Author: Samikhsya Bureau

ଭୁବନେଶ୍ବର, କୋଣାର୍କରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଥିବା ରାସ୍ତାକୁ ରାଜ୍ୟ ସରକାର 6 ଲେନ ବିଶିଷ୍ଠ କରିବା ପାଇଁ ନିଷ୍ପତି କରିଛନ୍ତି। ଏହି ରାସ୍ତା କୋଣାର୍କ କାକାଟପୁର ରିଙ୍ଗରୋଡର ଲାବଣ୍ୟ ଛକ ଦେଇ ଚନ୍ଦ୍ରଭାଗାକୁ ଯାଇଥିବା ରାସ୍ତାକୁ ପ୍ରସସ୍ଥ କରାଯିବ। ଏଥିପାଇଁ ମାପଚୁପ ଆରମ୍ଭ କରାଯାଇ ଜମି ଅଧିଗ୍ରହଣ କରାଯିବ। ଏହି ରାସ୍ତାର ଡିଭାଡରକୁ ଆକର୍ଷଣୀୟ ଭାବେ ଗଛ ଲଗାଯାଇ ସଜାଯିବ। ଏପରିକି ଏହି ରାସ୍ତାର ଦୁଇଟି ସ୍ଥାନରେ ଫାଉଣ୍ଟେନ କରାଯିବ ବୋଲି ମଧ୍ୟ ନିଷ୍ପତି କରାଯାଇଛି। ଏହି ରାସ୍ତାର ଚଉଡା 41 ମିଟର କରାଯିବା ସହିତ ସାଇକେଲ ଓ ପାଦଚଲା ରାସ୍ତା ପୃଥକ ପୃଥକ ଭାବେ କରାଯିବ। କୋଣାର୍କର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ପ୍ରାରମ୍ଭିକ ଭାବେ ଏହାର ରାସ୍ତା କାମ ଶେଷ କରିବା ପାଇଁ ଚାହିଁଛନ୍ତି। ଏହି କାମ ପାଇଁ ପ୍ରଥମ ପର୍ଯ୍ୟାୟରେ 23 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

Read More

ଭୁବନେଶ୍ୱର, ସ୍ଥାନୀୟ ଜନତା ମଇଦାନଠାରେ ଫେବୃଆରୀ ୭ରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ମେଳାରେ ଲୋକମାନଙ୍କ ଭିଡ଼ ଜମୁଛି। ମାଟି କଣ୍ଢେଇ ସହ ମାଟିରେ ତିଆରି ସାମଗ୍ରୀ ଏବଂ ସାଜସଜ୍ଜା ସାମଗ୍ରୀ ପ୍ରତି ଲୋକମାନେ ଅଧିକ ଆକୃଷ୍ଟ ହେଉଛନ୍ତି। ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀରେ ୨୩ଟି ଜିଲ୍ଲାର ହସ୍ତଶିଳ୍ପ କାରିଗର ଯୋଗଦାନ କରିଛନ୍ତି। ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ଯଥା ଶିଙ୍ଗ, ବାଉଁଶ, ପିତ୍ତଳ, ମାଟି, ଚାନ୍ଦୁଆ ଆଦିରେ ପ୍ରସ୍ତୁତ ଆକର୍ଷଣୀୟ ହସ୍ତଶିଳ୍ପ ପ୍ରଦର୍ଶନ ଓ ବିକ୍ରୟ ହେଉଛି। ଆକର୍ଷଣୀୟ ମାଟି କଣ୍ଢେଇ, ପଥର ବାସନ ଓ ଅନ୍ୟାନ୍ୟ କାରୁକାର୍ଯ୍ୟ ସହ ଘରସଜ୍ଜା ସାମଗ୍ରୀ ଷ୍ଟଲ୍‌ରେ ଲୋକମାନଙ୍କ ଭିଡ଼ ଜମିଛି। ଏହି ପ୍ରଦର୍ଶନୀରେ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ୫୦ଟି ହସ୍ତଶିଳ୍ପ ମଧ୍ୟରୁ ୨୮ଟି ହସ୍ତଶିଳ୍ପର ପ୍ରଦର୍ଶନ ଓ ବିକ୍ରୟ ହେଉଛି। ରାଜ୍ୟସ୍ତରୀୟ ହସ୍ତଶିଳ୍ପ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଆଜି ସହରର ମଧ୍ୟଭାଗରେ ଥିବା ତଥା ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମ ସ୍କୁଲ କେ.ସି. ପବ୍ଲିକ୍ ସ୍କୁଲରେ ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି । ସ୍କୁଲରେ ପଢୁଥିବା ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ବସ୍ତ୍ର ଓହ୍ଲାଇଛନ୍ତି ଶିକ୍ଷୟିତ୍ରୀ । ଉଲ୍ଲେଖଯୋଗ୍ୟ ଯେ, ଟାଟା ବେଞ୍ଜ ସ୍କୁଲର ଏହି 6 ବର୍ଷୀୟ ପ୍ରଥମ ଶ୍ରେଣୀ ଛାତ୍ରୀ ଜଣକ ସ୍କୁଲ ୟୁନିଫର୍ମ ପିନ୍ଧିନଥିଲେ । ଶିକ୍ଷୟିତ୍ରୀଙ୍କ ବାରମ୍ବାର ତାଗିଦ ସତ୍ତ୍ବେ ଛାତ୍ରୀଜଣକ ୟୁନିଫର୍ମ ପିନ୍ଧିନଥିବାରୁ ଶିକ୍ଷୟିତ୍ରୀ ଜଣକ ଛାତ୍ରୀଙ୍କ ଲେଗିଙ୍ଗସ ଓହ୍ଲାଇ ଦେଇଥିଲେ । ଛାତ୍ରୀ ଜଣକ ଏନେଇ ନିଜ ପିତାଙ୍କ ନିକଟରେ ଅଭିଯୋଗ କରିବା ପରେ ଉତ୍ତେଜନା ଦେଖାଦେଇଥିଲା । ଛାତ୍ରୀଙ୍କ ପିତାଙ୍କ ପକ୍ଷରୁ ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ପରେ ଆପୋଷ ସମାଧାନ ହୋଇଥିବା ଜଣାପଡିଛି ।

