ସୁରଟ : ଗୁଜରାଟରେ ଏକ ନିନ୍ଦନୀୟ ଘଟଣା ସମ୍ମୁଖକୁ ଆସିଛି । ସୁରଟର ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଶାରିରୀକ ପରୀକ୍ଷଣ ନାମରେ ଉଲଗ୍ନ କରାଯାଇଛି । ସୁରତ ମ୍ୟୁନିସିପାଲ୍ କର୍ପୋରେସନ୍ ଦ୍ବାରା ପରିଚାଳିତ ଏହି ହସ୍ପିଟାଲରେ କାର୍ଯ୍ୟରତ ମହିଳା କିରାଣୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଏହି ଘଟଣା ଘଟିଥିଲା । 10 ଜଣ ପରୀକ୍ଷକଙ୍କ ସମ୍ମୁଖରେ ମହିଳାମାନଙ୍କୁ ଉଲଗ୍ନ କରାଯାଇ ଛିଡା କରାଯାଇଥିବା ବେଳେ ଗାଏନୋକୋଲୋଜିକାଲ୍ ଫିଙ୍ଗର ଟେଷ୍ଟ ମଧ୍ୟ ସମ୍ପନ୍ନ କରାଯାଇଥିଲା । ଏହି ପରୀକ୍ଷଣ ସହିତ ମହିଳା କର୍ମଚାରୀଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ମଧ୍ୟ ପଚରାଯାଇଥିଲା । ପୂର୍ବରୁ ଗର୍ଭଧାରଣ କରିଛନ୍ତି କି ନାହିଁ ବୋଲି ଅବିବାହିତ କର୍ମଚାରୀଙ୍କୁ ପ୍ରଶ୍ନ କରାଯାଇଥିଲା । ଏପରି ପରୀକ୍ଷଣକୁ କର୍ମଚାରୀ ସଙ୍ଘର ସମ୍ପାଦକ ଏଏ ଶେଖ୍ ନିନ୍ଦା କରିଛନ୍ତି ।
Author: Samikhsya Bureau
କନ୍ଦର୍ପ ବେହେରା ରେଢାଖୋଲ: ସରକାର ଗରିବ ଲୋକଙ୍କ ପାଇଁ କେତେ ଯେ ଯୋଜନା ପ୍ରଣୟନ କରିଛନ୍ତି ତାର ହିସାବ ନାହଁ। ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଗରିବ ସାଥିରେ ଆମେ ଅଛୁ ବୋଲି ସରକାର ଡିଣ୍ଡିମ ମଧ୍ୟ ପିଟୁଛନ୍ତି। ପ୍ରକୃତ ହିତାଧିକାରୀ ପାଖରେ ଏହି ସବୁ ଯୋଜନା ଠିକ୍ ଭାବରେ ପହଂଚି ପାରୁନି। ପ୍ରକୃତ ହିତାଧିକାରୀ ଏହି ସବୁ ଯୋଜନାରେ ସାମିଲ୍ ହେବା ପାଇଁ କିଛି ବି କରିପାରୁ ନାହିଁ। ଯେଉଁ ବ୍ୟକ୍ତି ହାତଗୁଞ୍ଜା ଦେଇପାରିଲା ସେ ସରକାରଙ୍କ ଯୋଜନା ହାତେଇ ପାରୁଛି। ଯେଉଁ ବ୍ୟକ୍ତି ଦେଇପାରିଲା ନାହିଁ ସରକାରୀ ଯୋଜନା ତା ଭାଗ୍ୟରେ ଜୁଟୁନି। ଯେଉଁ ଗରିବଲୋକ ମାନଙ୍କର ରହିବାକୁ ଘର ଖଣ୍ଡିଏ ନାହିଁ ତା’ପାଇଁ ବିଜୁ ପକ୍କାଘର ହେଉ ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉଛି ସାତ ସପନ। ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟକୁ ଯାଇ ଅଫିସର ଆଗରେ ଛିଡା ହୋଇ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ସଭାପତି ତାଲିକା ଘୋଷଣା କରାଯାଇଛି । ଡିସେମ୍ବର 27ରୁ ଫେବୃୟାରୀ 18 ପର୍ଯ୍ୟନ୍ତ 5ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ସହିତ ସମସ୍ତ ନିର୍ବାଚିତ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଅନୁଗୁଳ : ମହେନ୍ଦ୍ର ବସ୍ତିଆ ବାଲେଶ୍ବର : ରବୀନ୍ଦ୍ର କୁମାର ଜେନା ବରଗଡ : ବିଜୟ ରଞ୍ଜନ ସିଂ ବରିହା ଭଦ୍ରକ : ଜଗନ୍ନାଥ ସ୍ବାଇଁ ଭୁବନେଶ୍ବର : ଅନନ୍ତ ନାରାୟଣ ଜେନା ବଲାଙ୍ଗୀର : ଟୁକୁନି ସାହୁ ବୌଦ୍ଧ : ମହୀଧର ରଣା କଟକ : ଦେବାଶିଷ ସାମନ୍ତରାୟ ଦେବଗଡ : ରୋମାଞ୍ଚ ରଞ୍ଜନ ବିଶ୍ବାଳ ଢେଙ୍କାନାଳ : ପ୍ରଫୁଲ୍ଳ ମଲ୍ଲିକ୍ ଗଜପତି : ପ୍ରଦୀପ ନାୟକ ଗଞ୍ଜାମ : ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଜଗତସିଂହପୁର : ପ୍ରଶାନ୍ତ…
