ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର ଧାନକିଣା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଜିଲ୍ଲାଓ୍ବାରୀ ବିଧାୟକମାନଙ୍କ ସହିତ ଆଲୋଚନା କରିବେ ଏବଂ ସମସ୍ୟାର ସମାଧାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ ସମ୍ପର୍କରେ ଗୃହକୁ ଜଣାଇବେ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ବିଧାନସଭାରେ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମ ଓଡ଼ିଶାର ବିଭିନ୍ନ ମଣ୍ଡିଗୁଡ଼ିକରେ ଚାଷୀମାନଙ୍କ ଧାନ ବହୁଦିନ ଧରି ପଡି ରହିଥିବା ନେଇ ଆଜି ବିଧାନସଭାରେ ଉଭୟ ପକ୍ଷର ସଭ୍ୟ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଏବଂ ଶୂନ୍ୟକାଳରେ ସଭ୍ୟମାନେ ଏଥିରେ ବିଭିନ୍ନ ପ୍ରଶ୍ନ ଉତ୍ଥାପନ କରିଥିଲେ । ସେମାନେ ଦର୍ଶାଇଥିଲେ ଯେ, ଅବିଚାରିତ ଭାବେ ଟୋକନ୍ ବ୍ୟବସ୍ଥା ଲଦି ଦିଆଯିବା ଫଳରେ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଛି । କିଛି ଚାଷୀ ଟୋକନ୍ ପାଇଥିବାବେଳେ ସେମାନେ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି ଏବଂ ଅନ୍ୟ କେତେକ ଚାଷୀ ଟୋକନ୍ ନାମରେ ଧାନ ବିକିବାକୁ ହଟ୍ଟହଟ୍ଟା ହେଉଛନ୍ତି । କର୍ମଚାରୀମାନଙ୍କ ଅସହଯୋଗ କାରଣରୁ…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ପାଞ୍ଚ ଦଫା ଦାବି ନେଇ ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ତରଫରୁ ଲୋୟର ପିଏମଜିଠାରେ ଗଣଧାରଣା କରିଛନ୍ତି। ଓଡ଼ିଶା ରାଜ୍ୟର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ଓ ଲାମ୍ପସ୍ କର୍ମଚାରୀମାନଙ୍କୁ ରାଜ୍ୟ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ ନେଇ ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ଲୋୟର ପିଏମ୍ଜିଠାରେ ବିକ୍ଷୋଭ କରିବା ସହିତ ପ୍ରତିବାଦ ସଭା କରିଛନ୍ତି। ଓଡ଼ିଶାର ପ୍ରାଥମିକ ସମବାୟ ସମିତି ଓ ଲାମ୍ପସ୍ଗୁଡ଼ିକ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୂରୂପେ ସମ୍ପାଦନ କରୁଥିବାରୁ ସମସ୍ତ କର୍ମଚାରୀମାନଙ୍କୁ ରାଜ୍ୟ ସରକାରୀ କର୍ମଚାରୀର ମାନ୍ୟତା ଦିଆଯିବାକୁ ଦାବି କରାଯାଇଥିବାବେଳେ ୨୦୦୫ ମସିହାଠାରୁ ୨୦୧୯ ମସିହା ମଧ୍ୟରେ ଓଡ଼ିଶା ସରକାର ସମବାୟ ବିଭାଗ ଦ୍ବାରା ପ୍ରକାଶିତ ସମସ୍ତ ଆଦେଶକୁ ପାଳନ ଓ କାର୍ଯ୍ୟକାରୀ କରାଯାଉ ବୋଲି ଦାବି କରିଛନ୍ତି ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ସେହିପରି ୭ମ ବେତନ କମିଶନଙ୍କ ସୁପାରିଶ୍ ପ୍ରକାରେ ସମସ୍ତ ବର୍ଗର କର୍ମଚାରୀଙ୍କୁ ଦରମା…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସରକାରୀ ବିଦ୍ୟାଳୟର ସ୍ଥିତି ନେଇ ଚକିତକାରୀ ତଥ୍ୟ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ରାଜ୍ୟର 90ଟି ପ୍ରାଥମିକ ସ୍କୁଲରେ ଆଦୌ ଶ୍ରେଣୀଗୃହ ନାହିଁ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରେ ମନ୍ତ୍ରୀ ସମୀର ଦାଶ ଉତ୍ତର ଦେଇଛନ୍ତି । 