ଭୁବନେଶ୍ୱର, ୧୭.୨: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚିଠି ନଂ ୨୪୭୨୧ ତା ୨୬.୯.୨୦୧୮ରିଖରେ ଯୁଗ୍ମ ସମ୍ପାଦକଙ୍କ ଦ୍ୱାରା ଘୋଷଣା କରାଯାଇଥିବା ରାଜ୍ୟର ୫୫ଟି ରକ୍ତଭଣ୍ଡାର ସରକାରୀ ମାନ୍ୟତା ପାଇଥିଲେ ମଧ୍ୟ ଏଥିରେ କାର୍ଯ୍ୟରତ ପ୍ରାୟ ୧୮୦ଜଣ ଅସ୍ଥାୟୀ କର୍ମଚାରୀ ସ୍ଥାୟୀ ନିଯୁକ୍ତି ନିମନ୍ତେ ବାରମ୍ବାର ଅନୁରୋଧ କରି ନିରାଶ ହୋଇଛନ୍ତି । ସ୍ୱାସ୍ଥ୍ୟସେବାରେ ରକ୍ତ ସଞ୍ଚାରଣ ଏକ ଅବିଚ୍ଛେଦ୍ୟ ଅଙ୍ଗ । ଅସ୍ତ୍ରୋପ୍ରଚାରଠାରୁ ଆରମ୍ଭ କରି ବିଭିନ୍ନ ଚିକିତ୍ସାରେ ରକ୍ତର ଆବଶ୍ୟକତା ପଡ଼ିଥାଏ । ରକ୍ତର କୌଣସି ବିକଳ୍ପ ନଥିବାରୁ ଏହା ଔଷଧ ଦୋକାନ କିମ୍ବା ଖୋଲା ବଜାରରୁ କିଣାଯାଇ ପାରେନାହିଁ । ରକ୍ତ ଭଣ୍ଡାରର କର୍ମଚାରୀମାନେ ବହୁ ଶ୍ରମ ସ୍ୱୀକାର କରି ବିଭିନ୍ନ ସ୍ଥାନକୁ ଯାଇ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମାଧ୍ୟମରେ ରକ୍ତ ସଂଗ୍ରହ କରିବା ସହିତ ତାହାକୁ ରକ୍ତ ଭଣ୍ଡାରରେ ସାଇତି ରଖି ଆବଶ୍ୟକସ୍ଥଳେ ରୋଗୀଙ୍କୁ ଯୋଗାଇ ସେମାନଙ୍କ ଅମୂଲ୍ୟ ଜୀବନ ରକ୍ଷା…
Author: Samikhsya Bureau
ଭୁବନେଶ୍ୱର ତା ୧୭.୦୨ – ବର୍ତମାନ ସମଗ୍ର ଦେଶରେ ନ୍ୟାସନାଲ ରେଜିଷ୍ଟ୍ରର ଅଫ୍ ସିଟିଜେନ୍ସିପ୍ (#NRC) କୁ ନେଇ ବାଦବିବାଦ ଚାଲୁଥିବା ବେଳେ ଭାରତୀୟ ଯୁବ କଂଗ୍ରେସ ଦ୍ୱାରା ନ୍ୟାସନାଲ ରେଜିଷ୍ଟ୍ରର ଅଫ୍ ଅନ୍ଏମ୍ପେ୍ଲାଏଡ୍ (NRU) ନାମକ ରାଷ୍ଟ୍ରବ୍ୟାପୀ ପ୍ରଚାର ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅଭିଯାନକୁ କେନ୍ଦ୍ର କରି ଭାରତୀୟ ଯୁବ କଂଗ୍ରେସ ସବୁ ରାଜ୍ୟରେ “ୟଙ୍ଗ ଇଣ୍ଡିଆ କି ବୋଲ” ନାମକ ଭାଷଣ ପ୍ରତିଯୋଗିତାର ଆୟୋଜନ ଆରମ୍ଭ କରାଯାଇଛି । ଯାହାର ବିଷୟ ରହିଛି “ବେରୋଜଗାରୀ” । ଏହି ପରିପ୍ରେକ୍ଷୀରେ ଆଜି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ଏହି କାର୍ଯ୍ୟକ୍ରମର ପୋଷ୍ଟର, ବ୍ୟାନର କଂଗ୍ରେସ ଭବନରେ ଉନ୍ମୋଚନ କରାଯାଇଛି । ସି.ଏ.ଏ, ଏନ୍.ଆର୍.ସି. ଏବଂ ଏନ୍.ପି.ଆର୍. ସହିତ ଅର୍ଥ ବ୍ୟବସ୍ଥା, ବେରୋଜଗାରୀ ବିଷୟରେ ଯୁବ କଂଗ୍ରେସ କେନ୍ଦ୍ରର ବିଜେପି ସରକାରକୁ ଲଗାତର ସମାଲୋଚନା କରୁଛି । ଏହି ମୁହୂର୍ତରେ ଦେଶରେ ବେରୋଜଗାରୀ ବହୁତ ବଡ ସମସ୍ୟା ରହିଛି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି । ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ନୀତିକାନ୍ତି ନେଇ କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ଚଳିତ ବର୍ଷ ଶିବରାତ୍ରି ଦିନ, ରାତି 10ଟାରେ ମହାଦୀପ ଉଠିବାକୁ ନିଷ୍ପତ୍ତି ନିଆଯାଇଛି। ଭୋର 3ଟାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ପରେ ଶ୍ରଦ୍ଧାଳୁ ମାନେ 3.30ରୁ ସାହାଣମେଲା ଦର୍ଶନ କରିପାରିବେ । ଅପରାହ୍ନ 12.45 ରୁ 2.30 ପର୍ଯ୍ୟନ୍ତ ସକାଳ ଧୂପ ଅନୁଷ୍ଠିତ ହେବ । ସନ୍ଧ୍ୟା 7.10ରୁ 7.30 ପର୍ଯ୍ୟନ୍ତ ସନ୍ଧ୍ୟା ଆଳତି ହେବା 10ଟା ପରଠାରୁ ମହାଦୀପ ଦର୍ଶନ ହେବ ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ପୁରୀ କଂଗ୍ରସ ଭବନରେ କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ 3 ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶ୍ରୀମନ୍ଦିର ଦର୍ଶନ ସାରି ଓଡ଼ିଶା ପ୍ରଭାରୀଙ୍କ ସହ ନେତାମାନେ ଫେରିବା ବେଳେ ପିସିସି ସଭାପତି ଏବଂ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିଲା ।
କୃଷ୍ଣଚନ୍ଦ୍ର ସୁଆଁସିଆ ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଠୁରୁବୁରାଇ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଚିତ୍ରସେନ ପୋଲାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶେରଗଡ଼ ବିଡିଓ ସୁରଞ୍ଜନ ସାହୁ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଂଗୀତ ସହିତ ବିଭିନ୍ନ ଲୋକକଳାକୁ ନେଇ ନୃତ୍ୟ ପରିବେଷଣ କରିଥିଲେ । ବର୍ତ୍ତମାନ ସମୟରେ ଗୁରୁ-ଶିଷ୍ଯ ପରମ୍ପରା ନଷ୍ଟ ହେଉଥିବାକୁ ନେଇ ତହସିଲଦାର ଚିନ୍ତା ପ୍ରକଟ କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍ତମ ସଂପର୍କ, ସହଯୋଗ, ଚରିତ୍ର ଗଠନ ଦିଗରେ ପ୍ରତ୍ୟେକ ଛାତ୍ରଛାତ୍ରୀ ମନୋନିବେଶ କରିବାକୁ ଉପଦେଶ ଦେଇଥିଲେ । ଦଶମ ବୋର୍ଡ ପରୀକ୍ଷାରେ ନୀର୍ଭିକ ଭାବେ ପରିଶ୍ରମ ଉପରେ ଆସ୍ଥା ରଖିବାକୁ ବିଡିଓ…
ହାଇଦ୍ରାବାଦ : ଲୋକପ୍ରିୟ ତେଲୁଗୁ ଅଭିନେତା ନାନି ଅପ୍କମିଙ୍ଗ ଫିଲ୍ମ ଭିରେ ନଜର ଆସିବାକୁ ଯାଉଛନ୍ତି । ଏହି ସାଇକୋଲୋଜିକାଲ ଥ୍ରୀଲରରେ ନାନିଙ୍କ ସହିତ ସୁଧୀର ବାବୁ ନଜର ଆସିବାକୁ ଯାଉଛନ୍ତି । ଟିଜରରେ ସୁଧୀର ବାବୁ ପୋଲିସ୍ ଭୂମିକାରେ ନଜର ଆସିବାକୁ ଯାଉଥିବା ବେଳେ ନାନି ଜଣେ ସିରିଏଲ୍ କିଲର୍ ଭୂମିକାରେ ନଜର ଆସିଛନ୍ତି । ଉଭୟଙ୍କ ବ୍ୟତିତ ନିଭେତା ଥୋମାସ୍ ଏବଂ ଅଦିତି ରାଓ ହାଇଦରୀ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଉଗାଡି ଅବସରରେ ମାର୍ଚ୍ଚ 25 ତାରିଖରେ ଏହି ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି । ପଦାର୍ପଣକାରୀ ମୋହନ କ୍ରିଷ୍ଣା ଇନ୍ଦ୍ରାଗଣ୍ଟି ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ।
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ 4 ଦୋଷୀଙ୍କ ପାଇଁ ନୂତନ ଫାଶୀ ତାରିଖ ଘୋଷଣା କରାଯାଇଛି । ମାର୍ଚ୍ଚ 3 ତାରିଖରେ 4 ଦୋଷୀଙ୍କୁ ଫାଶୀ ଦେବା ପାଇଁ ସୋମବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ 3 ତାରିଖ ଭୋର 6ଟାରେ ଫାଶୀ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି । 2012 ମସିହାରେ ଘଟିଥିବା ଏହି ଜଘନ୍ୟ କାଣ୍ଡର ଅଭିଯୁକ୍ତଙ୍କ ପାଇଁ ପୂର୍ବରୁ ଦୁଇ ଦୁଇ ଥର ଡେଥ ଓ୍ବାରେଣ୍ଟ ଜାରି କରାଯାଇଥିବା ବେଳେ ତାହା ବିରୋଧରେ ଆବେଦନ କରାଯିବାରୁ ତାହାକୁ ଖାରଜ କରାଯାଇଥିଲା । ସୋମବାରର ରାୟ ବିରୋଧରେ ଆବେଦନ କରିବା ନେଇ ଅଭିଯୁକ୍ତଙ୍କ ଓକିଲ ଏ ପି ସିଂ ସୂଚନା ଦେଇଛନ୍ତି । ରାଜନୈତିକ ଚାପ କାରଣରୁ ତରବରିଆ ଭାବରେ ଦୋଷୀଙ୍କ ଦଣ୍ଡ ଘୋଷଣା କରାଯାଇଛି । ଏହା ବିରୋଧରେ ଅପିଲ୍ କରିବା ନେଇ ସିଂ ସୂଚନା ଦେଇଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ଶାହିନ୍ବାଗରେ ଜାରି ରହିଥିବା ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ ସର୍ବୋଚ୍ଚ କୋର୍ଟ ନିଜର ନିଷ୍ପତ୍ତି ନେଇଛନ୍ତି । ସିଏଏ ଆନ୍ଦୋଳନକୁ ନେଇ ଦାଖଲ କରାଯାଇଥିବା ବିଭିନ୍ନ ଯାଚିକା ଉପରେ ବିଚାର କରି ସୋମବାର ଏହି ମାମଲାରେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ପାଇଁ ଦୁଇ ଜଣ ମଧ୍ୟସ୍ଥି ନିଯୁକ୍ତି କରିଛନ୍ତି ସର୍ବୋଚ୍ଚ କୋର୍ଟ । ନୂଆଦିଲ୍ଲୀର କାଳିନ୍ଦୀ କୁଞ୍ଜ ନିକଟସ୍ଥ ଶାହିନ୍ବାଗ୍ରେ ସିଏଏ ବିରୋଧୀ ଆନ୍ଦୋଳନ ବିରୋଧରେ ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗ୍ଡେ ଏବଂ ସାଧନା ରାମଚନ୍ଦ୍ରନଙ୍କୁ ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ମଧ୍ୟସ୍ଥି ନିଯୁକ୍ତ କରିଛନ୍ତି । ଦୁଇ ଓକିଲ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଆନ୍ଦୋଳନକାରୀ ମାନେ ଅନ୍ୟ କୌଣସି ସ୍ଥାନରେ ଆନ୍ଦୋଳନ କରିବା ଉଚିତ୍ ବୋଲି ସର୍ବୋଚ୍ଚ କୋର୍ଟ । ଯଦି ମଧ୍ୟସ୍ଥିଙ୍କ ଆଲୋଚନା ବିଫଳ ହୁଏ ତେବେ ସରକାରଙ୍କୁ…
ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ପାଇଁ ସାମୁଦାୟିକ ରୋଷଶାଳା ଯୋଜନା ମାମଲାରେ ଓଡ଼ିଶା ସମେତ 5ଟି ରାଜ୍ୟକୁ 15 ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ସମଗ୍ର ଦେଶରେ ସ୍ଥାପନ କରାଯାଇଥିବା ‘କମ୍ୟୁନିଟି କିଚେନ୍’ ସଂକ୍ରାନ୍ତରେ ଆଗତ ହୋଇଥିବା ଜନସ୍ୱାର୍ଥ ମାମଲାର ବିଚାର କରି ସୁପ୍ରିମ୍କୋର୍ଟ ରାଜ୍ୟମାନଙ୍କ ଉପରେ ଜରିମାନା କରିଛନ୍ତି । ଖାଦ୍ୟ ସୁରକ୍ଷା ନେଇ ସତ୍ୟପାଠ ଦାଖଲ ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଓଡ଼ିଶା ସମେତ 5ଟି ରାଜ୍ୟ ସତ୍ୟପାଠ ଦାଖଲ କରିନଥିଲେ। ଏଥିପାଇଁ ଏହି ରାଜ୍ୟମାନଙ୍କ ଉପରେ 5 ଲକ୍ଷ ଟଙ୍କା ଜରିମାନା ହୋଇଥିଲା। ଅପରପକ୍ଷରେ ଏହି ରାଜ୍ୟମାନେ ଜରିମାନା ଅର୍ଥ ନିର୍ଦ୍ଧାରିତ ସମୟରେ ଦାଖଲ କରିନଥିବାରୁ ଏନେଇ ଜରିମାନା 10ଲକ୍ଷଟଙ୍କା ଆଦାୟ କରାଯିବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି । ଦିଲ୍ଲୀ, ମହାରାଷ୍ଟ୍ର, ମଣିପୁର ଓ ଗୋଆକୁ ବି ହୋଇଛି ଜରିମାନାର ନିର୍ଦେଶ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍ 08 ତାରିଖକୁ ଧାର୍ଯ୍ୟ କରାଯାଇଛି। (ଏଜେନ୍ସି)
ଝାଡଖଣ୍ଡ : ଦୀର୍ଘ 14 ବର୍ଷ ପରେ ଘର ଓ୍ବାପସି କରିଛନ୍ତି ବାବୁଲାଲ ମାରାଣ୍ଡି। ବିଜେପିରେ ସାମିଲ୍ ହୋଇଛନ୍ତି ଝାଡଖଣ୍ଡ ବିକାଶ ମୋର୍ଚ୍ଚାର ଅଧ୍ୟକ୍ଷ ବାବୁଲାଲ ମାରାଣ୍ଡି। ଝାଡଖଣ୍ଡର ରାଞ୍ଚିରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ବାବୁଲାଲ୍ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ୍ ଶାହା, ଅର୍ଜୁନ ମୁଣ୍ଡା ପୂର୍ବତନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ମଧ୍ୟ ଉପସ୍ଥିତ ରହିଥିଲେ। ଏବେ ଝାଡଖଣ୍ଡରେ ବିଜେପି ସହିତ ଜେବିଏମ୍ରେ ବିଲୟ ଘଟିଛି। ଝାଡଖଣ୍ଡ ବିଧାନସଭାରେ ବିଜେପିର ବିପର୍ଯ୍ୟୟ ପରେ ବାବୁଲାଲଙ୍କୁ ଘରକୁ ଫେରାଇନେବାକୁ ପ୍ରସ୍ତୁତ ଚାଲିଥିଲା। ବିଜେପିର କେନ୍ଦ୍ରୀୟ ନେତୃତ୍ବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ବିକାଶ ମୋର୍ଚ୍ଚାର ଅଧ୍ୟକ୍ଷ ବାବୁଲାଲ୍ ମାରାଣ୍ଡିଙ୍କୁ ରାଜ୍ୟରେ ବିଜେପି କମାଣ ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି ବୋଲି ସୂଚନା ରହିଛି। ତେବେ ଏହାକୁ ନେଇ ବାବୁଲାଲ୍ କହିଛନ୍ତି ଯେ, କୌଣସି ପଦର ଲାଳସା ରଖି ଦଳରେ ଯୋଗଦେଇନାହିଁ, ବରଂ ଦଳ ପାଇଁ…
