Amritsar: Actress Nikeet Kaur Dhillon at the inauguration of a store, in Amritsar on Feb 14, 2020. (Photo: IANS)
Author: Samikhsya Bureau
Amritsar: Actors Shweta Sarangal and Nikeet Kaur Dhillon at the inauguration of a store, in Amritsar on Feb 14, 2020. (Photo: IANS)
Mumbai: Actors Bipasha Basu and Karan Singh Grover walks the ramp on Lakme Fashion Week Day 4, in Mumbai on Feb 14, 2020. (Photo: IANS)
ଗୁଜୁରାଟ : ଆସନ୍ତା ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ଫାଷ୍ଟ୍ ଲେଡି ମେଲାନିଆ ଟ୍ରମ୍ପ୍। ଏହି ଅବସରରେ ଟ୍ରମ୍ପ୍ ଗୁଜୁରାଟର ଅହମ୍ମଦାବାଦଠାରେ ଏକ ଭବ୍ୟ ସମାରୋହରେ ସାମିଲ୍ ହେବେ। ଏହି ଭବ୍ୟ ସମାରୋହର ନାମ ‘ ‘କେମେଛୋ ଟ୍ରମ୍ପ୍’ ନୁହେଁ, ବରଂ ‘ନମସ୍ତେ ପ୍ରେସିଡେଣ୍ଟ ଟ୍ରମ୍ପ୍’ ହେବ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ଏହି ସମାରୋହର ନାମକୁ ବଦଳାଇ ଏଥିରେ ରାଷ୍ଟ୍ରୀୟ ରଙ୍ଗ ଦେବାର ଯୋଜନା ପ୍ରସ୍ତୁତ କରିଛନ୍ତି । ‘କେମେଛୋ ଟ୍ରମ୍ପ୍’ ବଦଳରେ ଏହାର ନାମ ‘ନମେସ୍ତ ପ୍ରେସିଡେଣ୍ଟ ଟ୍ରମ୍ପ୍’ ରଖାଯିବାର ନିଷ୍ପତ୍ତି ନିଆଯାଇଛି କାରଣ ‘କେମେଛୋ ଟ୍ରମ୍ପ୍’ରେ ଏକ ବିଶେଷ କ୍ଷେତ୍ର ବା ନିର୍ଦ୍ଦିଷ୍ଟ ଅଞ୍ଚଳର ରଙ୍ଗ ରହୁଥିବାବେଳେ ‘ନମେସ୍ତ ପ୍ରେସିଡେଣ୍ଟ ଟ୍ରମ୍ପ୍’ରେ ଭାରତର ରଙ୍ଗ ନଜର ଆସିବ। ନମେସ୍ତ ଭାରତର ଏକ ବିଶେଷ ସ୍ବାଗତ ପରମ୍ପରାର ପ୍ରତୀକ । ଟ୍ରମ୍ପ୍ଙ୍କ ଭବ୍ୟ…
ରଂଜିତ୍ ପଣ୍ଡା ପାରାଦୀପ : ନୂଆଦିଲ୍ଲୀସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ୍ ‘ଦି ଇଣ୍ଟେଲେକ୍ଚସ୍’ ପକ୍ଷରୁ ପ୍ରବାସୀ ଭାଷା ସମ୍ମାନରେ ସମ୍ମାନିତ ହେବେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସଂଗ୍ରାମ କେଶରୀ ମହାପାତ୍ରଙ୍କ ସମେତ ଆଉ 10 ଜଣ ବ୍ୟକ୍ତବିଶେଷଙ୍କୁ ସମ୍ମାନ ପ୍ରଦାନ କରାଯିବ । ଆସନ୍ତା 20 ତାରିଖରେ କନ୍ଷ୍ଟିଚ୍ୟୁସନ୍ କ୍ଲବ ଅଫ୍ ଇଣ୍ଡିଆ ସଭାଗୃହରେ ଷଷ୍ଠ ଆନ୍ତର୍ଜାତିକ ମାତୃଭାଷା ସମ୍ମିଳନୀ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସୂଚନା ରହିଛି । ଓଡ଼ିଆ ଭାଷା ଭର୍ଚୁଆଲ ଏକାଡେମୀର ନିର୍ଦ୍ଦେଶକ ଭାବେ ଶ୍ରୀ ମହାପାତ୍ର ମାତୃଭାଷା ପାଇଁ ତାଙ୍କର ବିଶେଷ ଅବଦାନ ତଥା ଜଣେ ସୁନାମଧନ୍ୟ ଲେଖକ ଭାବେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ମାଧ୍ୟମରେ ମାତୃଭାଷାକୁ ରାଜ୍ୟ ତଥା ରାଜ୍ୟ ବାହାରେ ଲୋକପ୍ରିୟ କରାଇବାରେ ବିଶେଷ ଅବଦାନ ପାଇଁ ସୁନାମଧନ୍ୟ ଲେଖକ, କାହାଣୀକାର ତଥା ନିର୍ଦ୍ଦେଶକ ଅଭିନେତା…
ଭୁବନେଶ୍ବର : ଯୁବତୀଙ୍କୁ ଅସଦାଚରଣ କରିବା ବେଶ୍ ମହଙ୍ଗା ପଡ଼ିଲା ଯୁବକଙ୍କୁ ।ଅସଦାଚରଣ ପରେ ଯୁବତୀ ଜଣକ ବେଶ୍ ଉତ୍ତମ ମଧ୍ୟମ ଦେଇଛନ୍ତି । ବିଚ୍ ରାସ୍ତାରେ ରୋଡ୍ ରୋମିଓଙ୍କୁ ନିସ୍ତୁକ ଛେଚିଛନ୍ତି ଯୁବତୀ। କଳ୍ପନା ଛକରେ ଅସଦାଚରଣ ଅଭିଯୋଗ ପରେ ନିସ୍ତୁକ ପିଟିଛନ୍ତି ଯୁବତୀ । ମାଡ଼ ପରେ ଯୁବକଙ୍କୁ ଧରି କ୍ୟାପିଟାଲ୍ ପୋଲିସ୍ର ଜିମା ଦେଇଛନ୍ତି ଲୋକେ । ଯୁବକ ଜଣକ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡିଛି । ପୋଲିସ୍ ଅଟକ ରଖି ପଚରାଉଚୁରା କରୁଛି । ରୋଡ ରୋମିଓଙ୍କ ଉତ୍ପାତ ଦିନକୁ ଦିନ ବଢିଚାଲିଥିବାବେଳେ ସେମାନଙ୍କ ପାଇଁ ସ୍ପେଶାଲ୍ ଅଫିସର୍ ନିଯୁକ୍ତି ହେବା ନେଇ କମିଶନର ସୂଚନା ଦେଇଥିଲେ । ଚଳିତ କମିଶନରେଟ୍ ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ପୋଲିସ୍ କମିଶନର ଏହା ସମ୍ପର୍କରେ 250ରୁ ଉର୍ଦ୍ଧ୍ବ ମହିଳା ଓ ଛାତ୍ରୀଙ୍କୁ ଏନେଇ ନିଯୁକ୍ତି ମଧ୍ୟ କରିଥିଲେ ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଆସନ୍ତା 28 ତାରିଖ ଦିନ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ହେବାକୁ ଥିବା ସିଏଏ ସମର୍ଥନ ସଭାରେ ଯୋଗ ଦେବେ ଗୃହ ମନ୍ତ୍ରୀ ଅମିତ ଶାହା । ଏ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏହା ସହ 29 ତାରିଖ ଦିନ ପୁରୀ ଶ୍ରୀ ମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଦର୍ଶନ କରିବେ ଗୃହମନ୍ତ୍ରୀ ଅମିତ ଶାହା । ଆସନ୍ତା 28 ତାରିଖରେ ନାଗରିକ ସଂଶୋଧନ ଆଇନ ନେଇ ଏକ ବିଶାଳ ରାଜ୍ୟସ୍ତରୀୟ ସଭା ହେବ । ଏଥିରେ 1ଲକ୍ଷ ଲୋକ ସାମିଲ୍ ହେବେ ବୋଲି ସୂଚନା ରହିଛି ।
