ଚେନ୍ନାଇ : ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବ 5 ମହିଳାଙ୍କ ସମେତ 20 ଜଣଙ୍କର ମୃତ୍ୟୁ ଘଟିଛି। ତାମିଲନାଡୁ ତିରୁପୁର ଜିଲ୍ଲା ଅବିନାଶୀ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବେଙ୍ଗଲୁରୁରୁ କେରଳର ଏର୍ଣ୍ଣାକୁଲମ୍ ଯାଉଥିବା ଏକ ଯାତ୍ରୀବାହୀ ବସ୍ଟିରେ 48ଜଣ ଯାତ୍ରୀ ରହିଥିଲେ। ଏହି ବସ୍ଟି ତାମିଲନାଡୁ ନିକଟ ଅବିନାଶୀ ସହରରେ ଏକ କଣ୍ଟେନର୍ ଟ୍ରକ୍ ସହ ଧକ୍କା ଖାଇଥିଲା। ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବସ୍ଟି କେରଳ ରାଜ୍ୟ ସଡ଼କ ପରିବହନ ନିଗମର ବୋଲି ଜଣାପଡିଛି। (ଏଜେନ୍ସି)
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ହଳଦିଆପଦର ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ୧୩ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହାକୁ ମୁଖ୍ୟମନ୍ତ୍ରୀ ଗତ ଫେବୃୟାରୀ ୨, ୨୦୧୬ରୁ ଉଦ୍ଘାଟନ କରିଥିଲେ। ଇତିମଧ୍ୟରେ ପ୍ରାୟ ୪ ବର୍ଷ ବିତିଗଲାଣି। ବସ୍ଷ୍ଟାଣ୍ଡ ସ୍ଥାନାନ୍ତର ପ୍ରସଂଗ ବର୍ତ୍ତମାନ ଶୀତଳ ଭଣ୍ଡାରରେ ପଡ଼ି ରହିଛି। ବ୍ରହ୍ମପୁର ସହରର ଟ୍ରାଫିକ୍ ବ୍ୟବସ୍ଥା ଦିନକୁ ଦିନ ଭୁଷୁଡ଼ିବାବେଳେ ବୁଢ଼ିଆଣୀ ଜାଲ ସଦୃଶ୍ୟ ସହର ବର୍ତ୍ତମାନ। ଦିନକୁ ଦିନ ବ୍ରହ୍ମପୁର ଟ୍ରାଫିକ୍ ସମସ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ପଟେ ବସ୍ଷ୍ଟାଣ୍ଡ ସ୍ଥାନାନ୍ତରିତର ବିବାଦର ସମାଧାନ ହୋଇପାରୁନାହିଁ। ପ୍ରଶାସନ ଆଜିକୁ ଦୀର୍ଘ ତିନିବର୍ଷ ହେଲା ଘରୋଇ ବସ୍ ମାଲିକ ସଂଘ ପାଖରେ ମୁଣ୍ଡ ନୁଆଁଉଛି କହିଲେ କିଛି ଭୁଲ୍ ହେବ ନାହିଁ ବ୍ରହ୍ମପୁର ଟ୍ରାଫିକ୍ ସମସ୍ୟାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ହଳଦିଆପଦରଠାରେ ଏକ ନୂତନ ବସ୍ ଟର୍ମିନାଲ୍ ନିର୍ମାଣ କରିଥିଲେ। ଇତିମଧ୍ୟରେ ଉଦ୍ଘାଟନ ହୋଇ ପ୍ରାୟ ୪…
ଚେନ୍ନାଇ : ସୁପରଷ୍ଟାର୍ କମଲ ହାସନଙ୍କ ଫିଲ୍ମ ସେଟ୍ରେ ଏକ ବଡଧରଣର ଦୁର୍ଘଟଣା ଘଟିଯାଇଛି । ଚେନ୍ନାଇର ଇବିପି ଷ୍ଟୁଡିଓରେ କ୍ରେନ୍ କ୍ରାସ୍ ହେବା ପରେ ତିନିଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣାରେ 10ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଫିଲ୍ମର ଆସିଷ୍ଟାଣ୍ଟ ଡାଇରେକ୍ଟର କୃଷ୍ଣା ମଧ୍ୟ ରହିଛନ୍ତି । ତିନି ମୃତକଙ୍କ ବୟସ ଯଥାକ୍ରମେ 29, 60 ଓ 34 ବର୍ଷ ବୋଲି ଜଣାପଡିଛି । ଫିଲ୍ମ ‘ଇଣ୍ଡିଆନ୍2’ର ଶୁଟିଂ ଅବସରରେ ଏହି ଭୟାନକ ଦୁର୍ଘଟଣା ଘଟିଯାଇଛି । ଗତକାଲି ରାତି 9.30ରେ ଏହି ଦୁର୍ଘଟଣା ହୋଇଥିବାବେଳେ ଆହତଙ୍କୁ ହସ୍ପିଟାଲ୍ ଯାଇ ଭେଟିଛନ୍ତି କମଲ ହାସନ୍ । ଏସ୍ ଜୟଶଙ୍କରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ନିକଟରେ ପୋଷ୍ଟର ରିଲିଜ୍ ହୋଇଥିଲା । 1996 ମସିହାରେ ଆସିଥିବା କମଲ ହାସନ୍ଙ୍କ ଫିଲ୍ମର ସ୍ବିକେଲ୍ ଅଟେ । ଏ କମଲ ହାସଲ୍…
