Author: Samikhsya Bureau

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଆଜି ଚତୁର୍ଥ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ସୁରେଶ ଖନ୍ନା ବିଧାନସଭାରେ 2020 ଆର୍ଥିକ ବର୍ଷ ପାଇଁ ଏହି ବଜେଟ୍‌ ଉପସ୍ଥାପିତ କରିଛନ୍ତି।  ମୋଟ 5,12, 860 କୋଟି 72ଲକ୍ଷ ଟଙ୍କାର ବଜେଟ ଉପସ୍ଥାପିତ ହୋଇଛି। ବଜେଟରେ 10 ହଜାର 967 କୋଟି 87 ଲକ୍ଷର ନୂତନ ଯୋଜନାକୁ ସାମିଲ୍‌ କରାଯାଇଛି। ୟୁପି ଇତିହାସରେ ପ୍ରଥମଥର ପାଇଁ ବଡ୍‌ ବଜେଟ୍‌କୁ ଉପସ୍ଥାପନ କରାଯାଇଛି।  ଯୋଗୀ ସରକାର ଚଳିତ ବଜେଟ୍‌ରେ ପର୍ଯ୍ୟଟନ, ସଂସ୍କୃତି ତଥା ଧାର୍ମିକ କାର୍ଯ୍ୟ ପାଇଁ ବଜେଟ୍‌ରେ ଭିନ୍ନ ଭିନ୍ନ ବ୍ୟୟ ବରାଦ ରଖିଛନ୍ତି। ଅଯୋଧ୍ୟାକୁ ସ୍ମାର୍ଟ ସିଟି ରୂପରେ ବିକଶିତ କରିବା ପାଇଁ ଏଥିରେ ଯୋଜନା ରହିଛି। ଅଯୋଧ୍ୟାରେ ଉଚ୍ଚସ୍ତରୀୟ ସୁବିଧା ପାଇଁ 85 କୋଟିର ବ୍ୟବସ୍ଥା କରାଯାଇଛି। ସେହିପରି ତୁଳସୀ ସ୍ମାରକ ଭବନ ପାଇଁ 10 କୋଟିର ବ୍ୟୟ ବରାଦ ରହିଛି।  ବାରଣାସୀରେ ସାଂସ୍କୃତିକ କେନ୍ଦ୍ର ପାଇଁ 180…

Read More

ସମୀକ୍ଷା ବ୍ୟୁରୋ ସୋରଣ: ସୋରଣର କିଛି ଆରଏସଏସ୍‌ କର୍ମୀଙ୍କୁ କିଛି ମୁସଲମାନ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଏନେଇ କୁହୁଡି ଫାଣ୍ଡିରେ ଅଭିଯୋଗ ମଧ୍ୟ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ସୋରଣର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଜନୈକ କର୍ମୀ ସୁଶାନ୍ତ ବେହେରାଙ୍କୁ ମୁସଲମାନ ସାହିର କିଛି ପିଲା ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ କରିଛନ୍ତି। ତାଙ୍କ ବେକରେ ଧାରୁଆ ଅସ୍ତ୍ର ଲଗାଇ ତାଙ୍କୁ ଡରାଇ ଧମକାଇବା ସହିତ ତାଙ୍କ ବାପା, ଭାଇ, ମା’ ଓ ଭଉଣୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ବୋଲି ଲିଖିତ ଅଭିଯୋଗ କରିଛନ୍ତି ଅଭିଯୋଗକାରୀ। ପ୍ରାପ୍ତ ସୂଚନା ଅନୁଯାୟୀ, ଅଭିଯୋଗକାରୀଙ୍କ ବିରୋଧରେ ଫାଣ୍ଡିରେ ପାଲଟା ଅଭିଯୋଗ କରିଛନ୍ତି ଆକ୍ରମଣକାରୀ। ଆଜି ସନ୍ଧ୍ୟା ୫ଟାରେ ଉଭୟ ପକ୍ଷକୁ ଫାଣ୍ଡିକୁ ଡାକି ପୋଲିସ୍‌ ଏହାର ଫଇସଲା କରିବା ନେଇ ସୂଚନା ରହିଛି।

