କନ୍ଦର୍ପ ବେହେରା ରେଢାଖୋଲ: କେନ୍ଦ୍ରସରକାରଙ୍କ ଅଧିନରେ ଥିବା ଡାକ ବିଭାଗ ହେଉଛି ଏକ ବିଶ୍ବାସନୀୟ ସଂସ୍ଥା। ଲୋକମାନେ ଏହି ବିଭାଗ ଉପରେ ଭରସା ଓ ବିଶ୍ବାସ କରନ୍ତି। ଗ୍ରାମାଂଚଳରେ ଲୋକମାନଙ୍କ ପାଖକୁ ଚିଠି ପହଂଚାଇବାରେ ପୋଷ୍ଟମେନ୍ ଭୂମିକା ଗୁରୁତ୍ବପୂର୍ଣ୍ଣ ହେଲେ ମଧ୍ୟ ଏବେ ଗ୍ରାମାଂଚଳ ଡାକ ସେବା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇ ପଡିଛି। ଲୋକମାନେ ଏହାର ସୁବିଧା ପାଇବା ତ ଦୂରର କଥା, ଡାକଘର ଖୋଲା ରହୁଛି କି ନାହିଁ, ତାହା ଏବେ ଏକ ବଡ ପ୍ରଶ୍ନ ପାଲଟିଛି। ରେଢାଖୋଲ ଉପଖଣ୍ଡର ନାକ୍ଟିଦେଉଳ ବ୍ଲକ୍ ଓ ରେଢାଖୋଲ ବ୍ଲକରେ ଥିବା ୨୮ ଟି ପଂଚାୟତରେ ଶାଖା ଡାକ ଘର ରହିଛି। ଏହି ଡାକ ଘରେ ଜଣେ ଜଣେ ପୋଷ୍ଟ ମାଷ୍ଟର ମଧ୍ୟ କାମ କରୁଛନ୍ତି। ଲୋକମାନଙ୍କ ପାଖରେ ଚିଠି ପହଂଚାଇବା ପାଇଁ ମଧ୍ୟ ପୋଷ୍ଟ ପିଅନ୍ କାମ କରନ୍ତି। କିନ୍ତୁ ପୋଷ୍ଟମାଷ୍ଟର ମାନଙ୍କର ମନମୁଖୀ କାର୍ଯ୍ୟ ଯୋଗୁ ଡାକ ଘର…
Author: Samikhsya Bureau
କନ୍ଦର୍ପ ବେହେରା ରେଢାଖୋଲ : କିସିଣ୍ଡା ଥାନା ମହୁକୁଦ ଗ୍ରାମରେ ଜନୈକା ମହିଳା ଉପରେ ଇଲେକ୍ଟ୍ରି ଖୁମ୍ବ ପଡିଯିବାରୁ ମହିଳାଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ରେଢାଖୋଲ ଉପଖଣ୍ଡ କିସିଣ୍ଡା ଥାନା ବଳମ୍ ପଞ୍ଚାୟତର ମହୁକୁଦ ଗ୍ରାମରେ ପ୍ରହ୍ଲାଦ ସାହୁଙ୍କ ପୁଅ ଘର ତିଆରି କରୁଥିଲେ। ହେଲେ ଘର ପାଖରେ ଏକ ଗଛ ଥିବାରୁ ଘର ତିଆରିରେ ଅସୁବିଧା ହେବାରୁ ଗଛ କାଟିବାକୁ ଜନୈକ ଲୋକଙ୍କୁ ନିୟୋଜିତ କରିଥିଲେ। ପାଖରେ ଥିବା ଇଲେକ୍ଟ୍ରିଖୁମ୍ବଟି ବିପଦ ସଂକୁଳ ଅବସ୍ଥାରେ ରହିଥିଲା। ମହିଳା ଜଣକ ତାଙ୍କ ଝିଅକୁ ଡାକିବାକୁ ଯିବା ସମୟରେ ଗଛଟି ଇଲେକ୍ଟ୍ରି ତାର ଉପରେ ପଡ଼ିଯାଇଥିଲା। ଫଳରେ ବିପଦ ସଂକୁଳ ଇଲେକ୍ଟ୍ରି ଖୁମ୍ବଟି ମହିଳାଙ୍କ ଉପରେ ପଡିଯାଇଥିବାବେଳେ ଦେହର ବିଭିନ୍ନ ଅଂଶରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ରେଢାଖୋଲ ଡାକ୍ତରଖାନା ନିଆଯାଇଥିଲା, ତେବେ ଡାକ୍ତରଖାନା ଯିବା ବାଟରେ ମହିଳା ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ତେବେ ଇଲେକ୍ଟ୍ରି…
ରଞ୍ଜିତ୍ ପଣ୍ଡା ପାରାଦୀପ: ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାକୁ ସ୍ୱଚ୍ଛ କରିବା ପାଇଁ ସରକାର ବିଭିନ୍ନ ଦୃଢ ପଦକ୍ଷେପ ନେଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ତେରବର୍ଷ ଧରି ଡେପୁଟେସନରେ ରହି ଜନୈକ ଶିକ୍ଷକ ନିଜକୁ ଜଣେ ଅଫିସର ବୋଲାଇ ସମଗ୍ର ଜିଲ୍ଲାରେ ହୁକୁମାତି ଚଳାଇଥିବା ଜଣାପଡିଛି। ଶିକ୍ଷାଧିକାରୀଙ୍କ ମୁଣ୍ଡରେ ଅଠାବୋଳି ଜିଲ୍ଲାରେ ଏକ ସ୍ୱତନ୍ତ୍ର ନେଟୱାର୍କ ଚଳାଇ ସମଗ୍ର ଶିକ୍ଷାବ୍ୟବସ୍ଥାକୁ ନିଜ କବଜାରେ ରଖିଛନ୍ତି। ଶାସକ ରାଜନୈତିକ ଦଳର ଛତ୍ରଛାୟା ତଳେ ରହି ଏହି କରିତ୍କର୍ମା ଜଣଙ୍କ ନହେଲା କାମକୁ କରୁଥିଲେ ମଧ୍ୟ କେହି ପାଟି ଖୋଲିବାକୁ ସାହସ କରୁନାହାଁନ୍ତି। ସରକାରଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ ଯୋଜନା ଓ ତାଲିମ କାର୍ଯ୍ୟକ୍ରମରେ ଅଫିସରଙ୍କୁ ପଛରେ ପକାଇ ଷ୍ଟେଜରେ ଆଗରେ ରହୁଥିବା ଦେଖିବାକୁ ମିଳୁଛି। ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଠାରୁ ଉପକରଣ ଯୋଗାଣ ସବୁଥିରେ କରିତକର୍ମା ହୁକୁମାତି କରିଆସୁଛନ୍ତି। ଯେତେ ଅଧିକାରୀ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଢେଙ୍କାନାଳଠାରୁ ପ୍ରାୟ ପାଞ୍ଚ ଶହ ଯାତ୍ରୀ ସେମାନଙ୍କର ଦାବି ପାଇଁ ରାଲିରେ ଯୋଗଦେବାକୁ ଭୁବନେଶ୍ୱର ଆସିଥିଲେ। ସେମାନେ ଏକ ଦଳରେ ୫୦୦ ସାଧାରଣ ଦ୍ଵିତୀୟ ଶ୍ରେଣୀ ଟ୍ରେନ ଟିକେଟ କ୍ରୟ କରି ପୁରୀ-ଅନୁଗୁଳ ମେମୁ ଟ୍ରେନ ଦ୍ୱାରା ଫେରିବା ପାଇଁ ଭୁବନେଶ୍ୱର ଷ୍ଟେସନ ଠାରେ ପହଁଚିଲା ପରେ ମାତ୍ରାଧିକ ଯାତ୍ରୀ ଭିଡକୁ ଦେଖି ଭୁବନେଶ୍ୱର ଷ୍ଟେସନ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ଯେ ଯଦି ଟ୍ରେନ ତା ଧାର୍ଯ୍ୟ ସମୟ ଠାରୁ ଆଉ କିଛି ସମୟ ରହିଯାଇପାରିବ ତାହେଲେ ସେମାନଙ୍କ ସାଥିରେ ଆସିଥିବା ସମସ୍ତ ଯାତ୍ରୀ ଟ୍ରେନ ଦ୍ୱାରା ଯାତ୍ରା କରିପାରିବେ ନଚେତ କିଛି ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ। ଏହି ରାଲିରେ ପ୍ରାୟ ଆଦିବାସୀ ଅଞ୍ଚଳର ଯାତ୍ରୀମାନେ ଥିଲେ ଯେଉଁ ମାନେ କି ଭୁବନେଶ୍ୱରଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ୫୦୦ ସାଧାରଣ ଦ୍ଵିତୀୟ ଶ୍ରେଣୀ ଟିକେଟ କ୍ରୟକରିଥିଲେ । ଏଠାରେ ଦର୍ଶାଯାଉଅଛି ଯେ ରାଲି ମାନଙ୍କରେ ଯୋଗଦେବାକୁ…
ସମୀକ୍ଷା ବ୍ୟୁରୋ କଟକ: ଆସନ୍ତାକାଲି ସକାଳ ୧୦ଟାରେ ଆରମ୍ଭ ମାଟ୍ରିକ ପରୀକ୍ଷା। ଏଥର ୫ ଲକ୍ଷ ୬୦ହଜାର ୯୦୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଶୃଙ୍ଖଳିତ ଭାବେ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ପ୍ରଥମ ଭାଷା ଓଡିଆ ପରୀକ୍ଷା ରହିଛି। ଦିନ ୧୦ ଟାରୁ ପରୀକ୍ଷା ଆରମ୍ଭ ହେବ, ହେଲେ ଏହା ପୂର୍ବରୁ ଅର୍ଥାତ ସକାଳ୯ ଟାରେ ପରୀକ୍ଷା କେନ୍ଦ୍ର ଗେଟ ଖୋଲାଯିବ। ଫଳରେ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିପାରିବେ। ଏହାପରେ ୯ଟା ୨୦ ମିନିଟରେ ପରୀକ୍ଷା ହଲର ଦ୍ବାର ଖୋଲାଯିବ। ଏହା ଦ୍ବାରା ଛାତ୍ରଛାତ୍ରୀମାନେ ପରୀକ୍ଷା ସ୍ଥାନରେ ବସିବାକୁ ସୁଯୋଗ ମିଳିବ। ପରୀକ୍ଷା ଦିନ ସକାଳ ୬ଟାରୁ ୮ଟା ୩୦ ମିନିଟ ମଧ୍ୟରେ ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ଓ ଉତ୍ତରଖାତାର ପ୍ରଥମ ସିଲ ଖୋଲାଯିବ। ଏହାପରେ ଏଗୁଡିକ ପରୀକ୍ଷା କେନ୍ଦ୍ରକୁ ପଠାଯିବ। ପରୀକ୍ଷା…
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ ଗୋପିଆକୁଦ ପଂଚାୟତର ଗୋଠଡ଼ିଆ ଗ୍ରାମରେ ଆଜି ଏକ ଗୃହ ନିର୍ମାଣ କାର୍ଯ୍ୟ ସମୟରେ ଦୁଇ ପକ୍ଷଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିବା ଜଣାପଡ଼ିଛି। ଏଥିରେ ଉଭୟ ପକ୍ଷରୁ ୧୦ଆହତ ହୋଇଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ଥାନାରେ ଦୁଇଟି ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ଆଧାରରେ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି। ପ୍ରକାଶ ଯେ, ଗୋଠଡିଆ ଗ୍ରାମର କେଶବ ଚରଣ ଦଳାଇଙ୍କ ପତ୍ନୀ କମଳା ଦଳାଇଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ବାମୀ ଏବଂ ତାଙ୍କର ପୁତ୍ର ଘରେ ଅନୁପସ୍ଥିତ ଥିବା ସମୟରେ ପଡ଼ୋଶୀ ସୁନାକର ସାହୁ, ରବି ସାହୁ, ଗନ୍ଧର୍ବ ସାହୁ, କରୁଣୀ ସାହୁ ପ୍ରମୁଖ ୫ଜଣ ହଠାତ୍ କଟୁରୀ, ଭୁଜାଲୀ ଧରି ତାଙ୍କ ଘରର ଗେଟକୁ ବାଡେଇଥିଲେ। ଗେଟ୍ ଭାଙ୍ଗିବାପରେ ସେମାନେ ଘରର କବାଟକୁ ମଧ୍ୟ ବାଡ଼େଇଥିଲେ। ସେ ବାଡ଼ିପଟେ ଥିବାବେଳେ ପାଟିତୁଣ୍ଡ ଶୁଣି ଘରକୁ ଆସିଥିଲେ। ମାତ୍ର ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ…
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ପୌର ପରିଷଦ ଅଞ୍ଚଳ ମଧ୍ୟରେ ମାଲ ପରିବହନ କରୁଥିବା ଭାରୀଯାନ ଗୁଡିକ ଚଳପ୍ରଚଳ କରୁଥିବାରୁ ଟ୍ରାଫିକ୍ ସମସ୍ୟା ଏବଂ ଜନସାଧାରଣଙ୍କ ଗମନାଗମନର ଅସୁବିଧା ପରିଲକ୍ଷିତ ହେଉଅଛି । ଏଣୁ ଉପରୋକ୍ତ ଯାନ ଗୁଡିକ ଚଳପ୍ରଚଳ ଉପରେ ମୋଟର ଯାନ ଆଇନ-୧୯୮୮ ଧାରା ୧୧୫ ଅନୁଯାୟୀ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ନିଷେଧାଜ୍ଞ ଜାରି କରିଛନ୍ତି । ଏହ ଭାରୀଯାନ ଗୁଡିକ ସକାଳ ୮ ଘଟିକାରୁ ଦିବା ୧୧ ଘଟିକା ଏବଂ ଅପରାହ୍ନ ୫ ଘଟିକା ଠାରୁ ରାତ୍ର ୮ ଘଟିକା ସମୟ ମଧ୍ୟରେ ପୈାର ପରିଷଦ ଅଂଚଳରେ ଚଳ ପ୍ରଚଳ କରି ପାରିବେ ନାହିଁ । ଏହି ନିର୍ଦ୍ଦେଶ ତା ୧୧.୦୨.୨୦୨୦ ରିଖ ଠାରୁ ୧୦.୦୩.