Read More

କୋହ୍ଲାପୁର/ମହାରାଷ୍ଟ୍ର : ମହାରାଷ୍ଟ୍ରରେ ମହା ଅଘାଡି ବିକାଶ ମେଣ୍ଟରେ ଫାଟ ଦେଖାଦେଇଛି । ଭୀମା-କୋରେଗାଓଁ ମାମଲାର ତଦନ୍ତଭାର ଏନ୍‌ଆଇଏ ହାତକୁ ଯିବା ନେଇ ଏନ୍‌ସିପି ନେତା ଶରଦ ପଓ୍ବାର ମହାରାଷ୍ଟ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ତଦନ୍ତଭାର ଏନ୍‌ଆଇଏ ହାତକୁ ଯିବା ସମ୍ପୂର୍ଣ୍ଣ ଅଣସାମ୍ବିଧାନିକ ବୋଲି ପଓ୍ବାର ମତ ଦେଇଥିଲେ । ଏହି ମାମଲାର ତଦନ୍ତଭାର ରାଜ୍ୟ ସରକାରଙ୍କ ଅଧୀନରେ ରହିବା ଉଚିତ୍‌ ମାତ୍ର ଜାତୀୟ ତଦନ୍ତକାରୀ ସଂସ୍ଥାନକୁ ମାମଲାର ତଦନ୍ତ ଯିବା ଦୁର୍ଭାଗ୍ୟଜନକ ବୋଲି ପଓ୍ବାର କହିଛନ୍ତି । କୋହ୍ଲାପୁରରେ ଏକ ସଭାରେ ପଓ୍ବାର ଏହି ମତ ଦେଇଥିଲେ । ଭୀମା-କୋରେଗାଓଁ ହିଂସାରେ ମହାରାଷ୍ଟ୍ର ପୋଲିସ୍‌ର ଭୂମିକା ସନ୍ଦେହଜନକ ବୋଲି ପଓ୍ବାର ମତ ଦେଇଥିଲେ । (ଏଜେନ୍ସି)