Read More

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର ଓଡ଼ିଆ ଭାଷା, ସଂସ୍କୃତିର ବିକାଶ ଲାଗି କେନ୍ଦ୍ରୀୟ ଅନୁଦାନ ନ ମିଳିବା ପ୍ରତିବାଦରେ ଆଜି ବିଧାନସଭାରେ କଂଗ୍ରେସ ବିଧାୟକମାନେ ହଙ୍ଗମା କରିଛନ୍ତି। ସେମାନେ ଅଭିଯୋଗ ବାଢିଛନ୍ତି ଯେ, ବିଭିନ୍ନ ପ୍ରାଦେଶିକ ଭାଷା ଓ ସଂସ୍କୃତିର ଉନ୍ନତି ଲାଗି କେନ୍ଦ୍ର ସରକାର ୩୦୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ସେଥିମଧ୍ୟରୁ ସିଂହଭାଗ ଅର୍ଥାତ୍‌ ୯୦ ପ୍ରତିଶତ ଅର୍ଥ ସଂସ୍କୃତ ଭାଷାର ବିକାଶ ନିମନ୍ତେ ବରାଦ ହୋଇଛି। ଜଣେ ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତାଇବାରେ ବିଜୁ ଜନତା ଦଳ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସୁଦ୍ଧା ପ୍ରତିଦାନରେ  ଓଡ଼ିଆ ଭାଷା ସଂସ୍କୃତିର ବିକାଶ ଲାଗି ଭାରତ ସରକାର କାଣି କଉଡିଟିଏ ମଧ୍ୟ ଦେଇନାହାନ୍ତି। ରାଜ୍ୟ ସରକାର ଏଥିନେଇ କେନ୍ଦ୍ର ଉପରେ କିଭଳି ଚାପ ପକାଇଛନ୍ତି, ତାହା ଜଣାଇବା ଲାଗି ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକମାନେ ଅଡି ବସିଥିଲେ। ଏହାପରେ ସେମାନେ ଗୃହର ମଧ୍ୟଭାଗ୍ୟକୁ ଯାଇ ହଟ୍ଟଗୋଳ ସୃଷ୍ଟି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ଉପସ୍ଥାପିତ ହେବ ରାଜ୍ୟ ବଜେଟ୍‌। 2020-2021 ପାଇଁ ବଜେଟ୍‌ରେ ରହିଛି ନୂତନ ସ୍ବତନ୍ତ୍ରତା। କାରଣ ଚଳିତ ବଜେଟ୍‌ ହେବ ପେପର୍‌ଲେସ୍‌। ଏଥର ବଜେଟ୍‌କୁ ଡିଜିଟାଲ୍‌ ପଦ୍ଧତିରେ ଉପସ୍ଥାପନ କରାଯିବ। ଏଥିପାଇଁ ବଜେଟ୍‌ ପୁସ୍ତିକା ଛପାଯାଇନାହିଁ। ବଜେଟ୍‌ ପୁସ୍ତିକା ନ ଛପାଯିବାରୁ 75 ଲକ୍ଷ କାଗଜ ବଞ୍ଚିଛି। ବଜେଟ୍‌ର ଡିଜିଟାଲ୍‌ ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସ୍ବାଗତ କରି ‘ଗୋ ଗ୍ରୀନ୍‌ ଓ ଗ୍ରୀନ୍‌ ବଜେଟ୍‌’ ବୋଲି ଟୁଇଟ୍‌ କରିଛନ୍ତି। ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ସବୁ ମହଲରୁ ସ୍ୱାଗତ କରାଯାଇଛି।

Read More

ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ କଙ୍କରଡ଼ିଆ ଗ୍ରାମର ଜନୈକା ନାବାଳିକାଙ୍କୁ ଝାଡଖଣ୍ଡରୁ ଉଦ୍ଧାର କରାଯାଇଛି। ଗତକାଲି କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ଝାଡ଼ଖଣ୍ଡର ସାହିବଗଞ୍ଜ ଜିଲ୍ଲା ବରହୈତ ଥାନା ଅଧୀନ ଦୁମାରିଅ ଗ୍ରାମରୁ ନାବାଳିକା ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଝାଡ଼ଖଣ୍ଡର ଅଭିଯୁକ୍ତ ଫିରୋଜ ଓରଫ ଫିରଦୋଶ ଅନସାରୀଙ୍କୁ ଗିରଫ କରିବା ସହିତ ଆଜି ତାଙ୍କୁ ଜଗତସିଂହପୁର ବିଚାରବିଭାଗୀୟ ଅଦାଲତରେ ହାଜର କରାଯାଇଥିଲା। ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ନାବାଳିକା ଜଣଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଘଟଣାରୁ ପ୍ରକାଶଯେ, କୁଜଙ୍ଗ ବ୍ଳକ ବାଲିଆ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଅଧ୍ୟୟନ କରୁଥିଲେ ନାବାଳିକା ଜଣକ। ନାବାଳିକାଙ୍କର ଜଣେ ସମ୍ପର୍କୀୟ ଭାଇ ବମ୍ବେର ଏକ ବ୍ୟାକେରୀ ଦୋକାନରେ କାର୍ଯ୍ୟରତ ଥିବାବେଳେ ତାଙ୍କୁ ଅପହରଣ କରିଥିବା ଅଭିଯୁକ୍ତ ଫିରୋଜ ମଧ୍ୟ ସେଠାରେ କାର୍ଯ୍ୟ କରୁଥିଲେ। କୌଣସି ମତେ ଫିରୋଜ…