୨୦୨୦ରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜଗତସିଂହପୁର ଥାନାଛକ ଠାରୁ ଟାଉନହଲ ଛକ ଓ ଜଗତସିଂହପୁର-ଜଇପୁର ରାସ୍ତାର ଥାନାଛକ ଠାରୁ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବାଣପୁର ସ୍ଥିତ ଶ୍ରୀ ଶ୍ରୀ ରଙ୍କନାଥଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ତରଫରୁ ୧୦୮ ହନୁମାନ ଚାଳିଶା ଯଜ୍ଞ ନିମନ୍ତେ ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା। ଏହି ଅବସରରେ ତିନିଦିନ ବ୍ୟାପୀ ଶ୍ରୀରାମଚରିତ କଥାମୃତ ପ୍ରବଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଏକ ଶୋଭାଯାତ୍ରା ଶ୍ରୀ ଶ୍ରୀ ରଙ୍କନାଥଦେବ ମନ୍ଦିର ପ୍ରାଙ୍ଗଣରୁ ସହର ପରିକ୍ରମା କରି ଶ୍ରୀ ଶ୍ରୀ ଦକ୍ଷେଶ୍ୱର ଦେବଙ୍କ ମନ୍ଦିର ପୁଷ୍କରିଣୀରୁ ଜଳାବରଣ କରି ଯଜ୍ଞ ଅନୁଷ୍ଠାନ ସ୍ଥାନରେ ପହଂଚିଥିଲେ। ଏହି ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ଭାଗନେଇଥିଲେ। ଚଳିତବର୍ଷ ଉକ୍ତ ଅନୁଷ୍ଠାନ ୧୩ ବର୍ଷରେ ପଦାର୍ପଣ କରୁଥିବାବେଳେ ପ୍ରବଚକ ଶ୍ରୀ ରବି ନାରାୟଣ ପଣ୍ଡାଙ୍କ ପୌରାହିତ୍ୟରେ ତିନିଦିନ ବ୍ୟାପି ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ପବିତ୍ର ମହା ଶିବରାତ୍ରି ଦିନ ବ୍ୟାସ ମହନ୍ତ ଶ୍ରୀ ରାମଦାସଜି ମହାରାଜଙ୍କ ପୌରାହିତ୍ୟରେ ୧୦୮ ଥର…
ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ବିବିଧ ସଂସ୍ଥା ଭାବରେ ରହିଥିବା ଏହାର ସମଗ୍ର ମିଡ଼ିଆ ଓ ବିତରଣ (ଡିଷ୍ଟ୍ରିବ୍ୟୁସନ) ବ୍ୟବସାୟକୁ ନେଟୱାର୍କ୧୮ ଅଧୀନରେ ମିଶ୍ରଣ ସମ୍ପର୍କରେ ସୋମବାର ଘୋଷଣା କରାଯାଇଛି। ଏହି ମିଶ୍ରଣ ବ୍ୟବସ୍ଥା ଆଧାରରେ ଟିଭି୧୮ ବ୍ରଡ଼କାଷ୍ଟ, ହାଥୱେ କେବୁଲ ଓ ଡାଟାକମ ଏବଂ ଡେନ ନେଟୱାର୍କ ଏକାଠି ହୋଇ ନେଟୱାର୍କ୧୮ ମିଡ଼ିଆ ଓ ଇନଭେଷ୍ଟମେଣ୍ଟ ରେ ସମ୍ମିଳିତ ହେବେ, ଯାହାକି ୮୦୦୦ କୋଟି ଆୟ ବିଶିଷ୍ଟ ଏକ ସମନ୍ବିତ ମିଡ଼ିଆ ଓ ଓ ବିତରଣ (ଡିଷ୍ଟ୍ରିବ୍ୟୁସନ) କମ୍ପାନୀରେ ପରିଣତ ହେବ। ଏହି ପୁନର୍ଗଠନ ଜରିଆରେ ସମନ୍ବିତ ମୂଲ୍ୟ ବୃଦ୍ଧି ପାଇବା ସହିତ ଏକ ବୃହତ କମ୍ପାନୀ ହେବାର ବ୍ୟାପକ ଆର୍ଥିକ ଲାଭ ମିଳିପାରି । ଏଥିସହିତ ଏହାଦ୍ୱାରା ଲିଷ୍ଟେଡ଼ ସଂସ୍ଥା ସଂଖ୍ୟାରେ ହ୍ରାସ ହୋଇ କର୍ପୋରେଟ ଆକାର ଓ ବ୍ୟବସ୍ଥା ଆହୁରି ସରଳ ହେବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ମିଶ୍ରଣ ଦ୍ୱାରା…
