କେଦାର ମିଶ୍ର ଆଜିକୁ ଠିକ ଛଅ ବର୍ଷ ତଳେ ଓଡିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଥିଲା। କେନ୍ଦ୍ର ସରକାରଙ୍କର ନିର୍ଦ୍ଧାରିତ ନିୟମ ଅନୁସାରେ ଯେଉଁ ଭାଷାରେ ୧୫୦୦-୨୦୦୦ ବର୍ଷର ଲିଖିତ ସାହିତ୍ୟ ରହିଥିବ, ସେ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବ। ସେହି ମାନ୍ୟତାରେ ଭାରତର ୬ ଟି ଭାଷା ଆଜି ପର୍ୟନ୍ତ ଯୋଗ୍ୟ ବିବେଚିତ ହୋଇଛନ୍ତି। ସଂସ୍କୃତ, ତାମିଲ, ମାଲାୟାଲାମ, କନ୍ନଡ, ତେଲୁଗୁ ଏବଂ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛନ୍ତି। ଏହି ସବୁ ଭାଷାର ସଂରକ୍ଷଣ, ଗବେଷଣା ଓ ଗବେଷଣା ଲାଗି ଭାରତ ସରକାର ଅତିକମରେ ବର୍ଷକୁ ପାଞ୍ଚ କୋଟି ଟଙ୍କା ଦେବାକଥା। ଏହା ସହିତ ସମ୍ପୃକ୍ତ ଭାଷାର ବିକାଶ ଲାଗି ଉତ୍କର୍ଷ କେନ୍ଦ୍ର ବା ସେଣ୍ଟର ଅଫ ଏକ୍ସସେଲେନ୍ସ ଗଠନ କରିବାର ଦାୟିତ୍ଵ ମଧ୍ୟ କେନ୍ଦ୍ର ସରକାରଙ୍କର। ତେବେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବାର ୬ ବର୍ଷ ପରେ ମଧ୍ୟ ଆମକୁ ଟଙ୍କାଟିଏ ମିଳିନାହିଁ।…
Author: Samikhsya Bureau
ଭୁବନେଶ୍ୱର, ବାଙ୍କୀ ହତ୍ୟା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ କ୍ରାଇମବ୍ରାଂଚ ତଦନ୍ତ କରାଯାଉ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବୀ କରିଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ସ୍ୱର୍ଗତ ଭଗବାନ ସ୍ୱାଇଁ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ ୮-୯ଜଣଙ୍କ ନାମ କହୁ କହୁ ଛଟ ପଟ ହୋଇ ମରିଗଲେ । ଯାହାର ଭିଡ଼ିଓ ମଧ୍ୟ ରହିଅଛି । ପାରିପାର୍ଶ୍ବକ ସ୍ଥିତିରୁ ଜଣାଯାଏ ଏହି ହତ୍ୟାକାଣ୍ଡରେ ୧୮-୨୦ ଜଣ ସଂପୃକ୍ତ ଅଛନ୍ତି । ଏହା ଓଡ଼ିଶାର ରାଜନୈତିକ ଦୃଶ୍ୟପଟରେ ଏକ ବଡ଼ଦୃଷ୍ଟାନ୍ତ ବୋଲି ନିରଂଜନ କହିଥିଲେ। ଏଭଳି ଆକ୍ରୋଶମୁଳକ ପ୍ରତିହିଂସା ପରାୟଣ ଓ ହୀନରାଜନୈତିକ ଉଦ୍ଦେଶ୍ୟ ରଖି ନାରକୀୟ ହତ୍ୟା ଘଟଣାର ତୁରନ୍ତ ସତ୍ୟସତ୍ୟ ତଥ୍ୟର ପଦାର୍ଫାସ ରାଜ୍ୟବାସୀଙ୍କ ସମ୍ମୁଖରେ ନକଲେ କଂଗ୍ରେସ ଦଳ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ପ୍ରାକ୍ତନ ବାଙ୍କୀ ବିଧାୟକ ଦେବାଶିଷ ପଟ୍ଟନାୟକ…
Mumbai: Actress and showstopper Divya Khosla Kumar walks the ramp for Krsna Couture at the Lakme Fashion Week Summer/Resort 2020 grand finale, in Mumbai on Feb 16, 2020. (Photo: IANS)