Read More

ମୁମ୍ବାଇ : ମୁମ୍ବାଇର ଲୋକପ୍ରିୟ ଷ୍ଟ୍ରିଟ୍‌ ଫୁଡ୍‌ ବଡା ପାଓ୍ବ ଏବେ ଦୁନିଆର ସର୍ବଶ୍ରେଷ୍ଠ ମିଶୋଲିନ୍‌ ସେଫ୍‌ରେ ସାମିଲ୍‌ ହୋଇଛି। ମୁମ୍ବାଇର ଏହି ଲୋକପ୍ରିୟ ଖାଦ୍ୟରେ ପାଉଁରୁଟି ଭିତରେ ଆଳୁକୁ ଫ୍ରାଇ କରିକି ରଖାଯିବା ସହିତ ଏଥିରେ ମସଲାଦାର ଚଟଣୀ ସହିତ କଞ୍ଚାଲଙ୍କାର ଚଟଣୀ ସହିତ ପରଶା ଯାଇଥାଏ। ସେହିପରି ଦୁନିଆର ଲୋକପ୍ରିୟ ବର୍ଗର ମଧ୍ୟରେ ରହିଛି ଅଷ୍ଟ୍ରେଲିଆର ବର୍ଗର, ଲଣ୍ଡନ୍‌ର କସାଇ ଡାଏନର୍‌, ସିଡି୍‌ନୀ ବଟର୍‌, ଡେନମାର୍କର ଗେସୋଲିନ୍‌ ଗ୍ରିଲ୍‌, ଫ୍ରାନ୍ସର ସେଣ୍ଟ-ଜିନ୍‌-ଡେ-ଲୁଜ୍‌ ଓ ମୁମ୍ବାଇର ସ୍ବାତି ସ୍ନାକ୍ସ ମଧ୍ୟ ଶାକାହାରୀ ବର୍ଗର ପାଇଁ ବେଶ୍‌ ଜଣାଶୁଣା । (ଏଜେନ୍ସି)

Read More

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର ଜନଗଣନାରେ ଓଡ଼ିଶା ସ୍ବତନ୍ତ୍ର ଭାବରେ ଓବିସି ବା ଅନ୍ୟାନ୍ୟ ପଛୁଆ ବର୍ଗ ଲୋକଙ୍କ  ସାମାଜିକ ଓ ଶୈକ୍ଷିକ ସ୍ଥିତି ସମ୍ପର୍କରେ ସର୍ବେକ୍ଷଣ କରିବ। ଏହି ପ୍ରସ୍ତାବ ସୋମବାର ଦିନ ବିଧାନସଭାର ଅନୁମୋଦନ ଲାଭ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ  ମନ୍ତବ୍ୟ ଦେଇ କହିଛନ୍ତି ଯେ, ଏହା ହେଉଛି ଏକ ଐତିହାସିକ ପଦକ୍ଷେପ । ୧୯୩୮ ମସିହା ଠାରୁ ଓଡ଼ିଶାରେ ପଛୁଆ ବର୍ଗଙ୍କ ଜନଗଣନା ହୋଇନାହିଁ । ତେଣୁ ଏହି ୯୦ ବର୍ଷର ପୁରୁଣା ତଥ୍ୟକୁ ଭିତ୍ତି କରି ଯୋଜନା ପ୍ରସ୍ତୁତ କରିବା ସମ୍ଭବ ନୁହେଁ। ବିଧାନସଭା ସର୍ବସମ୍ମତିକ୍ରମେ  ଏହି ସଂକଳ୍ପ ପାରିତ କରିବା ଫଳରେ ଭାରତ ସରକାରଙ୍କ ଜନଗଣନା ସହିତ ଆମ ରାଜ୍ୟ ସ୍ବତନ୍ତ୍ର ଭାବରେ ଓବିସି ସମ୍ପର୍କିତ ସର୍ଭେ କାର୍ଯ୍ୟକାରୀ କରିବ, ଯାହାକି ସେହି ବର୍ଗର ଲୋକମାନଙ୍କ ହିତ ସାଧନରେ ଯଥେଷ୍ଟ ସହାୟକ ହେବ। ଗତକାଲି ବିଧାନସଭାରେ ଓଡ଼ିଶା ରାଜ୍ୟ ପଛୁଆ…