ଭୁବନେଶ୍ବର, ଆଜି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଚଳିତ 2020-21 ବର୍ଷର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟ କେତେକ କ୍ଷେତ୍ରରେ ବିଗତ ବଜେଟଠାରୁ ଟିକିଏ ଅଲଗା ରହିଛି। ପ୍ରଥମତଃ ଏଥର ବଜେଟ ସଂପୂର୍ଣ୍ଣ ହାଇଟେକ୍ ହୋଇଛି। ପରଂପରା ଅନୁସାରେ ବଜେଟ ବହି ନ ପଢାଯାଇ ଏଥର ଆଇପ୍ୟାଡ ମାଧ୍ୟରେ ବଜେଟ ପଢାଯାଇଛି। ସେହିପରି ପୂର୍ବବର୍ଷ ପରି ଚଳିତ ବର୍ଷ ବଜେଟର ସଂପୂର୍ଣ୍ଣ ବିବରଣୀ ପେନଡ୍ରାଇଭ ମାଧ୍ୟମରେ ଗୃହର ସଦସ୍ୟ ଓ ସଦସ୍ୟାଙ୍କୁ ପ୍ରଦାନ କରାଯାଇଛି। ତେବେ ବିଗତ ବର୍ଷ ପରି ଏଥର ମଧ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ କୃଷି ବଜେଟ ଆରମ୍ଭରେ ଏକ କବିତା ଏବଂ ଶେଷରେ ଏକ କବିତା ବୋଲିଛନ୍ତି। ବଜେଟ ଆରମ୍ଭରେ ପ୍ରଖ୍ୟାତ ନାରୀକବି କୁନ୍ତଳା କୁମାରୀ ସାବତଙ୍କ ଏକ କବିତାକୁ ପଢିଥିଲେ। ତାହା ଥିଲା ନବ ଆଲୋକେ,ନବ ପୁଲକେ ନିଖିଳ…
ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍ । ସମ୍ପୂର୍ଣ୍ଣ ଇ- ବଜେଟ୍କୁ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ଥର ବଜେଟ୍କୁ ପେପରଲେସ କରି ଆଇପ୍ୟାଡ୍ ମାଧ୍ୟମରେ ବଜେଟ୍ ଭାଷଣକୁ ପଢିଛନ୍ତି ଅର୍ଥମନ୍ତ୍ରୀ । ରାଜ୍ୟ ବଜେଟ୍ର ବ୍ୟୟ ଅଟକଳ 1 ଲକ୍ଷ 50 ହଜାର କୋଟି ଟଙ୍କା ରହିଛି । ପ୍ରଶାସନିକ ବ୍ୟୟ ପରିମାଣ 65 ହଜାର 655 କୋଟି , କାର୍ଯ୍ୟକ୍ରମ ବ୍ୟୟ ପରିମାଣ 74 ହଜାର କୋଟି ରହିଥିବାବେଳେ ରାଜ୍ୟ ବଜେଟ୍ର ବିପର୍ଯ୍ୟୟ ପ୍ରଶମନ ବାବଦ ବ୍ୟୟ 3 ହଜାର 2 ଶହ କୋଟି ରହିଥିବାବେଳେ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥା ବ୍ୟୟ 7 ହଜାର 145 କୋଟି ଟଙ୍କାର ବ୍ୟୟ ବରାଦ ରହିଛି । ସେହିପରି କୃଷି ପାଇଁ 19.408 କୋଟି ଟଙ୍କାର ବ୍ୟୟ ବରାଦ ରହିଛି । ବଜେଟ୍ ସଂକ୍ଷିପ୍ତ ପୁରୀର ବିକାଶ ପାଇଁ ଅବଢା ଯୋଜନାରେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବିଧାନସଭାରେ ଆଇପ୍ୟାଡ ମାଧ୍ୟମରେ ଓଡିଶା ବଜେଟ ପଢିଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ। ନବୀନଙ୍କ ପଞ୍ଚମ ପାଳି ସରକାରର ଦ୍ବିତୀୟ ବଜେଟ୍କୁ ପେପରଲେସ୍ କରାଯାଇଛି। ଏହି ଅବସରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଇ- ବଜେଟ୍ ପ୍ରସ୍ତୁତ କରି ଓଡ଼ିଶା ଦେଶରେ ଦ୍ବିତୀୟ ରାଜ୍ୟ ହୋଇପାରିଛି। ଇ-ବଜେଟ୍ ଦ୍ବାରା କାଗଜ ଓ ବୃକ୍ଷ ସଂରକ୍ଷଣ କରାଯାଇପାରିଛି। ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ମଡେଲ ରାଜ୍ୟରେ ପରିଣତ ହୋଇଛି। ଜାଗା ମିଶନ ମାଧ୍ୟମରେ ବସ୍ତି ବାସିନ୍ଦା ଉପକୃତ ହୋଇଛନ୍ତି। ଓଡ଼ିଶାକୁ 5 ଥର କୃଷି କର୍ମଣ ପୁରସ୍କାର ପାଇଛି। ରାଜ୍ୟ ବଜେଟ୍ ନିଅଣ୍ଟରୁ ବଜେଟ୍ ବଳକା ରାଜ୍ୟରେ ପରିଣତ ହୋଇଛି। ରାଜ୍ୟ ବଜେଟ୍ର ବ୍ୟୟ ଅଟକଳ 1 ଲକ୍ଷ 50 ହଜାର କୋଟି ଟଙ୍କା ରହିଛି। ପ୍ରଶାସନିକ ବ୍ୟୟ ପରିମାଣ 65 ହଜାର 655 କୋଟି ରହିଛି। କାର୍ଯ୍ୟକ୍ରମ ବ୍ୟୟ ପରିମାଣ…
