Author: Samikhsya Bureau

ନୂଆଦିଲ୍ଲୀ : ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନ୍‌ସିପ୍‌ରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି । 4 ଭାରତୀୟ ଖେଳାଳି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଶନିବାର ଭାରତୀୟ ଖେଳାଳି ବଜରଙ୍ଗ ପୁନିଆ, ରବି ଦାୟିୟା, ସତ୍ୟବ୍ରତ କାଡିଆନ୍‌ ଏବଂ ଗୌରବ ବଲିୟାଁ ଫାଇନାଲ୍‌ରେ ପ୍ରବେଶ କରିବା ସହିତ ସ୍ବର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ଚାରି ଭାରତୀୟ ଖେଳାଳି ଅନ୍ୟୁନ ରୌପ୍ୟ ପଦକ ନିଶ୍ଚିତ କରିଥିବା ବେଳେ ସ୍ବର୍ଣ୍ଣ ପଦକ ବିଜୟୀ ହେବା ସହିତ ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ଚାରି ଖେଳାଳି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଶନିବାର ଦିନ ଶାହିନବାଗ ଆନ୍ଦୋଳନକାରୀଙ୍କ ସହିତ ତୃତୀୟ ରାଉଣ୍ଡ ଆଲୋଚନା କରିଛନ୍ତି ମଧ୍ୟସ୍ଥି ସାଧନା ରାମଚନ୍ଦ୍ରନ । ଏହି ଆଲୋଚନା ସମୟରେ ସାଧନା ସରକାରଙ୍କ ପକ୍ଷ ନେଇ ଆଲୋଚନାକୁ ଆସି ନାହାନ୍ତି ଏବଂ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରା ନିଯୁକ୍ତ ବୋଲି କହିଥିଲେ । ଶାହିନ୍‌ବାଗ ଆନ୍ଦୋଳନକୁ ହଟାଯାଉ ବୋଲି ମୁଁ କହୁନାହିଁ । ଶାହିନବାଗ ଜାରି ରହିବା ଉଚିତ୍‌ ମାତ୍ର ଏହାଦ୍ବାରା ସର୍ବସାଧାରଣ ରାସ୍ତା ବନ୍ଦ ନହେବା ଉଚିତ୍‌ ବୋଲି ସେ ପ୍ରକାଶ କରିଥିଲେ । ଯଦି ବିକ୍ଷୋଭକାରୀ ଗୃହମନ୍ତ୍ରୀ ବା ସରକାରଙ୍କ ସହିତ ଆଲୋଚନା କରିବାକୁ ଚାହାନ୍ତି ତେବେ ସେ କରିପାରନ୍ତି ମାତ୍ର ମଧ୍ୟସ୍ଥି ଦଳ ସରକାରଙ୍କ ପକ୍ଷରୁ ଆସି ନାହାନ୍ତି ବୋଲି ରାମଚନ୍ଦ୍ରନ ସ୍ପଷ୍ଟ କରିଥିଲେ । ବିକ୍ଷୋଭକାରୀ ମାନେ ସୁରକ୍ଷା ଦାବି କରିଥିବା ବେଳେ ଏନେଇ ସର୍ବୋଚ୍ଚ କୋର୍ଟ ଆଦେଶ ପ୍ରଦାନ କରିବା ପାଇଁ ଦାବି କରାଯାଇଥିଲା । ଶାହିନବାଗ ଏବଂ ଜାମିଆ ହିଂସାକାଣ୍ଡରେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଏମ୍‌ସରେ ହିନ୍ଦୀ ଭାଷା ପ୍ରଚଳନକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବର ଅବସାନ ଘଟିଛି। ବିଜେଡି ସାଂସଦ ପ୍ରତିନିଧିମାନେ ଭେଟିବା  ପରେ ଏହାକୁ ନେଇ ସ୍ପଷ୍ଟ କରିଛନ୍ତି କର୍ତ୍ତୃପକ୍ଷ । ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ନେତୃତ୍ୱରେ ନଅ ଜଣିଆ ସଦସ୍ୟ ବିଶିଷ୍ଟ ଦଳ ଏମ୍ସ  ନିର୍ଦ୍ଦେଶକଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।  ଏହାପରେ ଏହାକୁ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶିକା ଗୀତାଞ୍ଜଳି।  ଭୁବେନଶ୍ବରରେ ଏମସ୍‌ରେ ହିନ୍ଦୀ କେବଳ ପ୍ରଶାସନିକ କାର୍ଯ୍ୟ ପାଇଁ ଲାଗୁ କରାଯାଇଛି ବୋଲି ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ସୂଚନା ଦେଇଛନ୍ତି। ଯେଉଁମାନେ ହିନ୍ଦୀ ମିଡିଅମ୍‌ରେ ପଢିଛନ୍ତି, ସେମାନଙ୍କ ପାଇଁ ଏହା ଲାଗୁ ବୋଲି କହିଛନ୍ତି ନିର୍ଦ୍ଦେଶିକା। ରୋଗୀଙ୍କ ପାଇଁ ଫର୍ମ ପୂରଣ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ହିଁ ହେଉଛି ବୋଲି କହିଛନ୍ତି ଏମ୍‌ସ କର୍ତ୍ତୃପକ୍ଷ। ଏପରିକି ଡାକ୍ତରୀ ଏବଂ ନର୍ସିଂ ପିଲାଙ୍କୁ ଓଡ଼ିଆ ଭାଷାରେ…

