଗୁନିଆ- ପ୍ରକାଶ ଚନ୍ଦ୍ର ରଣାବିଜୁଳି
ଭୁବନେଶ୍ବର: ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ଆଇଟି ବିଭାଗର ଉପଦେଷ୍ଠା ଅନୁଭବ ପଟ୍ଟନାୟକ। ସେ ଆଜି ତାଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି। ଆଜି ବିଜେଡି ଖଣ୍ଡପଡାର ପ୍ରାର୍ଥୀ ଘୋଷଣା କରିଛି। ସେଠାରେ ଅନୁଭବ ଆଶାୟୀ ଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଇ ନାହିଁ। ତାଙ୍କ ପରିବର୍ତ୍ତେ ନୂଆ ପ୍ରାର୍ଥୀ ସାବିତ୍ରୀ ପ୍ରଧାନଙ୍କୁ ଦଳ ଟିକେଟ ଦେଇଛି। ଏହାର ପ୍ରତିବାଦରେ ଅନୁଭବ ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି। ବିଜେଡିରୁ ଟିକେଟ ପାଇବା ପାଇଁ ଅନୁଭବ ବହୁଥର ନବୀନ ନିବାସ ଆସି ଶୀର୍ଷ ନେତୃତ୍ବଙ୍କ ସହିତ କଥା ହୋଇଛନ୍ତି। ହେଲେ ଶେଷ ମୂହୁର୍ତ୍ତରେ ତାଙ୍କ ଉପରେ ଦଳ ଭରସା କରିପାରି ନାହିଁ। ଗତକାଲି ସେ ଏକ ସେଟ ନାମାଙ୍କନ ପତ୍ର ନେଇଥିବାର ଜଣାଯାଇଛି। ଯେତେଦୂର ଆଶା ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ।
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତରଫରୁ ଶେଷ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ଘୋଷଣା କରିଛନ୍ତି ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘୋଷଣା ଅନୁସାରେ ବିଜେଡିର ବଳକା ଥିବା ତିନି ଆସନର ପ୍ରାର୍ଥୀ ହେଲେ ଖଣ୍ଡପଡା- ସାବିତ୍ରୀ ପ୍ରଧାନ ନୀଳଗିରି- ସୁକାନ୍ତ ନାୟକ କୋରେଇ- ସଂଧ୍ୟାରାଣୀ ଦାସ ସେହିପରି ଦେବଗଡର ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରିଛି ବିଜେଡି। ସେଠାରେ ରାଣୀ ଅରୁନ୍ଧତୀ ଦେବୀଙ୍କୁ ପରିବର୍ତ୍ତନ କରି ରୋମାଞ୍ଚ ରଂଜନ ବିଶ୍ବାଳଙ୍କୁ ପ୍ରାର୍ଥୀ କରାଯାଇଛି।
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଦ୍ବିତୀୟ ଆସନ କଣ୍ଟାବାଞ୍ଜି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ , ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ, ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ନବୀନ ଆଜି ସକାଳେ ଭୁବନେଶ୍ବରରୁ ବିମାନ ଯୋଗେ ବଲାଙ୍ଗିରର ତୁଷରା ଏୟାର ଷ୍ଟ୍ରିପରେ ଅବତରଣ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ରାସ୍ତାର ଦୁଇ ପାଖରେ ନବୀନଙ୍କୁ ଦେଖିବାକୁ ହଜାର ହଜାର ଲୋକଙ୍କର ଭିଡ଼ ଜମିଥିଲା। ଯୁବ, ଛାତ୍ର ଓ ମହିଳା ଏକତ୍ରିତ ହୋଇ ନବୀନଙ୍କୁ ସ୍ବାଗତ କରିଥିଲେ। ମହିଳାମାନେ ଫୁଲ ପକାଇ ନବୀନଙ୍କୁ ପାଛୋଟି ନେଉଥିଲେ। ସେ ଟିଟିଲାଗଡ଼ ଥାନା ଛକରେ ଥିବା ପ୍ରବାଦ ପୁରୁଷ…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚିଲିକା ବିଧାନସଭା ପାଇଁ ବିଜେଡିରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରଘୁନାଥ ସାହୁ। ସେ ତାଙ୍କ ସମର୍ଥକଙ୍କ ଦସ୍ତଖତ ପରେ ଏହି ନାମାଙ୍କନ ଦାଖଲ କରିଛନ୍ତି। ସେଥିପାଇଁ ରଘୁନାଥ ଏକ ବିରାଟ ପଟୁଆରରେ ଖୋର୍ଦ୍ଧା ସହରରୁ ବାହାରି ଉପଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସେ ରିଟର୍ଣ୍ଣିଂ ଅଧିକାରୀଙ୍କୁ ତାଙ୍କର ନାମାଙ୍କନ ପତ୍ର ପ୍ରଦାନ କରିଥିଲେ। ରଘୁନାଥ ତାଙ୍କର ଶହଶହ ସମର୍ଥକ ଚିଲିକାରୁ ଖୋର୍ଦ୍ଧା ଆସି ଉପଜିଲ୍ଲାପାଳ ଅଫିସ ଅଭିମୁଖେ ଯାତ୍ରା କରିଥିଲେ। ଏହି ଶୋଭାଯାତ୍ରାରେ ଚିଲିକାର ବିଜେଡି ପର୍ଯ୍ୟବେକ୍ଷକ ରାଜା ଚକ୍ର, ଖୋର୍ଦ୍ଧା ଜିଲ୍ଲାପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସିର ନେତା ସହିତ ବହୁ ନିର୍ବାଚନତ ପ୍ରତିନିଧି ଯୋଗ ଦେଇଥିଲେ।
ଭୁବନେଶ୍ୱର: ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗତଥର ଭଳି ଏଥର ବି ଦୁଇଟି ଆସନରେ ଲଢେଇ କରୁଛନ୍ତି ନବୀନ। ହିଞ୍ଜିଳି ଓ କଣ୍ଟାବାଞ୍ଜି ଆସନରୁ ସେ ପ୍ରାର୍ଥୀ ହୋଇଛନ୍ତି। ଗତ ୩୦ ତାରିଖରେ ନବୀନ ହିଞ୍ଜିଳି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଆଜି କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିବେ। ଏଥିପାଇଁ ସାଢେ ୯ ଟାରେ ମୁଖ୍ଯମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରୁ କଣ୍ଟାବାଞ୍ଜି ଅଭିମୁଖେ ଗସ୍ତ କରିବେ । ୧୦ଟା ୨୫ରେ ତୁଷୁରା ଏୟାରପୋର୍ଟରେ ପହଞ୍ଚି ୧୧ଟା ୫ରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଦାଖଲ କରିବେ।
ଭୁବନେଶ୍ବର: ବିଜୁ ଜନତା ଦଳ ଏଥର ଆସ୍କା ଲୋକସଭା କ୍ଷେତ୍ରରେ ସର୍ବାଧିକ ମହିଳା ପ୍ରାର୍ଥୀ ଛିଡା କରିଛି। ଦଳର ଯେଉଁ ନାରା ରହିଛି ମହିଳା ଶସକ୍ତିକରଣ ଏବଂ ମହିଳା ସଂରକ୍ଷଣ, ସେ ନେଇ ଦଳ ମାପିଚୁପି କାର୍ଯ୍ୟ କରିଛି। ଯାହାର ପ୍ରମାଣ ମିଳିଛି ଆସ୍କା ଲୋକସଭା କ୍ଷେତ୍ରରେ ବିଜେଡିର ମହିଳା ପ୍ରାର୍ଥୀ। ଏଥର ବିଜେଡି ଏହି ଲୋକସଭା କ୍ଷେତ୍ରରେ ଅଧିକରୁ ଅଧିର ମହିଳାଙ୍କୁ ନିର୍ବାଚନ ମଇଦାନରେ ଛିଡା କରିଛି। ଆସ୍କା ଲୋକସଭାପ ସାତଟି ବିଧାନସଭା ମଧ୍ୟରେ କେବଳ ହିଞ୍ଜିଳିରୁ ନବୀନ ପଟ୍ଟନାୟକ ଏବଂ ଛତ୍ରପୁରରୁ ଶ୍ରୀକାନ୍ତ ସାହୁଙ୍କୁ ଛାଡିଦେଲେ ଅନ୍ୟ ଆସନରେ ମହିଳା ପ୍ରାର୍ଥୀ। କବିସୂର୍ଯ୍ୟ ନିଗରରେ ଲତିକା ପ୍ରଧାନ, ଖଲ୍ଲିକୋଟରୁ ସୂର୍ଯ୍ୟମଣି ବୈଦ, ଆସ୍କାରୁ ମଂଜୁଳା ସ୍ବାଇଁ, ସୋରଡାରୁ ସଂଘମିତ୍ରା ସ୍ବାଇଁ, ସାନକ୍ଷେମୁଣ୍ଡିରୁ ଗୀତାଞ୍ଜଳି ସୁଲକ୍ଷଣା ଦେବୀ। ସେହିପରି ଆସ୍କା ଲୋକସଭା ପାଇଁ ବିଜେଡି ମଧ୍ୟ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି। ସେ ହେଉଛନ୍ତି ରଂଜିତା ସାହୁ। ଏହି ପ୍ରାର୍ଥୀଙ୍କୁ…