Read More

ନୂଆଦିଲ୍ଲୀ : ଡବ୍ଲ୍ୟୁଟିଏ ପକ୍ଷରୁ ଟେନିସ୍‌ ଖେଳାଳିଙ୍କ ରାଙ୍କିଙ୍ଗ ପ୍ରକାଶ ପାଇଛି । ଆସଲେଘ ବାର୍ଟ୍ଟି ପୂର୍ବବତ୍‌ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲିଆନ୍‌ ଓପନ୍‌ ସେମିଫାଇନାଲ୍‌ରେ ବାର୍ଟ୍ଟି ପରାଜିତ ହୋଇଥିଲେ ମଧ୍ୟ ମଙ୍ଗଳବାର ପ୍ରକାଶିତ ରାଙ୍କିଙ୍ଗରେ ବାର୍ଟ୍ଟି ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ଜାନୁୟାରୀରେ ଆଡିଲେଡ୍‌ ଇଣ୍ଟରନ୍ୟାସନାଲ ବିଜୟୀ ହୋଇଥିବା ବେଳେ ଅଷ୍ଟ୍ରେଲିଆନ୍‌ ଓପନ୍‌ ସେମିରେ ସୋଫିଆ କେନିନ୍‌ଙ୍କ ନିକଟରୁ 7-6, 7-5 ସେଟ୍‌ରେ ପରାଜିତ ହୋଇଥିଲେ । ଏହି ରାଙ୍କିଙ୍ଗ ତାଲିକାରେ ସିମୋନା ହାଲେପ୍‌ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ କାରୋଲିନ୍‌ ପ୍ଲିସକୋଭା ତୃତୀୟ ସ୍ଥାନରେ ରହିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି । ସୋସିଆଲ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମରେ କୋହଲିଙ୍କ ଫଲୋଅର ସଂଖ୍ୟା 50 ମିଲିୟନ୍‌ ଛୁଇଁଛି । ପ୍ରଥମ ଭାରତୀୟ ଭାବରେ କୋହଲି 50 ମିଲିୟନ୍‌ ଛୁଇଁଛନ୍ତି । କୋହଲିଙ୍କ ତଳକୁ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ 49.9 ମିଲିୟନ୍‌ ଫଲୋଅରଙ୍କ ସହିତ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ 44.1 ମିଲିୟନ୍‌ ଫଲୋଅରଙ୍କ ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 34.5 ମିଲିୟନ୍‌ ଫଲୋଅରଙ୍କ ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି । ବିରାଟ କୋହଲି ଇନ୍‌ଷ୍ଟାଗ୍ରାମରେ ସମୁଦାୟ 930ଟି ପୋଷ୍ଟ କରିଥିବା ବେଳେ 480 ଜଣଙ୍କୁ ଫଲୋ କରୁଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ରେଳଷ୍ଟେସନରେ ଜାରି ରହିବ ମାଗଣା ଓ୍ବାଇଫାଇ ସେବା । ମଙ୍ଗଳବାର ଭାରତୀୟ ରେଳବାଇ ପକ୍ଷରୁ ଏହି ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ପୂର୍ବରୁ ଗୁଗୁଲ୍‌ ସହାୟତାରେ ବିଭିନ୍ନ ରେଳ ଷ୍ଟେସନ୍‌ରେ ମାଗଣା ଇଣ୍ଟରନେଟ୍‌ ସେବା ପ୍ରଦାନ କରାଯାଉଥିଲା । ଆସନ୍ତା ମେ 2020ରେ ଗୁଗୁଲ ସହିତ ଭାରତ ସରକାରଙ୍କ ଚୁକ୍ତି ଶେଷ ହେବାକୁ ଯାଉଛି । ଏହି ଚୁକ୍ତି ଶେଷ ହେବା ପରେ ରେଳବାଇ ପକ୍ଷରୁ ଇଣ୍ଟରନେଟ୍‌ ସେବା ପ୍ରଦାନ ନେଇ ସଂଶୟ ଦେଖାଦେଇଥିଲା । ଗୁଗୁଲ୍‌ ସହିତ ଚୁକ୍ତି ଶେଷ ହେବା ପରେ ନୂତନ କମ୍ପାନୀ ସହିତ ଚୁକ୍ତି କରାଯାଇ ସେବା ପ୍ରଦାନ କରାଯିବ । (ଏଜେନ୍ସି)