କେଦାର ମିଶ୍ର ୨୦୧୯ରେ ପଞ୍ଚମ ଥର ଲାଗି ବିପୁଳ ଆସନ ପାଇ ପୁଣିଥରେ ବିଜେଡି ସରକାର ଗଠିତ ହେବା ପରେ, ହଠାତ ନବୀନ ପଟ୍ଟନାୟକ ସରକାରଙ୍କ ଆଭିମୁଖ୍ୟରେ ଏକ ବିରାଟ ପରିବର୍ତ୍ତନ ଆସିଛି। ଗତ ୧୯ ବର୍ଷ ଶାସନରେ ଥିବା ବେଳେ ପ୍ରାୟତଃ ରାଜ୍ୟର ଐତିହ୍ୟ ବିଷୟରେ ଉଦାସୀନ ରହି ଆସିଥିବା ସରକାର, ଏବେ ଓଡିଶାର ମନ୍ଦିର ଓ ଐତିହ୍ୟ ସ୍ଥଳଗୁଡିକୁ ବିକଶିତ କରିବା ଲାଗି ସ୍ଵତନ୍ତ୍ର ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୨୦-୨୧ ରାଜ୍ୟ ବଜେଟରେ “ମନ୍ଦିର” ଶବ୍ଦର ବିଶେଷ ପ୍ରୟୋଗ ଦେଖିବାକୁ ମିଳିଛି। ନିଜ ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ-“ ୩୨୦୮ କୋଟି ଟଙ୍କା ନିବେଶରେ ପୁରୀକୁ ଏକ ବିଶ୍ଵ ଐତିହ୍ୟ ସହର ରେ ପରିଣତ କରିବା ପାଇଁ ବୃହତ ଯୋଜନା କରାଯିବ”। ୩୨୦୮ କୋଟିରୁ ଚଳିତ ବର୍ଷ ପୁରୀକୁ “ଅବଢା” ଯୋଜନାରେ ୬୯୫ କୋଟି ଟଙ୍କା ଦିଆ ଯାଇଛି। ରାଜ୍ୟର ସମୁଦାୟ ପର୍ୟଟନ, ଭାଷା…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କ୍ଷମତାସମ୍ପନ୍ନ “ପ୍ରଯୁକ୍ତି ଗୋଷ୍ଠୀ” ଗଠନକୁ ମଞ୍ଜୁରି ମିଳିଛି । ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ ପ୍ରଯୁକ୍ତି ଗୋଷ୍ଠୀ ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଆଧୁନିକ ପ୍ରଯୁକ୍ତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସମୟରେ ନୀତିଗତ ପରାମର୍ଶ ଦେବା, ପ୍ରଯୁକ୍ତି ଉତ୍ପାଦର ମ୍ୟାପିଂ, ଜାତୀୟ ବିଜ୍ଞାନାଗାର, ସରକାରୀ ଗବେଷଣା ଓ ବିକାଶ ସଂଗଠନଗୁଡ଼ିକରେ ବିକଶିତ ହୋଇଥିବା ଦ୍ୱୈତ ପ୍ରୟୋଗ ପ୍ରଯୁକ୍ତିର ବ୍ୟବସାୟୀକରଣ, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ପାଇଁ ସ୍ୱଦେଶୀ ରୋଡମ୍ୟାପ ବିକଶିତ କରିବା ଏବଂ ପ୍ରଯୁକ୍ତି ବିକାଶ ଲାଗି ଉପଯୁକ୍ତ ଗବେଷଣା ଓ ବିକାଶ କାର୍ଯ୍ୟକ୍ରମ ଚୟନ କରିବାର ଦାୟିତ୍ୱ ଏହି ଗୋଷ୍ଠୀକୁ ପ୍ରଦାନ କରାଯାଇଛି । ଏହି ପ୍ରଯୁକ୍ତି ଗୋଷ୍ଠୀର କଣ ରହିବ ପ୍ରମୁଖ ପ୍ରଭାବ 1-ପ୍ରଯୁକ୍ତି ଯୋଗାଣକାରୀ ଏବଂ କ୍ରୟ ରଣନୀତି ପାଇଁ ବିକଶିତ ହେବାକୁ ଥିବା ପ୍ରଯୁକ୍ତି ଉପରେ ଯଥାସମ୍ଭବ…
ନୂଆଦିଲ୍ଲୀ, କୃଷକମାନଙ୍କୁ ଆର୍ଥିକ ସୁଧାରର ଲାଭ ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ଆଜି ଏକ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ଏହି ନିଷ୍ପତି ଅନୁଯାୟୀ ୨୦୧୯-୨୦ରୁ ୨୦୨୩-୨୪ ପର୍ଯ୍ୟନ୍ତ ପାଂଚ ବର୍ଷର ଅବଧି ମଧ୍ୟରେ ୧୦ ହଜାର ନୂତନ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଗଠନ କରାଯିବ। ଆରମ୍ଭ ହେବାର ୫ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଏଫପିଓକୁ ସହାୟତା ଯୋଗାଇ ଦିଆଯିବ। ଲାଭ ମୂଲ୍ୟ ବୃଦ୍ଧି ସହିତ ଉତ୍ପାଦନ ଜ୍ଞାନ କୌଶଳ, ସେବା ଓ ବିପଣନକୁ ଆପଣାଇବା ଲାଗି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଖରେ ଆର୍ଥିକ କ୍ଷମତା ନଥାଏ। ଏଫପିଓ ଗଠନ ମାଧ୍ୟମରେ କୃଷକମାନେ ସାମଗ୍ରିକ ଭାବେ ଅଧିକ ସୁଦୃଢ଼ ହୋଇପାରିବେ। ସେମାନେ ଅଧିକ ଆୟ କରିବା ଲାଗି ଋଣ ଓ ଉନ୍ନତ ବିପଣନ ସୁବିଧା, ଗୁଣବତାଯୁକ୍ତ ଉତ୍ପାଦ ଏବଂ ପ୍ରଯୁକ୍ତି ସହାୟତା ପାଇବାରେ ସଫଳ ହୋଇପାରିବେ…