କେଦାର ମିଶ୍ର ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ଅରବିନ୍ଦ କେଜ୍ରିୱାଲ ଲଗାତାର ତୃତୀୟ ଥର ଶପଥ ନେଇଛନ୍ତି। ରାମଳୀଳା ମଇଦାନରେ ଶପଥ ନେବା ପରେ ୨୨ ମିନିଟ ଧରି ସେ ଯେଉଁ ଭାଷଣ ଦେଇଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଚର୍ଚ୍ଚାର କାରଣ ହେଉଛି, ପୂରା ଦେଶରେ ଯେତେବେଳେ ବିଜେପି ନେତୃତ୍ବରେ ଏକ ନକାରାତ୍ମକ ରାଜନୈତିକ ଭାଷାର ପ୍ରୟୋଗ ଚାଲିଛି, ସେତେବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ସକାରାତ୍ମକ ରାଜନୀତିର କଥା କହୁଛନ୍ତି। “କାମ ର ରାଜନୀତି” ବନାମ “ଘୃଣାର ରାଜନୀତି” ର ଏହା ଏକ ନୂଆ ଅଧ୍ୟାୟ ବୋଲି ଆଜି କହିହେବ କି? ପାଞ୍ଚ ବର୍ଷ ଆଗରୁ ଯେଉଁ ଅରବିନ୍ଦ କେଜ୍ରିୱାଲ ଓ ଆମ ଆଦମି ପାର୍ଟିକୁ ଆମେ ଦେଖିଥିଲେ, ଆଜି ତାହାର ବ୍ୟାପକ ପରିବର୍ତ୍ତନ ହୋଇଛି। ମୁହାଁମୁହିଁ ହେବାର ରାଜନୀତି ଅପେକ୍ଷା ଚତୁରତାର ସହ ଶତ୍ରୁକୁ ମୁକାବିଲା କରିବାର ରଣନୀତିକୁ ଏବେ ଅରବିନ୍ଦ ଆପଣାର କରିଛନ୍ତି।…
ସାଓ ପାଓଲା: ଜଣେ 21 ବର୍ଷୀୟ ଯୁବକ ବେଶ୍ ଅନ୍ତରଙ୍ଗ ମୁହୂର୍ତ୍ତରେ ବେଲ୍ଡ ଦ୍ବାରା ପତ୍ନୀଙ୍କ ଗଳା କାଟି ହତ୍ୟା କରିଛନ୍ତି। ପୋଲିସ୍ର ସୂଚନା ଅନୁସାରେ ଅଭିଯୁକ୍ତ ସ୍ବାମୀ ଜଣକ ଏହାକୁ ସ୍ବୀକାର କରିବା ସହିତ ନିଜକୁ ମଧ୍ୟ ଶେଷ କରିବା ପାଇଁ ଉଦ୍ୟମ କରିଥିଲେ । ଅନ୍ତରଙ୍ଗ ମୁହୂର୍ତ୍ତରେ ସ୍ତ୍ରୀଙ୍କୁ ହତ୍ୟା କରିଥିବା ମାମଲାରେ ସ୍ବାମୀଙ୍କୁ ପୋଲିସ୍ ଗିରଫ କରିଛି । ଏପରି ଏକ ଘଟଣା ଘଟିଛି ବ୍ରାଜିଲ୍ର ସାଓ ପାଓଲେଠାରେ । 21 ବର୍ଷୀୟ ଅଭିଯୁକ୍ତ ମର୍ସିଲୋ ତାଙ୍କ ସ୍ତ୍ରୀଙ୍କୁ 22 ବର୍ଷ ବୋଲି ଜଣାପଡିଛି । ପୁଲିସ୍ କହିବା ନୁସାରେ ଈର୍ଷା କାରଣରୁ ସ୍ବାମୀ ଜଣକ ଏପରି କାଣ୍ଡ ଘଟାଇଛନ୍ତି । 22 ଡିସେମ୍ବର 2019ରେ ଏହି ଘଟଣା ଘଟିଥିବାବେଳେ 6 ସପ୍ତାହ ପରେ ପୋଲିସ୍ ଏହି ଘଟଣାର ପର୍ଦ୍ଦାଫାସ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଏହି ମାମଲାରେ ମିଳିଥିବା କିଛି ପ୍ରମାଣ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଭେଟେଶ୍ବର ଗ୍ରାମ ପଞ୍ଚାୟତ ତରଫରୁ ସ୍ବଚ୍ଛତାକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ସ୍ବଚ୍ଛ ପଞ୍ଚାୟତ, ସୁସ୍ଥ ପଞ୍ଚାୟତ’ କାର୍ଯ୍ୟକ୍ରମ ଆଧାରରେ ଅଞ୍ଚଳର ସମସ୍ତ ବ୍ୟବସାୟୀ ତଥା ଦୋକାନୀମାନଙ୍କୁ ସ୍ବଚ୍ଛତା ସମ୍ପର୍କରେ ସଚେତନା କରାଯାଇଛି। ଆର୍ବଜନାକୁ ଏଣେତେଣେ ନ ପକାଇ ଏକାଠି ରଖିବା ସହିତ ଆବର୍ଜନା କୁଣ୍ଡ ଗୁଡ଼ିକର ଉଚିତ୍ ବ୍ୟବହାର ସମ୍ପର୍କରେ ସୂଚନା ଦିଆଯାଇଛି। ସେହିପରି ରାସ୍ତାରେ ବର୍ଜ୍ୟବସ୍ତୁ ନ ପକାଇ ଉଦ୍ଦିଷ୍ଟ ଉପଯୁକ୍ତ ଆର୍ବଜନା କୁଣ୍ଡଗୁଡ଼ିକରେ ବ୍ୟବହାର କରିବା ସହ ଖୋଲା ସ୍ଥାନରେ ମଳତ୍ୟାଗ ନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଭେଟେଶ୍ବର ଗ୍ରାମ ପଞ୍ଚାୟତ ତରଫରୁ ଆୟୋଜିତ ସ୍ବଚ୍ଛତା ଆଡକୁ ଏକ ପାଦ କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ଗ୍ରାମ ପଞ୍ଚାୟତ ମନିଟର୍ ପ୍ରମୋଦ କୁମାର ଜେନା, ଅଙ୍ଗନ ଓ୍ବାଡି କର୍ମୀଙ୍କ ସମେତ କୁରୁଞ୍ଜିପୁର ଗ୍ରାମର ସମସ୍ତ ଏସଏଚଜି ଗ୍ରୁପ୍ର ସଦସ୍ୟାମାନଙ୍କ ସହ ଗ୍ରାମର ସ୍ବେଚ୍ଛାସେବୀ ଯୁବକ…
ନୂଆଦିଲ୍ଲୀ : ଦିଲ୍ଲୀର ରାମଲୀଲା ମୈଦାନରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଅରବିନ୍ଦଙ୍କ ସହିତ 6ଜଣ ମନ୍ତ୍ରୀ ମଧ୍ୟ ଆଜି ଶପଥ ନେଇଛନ୍ତି। ସାଧାରଣରେ ଶପଥ ନେବା ସମୟରେ ଈଶ୍ବର କିମ୍ବା ଆଲ୍ଲାଙ୍କ ନାମରେ ନିଆଯାଇଥିବାବେଳେ ଏହି ଶପଥ କାର୍ଯ୍ୟକ୍ରମରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। କେଜରୀଓ୍ବାଲଙ୍କ ଜଣେ ମନ୍ତ୍ରୀ ଶହୀଦ୍ଙ୍କ ନାମରେ ଶପଥ ନେଇଛନ୍ତି । କେଜରୀଓ୍ବାଲ ସରକାରର ମନ୍ତ୍ରୀ ଗୋପାଲ ରାୟ ଈଶ୍ବରଙ୍କ ନାମରେ ଶପଥ ନ ନେଇ ଆଜାଦୀ ପାଇଁ ବଳିଦାନ ଦେଇଥିବା ଶହୀଦ୍ଙ୍କ ନାମରେ ନିଜର ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଆଜି ରାମଲୀଲା ମୈଦାନଠାରେ ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି ଅରବିନ୍ଦ କେଜ୍ରୀଓ୍ବାଲ। କେଜରୀଓ୍ବାଲଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି ଦିଲ୍ଲୀର ଉପ ରାଜ୍ୟପାଳ ଅନିଲ୍ ବୈଜଲ୍ । ଶପଥ ଗ୍ରହଣ ସମାରୋହରେ ଦିଲ୍ଲୀର ଅନେକ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ରହିବା ସହିତ ସାଧାରଣ ଲୋକଙ୍କ ସମେତ ଆପ୍ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ତୃତୀୟ ଥର ପାଇଁ ଅରବିନ୍ଦ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେଉଛନ୍ତି । ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ 6 ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । 2013ରେ ପ୍ରଥମ ଥର ପାଇଁ ଅରବିନ୍ଦ କେଜରୀଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଚଳିତ ନିର୍ବାଚନରେ 70ଟି ବିଧାନସଭା ଆସନରୁ 62ଟି ଆସନରେ ବିଜୟୀ ହୋଇ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛି ଆପ୍। 2015ରେ 70ଟି ବିଧାନସଭା ଆସନରୁ 67ଟି ଆସନରେ ଆପ୍ ବାଜିମାତ୍…
ମୁମ୍ବାଇ : ଦିଲ୍ଲୀ ନିର୍ବାଚନ ପରିଣାମ ପରେ ଅରବିନ୍ଦ କେଜରୀଓ୍ବାଲ ସରକାର ଗଢିବାକୁ ଯାଉଛନ୍ତି । ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବେ କେଜରୀଓ୍ବାଲ । ଏହାମଧ୍ୟରେ ଶିବସେନାର ମୁଖପତ୍ର ‘ସାମ୍ନା’ରେ ବିଜେକୁ ନେଇ କଟାକ୍ଷ କରାଯାଇଛି । ସାମ୍ନାରେ ସଂଜୟ ରାଉତ୍ କହିଛନ୍ତି ଯେ, ବାପ୍ ରେ ! ପୂରା ଦିଲ୍ଲୀ ଦେଶଦ୍ରୋହୀ !। ଦିଲ୍ଲୀ ବିଧାନସଭା ନିର୍ବାଚନ ପରିଣାମରୁ ଏହା ସ୍ପଷ୍ଟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଅଜେୟ ନୁହଁନ୍ତି । ଏବଂ ଏହି ନିର୍ବାଚନ ପରିଣାମ ଏହା ମଧ୍ୟ ଦର୍ଶାଇଲା ଯେ, ମତଦାତା ବେଇମାନୀ ମଧ୍ୟ ନୁହଁନ୍ତି । ଧର୍ମକୁ ନେଇ ସୃଷ୍ଟି କରାଯାଇଥିବା ଚକ୍ରବ୍ୟୁହରେ କେହି ଫଶି ନାହାନ୍ତି । ରାମ ଶ୍ରଦ୍ଧାଳୁଙ୍କର ଜିତ୍ ହୋଇଛି କିନ୍ତୁ ବିଜୟ ବି ହନୁମାନ ବି ଦେଇଛନ୍ତି । ଲୋକସଭା ନିର୍ବାଚନରେ ଚଟାଣ ପରି ଠିଆ ହୋଇଥିବା ବିଜେପି ବିଧାନସଭା…
ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରିଛନ୍ତି । ଏହି ଅବସରରେ ସେ 30ରୁ ଅଧିକ ପ୍ରୋଜେକ୍ଟର ଉଦ୍ଘାଟନ କରିବେ । ପ୍ରଧାନମନ୍ତ୍ରୀ ମୋଦୀ କାଶୀର ବିକାଶ ପାଇଁ ଆଜି ପ୍ରାୟ ୧୨ କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ମୋଦୀ ଆଜି କାଶୀରୁ ଚାଲିବାକୁ ଥିବା ଦେଶର ତୃତୀୟ କର୍ପୋରେଟ ଟ୍ରେନ କାଶୀ-ମହାକାଳ ଏକ୍ସପ୍ରେସ ଟ୍ରେନ ଶୁଭାରମ୍ଭ କରିବେ । ଏହି ଟ୍ରେନ୍ଟି ଧାର୍ମିକ ସହର ବାରଣାସୀ, ଉଜ୍ଜୈନ୍ ଓ ଓମ୍କାରେଶ୍ବର ସହ ଯୋଡ଼ାଯିବ । ସେହିପରି ବାରାଣାସୀରେ ପଣ୍ଡିତ୍ ଦୀନଦୟାଲ୍ ଉପାଧ୍ୟାୟଙ୍କ 63 ଫୁଟ ସ୍ମାରକ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ବିଏଚ୍ୟୁରେ 430ରୁ ଉର୍ଦ୍ଧ୍ବ ଶର୍ଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ୍ର ଉଦ୍ଘାଟନ ସହିତ ଜଗଦଜୁରୁ ବିଶ୍ବାରାଧ୍ୟା ଗୁରକୁଲ୍ର ଶତାବ୍ଦୀ ସମାରୋହରେ ସମାପନ ସମାରୋହରେ ସାମିଲ୍ ରହିବେ । ପ୍ରଧାନମନ୍ତ୍ରୀ…