କରାଚୀ : ପାକିସ୍ତାନର କରାଚୀରେ ଗ୍ୟାସ୍ ଲିକ୍ ଘଟି 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 70ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପାକିସ୍ତାନର ଦକ୍ଷିଣ ପ୍ରାନ୍ତରେ ଏକ କଣ୍ଟେନରରୁ ଗ୍ୟାସ୍ ଲିକ୍ ହେବା ସହିତ 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 70 ଜଣ ଅଚେତ ହୋଇ ପଡିଛନ୍ତି । ଦକ୍ଷିଣ କରାଚୀର ଡିଜିପି ସର୍ଜିଲ ଖରାଲ ଏହି ଗ୍ୟାସ୍ ଲିକ୍ ନେଇ ସୂଚନା ଦେଇଛନ୍ତି । କରାଚୀର କେମାରୀ ବନ୍ଦରରେ ଏକ କଣ୍ଟେନର ଲାଗିବା ପରେ ଏଥିରୁ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇ 5 ଜଣଙ୍କର ମୃତ୍ୟୁ ଘଟିଥିଲା । ଆହତ ମାନଙ୍କୁ ସ୍ଥାନୀୟ ଆବ୍ବାସୀ ଶହୀଦ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । (ଏଜେନ୍ସି)
ମୁମ୍ବାଇ : ନିଜ ଫ୍ୟାଶନ ତଥା ଆଉଟ୍ଫିଟ୍କୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ଅଭିନେତା ରଣବୀର୍ ସିଂଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଦୈନନ୍ଦୀନ ଜୀବନ ହେଉ ଅଥବା କୌଣସି ରାମ୍ପ୍ ଶୋ’ କି ଇଭେଟ କିମ୍ବା ଫିଲ୍ମ ପ୍ରମୋସନ ସବୁ ଜାଗାରେ ତାଙ୍କ ଆଉଟ୍ଫିଟ୍କୁ ନେଇ ଚର୍ଚ୍ଚା ଲାଗିରହିଥାଏ । ନିକଟରେ ଏବେ ରଣବୀର୍ଙ୍କ ଲୁକ୍କୁ ନେଇ ଲୋକଙ୍କ ହୋସ୍ ଉଡିଯାଇଛି । ଫିଲ୍ମଫେୟାର୍ 2020ରେ ସାମିଲ୍ ହେବା ପାଇଁ ଆସାମର ଗୌହ୍ବାଟୀଠାରେ ରଣବୀର ସିଂହ ପହଞ୍ଚିଥିଲେ । ଏଠାରେ ସେ ଷ୍ଟାଇଲିଶ୍ ପ୍ରିଣ୍ଟେଟ୍ ଆଉଟ୍ଫିଟ୍ରେ ନଜର ଆସିଥିଲେ । କିନ୍ତୁ ସବୁଠୁ ବେଶି ଚର୍ଚ୍ଚାରେ ରହିଥିଲା ତାଙ୍କର ଚମକିଲା ଗୋଲ୍ଡେନ୍ ସୁଟ୍ ।ରଣବୀର ଗୋଲ୍ଡେନ୍ ସୁଟ୍ ସହିତ ବ୍ଲାକ୍ ହାଇ ନେକ୍ ଓ କ୍ୟାପ୍ ପିନ୍ଧିଥିବାର ନଜର ଆସିଥିଲେ। ରଣବୀର୍ ଏଥିରେ ବ୍ଲାକ୍ ଚଷମା ଲଗାଇବା ସହିତ ଏକ ଅଲଗା ଅନ୍ଦାଜରେ ନଜର ଆସିଥିଲେ ।…