Read More

କୋଲକାତା : ବରିଷ୍ଠ ଶିକ୍ଷାବିତ୍‌ ତଥା ପୂର୍ବତନ ତୃଣମୂଳ କଂଗ୍ରେସ କ୍ରିଷ୍ଣା ବୋଷଙ୍କ ପରଲୋକ ହୋଇଛି । ଜାଦବପୁରରୁ ତୃଣମୂଳ ସାଂସଦ ରହିଥିବା ବୋଷଙ୍କର 89 ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ସକାଳ 10.20 ମିନିଟ୍‌ରେ ଇ ଏମ୍‌ ବାଇପାସ୍‌ ହସ୍ପିଟାଲରେ କ୍ରିଷ୍ଣାଙ୍କ ପରଲୋକ ହୋଇଛି । ବୃଦ୍ଧାବସ୍ଥାରେ ପୀଡିତ ବୋଷ ଦୀର୍ଘଦିନ ହେବ ଅସୁସ୍ଥ ରହିବା ସହିତ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସୁବାଷ ଚନ୍ଦ୍ର ବୋଷଙ୍କ ପୁତୁରା ଶିଶିର କୁମାର ବୋଷଙ୍କୁ ବିବାହ କରିଥିବା ବେଳେ 1996,1998 ଏବଂ 1999ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । (ଏଜେନ୍ସି)

Read More

ଲାହୋର : ଦୁଇ ଥର ଟି20 ବିଶ୍ବକପ୍‌ ବିଜୟୀ ଓ୍ବେଷ୍ଟଇଣ୍ଡିଜ୍‌ ଦଳର ଅଧିନାୟକ ଡାରେନ୍‌ ସାମି ପାକିସ୍ତାନର ନାଗରିକତ୍ବ ଗ୍ରହଣ କରିବେ । ଆସନ୍ତା ମାର୍ଚ୍ଚ 23 ତାରିଖରେ ଡାରେନ୍‌ ସାମିଙ୍କୁ ପାକିସ୍ତାନର ସର୍ବୋଚ୍ଚ ସମ୍ମାନ ସହିତ ପାକିସ୍ତାନର ନାଗରିକତା ପ୍ରଦାନ କରାଯିବ । ପାକ୍‌ ରାଷ୍ଟ୍ରପତି ଆରିଫ୍‌ ଅଲୀ ସାମୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ । ପାକିସ୍ତାନ ସୁପର୍‌ ଲିଗ୍‌ରେ ବିଗତ 5 ବର୍ଷ ଧରି ସାମି ଖେଳୁଥିବା ବେଳେ ପାକିସ୍ତାନରେ କ୍ରିକେଟର ପ୍ରଚାର ପ୍ରସାର କରୁଛନ୍ତି । ପାକିସ୍ତାନ କ୍ରିକେଟ ପାଇଁ ସାମିଙ୍କ ଭଲପାଇବା କାରଣରୁ ସାମିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ପିଏସ୍‌ଏଲ୍‌ ପାଇଁ ପେଶାଓ୍ବାର ଜାଲ୍‌ମୀ ଦଳରେ ସାମି ଖେଳୁଛନ୍ତି ।