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଆଜି ବ୍ରହ୍ମପୁର ସହରରେ ଦୁଇଦୁଇଟି ଲଜ୍ଜା ଏବଂ ଅଶୋଭନୀୟ ଘଟଣା ଦେଖିବାକୁ ମିଳିଛି । ସହରର ଦୁଇ ଅଲଗା ଅଲଗା ସ୍ଥାନରେ ନବଜନ୍ମିତ ଶିଶୁଙ୍କୁ ଫୋପାଡ଼ି ଦିଆଯାଇଛି । ଯାହାକୁ ନେଇ ସହରରେ ଆଜି ବୁଦ୍ଧିଜୀବୀ ପ୍ରଶାସନକୁ ଆଙ୍ଗୁଠି ନିକ୍ଷେପ କରିଛନ୍ତି । ଦୀର୍ଘଦିନ ହେଲା ପ୍ରଶାସନ ନର୍ସିଂ ହୋମ୍ ଗୁଡିକ ଉପରେ ଚଢ଼ାଉ କରିବାରେ ପଛଘୁଞ୍ଚା ଦେଉଛି । ସହରରେ ମାଳ ମାଳ ଛତୁଫୁଟିଲା ଭଳି ନର୍ସିଂ ହୋମ୍ ଖୋଲାଯାଉଛି । ଯାହାକି ସରକାରୀ ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରୁଛନ୍ତି । ଏହି ସମସ୍ତ ନର୍ସିଂହୋମ୍‌ରେ ବେଆଇନ ଭାବରେ ଲିଙ୍ଗ ନିରୂପଣ କରାଯାଉଛି । ବିଭିନ୍ନ ଗଣମାଧ୍ୟମରେ ଏହି ନର୍ସିଂହୋମ୍‌ମାନଙ୍କୁ ନେଇ ଖବର ପ୍ରକାଶିତ ହେଲେ ପ୍ରଶାସନ ପକ୍ଷରୁ ଲୋକଦେଖାଣିଆ ଭାବେ ଚଢ଼ାଉ କରାଯାଏ । ଏହାର ଫଳ ଏକରକମ ଶୂନ କହିଲେ ଅତ୍ୟୁକ୍ତି ହେବ ନାହିଁ । ମୁଖ୍ୟତଃ ଟଙ୍କା ଲୋଭରେ…

Read More

ଶ୍ରୀନଗର : ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଜମ୍ମୁ କାଶ୍ମୀରର କାଠୁଆ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଶନିବାର ଅପରାହ୍ନରେ କାଠୁଆର ହୀରାନଗରରେ ଅସ୍ତ୍ରବିରତି ଉଲ୍ଲଂଘନ ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ଘଟଣାକୁ ନଇ ଉଭୟ ପକ୍ଷରୁ ଗୁଳିଚାଳନା ଜାରି ରହିଛି । ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ କିଛି ଘର ନଷ୍ଟ ହୋଇଛି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ବରରେ ଧରାପଡ଼ିଲା ଇ-ଟିକେଟ ଠକେଇ । 700ରୁ ଅଧିକ ଟିକେଟ ସହିତ ଏଜେଣ୍ଟ ବିଷ୍ଣୁପ୍ରସାଦ ପଟ୍ଟନାୟକକୁ ପୋଲିସ୍‌ ଗିରଫ କରିଛି । ବିଷ୍ଣୁ ପ୍ରସାଦ 40ରୁ ଅଧିକ ନକଲି ଆକାଉଣ୍ଟ ଖୋଲି ଏହି ଠକେଇ କରୁଥିଲା । ବିଭିନ୍ନ ଟ୍ରାଭେଲ୍‌ ଏଜେନ୍ସି ଓ ଯାତ୍ରୀଙ୍କୁ ଏହି ଟିକେଟ ଚଢ଼ା ଦରରେ ବିକୁଥିଲା ଦଲାଲ ।