ଚୀନ୍ : ଚୀନରେ କରୋନା ଭାଇରସର ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେଉଛି । ଏହି ରୋଗରେ ମୃତକଙ୍କ ସଂଖ୍ୟା 1660ରେ ପହଞ୍ଚିଛି । ଗତକାଲି 143ଜଣଙ୍କ ମୃତ୍ୟୁ ହୋଇଛି । କେବଳ ହୁବେଇରେ କରୋନା ଭାଇରସ ଲାଗି 139 ଜଣ ଲୋକଙ୍କ ମୃତ୍ୟୁ ହୋଇଛି । କରୋନା ଭାଇରସର କେନ୍ଦ୍ରସ୍ଥଳ ପାଲଟିଥିବା ହୁବେଇ ରାଜ୍ୟରେ ଏହି ସଂକ୍ରମଣ 1843 ଜଣଙ୍କ ଠାରେ ନୂତନ ଭାବେ ଦେଖିବାକୁ ମିଳିଛି । ଚୀନରେ ଏବେ କରୋନା ଭାଇରସ ଯୋଗୁଁ 68 ହଜାରରୁ ଅଧିକ ଲୋକ ସଂକ୍ରମିତ ଅଛନ୍ତି । କରୋନାକୁ ବିଶ୍ବ ସଂକଟ ଭାବେ ଘୋଷଣା କରିଛି ଡବ୍ଲୁଏଚ୍ଓ । (ଏଜେନ୍ସି)
ମୁମ୍ବାଇ : ୬୫ତମ ଫିଲ୍ମଫେୟାର ପୁରସ୍କାର ଶନିବାର ରାତି ଘୋଷଣା ହୋଇଯାଇଛି । ଜୋୟା ଅଖତାରଙ୍କ ଫିଲ୍ମ ‘ଗଲି ବୟ’କୁ ଶ୍ରେଷ୍ଠ ବିବେଚନା କରାଯାଇଛି । ଶ୍ରେଷ୍ଠ ଫିଲ୍ମ ସମେତ 10ଟି ପୁରସ୍କାର ହାତେଇବାରେ ସଫଳ ହୋଇଛି ‘ଗଲି ବୟ’ । ଏହି ଫିଲ୍ମର ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀର ପୁରସ୍କାର ମଧ୍ୟ ମିଳିଛି । ଆସାମର ଗୌହାଟୀସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ସମାରୋହରେ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଫିଲ୍ମଫେୟାରର ପୁରସ୍କାର ବିଜେତା ସୂଚୀ : ଶ୍ରେଷ୍ଠ ଫିଲ୍ମ : ଗଲି ବୟ କ୍ରିଟିକ୍ସ ଆଓ୍ବାର୍ଡ (ଶ୍ରେଷ୍ଠ ଫିଲ୍ମ) : ଆର୍ଟିକିଲ୍ 15 ଓ ସୋନ୍ଚିଡିଆ ଶ୍ରେଷ୍ଠ ନିର୍ଦ୍ଦେଶକ, ଜୋୟା ଅଖତର୍ (ଗଲି ବୟ) ଶ୍ରେଷ୍ଠ ଅଭିନେତା – ରଣବୀର ସିଂ (ଗଲିବୟ) କ୍ରିଟିକ୍ସ ଆଓ୍ବାର୍ଡ (ଶ୍ରେଷ୍ଠ ଅଭିନେତା) – ଆୟୁଷ୍ମାନ ଖୁରାନା (ଆର୍ଟିକିଲ୍ 15) ଶ୍ରେଷ୍ଠ…