ଭୁବନେଶ୍ବର, ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ 2020-21 ବର୍ଷ ପାଇଁ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନା କରିଛନ୍ତି। ଏଥର ରାଜ୍ୟ ବଜେଟ କଳେବର 1 ଲକ୍ଷ 50 ହଜାର କୋଟି ଟଙ୍କାରେ ପହଁଚିଛି। ଏହି ବଜେଟରୁ 65,655 କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ ପାଇଁ ରଖାଯାଇଥିବା ବେଳେ 74000 କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ ବ୍ୟୟ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି 3200 କୋଟି ଟଙ୍କା କେବଳ ବିପର୍ଯ୍ୟୟ ପରିଚାଳନା ପାଇଁ ବ୍ୟୟ ବରାଦ କରାଯାଇଛି। ଏହି ବଜେଟରେ 7145 କୋଟି ଟଙ୍କା ଉନ୍ନୟନ କର୍ତ୍ତୁପକ୍ଷ ଏବଂ ବିଜ୍ଞାପିତ ଅଞ୍ଚଳର ଉନ୍ନୟନ ପାଇଁ ବ୍ୟବସ୍ଥା କରାଯାଇଛି।ଏହା ବ୍ୟତିତ ପ୍ରାୟ 6500 କୋଟି ଟଙ୍କା OMBADC, DMF, State PSUs ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ପୁରୀକୁ ବିଶ୍ବ ଐତିହ୍ୟ ସ୍ଥଳ କରିବା ପାଇଁ ରାଜ୍ୟ ସରକାର ଏଥର ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏଥର ପୁରୀରେ ଅଭଢା ଯୋଜନା…
ଭୁବନେଶ୍ବର, ଆଜି ବିଧାନସଭାରେ ଚଳିତ 2020-21 ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ରାଜ୍ୟ ବଜେଟ ଉପସ୍ଥାପନା କରୁଛନ୍ତି। ତେବେ ଏଥର ମୋଟାମୋଟା ବହି ବଦଳରେ ପୂଜାରୀ ଆଇପ୍ୟାଡ ମାଧ୍ୟମରେ ବଜେଟ ଉପସ୍ଥାନ କରୁଛନ୍ତି। ପୂର୍ବରୁ ଏହି ବଜେଟ ଅର୍ଥମନ୍ତ୍ରୀମାନେ ବହି ପଢିଥାନ୍ତି। ଯାହା ଚଳିତ ବର୍ଷ ସେହି ପରଂପରାକୁ ଭାଙ୍ଗି, ଏଥର ବଜେଟ ଉପସ୍ଥାପନା ହାଇଟେକ ହୋଇଛି। ଆଜି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଗୃହରେ ବଜେଟ ଉପସ୍ଥାପନା ପୂର୍ବରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଆଇପ୍ୟାଡ ବଜେଟ ସଂପର୍କରେ ଅବଗତ କରାଇଥିଲେ। ବଜେଟ ଉପସ୍ଥାପନା ପୂର୍ବରୁ ସମସ୍ତ ସଦସ୍ୟଙ୍କ ଟେବୁଲ ଉପରେ ଆଇପ୍ୟାଡ ରଖାଯାଇଥିଲା। ଗୃହ ଆରମ୍ଭ ପରେ ଏହି ଆଇପ୍ୟାଡ ମାଧ୍ୟମରେ ସଦସ୍ୟମାନେ ବଜେଟ ରୂପରେଖ ମଧ୍ୟ ଦେଖି ପଢି ପାରୁଛନ୍ତି। ସେତେକି ନୁହେଁ ଗୃହର ସଦସ୍ୟମାନଙ୍କୁ ବଜେଟର ସଂପୂର୍ଣ୍ଣ ବିବରଣୀ ପେନଡ୍ରାଇଭ ମାଧ୍ୟମରେ ମଧ୍ୟ ପ୍ରଦାନ କରାଯାଇଛି।