Mumbai: Actress, Lakme Brand Ambassador and showstopper Kareena Kapoor Khan walks the ramp showcasing an outfit by fashion designer Amit Aggarwal at the Lakme Fashion Week Summer/Resort 2020 grand finale, in Mumbai on Feb 16, 2020. (Photo: IANS)
Mumbai: A model showcases an outfit by fashion designer Amit Aggarwal at the Lakme Fashion Week Summer/Resort 2020 grand finale, in Mumbai on Feb 16, 2020. (Photo: IANS)
Mumbai: Actress Mandana Karimi at fashion photographer Dabboo Ratnani’s calendar launch in Mumbai on Feb 17, 2020. (Photo: IANS)
Mumbai: Actress Urvashi Rautela at fashion photographer Dabboo Ratnani’s calendar launch in Mumbai on Feb 17, 2020. (Photo: IANS)
Mumbai: Actress Rekha at the wedding reception of Celebrity manager Riku Rakesh Nath’s daughter Dakshina Nath in Mumbai on Feb 17, 2020. (Photo: IANS)
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ରଙ୍କ ରିପୋର୍ଟ ଭୁବନେଶ୍ବର : ଓଡିଶା ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଧାନସଭାରେ ପ୍ରକାଶ କରିଛନ୍ତି । ବିଧାନସଭାରେ ଉତ୍ତର ରଖିବା ସମୟରେ ରାଜ୍ୟ ସରକାର ଗାନ୍ଧୀ ସର୍କିଟର ପ୍ରତିଷ୍ଠା ଉପରେ ସରକାର ବିଚାର କରୁଛନ୍ତି ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି । ଗାନ୍ଧିଜୀ ଓଡିଶାରେ ପରିଭ୍ରମଣ ଓ ରହିଥିବା ସ୍ଥାନଗୁଡିକୁ ସଞ୍ଜୋଗ କରି ଏକ ପର୍ଯ୍ୟଟନ ସର୍କିଟ୍ ପ୍ରତିଷ୍ଠା କରିବାକୁ ଯୋଜନା କରାଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ରାଜ୍ୟରେ 482 କିମି ପରିବ୍ୟାପ୍ତ ବେଳାଭୂମିର ବିଭିନ୍ନ ପ୍ରାନ୍ତରେ ଇକୋ ରିଟ୍ରିଟ୍ ପ୍ରତିଷ୍ଠା ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ବିଭିନ୍ନ କ୍ଲିୟରାନ୍ସ ନମିଳିବା କାରଣରୁ ଦୀର୍ଘବର୍ଷ ଧରି ପଡିରହିଥିବା ଶାମୁକା ପ୍ରକଳ୍ପ ପୁନର୍ବାର ଆରମ୍ଭ କରାଯାଇଛି । ବିଭାଗୀୟ ବଜେଟ ବରାଦ ଅର୍ଥ 100 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ଏବଂ…
