ପୁଣେ : ମହାରାଷ୍ଟ୍ରର ଜଣେ ଛାତ୍ରଙ୍କୁ ଜଣେ ଶିକ୍ଷକ ଏପରି ମାଡ ମାରିଛନ୍ତି ଯେ, ଛାତ୍ର ଜଣକ ଚିକିତ୍ସିତ ହେବା ପାଇଁ ଭର୍ତ୍ତି କରାଯାଇଛି । ଗୁରୁ ଶିଷ୍ୟ ପରମ୍ପରାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଏହି ଘଟଣାଟି ପୁଣେଠାରେ ଘଟିଛି। ପୁଣେର ଏକ ଆଧ୍ୟାତ୍ମିକ ସଂସ୍ଥାନର 11 ବର୍ଷୀୟ ଛାତ୍ର ଜଣଙ୍କୁ ଶିକ୍ଷକ ଜଣକ ମାଡ ମାରି ଘାଇଲା କରିଛନ୍ତି । ଛାତ୍ର ଜଣକ ହରିପାଠକୁ ଠିକ୍ ସେ ପଢି ନ ପାରିବାରୁ ଶିକ୍ଷକ ଜଣକ ବାଡିରେ ମାଡ ମାରିଛନ୍ତି। ଶିକ୍ଷକଙ୍କ ମାଡରେ ଛାତ୍ର ଜଣକ ଗୁରୁତର ହୋଇପଡିଥିବାବେଳେ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣାରେ ପୋଲିସ୍ ମାମଲା ରୁଜୁ କରିଛି । ପୋଲିସ୍ ଆଇପିସି ଧାରା 307 ଅନ୍ତର୍ଗତ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅଭିଯୁକ୍ତଙ୍କୁ ମଧ୍ୟ ନ୍ୟାୟିକ ହେପାଜତକୁ ନେଇ ତଦନ୍ତ ଜାରି କରିଛି ।
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଭାରତୀୟ ବକ୍ସିଂ ଫେଡ଼େରେସନ ଦ୍ୱାରା ଅନୁଷ୍ଠିତ ହେଉଥିବା ଅନ୍ତଃ ଜିଲ୍ଲା ବକ୍ସିଂରେ ଭାଗନେବା ସକାଶେ, ଗଞ୍ଜାମ ଜିଲ୍ଲା ବକ୍ସିଂର ଚୟନ ପ୍ରକ୍ରିୟା ଆସନ୍ତା ୨୩ ତାରିଖରେ ବ୍ରହ୍ମପୁର ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହେବ। ଏଥିରେ ୨୦୦୬ ଏବଂ ୨୦୦୭ ମଧ୍ୟରେ ଜନ୍ମ ନେଇଥିବା ବାଳକ ଓ ବାଳିକା ନିଜ ନିଜର ପ୍ରମାଣପତ୍ର ସହ ଏଥିରେ ଭାଗ ନେଇପାରିବେ। ଏଥିର ପ୍ରଥମ ଥର ପାଇଁ ଭାରତୀୟ ଆନ୍ତଃଜିଲ୍ଲା ପ୍ରତିଯୋଗିତା ହରିଆନାର ରୋହତକ୍ଠାରେ ମାର୍ଚ୍ଚ ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବାଳକବାଳିକା (ସବ୍ଜୁନିୟର ବର୍ଗ)ର ନିଜର ଜନ୍ମଗତ ପ୍ରମାଣପତ୍ର, ଆଧାର କାର୍ଡ଼ ଏବଂ ମେଡ଼ିକାଲ୍ ସାର୍ଟିଫିକେଟ୍ ଧରି ୨୩ ତାରିଖ ସକାଳ ୬.୩୦ରୁ ୮ଟା ମଧ୍ୟରେ ପ୍ରଭାକର ରାଓ, ଶିବ ପାତ୍ର କିମ୍ବା ଶିଶିର ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଷ୍ଟାଡ଼ିୟମରେ ସାକ୍ଷାତ କରିବାକୁ ଜିଲ୍ଲା ସଂପାଦକ ଅଶୋକ ସାହୁ ଜଣାଇଛନ୍ତି।
ବବୁଲୁ ସାହୁ କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ କେନ୍ଦୁଘଟିଠାରେ ଏକ ଦୁର୍ଘଟଣା ହୋଇଛି । ଲାଞ୍ଜିଗଡ ରୁ କଟକ ଯାଉଥିବା ନାଇଟ କୋଚ ସାରଳା ବସ କେନ୍ଦୁଘଟି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରତି ଦିନ ପରି ଗତକାଲି ମଧ୍ୟ ଏହି ବସ କଟକ ଯାଉଥିବା ସମୟରେ ମ.ରାମପୁର ନିକଟ କେନ୍ଦୁଘଟି ଠାରେ ରାତି ପ୍ରାୟ 8.10ରେ ଓଲଟି ପଡିଥିଲା। ଏଥିରେ 5 ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ମ. ରାମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ଆହତ ମାନଙ୍କୁ ତୁରନ୍ତ ଡାକ୍ତର ଖାନରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ବସ୍ର ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଥିବାର ସୂଚନା ମିଳିଛି ।