Read More

କୃଷ୍ଣଚନ୍ଦ୍ର ସୁଆଁସିଆ ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସହିତ ପାଠ୍ୟଚକ୍ର ଅନୁଷ୍ଠିତ ହୋଇଛି। ଓଡ଼ିଆ ବିଭାଗର ମୁଖ୍ୟ ପ୍ରକାଶ ଚନ୍ଦ୍ର ଜେନା ଏହି କାର୍ଯ୍ୟକ୍ରମର ପୌରହିତ୍ୟ କରିଥିଲେ । ଡ. ହରେକୃଷ୍ଣ ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରଫେସର ପ୍ରକାଶ ସ୍ବାଇଁ ଏବଂ କଲେଜ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ରାଉତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବିଭାଗର ଶେଷବର୍ଷର ବିଦ୍ୟାର୍ଥୀ ଶିକ୍ଷା ସମୟରେ ଗଢିଉଠିଥିବା ଭାବ ଓ ଅମୂଲ୍ୟ ଜ୍ଞାନ ଆହରଣ କରିବାର ସୁନ୍ଦର ଅନୁଭୂତି ପ୍ରକାଶ କରିବା ପରେ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଭାଗ ଅଧ୍ୟାପକ ସିମାଞ୍ଚଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବାଙ୍କୀରେ ଡବଲ ମର୍ଡର ହୋଇଛି । ଜନୈକ ସରପଞ୍ଚଙ୍କ ସ୍ବାମୀ ଏବଂ ତାଙ୍କର ସହଯୋଗୀଙ୍କୁ କିଛି ଦୂର୍ବୁର୍ତ୍ତ ଗୋଡାଇ ଗୋଡାଇ ହତ୍ୟା କରିଛନ୍ତି । ସରପଞ୍ଚଙ୍କ ସ୍ବାମୀ ଏବଂ ସହଯୋଗୀ ବାଇକ୍‌ରେ ଆସୁଥିବା ବେଳେ କିଛି ଦୂର୍ବୁର୍ତ୍ତ ଖଣ୍ଡା ଓ ଟାଙ୍ଗିଆରେ ଗୋଡେଇ ଗୋଡେଇ ହାଣିଲେ । ସହଯୋଗୀ ଜଣକ ବାଙ୍କୀ ଡାକ୍ତରଖାନାରେ ପ୍ରାଣ ହରାଇଥିବା ବେଳେ ଗୁରୁତର ଅବସ୍ଥାରେ ସରପଞ୍ଚଙ୍କ ସ୍ବାମୀଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା । ସରପଞ୍ଚଙ୍କ ସ୍ବାମୀ ଏସ୍‌ସିବିରେ ପ୍ରାଣ ହରାଇଥିଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Read More

ଗ୍ରେଟର ନୋଏଡା : ପିଜୁଳିରେ ଲୁଣ ନ ଲଗାଇବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ । ଗ୍ରେଟର୍‌ ନୋଏଡାରେ ଏଭଳି ଏକ ଘଟଣା ଘଟିଛି। ସାମାନ୍ୟ ପିଜୁଳି ପାଇଁ ଜଣେ ବନ୍ଧୁ ଆଉ ଜଣେ ବନ୍ଧୁଙ୍କୁ ହତ୍ୟା କରିଛି । ପୋଲିସ୍‌ ଏହି ଘଟଣାର ତଦନ୍ତ କରି ଏହାର ଖୁଲାସା କରିଛି । ମୃତକ ବିପିନ୍‌ର ସାଙ୍ଗ ସଚ୍ଚିନ୍‌କୁ ଗିରଫ ମଧ୍ୟ କରିଛି। ପିଜୁଳିରେ ଲୁଣ ଲଗାଇବାକୁ ନେଇ ଦୁଇ ସାଙ୍ଗ ମଧ୍ୟରେ ବିବାଦ ଦେଖାଦେଇଥିଲା। ବିବାଦ ଏତେ ଘନେଇଲା ଯେ ଅଭିଯୁକ୍ତ ବନ୍ଧୁ ଜଣକ ଇଟାରେ ପିଟି ପିଟି ସାଙ୍ଗକୁ ମାରିଥିଲେ। ସାଙ୍ଗ ଜଣକ ମରିଯିବା ପରେ ଶବକୁ ଏକ ବ୍ୟାଗ୍‌ରେ ରଖି ଏକ ଗୃହରେ ରଖିଦେଇ ଫେରାର୍‌ ହୋଇଯାଇଥିଲେ ଅଭିଯୁକ୍ତ। ହତ୍ୟାର 17 ଦିନ ପରେ ପୁଲିସ୍‌ ଏହି ଘଟଣାର ପର୍ଦ୍ଦାଫାସ କରି ଅଭିଯୁକ୍ତ ଗିରଫ କରିଛି। ଏହି ଘଟଣାରେ ବ୍ୟବହାର କରାଯାଇଥିବା ଇଟାକୁ ପୋଲିସ୍‌କୁ ଜବତ ମଧ୍ୟ…

