Author: Samikhsya Bureau

ବ୍ରହ୍ମପୁର: ଏସ୍‌ଏମ୍‌ଆଇଟି ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ ଦ୍ବାରା ଚଣ୍ଡିପଦରଠାରେ ସ୍ଥାପିତ ବୃନ୍ଦାବନ ନାୟକ ଇଂଲିଶ୍‌ ମିଡିୟମ୍‌ ସ୍କୁଲ ପରିସର ମଧ୍ୟରେ ଫେବୃଆରୀ ୧୪ ତାରିଖ ଶୁକ୍ରବାର ଦିନ ଅନୁଷ୍ଠାନର ସଭାପତି ଡ. ଭଗବାନ ଗନ୍ତାୟତଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡ. ଗନ୍ତାୟତ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତା ବୃନ୍ଦାବନ ନାୟକଙ୍କ ଗୁଣଗାନ କରିଥିଲେ ଏବଂ କହିଲେ ଯେ, ଏହି ଅଞ୍ଚଳର କର୍ମବୀର ସ୍ବର୍ଗତ ବୃନ୍ଦାବନ ନାୟକଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଏସ୍‌ଏମ୍‌ଆଇଟି ପ୍ରତିଷ୍ଠାନ ଦ୍ବାରା ଏଠାରେ ବୃନ୍ଦାବନ ନାୟକ ଇଂଲିଶ୍‌ ମିଡିୟମ୍‌ ସ୍କୁଲ ପ୍ରତିଷ୍ଠା କରାଯାଇଛି। ଏହାର ନିଜସ୍ବ ଜମି ଓ କୋଠାବାଡି, କୋମଳମତି ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଯୁକ୍ତ ଶିକ୍ଷକ ଓ ସିବିଏସ୍‌ଇ ଶିକ୍ଷାଦାନ ପ୍ରଣାଳୀରେ ଶିକ୍ଷାଦାନ କରି ଏହି ଅଞ୍ଚଳର ବହୁଦିନର ଆଶା ସଫଳ ହୋଇପାରିଛି। ଡ. ଗନ୍ତାୟତ କୋମଳମତି ଶିଶୁମାନଙ୍କ ବିକାଶ ଓ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ବଳ କାମନା…

Read More

ଭୁବନେଶ୍ବର: ଉତ୍ତର, କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ କରାଯିବା ପାଇଁ ପୂର୍ବତଟ ରେଳପଥକୁ ଏବଂ ଏହାର ପରିସୀମାରୁ ଛାଡିବାକୁ ଥିବା କେତେକ ଟ୍ରେନ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ ହୋଇ ଚଳାଚଳ କରିବ। ଉତ୍ତର ରେଳପଥର ହଜରତ ନିଜାମୁଦ୍ଦିନ-ପାଲୱାଲ ଷ୍ଟେସନ ମଧ୍ୟରେ, କେନ୍ଦ୍ରୀୟ ରେଳପଥର ସୋଲାପୁର ରେଳମଣ୍ଡଳରେ ଏବଂ ଦକ୍ଷିଣ ପଶ୍ଚିମ ରେଳପଥର ବାଙ୍ଗାଲୋର ରେଳମଣ୍ଡଳରେ ରେଳ ଭିତ୍ତିଭୂମି କାର୍ଯ୍ୟକ୍ଷମ କରିବା ପାଇଁ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ପୂର୍ବତଟ ରେଳପଥକୁ ଆସୁଥିବା ଏବଂ ଏହାର ପରିସୀମାରୁ ଛାଡିବାକୁ ଥିବା କେତେକ ଟ୍ରେନ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ ହୋଇ ଚଳାଚଳ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନ ଅନୁଯାୟୀ ସ୍ଥିର କରାଯାଇଅଛି। ବାତିଲ ହେବାକୁ ଥିବା ଟ୍ରେନ:       ୦୧୮୦୭/୧୨୮୦୮ ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ ଭୟ ରାୟଗଡା-ଟିଟିଲାଗଡ଼-ରାଇପୁର ବିଶାଖାପାଟଣା ଠାରୁ ଫେବୃୟାରୀ ମାସ ୨୭…

