Author: Samikhsya Bureau
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗବ୍ଳକ ବିଶ୍ୱାଳୀ ଠାରେ ସ୍ଥାନୀୟ ନବଜ୍ୟୋତି ୟୁଥ କ୍ଳବ ପକ୍ଷରୁ ୨୫ତମ ବାର୍ଷିକ ମୁକ୍ତମଂଚ ନାଟକ ପ୍ରତିଯୋଗିତା ପାଇଁ ଆଜି ବିଭିନ୍ନ ପ୍ରତିଯୋଗୀ ଦଳ ମଧ୍ୟରେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପ୍ରାରମ୍ଭରେ ୟୁଥ୍ କ୍ଳବର ସଭାପତି ହିମାଂଶୁ ମହାନ୍ତିଙ୍କ ଅଧ୍ୟକ୍ଷତା ଏବଂ ଇଂ. ସୁରେଶ ବେହେରାଙ୍କ ସଞ୍ଜୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭକ୍ତଚରଣ ସାମଲ, ପବିତ୍ର ସାହୁ, ପ୍ରମୋଦ ସାମଲ, ରାଜେନ୍ଦ୍ର କୁମାର ଦାସ, ଇଂ. ଅତନୁ ସାମନ୍ତ, ଚନ୍ଦ୍ରକାନ୍ତ ସାମଲ, ଅରକ୍ଷୀତ ଦାସ, ମାନଭଞ୍ଜନ ମଲ୍ଲ, ଆଲୋକ ସାହୁ, ରଜକିଶୋର ପତି, ତପନ କୁମାର ପରିଡ଼ା, ଇଂ. ଅଜୟ ବେହେରା, ଇଂ. ହିରୋଣ୍ୟ ଶଗଡ଼ିଆ, ବାବୁଲୀ ରାୟ, ପ୍ରଦୀପ୍ତ କୁମାର ସାମଲ, ନିଳାଦ୍ରୀ ମହାନ୍ତି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ନବଜ୍ୟୋତି ୟୁଥ କ୍ଳବର ଏହି ୨୪ ବର୍ଷର ଦୀର୍ଘପଥ ଅତିକ୍ରମ କରିବାକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅନୁଷ୍ଠାନ…
ନୂଆଦିଲ୍ଲୀ : ସ୍ଥଳସେନାରେ ମହିଳାଙ୍କ ପାଇଁ ହେବ ସ୍ଥାୟୀ କମିଶନ। ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟକୁ କାଏମ ରଖିଛନ୍ତି ସୁପ୍ରିମ୍କୋର୍ଟ। ସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ ନେଇ ସୁପ୍ରିମ୍କୋର୍ଟ ମଞ୍ଜୁରୀ ଦେଇଛନ୍ତି। ଏହାକୁ କାର୍ଯ୍ୟକାରୀ ପାଇଁ କେନ୍ଦ୍ରକୁ ତିନିମାସର ଡେଡ୍ଲାଇନ୍ ଦେଇଛନ୍ତି ସୁପ୍ରିମ୍କୋର୍ଟ। ସେନାରେ ଉଭୟ ପୁରୁଷ, ମହିଳାଙ୍କୁ ସମାନ ଅଧିକାର ସପକ୍ଷରେ ସୁପ୍ରିମ୍କୋର୍ଟ ରାୟ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଆବେଦନ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସୁପ୍ରିମ୍କୋର୍ଟ। ସେନାରେ ସବୁବେଳେ ସମାନତା ରହିବା ଜରୁରୀ ବୋଲି କହିଛନ୍ତି ସୁପ୍ରିମ୍କୋର୍ଟ। ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୁଡ ଓ ଜଷ୍ଟିସ୍ ଅଜୟ ରସ୍ତୋଗୀଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲା ଶୁଣାଣି କରିଥିଲେ । ସେନାରେ ମହିଳା ଅଧିକାରୀଙ୍କ ନିଯୁକ୍ତି ଏକ ବିକାଶବାଦୀ ପ୍ରକ୍ରିୟା ବୋଲି କହିଥିଲେ । କେନ୍ଦ୍ର ନିଜର ଦୃଷ୍ଟିକୋଣ ଓ ମାନସିକତାରେ ପରିବର୍ତ୍ତନ କରିବା ଜରୁରୀ ବୋଲି କହିଛନ୍ତି ସୁପ୍ରିମ୍କୋର୍ଟ ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୫ଟି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଥିବା ଜଣାଯାଇଛି। ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏହି ବୈଠକରେ ସାଧାରଣ ପ୍ରଶାସନ, ଏସ୍/ଏସ୍ଟି, ପୂର୍ତ୍ତ ଓ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାକୁ ମଞ୍ଜୁରୀ ମିଳିଥିବାର ସୂଚନା ରହିଛି । ସେହିପରି ପଛୁଆ ବର୍ଗଙ୍କ ପାଇଁ ଗୁରତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବାର ସୂଚନା ରହିଛି ।
ବବୁଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଜଣେ ନିଆରା କଳାକାର ହେଉଛନ୍ତି ଲୋଚନ ମାଝୀ। ଲୋଚନ ପାଟିରେ ଘୁମୁରା ସହ ଅନ୍ୟାନ୍ୟ ଲୋକବାଦ୍ୟ ବଜାଇବା ଓ ପଶୁପକ୍ଷୀଙ୍କ ସ୍ବର ସହିତ ବିଭିନ୍ନ ବାଦ୍ୟଯନ୍ତ୍ର, ଯାନବାହନ ଓ ଅଭିନେତାମାନଙ୍କ ସ୍ବରକୁ ଅବିକଳ ନକଲ କରିପାରନ୍ତି। ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କାମଦ୍ଧା ଗ୍ରାମର ଲୋଚନ ମାଝୀଙ୍କ ବାପା ହେଉଛନ୍ତି ଶେଷ ମାଝୀ ଓ ମାତା ହେଉଛନ୍ତି ସେବତୀ ମାଝୀ। ମାତ୍ର ସପ୍ତମ ଶ୍ରେଣୀ ଯାଏ ପାଠ ପଢିଥିବା ଲୋଚନ କିନ୍ତୁ ଏକ ନିଆରା ପ୍ରତିଭା। ନିଜ ଜିଲ୍ଲା ତଥା ପଡୋଶୀ ଜିଲ୍ଲାର ଅନେକ ବଡ ବଡ ମଞ୍ଚରେ ନିଜ ପ୍ରତିଭାକୁ ପ୍ରଦର୍ଶନ କରିଥିବାବେଳେ ଆଗାମୀ ସମୟରେ ସେ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି। ଘରେ ବାପାଙ୍କ ସହିତ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଲୋଚନ କିନ୍ତୁ ଏକ ନିଆରା ପ୍ରତିଭାବାନ୍ ବ୍ୟକ୍ତିତ୍ବ। ଆଗାମୀ…
ସମୀକ୍ଷା ବ୍ୟୁରୋ ଭଦ୍ରକ : ବ୍ୟାଟେରୀ ଫାଟିଯିବାରୁ ଦୁଇ ବାଳକ ଆହତ ହୋଇଛନ୍ତି। ଖେଳୁଥିବାବେଳେ ବ୍ୟାଟେରୀ ଫାଟିଯିବାରୁ ଦୁଇ ବାଳକ ଗୁରୁତର ଆହତ ହୋଇଛନ୍ତି। ଜଣେ 9 ବର୍ଷ ପୁଅର ଡାହାଣ ହାତର 3ଟି ଆଙ୍ଗୁଳି ଛିଣ୍ଡି ପଡିଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି। ତିହିଡି ଥାନା ନନ୍ଦପୁର ଗ୍ରାମରେ ସକାଳୁ ସକାଳୁ ଏହି ଅଘଟଣ ଘଟିଛି। ଗୁରୁତର ଅବସ୍ଥାରେ ବାଳକକୁ ତିହିଡି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମାଇକ୍ ସେଟ୍ରେ ବ୍ୟବହୃତ ହେଉଥିବା ଛୋଟ ବ୍ୟାଟେରୀକୁ ନେଇ ଦୁଇ ବାଳକ ଖେଳୁଥିବାବେଳେ ଏହି ଅଘଟଣ ଘଟିଛି।
ସମୀକ୍ଷା ବ୍ୟୁରୋ ବିନିକା : ଅଟୋ ବାଇକ୍ ଧକ୍କା ହେବାରୁ ଜଣକର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ଡୁଙ୍ଗୁରିପାଲି ଥାନା ଗଧାପାଲି ଛକରେ ଚଳନ୍ତା ଅଟୋକୁ ବାଇକ୍ ପିଟିଥିବାରୁ ଏଭଳି ଅଘଟଣ ଘଟିଛି। ଦୁର୍ଘଟଣାରେ ଅଟୋ ଚାଳକଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ବାଇକ୍ ଆରୋହୀ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାପରେ ଦୁଇଜଣଙ୍କୁ ବୁର୍ଲା ମେଡ଼ିକାଲ ନିଆଯାଇଥିବାବେଳେ ଡାକ୍ତରଖାନାରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଥଲା ।
ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଟପୁର ପଂଚାୟତର ବାଲିପାରି ଠାରେ ମା ବୁଢ଼ୀ କେନ୍ଦୁଳାଇ ଯୁବ ପରିଷଦ ପକ୍ଷରୁ ୫୯ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜାନୁୟାରୀ ୨୬ରେ ଆୟୋଜିତ ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ପାଟପୁର ସରପଂଚ ସରୋଜ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ କ୍ରୀଡା ସହ ଗ୍ରାମର ସାଂସ୍କୃତି ଓ ଭାଇଚାରା ଉନ୍ନତି ପାଇଁ ଯୁବକ ମାନେ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ। ମୁଖ୍ୟବକ୍ତାଭାବେ ସମାଜସେବୀ ତଥା ଯୁବବିଜେଡ଼ି ନେତା ଶୁଭ୍ରକାନ୍ତ ସାମନ୍ତରାୟ ସମସ୍ତ ଯୁବଶକ୍ତି କ୍ରୀଡ଼ା ସହିତ ସମାଜସେବାକୁ ମଧ୍ୟ ଆନ୍ତରିକତା ସହିତ ଆପଣେଇବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ନମିତା ପରିଡା, ପୂର୍ବତନ ସରପଂଚ ବିଜୟ ଖଟେଇ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ନୂଆବସ୍ଷ୍ଟାଣ୍ଡ କାଳୀ ମନ୍ଦିରର ଜନୈକ କର୍ମଚାରୀଙ୍କୁ ପୋଳିସ୍ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ମନ୍ଦିର କର୍ମଚାରୀଙ୍କ ଅଭିଯୋଗ ପ୍ରକାରେ ବର୍ତ୍ତମାନ ମନ୍ଦିରର ବାର୍ଷିକ ଉତ୍ସବ ଚାଲିଛି। ରାତ୍ର ୪ ଘଣ୍ଟା ସମୟରେ ମନ୍ଦିରର କିଛି କର୍ମଚାରୀ ଚା’ ପିଇବା ପାଇଁ ବ୍ରହ୍ମପୁର ରେଲୱେ ଷ୍ଟେସନ ନିକଟସ୍ଥ ଚା’ ଦୋକାନକୁ ଯାଇଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଗୋଷାଣିନୂଆଗାଁ ଥାନା ଏସ୍ଆଇ ଏବଂ ଅନ୍ୟ ଷ୍ଟାଫ୍ମାନେ କର୍ମଚାରୀଙ୍କ ପରିଚୟ ପଚାରିଥିଲେ। ମନ୍ଦିରର କର୍ମଚାରୀ ଏବଂ ଅନ୍ୟମାନେ ସେମାନଙ୍କ ପରିଚୟ ଦେବା ସତ୍ତ୍ୱେ ଥାନା ଏସ୍ଆଇ ବିନା କାରଣରେ ମନ୍ଦିର ଷ୍ଟାଫ୍ର ଜଣେ କର୍ମଚାରୀଙ୍କୁ ମାଡ଼ ମାରିଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ ମନ୍ଦିରର ମୁଖ୍ୟ ପୂଜକ ତାରିଣୀ ବେହେରାଙ୍କ ନେତୃତ୍ୱରେ କର୍ମଚାରୀମାନେ ବ୍ରହ୍ମପୁର ଏସ୍ପି କାର୍ଯ୍ୟାଳୟକୁ ଯାଇ ଥାନା ଏସ୍ଆଇ ଏବଂ ଅନ୍ୟ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ…
କେଦାର ମିଶ୍ର ପଚାଶରୁ ଅଧିକ ଦିନ ଶାହୀନ ବାଗରେ ଧାରଣା ଦେବାପରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ପ୍ରତିବାଦକାରୀମାନେ ନିଜ ତରଫରୁ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଚାହିଁଛନ୍ତି। ଏଥିଲାଗି ସେମାନେ ଏକ ଶୋଭାଯାତ୍ରାରେ ବାହାରିଥିବା ବେଳେ ପୋଲିସ ତାଙ୍କୁ ଅଟକାଇଛି। ପୋଲିସର ଯୁକ୍ତି ହେଲା ଗୃହମନ୍ତ୍ରୀ ପ୍ରତିବାଦକାରୀଙ୍କୁ ଭେଟିବାକୁ ଅନୁମତି ଦେଇନାହାନ୍ତି। ଦିଲ୍ଲୀ ନିର୍ବାଚନରେ ବୁଲି ବୁଲି ଗୃହମନ୍ତ୍ରୀ ଓ ତାଙ୍କ ଦଳର ଅନ୍ୟ ନେତାମାନେ ଶାହୀନବାଗର ଆନ୍ଦୋଳନରତ ନାଗରିକଙ୍କୁ ଯା ଇଚ୍ଛା ତା ଗାଳି କରିଥିଲେ। ଶାନ୍ତିପୂର୍ଣ୍ଣ ଭାବରେ ଚାଲିଥିବା ଏ ଆନ୍ଦୋଳନରେ ହଜାର ହଜାର ମହିଳାଙ୍କର ଯୋଗଦାନକୁ ଅତି ନିକୃଷ୍ଟ ଭାଷାରେ ଶାସକ ଦଳ ତରଫରୁ ନିନ୍ଦା କରାଯାଇଥିଲା। ଗୋଟେ ଗଣତାନ୍ତ୍ରିକ ସରକାର ନିଜ ନାଗରିକଙ୍କୁ ଏ ପ୍ରକାର ଆଚରଣ କରିବା ସବୁଠୁ ଦୁର୍ଭାଗ୍ୟର କଥା। ସବୁଠୁ ବଡ ବିରୋଧୀ ସହିତ ଆଲୋଚନା କରିବାର ସୁଯୋଗ ଗଣତନ୍ତ୍ର ହିଁ ଦେଇଥାଏ। ଆମେ ମନମୋହନ ସିଂ…
କୋଲକତା : ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ି ପଡ଼ିବାରୁ 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5 ଜଣ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା। ଉଦ୍ଧାର ହୋଇଥିବା ଲୋକଙ୍କୁ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ମାଲଦା ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ନିର୍ମାଣଧୀନ ବ୍ରିଜ୍ରେ 7ରୁ 8 ଜଣ ଲୋକ କାମ କରୁଥିବାବେଳେ ବ୍ରିଜ୍ଟି ଭୁଶୁଡି ପଡ଼ିଥିଲା। (ଏଜେନ୍ସି)