Read More

ଚଣ୍ଡୀଗଡ : ପଞ୍ଜାବର ଚଣ୍ଡୀଗଡରେ ଏକ ଅଘଟଣ ଘଟିଛି । ସ୍କୁଲ ଭ୍ୟାନ୍‌ରେ ନିଆଁ ଲାଗିଯିବା କାରଣରୁ 4 ଜଣ ଛାତ୍ର ଜୀବନ୍ତ ଦଗ୍ଧ ହୋଇଛନ୍ତି । ଭ୍ୟାନ୍‌ରେ ସମୁଦାୟ 10ରୁ 12 ଜଣ ଛାତ୍ର ରହିଥିବା ବେଳେ ବିଲରେ କାମ କରୁଥିବା ଶ୍ରମିକ ବାକି ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି । ସ୍କୁଲରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ସନ୍‌ଗ୍ରୁର୍‌ର ଏକ ସ୍କୁଲରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସନ୍‌ଗ୍ରୁରର ଡିସିପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଘଟଣାର ଜିଲ୍ଲାପାଳ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ଘଟଣାର ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦିଲ୍ଲୀର ପାର୍କ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ 14 ଜଣ ଆହତ ହୋଇଛନ୍ତି । ଶନିବାର ଘଟିଥିବା ଏହି ଅଗ୍ନିକାଣ୍ଡକୁ ଅଗ୍ନିଶମ ବିଭାଗ ଆୟତ କରିଥିବା ବେଳେ ସମସ୍ତ ଆହତଙ୍କୁ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟ 11 ଜଣଙ୍କୁ ଡିସଚାର୍ଜ କରାଯାଇଛି । ହୋଟେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଅଗ୍ନିକାଣ୍ଡ ନେଇ ପୋଲିସ୍‌ ଏବଂ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇନଥିବାରୁ ଏହାକୁ ନେଇ ତଦନ୍ତ କରାଯିବ ବୋଲି ଅଗ୍ନିଶମ ମୁଖ୍ୟ ଅତୁଲ ଗର୍ଗ ପ୍ରକାଶ କରିଛନ୍ତି । ଉଲ୍ଳେଖଯୋଗ୍ୟ ଯେ, ସକାଳ 9ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । (ଏଜେନ୍ସି)