Read More

ନୂଆଦିଲ୍ଲୀ : ଦିଲ୍ଲୀ-ଏନ୍‌ସିଆର୍‌ରେ ନିର୍ମାଣ କାର୍ଯ୍ୟ ଉପରେ ଲାଗିଥିବା ପ୍ରତିବନ୍ଧକକୁ ସୁପ୍ରିମ୍‌କୋର୍ଟ ହଟାଇ ଦେଇଛନ୍ତି । ଦିଲ୍ଲୀ ଏନ୍‌ସିଆରରେ ଏବେ ସନ୍ଧ୍ୟା 6ଟାରୁ ସକାଳ 6ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲାଗିବ ନାହିଁ । ଜଷ୍ଟିସ୍‌ ଅରୁଣ ମିଶ୍ର ଓ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହା ଶୁଣାଣି କରିଛନ୍ତି । ଦିଲ୍ଲୀ-ଏନ୍‌ସିଆରରେ ପ୍ରଦୂଷଣର ମାତ୍ରା ବଢିଯାଇଥିବାରୁ ସୁପ୍ରିମ୍‌କୋର୍ଟ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।  ତେବେ ଏବେ ଦିଲ୍ଲୀରେ ବାୟୁ ଶୁଦ୍ଧ ହେବା କାରଣରୁ ବିର୍ଲଡର୍ସ ଯାଚିକା ଉପରେ ସୁପ୍ରିମ୍‌କୋର୍ଟ ଆଦେଶକୁ ବଦଳାଇଛନ୍ତି । ଗତ ନଭେମ୍ବର-ଡିସେମ୍ବର ମାସରେ ବାରମ୍ବାର ଦିଲ୍ଲୀ-ଏନ୍‌ସିଆରରେ ବାୟୁର ପ୍ରଦୂଷଣର ସ୍ତର ବଢୁଥିବା ଯୋଗୁଁ ସେଠାରେ ପରିସ୍ଥିତି ବେଶ୍‌ ସାଂଘାତିକ ରହିଥିଲା । ବାୟୁର ଗୁଣବତ୍ତା ସ୍ତରରେ ସୁଧାରିବା ପରେ ସୁପ୍ରିମ୍‌କୋର୍ଟ ନିର୍ମାଣ କାର୍ଯ୍ୟ ଉପରୁ ପ୍ରତିବନ୍ଧକ ଉଠାଇଛନ୍ତି । ଦିଲ୍ଲୀ ସରକାର ମଧ୍ୟ ପ୍ରଦୂଷଣ ମାତ୍ରା କମ୍‌…

Read More

ପାଟନା : ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଏବେ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଶୁକ୍ରବାର ଦିନ ନିର୍ବାଚନୀ ପ୍ରସ୍ତୁତି ପାଇଁ ପାଟନାଠାରେ ମହାମେଣ୍ଟର ଏକ ବୈଠକ ଜାରି ରହିଛି। ଏହି ବୈଠକରେ ମହାମେଣ୍ଟର ନେତାମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବାର ସୂଚନା ମିଳିଛି। ଏହି ମହାମେଣ୍ଟରେ ରାଜଦ ନେତା ତେଜସ୍ବୀ ଯାଦବଙ୍କୁ ନେତା ରୂପେ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ମହାମେଣ୍ଟର ନେତାମାନେ। ମହାମେଣ୍ଟର ନେତାମାନେ ଶରଦ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଦାବି ଜଣାଇଛନ୍ତି। ଶୁକ୍ରବାର ଦିନ ହୋଇଥିବା ମହାମେଣ୍ଟର ବୈଠକରେ ତିନି ଦଳ ନେତା ଜୀତନ ରାମ ମାଝୀ (ହାମ୍‌), ଉପେନ୍ଦ୍ର କୁଶ୍‌ଓ୍ବାହା (ଆର୍‌ଏଲ୍‌ଏସ୍‌ପି) ଓ ମୁକେଶ ସାହାଣୀ (ଭିଆଇପି)ର ନେତାମାନେ ଯୋଗଦେଇଥିଲେ । ପାଟନାର ଲୋକତାନ୍ତ୍ରିକ ଜନତା ଦଳ ପ୍ରମୁଖ ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଦାବି ଜଣାଇଛନ୍ତି । ଏହି…