ନୂଆଦିଲ୍ଲୀ : ଆପଣ ମାଗଣାରେ ପ୍ଲାଟଫର୍ମ ଟିକେଟ ଚାହୁଁଛନ୍ତି କି, ତେବେ ଆପଣଙ୍କୁ କରିବାକୁ ପଡିବ ଗୋଟେ ଛୋଟିଆ କାମଟିଏ। ଦିଲ୍ଲୀର ଆନନ୍ଦ ବିହାର ରେଳଷ୍ଟେସନରେ ଫିଟ୍ ଇଣ୍ଡିଆ ଅଭିଯାନ ନେଇ ଏକ ଅଭିନବ ପ୍ରକ୍ରିୟା ଦେଖିବାକୁ ମିଳିଛି । ଏହି ଷ୍ଟେସନରେ ମାଗଣା ପ୍ଲାଟଫର୍ମ ଟିକେଟ ପାଇଁ ଏକ ମେସିନ୍ ଲଗାଯାଇଛି । ଏହି ମେସିନ୍ରେ ନାମ ରହିଛି ସ୍କାଟ୍ ମେସିନ୍। ଯେଉଁଠି ଆପଣ ନିଜକୁ ଫିଟ୍ ବୋଲି ପ୍ରମାଣ ଦେବାକୁ ପଡ଼ିବ। ଅର୍ଥାତ୍ ଏହି ମେସିନ୍ ପାଖରେ ଆପଣଙ୍କୁ 180 ସେକେଣ୍ଡରେ 30 ଥର ଦଣ୍ଡ ବୈଠକ ମାରିବାକୁ ପଡ଼ିବ। ତା’ପରେ ଆପଣଙ୍କୁ ମାଗଣାରେ ପ୍ଲାଟଫର୍ମ ଟିକେଟ ମିଳିପାରିବ। ପ୍ଲାଟଫର୍ମ ଟିକେଟ ପାଇଁ 10 ଟଙ୍କା ଦେବାକୁ ପଡିଥାଏ। ଆପଣ ଉଠ ବସ୍ ହୋଇ 10 ଟଙ୍କା ବଞ୍ଚାଇ ପାରିବେ। ମାଗଣା ପ୍ଲାଟଫର୍ମ ଟିକେଟ ପାଇଁ ଆପଣଙ୍କୁ ପ୍ରଥମେ ମେସିନ୍ ଉପରେ ଚିହ୍ନିତ ହୋଇଥିବା ପଦଚିହ୍ନ ଉପରେ ଛିଡା…
ସମୀକ୍ଷା ବ୍ୟୁରୋ ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଧୁରୁଆଡ଼ିହି ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଟିଭି ଫାଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ବାମୀ ଓ କନ୍ୟା ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଟେଲିଭିଜନ୍ ଦେଖିବା ସମୟରେ ହଠାତ୍ ଏହା ସର୍ଟସର୍କିଟ୍ ହୋଇ ଫାଟି ଯିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ମହିଳାଜଣଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ବାମୀ ଓ 6 ବର୍ଷର କନ୍ୟା ସନ୍ତାନର ଅବସ୍ଥା ସଙ୍କଟାପନ୍ନ ଥିବାରୁ ରାଉରକେଲା ଆଇ ଜି ଏଚ୍କୁ ସ୍ଥାନାନ୍ତର କରାଯାଇଛି।
ରଞ୍ଜିତ୍ ପଣ୍ଡା କୁଜଙ୍ଗ : କୁଜଙ୍ଗଥାନା ଅନ୍ତର୍ଗତ ଜିଲ୍ଲାନାସୀ ପଂଚାୟତର ମହାନଦୀରୁ ବେଆଇନଭାବେ ବାଲିଉଠାଣକୁ କେନ୍ଦ୍ରକରି ଆଜି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ସରପଂଚଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତାଙ୍କର ଜେସିବି ଏବଂ ଟ୍ରାକ୍ଟର ଜରିଆରେ ପ୍ରତ୍ୟେକ ସରକାରୀ ଛୁଟିଦିନରେ ଏହିପରିଭାବେ ବେଆଇନଭାବେ ବାଲିଉଠାଯାଉଥିବା ନେଇଆସୁଥିବାବେଳେ ଏନେଇ ସ୍ଥାନୀୟ ତହସିଲଦାରଙ୍କର