Read More

ବେଙ୍ଗାଲୁରୁ : କର୍ଣ୍ଣାଟକର ବିଦାରରେ ଦେଶଦ୍ରୋହ ମାମଲାରେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଅଟକ ରଖାଯାଇଛି । ପ୍ରତିବାଦ କରୁଥିବା ସମୟରେ ସିଦ୍ଧରମୈୟାଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ ନେତାଙ୍କୁ ଅଟକ ରଖାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଦୀନେଶ ଗୁଣ୍ଡୁ ରାଓ, ରିଜଓ୍ବାନ ଅର୍ଶଦ୍‌ ଏବଂ କେ ସୁରେଶଙ୍କୁ ବେଙ୍ଗାଲୁରୁ ପୋଲିସ୍‌ ଅଟକ ରଖିଛି । ଉଲ୍ଲେଖଯୋଗ୍ୟ ଯେ, ବିଦାରର ଏକ ସ୍କୁଲରେ ସିଏଏ ଏବଂ ଏନ୍‌ଆରସି ବିରୋଧରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ବିଦ୍ୟାଳୟର ପ୍ରିନ୍ସିପାଲ ଏବଂ ଜଣେ ଅଭିଭାବକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବା ସହିତ ଉଭୟଙ୍କୁ ଗିରଫ କରାଯାଇଥିଲା । ଏହା ବିରୋଧରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଜେପି ନଡ୍ଡା ବିଜେପିର ଅଧ୍ୟକ୍ଷ ଭାର ସମ୍ଭାଳିବା ପରେ ପରେ ରାଜ୍ୟରେ ପ୍ରଦେଶ ଅଧ୍ୟକ୍ଷ ଚୟନ ଆରମ୍ଭ ହୋଇଯାଇଛି ।  ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସଙ୍ଗଠନରେ କିଛି ପରିବର୍ତ୍ତନ କରିଛନ୍ତି। ଏହି କ୍ରମରେ ଶନିବାର ଦିନ ତିନି ପ୍ରଦେଶର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ବିଜେପିର ଜାରି ହୋଇଥିବା ଏକ ବୟାନ ଅନୁସାରେ ମଧ୍ୟପ୍ରଦେଶରେ ବିଜେପିର ନୂତନ ପ୍ରଦେଶ ଅଧ୍ୟକ୍ଷ ଭାବରେ ସାଂସଦ ବିଷ୍ଣୁ ଦତ୍ତ ଶର୍ମାଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି କେରଳରେ କେ. ସୁରେନ୍ଦ୍ରନ୍‌ ଓ ସିକିମ୍‌ରେ ଦଳ ବାହାଦୂର ଚୌହ୍ବାନଙ୍କ ନିଯୁକ୍ତି ଦିଆଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ମଧ୍ୟପ୍ରଦେଶର  ରାକେଶ ସିଂହଙ୍କ ସ୍ଥାନରେ ଖଜୁରାହୋର ସାଂସଦ ବିଷ୍ଣୁଦତ୍ତ ଶର୍ମାଙ୍କୁ ବିଜେପି ଅଧ୍ୟକ୍ଷ ରୂପେ ନିଯୁକ୍ତି ଦେବା । ଶର୍ମା ମୂଳତଃ ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାର ନିବାସୀ ଅଟନ୍ତି। 32 ବର୍ଷରୁ ସେ ସକ୍ରିୟ ରାଜନୀତିରେ ରହିଛନ୍ତି। ସେହିପରି ସିକ୍କିମ୍‌ରେ ଦଳ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : 2019 ଶିକ୍ଷା ବର୍ଷର ପ୍ରକାଶିତ ଏନ୍‌ଆର୍‌ଟିଏସ୍‌ ପରୀକ୍ଷାରେ ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀମାନେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ପ୍ରଥମ ରାଙ୍କ ସହ ମୋଟି 4ଟି ରାଙ୍କରେ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀମାନେ ସ୍ଥାନ ଅଧିକାର କରିଛନ୍ତି । ରଙ୍ଗେଇଲୁଣ୍ଡା ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଜାତୀୟ ଗ୍ରାମାଞ୍ଚଳ ମେଧା ଅନ୍ବେଷଣ (ଏନ୍‌ଆରଟିଏସ୍‌) ପରୀକ୍ଷାରେ ଫଳାଫଳ ପ୍ରକାଶ ପାଇଛି । ଏହି ପରୀକ୍ଷା ଫଳାଫଳରେ ପ୍ରଥମ 10ଜଣଙ୍କ ମଧ୍ୟରୁ ଆମ୍ଭ ବିଦ୍ୟାଳୟର ଫାଷ୍ଟ ରାଙ୍କ ସହିତ ମୋଟ୍‌ ଚାରିଜଣ ଶିଶୁ ରାଙ୍କ ରଖି ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯୋଗ୍ୟ ଛାତ୍ରଛାତ୍ରୀମାନେ ହେଉଛନ୍ତି 9ମ ଶ୍ରେଣୀର ସୌମ୍ୟ ଜଗନ୍ନାଥ ପାଢୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ମାନ୍ୟତା ଚୌଧୁରୀ, ପଞ୍ଚମ ସ୍ଥାନରେ…