କୃଷ୍ଣଚନ୍ଦ୍ର ସୁଆଁସିଆ ହିଞ୍ଜିଳିକାଟୁ: ମହାରାଷ୍ଟ୍ରର ରାଜ୍ୟସ୍ତରୀୟ ଭାରୋତ୍ତୋଳନରେ ରୌପ୍ୟପଦକ ଜିତି ସୁନାମ ଅର୍ଜନ କଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ରାଳବ ଗ୍ରାମର ଶିଙ୍ଗା ପ୍ରଧାନଙ୍କ ସାନ ପୁଅ ମିଟୁ ପ୍ରଧାନ।ସେ ମୁମ୍ବାଇରେ ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରୁଥିଲେ ସୁଦ୍ଧା ଭାରୋତ୍ତୋଳନରେ ଥିବା ଦୁର୍ବଳତା ଏଭଳି ପ୍ରତିଯୋଗିତାରେ ପ୍ରତିଭା ପ୍ରସ୍ପୁଟିତ କରିବାରେ ସହାୟକ ହୋଇପାରିଛି। ମହାରାଷ୍ଟ୍ରର ବିଭିନ୍ନ ପ୍ରତିଭାମାନଙ୍କ ସହ ପ୍ରତିଯୋଗିତା ଅଂଶଗ୍ରହଣ କରି ଓଡିଶା ତଥା ଜନ୍ମ ମାଟିର ଗର୍ବକୁ ଦ୍ବିଗୁଣିତ କରିଥିବା ହେତୁ ଅନେକ ପ୍ରଶଂସା ସାଉଁଟିଛନ୍ତି। କାର୍ଯ୍ୟରେ ନିୟୋଜିତ ଥିବା ସତ୍ତ୍ବେ ନିଜର ଇଛାଶକ୍ତି ବଳରେ ଭାରୋତ୍ତଳନରେ ସଫଳତା ପାଇବା ପରେ ଘରୋଇ ମାଟିରେ ଖୁସିର ଲହରୀ ଖେଳିବା ସହିତ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।
ନୂଆଦିଲ୍ଲୀ : ସୋମବାର ଆଇସିସି ପକ୍ଷରୁ ବିଶ୍ବ ଟି 20 ରାଙ୍କିଙ୍ଗ ପ୍ରକାଶ ପାଇଛି । ଭାରତୀୟ ବ୍ୟାଟ୍ସମ୍ୟାନ୍ କେ ଏଲ୍ ରାହୁଲ୍ ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ଦଶମ ସ୍ଥାନକୁ ଖସିଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ 5 ଟିକିଆ ଟି 20 ସିରିଜ୍ରେ ରାହୁଲ୍ 56 ଆଭରେଜ୍ରେ 224 ରନ୍ ସଂଗ୍ରହ କରିଥିଲେ । ବାବର ଆଜମ୍ ପୂର୍ବବତ୍ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଆରୋନ୍ ଫିଞ୍ଚ ତୃତୀୟ ସ୍ଥାନରେ ରହିଛନ୍ତି । ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ରାହୁଲ୍ 12 ତମ ସ୍ଥାନରେ ରହିଥିବା ବେଳେ ବେଳେ ଏହି ସିରିଜ୍ ପରେ ଦଶଟି ସ୍ଥାନ ଉପରକୁ ଉଠିଛନ୍ତି । ଅନ୍ୟତମ ଭାରତୀୟ ରୋହିତ ଶର୍ମା 9ମ ସ୍ଥାନରେ ରହିଛନ୍ତି । (ଏଜେନ୍ସି)
ମେରଟ୍ : ନିଜ ଭଉଣୀର ପ୍ରେମ ସମ୍ପର୍କକୁ ନେଇ କ୍ଷୁବ୍ଧ ହୋଇ ଜଣେ ଭାଇ ନରହନ୍ତା ପାଲଟିଛି। ଉତ୍ତରପ୍ରଦେଶର ମେରଟ୍ଠାରେ ପୁଣି ଥରେ ଏକ ମିଥ୍ୟା ପ୍ରତିପତ୍ତି ପାଇଁ ନିଜର ଝିଅକୁ ହତ୍ୟା କରିବା ଭଳି ଜଘନ୍ୟ ଘଟଣା ଘଟିଛି। ମେରଟ୍ ଥାନା ଅନ୍ତର୍ଗତ ସାରଧନା କ୍ଷେତ୍ରର ଗଢୀ ଗ୍ରାମରେ ଏପରି ଏକ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଏକାଦଶ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀର ପ୍ରେମ ସମ୍ପର୍କକୁ ନେଇ ତାଙ୍କ ଭାଇ ତାଙ୍କୁ ହତ୍ୟା କରିଛନ୍ତି। ଛାତ୍ରୀର ଭାଇ ଜଣକ ପ୍ରେମ ମାମଲାକୁ ନେଇ ରାଗରେ ଏପରି ଅମାନବୀୟ କାଣ୍ଡ ଘଟାଇଛନ୍ତି। ରାଗରେ ଛାତ୍ରୀଙ୍କ ପ୍ରାଇଭେଟ୍ ପାର୍ଟକୁ ଗୁଳି କରି ହତ୍ୟା କରିଛନ୍ତି ଛାତ୍ରୀଙ୍କ ଭାଇ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ଭାଇଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଅଟକ ରଖିବା ସହିତ ଭାଇକୁ ଗିରଫ କରିଛି। ଭଉଣୀର ପ୍ରେମ ସମ୍ପର୍କ ଜାଣିବା ପରେ ଭାଇ ଜଣକ ଉତ୍କ୍ଷିପ୍ତ…