Read More

ହାଇଦ୍ରାବାଦ୍‌ : ଗାଡି ନ ମିଳିବାରୁ ବସ୍‌ ଅପହରଣ କରିଛନ୍ତି ହାଇଦ୍ରାବାଦର ଜଣେ ଯୁବକ । ରବିବାର ରାତିରେ ଏହି ଘଟଣା ଘଟିଛି । ବିକାରାବାଦର ଜନୈକ ଯୁବକ ତେଲେଙ୍ଗାନା ରାଜ୍ୟ ପରିବହନ ବିଭାଗର ଏକ ବସ୍‌ ନେଇ ଯାତ୍ରା କରିଥିଲେ । ରବିବାର ରାତିରେ ଯୁବକ ଜଣକ ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ଗନ୍ତବ୍ୟ ସ୍ଥଳ ପାଇଁ କୌଣସି ବସ୍‌ ଉପଲବ୍ଧ ନଥିଲା । ଦୀର୍ଘସମୟ ଅପେକ୍ଷା ପରେ ଗାଡି ନମିଳିବାରୁ ବସ୍‌ଷ୍ଟାଣ୍ଡରେ ରହିଥିବା ଏକ ବସ୍‌ ଅପହରଣ କରି ଯାତ୍ରା ଆରମ୍ଭ କରିଥିଲେ । ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ବସ୍‌ଟିକୁ ଛାଡି ଯୁବକ ଜଣକ ପଣାଇଥିଲେ । ଯୁବକଙ୍କର ପରିଚୟ ମିଳି ସାରିଥିବା ବେଳେ ତେଲେଙ୍ଗାନା ପୋଲିସ୍‌ ପକ୍ଷରୁ ତଦନ୍ତ ଜାରି ରହିଛି । (ଏଜେନ୍ସି)

Read More

ମୁମ୍ବାଇ : ଲରେସ୍‌ ଓ୍ବାର୍ଲ୍ଡ ସ୍ପୋର୍ଟସ୍‌ ଆଓ୍ବାର୍ଡରେ ବିଜୟୀଙ୍କ ତାଲିକା ଘୋଷଣା କରାଯାଇଛି । ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କ ବିଶ୍ବକପ୍‌ ବିଜୟ କ୍ଷଣକୁ ଦଶନ୍ଧିର ଶ୍ରେଷ୍ଠ କ୍ଷଣ ଭାବରେ ଘୋଷଣା କରାଯାଇଛି । ଲୁଇସ୍‌ ହାମିଲ୍‌ଟନ୍‌ ଏବଂ ଲିଓନେଲ୍‌ ମେସିଙ୍କୁ ଯୁଗ୍ମ ଭାବରେ ବର୍ଷର ଶ୍ରେଷ୍ଠ ପୁରୁଷ ଖେଳାଳି ଭାବରେ ମନୋନୀତ କରାଯାଇଥିବା ବେଳେ ଆମେରିକୀୟ ଜିମ୍ନାଷ୍ଟ ସିମୋନ୍‌ ବାଲିସ୍‌ଙ୍କୁ ଶ୍ରେଷ୍ଠ ମହିଳା ଖେଳାଳି ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପୁରୁଷ ବର୍ଗରେ ରୋଜର ଫେଡେରର ଏହି ପୁରସ୍କାର 5 ଥର ହାସଲ କରିଥିବା ବେଳେ ସେରେନା ଓ୍ବିଲିୟମ୍ସ 4 ଥର ଏହି ପୁରସ୍କାର ହାସଲ କରିଛନ୍ତି । ଲରେସ୍‌ ଓ୍ବାର୍ଲ୍ଡ ସ୍ପୋର୍ଟସ୍‌ ଆଓ୍ବାର୍ଡ 2020ର ସମ୍ପୂର୍ଣ୍ଣ ତାଲିକା : ଲରେସ୍‌ ଓ୍ବାର୍ଲ୍ଡ ଶ୍ରେଷ୍ଠ ପୁରୁଷ ଖେଳାଳି : ଲୁଇସ୍‌ ହାମିଲଟନ୍‌ ଏବଂ ଲିଓନେଲ୍‌ ମେସି ଲରେସ୍‌ ଓ୍ବାର୍ଲ୍ଡ ଶ୍ରେଷ୍ଠ ମହିଳା ଖେଳାଳି : ସିମୋନ୍‌ ବାଲିସ୍‌…

Read More

ମୁମ୍ବାଇ : ପୂର୍ବତନ ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତା ତାପସ୍‌ ପାଲ୍‌ଙ୍କ ପରଲୋକ ହୋଇଛି । ମଙ୍ଗଳବାର ସକାଳୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ 61 ବର୍ଷ ହୋଇଥିଲା । ସ୍ବାସ୍ଥାବସ୍ଥା ଖରାପ ହେବାରୁ ପାଲ୍‌ଙ୍କୁ ବାନ୍ଦ୍ରାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ସକାଳ 6ଟାରେ ପାଲଙ୍କର ଦେହାନ୍ତ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଚିଟ୍‌ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତି ନେଇ ପାଲ୍‌ କିଛି ଦିନ ଜେଲ୍‌ରେ ରହିଥିଲେ । ରୋଜ୍ ଭ୍ୟାଲି ଚିଟଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତି ନେଇ ପାଲ୍‌ଙ୍କୁ 2016ରେ ଗିରଫ କରାଯାଇଥିଲା । (ଏଜେନ୍ସି)