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ରଙ୍କ ରିପୋର୍ଟ ଭୁବନେଶ୍ବର : ସର୍ବକ୍ଷମା ଯୋଜନାର ଅବଧି ବୃଦ୍ଧି କରିବା ପାଇଁ ବାଚସ୍ପତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶୂନ୍ୟକାଳରେ ବିରୋଧୀ ଦଳ ସଦସ୍ୟ ନରସିଂହ ମିଶ୍ର ଓ ସୁରେଶ କୁମାର ରାଉତରାୟ ସର୍ବକ୍ଷମା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଆଜି ସର୍ବକ୍ଷମା ଯୋଜନାର ଅବଧି ଶେଷ ହେଉଛି । ଭୁବନେଶ୍ବର ନଗର ଉନ୍ନୟନ ବିଭାଗ (ବିଡିଏ) ଏବଂ କଟକ ନଗର ଉନ୍ନୟନ ବିଭାଗ (ସିଡିଏ)ରେ ଜବରଦଖଲକାରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ 3 ଲକ୍ଷ ବେଆଇନ ନିର୍ମାଣକାରୀଙ୍କ ମଧ୍ୟରୁ ମାତ୍ର 10 ହଜାର ଆବେଦନ କରିଛନ୍ତି । ଦରିଦ୍ର ଲୋକଙ୍କମ ସ୍ବାର୍ଥକୁ ଆଖିଆଗରେ ରଖି ଯୋଜନାର ମିଆଦକୁ ପରିବର୍ଦ୍ଧିତ କରିବା ପାଇଁ ଉଭୟ ନେତା ଅଡି ବସିଥିବା ବେଳେ ବାଚସ୍ପତି ଅବଧି ବୃଦ୍ଧିର ନିର୍ଦ୍ଦେଶ ଦେଇଥିଲେ ।
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ରଙ୍କ ରିପୋର୍ଟ ଭୁବନେଶ୍ବର: ରାଜ୍ୟରେ ଦାରିଦ୍ର୍ୟ ମୁକାବିଲା ପାଇଁ ୪୨୮ଟି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ସମସ୍ତ ଯୋଜନା କାର୍ଯ୍ୟକାରୀ ହେବା ଯୋଗୁଁ ଓଡିଶାର ଦାରିଦ୍ର୍ୟ ଅନେକ ପରିମାଣରେ ଦୂରୀଭୂତ ହୋଇଛି ବୋଲି ଯୋଜନା ଓ ସଂଯୋଜନା ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି। ଉତ୍କଟ ଦାରିଦ୍ର୍ୟରେ ୭୦ ଲକ୍ଷ ପରିବାର ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଉତ୍ତର ଦେଇ ମନ୍ତ୍ରୀ ଏହି ଉତ୍ତର ରଖିଥିଲେ। ନିତି ଆୟୋଗ ଦ୍ବାରା ଗଠିତ ତେନ୍ଦୁଲକର କମିଟି ରିପୋର୍ଟ ଅନୁଯାୟୀ ଓଡିଶାର ଦାରିଦ୍ର୍ୟ ହାର ୨୦୦୪-୦୫ରେ ୫୭.୨୦ ପ୍ରତିଶତ ରହିଥିବା ବେଳେ ୨୦୧୧-୧୨ରେ ଏହା ୩୨.୫୯ ପ୍ରତିଶତକୁ ଖସି ଆସିଥିଲା। ୨୪.୬୧ ପ୍ରତିଶତର ଦାରିଦ୍ର୍ୟ ହ୍ରାସ ଦେଶର ସମସ୍ତ ରାଜ୍ୟ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ। ଏହା ସହିତ ଓଡିଶା ଖାଦ୍ୟ ଉତ୍ପାଦନ ଏବଂ ରାଜସ୍ବ କ୍ଷେତ୍ରରେ ମଧ୍ୟ ବଳକା ରାଜ୍ୟ ରହିଛି। ସାମଗ୍ରିକ ବିକାଶ ନିମିତ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାମମନ୍ଦିର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମକୁ ଆମନ୍ତ୍ରଣ ପ୍ରଦାନ କରାଯାଇଛି । ରାମ ମନ୍ଦିର ଟ୍ରଷ୍ଟର ଏକାଧିକ ସଦସ୍ୟ ଭୂମିପୂଜା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୋଦିଙ୍କୁ ଆମନ୍ତ୍ରଣ କରିଛନ୍ତି । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଭାପତି ନୃତ୍ୟ ଗୋପାଳ ଦାଶ , ସାଧାରଣ ସମ୍ପାଦକ ଚମ୍ପତ୍ତ ରାୟ ଏବଂ ଗୋବିନ୍ଦ ଗିରି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଭୂମିପୂଜନରେ ଯୋଗ ଦେବାର ଆମନ୍ତ୍ରଣ ପ୍ରଦାନ କରିଥିଲେ । ଆସନ୍ତା ମାର୍ଚ୍ଚ 3-4 ତାରିଖରେ ଟ୍ରଷ୍ଟର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ବୁଧବାର ଅନୁଷ୍ଠିତ ବୈଠକରେ ନୃତ୍ୟ ଗୋପାଳ ଦାଶଙ୍କୁ ସଭାପତି ଚୟନ କରାଯାଇଥିବା ବେଳେ ବିଭିନ୍ନ କାର୍ଯ୍ୟ ପାଇଁ 9ଟି କମିଟି ଗଠନ କରାଯାଇଥିଲା । (ଏଜେନ୍ସି)