Read More

ଓ୍ବେଲିଙ୍ଗଟନ୍‌ : ଓ୍ବେଲିଙ୍ଗଟନ୍‌ର ବେସିନ୍‌ ରିଜର୍ଭରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ଦୃଢ ସ୍ଥିତିରେ ରହିଛି । ଭାରତକୁ ମାତ୍ର 165 ରନ୍‌ରେ ଅଲ୍‌ଆଉଟ୍‌ କରିବା ପରେ ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ଙ୍କ 89 ରନ୍‌ ସହାୟତାରେ ନ୍ୟୁଜିଲ୍ୟାଣ୍ଡ 5 ଓ୍ବିକେଟ୍‌ ହରାଇ 216 ରନ୍‌ ସଂଗ୍ରହ କରିଛି । ଭାରତ ପକ୍ଷରୁ ଇଶାନ୍ତ ଶର୍ମା 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଅଶ୍ବିନ୍‌ ଏବଂ ସାମି ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ରସ୍‌କ ଟେଲର 44 ଏବଂ ଟମ୍‌ ବ୍ଲଣ୍ଡେଲ୍‌ 30 ରନ୍‌ ସଂଗ୍ରହ କରିଥିଲେ । ଭାରତ ଗତକାଲି 122/5ରୁ ଖେଳ ଆରମ୍ଭ କରି 165 ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ସର୍ବାଧିକ 46 ରନ୍‌ ସଂଗ୍ରହ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍‌ ସାଉଦି ଏବଂ କାଇଲ୍‌ ଜାମିସାନେ ପ୍ରତ୍ୟେକ 4ଟି ଲେଖାଏଁ ଓ୍ବିକେଟ୍‌…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବରର ଖଣ୍ଡଗିରିଠାରେ ଗାନ୍ଧି ଶାନ୍ତି କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି। ଯୁବପିଢିଙ୍କୁ ବାପୁଙ୍କ ଅହିଂସା ନୀତି ଓ ଆଦର୍ଶ ବିଷୟରେ ଜଣାଇବା ଉଦ୍ଦେଶ୍ୟରେ ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହା ପୁନରୁଦ୍ରେକ କରାଯାଇଛି। ଏହି ଶାନ୍ତି କେନ୍ଦ୍ରରେ ଗାନ୍ଧିଙ୍କ ସ୍ମୃତି, ବିରଳ ସାମଗ୍ରୀ, ଫଟୋ ଏବଂ ବାଣୀକୁ ସ୍ଥାନିତ କରାଯାଇଛି। କେନ୍ଦ୍ର ମଝିରେ ଏକ ଶାନ୍ତି ସ୍ତମ୍ଭ ପ୍ରତିଷ୍ଠା ହୋଇଛି । ଗାନ୍ଧିଜୀଙ୍କ ଜୀବନୀକୁ ନେଇ ଏଠାରେ ରହିଛି ଭିନ୍ନ ଭିନ୍ନ ଗ୍ୟାଲେରୀ । ଗାନ୍ଧିଙ୍କ ଦର୍ଶନକୁ ହିନ୍ଦି, ଇଂରୀଜୀ ଏବଂ ଓଡ଼ିଆ ଭାଷାରେ ପ୍ରସାରଣ କରାଯିବ। ଖଣ୍ଡଗିରିଠାରେ ପାଞ୍ଚ ଏକର ଜମିରେ ଏହି ଶାନ୍ତି କେନ୍ଦ୍ର ନିର୍ମିତ ହୋଇଥିବାବେଳେ ଏହା 2013ରୁ ଆରମ୍ଭ କରାଯାଇଥିଲା ।