Read More

ଗୁଜୁରାଟ : ଗୁଜୁରାଟର ଭୁଜଠାରେ ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଭୁଜଠାରେ ଅବସ୍ଥିତ ଶ୍ରୀ ସହଜାନନ୍ଦ କଲେଜର ଅଧ୍ୟକ୍ଷ ଛାତ୍ରୀଙ୍କ ପୋଷାକ କଢାଇବା ପରି ଏକ ଲଜ୍ଜାଜନକ ଘଟଣା  ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ସହଜାନନ୍ଦ କଲେଜର ଅଧ୍ୟକ୍ଷ ଛାତ୍ରୀମାନଙ୍କ ମାସିକ ଧର୍ମ ହୋଇଛି କି ନାହିଁ ଏହାର ପରୀକ୍ଷା ନିମେନ୍ତ ଛାତ୍ରୀମାନଙ୍କ ଅନ୍ତର୍ବସ୍ତ୍ର ଚେକ୍‌ କରିଥିବାର ଜଣାପଡିଛି। ଏହି କଲେଜର ପଢୁଥିବା ଛାତ୍ରୀମାନେ ମାସିକ ଧର୍ମ ପାଳନ କରୁଥିବା ସମୟରେ କୌଣସି ଛାତ୍ର ଅଥବା ଛାତ୍ରୀଙ୍କ ସହି ହାତ ମିଳାଇପାରିବେ ନାହିଁ ବୋଲି ନିୟମ ରହିଛି। ଏପରିକି ଏହି ସମୟରେ କଲେଜ ନିକଟସ୍ଥ ମନ୍ଦିରକୁ ଅଥବା ରୋଷେଇ ଘର ମଧ୍ୟକୁ ଯିବାକୁ ବାରଣ ରହିଛି। ଶ୍ରୀସହଜାନନ୍ଦ କଲେଜକୁ ସ୍ବାମୀନାରାୟଣ ମନ୍ଦିରର କିଛି ଭକ୍ତ ଚଳାଉଛନ୍ତି । ଏହି କଲେଜର ଅଧ୍ୟକ୍ଷଙ୍କ ମତରେ କିଛି ଛାତ୍ରୀ ତାଙ୍କର ମାସିକ ଧର୍ମ ସମୟରେ କଲେଜର ଅନ୍ୟ ଲୋକଙ୍କ ସହିତ…

Read More

ନୂଆଦିଲ୍ଲୀ : ଭାରତୀୟ ଟେନିସ୍‌ ଖେଳାଳି ରୋହନ ବୋପାନ୍ନା ରଟରଡାମ୍‌ ଓପନ୍‌ର ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । କାନାଡାର ଡେନିସ୍‌ ସାପୋଭାଲୋଭ୍‌ଙ୍କ ସହିତ ଏକାଠି ଖେଳୁଥିବା ବୋପାନ୍ନା ରଟରଡାମ୍‌ ଓପନ୍‌ର ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ବୋପାନ୍ନା-ସାପୋଭାଲୋଭ୍‌ ଯୋଡି ଜିନ୍‌ ଜୁଲିଏନ୍‌ ରୋଜର ଏବଂ ହୋରିଆ ଟେକାଉଙ୍କୁ ପରାସ୍ତ କରିଛନ୍ତି । 74 ମିନିଟ୍‌ ସମୟ ନେଇ ବୋପାନ୍ନା-ସାପୋଭାଲୋଭ୍‌ ଯୋଡି 6-2, 3-6 ଏବଂ 10-7 ସେଟ୍‌ରେ ବିଜୟୀ ହୋଇଥିଲେ ।