ନୀରବତା ରହସ୍ୟ ସୃଷ୍ଟି କରିଥିବା ଜଣାପଡ଼ିଛି। ତେବେ ଗତକାଲି ଏକ ଦୈନନ୍ଦିନ ବ୍ୟବହୃତ ହେଉଥିବା ଏକ ଗାଧୁଆତୁଠ, ଗାଇଗୋଠ ତଥା ଯାତାୟତ ପଥରୁ ବାଲିଉଠାଯାଉଥିବା ବେଳେ ସ୍ଥାନୀୟ କିଛିଲୋକ ଏହାକୁ ବିରୋଧ କରିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏନେଇ ଗୁରୁତର ଆହତଙ୍କୁ ଚିକିତ୍ସାପାଇଁ କଟକ ବଡ଼ଡ଼ାକ୍ତରଖାନାକୁ ପଠାଯାଇଥିବାବେଳେ ପୀଡ଼ିତଙ୍କ ପରିବାର ତରଫରୁ ଏନେଇ ଥାନାରେ ଅଭିଯୋଗ କରାଯାଇଛି । ବାଲି ଉଠାକୁ ନେଇ ସମ୍ପୃକ୍ତ ବୃଦ୍ଧ ଜଣକ ସରପଞ୍ଚ ପ୍ରମୋଦ ସ୍ବାଇଁ ଓ ଓ୍ବାର୍ଡମେମ୍ବରକୁ ନଦୀକୁ ଯିବା ଆସିବା ପାଇଁ ହଇରାଣ ହେଉଛୁ ଏଠୁ ବାଲି ନିଅ ନାହିଁ ବୋଲି କହିବା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୧୭ ତାରିଖରେ ନୂଆବସ୍ଷ୍ଟାଣ୍ଡ ରୋଡ଼୍ ନିକଟରେ ଥିବା ଗୁରୁଦେବ ହସ୍ପିଟାଲ୍ର ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ମହିଳାଙ୍କ ଅକାଳ ମୃତ୍ୟୁକୁ ନେଇ ପ୍ରଶାସନ ତତ୍ପର ହୋଇ କ୍ଲିନିକାଲ୍ ଆକ୍ଟ ଅନୁସାରେ ଏହାର ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ହସ୍ପିଟାଲ୍କୁ ସିଲ୍ କରିଛନ୍ତି । ମେଡ଼ିକାଲ୍ ବିରୋଧରେ ପୂର୍ବରୁ ବହୁ ଅଭିଯୋଗ ହୋଇଥିଲାବେଳେ ୧୯ ତାରିଖ ଦିନ ପ୍ରଶାସନ ପକ୍ଷରୁ ଏକ ଟିମ୍ ପହଞ୍ଚି ମେଡ଼ିକାଲ୍ର ସମସ୍ତ କାଗଜପତ୍ର ସଂଗ୍ରହ କରି ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ । ଜିଲ୍ଲାପାଳ ସମସ୍ତ କାଗଜପତ୍ରକୁ ଯାଞ୍ଚ କରିବା ପରେ ବ୍ରହ୍ମପୁର ତହସିଲ୍ଦାରଙ୍କୁ ଏହାକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମେଡ଼ିକାଲ୍ରେ କେତେଜଣ ଡ଼ାକ୍ତର ସ୍ଥାୟୀ ଭାବେ ୨୪ ଘଣ୍ଟା ରୁହନ୍ତି, ଜଣେ ଡ଼ାକ୍ତର ରୋଗୀଙ୍କୁ କେତେ ସମୟ ଚିକିତ୍ସା କରିଥାନ୍ତି, କେତେଜଣ ଭିଜିଟିଂ ଡ଼ାକ୍ତର ଏଠାକୁ ଆସି ଚିକିତ୍ସା…
କେଦାର ମିଶ୍ର କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଭାରତ ଆସିଲେ ତାଙ୍କୁ ସ୍ଵାଗତ କରିବା ଆମର ଦାୟିତ୍ଵ। ଭାରତର ପରମ୍ପରା ଅନୁସାରେ ଅତିଥିଙ୍କୁ ଦେବତା ତୁଲ୍ୟ ସତ୍କାର କରିବା ପାଇଁ ଆମେ ସଦା ପ୍ରସ୍ତୁତ। ହେଲେ ଅତିଥି ଯଦି ଆମ ହଜୁର ହେବାକୁ ଚେଷ୍ଟା କରନ୍ତି, ତାହାଲେ ସେଠି ଆମକୁ ଅତିଥିଙ୍କ ବିଷୟରେ ପାଞ୍ଚଥର ଭାବିବାକୁ ପଡିବ। ଏଇ ମାସ ଆସନ୍ତା ୨୪-୨୫ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତକୁ ନେଇ ଏବେ ସେମିତି କିଛି ଚିନ୍ତା କରିବାକୁ ଆମେ ବାଧ୍ୟ। ଭାରତ ଗସ୍ତରେ ଆସିବା ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ଫ କହିଛନ୍ତି- “ଭାରତ ଆମକୁ ସଠିକ ବ୍ୟବହାର ଦେଇନାହିଁ। ହେଲେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଲପାଏ। ସେ ମୋତେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଅହମଦାବାଦ ବିମାନ ବନ୍ଦରରୁ ଅଭିବାଦନ ଉତ୍ସବ ଭିତରେ ଆମକୁ ୭୦ ଲକ୍ଷ ଲୋକ ସ୍ଵାଗତ କରିବେ।“ ( We are not treated very well…