ନୂଆଦିଲ୍ଲୀ : ଫ୍ରେଞ୍ଚ ଓପନ୍ରୁ ଓହରିଛନ୍ତି ସ୍ବିସ୍ ତାରକା ରୋଜର ଫେଡେରର । ଆଣ୍ଠୁ ଆଘାତ କାରଣରୁ ଫେଡେରର ଫ୍ରେଞ୍ଚ ଓପନ୍ରୁ ଓହରିଥିବା ଜଣାପଡିଛି । ଗୁରୁବାର ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ 38 ବର୍ଷୀୟ ଫେଡେରର ଟୁର୍ଣ୍ଣାମେଣ୍ଟରୁ ଓହରୁଥିବା ନେଇ ଘୋଷଣା କରିଛନ୍ତି । ବୁଧବାର ଆଣ୍ଠୁରେ ଆର୍ଥ୍ରୋସ୍କୋପିକ୍ ସର୍ଜରୀ କରାଯାଇଥିବା କାରଣରୁ ଆସନ୍ତା କିଛି ମାସ ପର୍ଯ୍ୟନ୍ତ ସେ କିଛି ଟୁର୍ଣ୍ଣାମେଣ୍ଟରୁ ଦୂରେଇ ରହିବା ନେଇ ଫେଡେରର ଘୋଷଣା କରିଛନ୍ତି । ଫ୍ରେଞ୍ଚ ଓପନ୍ ବ୍ୟତିତ ଇଣ୍ଡିଆନ୍ ଓ୍ବେଲ୍ସ ଓପନ୍ରୁ ମଧ୍ୟ ଫେଡେରର ଓହରୁଥିବା ଜଣାପଡିଛି ।
କୃଷ୍ଣଚନ୍ଦ୍ର ସୁଆଁସିଆ ଗଞ୍ଜାମ : ଶିକ୍ଷା, ସୁରକ୍ଷା ଓ ରୋଜଗାର ସମସ୍ତଙ୍କ ଅଧିକାର । ଏବିଭିପି ଗଞ୍ଜାମ ପକ୍ଷରୁ ଗୁରୁବାର ଏକ ଛାତ୍ର ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଛି । ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ଓ ସମସ୍ତ ମହାବିଦ୍ୟାଳୟରେ ଖାଲି ରହିଥିବା ସମସ୍ତ ଅଧ୍ୟାପକ ପୂରଣ ପାଇଁ ଦାବି କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ପାଇଁ ଛାତ୍ରାବାସ ନିର୍ମାଣ, ଜିଲ୍ଲାକୁ ନିଶାମୁକ୍ତ କରିବା, କ୍ୟାମ୍ପସ ମଧ୍ୟକୁ ଅଣଛାତ୍ରଙ୍କ ପ୍ରବେଶ ଉପରେ ରୋକ୍, ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା, କୁଟୀର ଶିଳ୍ପ ଏବଂ ନୂତନ ଶିଳ୍ପ ପ୍ରତିଷ୍ଠା କରି ଯୁବକ ମାନଙ୍କୁ ନୂତନ ନିଯୁକ୍ତି ପ୍ରଦାନ କରିବା ଦାବିରେ ଏହି ଛାତ୍ର ଆକ୍ରୋଶ ଅନୁଷ୍ଠିତ ହୋଇଥିଲା । ଏହି ଛାତ୍ର ଆକ୍ରୋଶ ଶୋଭାଯାତ୍ରା ଖଲ୍ଲିକୋଟରୁ ଆରମ୍ଭ ହୋଇ ଆରଡିସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲା । 600ରୁ ଅଧିକ ବିଦ୍ୟାର୍ଥୀ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଯଦି ସରକାର ଉପରୋକ୍ତ ସମସ୍ୟା…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ପଞ୍ଚଦୋଳ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଐତିହାସିକ ପଲଟଣ ପଡିଆର ଛାୟା ମଣ୍ଡପ ଠାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବାଣପୁର ତହସିଲଦାର ମନ୍ମଥ ବେହେରା ଏହି ବୈଠକର