Read More

ମୁମ୍ବାଇ : ଆମୀର ଖାନ୍ ଓ କରୀନା କପୁର୍‌ ଖାନ୍‌ଙ୍କ ଅଭିନୀତ ଅପ୍‌କମିଙ୍ଗ ଫିଲ୍ମ ‘ଲାଲ୍‌ ସିଂ ଚଢା’ର ନୂଆ ପୋଷ୍ଟର ରିଲିଜ୍‌ ହୋଇଛି । ଭାଲେଣ୍ଟାଇନ୍ସ ଡେ’ ଅବସରରେ ଆମୀର୍‌ ଏକ ସୁନ୍ଦର ନୋଟ୍‌ ସହିତ ଏହି ଫିଲ୍ମରେ କରୀନାଙ୍କ ଲୁକ୍‌କୁ ଜାରି କରିଛନ୍ତି । ପୂର୍ବରୁ ଆମୀରଙ୍କ ଲୁକ୍‌ ଜାରି ହୋଇସାରିଥିବାବେଳେ ଏବେ କରୀନାଙ୍କ ଲୁକ୍‌ ଉପରୁ ପରଦା ହଟିଛି । ଆମୀର୍‌ କରୀନାଙ୍କୁ ଭାଲେଣ୍ଟାଇନ୍ସ ଡେ’ର ଶୁଭେଚ୍ଛା ଜଣାଇବା ସହିତ ଏକ ସୁନ୍ଦର ବାର୍ତ୍ତା ଲେଖିଛନ୍ତି । ଅଦ୍ବୈତ୍‌ ଚନ୍ଦନଙ୍କ ଦ୍ବାରା ନିର୍ଦ୍ଦେଶିତ ‘ଲାଲ୍‌ ସିଂ ଚଢା’ ଚଳିତ କ୍ରିସମାସ ଅବସରରେ ପରଦା ଉପରକୁ ଆସିବ । ଏହି ଫିଲ୍ମ ପାଇଁ ମିଷ୍ଟର ପରଫେକ୍‌ନିଷ୍ଟ ନିଜ ଲୁକ୍‌କୁ ବହୁତ ଟ୍ରାନ୍ସଫର୍ମ କରିଛନ୍ତି ।

Read More

ମୁମ୍ବାଇ: ମୁମ୍ବାଇର ଡବ୍ବାବାଲାଙ୍କୁ ମାଗଣାରେ ଘର ଦିଆଯିବ ବୋଲି ମହାରାଷ୍ଟ୍ର ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ମୁମ୍ବାଇରେ 5 ହଜାର ଡବ୍‌ବାବାଲାଙ୍କ ପାଇଁ ଘର ନିର୍ମାଣ କରିବେ ମହାରାଷ୍ଟ୍ର ସରକାର। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନ୍ତର୍ଗତ ଏହି ଘର ନିର୍ମାଣ କରାଯିବ। ମନ୍ତ୍ରାଳୟରେ ଆୟୋଜିତ ହୋଇଥିବା ଏକ ବୈଠକରେ ମୁମ୍ବାଇର ଡବ୍‌ବାବାଲାଙ୍କୁ ଘର ଦିଆଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନ ଡବ୍‌ବାବାଲାଙ୍କୁ ଘର ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଏବେ ସରକାର ଗଢିବା ପରେ ଏକ ବୈଠକରେ ଉପମୁଖ୍ୟମନ୍ତ୍ରୀ ଅଜିଥ୍‌ ପାଓ୍ବାର୍‌ ଏହା ସମ୍ପର୍କରେ ଘୋଷଣା କରିଛନ୍ତି। ବୈଠକ ପରେ ଟୁଇଟ୍‌ କରି ପାଓ୍ବାର ଏ ସମ୍ପର୍କରେ ସୂଚନା ଦେବା ସହ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଡବ୍‌ବାବାଲାଙ୍କୁ ଘର ଦେବାରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ମୁମ୍ବାଇର ଡବ୍‌ବାବାଲା ସଂଘର ପଦାଧିକାରୀ ଶ୍ରମ ମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ।…

Read More

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମାର ରାଜକ୍ଷମା ଯାଚିକା ଏବଂ ରାଜକ୍ଷମା କ୍ୟୁରେଟିଭ୍‌ ଯାଚିକା ଖାରଜ ହେବା ପରେ ବିନୟ ମାନସିକ ଭାବରେ ଅସୁସ୍ଥ ଥିବା ନେଇ ଅନ୍ୟ ଏକ ଯାଚିକା ଦାଖଲ କରାଯାଇଥିଲା । ଶୁକ୍ରବାର ସୁପ୍ରିମକୋର୍ଟରେ ବିନୟ ଶର୍ମାଙ୍କ ଆବେଦନ ଖାରଜ କରାଯାଇଛି । ଗତକାଲି ରାଜକ୍ଷମା ବିରୋଧରେ ଦାଖଲ କରାଯାଇଥିବା କ୍ୟୁରେଟିଭ୍‌ ଯାଚିକାକୁ ଖାରଜ କରାଯାଇଥିଲା । ରାଜକ୍ଷମା ଆବେଦନ ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଏବଂ ଗୃହ ବିଭାଗର ଅନୁମତି ନଥିବା ଦର୍ଶାଇ ଗତକାଲି ବିନୟ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଥିଲା । ଆଜିର ଯାଚିକା ଖାରଜ ହେବା ସହିତ ବିନୟର ଫାଶୀ ପୂର୍ବର ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହୋଇଛି । (ଏଜେନ୍ସି)