ଲକ୍ଷ୍ନୌ : ଦେଶରେ ମହିଳାଙ୍କ ସ୍ଥିତି ଦିନକୁ ଦିନ ଖରାପ ହୋଇପଡିଥିବା ବେଳେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ପୁଣି ଏକ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ସାହାଯ୍ୟ ପାଇଁ ଆସିଥିବା ତିନି ଯୁବକ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି । ଯୁବତୀ ଜଣକ ଟ୍ରେନ୍ରେ ଯାଉଥିବା ବେଳେ ସିଟ୍କୁ ନେଇ ସମସ୍ୟା ଦେଖାଦେବାରୁ ସେ ନିଜର ଭାବିସ୍ବାମୀଙ୍କୁ ଫୋନ୍ କରିଥିଲେ । ଭାବିସ୍ବାମୀଙ୍କ ତିନି ସହଯୋଗୀ ସହାୟତା ପାଇଁ ଆସିଥିଲେ ମଧ୍ୟ ଯୁବତୀଙ୍କୁ ଗଣ ବଳାତ୍କାର କରିଥିଲେ । ଗାଜିଆବାଦରେ ଅବସ୍ଥାନ କରୁଥିବା ଏହି ଯୁବତୀ ଜଣକ ଉତ୍ତର ପ୍ରଦେଶର ଆର୍ଣ୍ଣିଆ ଜିଲ୍ଲାର । ବୁଧବାର ରାତିରେ ଆର୍ଣ୍ଣିଆରୁ ଗାଜିଆବାଦ ଯାଉଥିବା ସମୟରେ ବର୍ରେ ଷ୍ଟେସନ୍ରେ ଏହି ଘଟଣା ଘଟିଥିଲା । ଯୁବତୀ ଜଣଙ୍କୁ ସିଟ୍ ମିଳିନଥିବାରୁ ତାଙ୍କୁ ତିନି ଯୁବକ ବାଇକ୍ରେ ନେଇଥିଲେ ଏବଂ ଅଧାରାସ୍ତାରେ ଏହି ଜଘନ୍ୟ କାଣ୍ଡ ଘଟାଇଥିଲେ । ଜଣେ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ…
ସମୀକ୍ଷା ବ୍ୟୁରୋ ଚିଲିକା : ଭାରତୀୟ ନୌସେନାର ନାବିକ ପ୍ରଶିକ୍ଷଣ କେନ୍ଦ୍ର ଆଇଏନ୍ଏସ୍ ଚିଲିକାର 40 ତମ ବାର୍ଷିକ ପାଳିତ ହୋଇଛି । ଶନିବାର ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ଯୋଗ ଦେଇଛନ୍ତି ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ । ରାଜ୍ୟପାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଆଇଏନ୍ଏସ୍ ଚିଲିକା ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । 20 ଫେବୃୟାରୀ 2020ରେ ରାଜ୍ୟପାଳ ପ୍ରଥମ ଥର ପାଇଁ ଚିଲିକା ଗସ୍ତରେ ଆସି ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଯୁଦ୍ଧସ୍ମାରକୀରେ ପୁଷ୍ପଚକ୍ର ପ୍ରଦାନ ପୂର୍ବକ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲା । ଆଇଏନ୍ଏସ୍ ଚିଲିକାର ଇତିହାସ ସମ୍ପର୍କରେ ଅବଗତ କରାଯିବା ପରେ ରାଜ୍ୟପାଳ ବିଭିନ୍ନ ପ୍ରଶିକ୍ଷଣ ସୁବିଧା ପରିଦର୍ଶନ କରିଥିଲେ । ଶୁକ୍ରବାର ରାଜ୍ୟପାଳ ଏକ ଘରୋଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହାପରେ ରାଜ୍ୟପାଳ ବାର୍ଷିକ ପିଠାକଟା ଉତ୍ସବରେ…