ଭୁବନେଶ୍ବର, ପ୍ରଖ୍ୟାତ ଚଳଚିତ୍ର ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୌଧୁରୀଙ୍କୁ ଶେଷରେ ମିଳିଛି ଏକ ନୂଆ ଦାୟିତ୍ବ। ତାହା ହେଲା ସେ ବେଗୁନିଆ ନିର୍ବାଚନ ମଣ୍ଡଳୀର ସାଂସଦଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ। ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଅନୁଙ୍କୁ ଏହି ଦାୟିତ୍ବ ପ୍ରଦାନ କରିଛନ୍ତି। ଅପରାଜିତାଙ୍କ ସମସ୍ତ ଏମପି ଅନୁଦାନ ସହିତ ତାଙ୍କ ରାଜନୈତିକ କାର୍ଯ୍ୟ ଅନୁ ତଦାରଖ କରିବେ। ଅନୁଙ୍କ ନିଯୁକ୍ତି ନେଇ ସାଂସଦ ଅପରାଜିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଫଳରେ ଜିଲ୍ଲା ସ୍ତରୀୟ ବୈଠକରେ ବେଗୁନିଆ ତରଫରୁ ଅନୁ ସାଂସଦଙ୍କ ପ୍ରତିନିଧି ଭାବେ ଯୋଗଦେବେ। ତେବେ ଅନୁଙ୍କ କର୍ମସ୍ଥଳ ବେଗୁନିଆ ହୋଇ ନ ଥିବା ବେଳେ ସେ କିପରି ସେଠାକୁ ଯାଇ ଏହି କାର୍ଯ୍ୟ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାଂସଦ କିମ୍ବା ବିଧାୟକ ପ୍ରତିନିଧି ସାଧାରଣତଃ ସେହି ଅଞ୍ଚଳର ହେଲେ ଲୋକଙ୍କ କଥା ବୁଝିବା ସୁବିଧା ହୋଇ…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଥାନା ତେରବେଡା ଗ୍ରାମଠାରେ ପୋଲିସ୍ ୩ କେଜି ଗଂଜେଇ ସହ ଗୋଟିଏ ମଟର ସାଇକେଲ ଜବତ କରିବା ସହ ୨ ଜଣଙ୍କୁଗିରଫ କରିଛି। ପ୍ରକାଶ ଯେ ରେଢାଖୋଲ ପୋଲିସ୍ ତେରବେଡା ଗ୍ରାମରେ ଗାଡି ଯାଂଚ କରୁଥିବା ସମୟରେ ଦୁଇଜଣ ବ୍ୟକ୍ତି ବାଇକରେ ( ଓଆର୍ ୧୫ଆର୍-୮୮୧୮ )ଗଂଜେଇ ଧରି ଯାଉଥିବା ବେଳେ ଧରାପଡିଛନ୍ତି। ସେମାନଙ୍କ ପାଖରୁ ୩ କେଜି ଗଞେଇ ଜବତ କରିବା ସହ ମୋଟର ସାଇକେଲ୍ ଓ ନଗଦ ୧୯୦୦ଟଙ୍କା ଜବତ କରିଛି। ଗିରଫ ଯୁବକ ଦୁଇ ଜଣ ହେଲେ ରେଢାଖୋଲ ଥାନା ଘୋଷରାମାଳ ପଂଚାୟତର ରାଇଲ ଗ୍ରାମର ଚିନ୍ମୟ ମାଝୀ ଓ ଉତ୍ତରପ୍ରଦେଶ ରାଜ୍ୟର ରାମଘାଟ ଥାନା ମୋଣିପୁରର ଶ୍ୟାମ ଭୀର ବୋଲି ରେଢାଖୋଲ ଥାନାଧିକାରୀ ଜଣାଇଛନ୍ତି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ୍ ନାମଂଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ରେଢାଖୋଲ ଥାନା କେସ୍ ନଂ୩୪ ତା…
କୃଷ୍ଣ ଚନ୍ଦ୍ର ସୁଆଁସିଆ ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଗ୍ରାମରେ ଗଢିଉଠିଥିବା ଭାରତ ସରକାରଙ୍କ ଯୁବ କ୍ରୀଡା ଓ ବ୍ୟାପାର ଅଧିନ ନେହେରୁ ଯୁବ ତରଫରୁ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଭାପତି, ସମ୍ପାଦକ ଓ ଆଶାୟୀ ଯୁବ ନେତୃତ୍ବ ମାନଙ୍କୁ ନେଇ ଯୁବ ସମ୍ମିଳନୀ ବଉଳଘାଇଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର କୋଷାଧ୍ୟକ୍ଷ ସୁଦାମ ଚରଣ ସାବତ, ମୁଖ୍ୟବକ୍ତା ଭାବେ ଜାଗ୍ରୁତି କମ୍ପ୍ୟୁଟର ଅନୁଷ୍ଠାନର ମୁଖ୍ୟ ଜଗନ୍ନାଥ ରଥ, ସମ୍ମାନିତ ଅତିଥି ଶିକ୍ଷକ କବିରାଜ ନାୟକ, ଅଧ୍ୟାପକ ଦୀପକ କୁମାର ସ୍ବାଇଁ,ସମାଜସେବୀ ଟୁଙ୍ଗୁରୁ ସ୍ବାଇଁ, ଶିକ୍ଷାବିତ୍ ବିକାଶ ମହାପାତ୍ର ଆଦି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସାମ୍ପ୍ରତିକ ସମୟରେ ସମାଜରେ ଗଠନାତ୍ମକ କାର୍ଯ୍ୟଶୈଳୀ,ନେତୃତ୍ବର ଆବଶ୍ୟକତା ରହିଥିବା ହେତୁ ନେହେରୁ ଯୁବ କେନ୍ଦ୍ରର ଆଭିମୁଖ୍ୟକୁ ବ୍ଲକର ବିଭିନ୍ନ ଗ୍ରାମରେ ପ୍ରଚାର ପ୍ରସାର କରିବା ଓ ଯୁବଶକ୍ତିକୁ ସାମାଜିକ କ୍ଷେତ୍ରରେ ସାମିଲ କରିବା ଉପରେ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ: ଦାଦା ବଟିକୁ ନେଇ ଜନୈକ ଯୁବକ ବଳିଆ ଗ୍ରାମର ବାପୁଜୀ ବିଦାପୀଠ ଉଚ୍ଚ ବିଦ୍ୟାଳୟର ପାଚେରୀ ଭାଙ୍ଗିଦେଇଥିବା ନେଇ କୁଜଙ୍ଗ ଥାନାରେ ଅଭିଯୋଗ ହୋଇଛି। ଏନେଇ ଠିକାଦାର ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବାଲିଆ ସ୍ଥିତ ବାପୁଜୀ ବିଦ୍ୟାପୀଠର ପାଚେରୀ ନିର୍ମାଣ ପାଇଁ ସେ ୬ଲକ୍ଷ ଟଙ୍କାର ଟେଣ୍ଡର ନେଇଥିଲେ। ସେହି ଗ୍ରାମରେ ଜନୈକ ଯୁବକ ଏନେଇ ତାଙ୍କୁ ୫୦ ହଜାର ଟଙ୍କା ବଟି ମାଗିଥିଲେ। ବଟି ନଦେଲେ ପାଚେରୀକୁ ମାଟିରେ ମିଶାଇ ଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ଠିକାଦାର ଜଣକ। ଠିକାଦାର ଜଣକ ଟଙ୍କା ନ ଦେବାରୁ ସମ୍ପୃକ୍ତ ଯୁବକ ଜଣକ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରିବା ସହିତ ପରିସ୍ଥିତି ଭୟାବହ ହେବ ବୋଲି ଧମକ ଦେଇଥିଲା। ଗତରାତିରେ ନିର୍ମାଣଧୀନ ପାଚେରୀର ପ୍ରାୟ ୨୦ ମିଟର ପର୍ଯ୍ୟନ୍ତ ଭାଙ୍ଗି ଯାଇଥିବାର ଅଭିଯୋଗ କରିଛନ୍ତି ଠିକାଦାର ଜଣକ।…
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର ରାଜ୍ୟର ଏକ ତୃତୀୟାଂଶ ସ୍କୁଲରେ ପ୍ରଧାନ ଶିକ୍ଷକ ପଦ ଖାଲି ପଡିଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷାକମାନେ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏଥିଯୋଗୁଁ ଗୁଣାତ୍ମକ ଶିକ୍ଷାଦାନ କର୍ମୀ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି ବୋଲି ଉଲ୍ଲେଖ କରି ଶାସକ ଦଳ ସଭ୍ୟ ଅମର ପ୍ରସାଦ ଶତପଥୀ ବିଧାନସଭାରେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ନ୍ୟାୟାଳୟର ସ୍ଥଗିତାବସ୍ଥା ଯୋଗୁଁ ଏଭଳି ସମସ୍ୟା ଉପୁଜିଛି ବୋଲି ବର୍ଣ୍ଣନା କରି ସେ ଏହି ଅଦାଲତ ସମସ୍ୟାର ଆଶୁ ପ୍ରତିକାର ଲାଗି ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାନସଭାର ଶୂନ୍ୟକାଳରେ ଏ ପ୍ରସଙ୍ଗ ଉତ୍ଥାପନ କରି ଶ୍ରୀ ଶତପଥୀ କହିଲେ, ନ୍ୟାୟାଳୟରେ ମାମଲା ବିଚରାଧୀନ ଥିବା ଆଳରେ ସରକାର ସମସ୍ୟାକୁ ଏଡାଇଯିବା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ସେହି ଅଦାଲତି କଟକଣା ହଟାଇବା ପାଇଁ କୌଣସି ପ୍ରୟାସ କରୁନାହାଁନ୍ତି। ଫଳରେ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକପ୍ରକାର ଅଚଳାବସ୍ଥା ଉପୁଜିଛି। ନ୍ୟାୟାଳୟର…