Read More

ନୂଆଦିଲ୍ଲୀ : ବରିଷ୍ଠ ପ୍ରଶାସକ ରାଜୀବ ବଂଶଲ ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର ବଂଶଲ ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗତ ସପ୍ତାହରେ କ୍ୟାବିନେଟ୍‌ ପକ୍ଷରୁ ରାଜୀବଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଥିବା ବେଳେ ସୋମବାର ନୂଆଦିଲ୍ଲୀ ସ୍ଥିତ ଏୟାର ଇଣ୍ଡିଆ ମୁଖ୍ୟାଳୟରେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ଅଶ୍ବିନୀ ଲୋହାନୀଙ୍କ ସ୍ଥାନରେ ଏୟାର ଇଣ୍ଡିଆର ଦାୟିତ୍ବ ଗ୍ରହଣ କରିଥିବା ବଂଶଲ ପୂର୍ବରୁ ଅତିରିକ୍ତ ଭାବରେ ପେଟ୍ରୋଲିୟମ୍‌ ବିଭାଗର ଦାୟିତ୍ବ ଗ୍ରହଣ କରିଥିଲେ ।

Read More

କାବୁଲ : କାବୁଲର କ୍ବେଟ୍ଟା ସହରରେ ସୋମବାର ଏକ ବିସ୍ଫୋରଣ ଘଟି 7 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 21 ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ଘଟିଥିବା ନେଇ ବେଲୁଚିସ୍ତାନ ସରକାରଙ୍କ ମୁଖପାତ୍ର ଲିଆକତ୍‌ ଶାହଓ୍ବାନି ପ୍ରକାଶ କରିଛନ୍ତି । ନିହତ 7 ଜଣଙ୍କ ମଧ୍ୟରେ ଦୁଇ ଜଣ ପୋଲିସ୍‌ କର୍ମୀ ରହିଛନ୍ତି । କ୍ବେଟ୍ଟା ପ୍ରେସ୍ କ୍ଲବ୍‌ ନିକଟରେ ରହିଥିବା ଶାରାହ ଇ ଅଦାଲତରେ ଏହି ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ସମସ୍ତ ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ପରେ ପୋଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ମଜାରି ରହିଛି । (ଏଜେନ୍ସି)

Read More

ବେଜିଂ : ଚୀନ୍‌ରେ ଏହାର ତାଣ୍ଡବ ମଚାଇଛି କୋରୋନା ଭାଇରସ୍‌ । ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇ ଚୀନ୍‌ରେ ଦୈନିକ ଶହ ଶହ ଲୋକ ପ୍ରାଣ ହରାଉଥିବା ବେଳେ ହଜାରରୁ ଅଧିକ ଆକ୍ରାନ୍ତ ହେଉଛନ୍ତି । ସୋମବାର ଦିନ ନୂତନ ଭାବରେ 1886 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 98 ଜଣଙ୍କ ପ୍ରାଣହାନି ଘଟିଛି । 98 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ତାହା ମଧ୍ୟରୁ 93 ଜଣ ହୁବେଇ ପ୍ରଦେଶର ରହିଛନ୍ତି । ହେନାନ୍‌ ପ୍ରଦେଶରୁ ତିନି ଜଣ ରହିଥିବା ବେଳେ ହେବେଇ ଏବଂ ହୁନାନ୍‌ରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ସେହିପରି ଜାପାନ୍‌ର ଡାଏମଣ୍ଡ ପ୍ରିନ୍ସେସ୍‌ କ୍ବାରାଣ୍ଟାଇନ୍‌ରେ ରହିଥିବର ଭାରତୀୟଙ୍କ ମଧ୍ୟରୁ ଦୁଇ ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । (ଏଜେନ୍ସି)