ଲକ୍ଷ୍ନୌ : ଭାରତରେ ଗଚ୍ଛିତ ସୁନାର ପରିମାଣ ବିଶ୍ବର ଷଷ୍ଠ ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ଭାରତରେ ଏକ ନୂତନ ସୁନାଖଣି ଠାବ କରାଯାଇଛି । ସମଗ୍ର ଭାରତରେ 626 ଟନ୍ର ସୁନା ମହଜୁଦ ରହିଥିବା ବେଳେ ଉତ୍ତର ପ୍ରଦେଶର ସୋନଭଦ୍ରାରୁ ଠାବ କରାଯାଇଥିବା ନୂତନ ସୁନାଖଣିରୁ 3600 ଟନ୍ ସୁନା ରହିଥିବା ଜଣାପଡିଛି । ଉତ୍ତରପ୍ରଦେଶର ପ୍ରତ୍ନତାତ୍ତ୍ବିକ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁଇଟି ସୁନାଖଣିରେ ଏହି ସୁନା ରହିଛି । ନକ୍ସଲ୍ ପ୍ରପୀଡିତ ସୋନଭଦ୍ରାର ସୋନ୍ପାହାଡି ଖଣିରୁ 2943.26 ଟନ୍ ସୁନା ରହିଥିବା ନେଇ ସୂଚନା ମିଳିଥିବା ବେଳେ ହର୍ଦ୍ଦିରେ ରହିଥିବା ଖଣିରେ 646.15 ଟନ୍ ସୁନା ରହିଛି । ଏହି ମହଜୁଦ ସୁନାର ପରିମାଣ 12 ଲକ୍ଷ କୋଟି ଟଙ୍କା ବୋଲି ଜଣାପଡିଛି । (ଏଜେନ୍ସି)
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ । ସହଯୋଗୀ ଦଳଙ୍କ ସହିତ ମତଭେଦ ପରେ ଶୁକ୍ରବାର ଉଦ୍ଧବ ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ଉଦ୍ଧବ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ବରିଷ୍ଠ ବିଜେପି ନେତା ଏଲ୍ କେ ଆଡଭାନୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସହଯୋଗୀ ଏନ୍ସିପି ଏବଂ କଂଗ୍ରେସ ସହିତ ମତଭେଦ ଚାଲିଥିବା ବେଳେ ଉଦ୍ଧବ-ମୋଦି ବୈଠକକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି । ଏହାପରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଏହି ବୈଠକୁ ଏକ ସାଧାରଣ ବୈଠକ ବୋଲି ଅଭିହିତ କରିଛନ୍ତି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆସନ୍ତା 27 ତାରିଖରୁ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ଗେମ୍ସ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଦୂତୀ ଅଭ୍ୟାସ କରୁଥିବା ସମୟରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ଗେମ୍ସରେ ଅଂଶଗ୍ରହଣ କରିବା ନେଇ ସୂଚନା ଦେଇଛନ୍ତି । ଅଲମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ 100 ମିଟରରେ 11.15 ସେକେଣ୍ଡ ଟାଇମିଂ ରହିଥିବା ବେଳେ ଦୂତୀଙ୍କ ସର୍ବଶ୍ରେଷ୍ଠ ଟାଇମିଂ 11.22 ସେକେଣ୍ଡ ରହିଛି । 27ରୁ 29 ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ 159ଟି ବିଶ୍ବ ବିଦ୍ୟାଳୟର 3400 ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । 17ଟି କ୍ରୀଡା ବର୍ଗକୁ ଏହି ବିଶ୍ବବିଦ୍ୟାଳୟ ଗେମ୍ରେ ସାମିଲ୍ କରାଯାଇଛି । ପ୍ରଥମ ଥର ପାଇଁ ରଗ୍ବୀକୁ ମଧ୍ୟ ସାମିଲ କରାଯାଇଛି । ଉଲ୍ଲେଖଯୋଗ୍ୟ…