ନୂଆଦିଲ୍ଲୀ : ସୁପ୍ରିମ୍କୋର୍ଟ ତରଫରୁ ନିଯୁକ୍ତ ହୋଇଥିବା ମଧ୍ୟସ୍ଥି ସାଧନା ରାମଚନ୍ଦ୍ରନ୍ ଓ ସଞ୍ଜୟ ହେଗେଡ୍ ଆଜି ଶାହୀନ୍ ବାଗ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ଦୁଇଜଣ ମଧ୍ୟସ୍ଥି ଆଜି ଶାହିନ୍ବାଗ୍ ପ୍ରଦର୍ଶନକାରୀଙ୍କ ସହ ଦୁଇ ଘଣ୍ଟା ସମାଧାନର ପନ୍ଥା ପାଇଁ ଆଲୋଚନା କରିଥିଲେ। କିନ୍ତୁ କିଛି ନିଷ୍କର୍ଷ ବାହାରିପାରିନାହିଁ। ଆସନ୍ତକାଲି ପୁନଃ ମଧ୍ୟସ୍ଥି ଦ୍ବୟ ଆନ୍ଦୋଳନକାରୀଙ୍କ ସହ ବାର୍ତ୍ତାଳାପ କରିବେ। ଏଥିପାଇଁ ସୁପ୍ରିମ୍କୋର୍ଟଙ୍କ ତରଫରୁ ରବିବାର ପର୍ଯ୍ୟନ୍ତ ସମୟ ଦିଆଯାଇଛି। ସୂଚନାଯୋଗ୍ୟ, ନାଗରିକତା ଆଇନ୍ ବିରୋଧରେ ଗତ 67 ଦିନ ଧରି ଶାହିନ୍ବାଗରେ ପ୍ରଦର୍ଶନ ଚାଲିଛି। ଏହି ପ୍ରଦର୍ଶନ ଯୋଗୁଁ ଦିଲ୍ଲୀ ଓ ନୋଏଡାକୁ ସଂଯୋଗ କରୁଥିବା କାଲିନ୍ଦ କଂଜ୍ ରୋଡ ବନ୍ଦ ହୋଇ ରହିଛି। ପ୍ରଦର୍ଶନକାରୀମାନେ ଏହି ନିୟମ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କହିଛନ୍ତି। ପ୍ରଦର୍ଶନକାରୀଙ୍କ ମତରେ ସେମାନେ କେବଳ 150 ମିଟର ପର୍ଯ୍ୟନ୍ତ ଧାରଣାରତ ରହିଛନ୍ତି କିନ୍ତୁ ସଡକର ବାକି…
କୃଷ୍ଣ ଚନ୍ଦ୍ର ସୁଆଁସିଆ ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର ଇଂରାଜୀ ବିଭାଗର ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସହିତ ପାଠଚକ୍ର ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପକ ସନ୍ତୋଷ କୁମାର ପାଢ଼ୀଙ୍କ ପୌରହିତ୍ୟରେ ମୁଖ୍ୟବକ୍ତା ଖଣ୍ଡଦେଉଳି କଲେଜର ଅଧ୍ୟାପକ ଡ.ଭଗବାନ ତ୍ରିପାଠୀ, ମୁଖ୍ୟ ଅତିଥି କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ଗୋପାଳପୁର କଲେଜର ଅଧ୍ଯାପକ ଶ୍ରୀଯୁକ୍ତ ମାନସ ରଞ୍ଜନ ମିଶ୍ର ଆଦି ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ସାମ୍ପ୍ରତିକ ଜାତୀୟ ସ୍ତରରେ କିମ୍ବା ସାମାଜରେ ନିଜକୁ ଯୋଗ୍ୟ ବିବେଚିତ କରିବା ସକାଶେ ଇଂରାଜୀ ଭାଷାର ଗଭୀର ଅଧ୍ୟୟନ ସକାଶେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ସହିତ ଭବିଷ୍ୟତ ଉତ୍ତୋରତ୍ତର କାମନା କରିଥିଲେ। ଠିକ୍ ସେଭଳି କଠିନ ପରିଶ୍ରମ ହିଁ ସଫଳତାର ଅସଲ ଚାବିକାଠି ବୋଲି ଅଭିହିତ କରି ସଫଳତା ସକାଶେ ନିଜକୁ ଦାୟିତ୍ୱବାନ କରିବାକୁ ସମ୍ମାନିତ ଅତିଥି…
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ବାସଗୃହଗୁଡିକରେ ଏଣିକି ବିଜୁବାବୁଙ୍କ ଫଟୋ ଥିବା ବିଜୁ ପକ୍କା ଘର ‘ଲୋଗୋ’ ହିତାଧିକାରୀଙ୍କ କବାଟରେ ଲଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ଏବଂ ରାଜ୍ୟ ସରକାରଙ୍କର ଏହି ସିଦ୍ଧାନ୍ତ ଯଥାର୍ଥ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଆଜି ବିଧାନସଭାରେ ଜଣାଇଛନ୍ତି । ଏ ସମ୍ପର୍କିତ ପ୍ରସ୍ତାବ ନୋଟିସ୍ର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଲେ, କେନ୍ଦ୍ରରେ କଂଗ୍ରେସ ନେତୃତ୍ବାଧୀନ ସରକାର ଇନ୍ଦିରା ଆବାସ ଯୋଜନାରେ ହିତାଧିକାରୀମାନଙ୍କ ବାସଗୃହ ଯୋଗାଇ ଦେଉଥିବାବେଳେ ବିଜେପି ନେତୃତ୍ବାଧୀନ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ସେହି କାର୍ଯ୍ୟ ସମ୍ପାଦନା କରୁଛନ୍ତି । ଇନ୍ଦିରା ଆବାସ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର 90:10 ଅନୁପାତରେ ଅର୍ଥ ଯୋଗାଉଥିବାବେଳେ ପ୍ରଥମାବସ୍ଥାରେ ପ୍ରଧାନମନ୍ତ୍ରୀ ଆବାସ ଲାଗି 75:25 ଅନୁପାତରେ ଅର୍ଥ ଯୋଗାଣ ହେଉଥିଲା । କିନ୍ତୁ ବର୍ତ୍ତମାନ ସେଥିଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥ…
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର ରାଜ୍ୟର ଢାବାଗୁଡ଼ିକ କଞ୍ଚା କୋଇଲା ବ୍ୟବହାର ନ କରିବା ଲାଗି ଜାରି ସରକାରୀ ନିର୍ଦ୍ଦେଶକୁ କଡାକଡି କାର୍ଯ୍ୟକାରୀ କରିବା ନିମନ୍ତେ ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ବିଧାନସଭାରେ ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠିଥିଲା। ଶାସକ ଦଳ ବିଧାୟକ ନୃସିଂହ ଚରଣ ସାହୁ ଅଭିଯୋଗ କରିଥିଲେ ଯେ, ରାଜ୍ୟର ଢାବାଗୁଡ଼ିକ ବେଆଇନ ଭାବେ କଞ୍ଚା କୋଇଲା ବ୍ୟବହାର କରୁଛନ୍ତି। ତେବେ କଞ୍ଚା କୋଇଲା ଉପଯୋଗ ନ କରିବା ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ 2016 ମସିହାରୁ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରଥମେ କୋଇଲା ଗଚ୍ଛିତ ଥିବା ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ ପ୍ରଭୃତି ଜିଲ୍ଲାର ଢାବାଗୁଡ଼ିକ କଞ୍ଚା କୋଇଲା ଜାଳେଣି ହିସାବରେ ବ୍ୟବହାର କରିପାରିବେ ନାହିଁ ବୋଲି ବିଭାଗୀୟ ନିର୍ଦ୍ଦେଶ ଜାରି ହୋଇଥିଲା। ପରବର୍ତ୍ତୀ କାଳରେ ତାହା ସମଗ୍ର ରାଜ୍ୟ ପାଇଁ ଲାଗୁ ହୋଇଥିଲା। ତେବେ ରାଜ୍ୟର ଢାବାଗୁଡ଼ିକ ଅବିଚାରିତ ଭାବେ କଞ୍ଚା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏମ୍କେସିଜି ପଛ ଭାଗରେ ଥିବା ଅଳିଆ ଗଦାରେ ଏକ ଭୃଣ ପଡ଼ିଥିବାର ଦେଖିବାକୁ ମିଳିଥିଲା, ଯାହାକୁ ନେଇ ପ୍ରଶାସନକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ତେବେ ଏହାକୁ ନେଇ ଏବେ ପ୍ରଶାସନ ଚେତିଥିବାବେଳେ ବିଭିନ୍ନ ନର୍ସିଂ ହୋମ ଚଢାଉ କରାଯାଇଛି। ସୂଚନାଯୋଗ୍ୟ, ସମୀକ୍ଷା ନ୍ୟୁଜ୍ରେ ପ୍ରକାଶିତ ଏନେଇ ଏକ ଖବର ପ୍ରସାରଣ ପରେ ପ୍ରଶାସନ ଏହା ସମ୍ପର୍କରେ ଏବେ ଦୃଢ ପଦକ୍ଷେପ ନେଇଛି। ଦୁଇଦିନ ତଳେ ବ୍ରହ୍ମପୁର ମେଡ଼ିକାଲ୍ ନିକଟବର୍ତ୍ତୀ ସିଦ୍ଧାର୍ଥ ନଗର ନାଳରେ ଏକ ଶିଶୁକନ୍ୟାକୁ ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା। ସେହିପରି ବିନାୟକ ଆଚାର୍ଯ୍ୟ କଲେଜ ପାଖରେ ଡ଼ମ୍ପିଂୟାର୍ଡ଼ରେ ଶିଶୁକୁ ଫୋପାଡ଼ି ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଏହି ଖବର ପ୍ରକାଶିତ ହେବା ପରେ ପ୍ରଶାସନ ଚେତିଥିବାର ପରି ଲାଗୁଛି। ଜିଲ୍ଲା ପ୍ରଶାସନ ବେଆଇନ ନର୍ସିଂ ହୋମ୍ ଗୁଡ଼ିକ ଉପରେ ଚଢାଉ କରିଛନ୍ତି। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଆଜି ବ୍ରହ୍ପୁରର ବିଭିନ୍ନ ନର୍ସିଂହୋମ୍ଗୁଡ଼ିକ…
ମୁମ୍ବାଇ : ସେଲିବ୍ରିଟି ଫଟୋଗ୍ରାଫର୍ ଡବ୍ବୁ ରତନାନୀଙ୍କ କ୍ୟାଲେଣ୍ଡର 2020 ଲଞ୍ଚ୍ ହୋଇଯାଇଛି । ଚଳିତ କ୍ୟାଲେଣ୍ଡରର ଫଟୋ ଶୁଟ୍ଟି ବୋଲ୍ଡ ଏଣ୍ଡ୍ ବ୍ୟୁଟିଫୁଲ୍ ରହିଛି । ଡବ୍ବୁଙ୍କ କ୍ୟାଲେଣ୍ଡରରେ ବହୁ ବଲିଉଡ୍ ଅଭିନେତ୍ରୀମାନଙ୍କର ବୋଲ୍ଡ ଅନ୍ଦାଜ୍ ଦେଖିବାକୁ ମିଳିଛି। ଭୂମି, କିଆରା ଆଡ୍ଭାନୀ ଓ ସନି ଲିଓନି ଏହି କ୍ୟାଲେଣ୍ଡର୍ ଫଟୋ ଶୁଟ୍ ପାଇଁ ନ୍ୟୁଡ୍ ହୋଇଥିବାର ନଜର ଆସିଛନ୍ତି । ସେହିପରି ବିଦ୍ୟାଙ୍କୁ ବାଥ୍ରୋବ୍ରେ ଫଟୋଶୁଟ୍ କରିଛନ୍ତି । ବିଦ୍ୟା ଏହି ଫଟୋଶଟ୍ରେ ଧଳା ରଙ୍ଗର ଏକ ବାଥ୍ରୋବରେ ନଜର ଆସିଥିବାବେଳେ କର୍ଲି ହେୟାର୍ରେ ବେଶ୍ ଗ୍ଲାମର୍ସ ଲାଗୁଛନ୍ତି । ସେହିପରି ସନ୍ନି ଲିଓନି ତଳେ ବସିଥିବାବେଳେ ଏକ ବଡ ଡାଏରୀ ସହ ନିଜକୁ କଭର କରି ପୋଜ୍ ଦେଇଛନ୍ତି । ଫଟୋଶୁଟ୍ ପାଇଁ ସନି ଲିଓନି ନ୍ୟୁଜ୍ ମେକ୍ଅପ୍ ନେଇଛନ୍ତି । ଏହି ଅବସରରେ ବଲିଉଡ୍ର ବହୁ ଅଭିନେତା ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଥିଲା । ଡବ୍ବୁଙ୍କ କ୍ୟାଲେଣ୍ଡର…
ଗୁଜୁରାଟ : ମହିଳାଙ୍କ ମାସିକ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଗୁଜୁରାଟର ଜଣେ ଧର୍ମ ଗୁରୁ। ମାସିକ ଧର୍ମ ସମୟରେ ମହିଳା ଯଦି ରୋଷେଇ ବା ଖାଦ୍ୟ ପ୍ରସ୍ତୁତ କଲେ, ପୁନର୍ଜନ୍ମରେ କୁକୁର (ମାଈ କୁକୁର) ରୂପରେ ଜନ୍ମ ନେବେ। ଏହା ସହିତ ଧର୍ମ ଗୁରୁ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ଏପରି ସମୟରେ ତାଙ୍କ ହାତରୁ ଖାଦ୍ୟ ଖାଉଥିବା ବ୍ୟକ୍ତି ଆରଜନ୍ମରେ ବଳଦ ବା ଷଣ୍ଢ ରୂପରେ ଜନ୍ମ ହେବେ। ଏଭଳି ବୟାନ ଦେଇଥିବା ଧର୍ମଗୁରୁ ଜଣକ ହେଉଛନ୍ତି ସ୍ବାମୀ କୃଷ୍ଣସ୍ବରୂପ ଦାସଜୀ। ସ୍ବାମୀ କୃଷ୍ଣସ୍ବରୂପ ଦାସଜୀ ଗୁଜୁରାଟର ସ୍ବାମୀ ନାରାୟଣ ମନ୍ଦିର ସହିତ ସମ୍ପର୍କିତ। ଏହି ସ୍ବାମୀ ନାରାୟଣ ମନ୍ଦିର ଶ୍ରୀ ସହଜାନନ୍ଦ କଲେଜକୁ ପରିଚାଳନା କରୁଛନ୍ତି। ନିକଟରେ ଏହି କଲେଜଟି ମହିଳାଙ୍କ ମାସିକ ଧର୍ମ ପରୀକ୍ଷା କରିବା ନେଇ ଚର୍ଚ୍ଚାକୁ ଆସିଥିଲା। ଗତ ଫେବୃଆରୀ 11 ତାରିଖରେ ଏହି ସମ୍ପର୍କରେ ଘଟଣାକୁ ସାମ୍ନାକୁ ଆସିଥିଲା।…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମଣ୍ଡାସାହି ପଞ୍ଚାୟତ ଅଫିସରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ପରିଚାଳିତ କାର୍ଯ୍ୟକ୍ରମରେ ଜଗତସିଂହପୁର ବିଡିଓ ସାଗର କୁମାର ନନ୍ଦ, ସରପଞ୍ଚ ଚିତ୍ତରଞ୍ଜନ ରାଉଳ, ସମିତି ସଭ୍ୟ ବିଶ୍ବନାଥ ବାରିକ୍, ଓ୍ବାର୍ଡ ମେମ୍ବର ସଞ୍ଜୟ ବାରିକ୍, ପାରାଲିଗାଲ୍ ସ୍ବେଚ୍ଛାସେବୀ କ୍ଷୀରୋଦ କୁମାର ଦାଶ, ମନୋଜ ସ୍ବାଇଁ, ଶୁଭଲକ୍ଷ୍ମୀ ନାୟକ, ଅବନୀକାନ୍ତ ମହାରଣା, ଜଗତସିଂହପୁର ଥାନା ଅଧିକାରୀ ଏବଂ ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ଯୋଗଦେଇଥିଲେ। ଶିବିରରେ ଅତିଥିମାନେ ସାଇବର ଅପରାଧ ଉପରେ ଥିବା ଆଇନ ଆଦି ବିଷୟରେ ଆଲୋଚନା କରି ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ସଭାରେ ପ୍ରାଧିକରଣର ସଚିବ ଶ୍ରୀ ରାଉତ ଇଣ୍ଟେଲିକ୍ଚୁଆଲ୍ ପ୍ରପଟି ଯଥା ପ୍ୟାଣ୍ଟେଟ୍, ଟ୍ରେଡ୍ ମାର୍କ, କପିରାଇଟ୍ ଇତ୍ୟାଦି ବିଷୟରେ ବୁଝାଇବା ସହିତ ଅନ୍ଲାଇନ୍ ପେମେଣ୍ଟ, ମୋବାଇଲ୍ ବ୍ୟାକିଂ, ସାମାଜିକ ଗଣମାଧ୍ୟମର ସୁରକ୍ଷିତ ବ୍ୟବହାର ଆଦି ବିଷୟରେ…
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର ସଂସ୍କୃତି ମନ୍ତ୍ରୀ ବକ୍ତବ୍ୟକୁ ନେଇ ଆଜି ବିଧାନସଭାରେ ବିରୋଧୀ ସଭ୍ୟମାନେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ ଅଭିଯୋଗ ବାଢିଛନ୍ତି ଯେ, ମନ୍ତ୍ରୀଙ୍କ ବକ୍ତବ୍ୟରେ ସେମାନଙ୍କ ପ୍ରଶ୍ନଗୁଡ଼ିକର କୌଣସି ଉତ୍ତର ନାହିଁ । କେଉଁ କାରଣରୁ ଓଡ଼ିଆ ଭାଷା ସଂସ୍କୃତିର ବିକାଶ ଲାଗି ରାଜ୍ୟ କେନ୍ଦ୍ରୀୟ ଅନୁଦାନରୁ ବଞ୍ଚିତ ହୋଇଛି ବୋଲି ଗତକାଲି ସେମାନେ ଜାଣିବାକୁ ଚାହିଁଥିଲେ। ତଦନୁସାରେ ବାଚସ୍ପତି ବିଭାଗୀୟ ମନ୍ତ୍ରୀଙ୍କୁ ବକ୍ତବ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସେଥିନେଇ ଗୃହରେ ବକ୍ତବ୍ୟ ରଖିଥିଲେ ସୁଦ୍ଧା କେଉଁ କାରଣରୁ ରାଜ୍ୟ କେନ୍ଦ୍ରୀୟ ଅନୁଦାନରୁ ବଞ୍ଚିତ ହୋଇଛି, ତାହା ଜଣାଇନାହାନ୍ତି। ଶୂନ୍ୟକାଳରେ ସଂସ୍କୃତି ମନ୍ତ୍ରୀଙ୍କ ବକ୍ତବ୍ୟ ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏଥିନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ବାଚସ୍ପତି ଶୀ ପାତ୍ର ଦର୍ଶାଇଥିଲେ ଯେ, ମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ଗୃହରେ ତତ୍କ୍ଷଣାତ୍…
ସମୀକ୍ଷା ବ୍ୟୁରୋ ଶେରଗଡ : ଶେରଗଡ଼ ବ୍ଲକ ଅନ୍ତର୍ଗତ କୁରୁଳା ସ୍ଥିତ ସରକାରୀ କୁରୁଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ହିଞ୍ଜିଳିକାଟୁ ଶାଖା ତରଫରୁ ଚଳିତ ବର୍ଷ ପରୀକ୍ଷା ଦେଉଥିବା ବିଦ୍ୟାର୍ଥୀଙ୍କୁ ପୁଷ୍ପ,ଚନ୍ଦନରେ ବନ୍ଦାପନା କରି ଅଭିନନ୍ଦନ ଜଣାଇଥିଲେ। ପରୀକ୍ଷାର୍ଥୀ ମାନେ ଚାପମୁକ୍ତ ହୋଇ ଉତ୍ସାହର ସହ ପରୀକ୍ଷା ଦେବାପାଇଁ ଉତ୍ସାହିତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ସହ-ସଂଯୋଜକ କୃଷ୍ଣଚନ୍ଦ୍ର ସୁଆଁସିଆଙ୍କ ନେତୃତ୍ବରେ ବିଦ୍ୟାଳୟ ସମ୍ମୁଖରେ ଏଭଳି ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କାହ୍ନୁଚରଣ ବିଶ୍ବାଳ, କୃଷ୍ଣଚନ୍ଦ୍ର ଦାଶ,ପୂର୍ଣ୍ଣଚନ୍ଦ୍ର ମହାନ୍ତି,ଏ ଶ୍ରୀକାନ୍ତ ଆଚାରୀ,ଯୋଗେନ୍ଦ୍ର ବେହେରା ସମେତ ବହୁ କାର୍ଯ୍ୟକର୍ତ୍ତା ଓ ଅଭିଭାବକ ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ।