Read More

ମୁମ୍ବାଇ: ଭାଲେଣ୍ଟାଇନ୍‌ ଡେ’ ଅବସରରେ ପରଦା ଉପରେ ପ୍ରଦର୍ଶିତ ହୋଇଛି ରୋମାଣ୍ଟିକ୍‌ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌ 2’ । କାର୍ତ୍ତିକ ଆର୍ଯ୍ୟାନ୍‌ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌2’ ର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଇମ୍‌ତିଆଜ୍‌ ଅଲ୍ଲୀ । ଏହି ଫିଲ୍ମରେ ସାରା-କାର୍ତ୍ତିକଙ୍କ ବ୍ୟତୀତ ଆରୁଶି ଶର୍ମା, ସିମୋନ ସିଂ ଓ ରଣଦୀପ୍‌ ହୁଡ୍ଡା ପ୍ରମୁଖ ଅଭିନୟ କରିଛନ୍ତି। ପ୍ରେମ, ସମ୍ପର୍କ, ବାସ୍ତବତାକୁ ନେଇ କାହାଣୀଟି ଗତିଶୀଳ ହୋଇଛି । ଏହି ଫିଲ୍ମରେ ଦୁଇ ପ୍ରକାରର ପ୍ରେମ ସମ୍ପର୍କକୁ ଦର୍ଶାଯାଇଛି । ପ୍ରେମ ସମ୍ପର୍କ ଓ କ୍ୟାରିଅର୍‌ର ବାଲାନ୍ସକୁ ଏହି ଫିଲ୍ମରେ ଅଲଗା ଅନ୍ଦାଜ୍‌ରେ ଦେଖାଯାଇଛି । ଫିଲ୍ମଟିରେ କାର୍ତ୍ତିକ ଆର୍ଯ୍ୟାନ୍‌ଙ୍କ ଦୁଇଟି ରୂପ ଦେଖିବାକୁ ମିଳିଛି । ଗୋଟିଏ ପଟରେ ସେ ଜଣେ 90 ଦଶକର ରଘୁବେନ୍ଦ୍ର ଚରିତ୍ରରେ ଥିବାବେଳେ ଆଉ ଗୋଟେ ପଟେ 2020ର ବୀର୍‌ ଚରିତ୍ରରେ ରହିଛନ୍ତି । ତେବେ…

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଅରବିନ୍ଦ କେଜ୍‌ରୀଓ୍ବାଲ ଆସନ୍ତା 16 ତାରିଖ ଦିନ ଶପଥ ଗ୍ରହଣ କରିବେ। ଆମ୍‌ ଆଦ୍‌ମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରୀଓ୍ବାଲ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ର ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ଅରବିନ୍ଦ କେଜରୀଓ୍ବାଲ। ଦିଲ୍ଲୀ ବିଧାନସଭାରେ ଆପ୍‌ର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରବିନ୍ଦ କେଜ୍‌ରୀଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରାମଲୀଲା ମୈଦାନରେ ଅରବିନ୍ଦ କେଜରୀଓଙ୍ବାଲ ନିଜ କ୍ୟାବିନେଟ୍‌ ସହିତ ଶପଥ ଗ୍ରହଣ କରିବେ। ଏହି ଅବସରର ଅରବିନ୍ଦ କେଜରୀଓ୍ବାଲ ଏକ ଅଡିଓ ମେସେଜ୍‌ ଜରିଆରେ ପୂରା ଦିଲ୍ଲୀବାସୀଙ୍କୁ ଏହି ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ଜଣାଇଛନ୍ତି। ସେହିପରି ଏହି ଉତ୍ସବ ସମାରୋହକୁ ଜଣେ ଖାସ୍‌ ଅତିଥି ଯୋଗ ଦେଉଛନ୍ତି। ଏହି ଖାସ୍‌ ଅତିଥି ଜଣକ ହେଉଛନ୍ତି କୁନି ମଫଲରମ୍ୟାନ୍‌। ଦିଲ୍ଲୀ ବିଧାନସଭା ନିର୍ବାଚନର…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୁଇ ବଖରା ଜଳି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ଭେଟଶ୍ବର ପଞ୍ଚାୟତର ତ୍ରିଲୋଚନପୁରରେ ଏହି ଅଘଟଣ ଘଟିଛି। ତ୍ରିଲୋଚନପୁରର ବିଦ୍ୟାଧର ମାନସିଂହଙ୍କ ଘରେ ନିଆଁ ଲାଗି ତାଙ୍କର ଦୁଇ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଗ୍ନିକାଣ୍ଡରେ ବିଶେଷ କ୍ଷତି ସହିଥିବା ବିଦ୍ୟାଧରଙ୍କୁ ଅଗ୍ନିକାଣ୍ଡ ଜନିତ ସହାୟତା ଦେବା ପାଇଁ ସାଧାରଣରେ ଦାବି କରାଯାଇଛି ।