ସିଡ୍ନୀ : ମହିଳା ଟି 20 ବିଶ୍ବକପ୍ର ପ୍ରଥମ ମୁକାବିଲାରେ ଭାରତ ବିଜୟ ହାସଲ କରିଛି । ଭାରତ ନିର୍ଦ୍ଧାରିତ ଓଭରରେ 132 ରନ୍ ସଂଗ୍ରହ କରିଥିବା ବେଳେ ପୁନମ୍ ଯାଦବଙ୍କ 5 ଓ୍ବିକେଟ୍ ଫଳରେ ଅଷ୍ଟ୍ରେଲିଆ ବିଜୟ ଲକ୍ଷ୍ୟ ଠାରୁ ରନ୍ ପଛରେ ରହିଯାଇଥିଲା । ଭାରତ ପକ୍ଷରୁ ପୁନମ ଯାଦବ 19 ରନ୍ ବିନିମୟରେ 4ଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ଶିଖା ପାଣ୍ଡେ 14 ରନ୍ ବିନିମୟରେ 3ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ 49 ରନ୍ ସଂଗ୍ରହ କରିଥିବା ବେଳେ ଶେଫାଳି ବର୍ମା(29) ଏବଂ ଜେମିମା ରଡ୍ରିଗ୍ଜ (26) ରନ୍ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଓପ୍ନର ଆଲିସିଆ ହିଲି ସର୍ବାଧିକ 51 ରନ୍ ସଂଗ୍ରହ କରିଥିବା ବେଳେ ଆସଲେଘ୍ ଗାର୍ଡନର୍ 35 ରନ୍ର ଇନିଂସ ଖେଳିଥିଲେ । ପୁନମ ଯାଦବ 15 ରନ୍ ବିନିମୟରେ 4ଟି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମୟୁରଭଞ୍ଜ ଦୁଧିଆଣି ରେଞ୍ଜରେ ଏକ ଅଭାବନୀୟ କାଣ୍ଡ ଘଟିଛି । ଜନୈକ ବନ କର୍ମଚାରୀଙ୍କ ମାଡରେ ଜଣେ ଗର୍ଭବତୀ ମହିଳାଙ୍କ ହାତ ଭାଙ୍ଗିଛି । ମହିଳା ଜଣକ କାଠ ଚୋରି କରିଥିବା ଅଭିଯୋଗରେ ଫରେଷ୍ଟର ଜଣକ ମାଡ ମାରିଥିବା କହିଛନ୍ତି । ଏହି ଘଟଣା ପରେ ଫରେଷ୍ଟର କବିତା ବେହେରାଙ୍କ ନିଲମ୍ବନ ଦାବିରେ ରାସ୍ତାରୋକ କରାଯାଇଛି ।
ଗୌହାଟୀ/ଶିଲଂ : ଆସାମ ଏବଂ ମେଘାଳୟରେ ମୃଦୁ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଶୁକ୍ରବାର ଅପରାହ୍ନରେ ଆସାମ ଏବଂ ମେଘାଳୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା 2.9ରୁ 3.3 ମଧ୍ୟରେ ରହିଛି । ଏହା ସହିତ ବାଂଲାଦେଶ ସୀମାରେ ସକାଳ 8.32 ମିନିଟ୍ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଆସାମରେ ଅପରାହ୍ନ 2.05 ମିନିଟ୍ରେ ଅନୁଷ୍ଠିତ ଭୂକମ୍ପର ତୀବ୍ରତା 3.3 ରହିଥିଲା । ସେହିପରି ମେଘାଳୟର ରାଜଧାନୀ ଶିଲଂ ଏବଂ ଦିମା ହାସାଓରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା । (ଏଜେନ୍ସି)