ମୁମ୍ବାଇ : ଭାରତୀୟ ଧନୀଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ରାଧାକୃଷ୍ଣ ଦମାନୀ । ସୋମବାର ଫୋବର୍ସ ପକ୍ଷରୁ ପ୍ରକାଶିତ ତାଲିକାରେ ଦମାନୀ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ମୁକେଶ ଅମ୍ବାନୀ 57.5 ବିଲିୟନ୍ ଡଲାର ସହିତ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ 17.8 ବିଲିୟନ୍ ଡଲାର ସହିତ ଦମାନୀ ଏହି ତାଲିକାର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଦମାନୀଙ୍କ ଆଭେନ୍ୟୁ ସୁପର ମାର୍ଟସର ଅଂଶଧନ ମୂଲ୍ୟରେ 5 ପ୍ରତିଶତ ଅଭିବୃଦ୍ଧି ଘଟିଥିବା ବେଳେ ଏଚ୍ସିଏଲ୍ର ଶିବ ନାଦାରଙ୍କୁ ପଛରେ ପକାଇ ଦମାନୀ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଶିବ ନାଦାରଙ୍କ ସମ୍ପତ୍ତିର ପରିମାଣ 16.8 ବିଲିୟନ୍ ଡଲାର ରହିଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରକାଶିତ ତାଲିକା ଅନୁଯାୟୀ ମୁକେଶ ଅମ୍ବାନୀ ଭାରତ ଏବଂ ଏସିଆର ଏକ ନମ୍ବର ଧନୀ ରହିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ବିଧାନସଭାରେ ବଜେଟ୍ ଅଧିବେଶନ ଚାଲିଥିବା ବେଳେ ଆସନ୍ତା କାଲି ଆଗତ ହେବାକୁ ଯାଉଛି ବଜେଟ୍ । ବଜେଟ୍ ଆଗତ ହେବା ପୂର୍ବରୁ ଆଜି ବିଧାନସଭାରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ପାଇଥିଲା । ଏହି ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ରାଜ୍ୟର ଅଭିବୃଦ୍ଧି ହାର ହ୍ରାସ ପାଇଛି । ବାତ୍ୟା ଯୋଗୁଁ କୃଷି ଉତ୍ପାଦନ ହ୍ରାସ ପାଇଥିବା କାରଣରୁ ଅଭିବୃଦ୍ଧି ହାର ହ୍ରାସ ପାଇଛି । ଚଳିତ ବର୍ଷର ଅଭିବୃଦ୍ଧି ହାର 6.16 ପ୍ରତିଶତ ରହିଛି । ପୂର୍ବ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର 7.90 ପ୍ରତିଶତ ରହିଥିଲା । ସେହିପରି ଚଳିତ ବର୍ଷ ରାଜ୍ୟର ମୁଣ୍ଡପିଛା ଆୟ କମିଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି । 2018-19 ଆର୍ଥିକ ବର୍ଷରେ ମୁଣ୍ଡପିଛା ଆୟ 95,164 ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ମୁଣ୍ଡପିଛା ଆୟ 1,01,587 ଟଙ୍କା ରହିଛି । ଏହି ସମୟରେ ଜାତୀୟ ମୁଣ୍ଡପିଛା…