ସମ୍ବଲପୁର: ଧନୁ ସଂକ୍ରାନ୍ତି ପରେ ଏହି ମହିମଣ୍ଡଳରେ ପଦ୍ମ ପ୍ରସ୍ପୁଟିତ ହୁଏ ନାହିଁ। ଏହା ହେଉଛି କଂସ ମହାରାଜାଙ୍କ ଆଦେଶ.. ହାଃ..ହାଃ..। ଏହା ହେଉଛି ଧନୁଯାତ୍ରାରେ କଂସ ମହାରାଜ ଅଭିନୟ କରୁଥିବା ସୁଶୀଲ ମେହେରଙ୍କ ଡାଇଲଗ। ହେଲେ ସେ ଏହି ଡାଇଲଗ ଯେଉଁଠି କହିଲେ ତାହା ଯାତ୍ରା ପେଣ୍ଡାଲ ନ ଥିଲା। ତାହା ଥିଲା ଏକ ନେତ୍ରୀଙ୍କ ନାମାଙ୍କନ ଦାଖଲ ସମୟରେ ତାଙ୍କ ବାସଭବନର ଦୃଶ୍ୟ। ତେବେ ଏହାକୁ ନେଇ ରାଜନୈତିକ ମହଲରେ ବେଶ୍ ତୁମ୍ବିତୋଫାନ ହେବାରେ ଲାଗିଛି। କାରଣ କଂସ ଅଭିନେତା କାହିଁକି ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟିବ ନାହିଁ ବୋଲି କହିଲେ। କାରଣ ବିଜେପି ବର୍ତ୍ତମାନ ସାରା ରାଜ୍ୟରେ ଏଥର ପଦ୍ମ ଫୁଟିବ ବୋଲି କହୁଥିବା ବେଳେ କଂସ କଳାକାରଙ୍କ ଏହି ଡାଇଲଗ ସିଧା ରାଜନୀତିକୁ ଯୋଡି ଦେଇଛି। ଗତକାଲି ବରଗଡ ଜିଲ୍ଲା ଅତାବିରା ବିଧାନସଭା ଆସନରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ।…
ଭୁବନେଶ୍ବର: ଆଜି ମଧ୍ୟ ରାଜ୍ୟର ତାପମାତ୍ରା ବୃଦ୍ଧି ପାଇଛି। ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରରେ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଛି। ସେହିପରି ଅନ୍ୟାନ୍ୟ ସହରର ତାପମାତ୍ରା ହେଲା… ଝାରସୁଗୁଡା: ୪୧.୩ ଡିଗ୍ରୀ ଭୁବନେଶ୍ୱର: ୪୧.୨ ଡିଗ୍ରୀ ସମ୍ବଲପୁର: ୪୦.୬ ଡିଗ୍ରୀ ହୀରାକୁଦ: ୪୦.୪ ଡିଗ୍ରୀ କେନ୍ଦୁଝର: ୪୦ ଡିଗ୍ରୀ ରାଉରକେଲା: ୩୯.୬ ଡିଗ୍ରୀ ବାଲେଶ୍ୱର: ୩୯.୫ ଡିଗ୍ରୀ ପାରାଦୀପ: ୩୪.୭ ଡିଗ୍ରୀ ପୁରୀ: ୩୩.୮ ଡିଗ୍ରୀ ଗୋପାଳପୁର: ୩୨.୪ ଡିଗ୍ରୀ
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଜଣେ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଦଳରୁ ନିଲମ୍ବନ କରିଛି। ସେ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ବିଜେଡି ଏହି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେ ହେଉଛନ୍ତି ବ୍ରହ୍ମଗିରି ବିଧାନସଭା କ୍ଷେତ୍ରରେ ଜୋନ 28ର ସଭ୍ୟ କୈଳାଶ ପରିଡା। ଏ ନେଇ ଦଳ ତରଫରୁ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଶ୍ରୀ କୈଳାଶ ପରିଡାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।