ସୀତାରାମ ଅଗ୍ରଓ୍ବାଲ ବାଣପୁର : ବିରଜାଇ ମଣ୍ଡଳ ତରଫରୁ ମଣ୍ଡଳସ୍ତରୀୟ ସାଙ୍ଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଭେଟେଶ୍ବର, ଦାମିଆ, ତୁମୁରାପୁଟ, ନିଳାଦ୍ରୀ, ଭବାନୀପୁରର ପଞ୍ଚାୟତର ଓ୍ବାର୍ଡମେମ୍ବର, ଜିଲ୍ଲାସ୍ତରୀୟ ପ୍ରତିନିଧି ରାଜ୍ୟସ୍ତରୀୟ ପ୍ରତିନିଧିମାନେ ଯୋଗଦେଇଥିଲେ। ଏହି କର୍ମଶାଳାରେ ସାଙ୍ଗଠନିକ ଦକ୍ଷତା ବୃଦ୍ଧି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଭାରତୀୟ ଜନତା ପାର୍ଟିର ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ଖୋର୍ଦ୍ଧା ଜିଲ୍ଲାର ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଷ୍ଟେଟ୍ କାଉନସିଲ୍ର ମେମ୍ବର ମାଧବ ଦଳେଇ, ପୂର୍ବତନ ମଣ୍ଡଳର ସଭାପତି ଦେବବ୍ରତ ବଡଜେନା, ତେରନଂ ଜୋନ୍ର ଜିଲ୍ଲା ପରିଷଦ ଅମରେନ୍ଦ୍ର ରଣସିଂହ, ବଡକୁଳ ମଣ୍ଡଳର ସଭାପତି ଦିଲ୍ଲୀପ କୁମାର ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭେଟେଶ୍ବର ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ବିରାଜାଇ ମଣ୍ଡଳର ସଭାପତି ଜିତେନ୍ଦ୍ର କୁମାର ଭୋଳ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ପର୍ଯ୍ୟବେକ୍ଷକ ବାମନ ଚରଣ…
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର କମଲନାଥ ସରକାର ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଜାରି କରିଥିବା ବିବାଦୀୟ ଆଦେଶକୁ ପ୍ରତ୍ୟାହାର କରିଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରୀ ତୁଲସୀ ସହଲାଓ୍ବତ୍ କହିଛନ୍ତି ଯେ, ରାଜ୍ୟ ସରକାର ଆଦେଶକୁ ପ୍ରତ୍ୟାହାର କରିଛନ୍ତି । ଆମେ କାହାକୁ ଏହି ଆଦେଶ ପାଳନ ନେଇ ବାଧ୍ୟ କରୁନାହୁଁ । କମଲନାଥ ସରକାରଙ୍କ ତରଫରୁ ଆଦେଶ କରାଯାଇଥିବା ଏହି ଆଦେଶ ପରେ ବିବାଦୀୟ ସ୍ଥିତି ଉପୁଜିଥିଲା । ସୂଚନାଯୋଗ୍ୟ, ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ କମଲନାଥ ସରକାର ଏକ ଅଜବ ଆଦେଶ ଜାରି କରିଥିଲେ । ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବନ୍ଧ୍ୟାକରଣ କରିବାକୁ ନେଇ ଏକ କଠୋର ନିୟମର ଆଦେଶ ଦେଇଥିଲେ । ଆଦେଶ ମୁତାବକ, ସ୍ବାସ୍ଥ୍ୟକର୍ମୀଙ୍କୁ ଅତି କମ୍ରେ ଜଣଙ୍କର ବନ୍ଧ୍ୟାକରଣ କରାଯିବାକୁ କୁହାଯାଇଥିଲା । ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ତରଫରୁ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ପୁରୁଷ ବନ୍ଧ୍ୟାକରଣର ଲକ୍ଷ୍ୟ ପୂରଣ ନ କରିପାରିଲେ, ତାଙ୍କର ବେତନ କାଟ ସହିତ ବାଧ୍ୟତାମୂଳକ ଅବସର…