Read More

ଶ୍ରୀନଗର : ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଦୁଇ ଲସ୍କର ଆତଙ୍କୀ ପ୍ରାଣ ହରାଇଛନ୍ତି । ଜମ୍ମୁ କାଶ୍ମୀର ପୋଲିସ୍‌, ସିଆରପିଏଫ୍‌ ଏବଂ ସେନା ପକ୍ଷରୁ କରାଯାଇଥିବା ମିଳିତ ଅପରେସନ୍‌ରେ ଦୁଇ ଆତଙ୍କୀ ନିହତ ହୋଇଛନ୍ତି । ଦକ୍ଷିଣ କାଶ୍ମୀରର ସଙ୍ଗମ ବିଜବେହେରାରେ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି । ଶନିବାର ହୋଇଥିବା ଏନ୍‌କାଉଣ୍ଟରରେ ନିହତ ଦୁଇ ଆତଙ୍କୀ ସ୍ଥାନୀୟ ଅଧିବାସୀ ବୋଲି ଜଣାପଡିଛି । ନିହତ ଆତଙ୍କୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏନ୍‌କାଉଣ୍ଟର ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭଦ୍ରକ : ଜାଗର ଜାଳି ମନ୍ଦିରରୁ ଫେରୁଥିବା ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଅସୁସ୍ଥ ମହିଳା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ଭଣ୍ଡାରିପୋଖରୀ ଥାନାରେ ଏତଲା ଦିଆଯାଇଛି । କାଲି ରାତିରେ ମନ୍ଦିରରେ ଜାଗର ଜାଳି ପାଖ ଗାଁକୁ ଫେରୁଥିବାବେଳେ ମହିଳା ଜଣଙ୍କ ସହ ଏପରି ଅଘଟଣ ଘଟିଛି । ଏକା ଏକା ଚାଲି ଚାଲି ଫେରିବା ବେଳେ ଦୁଇଜଣ ତାଙ୍କୁ ଉଠାଇ ନେଇଥିଲେ । ନିକଟସ୍ଥ ବିଲକୁ ଟେକି ନେଇ ଗଣଦୁଷ୍କର୍ମ କରିଥିବାର ଥାନାରେ ଅଭିଯୋଗ ହୋଇଛି ।

Read More

ସମୀକ୍ଷା ବ୍ୟୁରୋ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ। ସାକ୍ଷାତ ପରେ ସିଏଏକୁ ନେଇ କେନ୍ଦ୍ର ସରକାରଙ୍କୁ ସମର୍ଥନ କରି କହିଛନ୍ତି ଯେ, ଏହି ଆଇନରେ କାହାକୁ ଡରିବାର ଆବଶ୍ୟକତା ନାହିଁ।  ସେହିପରି ଏନ୍‌ପିଆର, ଏନ୍‌ଆରସିକୁ ନେଇ ମଧ୍ୟ ଉଦ୍ଧବ କେନ୍ଦ୍ର ସମର୍ଥନରେ ରହିଥିବା ଜଣାଇଛନ୍ତି। ଉଦ୍ଧବଙ୍କ ଏହି ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତି ବେଶ୍‌ ସରଗରମ କରିଛି। ମହାରାଷ୍ଟ୍ରରେ ଶିବସେନା ପ୍ରମୁଖ ଉଦ୍ଧବ ରାଷ୍ଟ୍ରବାଦୀ କଂଗ୍ରେସ ଦଳ (ଏନ୍‌ସିପି) ଓ କଂଗ୍ରେସ ସହ ମିଳିତ ଭାବରେ ସରକାର ଚଳାଉଥିବାବେଳେ ଏବେ ଶିବସେନାର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ସିଏଏକୁ ନେଇ ଉଦ୍ଧବ ସମର୍ଥନ ଦେଉଥିବାବେଳେ ଏନ୍‌ସିପି ଓ କଂଗ୍ରେସ ବିରୋଧ କରୁଛନ୍ତି। ଅପରପକ୍ଷରେ ଦୁଇ ଭିନ୍ନ ବିଚାରଧାରାର ଏହି ମେଣ୍ଟରେ ପ୍ରତ୍ୟେହ କିଛି ନା କିଛି କାରଣକୁ ନେଇ ମେଣ୍ଟ ଭିତରେ ଅସନ୍ତୋଷ…