ନୂଆଦିଲ୍ଲୀ : ଦିଲ୍ଲୀରେ ବହୁମତ ପାଇଁ ତୃତୀୟ ଇନ୍ସିଂସ ଆରମ୍ଭ କରିବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରୀଓ୍ବାଲ। ଆଜି ରାମଲୀଲା ମୈଦାନଠାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। କେଜରୀଓ୍ବାଲଙ୍କ ଏହି ଶପଥ ଗ୍ରହଣ ସମାରୋହରେ 50ଜଣ ନାୟକ ଉପସ୍ଥିତ ରହିବେ। ଏହି ନାୟକ ହେଉଛନ୍ତି ସାଧାରଣ ଲୋକ। କିନ୍ତୁ ଏମାନଙ୍କ ଅସାଧାରଣ ଇଚ୍ଛାଶକ୍ତି ଯୋଗୁଁ ଦିଲ୍ଲୀରେ ପରିବର୍ତ୍ତନ ହୋଇଛି। ଏହି 50 ନାୟକଙ୍କ ମଧ୍ୟରେ ଶିକ୍ଷାବିତ୍, ସଫାଇ କର୍ମଚାରୀ, ଶହୀଦ ପରିବାରଙ୍କ ଲୋକ ରହିଛନ୍ତି । ଏହି ଲୋକମାନେ ନିଜ ନିଜ କ୍ଷେତ୍ରରେ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି । ଜୀବନର ଅଲଗା ଅଲଗା କ୍ଷେତ୍ରରୁ ଆସିଥିବା ଏହି ସମସ୍ତ ନାୟକମାନେ ନିଜ ନିଜ ଛୋଟ ପ୍ରୟାସରେ ଅନ୍ୟର ଚେହେରାରେ ହସ ଆଣିବାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଅରବିନ୍ଦଙ୍କ ଶପଥ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି ।
ସମୀକ୍ଷା ବ୍ୟୁରୋ ବଣାଇ : ଗୋଟିଏ ପରିବାରର ଚାରିଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏପରି ଏକ ଘଟଣା ବଣାଇର ଦେଉଳହୁଡି ଗ୍ରାମରେ ହୋଇଥିବାର ସୂଚନା ମିଳିଛି । ସ୍ବାମୀ, ସ୍ତ୍ରୀ ଓ ଦୁଇ ଶିଶୁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ମୃତ ଦୁଇ ଶିଶୁଙ୍କ ମଧ୍ୟରେ ଜଣେ 7 ବର୍ଷର ଝିଅ ଥିବାବେଳେ 6 ବର୍ଷର ପୁଅ ମଧ୍ୟ ରହିଛି । ପାରିବାରିକ କଳହରୁ ଏହି ହତ୍ୟା ହୋଇଥିବାର ସୂଚନା ମିଳିଥିବାବେଳେ ମୃତକଙ୍କ ସାନଭାଇକୁ ଅଟକ ରଖି ପୋଲିସ୍ ପଚରା ଉଚୁରା କରୁଛି ।
ହେମାଙ୍ଗ ପ୍ରସାଦ ରାଉଳ କଟକ: ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍ ମେଣ୍ଢରାଜପୁର ଡଙ୍ଗଲପାଡୁ ଗ୍ରାମ୍ୟ ରାସ୍ତାରେ 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଘଟିଥିବା ବସ୍ ଦୁର୍ଘଟଣାରେ ଆହତ ହୋଇ ଏସ୍ସିବି ମେଡ଼ିକାଲ୍ କଲେଜରେ ସ୍ବତନ୍ତ୍ର ଭାବରେ ଚିକିତ୍ସିତ ହେଉଥିବା ବ୍ୟକ୍ତିବିଶେଷଙ୍କ ଚିକିତ୍ସା ସମ୍ପର୍କରେ ବୁଝିବା ନିମେନ୍ତ ଗତକାଲି ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଗସ୍ତ କରିଥିଲେ । ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ଚିକିତ୍ସା ସମ୍ପର୍କରେ ମନ୍ତ୍ରୀ କ୍ୟାପଟେନ୍ ମିଶ୍ର ପଚାରି ବୁଝିଥିଲେ । ଚିକିତ୍ସିତ ହେଉଥିବା ରୋଗୀଙ୍କ ପରିବାରବର୍ଗଙ୍କ ସହିତ ମନ୍ତ୍ରୀ ଆଲୋଚନା କରି ଚିକିତ୍ସା ନିମେନ୍ତ ସମସ୍ତ ପ୍ରକାର ସହଯୋଗ ସରକାରଙ୍କ ଦ୍ବାରା କରାଯାଉଛି, ସବୁ ଚିକିତ୍ସା ଅର୍ଥ ସରକାର ବହନ କରିବେ ବୋଲି ଜଣାଇଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତରେ ଶକ୍ତି ବିଭାଗ ଶାସନ ସଚିବ ବିଷ୍ଣୁପଦ ସେଠୀ, ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ…
ନୂଆଦିଲ୍ଲୀ, ଆସନ୍ତା ଏପ୍ରିଲ ମାସରେ 51 ଜଣ ରାଜ୍ୟସଭା ସଦସ୍ୟ ଅବସର ନେବେ। ସର୍ବାଧିକ ସଦସ୍ୟ ମହାରାଷ୍ଟ୍ରରୁ 7 ଜଣ ଅବସର ନେଉଛନ୍ତି। ଏହି ଆସନ ପାଇଁ ଗୋଟିଏ ଥର ନିର୍ବାଚନ କରାଯିବ। ଏଥିରେ ବିଜେପି ଆଉ ଅଧିକ ଆସନ ହାସଲ କରିବ ବୋଲି ଆଶା ରଖିଛି। ବର୍ତ୍ତମାନ ରାଜ୍ୟ ସଭାର 245 ସଦସ୍ୟ ମଧ୍ୟରୁ ବିଜେପି ହାତରେ 82 ଟି ଥିବା ବେଳେ କଂଗ୍ରେସ ହାତରେ ଅଛି 46ଟି ଆସନ। ଏଥର କଂଗ୍ରେସରୁ 11 ଜଣ ଅବସର ଗ୍ରହଣ କରୁଛନ୍ତି। ତେବେ ଏହି 11 ଜଣ ମଧ୍ୟରୁ କଂଗ୍ରେସ 10ଟି ଆସନ ହାସଲ କରିବ ବୋଲି ଆଶା ରଖିଛି। ସେହିପରି ବିଜେପି ମଧ୍ୟ 13 ଟି ଆସନ ପାଇବ ବୋଲି ଆଶା ରଖିଛି। ବର୍ତ୍ତମାନ ବିଭିନ୍ନ ରାଜ୍ୟର ଖାଲିପଡିବାକୁ ଯାଉଥିବା ରାଜ୍ୟ ସଭା ସଦସ୍ୟ ସଂଖ୍ୟା ହେଲା ମହାରାଷ୍ଟ୍ର-7 ତାମିଲନାଡୁ-6 ବିହାର-5 ପଶ୍ଚିମବଂଗ-5 ଆନ୍ଧ୍ରପ୍ରଦେଶ-5 ଗୁଜୁରାଟ-4 ମଧ୍ୟପ୍ରଦେଶ-3 ରାଜସ୍ଥାନ-3 ତାମିଲନାଡୁ-3…
କେଦାର ମିଶ୍ର “ମୋ ବହି ଓଡିଆ ଓ ବଙ୍ଗଳାରେ ପ୍ରକାଶ କରି ମୋତେ କଣ ଦେବାକୁ ହେବ ବୋଲି ଆପଣ ‘ସର୍ତ୍ତ” ପଚାରିଛନ୍ତି। ଆପଣ ବହି ବିକି ଯେଉଁ ଲାଭ ପାଇବେ ସେହି ଲାଭାଂଶର କିଛି ଅଂଶ ହିଁ ମୋର ପ୍ରାପ୍ୟ ହେବ। ଅବଶ୍ୟ ତାହା ଏମିତି କିଛି ବେଶୀ ହେବନାହିଁ ଯହିଁ ପାଇଁ ଆୟକର ବିଭାଗର ଖପରରେ ପଡିବାକୁ ପଡିବ।“ ୨୮, ଜୁନ, ୧୯୫୭ ମସିହାରେ ଓଡିଆ ପ୍ରକାଶକ ପ୍ରଫୁଲ୍ଲ କୁମାର ଦାସଙ୍କୁ ଏମିତି ମର୍ମରେ ଏଇ ଚିଠିଟି ଲେଖିଥିଲେ ଇଂରାଜୀ କବିତାର କିମ୍ବଦନ୍ତୀ ପୁରୁଷ ଏଜରା ପାଉଣ୍ଡ। ଘଟଣାଟି ପୂରା ଗୋଟେ ରୂପକଥା ଭଳି ମନେ ହେଉଛି। ୧୯୫୭ ମସିହାରେ ଜଣେ ଓଡିଆ ପ୍ରକାଶକ ଏଜରା ପାଉଣ୍ଡଙ୍କ କବିତା ବହିକୁ ଓଡିଆ ଓ ବଙ୍ଗଳା ଭାଷାରେ ଅନୁବାଦ କରି ଛାପିବାକୁ ଚାହୁଁଛନ୍ତି। ତେବେ ଓଡିଆ ବହିଟି “ଏଜରା ପାଉଣ୍ଡ କବିତା” ଶୀର୍ଷକରେ ୧୯୫୮ ରେ ପ୍ରକାଶିତ ହୋଇଛି। ପାଉଣ୍ଡଙ୍କ…