Read More

ହାଇଦ୍ରାବାଦ : ଜୀବନବୀମା ପାଇଁ ମାମୁଁର ଜୀବନ ନେଲା ଭଣଜା । ଏପରି ଘଟଣା ଘଟିଛି ତେଲେଙ୍ଗାନାର ହାଇଦ୍ରାବାଦରେ । 50 ଲକ୍ଷର ଜୀବନବୀମା ରାଶି ପାଇଁ ଭଣଜା ମାମୁଁକୁ ହତ୍ୟା କରି ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଛି । ରମେଶ ନାମକ ଏହି ଅଭିଯୁକ୍ତ ଜଣକ ଜୀବନବୀମା ରାଶି ପାଇଁ 35 ବର୍ଷୀୟ ମାମୁଁ ସୈଦୁଲୁକୁ ଟ୍ରକ୍‌ ଚଢାଇ ହତ୍ୟା କରିଥିଲେ। ଏହି ହତ୍ୟା ଘଟଣାରେ ରମେଶକୁ ଏହାର ଦୁଇ ସହଯୋଗୀ ଶୋଭନ୍‌ ବାବୁ ଏବଂ ମହେଶ ସହାୟତା କରିଥିଲେ । ହତ୍ୟା ଅଭିଯୋଗରେ ପୋଲିସ୍‌ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ, ରମେଶ ମାମୁଁଙ୍କ ନାମରେ 50 ଲକ୍ଷ ଟଙ୍କାର ଏକ ଜୀବନବୀମା କରି ଏହାର ପ୍ରିମିୟମ୍‌ ଭରିଥିଲେ । ରମେଶଙ୍କ ମା ଏହି ବୀମାର ଉପକୃତ ରାଶି ପାଇଁ ମନୋନୀତ ହୋଇଥିଲେ । ଜୁଲାଇ 2019ରେ ଏହି ଜୀବନବୀମାର ପ୍ରିମିୟମ୍‌ ଭରାଯାଇଥିବାରୁ ପୋଲିସ୍‌…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଆନ୍ଧ୍ର ବ୍ୟାଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୂଳଭୂଷଣ ଜୈନ୍‌ଙ୍କ ଦିନିକିଆ ଆନ୍ଧ୍ରବ୍ୟାଙ୍କ ବ୍ରହ୍ମପୁର ଅଞ୍ଚଳ ପରିଦର୍ଶନ ପରିପ୍ରେକ୍ଷୀରେ ଆନ୍ଧ୍ରବ୍ୟାଙ୍କ ଆସ୍କାରୋଡ୍‌ ଶାଖା ଦ୍ବାରା ସହରାଞ୍ଚଳ ତଳିଆ ଅଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ଅଧୀନସ୍ଥ ଗୃହଋଣ ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଫାଷ୍ଟ ଗେଟ୍‌ ନିକଟସ୍ଥ ଧୋବାବନ୍ଧ ହୁଡାଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ପୌରପାଳିକା ଦ୍ବାରା ତିଆରି ହୋଇଥିବା ଘରଗୁଡିକ ପାଇଁ ସହରତିଆ ଅଞ୍ଚଳ ଲୋକଙ୍କ ଥଇଥାନ ଉଦ୍ଦେଶ୍ୟରେ ଗୃହଋଣ ଆବଣ୍ଟନର ବ୍ୟବସ୍ଥା ହୋଇଥିଲା । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜୈନ୍‌ଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ରମାକାନ୍ତ ପ୍ରଧାନ (ସିଜିଏମ୍‌), ଭୁବନେଶ୍ବର ନାୟକ (ଡିଜିଏମ୍‌), ଅନୋଜ କୁମାର ପ୍ରଧାନ (ଏଜିଏମ୍‌) ଓ ଆନ୍ଧ୍ର ବ୍ୟାଙ୍କ ଆସ୍କାରୋଡ୍‌ ଶାଖା ପରିଚାଳକ ବାସୁଦେବ ସ୍ବାଇଁ ଯୋଗଦେଇଥିଲେ। ବ୍ରହ୍ମପୁର ପୌରପାଳିକା ଅଧୀନସ୍ଥ ରାଜୀବ ଆଓ୍ବାସ ଯୋଜନାରେ ନିର୍ମିତ ହୋଇଥିବା ସମସ୍ତ 2000 ଗୃହ ପାଇଁ ଗୃହଋଣ ମଞ୍ଜୁର…