ରଞ୍ଜିତ୍ ପଣ୍ଡା ତିର୍ତ୍ତୋଲ୍: ସରକାର ଯୋଜନା କରୁଛନ୍ତି ସତ। କିନ୍ତୁ ଯୋଜନା କେତେ ଦୂର କାର୍ଯ୍ୟକାରୀ ହେଉଛି, ସେନେଇ କାହାରି ନିଘା ନାହିଁ। ସେପଟେ କେଉଁଠି ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ପଡୁଥିବା ବେଳେ ଅଯୋଗ୍ୟ ହିତାଧିକାରୀ ମାଲେମାଲ୍ ହେଉଛନ୍ତି । ଏବେ ରାଜ୍ୟରେ ଆବାସ ଯୋଜନାକୁ ନେଇ ବ୍ୟାପକ ଅନିୟମିତତା ଦେଖାଦେଇଛି। ଗରିବଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ସରକାର ପୁଳା ପୁଳା ଯୋଜନା କରିଛନ୍ତି। ଆଉ ଏହାର ସଫଳତା ନେଇ ଡିଣ୍ଡିମ ମଧ୍ୟ ପିଟୁଛନ୍ତି। କିନ୍ତୁ ପ୍ରକୃତରେ କଣ ଏହି ଯୋଜନା ସବୁ ଶତ ପ୍ରତିଶତ କାର୍ଯ୍ୟକାରୀ ହେଉଛି ? ନା ଅଧାବାଟରେ ବାଟମାରଣା ହେଉଛି ଏ ଯୋଜନା। ତିର୍ତ୍ତୋଲ୍ରେ ଘଟିଥିବା ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆମ ଯୋଜନାର ସଫଳ ରୂପାୟନ ନେଇ ପ୍ରଶ୍ନଟିଏ ଉଠିବାକୁ ବାଧ୍ୟ ହେଉଛି। ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଇଥିବା ଅଭିଯୋଗ…
କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲ ସ୍ଥିତ ଭୀମଭୋଇ ମହାବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷ ଅକ୍ଷୟ କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ୍ ଉପଦେଷ୍ଟା ଅଧ୍ୟାପକ ଅଞ୍ଜନ କୁମାର ମିଶ୍ର ସଂଯୋଜନା କରିଥିଲେ । କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ, ଅଧ୍ୟାପକ , ଅଧ୍ୟାପିକା ତଥା କର୍ମଚାରୀମାନଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଅଧ୍ୟାପକ ଡଃ ମନୋରଞ୍ଜନ ମହାନ୍ତ ମୁଖ୍ୟବକ୍ତା ଭାବରେ ଯୋଗଦେଇ ମାତୃଭାଷା ଦିବସ ପାଳନର ଐତିହାସିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ । ପ୍ରତ୍ୟେକ ଭାଷା ପ୍ରତି ଶ୍ରଦ୍ଧା ଏବଂ ସମ୍ମାନ ରହିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ସୁନୀଲ ସେନ୍, ଏନ୍ ଏସ୍ ଏସ୍ ପୋଗ୍ରାମ୍ ଅଫିସର ବିରଂଚି ଖଡିଆ, ସଂସ୍କୃତ ବିଭାଗ ମୁଖ୍ୟ, ଦୁଃଶାସନ ବିଶ୍ୱାଳ, ଦର୍ଶନ ବିଭାଗ ମୁଖ୍ୟ…
ସିଡ୍ନୀ : ଚଳିତ ବର୍ଷର ମହିଳା ଟି 20 ବିଶ୍ବକପ୍ ଆଜିଠାରୁ ଆରମ୍ଭ ହୋଇଛି । ଉଦ୍ଘାଟନୀ ମ୍ୟାଚ୍ରେ ପରସ୍ପରର ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି ଘରୋଇ ଅଷ୍ଟ୍ରେଲିଆ ଏବଂ ଭାରତ । ସିଡ୍ନୀରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚ୍ରେ ଭାରତ ପ୍ରଥମମେ ବ୍ୟାଟିଂ କରିବ । ଅଷ୍ଟ୍ରେଲିୟ ଅଧିନାୟିକା ମେଗ୍ ଲାନିଂ ଟସ୍ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛନ୍ତି । ଭାରତ ପକ୍ଷରୁ ଏହି ମ୍ୟାଚ୍ରେ ଶେଫାଳି ବର୍ମା ନିଜର ବିଶ୍ବକପ୍ ପଦାର୍ପଣ କରିଛନ୍ତି । ଭାରତୀୟ ଦଳ : ହରମନ୍ପ୍ରୀତ୍ କୌର(ଅଧିନାୟିକା), ସ୍ମୃତି ମାନ୍ଧନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣମୂର୍ତ୍ତି, ତାନିଆ ଭାଟିଆ, ରାଧା ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ଶିଖା ପାଣ୍ଡେ, ଏବଂ ଅରୁନ୍ଧତୀ ରେଡ୍ଡୀ ।
ବିରମିତ୍ରପୁର: ପବିତ୍ର ଜାଗରରେ ଅଘଟଣ ଘଟିଛି। ଶିବ ଦର୍ଶନ କଲାବେଳେ ପଥର ଖସି 15 ଜଣ ଆହତ ହୋଇଛନ୍ତି। ନୂଆଗାଁ ବ୍ଲକ କନ୍ଦରକେଲା ଜଟିଆ ପାହାଡ଼ ଶିବ ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି। ପ୍ରଭୁ ଶିବଙ୍କ ଦର୍ଶନ ପାଇଁ ଲମ୍ବା ଧାଡିରେ ଛିଡା ହୋଇଥିଲେ ଶ୍ରଦ୍ଧାଳୁ। ଶ୍ରଦ୍ଧାଳୁମାନେ ଯା’ ଆସ କଲାବେଳେ ପାହାଡ଼ ଖୋଲରୁ ପଥର ଖସିବାରୁ 15 ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ 10 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ହାତିବାରୀ ପ୍ରାଥମିକ ଚିକିତ୍ସାୟରେ ଆଶୁ ଚିକିତ୍ସା ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ କିଛି ଶ୍ରଦ୍ଧାଳୁ ଫସି ରହିଥିବାର ସୂଚନା ରହିଛି। ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିବାକୁ ଯାଇଥିବାବେଳେ ପୋଲିସ୍ ସହ 6ଟି ଆମ୍ବୁଲାନ୍ସ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ସମୀକ୍ଷା ବ୍ୟୁରୋ ବିରମିତ୍ରପୁର : ପବିତ୍ର ଜାଗରରେ ଅଘଟଣ ଘଟିଛି । ଶିବ ଦର୍ଶନ କଲାବେଳେ ପଥର ଖସି ତିନି ଜଣ ଆହତ ହୋଇଛନ୍ତି । ନୂଆଗାଁ ବ୍ଲକ କନ୍ଦରକେଲା ଜଟିଆ ପାହାଡ଼ ଶିବ ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି । ପ୍ରଭୁ ଶିବଙ୍କ ଦର୍ଶନ ପାଇଁ ଲମ୍ବା ଧାଡିରେ ଛିଡା ହୋଇଥିଲେ ଶ୍ରଦ୍ଧାଳୁ । ହଠାତ୍ ପାହାଡ଼ ଖୋଲରୁ ପଥର ଖସିବାରୁ ତିନିଜଣ ଆହତ ହୋଇଛନ୍ତି । ହାତିବାରୀ ପ୍ରାଥମିକ ଚିକିତ୍ସାୟରେ ଆଶୁ ଚିକିତ୍ସା ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ୟରେ ଦୁଇ ବର୍ଷର କୁନି ପୁଅ, ଚବିଶ ବର୍ଷୀୟ ଯୁବତୀ ଓ ଜଣେ ମହିଳା ରହିଛନ୍ତି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ବ୍ରହ୍ମପୁରରେ ଆସନ୍ତା ୨୨ ଓ ୨୩ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶା ସାଂସ୍କୃତିକ ମହୋତ୍ସବ । ବ୍ରହ୍ମପୁରର ଅନ୍ୟତମ ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ଅଭିଷେକ କ୍ରିଏସନ୍ ଆନୁକୂଲ୍ୟରେ ଆସନ୍ତା ୨୨ ଓ ୨୩ ତାରିଖରେ ଖଲିକୋଟ କଲେଜ ଖେଳ ପଡ଼ିଆରେ ଏହି ମହୋତ୍ସବ ଅନୁଷ୍ଠିତ ହେବ । ଏକସ୍ଥାନରେ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ମହୋତ୍ସବ ସାଙ୍ଗକୁ ଭାଷା, ସାହିତ୍ୟ, କବିତାର ଆସର ଅନୁଷ୍ଠିତ ହେବ । ଓଡ଼ିଶା ସାଂସ୍କୃତିକ ମହୋତ୍ସବରେ ଭାଗ ନେବା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ରାଜ୍ୟ ଓ ରାଜ୍ୟ ବାହାରର ପ୍ରସିଦ୍ଧ ସଂଗୀତଜ୍ଞ, କଣ୍ଠଶିଳ୍ପୀ, ନୃତ୍ୟାଙ୍ଗନା, ଓଲିଉଡ଼୍ର ଅଭିନେତା, କଳାକାରମାନେ ଆସୁଛନ୍ତି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା କୃତିସଂପନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ବଲିଉଡ଼୍ରୁ କଣ୍ଠଶିଳ୍ପୀ ସୁନିଲ୍ କୁମାର,…
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର କମଲନାଥ ସରକାର ରାଜ୍ୟର ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏକ ନିଷ୍ପତ୍ତି ଜାରି କରିଛନ୍ତି। ରାଜ୍ୟର କଂଗ୍ରେସ ସରକାର ସ୍ବାସ୍ଥ୍ୟକର୍ମୀଙ୍କୁ ଅତି କମ୍ରେ ଜଣଙ୍କର ବନ୍ଧ୍ୟାକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏପରି ନ କରିପାରିବେ, ତେବେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ସହ ବେତନ କାଟ କରାଯିବା ବୋଲି ସୂଚନା ରହିଛି। ରାଜ୍ୟର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନର ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ଏପରି ନିର୍ଦ୍ଦେଶ ଜାରି କରାଯାଇଛି। ବନ୍ଧ୍ୟାକରଣର ଟାର୍ଗେଟ ପୂରଣ ନ କରିପାରିଲେ ସ୍ବାସ୍ଥ୍ୟକର୍ମୀଙ୍କୁ ବେତନ କାଟ ସହିତ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ମଧ୍ୟପ୍ରଦେଶରେ ପରିବାର ନିୟୋଜନ କାର୍ଯ୍ୟକ୍ରମରେ ନିଯୁକ୍ତ ଥିବା କର୍ମଚାରୀଙ୍କ ପାଇଁ 5ରୁ 10ଜଣ ପୁରୁଷଙ୍କ ବନ୍ଧ୍ୟାକରଣ କରିବା ଅନିବାର୍ଯ୍ୟ କରାଯାଇଛି। ଜନସଂଖ୍ୟା ବୃଦ୍ଧିରେ ନିୟନ୍ତ୍ରଣ ପାଇଁ ଭାରତ 1952ରେ ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ରୂପେ ଗ୍ରହଣ କରିଥିଲା। (ଏଜେନ୍ସି)
ଉତ୍ତରପ୍ରଦେଶ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍) ମୁଖ୍ୟତଃ କଠୋର ହିନ୍ଦୁବାଦୀ ବୋଲି ଜଣାଯାଇଥା’ନ୍ତି ଏପରିକି ସେମାନେ ମୁସଲମାନଙ୍କୁ ବିରୋଧ କରିଥାନ୍ତି ବୋଲି ସାଧାରଣରେ ଆମର ଏକ ଚିନ୍ତାଧାରା ରହିଆସିଛି। କିନ୍ତୁ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶଠାରେ। ମିଳିଥିବା ସୂଚନା ଅନୁସାରେ ସଂଘ ପରିବାର ସହ ଜଡିତ ଥିବା ବିଦ୍ୟା ଭାରତୀ ଦ୍ବାରା ସଞ୍ଚାଳିତ ବିଦ୍ୟାଳୟଗୁଡ଼ିକରେ ମୁସଲମାନ ଛାତ୍ରଙ୍କ ସଂଖ୍ୟା ବଢିଥିବାର ଦେଖାଯାଇଛି। ବିଗତ ତିନି ବର୍ଷ ଧରି ଏହି ସ୍କୁଲରେ ପ୍ରାୟ ୩୦ ପ୍ରତିଶତ ମୁସଲମାନ ଛାତ୍ରଙ୍କ ବୃଦ୍ଧି ହୋଇଥିବାର ଜଣାଯାଇଛି। ବର୍ତ୍ତମାନ ଉତ୍ତରପ୍ରଦେଶର ଏହି ସ୍କୁଲଗୁଡିକରେ ପ୍ରାୟ ୧୨,୦୦୦ ମୁସଲମାନ ଓ ଈଶାଇ ଛାତ୍ର ଶିକ୍ଷାଗ୍ରହଣ କରୁଛନ୍ତି। ଏତଦ୍ବ୍ୟତୀତ ବିଦ୍ୟାଭାରତୀରେ ମୁସଲମାନ ଶିକ୍ଷକମାନେ ମଧ୍ୟ ଭର୍ତ୍ତି ହେଉଛନ୍ତି। ବିଦ୍ୟାଭାରତୀର ଏହି ବିଦ୍ୟାଳୟଗୁଡ଼ିକରେ ମୁସଲିମ୍ ଛାତ୍ରମାନେ ଶ୍ଲୋକ ସହ ମନ୍ତ୍ର ପାଠ ମଧ୍ୟ କରୁଛନ୍ତି। କେବଳ ପାଠ ନୁହେଁ ଖେଳରେ ମଧ୍ୟ ବେଶ୍ ଭଲ ପ୍ରଦର୍ଶନ କରୁଛନ୍ତି ଏହି ବିଦ୍ୟାଳୟର…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଅବସର ଘୋଷଣା କରିଛନ୍ତି ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା। ସମସ୍ତ ପ୍ରକାର ଫର୍ମାଟ୍ରୁ ଅବସର ଘୋଷଣା କଲେ ପ୍ରଜ୍ଞାନ। ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ ପାଇଁ 14 ବର୍ଷ ଖେଳିଥିଲେ। 2009 ମସିହାରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ ପ୍ରଜ୍ଞାନ। ପ୍ରଜ୍ଞାନ ମୋଟ 24ଟି ଟେଷ୍ଟରେ 113ଟି ଓ୍ବିକେଟ୍ ନେଇଥିବାବେଳେ 2008 ମସିହାରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଦିନିକିଆରେ ଖେଳିଥିଲେ ପ୍ରଜ୍ଞାନ। 18ଟି ଦିନିକିଆରେ ମୋଟ 21ଟି ଓ୍ବିକେଟ୍ ନେଇଛନ୍ତି ପ୍ରଜ୍ଞାନ ଓଝା। ସେହିପରି 92ଟି ଆଇପିଏଲ୍ ଖେଳି 89ଟି ଓ୍ବିକେଟ୍ ହାସଲ କରିଥିଲେ ପ୍ରଜ୍ଞାନ। ଏହି ଅବସରରେ ଭିଏସଏସ୍ ଲକ୍ଷ୍ମଣ, ଭେଙ୍କଟପତି ରାଜୁ, ମହେନ୍ଦ୍ର ସିଂ ଧୋନି ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି।
ହାଇଦ୍ରାବାଦ : ଏଆଇଏମଆଇଏମ ମୁଖ୍ୟ ତଥା ଅସଉଦ୍ଦିଦ୍ନ ଓ୍ବଓ୍ବେସୀଙ୍କ ମଞ୍ଚରେ ପାକିସ୍ତାନ ଜିନ୍ଦାବାଦ୍ ନାରା ଦେଇଥିବା ଯୁବତୀଙ୍କୁ ଗିରଫ କରିଛି ପୋଲିସ । ଅମୂଲ୍ୟା ଲିୟୋନା ନାମ୍ନୀ ଏହି ଯୁବତୀଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରାଯାଇଛି। ଯୁବତୀଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତରେ ରଖାଯାଇଥିବାବେଳେ ତାଙ୍କୁ ପରପ୍ପାନା ଅଗ୍ରହାରା ସେଣ୍ଟ୍ରାଲ୍ ଜେଲ୍କୁ ପଠାଯାଇଛି। ସୂଚନାଯୋଗ୍ୟ, ବେଙ୍ଗାଲୁରୁର ଫ୍ରିଡମ୍ ପାର୍କଠାରେ ସିଏଏ, ଏନପିଆର ଓ ଏନଆରସି ବିରୋଧରେ ବିକ୍ଷୋଭ ସଭା ଆୟୋଜନ ହୋଇଥିଲା। ଓ୍ବଓ୍ବେସୀ ଏହି ସଭାରେ ଯୋଗଦେବାକୁ ମଞ୍ଚ ଉପରେ ଚଢିବା କ୍ଷଣି ସମ୍ପୃକ୍ତ ଯୁବତୀ ଜଣଙ୍କ ପାକିସ୍ତାନ ଜିନ୍ଦାବାଦ ନାରା ଦେବା ଆରମ୍ଭ କରିଦେଇଥିଲେ। ଓ୍ବଓ୍ବେସୀ ଏହାକୁ ରୋକିବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଯୁବତୀ ଜଣକ ଶୁଣିନଥିଲେ। ଶେଷରେ ପୋଲିସ୍ ମଞ୍ଚ ଉପରୁ ଯୁବତୀଙ୍କୁ ଆଣିଥିଲେ । (ଏଜେନ୍ସି)