Read More

କେଦାର ମିଶ୍ର ଭାରତର ରାଜନୀତି ହେଉଛି ମୂଳତଃ ସ୍ଲୋଗାନ ସର୍ବସ୍ଵ ରାଜନୀତି। ଗୋଟେ ଗୋଟେ ସ୍ଲୋଗାନ ଭାରତର ରାଜନୀତିକୁ ଜନତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥାଏ। ସତୁରୀ ଦଶକରେ ଇନ୍ଦିରା ଗାନ୍ଧୀଙ୍କର “ଗରିବୀ ହଟାଓ”, ଅଶି ଦଶକରେ ରାଜୀବ ଗାନ୍ଧୀଙ୍କର “ମେରା ଭାରତ ମହାନ”, ନବେ ଦଶକରେ ଅଟଳ ବିହାରୀ ବାଜପାୟୀଙ୍କର “ଭାରତ ଉଦୟ” ଭଳି ସ୍ଲୋଗାନ ରାଜନୀତିର ଧାରାକୁ ବଦଳାଇଦେବାର ସାମର୍ଥ୍ୟ ରଖିଥିଲା। ସେମିତି ୨୦୧୪ରେ ଭାରତର ରାଜନୀତିରେ ଯେତେବେଳେ ନରେନ୍ଦ୍ର ମୋଦୀଙ୍କ ପ୍ରଭାବ ପ୍ରବଳ ପଡିବା ଆରମ୍ଭ ହେଉଥିଲା, ସେତେବେଳେ ଆମ ମୁଣ୍ଡରେ ଗୋଟେ ଶବ୍ଦ ପୂରେଇ ଦିଆଗଲା- ଗୁଜରାଟ ମଡେଲ । ଲଗାତାର ତିନୋଟି ବିଧାନସଭା ନିର୍ବାଚନ ଜିତି, ୨୦୦୨ର ଭୟଙ୍କର ଗୁଜରାଟ ଦଙ୍ଗାର ସତ୍ୟକୁ ଚାପିଦେଇ, ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀଙ୍କର ଏକ ଜାତୀୟ ଭାବମୂର୍ତ୍ତି ନିର୍ମାଣ ପାଇଁ ଏକ କୁହୁକ କଳ୍ପନାର ନିର୍ମାଣ କରା ଯାଇଥିଲା- ଯାହାକୁ କୁହା ଯାଉଥିଲା- ଗୁଜରାଟ ମଡେଲ।…

Read More

କନ୍ଦର୍ପ ବେହେରା ରେଢାଖୋଲ : ନାକ୍ଟିଦେଉଳ ବ୍ଲକ୍ ପରିସରରେ ସମ୍ବଲପୁର ଜିଲ୍ଲାପାଳଙ୍କ ପକ୍ଷରୁ ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣିରେ ନାକ୍ଟିଦେଉଳ ବ୍ଲକର ୧୪ଟି ପଞ୍ଚାୟତର ବହୁ ଅଭିଯୋଗକାରୀ ଆସି ନିଜର ସମସ୍ୟା ସଂପର୍କରେ ଅଭିଯୋଗ କରିଥିଲେ । ସମୁଦାୟ 223ଟି ଅଭିଯୋଗ ଦାଖଲ କରାଯାଇଥିବା ବେଳେ ତୁରନ୍ତ ଏହାର ସମାଧାନ କରାଯାଇନଥିଲା । ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ସର୍ବାଧିକ ଅଭିଯୋଗ ରହିଥିଲା । ନାକ୍ଟିଦେଉଳ ବ୍ଲକ୍‌ର ଘୋଷରାମାଳ, ସାହେବୀ, ସାଲେଭଟା, ପାଣିମୁରା, ଆଦି ପଂଚାୟତରେ ପ୍ରାଣୀଧନ ଚିକିତ୍ସକ ନ ଥିବା ସଂପର୍କରେ ଅଭିଯୋଗ ହୋଇଥିଲା । ସମ୍ବଲପୁର ଜିଲ୍ଲାପାଳ କୌଣସି ଅଂଚଳକୁ ବୁଲି ଯାଇ ନଥିବା ବେଳେ ପିଡି ସୁକାନ୍ତ ତ୍ରିପାଠୀ ଶିମିଳିପାଳ ପଂଚାୟତକୁ ଯାଇ ଜଳ ବିଭାଜିକା ଯୋଜନା ବୁଲି ଦେଖିଥିଲେ । ଏହି ଜନ ଶୁଣାଣୀରେ ସମ୍ବଲପୁର ଜିଲ୍ଲାପାଳ , ଶୁଭମ୍ ସାକ୍ସେନା, ଏସ୍ .ପି…