ଭୁବନେଶ୍ୱର, ସ୍ଥାନୀୟ ଗୀତଗୋବିନ୍ଦ ସଦନ ପ୍ରେକ୍ଷାଳୟରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ବିପ୍ଲବୀ କବି ରବି ସିଂଙ୍କ ଶ୍ରଦ୍ଧାଞ୍ଜଳି ସଭା। କବି ପ୍ରମୋଦ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସ୍ମୃତିଚାରଣ ସଭାର ସଂଯୋଜକ କିଶନ ବରାଇ କବି ରବି ସିଂଙ୍କ କାବ୍ୟ ଦର୍ଶନ ଉପରେ ଆଲୋକପାତ କରିଥିଲେ। ଶୋକସଭାରେ ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଜନନେତା ଦାମୋଦର ରାଉତ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, କବି ସହଦେବ ଜୟସିଂହ, କବି ଅମରେଶ ବିଶ୍ୱାଳ, କମାଣ୍ଡର ନନ୍ଦକିଶୋର ସାମଲ, ବରିଷ୍ଠ ଅଧିବକ୍ତା ବିଭୂପ୍ରସାଦ ତ୍ରିପାଠୀ, ଗୋବିନ୍ଦ ମାହୁନ୍ତ, ସ୍ତମ୍ଭକାର ତୁଷାରକାନ୍ତ, ପ୍ରାଧ୍ୟାପକ କୁଳମଣି ଜେନା, ବିଜୟ ପରିଡ଼ା, ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡାଙ୍କ ସମେତ ଅନେକ କବି, ଲେଖକ, ଅଧିବକ୍ତା, ବିଭିନ୍ନ ଗଣସଂଗଠନର ବ୍ୟକ୍ତିତ୍ୱମାନେ ଉପସ୍ଥିତ ଥିଲେ । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶୋକସଭାରେ ଯୁଗ୍ମ୍ ସଂଯୋଜକ…
ଭୁବନେଶ୍ବର, ଜନତା ମଇଦାନରେ ଚାଲିଥିବା ରାଜ୍ୟସ୍ତରୀ ହସ୍ତଶିଳ୍ପ ପ୍ରଦର୍ଶନୀ ଆଜି ଉଦଯାପିତ ହୋଇଯାଇଛି। ଏହି ମେଳା ଗତ 7 ତାରିଖରୁ ଆରମ୍ଭ ହୋଇଥିଲା। ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ତରଫରୁ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ଏହି ପ୍ରଦର୍ଶନୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ 112 ଜଣ କାରୀଗର ଯୋଗଦେଇଥିଲେ। ଦୀର୍ଘ ଦଶ ଦିନ ଧରି ଚାଲିଥିବା ଏହି ପ୍ରଦର୍ଶନୀରେ ଏଥର ରାଜ୍ୟ ପ୍ରାୟ 28 ପ୍ରକାରର ହସ୍ତଶିଳ୍ପ ପ୍ରଦର୍ଶିତ କରାଯାଇଥିଲା। ସେଗୁଡିକ ମଧ୍ୟରେ ଥିଲା ପଟ୍ଟଚିତ୍ର, ମୂର୍ତ୍ତିକା କାମ, ଚାନ୍ଦୁଆ, ଡୋକ୍ରା, ପିତ୍ତଳକାମ, ତାରକସୀ, ଜନଜାତି ଅଳଙ୍କାର, ପଥର ଖୋଦେଇ, ପଥର ବାସନ, ମାଟି କଣ୍ଢେଇ ପ୍ରଭୃତି ପ୍ରଦର୍ଶିତ ହୋଇଥିଲା। ଦଶଦିନରେ ଏହି ମେଳାକୁ ପ୍ରାୟ 40 ହଜାରରୁ ଅଧିକ ଲୋକ ପ୍ରରିଦର୍ଶନ କରିଥିଲେ। ଏହି ପ୍ରଦର୍ଶନୀରେ ପ୍ରାୟ 60 ଲକ୍ଷ ଟଙ୍କାର କାରବାର ହୋଇଛି ବୋଲି ରାଜ୍ୟ ହସ୍ତଶିଳ୍ପ ବିଭାଗ ତରଫରୁ କୁହାଯାଇଛି।