Read More

ନୂଆଦିଲ୍ଲୀ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଅନୁଷ୍ଠିତ ତିନି ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ହନୁମା ବିହାରୀ ଶତକ ହାସଲ କରିଛନ୍ତି । ବିହାରୀ ଶତକ ହାସଲ କରିଥିବା ବେଳେ ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା 93 ରନ୍‌ ସଂଗ୍ରହ କରିଥିଲେ । ତିନି ଅଗ୍ରଭାଗ ଖେଳାଳି ପୃଥ୍ବୀ ଶ(0), ମୟଙ୍କ ଅଗ୍ରଓ୍ବାଲ(1) ଏବଂ ଶୁଭମାନ ଗିଲ୍‌ (0) ବିଫଳ ହୋଇଥିବା ବେଳେ ପୂଜାରା ଏବଂ ବିହାରୀ 195 ରନ୍‌ର ଭାଗିଦାରୀ କରିଥିଲେ । ବିହାରୀ ଶତକ ହାସଲ କରିବା ପରେ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍‌ଙ୍କୁ ସୁଯୋଗ ଦେବା ପାଇଁ ରିଟାୟର୍ଡ ହର୍ଟ ହୋଇଥିଲେ । ମାତ୍ର ଏହାପରେ ଋଷଭ ପନ୍ତ, ଅଶ୍ବିନ୍‌ ଏବଂ ରିଦ୍ଧିମାନ ଶାହା ବିଫଳ ହେବାରୁ ଭାରତ ମାତ୍ର 263 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇଥିଲା । ବିହାରୀ ଏବଂ ପୂଜାରାଙ୍କ ବ୍ୟତିତ କେବଳ ଆଜିଙ୍କ୍ୟ ରାହାଣେ(18) ଦୁଇ ଅଙ୍କ ଛୁଇଁଥିଲେ ।…

Read More

ନୂଆଦିଲ୍ଲୀ : କୋର୍ଟଙ୍କ ନିଷ୍ପତ୍ତିର ଉଲ୍ଲଂଘନ ପାଇଁ ସମସ୍ତ ଟେଲିକମ୍‌ କମ୍ପାନୀଙ୍କୁ କୋର୍ଟ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଟେଲିକମ୍‌ କମ୍ପାନୀଙ୍କ ପକ୍ଷରୁ ବକେୟା ଦେୟ ପ୍ରଦାନ କରାଯାଇନଥିଲା । ଏଜିଆରଙ୍କୁ 1 ଲକ୍ଷ 47 ଟଙ୍କାର ଦେୟ ପ୍ରଦାନ କରିବା ପାଇଁ ଟେଲିକମ୍‌ ବିଭାଗ (ଡିଓଟି)କୁ ନିର୍ଦ୍ଦେଶ ଦିଆଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଡିଓଟି ପକ୍ଷରୁ 1.47 ଲକ୍ଷ କୋଟି ଟଙ୍କାର ଦେୟ ପ୍ରଦାନ ବାକି ରହିଛି । କୋର୍ଟଙ୍କ ପକ୍ଷରୁ ସମସ୍ତ ଟେଲିକମ୍‌ କମ୍ପାନୀର ମାଲିକ ଏବଂ ଏବଂ ଏମ୍‌ଡିଙ୍କୁ ନୋଟିସ୍‌ ଜାରି କରାଯାଇଛି । ଏହା ସହିତ କାହିଁକି ମାମଲା ରୁଜୁ କରାଯିବ ନାହିଁ ତାହାର କାରଣ ଦର୍ଶାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସି)