କନ୍ଦର୍ପ ବେହେରା ରେଢାଖୋଲ: ନାକ୍ଟିଦେଉଳ ଥାନା ଅଂଚଳର ଜନୈକା ଯୁବତୀକୁ ଜନୈକ ଯୁବକ ବିବାହ ପ୍ରତିଶ୍ରୁତି ଦେଇ ଶେଷରେ ଦୁଷ୍କର୍ମ କରି ଅନ୍ୟତ୍ର ବିବାହ କରିବାକୁ ଉଦ୍ୟମ କରି ଶେଷରେ ଗିରଫ ହେବା ଘଟଣା ନାକ୍ଟିଦେଉଳ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଏ ନେଇ ଯୁବତୀ ଜଣଙ୍କ ନାକ୍ଟିଦେଉଳ ଥାନାରେ ଅଭିଯୋଗ କରିଥିବା ନାକ୍ଟିଦେଉଳ ପୋଲିସ୍ ପ୍ରକାଶ କରିଛି । ପ୍ରତାରଣା କରିଥିବା ଯୁବକ ଜଣଙ୍କ ହେଲେ ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କଖାରୁମାଳ ଗ୍ରାମର ଆଦିତ୍ୟ ସାହୁ । ତା ନାମରେ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି । ଅଭିଯୋଗ ଅନୁସାରେ ରିଆମାଳ ଥାନା ଅନ୍ତର୍ଗତ କଖାରୁମାଳ ଗ୍ରାମର ଆଦିତ୍ୟ ସାହୁ ନାମକ ଜଣେ ଯୁବକ ନାକଟିଦେଉଳ ଥାନା ଜନୈକା ଯୁବତୀ ସହ ଆଜକୁ ୭ବର୍ଷ ହେଲା କଥାବାର୍ତ୍ତା ହେଉଥିଲା । ଆଦିତ୍ୟ ଯୁବତୀ ଜଣକ ସହ କଥାବାର୍ତ୍ତା ହେବା ସହ ବିବାହର ପ୍ରତିଶ୍ରୁତି…
ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର ଏଣିକି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତାହତ ହେଉଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସରକାରୀ ସାହାଯ୍ୟ ମିଳିବ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଜଣାଇଛନ୍ତି। ଅନ୍ୟପକ୍ଷରେ ଏଥିଯୋଗୁଁ ମୃତ୍ୟୁ ଘଟୁଥିବା ଗୃହପାଳିତ ପଶୁପକ୍ଷୀଙ୍କ ପଇଁ ମଧ୍ୟ କ୍ଷତିପୂରଣ ମିଳିବ ବୋଲି ସ୍ପଷ୍ଟ କରିଛନ୍ତି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୧ ଜଣ ବସ୍ଯାତ୍ରୀଙ୍କ ପ୍ରାଣହାନୀ ସମ୍ପର୍କରେ ଆଜି ବିଧାନସଭାରେ ମୁଲତବୀ ପ୍ରସ୍ତାବ ନୋଟିସ୍ ଆଗତ ହୋଇଥିଲା। ଏହି ଆଲୋଚନାର ଉତ୍ତର ଦେଇ ଶକ୍ତି ମନ୍ତ୍ରୀ ଶ୍ରୀ ମିଶ୍ର କହିଲେ, ଏଣିକି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ଓ.ଇ.ଆର.ସି. ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ସେହିପରି ୬୦ ଭାଗ ଅକର୍ମଣ୍ୟ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ ଏବଂ ୪୦ରୁ ୬୦ ଭାଗ ଅକର୍ମଣ୍ୟ ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ଦିଆଯିବ। ଅପରପକ୍ଷେ ଗୋଟିଏ ସପ୍ତାହ…
ଭୁବନେଶ୍ବର, ଆଉ ଦୁଇଦିନ ପରେ ହେବ ଦେବଦେବ ମହାଦେବ ପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରୀ। ଏ ନେଇ ଆଜି ମନ୍ଦିର ପ୍ରଶାସନ ତରଫରୁ ବସିଥିଲା ପ୍ରସ୍ତୁତି ବୈଠକ। ତେବେ ଏହି ବୈଠକରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ରାହ୍ମଣ ନିଯୋଗ। ସେମାନେ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ଯେ, ବର୍ତ୍ତମାନ ଯିଏ କାର୍ଯ୍ୟନିର୍ବାହୀ ଅଧିକାରୀ ଅଛନ୍ତି ତାଙ୍କର ବଦଳି ହୋଇଯାଇଛି। ବଦଳି ହେବା ପରେ ତାଙ୍କୁ ପୁଣି କାହିଁକି ଦାୟିତ୍ବ ଦିଆଯାଇଛି ବୋଲି ବୈଠକରେ ନିଯୋଗ ପ୍ରଶ୍ନ କରିଥିଲେ। ତୁରନ୍ତ ତାଙ୍କୁ ହଟାଯାଇ ନୂଆ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉ ବୋଲି ନିଯୋଗ ଦାବୀ କରିଛି। ଏହାକୁ ନେଇ ପ୍ରସ୍ତୁତି ବୈଠକରେ ଥିବା ଉଚ୍ଚ ଅଧିକାରୀମାନେ ବ୍ରାହ୍ମଣ ନିଯୋଗଙ୍କୁ ବୁଝାଇବା ପାଇଁ ଚେଷ୍ଠା କରିଥିଲେ। ହେଲେ ସେମାନେ ଏହି ଦାବୀକୁ ନେଇ ଅଡି ବସିଥିଲେ। ଫଳରେ ଚଳିତ ମହାଶିବରାତ୍ରୀ ସେବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଯଦି ବ୍ରାହ୍ମଣ ନିଯୋଗର ଦାବୀକୁ ପୂରଣ…
ମୁମ୍ବାଇ : ସିଏଏକୁ ନେଇ ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଅସ୍ଥିରତା ଦେଖାଦେଇଛି । ମହାରାଷ୍ଟ୍ରରେ ଶିବସେନା, ଏନ୍ସିପି ଓ କଂଗ୍ରେସର ମହାମେଣ୍ଟ ‘ମହାବିକାଶ ଅଘାଡି’ ସରକାରରେ ପୁଣିଥରେ ଏହାକୁ ନେଇ ମତଭେଦ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଆଜି ପୁଣିଥରେ ସିଏଏ ଓ ଏନ୍ପିଆର୍ ଲାଗୁ ହେଲେ କିଛି ପ୍ରଭାବ ପଡିବ ନାହିଁ ବୋଲି କହିବା ସହିତ ଏନ୍ଆରସି ଲାଗୁ ହେବ ନାହିଁ ବୋଲି କହିଛନ୍ତି । ଉଦ୍ଧବଙ୍କ ବୟାନକୁ ନେଇ ନାରାଜ ରହିଛନ୍ତି ଏନ୍ସିପି ପ୍ରମୁଖ ଶରଦ ପାଓ୍ବାର । ଶରଦ ପାଓ୍ବାର କହିଛନ୍ତି ଯେ, ଏହା କେବଳ ତାଙ୍କର ରାୟ ଅଟେ। ଏନ୍ସିପି ପାଇଁ ଏହା ଚିନ୍ତାର ବିଷୟ । ସୂଚନାଯୋଗ୍ୟ ଯେ, ଉଦ୍ଧବ ସିଏଏ ଓ ଏନ୍ଆରସିକୁ ଦୁଇ ଅଲଗା ପ୍ରକ୍ରିୟା ଓ ଏନ୍ପିଆର ମଧ୍ୟ ଅଲଗା ପ୍ରକ୍ରିୟା ବୋଲି କହିବା ସହିତ ସିଏଏ ଲାଗୁ ହେଲେ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଏଣିକି ବିଦ୍ୟୁତ୍ ତାର ଲାଗି ଜୀବନ ଗଲେ ବା ଆଘାତ ହେଲେ ଅଧିକ କ୍ଷତିପୂରଣ ମିଳିବ । ବିଦ୍ୟୁତ ତାର ଲାଗି ଜୀବନ ଗଲେ 4 ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ମିଳିବ ବୋଲି ସୂଚନା ରହିଛି । ସେହିପରି ବିଦ୍ୟୁତ୍ ଆଘାତରେ 60% କ୍ଷତି ହୋଇଥିଲେ ଦୁଇ ଲକ୍ଷ ଓ 40ରୁ 60 ପ୍ରତିଶତ କ୍ଷତି ହୋଇଥିଲେ 59 ହଜାର 5 ଶହ ଟଙ୍କା ମିଳିବ । ସାତ ଦିନରୁ ଅଧିକ ଦିନ ମେଡ଼ିକାଲରେ ଚିକିତ୍ସିତ ହେଲେ 12ହଜାର ମିଳିବ । ସପ୍ତାହକରୁ କମ୍ ସମୟ ଚିକିତ୍ସା ହେଲେ 4500ଟଙ୍କା ମିଳିବ । ସେହିପରି ବିଦ୍ୟୁତ୍ ଆଘାତରେ ଗାଈ, ମଇଁଷି ମଲେ 30 ହଜାର ଟଙ୍କା କ୍ଷତିପୂରଣ ରାଶି ମିଳିବ । ଛେଳି, ମେଣ୍ଢା ଓ ଘୁଷୁରୀ ପାଇଁ ତିନି ହଜାର ଟଙ୍କା ରହିଥିବାବେଳେ କୁକୁଡା ଫାର୍ମ ନଷ୍ଟ ହୋଇଥିଲେ 5 ହଜାର ଟଙ୍କା…