ସମୀକ୍ଷା ବ୍ୟୁରୋ କୁଚିଣ୍ଡା : କୁଚିଣ୍ଡାଠାରେ ପୁଣି ଏକ ଲଜ୍ଜ୍ୟା ଘଟଣା ସାମ୍ନାକୁ ଆସିଛି । ରାଜ୍ୟରେ ଦୁଷ୍କର୍ମ ପରି ଅପରାଧ କମିବାର ନାଁ ଧରୁନାହିଁ । କୁଚିଣ୍ଡାଠାରେ 13 ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ମହୁଲପାଲି ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବାର ସୂଚନା ରହିଛି । ଏନେଇ ଥାନାରେ ମଧ୍ୟ ଏତଲା ଦିଆଯାଇଛି । ଏହି ଘଟଣାରେ ଦୁଇ ନାବାଳକଙ୍କ ସମ୍ପୃକ୍ତି ଥିବାର ସୂଚନା ରହିଛି। ଏନେଇ ପୋଲିସ୍ ତନାଘନା ଜାରି ରଖିଛି ।
ସମୀକ୍ଷା ବ୍ୟୁରୋ ବୌଦ୍ଧ : ବୌଦ୍ଧଠାରେ ଏକ ସଡକ ଦୁର୍ଘଟଣା ଜଣକର ମୃତ୍ୟୁ ଘଟିଛି । କାର୍ ଓ ବାଇକ୍ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଚାରି ଜଣ ଗୁରୁତର ହୋଇଛନ୍ତି। ବୌଦ୍ଧ ମନମୁଣ୍ଡା-କଣ୍ଟାମାଳ ରାସ୍ତାର ଖଟଖଟିଆ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ଭୁବନେଶ୍ବର : ବହୁ ଚର୍ଚ୍ଚିତ ମା’ ଝିଅ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଜେରା ପରେ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଗିରଫ କରିଛି ଛତିଶଗଡ ପୋଲିସ୍। ଧାରା 302, 201 ଦଫାରେ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ କରିଛି ଛତିଶଗଡ ପୋଲିସ୍। ଗିରଫଦାରୀ ନେଇ ରାୟଗଡ଼ା ଅତିରିକ୍ତ ଏସ୍ପି ଅଭିଷେକ ବର୍ମା ସୂଚନା ଦେଇଛନ୍ତି। ବର୍ଦ୍ଧନଙ୍କୁ ହତ୍ୟାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କଲା ଛତିଶଗଡ଼ ପୋଲିସ୍। ଡ୍ରାଇଭର ବର୍ଦ୍ଧନ ଟପ୍ପୋ ପୋଲିସ୍କୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଥିବା ସୂଚନା ରହିଛି । ବର୍ଦ୍ଧନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ଏହାପରେ ରିମାଣ୍ଡ ଆବେଦନ କରିବ ପୋଲିସ୍। ସୂଚନାଯୋଗ୍ୟ, ମା’ ଝିଅ ହତ୍ୟା କରିଥିବାର ସ୍ବୀକାର କରିଛନ୍ତି ଅନୁପ ସାଏ । ଲୁହା ରଡ୍ରେ ମାରି ବୋଲରୋ ଚଢାଇ ଦିଆଯାଇଥିଲା । ଅନୁପ ସାଏଙ୍କୁ ପୋଲିସ ଗିରଫ କରିବା ପରେ ଏହି ଘଟଣାରେ ଅନ୍ୟ କେହି…