Read More

ରମେଶ ମହାନ୍ତି ଜଗତସିଂହପୁର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ଯୁଗ୍ମଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ । ଏହି ଅଭିଯୋଗ ଶିବିରରେ ମୋଟ ୨୬୬ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିତ-୨୪୦ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ଏହା ମଧ୍ୟରେ ଇନ୍ଦିରା ଆବାସ/ବିଜୁ ପକ୍କାଘର ସମ୍ପର୍କିତ ୧୧୫ଟି, ଭତା ସଂମ୍ବନ୍ଧୀୟ-୧୩ଟି, ରାସନ କାର୍ଡ ସଂପର୍କିତ-୧୧ଟି, କାଳିଆ ଯୋଜନା ସଂପର୍କିତ-୨ଟି, ସ୍ୱାସ୍ଥ୍ୟ ସଂପର୍କିତ-୭ଟି, ଜମିଜମା ସଂପର୍କିତ-୮ଟି, ବିଜୁ ଗ୍ରାମ୍ୟ ଜ୍ୟୋତି ସଂପର୍କିତ-୧ଟି, ଘରଢ଼ିହ ସଂପର୍କିତ-୧୪ଟି, ଧାନ ମଣ୍ଡି ସମସ୍ୟା ସଂପର୍କିତ-୪ଟି, ଆଇନ ସହାୟତା ସଂପର୍କିତ-୯ଟି ଏବଂ ଅନ୍ୟାନ୍ୟ-୪୯ଟି, ଗାଁ ସମସ୍ୟା ସଂପର୍କିତ-୧ଟି ,ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇବା ପାଇଁ-୧୧ଟି, ରେଡ୍‌କ୍ରସ୍ ପାଣ୍ଠିରୁ ସହାୟତା ପାଇବାପାଇଁ-୧୪ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା । ୭ଟି ଅଭିଯୋଗ ଶୁଣାଣୀ…

Read More

ବାଲେଶ୍ୱର : ଦେଶର ବିଭାଜନ ଧର୍ମ ଆଧାରରେ ହେବା କଥା ନୁହେଁ କିନ୍ତୁ କଂଗ୍ରେସ ଧର୍ମ ଆଧାରରେ ଦେଶକୁ ବିଭାଜନ କରିଛି। ଆଉ ଏବେ କ୍ଷମତା ହାସଲ କରିବା ପାଇଁ ନାଗରିକତା ସଂଶୋଧନ ଆଇନ ନାଁରେ ହୀନ ରାଜନୀତି କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରିଚାଲିଛି। ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି ନାଗରିକତା ସଂଶୋଧନ ଆଇନ। କିନ୍ତୁ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି। ବାଲେଶ୍ବରରେ ଆୟୋଜିତ ସିଏଏ ରାଲିକୁ ସମ୍ବୋଧିତ କରି ଏହା କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟା ଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି ବୋଲି ବାଲେଶ୍ୱରଠାରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ ସଚେତନତା ରାଲିରେ ଯୋଗ…

Read More

ସମୀକ୍ଷା ବ୍ୟୁରୋ ଚିଲିକା : ଚିଲିକା ବ୍ଲକ ଅନ୍ତର୍ଗତ ହାଟବରଡି ଗ୍ରାମପଞ୍ଚାୟତର ଜୟନ୍ତିପୁର ଗ୍ରାମଠାରେ ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର 30ଜଣ ହରିଜନ ଶିକ୍ଷିତ ମତ୍ସ୍ୟଜୀବୀମାନଙ୍କୁ ନେଇ ସପ୍ତାହବ୍ୟାପି ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗତ 12 ତାରିଖଠାରୁ 17 ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ଶିବିରିରେ ଦକ୍ଷତା ବିକାଶ ନିମେନ୍ତ ପ୍ରଶିକ୍ଷିତ ଦିଆଯାଉଛି । ଏହି କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ସେଣ୍ଟ୍ରାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିସେରୀ ଟେକ୍ନୋଲୋଜି କୋଚିନ୍‌ଙ୍କ ସହିତ ନେଟଫିସ୍‌ ଏମ୍‌ପେଡା ଓଡ଼ିଶା ଦ୍ବାରା ଏହି କାର୍ଯ୍ୟକ୍ରମଟି ପରିଚାଳନା ହୋଇଥିଲା । ଏଥିରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ବରର ମତ୍ସ୍ୟ ପରାମର୍ଶଦାତା ସୂର୍ଯ୍ୟ କୁମାର ମହାନ୍ତି, ନେଟଫିସ୍‌ ରାଜ୍ୟ ସଂଯୋଜକ ଶୁଭ୍ରକାନ୍ତ ମହାପାତ୍ର, ଡେପୁଟି ଡାଇରେକ୍ଟର ଏମ୍‌ଫିଲ୍‌ଡିଏଲ ଉମେଶ ଚନ୍ଦ୍ର ମହାପାତ୍ର, ଅବରସପ୍ରାପ୍ତ ମତ୍ସ୍ୟ ଅଧିକାରୀ ଯଜାତି କେଶରୀ ବିଶ୍ବାଳ ଏବଂ ପଲ୍ଲୀଶ୍ରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭୁବେନଶ୍ବରଙ୍କ ସମ୍ପାଦକ ଦୁର୍ଗା ଦାଶ ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିଲେ…

Read More