ଡବ୍ବୁଙ୍କ କ୍ୟାଲେଣ୍ଡର୍‌ ଫଟୋ ଶୁଟ୍‌ରେ ସନ୍ନି ଓ ବିଦ୍ୟାଙ୍କ ବୋଲ୍ଡ ଅନ୍ଦାଜ୍‌

Published: Feb 19, 2020, 4:00 pm IST

ମୁମ୍ବାଇ : ସେଲିବ୍ରିଟି ଫଟୋଗ୍ରାଫର୍‌ ଡବ୍ବୁ ରତନାନୀଙ୍କ କ୍ୟାଲେଣ୍ଡର 2020 ଲଞ୍ଚ୍‌ ହୋଇଯାଇଛି । ଚଳିତ କ୍ୟାଲେଣ୍ଡରର ଫଟୋ ଶୁଟ୍‌ଟି ବୋଲ୍ଡ ଏଣ୍ଡ୍‌ ବ୍ୟୁଟିଫୁଲ୍‌ ରହିଛି । ଡବ୍ବୁଙ୍କ କ୍ୟାଲେଣ୍ଡରରେ ବହୁ ବଲିଉଡ୍‌ ଅଭିନେତ୍ରୀମାନଙ୍କର ବୋଲ୍ଡ ଅନ୍ଦାଜ୍‌ ଦେଖିବାକୁ ମିଳିଛି। ଭୂମି, କିଆରା ଆଡ୍‌ଭାନୀ ଓ ସନି ଲିଓନି ଏହି କ୍ୟାଲେଣ୍ଡର୍‌ ଫଟୋ ଶୁଟ୍‌ ପାଇଁ ନ୍ୟୁଡ୍‌ ହୋଇଥିବାର ନଜର ଆସିଛନ୍ତି । ସେହିପରି ବିଦ୍ୟାଙ୍କୁ ବାଥ୍‌ରୋବ୍‌ରେ ଫଟୋଶୁଟ୍‌ କରିଛନ୍ତି । ବିଦ୍ୟା ଏହି ଫଟୋଶଟ୍‌ରେ ଧଳା ରଙ୍ଗର ଏକ ବାଥ୍‌ରୋବରେ ନଜର ଆସିଥିବାବେଳେ କର୍ଲି ହେୟାର୍‌ରେ ବେଶ୍‌ ଗ୍ଲାମର୍ସ ଲାଗୁଛନ୍ତି । ସେହିପରି ସନ୍ନି ଲିଓନି ତଳେ ବସିଥିବାବେଳେ ଏକ ବଡ ଡାଏରୀ ସହ ନିଜକୁ କଭର କରି ପୋଜ୍‌ ଦେଇଛନ୍ତି । ଫଟୋଶୁଟ୍‌ ପାଇଁ ସନି ଲିଓନି ନ୍ୟୁଜ୍‌ ମେକ୍‌ଅପ୍‌ ନେଇଛନ୍ତି । ଏହି ଅବସରରେ ବଲିଉଡ୍‌ର ବହୁ ଅଭିନେତା ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଥିଲା । ଡବ୍ବୁଙ୍କ କ୍ୟାଲେଣ୍ଡର ଲଞ୍ଚ୍‌ ଅବସରରେ ରେଖା, ଜ୍ୟାକିଶ୍ରଫ୍‌, ଭୂମି ପେଣ୍ଡେନ୍‌କର୍‌, ଅନୁ ମଲ୍ଲିକ, ଅର୍ଜନ ବାଜ୍‌ଓ୍ବା, ଈଶା କୋପିକକ୍କର, ଉର୍ବଶୀ ରୌତେଲା, କବୀର ବେଦୀ ପ୍ରମୁ୍‌ଖଙ୍କୁ ଦେଖିବାକୁ ମିଳିଥିଲା ।

Related posts