ସଭାପତିତ୍ବ କରିଥିଲେ। କମିଟିର ଉପସଭାପତି ତଥା ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନଳିନୀ କାନ୍ତ ପଟ୍ଟନାୟକ, ସମ୍ପାଦକ ମାଧବଚନ୍ଦ୍ର ବାରିକୀ, କୋଷାଧ୍ୟକ୍ଷ ନବ କିଶୋର ପ୍ରଧାନ, ବରିଷ୍ଠ ସଭ୍ୟ କେଦାର ନନ୍ଦ, ପ୍ରଶାନ୍ତ କୁମାର କାଣ୍ଡି, ବୀରଭଦ୍ର କାଣ୍ଡି, ମୁକୁନ୍ଦ ମହାନ୍ତି, ମୋଇନ୍ ଉଲ୍ ହକ୍, ଯୁବ ସାମ୍ବାଦିକ ଲକ୍ଷ୍ମୀଧର ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ଦାସ, ରମେଶ ବେହେରା ଏବଂ ବିଭୂତି ନନ୍ଦ ପ୍ରମୁଖ ଏହି ବୈଠକର ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ଏତଦ୍ ବ୍ୟତୀତ ଊମାମହେଶ୍ବର ଆସୋସିଏସନ୍ର ମ୍ୟାନେଜିଂ କମିଟି ସମେତ ସମସ୍ତ ମନ୍ଦିରର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ। ଏହି ବୈଠକରେ ସୂଚାରୂ ରୂପରେ ମେଳଣ ପରିଚାଳନା ଉପରେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ୱର ଠାରେ ନୂତନ ଜ୍ଞାନକୌଶଳ ପ୍ରୟୋଗ ସହିତ ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନା ଠାରେ ନୂତନ ଭାବେ ସ୍ଥାପିତ ସରକାରୀ ସ୍ତରରେ ଦେଶର ପ୍ରଥମ ବର୍ଜ୍ୟବସ୍ତୁରୁ ଉର୍ଜା ବା ଇନ୍ଧନ ପ୍ଲାଣ୍ଟ ନିର୍ମାଣ କରି ଇତିହାସ ସୃଷ୍ଟିକରିଛି। ପୂର୍ବତଟ ରେଳପଥ ଏହାର ରେଳ ଇଞ୍ଜିନର ଅବ୍ୟବହୃତ ସରଞ୍ଜାମ ଗୁଡିକୁ ଏକ ଅନନ୍ୟ ଉପାୟରେ ଉପଯୋଗ କରି ଆହୁରି ଗୋଟିଏ ପରିବର୍ତ୍ତନ ଆଣିବାକୁ ପଦକ୍ଷେପ ଗ୍ରହଣ କରିଛି। ଯାହାଦ୍ୱାରା ଅବ୍ୟବହୃତ ପଦାର୍ଥ ଗୁଡିକୁ ନଷ୍ଟ ନକରି ପରିବେଷର ସୌନ୍ଦର୍ଯ୍ୟକରଣ ପାଇଁ ବିନିଯୋଗ କରିବାର ମାର୍ଗ ଦେଖାଇଛନ୍ତିI ରେଳ ସଦନ ମୁଖ୍ୟ ଫାଟକ ସାମ୍ନା ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ନିଶ୍ଚିତ ଭାବେ ଅଦରକାରୀ ଓ ଅବ୍ୟବହୃତ ରେଳ ଇଞ୍ଜିନ ସରଞ୍ଜାମ ଦ୍ୱାରା ନିର୍ମାଣ କରାଯାଇଥିବା କଳାକୃତି ପ୍ରତି ଆକୃଷ୍ଟ ହେବେ ଏବଂ ସେମାନଙ୍କର କିଛି ସମୟ ଏହି ପ୍ରତିଭାକୁ ନିଖୁଣ ଭାବରେ ଧ୍ୟାନ ଦେବେ। ଏହି କଳାକୃତି…
Mumbai: Actress Shraddha Kapoor during the promotions of her upcoming film “Baaghi 3” in Mumbai on Feb 18, 2020. (Photo: IANS)
Mumbai: Actress Ananya Pandey at the Red Carpet of Femina Beauty Awards in Mumbai on Feb 19, 2020. (Photo: IANS)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବାଙ୍କୀରେ ଘଟିଥିବା ଡବଲ ମର୍ଡର ମାମଲାରେ କମିଶନରେଟ୍ ପୋଲିସ୍ ପାଞ୍ଚ ଜଣଙ୍କୁ ଗିରଫ କରିଛି । ଗିରଫ 5 ଜଣଙ୍କ ମଧ୍ୟରୁ 2 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ପୋଲିସ୍ ଜଣଙ୍କୁ ଜେରା କରୁଛି । କୋର୍ଟଚାଲାଣ କରାଯାଇଥିବା ଦୁଇ ଅଭିଯୁକ୍ତଙ୍କ ନାମ ବଳଭଦ୍ର ପ୍ରଧାନ ଏବଂ ଜିତୁ ସ୍ବାଇଁ ବୋଲି ଜଣାପଡିଛି । ସେହିପରି ତଦନ୍ତରେ ବ୍ୟାଘାତ ଆଶଙ୍କା କରି ଅନ୍ୟ ତିନି ଅଭିଯୁକ୍ତଙ୍କ ନାମ ଗୋପନ ରଖିଛି ପୋଲିସ୍ । ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।
ସମୀକ୍ଷା ବ୍ୟୁରୋ କଟକ : ଆଜିଠୁ ରଣଜୀ ଟ୍ରଫିର କ୍ବାର୍ଟର ଫାଇନାଲ୍ ମୁକାବିଲା ଆରମ୍ଭ ହୋଇଥିବା ବେଳେ କଟକର ଡ୍ରିମ୍ସରେ ପରସ୍ପର ବିପକ୍ଷରେ ଖେଳୁଛନ୍ତି ଓଡିଶା ଏବଂ ବେଙ୍ଗଲ । ପ୍ରଥମ ଦିନରେ ବେଙ୍ଗଲର ଅନୁସ୍ତୂପ ମଜୁମଦାର ଅପରାଜିତ ଶତକ ହାସଲ କରିଥିବା ବେଳେ ବେଙ୍ଗଲ 6 ଓ୍ବିକେଟ୍ ହରାଇ 308 ରନ୍ ସଂଗ୍ରହ କରିଛି । ପ୍ରଥମ ଦୁଇ ସେସନ୍ ସୁଦ୍ଧା ବେଙ୍ଗଲ 145 ରନ୍ରେ 6ଟି ଓ୍ବିକେଟ ହରାଇଥିବା ବେଳେ ଶାହବାଜ ଅହମଦ (82)ଙ୍କ ସହିତ ଅବିଭାଜିତ 163 ରନ୍ର ଭାଗିଦାରୀ କରିଥିଲେ । ଟସ୍ ଜିତି ପ୍ରଥମେ ବୋଲି ନିଷ୍ପତ୍ତି ନେଇଥିଲା ଓଡିଶା । 4 ପେସ୍ ବୋଲରଙ୍କ ସହିତ ପଡିଆକୁ ଓହ୍ଲାଇଥିବା ଓଡିଶା ବୋଲରଙ୍କୁ ପ୍ରାରମ୍ଭିକ ସପଳତା ମଧ୍ୟ ମିଳିଥିଲା । ମାତ୍ର ମଜୁମଦାର 194ଟି ବଲ୍ର ସମ୍ମୁଖୀନ ହୋଇ 20ଟି ଚୌକା ସହାୟତାରେ 134 ରନ୍ ସଂଗ୍ରହ କରିଥିବା ବେଳେ ଶାହବାଜ ଅହମଦ 154…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆସନ୍ତାକାଲି ମହାଶିବରାତ୍ରୀ। ଏକାମ୍ର ନଗରୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ଅନୁଷ୍ଠିତ ହେବ ଜାଗର ପର୍ବ। ଏନେଇ ବେଶ୍ ଚଳଚଞ୍ଚଳ ଏକାମ୍ର ପୀଠ। ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ନୀତିକାନ୍ତି ନେଇ କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ ଶିବରାତ୍ରି ଦିନ, ରାତି ୧୦ଟାରେ ମହାଦୀପ ଉଠିବାକୁ ନିଷ୍ପତ୍ତି ନିଆଯାଇଛି। ଭୋର ୩ଟାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତୀ ଓ ଅବକାଶ ପରେ ଶ୍ରଦ୍ଧାଳୁ ମାନେ ୩.୩୦ରୁ ସାହାଣମେଲା ଦର୍ଶନ କରିପାରିବେ। ଅପରାହ୍ନ ୧୨.୪୫ ରୁ ୨.୩୦ ପର୍ଯ୍ୟନ୍ତ ସକାଳ ଧୂପ ଅନୁଷ୍ଠିତ ହେବ। ସନ୍ଧ୍ୟା ୭.୧୦ରୁ ୭.୩୦ ପର୍ଯ୍ୟନ୍ତ ସନ୍ଧ୍ୟା ଆଳତି ହେବା ୧୦ଟା ପରଠାରୁ ମହାଦୀପ ଦର୍ଶନ ହେବ। ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପ୍ରବଳ ଭିଡକୁ ଲକ୍ଷ୍ୟ ସେଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି। ମନ୍ଦିର ସମ୍ମୁଖର ବାମ ପାର୍ଶ୍ବରେ ପୁଲିସ ନିୟନ୍ତ୍ରଣ କକ୍ଷ ରହିବ। ସେହିପରି…