ନୂଆଦିଲ୍ଲୀ : ଦିଲ୍ଲୀରେ ତୃତୀୟ ଥର ପାଇଁ ଅରବିନ୍ଦ କେଜରୀଓ୍ବାଲ ସରକାର ଗଢିଥିବାବେଳେ ଏବେ କେଜରୀଓ୍ବାଲଙ୍କୁ ନେଇ କଂଗ୍ରେସ ଦୁଇ ବଡ ନେତାଙ୍କ ମଧ୍ୟରେ ଟଣାଓଟରା ହୋଇଯାଇଛି। ଅରବିନ୍ଦ କେଜରୀଓ୍ବାଲଙ୍କୁ ପ୍ରଶଂସା କରିବାକୁ ନେଇ କଂଗ୍ରେସ ଜଣେ ଟାଣୁଆ ନେତାକୁ ମହଙ୍ଗା ପଡିଛି। ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ତଥା କଂଗ୍ରେସ ନେତା ମିଲିନ୍ଦ ଦେଓ୍ବରା ଦିଲ୍ଲୀରେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ରାଜସ୍ବ ଦୁଇଗୁଣା ହେବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କୁ ପ୍ରଶଂସା କରିଛନ୍ତି। ଏହି ପ୍ରଶଂସାକୁ ନେଇ ଅଜୟ ମାକେନ୍ଙ୍କ ସମେତ ଦିଲ୍ଲୀ କଂଗ୍ରେସର କିଛି ନେତୃବୃନ୍ଦ ମିଲିନ୍ଦଙ୍କୁ ଟାର୍ଗେଟ୍ କରିଛନ୍ତି। ଏପରିକି ଅଜୟ ମାକେନ୍ ଦେଓ୍ବରାଙ୍କୁ କହିଛନ୍ତି ଯେ, ଯଦି ଆପଣ କଂଗ୍ରେସ ଛାଡିବେ, ତେବେ ଛାଡି ପାରନ୍ତି। ସୂଚନାଯୋଗ୍ୟ, ମିଲିନ୍ଦ ଦେଓ୍ବରା ଟୁଇଟ୍ରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ଭାଷଣକୁ ସେୟାର କରି ପାଞ୍ଚ ବର୍ଷରେ ରାଜ୍ୟର ରାଜସ୍ବ ଦୁଇଗୁଣା ହୋଇଥିବାର ଟୁଇଟ୍ କରିଥିଲେ। (ଏଜେନ୍ସି)
ମୁମ୍ବାଇ : ଆରଏସ୍ଏସ୍ ପ୍ରମୁଖ ମୋହନ ଭାଗବତ ତଲାକ୍କୁ ନେଇ ଦେଇଥିବା ବୟାନକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ତେବେ ଏହାକୁ ନେଇ ମୋହନଙ୍କୁ ଟାର୍ଗେଟ୍ କରିଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନମ କପୁର୍। ସୋନମ୍ ମୋହନଙ୍କ ବୟାନକୁ ତୀବ୍ର ନିନ୍ଦା କରି କହିଛନ୍ତି ଯେ, – କୋଉ ବୁଦ୍ଧିମାନ ବ୍ୟକ୍ତି ଏପରି କଥା କୁହନ୍ତି ?’ ଏହା ଏକ ମୂର୍ଖତାପୂର୍ଣ୍ଣ ବୟାନ। ତେବେ ସୋନମ୍ଙ୍କ ଏହି ଟୁଇଟ୍କୁ ନେଇ ଅନେକ ପ୍ରତିକ୍ରିୟା ମଧ୍ୟ ଆସିଛି। ମୋହନଙ୍କ ବୟାନ ଭର୍ସେସ୍ ସୋନମଙ୍କ ନିନ୍ଦାକୁ ନେଇ ସୋସିଆଲ୍ ମିଡିଆରେ ଦୁଇ ଗୋଷ୍ଠୀ ହୋଇଯାଇଛନ୍ତି। ଅନେକେ ସୋନମ୍ଙ୍କୁ ବିରୋଧ କରୁଥିବାବେଳେ ଅନେକ ସମର୍ଥନ କରିଛନ୍ତି। ସୂଚନାଯୋଗ୍ୟ, ମୋହନ ଭାଗବତ ତଲାକ୍କୁ ନେଇ କହିଥିଲେ ଯେ, ‘ଆଜିକାଲି ସମାଜରେ ତଲାକ୍ ମାମଲା ବଢିବାରେ ଲାଗିଛି। ସମ୍ପନ୍ନ ତଥା ଶିକ୍ଷିତ ପରିବାରରେ ଏହା ବେଶି ଦେଖାଯାଉଛି। କାରଣ ଶିକ୍ଷା ଓ ସମ୍ପନ୍ନତା ମଣିଷ ଭିତରେ ଗର୍ବ ଓ ଉଦ୍ଧତପଣିଆ…