Read More

ମୁମ୍ବାଇ : ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଲ୍‌ ଜ୍ୟାଦା ସାବଧାନ’ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିଛି । ଫିଲ୍ମଟି ପ୍ରଥମ ଦିନରେ 9.55 କୋଟିର ବ୍ୟବସାୟ କରିଛି । ଚଳିତ ବର୍ଷର ଅଧିକ ଓପନିଂ କରିଥିବା ଫିଲ୍ମର ସୂଚୀରେ ଏବେ ଆୟୁଷ୍ମାନଙ୍କ ଫିଲ୍ମ ସ୍ଥାନିତ ହୋଇ ଚତୁର୍ଥ ସ୍ଥାନରେ ରହିଛି। ଚଳିତ ବର୍ଷ ଅଧିକ ଓପନିଂ କରିଥିବା ଫିଲ୍ମଗୁଡ଼ିକରେ ସର୍ବପ୍ରଥମେ ରହିଛି ଅଜୟ ଦେବଗନ୍‌ଙ୍କ ତାନାଜୀ  ଏହାପରକୁ ରହିଛି ସାରା ଅଲ୍ଲୀ ଖାନ୍‌ ଓ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଫିଲ୍ମ ‘ଲଭ୍‌ ଆଜକଲ୍‌’ ଓ ତୃତୀୟ ସ୍ଥାନରେ ରହିଛି ବରୁଣ-ଶ୍ରଦ୍ଧାଙ୍କ ‘ଷ୍ଟ୍ରିଟ୍‌ ଡ୍ୟାନ୍ସି ଥ୍ରୀଡି’। ସବୁବେଳେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସୁଥିବା ଆୟୁଷ୍ମନ୍‌  ‘ଶୁଭ ମଙ୍ଗଲ୍‌ ଜ୍ୟାଦା ସାବଧାନ’ରେ ଗେ’ ଚରିତ୍ରରେ ନଜର ଆସିଛନ୍ତି। ଏଥିରେ ତାଙ୍କ ପାର୍ଟନର୍‌ଙ୍କ ଭୂମିକାରେ ଆସିଛନ୍ତି ଜିତେନ୍ଦ୍ର କୁମାର। ହିତେଶ କେବଲିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟିରେ ନୀନା ଗୁପ୍ତା ଓ ଗଜରାଜ ରାଓ…

Read More

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ସମସ୍ତ ଚାରି ଅଭିଯୁକ୍ତଙ୍କ ଫାଶୀ ତାରିଖ ପାଖେଇ ଆସୁଥିବାବେଳେ ପରିବାରବର୍ଗଙ୍କ ସହ ଶେଷ ସାକ୍ଷାତ ପାଇଁ ସୁଯୋଗ ଦିଆଯିବ ବୋଲି ତିହାର ଜେଲ୍‌ ପ୍ରଶାସନ  ଲିଖିତ ଆକାରରେ ଜଣାଇଛନ୍ତି। ମୁକେଶ ଓ ପବନ ତାଙ୍କ ପରିବାରଙ୍କ ସହ ସାକ୍ଷାତ କରିଥିଲେ। ନିର୍ଭୟାର ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ପୁଣିଥରେ ଡେଥ୍‌ ଓ୍ୱାରେଣ୍ଟ ଜାରି କରିଥିଲେ। ମାର୍ଚ୍ଚ ୩ ସକାଳ ୬ଟାରେ ୪ ଦୋଷୀଙ୍କୁ ତିହାର ଜେଲ୍‌ରେ ଫାଶୀ ଦେବା ପାଇଁ ଦିନ ଧାର୍ଯ୍ୟ ହୋଇଛି । କିନ୍ତୁ ଲଗାତାର ଭାବରେ ନିର୍ଭୟା ଦୋଷୀମାନେ ଆଇନର ଗଳାବାଟ ଦେଇ ଫାଶୀ ତାରିଖକୁ ଘୁଞ୍ଚାଇବାରେ ସଫଳ ହେଉଛନ୍ତି। ଚାରି ଦୋଷୀଙ୍କ ମଧ୍ୟରୁ ତିନି ଦୋଷୀ ମୁକେଶ, ବିନୟ ଓ ଅକ୍ଷୟଙ୍କ ଫାଶୀରୁ ବଞ୍ଚିବା ପାଇଁ ରାଷ୍ଟ୍ରପତିଙ୍କ ଦୟା ଯାଚିକା ମଧ୍ୟ ଖାରଜ ହୋଇଯାଇଛି। ଏବେ ଏହି ତିନିହେଁଙ୍କ…

Read More