ସିଡ୍ନୀ : ଚଳିତ ବର୍ଷର ମହିଳା ଟି 20 ବିଶ୍ବକପ୍ ଆଜିଠାରୁ ଆରମ୍ଭ ହୋଇଛି । ଉଦ୍ଘାଟନୀ ମ୍ୟାଚ୍ରେ ଅଷ୍ଟ୍ରେଲିଆ ସମ୍ମୁଖରେ 133 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଅଷ୍ଟ୍ରେଲିଆ ଟସ୍ ଜିତି୍ ପ୍ରଥମେ ବୋଲିଂ କରିଥିବା ବେଳେ ଭାରତ ନିର୍ଦ୍ଧାରିତ ଓଭରରେ 5 ଓ୍ବିକେଟ ହରାଇ 132 ରନ୍ ସଂଗ୍ରହ କରିଛି । ବିଶ୍ବକପ୍ ପଦାର୍ପଣ କରିଥିବା ଶେଫାଳି ବର୍ମା ପ୍ରାରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି 15ଟି ବଲ୍ରୁ 29 ରନ୍ ସଂଗ୍ରହ କରିଥିବା ବେଳେ ଭାରତ ପ୍ରଥମ 4 ଓଭରରୁ 41 ରନ୍ ସଂଗ୍ରହ କରିଥିଲା । ମାତ୍ର ସ୍ମୃତି ମାନ୍ଧନା(10) ଏବଂ ଶେଫାଳି ମାତ୍ର 2 ରନ୍ ବ୍ୟବଧାନରେ ଆଉଟ ହେବା ପରେ ଭାରତର ରନ୍ ହାରରେ ଅଙ୍କୁଶ ଲାଗି ଯାଇଥିଲା । 10 ରନ୍ହାରରେ ରନ୍ ସଂଗ୍ରହ କରୁଥିବା ଭାରତର ରନ୍ହାର 6 ତଳକୁ ଖସି ଆସିଥିଲା । ହରମନ୍ପ୍ରୀତ୍ କୌର୍ (2)…
ସୁରଟ : ଗୁଜରାଟରେ ଏକ ନିନ୍ଦନୀୟ ଘଟଣା ସମ୍ମୁଖକୁ ଆସିଛି । ସୁରଟର ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଶାରିରୀକ ପରୀକ୍ଷଣ ନାମରେ ଉଲଗ୍ନ କରାଯାଇଛି । ସୁରତ ମ୍ୟୁନିସିପାଲ୍ କର୍ପୋରେସନ୍ ଦ୍ବାରା ପରିଚାଳିତ ଏହି ହସ୍ପିଟାଲରେ କାର୍ଯ୍ୟରତ ମହିଳା କିରାଣୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଏହି ଘଟଣା ଘଟିଥିଲା । 10 ଜଣ ପରୀକ୍ଷକଙ୍କ ସମ୍ମୁଖରେ ମହିଳାମାନଙ୍କୁ ଉଲଗ୍ନ କରାଯାଇ ଛିଡା କରାଯାଇଥିବା ବେଳେ ଗାଏନୋକୋଲୋଜିକାଲ୍ ଫିଙ୍ଗର ଟେଷ୍ଟ ମଧ୍ୟ ସମ୍ପନ୍ନ କରାଯାଇଥିଲା । ଏହି ପରୀକ୍ଷଣ ସହିତ ମହିଳା କର୍ମଚାରୀଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ମଧ୍ୟ ପଚରାଯାଇଥିଲା । ପୂର୍ବରୁ ଗର୍ଭଧାରଣ କରିଛନ୍ତି କି ନାହିଁ ବୋଲି ଅବିବାହିତ କର୍ମଚାରୀଙ୍କୁ ପ୍ରଶ୍ନ କରାଯାଇଥିଲା । ଏପରି ପରୀକ୍ଷଣକୁ କର୍ମଚାରୀ ସଙ୍ଘର ସମ୍ପାଦକ ଏଏ ଶେଖ୍ ନିନ୍ଦା କରିଛନ୍ତି ।
କନ୍ଦର୍ପ ବେହେରା ରେଢାଖୋଲ: ସରକାର ଗରିବ ଲୋକଙ୍କ ପାଇଁ କେତେ ଯେ ଯୋଜନା ପ୍ରଣୟନ କରିଛନ୍ତି ତାର ହିସାବ ନାହଁ। ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଗରିବ ସାଥିରେ ଆମେ ଅଛୁ ବୋଲି ସରକାର ଡିଣ୍ଡିମ ମଧ୍ୟ ପିଟୁଛନ୍ତି। ପ୍ରକୃତ ହିତାଧିକାରୀ ପାଖରେ ଏହି ସବୁ ଯୋଜନା ଠିକ୍ ଭାବରେ ପହଂଚି ପାରୁନି। ପ୍ରକୃତ ହିତାଧିକାରୀ ଏହି ସବୁ ଯୋଜନାରେ ସାମିଲ୍ ହେବା ପାଇଁ କିଛି ବି କରିପାରୁ ନାହିଁ। ଯେଉଁ ବ୍ୟକ୍ତି ହାତଗୁଞ୍ଜା ଦେଇପାରିଲା ସେ ସରକାରଙ୍କ ଯୋଜନା ହାତେଇ ପାରୁଛି। ଯେଉଁ ବ୍ୟକ୍ତି ଦେଇପାରିଲା ନାହିଁ ସରକାରୀ ଯୋଜନା ତା ଭାଗ୍ୟରେ ଜୁଟୁନି। ଯେଉଁ ଗରିବଲୋକ ମାନଙ୍କର ରହିବାକୁ ଘର ଖଣ୍ଡିଏ ନାହିଁ ତା’ପାଇଁ ବିଜୁ ପକ୍କାଘର ହେଉ ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉଛି ସାତ ସପନ। ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟକୁ ଯାଇ ଅଫିସର ଆଗରେ ଛିଡା ହୋଇ…