ମୁମ୍ବାଇ : ଫିଲ୍ମି ଫ୍ରାଇଡେ’ରେ ଆଜି ରିଲିଜ୍ ହେଉଛି ଦୁଇଟି ବଡ଼ ଫିଲ୍ମ । ବିକି କୌଶଲ୍ଙ୍କ ହରର୍ ଫିଲ୍ମ ‘ଭୂତ୍- ପାର୍ଟ ଓ୍ବାନ୍’ ସହିତ ରହିଛି ଆୟୁଷ୍ମାନ୍ ଖୁରାନାଙ୍କ କମେଡ଼ି ଫିଲ୍ମ ‘ଶୁଭ୍ ମଙ୍ଗଲ୍ ଜ୍ୟାଦା ସାବଧାନ’। ପୂର୍ବରୁ ଆୟୁଷ୍ମାନଙ୍କ କମେଡି ଫିଲ୍ମ ‘ଡ୍ରିମ୍ ଗାର୍ଲ’ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିବାବେଳେ ଏହି ଫିଲ୍ମଟିକୁ ନେଇ ମଧ୍ୟ ଦର୍ଶକେ ବେଶ୍ ଆଶାବାଦୀ ରହିଛନ୍ତି । କିନ୍ତୁ ଏହି ଫିଲ୍ମର ଷ୍ଟୋରୀ ଟିକେ ହଟ୍କେ ରହିଛି । ଫିଲ୍ମରେ ଆୟୁଷ୍ମାନ ଗେ’ ଚରିତ୍ରରେ ନଜର ଆସୁଥିବାବେଳେ ସମଲିଙ୍ଗୀ ସମ୍ପର୍କକୁ ଦର୍ଶାଯାଇଛି । ଜିତେନ୍ କେବଲିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନୀନା ଗୁପ୍ତା, ଗଜରାଜ ରାଓ ଓ ଜିତେନ୍ଦ୍ର କୁମାର ପ୍ରମୁଖ ଅଭିନୟ କରିଛନ୍ତି । ସେହିପରି ଆଜି ରିଲିଜ୍ ହେଉଥିବା ଅନ୍ୟ ଏକ ଫିଲ୍ମ ହେଉଛି ହରର୍ ଫିଲ୍ମ ‘ଭୂତ – ପାର୍ଟ ଓ୍ବାନ’। କରନ୍ ଜୋହରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଖଣ୍ଡର ସମସ୍ତ ତହସିଲ୍ଦାର, ଅତିରିକ୍ତ ତହସିଲ୍ଦାର ଓ ରାଜସ୍ୱ ପର୍ଯ୍ୟବେକ୍ଷକଙ୍କୁ ନେଇ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜସ୍ୱ ବିଭାଗର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ଆଲୋଚନା କରାଯାଇଛି । ମୁଖ୍ୟତଃ ଜମିକିଣା ବିକା, ସମସ୍ତ ରାଜସ୍ୱ କାର୍ଯ୍ୟାଳୟ ଗୁଡ଼ିକରେ ନାମଫଳକ ଲଗାଇବା, ଗୁରୁତ୍ୱପୂର୍ଣ୍ଣ ସରକାରୀ ଜମିକୁ ପାଚେରୀ ନିର୍ମାଣ କରିବା ଓ ଜନସାଧାରଣଙ୍କୁ ସଠିକ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରତି ରାଜସ୍ୱ କାର୍ଯ୍ୟାଳୟଗୁଡ଼ିକରେ ସୁବିଧା ଉପଲବ୍ଧ କରାଇବା, ଜମି ପଟା ଠିକ୍ ସମୟରେ ରୟତ ଆବେଦନକାରୀଙ୍କୁ ପ୍ରଦାନ କରିବା ନିମନ୍ତେ ଗୁରୁତ୍ୱାରୋପ କରିଥିଲେ ଏବଂ ସରକାରଙ୍କର ରାଜସ୍ୱ ପରିଚାଳନାର ସଠିକ୍ ରୂପାୟନ ନିମନ୍ତେ ନିଜ ନିଜ ତହସିଲ୍ର ଅଧିନରେ ସମାଧାନ ଶିବିର କରି ତ୍ୱରିତ ପଦକ୍ଷେପ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ମହାଶିବରାତ୍ରୀ ଉପଲକ୍ଷେ ଦେବଦେବ ମହାଦେବ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ବିଭିନ୍ନ ଫୁଲରେ ଝଲସି ଉଠିଛି। ଆଜି ଭକ୍ତମାନେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସହିତ ମନ୍ଦିରର ଏପରି ସାଜସଜ୍ଜା ଦେଖି ବିମୋହିତ ହୋଇଯାଉଛନ୍ତି। ଭୁବନେଶ୍ବର ଫ୍ଲୋରିଷ୍ଟ ସଂଘ ତରଫରୁ ଏକି ଫୁଲସଜ୍ଜା କାମ କରାଯାଇଛି। ଏଥିପାଇଁ ପ୍ରାୟ 5 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପୂର୍ବରୁ ପୁରୀର ମନ୍ଦିରକୁ ଯେପରି ଫୁଲରେ ସଜା ଯାଇ ଆକର୍ଷଣୀୟ କରାଯାଇଥିଲା ଠିକ୍ ସେହିପରି ଲିଙ୍ଗରାଜ ମନ୍ଦିରରେ କରାଯାଇଛି। ସେତିକି ନୁହେଁ ଚଳିତ ବର୍ଷ ପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରୀ ଭକ୍ତମାନଙ୍କୁ ଏକ ନିଆରା ଅନୁଭୂତି ମିଳିବ। କାରଣ ମନ୍ଦିର ଚାରିପଟୁ ଉଚ୍ଛେଦ କରାଯାଇ ସୌନ୍ଦର୍ଯ୍ୟକରଣ କରାଯାଇଛି। ମନ୍ଦିର ଚାରିପଟୁ ପର୍ଯ୍ୟାପ୍ତ ସ୍ଥାନ ବୁଲିବା ପାଇଁ ମିଳିପାରିଛି। ଫଳରେ ପୂର୍ବରୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଯେଉଁ ଭିଡ ହେଉଥିଲା ତାହା ଏଥର ହେବ ନାହିଁ। ସେହିପରି ଗାଡି ପାର୍କିଂ ପାଇଁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ପୂର୍ବରୁ କୌଣସି ସୂଚନା ନଥାଇ ପରୀକ୍ଷାରେ ନିର୍ଦ୍ଧାରିତ ୨ ଘଣ୍ଟା ୩୦ ମିନିଟ୍ ସମୟକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ସଂକ୍ଷିପ୍ତ ପାଇଁ ୧ ଘଣ୍ଟା ଏବଂ ଅବଶିଷ୍ଟ ପାଇଁ ଦେଢ଼ଘଣ୍ଟା ମିଳୁଛି । ତେବେ ଅଧିକାଂଶ ଛାତ୍ରଛାତ୍ରୀ ସଂକ୍ଷିପ୍ତ ଉତ୍ତର ପ୍ରଦାନ ୩୫ ରୁ ୪୦ ମିନିଟ୍ ମଧ୍ୟରେ ସମାପ୍ତ କରି ପରୀକ୍ଷା ହଲ୍ରେ ଖାଲିରେ ବସୁଛନ୍ତି । ଏପରିକି ଦୀର୍ଘ ପ୍ରଶ୍ନୋତ୍ତର ପ୍ରଦାନ ପାଇଁ ୧ ଘଣ୍ଟା ୩୦ ମିନିଟ୍ ସମୟ ନିଅଣ୍ଟ ହେଉଛି । ନୂତନ ନିୟମାନୁସାରେ ସେମାନେ ଦୀର୍ଘ ପ୍ରଶ୍ନୋତ୍ତର ଖାତା ଖୋଲିବାକୁ ଅନୁମତି ପାଉନାହାନ୍ତି । ଏହି ପ୍ରକ୍ରିୟାରେ ପରୀକ୍ଷା ହେବ ବୋଲି ପିଲାମାନେ ଆଗରୁ ଜାଣିନଥିଲେ। କର୍ତ୍ତୃପକ୍ଷ ଏହି ଗିନିପିକ୍ ନୀତିରେ ଅସୁବିଧାର ସମ୍ମୁଖୀନ ହୋଇ ମନଦୁଃଖରେ କାନ୍ଦି କାନ୍ଦି ପରୀକ୍ଷା ହଲ୍ରୁ ମାତୃଭାଷା ପରୀକ୍ଷା ଦେଇ…
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍ପି ଲ୍ୟାଡ୍ ଫଣ୍ଡ) ଅର୍ଥରେ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପାଦନ କରାଯାଇପାରିବ ନାହିଁ ବୋଲି ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଜଣାଇଛନ୍ତି । ଅନ୍ୟପକ୍ଷରେ ସେହି ପାଣ୍ଠି ବରାଦ ଅର୍ଥର ପ୍ରକଳ୍ପଗୁଡିକ ପାଇଁ ସମିତି ସଭ୍ୟ କିମ୍ବା ସରପଞ୍ଚମାନଙ୍କୁ କାର୍ଯ୍ୟାଦେଶ (ଓ୍ବାର୍କ ଅର୍ଡର) ଦିଆଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି । ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଯୋଜନା ମନ୍ତ୍ରୀ ଶ୍ରୀ ବେହେରା କହିଲେ, ଏହି ପାଣ୍ଠି ବରାଦ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଛଅମାସ ଭିତରେ ଆରମ୍ଭ କରାଯିବାର ନିୟମ ରହିଛି । ଜିଲ୍ଲାପାଳମାନେ ଏହି ପ୍ରକଳ୍ପଗୁଡିକ ଅନୁମୋଦନ କରିଥାଆନ୍ତି । ପୂର୍ବତନ ସାଂସଦମାନଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍.ପି. ଲ୍ୟାଡ୍ ଫଣ୍ଡ) ଅର୍ଥରୁ 92 ଦଶମିକ 73 ଭାଗ ଅର୍ଥ ଇତିମଧ୍ୟରେ ଖର୍ଚ୍ଚ ହୋଇସାରିଥିବାବେଳେ ପୂର୍ବତନ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିର ଅର୍ଥ…