ନୂଆଦିଲ୍ଲୀ : ଦିଲ୍ଲୀରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଅରବିନ୍ଦ କେଜରୀଓ୍ବାଲ। ଏହି ଅବସରରେ ଅରବିନ୍ଦ କେଜରୀଓ୍ବାଲ ‘ହମ୍ ହୋଙ୍ଗେ କାମୟାବ୍ ଏକ ଦିନ୍’ର ଗୀତ ଗାଇଛନ୍ତି। ଏହି ଗୀତକୁ ନେଇ ଟାର୍ଗେଟ କରିଛନ୍ତି ଦିଲ୍ଲୀର କଂଗ୍ରେସ ନେତା ତଥା ଚାନ୍ଦିନୀ ଚୌକର ପୂର୍ବତନ ବିଧାୟିକା ଅଳକା ଲାମ୍ବା। ଅଳକା କହିଛନ୍ତି ଯେ ‘ଆଜି ‘ଆପ୍’ କା, କାଲି ଆମର (କଂଗ୍ରେସ)ର ହେବ । କଂଗ୍ରେସ ଦଳରୁ ଆପ୍ରେ ଯୋଗଦେଇ ବିଧାୟିକା ହୋଇଥିବାବେଳେ ପୁନର୍ବାର କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଅଳକା। ଅଳକା ଟୁଇଟ୍ କରି କହିଛନ୍ତି ଯେ, ଅତୀତ ଆମର ଥିଲା, ଆଜି ଆପ୍ର ଅଛି ଭବିଷ୍ୟତ ଆମର ହେବ। ଅର୍ଥାତ୍ ଅତୀତରେ ଦିଲ୍ଲୀରେ କଂଗ୍ରେସ ଥିଲା, ଆଜି ଆପ୍ ଅଛି ଓ ଭବିଷ୍ୟତରେ ପୁଣି ଦିଲ୍ଲୀ କଂଗ୍ରେସର ହେବ। 70 ଆସନ ବିଶିଷ୍ଟ ବିଧାନସଭା ଆସନରେ ଆପ୍ 62ଟି ଆସନ ଜିତିଥିବାବେଳେ କଂଗ୍ରେସ ଶୂନ୍ୟରେ…
ମୁମ୍ବାଇ : ବଲିଉଡ୍ ମସ୍ତ ମସ୍ତ ଗାର୍ଲ ରବୀନା ଟଣ୍ଡନ୍ ଅପକମିଙ୍ଗ ଫିଲ୍ମ ‘କେଜିଏଫ୍2’କୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି । କେଜିଏଫ୍-2ରେ ରବୀନା ଟଣ୍ଡନ୍ କନ୍ନଡ ଅଭିନେତା ୟଶ୍ଙ୍କ ସହ ନଜର ଆସିବେ । ଫିଲ୍ମରେ ରବୀନା ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ନିକଟରେ ରବୀନା ଟଣ୍ଡନ୍ରେ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଏହି ଭିଡିଓରେ ରବୀନା ଓ ୟଶ୍ଙ୍କୁ ଲୁକ୍ ଦେଖିବାକୁ ମିଳିଛି । ଏହି ଭିଡିଓ ସେୟାର କରି ରବୀନା ଲେଖିଛନ୍ତି ଯେ, ଯେବେ କାହାର ନଜର ବି ଜୀବନ ନେଇପାରେ…’ ରକି ଭାଇ ପାଇଁ ଡେଥ୍ ଓ୍ବାରେଣ୍ଟ ଜାରି ହୋଇସାରିଛି ।’ ରବୀନାଙ୍କ ଏହି ପୋଷ୍ଟରେ କମେଣ୍ଟ ଦେଇ ୟଶ୍ ଲେଖିଛନ୍ତି ଯେ, ‘ୟେ ଓ୍ବାରେଣ୍ଟ ଚିଜ୍ ବଡି ମସ୍ତ ମସ୍ତ । ରବୀନା ଓ ୟଶ୍ଙ୍କ ଏହି ଭିଡିଓଟି ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ରବୀନାଙ୍କ କେଜିଏଫ୍2ରେ…
Mumbai: Actors Shraddha Kapoor and Tiger Shroff seen at filmmaker Sajid Nadiadwala’s office in Mumbai on Feb 14, 2020. (Photo: IANS)