Read More

ସମୀକ୍ଷା ବ୍ୟୁରୋ କଟକ : ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଓଡିଶା । ଝାରଖଣ୍ଡ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ପ୍ରଥମ ଇନିଂସ ଅଗ୍ରଣୀ ସହିତ ଏଲିଟ୍‌ ଗ୍ରୁପ୍‌ ସିର ଦ୍ବିତୀୟ ସ୍ଥାନରେ ରହି ଓଡିଶା କ୍ବାର୍ଟରରେ ପ୍ରବେଶ କରିଛି । ଗ୍ରୁପ୍‌ ସିରୁ ଓଡିଶା 38 ପଏଣ୍ଟ ସହିତ କ୍ବାର୍ଟରରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଓଡିଶା 436 ରନ୍‌ କରିଥିବା ବେଳେ ଝାରଖଣ୍ଡ 356 ରନ୍‌ରେ ସମସ୍ତ ଓ୍ବିକେଟ ହରାଇଥିଲା । ପ୍ରଥମ ଇନିଂସରେ 80 ରନ୍‌ର ଅଗ୍ରଣୀ ହାସଲ କରିଥିବା ଓଡିଶା ଦ୍ବିତୀୟ ଇନିଂସରେ 1 ଓ୍ବିକେଟ ହରାଇ 187 ରନ୍‌ ସଂଗ୍ରହ କରିଥିବା ବେଳେ ମ୍ୟାଚ୍‌କୁ ଡ୍ର ଘୋଷଣା କରାଯାଇଥିଲା । ଶୁଭ୍ରାଂଶୁ ସେନାପତି 100 ରନ୍‌ରେ ଅପରାଜିତ ରହିଥିଲେ । ପ୍ରଥମ ଇନିଂସରେ 156 ରନ୍‌ର ଇନିଂସ ଖେଳିଥିବା ଦେବାଶିଷ ସାମନ୍ତରାୟଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା…

Read More

ବେଙ୍ଗାଲୁରୁ : 14 ବର୍ଷ ଜେଲ୍‌ରେ ରହି ଡାକ୍ତର ବନିବାର କୃତିତ୍ବ ହାସଲ କରିଛନ୍ତି କର୍ଣ୍ଣାଟକର ଜଣେ ବ୍ୟକ୍ତି । କର୍ଣ୍ଣାଟକର କାଲାବୁରାଗୀ ଅଞ୍ଚଳର ଅଫଜଲପୁରା ଅଞ୍ଚଳର 40 ବର୍ଷୀୟ ସୁଭାଷ ପାଟିଲ ଏହି କୃତିତ୍ବ ହାସଲ କରିଛନ୍ତି । ପାଟିଲ 1997ରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ଆଡମିଶନ କରିଥିଲେ । ତୃତୀୟ ବର୍ଷର ଛାତ୍ର ଥିବା ସମୟରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ପାଟିଲଙ୍କୁ 14 ବର୍ଷର କାରାଦଣ୍ଡ ପ୍ରଦାନ କରାଯାଇଥିଲା । ଜେଲ୍‌ରେ ରହିଥିଲେ ମଧ୍ୟ ପାଟିଲ୍‌ ଜାଲ୍‌ର ଓପିଡିରେ କାମ କରୁଥିଲେ । ଏହାପରେ ଭଲ ବ୍ୟବହାର କାରଣରୁ ତାଙ୍କୁ 2016ରେ ଜେଲ୍‌ରୁ ମୁକ୍ତ କରାଯାଇଥିଲା । ଜେଲ୍‌ରୁ ମୁକ୍ତ ହେବା ପରେ ସୁଭାଷ 2019ରେ ନିଜର ଏମ୍‌ବିବିଏସ୍‌ ଶେଷ କରିଥିଲେ । ଏକ ବର୍ଷିଆ ଇଣ୍ଟର୍ନସିପ୍‌ ପାଠ୍ୟକ୍ରମ ଶେଷ କରିବା ପରେ ବର୍ତ୍ତମାନ ସୁଭାଷ ଡାକ୍ତର ହୋଇଛନ୍ତି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ କଟକ : କଟକ ବୋର୍ଡ ଅଫ୍‌ ରେଭିନ୍ୟୁ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ବୋର୍ଡ ଅଫ୍‌ ରେଭିନ୍ୟୁ କୋଠାର ତୃତୀୟ ମହଲାରେ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବା ପାଇଁ ଦୁଇଟି ଅଗ୍ନିଶମ ଗାଡ଼ି ଉଦ୍ୟମ ଜାରି ରଖିଛନ୍ତି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି।  ଅଫିସ କର୍ମଚାରୀ, ସ୍ଥାନୀୟ ଲୋକେମାନେ ନିଆଁ ଲିଭାଇବା ପାଇଁ ଉଦ୍ୟମ କରୁଛନ୍ତି। ନିଆଁ ଅଧିକ ନ ବ୍ୟାପିବା ପାଇଁ ଅଗ୍ନିଶମ ଗାଡି ଉପସ୍ଥିତ ରହିଛି। ପୂର୍ବରୁ ଲୋକସେବା ଭବନର କେୟାଟେକର ରୁମ୍‌ରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା।

Read More