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅର୍ଥ ଯୋଗାଇ ଦେଉଛନ୍ତି ସେଥିପାଇଁ କୌଣସି କେନ୍ଦ୍ରୀୟ ସହାୟତା ମିଳୁନାହିଁ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ଶାସକ ଦଳର ଅନ୍ୟତମ ବରିଷ୍ଠ ବିଧାୟକ ପ୍ରଦୀପ କୁମାର ଅମାତ ବିଧାନସଭାରେ ପ୍ରକାଶ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ସମୟରେ ସମଗ୍ର ଦେଶରେ ଛଅ ହଜାର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା । ନବୋଦୟ ଢାଞ୍ଚାରେ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ବିଜେପି ନେତୃତ୍ବାଧୀନ ଏନ.ଡି.ଏ. ସରକାର କ୍ଷମତାକୁ ଆସିବା ପରେ ସେହି ସହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଥିଲା । ତେଣୁ ରାଜ୍ୟର ଗ୍ରାମାଞ୍ଚଳରେ ଗରିବ ମେଧାବୀ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ମାନର ଶିକ୍ଷା ଦାନ ଲାଗି ଓଡ଼ିଶା ସରକାର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାର…
ଚୀନ୍ : ଚୀନରେ କରୋନା ଭାଇରସର ପ୍ରଭାବ ଜାରି ରହିଛି । ଚୀନରୁ ବିଶ୍ୱର 29ଟି ଦେଶକୁ ବ୍ୟାପିଥିବା କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା 2233ରେ ପହଞ୍ଚିଛି । ଏହି ମାରାତ୍ମକ ଭାଇରସ ଯୋଗୁଁ ପାଖାପାଖି 76 ହଜାର ଲୋକ ଆକ୍ରାନ୍ତ ଥିବା ଜଣାପଡ଼ିଛି । ହୁବେଇ ସ୍ୱାସ୍ଥ୍ୟ କମିଶନ କହିଛନ୍ତି, ଗୁରୁବାର ରାଜ୍ୟରେ କରୋନା ଭାଇରସ ଯୋଗୁଁ 115 ଜଣଙ୍କର ମୃତ୍ୟୁ ହୋଇଛି । ଚୀନ ବ୍ୟତୀତ ଅନ୍ୟ ଦେଶରେ 11ଜଣଙ୍କ ମୃତ୍ୟୁ ହୋଇଛି । ହଂଗକଂଗ ଓ ଇରାନରେ 2 ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ, ତାଇୱାନ, ଜାପାନ, ଫିଲିପାଇନ୍ସ ଏବଂ ଫ୍ରାନ୍ସରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି । କରୋନାଭାଇରସ୍ ସଂକ୍ରମଣକୁ ରୋକିବା ଲାଗି ଚୀନ୍ ସରକାର କଠୋର ପଦକ୍ଷେପ ନେଇଛନ୍ତି। ହୁବେଇ ପ୍ରଦେଶର ନିୟୁତ ନିୟୁତ ଲୋକଙ୍କୁ ହୁବେଇ ବାହାରକୁ ଛଡୁନାହାନ୍ତି। ସେମାନଙ୍କୁ ଚୀନ୍ର ଅନ୍ୟାନ୍ୟ ପ୍ରଦେଶ ତଥା ବିଶ୍ୱର ଅନ୍ୟ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ମହାଶିବରାତ୍ରୀ। ଜାଗର ଯାତ୍ରା ପାଇଁ ଏକାମ୍ର କ୍ଷେତ୍ର ସମେତ ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି। ଆଜି ଭୋର 3ଟାରୁ ଲିଙ୍ଗରାଜଙ୍କ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଛି। ଏହାପରେ ମହାଦେବଙ୍କ ବିଭିନ୍ନ ନୀତିକାନ୍ତି ଜାରି ରହିଛି। ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ରାତି 10ଟାରେ ମହାପ୍ରଭୁଙ୍କ ମହାଦୀପ ଉଠିବ। ପ୍ରଥମ ଥର ପାଇଁ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ସହ ମନ୍ଦିର ବେଢାକୁ ବିଭିନ୍ନ ଫୁଲରେ ସଜାଯାଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସିଂହଦ୍ୱାର ସମ୍ମୁଖରୁ 200 ମିଟର ଯାଏ ବ୍ୟାରିକେଡ୍ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ 30 ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା ପାଇଁ 14ଟି ପାର୍କିଂ ପ୍ଲେସ୍ର ବ୍ୟବସ୍ଥା କରାଯାଇଛି।