ଭୁବନେଶ୍ବର: ଅମିତ ଶାହ ଓ ଜେପି ନଡ୍ଡା ପରେ ବର୍ତ୍ତମାନ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ନେଇ ରାଜ୍ୟ ବିଜେପି ଶିବିର ବେଶ ଚଳଚଞ୍ଚଳ ହୋଇଯାଇଛି। ବିଶେଷ ସୁତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା 6 ତାରିଖରେ ଓଡିଶା ଆସିବେ। ସେ ଭୁବନେଶ୍ବର ବିମାନ ବନ୍ଦରରୁ ବ୍ରହ୍ମପୁର ଯିବେ। ଏହାପରେ ସେଠାରୁ ସେ ନବରଂଗପୁର ଯିବେ ବୋଲି ଜଣାପଡିଛି। ତେବେ ଏ ନେଇ ଦଳ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ଦଳ ତରଫରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଂଗପୁର ଲୋକସଭା ଏବଂ ଏହା ଅଧିନରେ ଥିବା ବିଧାନସଭା ପାଇଁ ସେ ପ୍ରଚାର କରିବେ। ସେହିପରି ମୋଦି ଆସନ୍ତା 11 ତାରିଖରେ ପୁଣି ଓଡିଶା ଆସିବେ ବୋଲି ଜଣାପଡିଛି। ସେଦିନ ସେ ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କୁ ଦର୍ଶନ କରିବେ। ତେବେ ଏ…
ଭୁବନେଶ୍ବର: ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଯୁଦ୍ଧ ହେବ। ତାଙ୍କୁ ଖୋର୍ଦ୍ଧା ମାଟିରୁ ବିଦାୟ ଦିଆଯିବ। ଏହିପରି ଏକ ଘୋଷଣା କରିଛନ୍ତି ଖୋର୍ଦ୍ଧା ନେତା କାଳୁ ଖଣ୍ଡାୟତରାୟ। ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମୋର ଟିକେଟ କାଟିଛନ୍ତି। ମୋର ବହୁତ କ୍ଷତି କରାଇଛନ୍ତି। ସେଥିପାଇଁ ମୁଁ ମଧ୍ୟ ତାଙ୍କର କ୍ଷତି କରାଇବି ବୋଲି କହିଛନ୍ତି କାଳୁ। ତେବେ ସେ ଆସନ୍ତା 3 ତାରିଖରେ ଖୋର୍ଦ୍ଧା ବିଧାନସଭାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ଘୋଷଣା କରିଛନ୍ତି। ଖୋର୍ଦ୍ଧାର ସ୍ବାଭିମାନ ପାଇଁ ଅପରାଜିତାଙ୍କୁ ହଟାଇବା ପାଇଁ ମୁଁ ଏହି ପଦକ୍ଷେପ ଗ୍ରହଣ କଲି ବୋଲି କହିଛନ୍ତି କାଳୁ ଖଣ୍ଡାୟତରାୟ। ତାଙ୍କର ଏପରି ନିଷ୍ପତି ଖୋର୍ଦ୍ଧାରେ ନିଶ୍ଚିତ ବିଜେପି ପାଇଁ ଘାତକ ହେବ ବୋଲି ସ୍ପଷ୍ଟ ହେଲାଣି।
ଭୁବନେଶ୍ବର: ବରିଷ୍ଠ ନେତା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ନେଇ ଆସିଛି ବଡ ଖବର। ସେ ଖୁବ ଶିଘ୍ର ନିର୍ବାଚନ ମଇଦାନକୁ ଓହ୍ଲାଇବେ। ଆଉ ପ୍ରାର୍ଥୀ ହୋଇ ଭୋଟ ଭିକ୍ଷା କରିବେ। ତେବେ ତା ପୂର୍ବରୁ ସେ ବହୁ ସମର୍ଥକଙ୍କ ଗହଣରେ ଘଟଗାଁ ମା ତାରିଣୀଙ୍କୁ ଦର୍ଶନ କରି ଆର୍ଶିବାଦ ନେଇଛନ୍ତି। ସମର୍ଥକଙ୍କ ସହିତ ମାଙ୍କ ଦର୍ଶନ କରିବା ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି। ଏଥର ସୌମ୍ୟରଂଜନ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହୋଇଛି। ତେବେ ଦର୍ଶନ ସାରି ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ବର୍ତ୍ତମାନ କୌଣସି ଦଳରେ ନାହିଁ। ବିଜେଡି ମୋତେ ବହିସ୍କାର କରିଛି। ତେବେ ଇତି ମଧ୍ୟରେ ବିଜେପି ତରଫରୁ ମୋ ସହିତ ଯୋଗାଯୋଗ କରାଯାଇଛି। ମୋତେ ପ୍ରାର୍ଥୀ କରିବା ପାଇଁ ସେମାନେ ଆଲୋଚନା କରିଛନ୍ତି। ମୁଖ୍ୟତଃ ଘଷିପୁରାରୁ ପ୍ରାର୍ଥୀ ହେବା ପାଇଁ ଏଠାକାର ଲୋକେ ମୋ ଉପରେ ଚାପ ପକାଉଛନ୍ତି। ତେବେ ବିଜେପିର ନିଷ୍ପତିକୁ ଅପେକ୍ଷା…