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ମାଟିଆ ପୋଖରୀ ଭେଟେଶ୍ବର ରାସ୍ତାରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ମାଟିଆ ପୋଖରୀର ବଡଶଙ୍ଖ ଠାରେ ଏକ ବାଇକ୍‌କୁ ପଛପଟୁ ଆସୁଥିବା ଡାଲା ଅଟୋ ଧକ୍କା ଦେବାରୁ ବାଇକ୍‌ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଉଛନ୍ତି ବାଁଳୋଇ ଗ୍ରାମର ବାସୁଦେବ ପ୍ରଧାନ(୪୭)। ଉଲ୍ଲେଖଯୋଗ୍ୟ ଯେ, ଆହତ ବାଇକ୍‌ ଚାଳକ ବାଁଳୋଇରୁ ବାଣପୁର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଡାଲା ଅଟୋଟି ଫେରାର ହୋଇ ଯାଇଥିବା ବେଳେ ଭେଟେଶ୍ବର ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ। ଆହତ ଯୁବକଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ନାକରୁ ଏବଂ କାନରୁ ରକ୍ତସ୍ରାବ ବନ୍ଦ ନହେବା କାରଣରୁ ଯୁବକଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବାଣପୁର ଥାନା ଏସ୍‌ଆଇ ପ୍ରସନ୍ନ ଜେନା ଏହି ଘଟଣାର…

Read More

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଟ୍ରୋଲ୍‌ କରିଛନ୍ତି ଯୁବରାଜ ସିଂ । ବିସିସିଆଇର ସଭାପତି ରହିଥିବା ଗାଙ୍ଗୁଲି ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ । ପଦାର୍ପଣରେ ଲର୍ଡସ୍‌ରେ ଶତକ ହାସଲ କରିବା ସହିତ ରାହୁଲ ଦ୍ରାବିଡଙ୍କ ସହିତ ଭାଗିଦାରୀର ଏକ ଫଟୋ ସେୟାର କରିଥିଲେ ଗାଙ୍ଗୁଲି । ଏହି ଫଟୋରେ ଗେଟି ଇମେଜ୍‌ର ଲୋଗୋ ରହିଥିଲା । ଏହାକୁ ନେଇ ଯୁବରାଜ ଗାଙ୍ଗୁଲିଙ୍କୁ ଟ୍ରୋଲ୍‌ କରିଥିଲେ । ଯୁବରାଜ ଲେଖିଥିଲେ, ଦାଦା ଆପଣ ବର୍ତ୍ତମାନ ବିସିସିଆଇର ସଭାପତି ରହିଛନ୍ତି ତେଣୁ ଦୟାକରି ଫଟୋରୁ ଲୋଗୋ ହଟାଇ ଦିଅନ୍ତୁ । ଉଲ୍ଲେଖଯୋଗ୍ୟ ଯେ, ଜୁନ୍‌ 2019ରେ ଗାଙ୍ଗୁଲି କ୍ରିକେଟରୁ ଅବସର ଗ୍ରହଣ କରିଥିଲେ । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସରକାରୀ କର୍ମଚାରୀଙ୍କୁ ଓଡିଶା ସରକାରଙ୍କ ପକ୍ଷରୁ ଉପହାର ପ୍ରଦାନ କରାଯାଇଛି । ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ 5 ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ଏହା ସହିତ ସପ୍ତମ ବେତନ କମିଶନ ଅନୁଯାୟୀ ସମସ୍ତ କର୍ମଚାରୀଙ୍କ ବର୍ଦ୍ଧିତ ବେତନର 10 ପ୍ରତିଶତ ରାଜ୍ୟ ସରକାର ପିଛିଲା ଭାବରେ ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି । ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ନିଷ୍ପତ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

Read More