115ଟି ସ୍କୁଲର ନିଜସ୍ବ ଗୃହ ନଥିବାବେଳେ 315ଟି ସ୍କୁଲରେ 10ରୁ କମ୍ ପିଲା ପଢୁଥିବାର ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେହିପରି 1048ଟି ସ୍କୁଲରେ କମ୍ପ୍ୟୁଟର ନାହିଁ, 28ଟି ବିଦ୍ୟାଳୟରେ କମ୍ପ୍ୟୁଟର ଥିଲେ ବି ବିଦ୍ୟୁତ ନାହିଁ ବୋଲି ସୂଚନା ଦେଇଛନ୍ତି ଗଣିଶକ୍ଷା ମନ୍ତ୍ରୀ। ସେହିପରି ୨୬୧୦ଟି ପ୍ରାଥମିକ ବିଦ୍ୟାଳୟରେ ପାଠାଗାରା ନାହିଁ। ୪୭୦ଟି ସ୍କୁଲରେ ଜଣେ ଶିକ୍ଷକରେ ପାଠପଢ଼ା ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେଉଣୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବାର ସୂଚନା ମିଳିଛି । ଚଳିତ ମାଟ୍ରିକ୍ ପରୀକ୍ଷାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ସମ୍ବେଦନଶୀଳ ସେଣ୍ଟରଗୁଡ଼ିକରେ ସିସିଟିଭି କ୍ୟାମେରା ଅଧୀନରେ ରହିଛି । ସୂଚନାଯୋଗ୍ୟ, ଆଜି ପ୍ରଥମ ଦିନ ଥିବା ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ରର ପରୀକ୍ଷା ଥିବାବେଳେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବାର ଅଭିଯୋଗ ହୋଇଛି । ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ବେଳେ ଏହାର ଘଣ୍ଟାଏ ନ ପୂରୁଣୁ କଳାହାଣ୍ଡି ଜିଲା ଧର୍ମଗଡ଼ ଅଞ୍ଚଳରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ତେବେ ଏହା କେଉଁ ପରୀକ୍ଷାକେନ୍ଦ୍ରରୁ ଭାଇରାଲ ହୋଇଛି ତାହା ଜଣାପଡ଼ିନାହିଁ। ପ୍ରଶ୍ନପତ୍ର ଭାଇରାଲ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଏ ବିଷୟରେ ଖବର ମିଳିନାହିଁ। ଭାଇରାଲ ହୋଇଥିଲେ ତଦନ୍ତ କରାଯିବ। ଯିଏ ସମ୍ପୃକ୍ତ ଥିବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି…
କେଦାର ମିଶ୍ର ବଜେଟ ସହିତ ଆମ ସାମାଜିକ ଜୀବନର କିଛି ନିର୍ଦ୍ଦିଷ୍ଟ ଭାଷା ରହିଛି, ଯାହାକି କେବେ ବି ବଦଳିବାର ସମ୍ଭାବନା ନାହିଁ। ବଜେଟ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ କହିବେ, ଏହା ରାଜ୍ୟର ବିକାଶ ଲାଗି ଏକ ଐତିହାସିକ ବଜେଟ। ବିରୋଧିଦଳ କହିବେ- ଏହା ନୈରାଶ୍ୟଜନକ। ଅର୍ଥନୀତିଜ୍ଞମାନଙ୍କ ଭାଷାରେ-ସାପ ମାରିବା ନାହିଁ କି ବାଡି ଭାଙ୍ଗିବ ନାହିଁ। ସାଧାରଣ ଜନତା ବଜେଟର ଜଟିଳ ତତ୍ତ୍ଵ ବୁଝିବା ଅବସ୍ଥାରେ ନଥାଏ। ସେ ଦେଖେ- ତାକୁ ମିଳିବ କଣ। ଆମର ଚିନ୍ତା ସେଇ ସାଧାରଣ ଲୋକ ପାଇଁ। ଓଡିଶା ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଯେଉଁ ବଜେଟ ଉପସ୍ଥାପନ କଲେ ସେଥିରେ ସାଧାରଣ ଓଡିଆ ଲୋକଟି ପାଇବ କଣ- ତାହା ହିଁ ପ୍ରଶ୍ନ। ଏମିତି ଦେଖିଲେ ରାଜ୍ୟର ପ୍ରମୁଖ ଅର୍ଥନୈତିକ କ୍ଷେତ୍ର ବୋଲି କୁହା ଯାଉଥିବା କୃଷି ବିଭାଗରେ ଗତ ବର୍ଷ ତୁଳନାରେ ୧୩୦୬ କୋଟି ଟଙ୍କାର ବ୍ୟୟ ବରାଦ କାଟ…
କେରଳ : କେରଳ କୁନ୍ନୁର ଅଞ୍ଚଳରେ ଏକ ଚକିତ କଲା ପରି ଘଟଣା ଶୁଣିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ 21 ବର୍ଷୀୟା ମହିଳା ଜଣକ ନିଜର ଦେଢ ବର୍ଷର ଶିଶୁ ପୁତ୍ରକୁ ଚଟାଣରେ ଫୋପାଡି ହତ୍ୟା କରିଛନ୍ତି। ଶିଶୁ ପୁ୍ତ୍ରର ଶବକୁ ସମୁଦ୍ର ତଟ ପାଖରେ ଥିବା ଚଟାଣରୁ ଜବତ କରାଯିବା ସହ ମହିଳାଙ୍କୁ ଗିରଫ କରାଯାଇଛି । ମହିଳା ଓ ତାଙ୍କ ସ୍ବାମୀଙ୍କର ସମ୍ପର୍କ ଖରାପ ରହିଥିବାବେଳେ ରାଗରେ ମହିଳା ଜଣକ ଏପରି କାଣ୍ଡ ଘଟାଇଛନ୍ତି ବୋଲି ସୂଚନା ରହିଛି । ଦୁହିଁଙ୍କ ମଧ୍ୟରେ ରହିଥିବା ଖରାପ ସମ୍ପର୍କ ଫଳରେ ଜଣେ ନିରୀହ ଶିଶୁର ଜୀବନ ଚାଲିଯାଇଛି। ପୋଲିସ୍ ସୂଚନା ଅନୁସାରେ ମହିଳା ଜଣକ ଶିଶୁଟିକୁ ନେଇ ସମୁଦ୍ର ତଟ ପାଖରେ ଥିବା ଏକ ଚଟାଣରେ ଶିଶୁଟିକୁ ଫୋପାଡି ଦେଇଥିଲେ । ଶିଶୁଟି ଯେତେବେଳେ କ୍ରନ୍ଦନ ଆରମ୍ଭ କଲା ମହିଳା ଜଣକ ଶିଶୁଟିର ମୁଣ୍ଡକୁ ଚଟାଣରେ ପିଟି…
ମୁମ୍ବାଇ : ଅଭିନେତ୍ରୀ ଭୂମି ପେଡେନ୍କର୍ ଏବେ ନିଜର ଏକ ବୋଲ୍ଡ ଫଟୋସୁଟ୍କୁ ନେଇ ଚର୍ଚ୍ଚାରେ ରହିଛି। ଫ୍ୟାସନ୍ ଫଟୋଗ୍ରାଫର୍ ଡବ୍ବୁ ରତାନୀଙ୍କ ପାଇଁ ଭୂମି ଟପଲେସ୍ ଫଟୋ ସୁଟ୍ କରିଛନ୍ତି। ତବ୍ବୁଙ୍କ କ୍ୟାଲେଣ୍ଡର୍ ପାଇଁ ଭୂମି ଏହି ଫଟୋ ଉଠାଇଛନ୍ତି। ଏଥିରେ ଭୂମି ଏକ ବାଥଟବ୍ରେ ଟପଲେସ୍ ରହିଥିବାର ନଜର ଆସିଛନ୍ତି। ଭୂମି ଏହି ଫଟୋକୁ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି। ଭୂମି ଏବେ ଫିଲ୍ମ ’ଦୁର୍ଗାବତୀ’ରେ ନଜର ଆସିବେ। ଏହି ଫିଲ୍ମଟି ନାରୀକୈନ୍ଦ୍ରିକ ହୋଇଥିବାବେଳେ ଫିଲ୍ମର ସମସ୍ତ ଦାୟିତ୍ବ ତାଙ୍କ କାନ୍ଧ ଉପରେ ରହିଛି। ସେହିପରି ଭୂମି ଭିକି କୌଶଲଙ୍କ ଅଭିନୀତ ‘ଭୂତ ପାର୍ଟ-1‘ ଆସନ୍ତା ଫେବୃଆରୀ 21 ତାରିଖରେ ରିଲିଜ୍ ହେବ।
ସମୀକ୍ଷା ବ୍ୟୁରୋ ଭଦ୍ରକ : ଜଣେ ଯୁବକ ଉଦ୍ଧାର ପାଇଁ ଆକୁଳ ଚିତ୍କାର କରୁଥିବାବେଳେ ସେଠାରେ ଉପସ୍ଥିତ ଥିବା ଲୋକେ ଉଦ୍ଧାର ନ କରି ଶୁଟିଂରେ ବ୍ୟସ୍ତ ରହି ଅମାନବିକତାର ପରିଚୟ ଦେଇଛନ୍ତି। ଆଜିର ସମୟରେ ମୋବାଇଲ୍ରେ ଭିଡିଓ ସୁଟିଂ କରିବାକୁ ଏକ ଫ୍ୟାଶନ୍ ଭାବେ ଗ୍ରହଣ କରିଥିବା ଏହି ଲୋକମାନଙ୍କ ପାଖରେ ମାନବିକତା ପୂରାପୂରି ମରି ସାରିଲାଣି। ଏହିପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକଠାରେ। ଭଦ୍ରକ ୧୬ ନମ୍ବର ଏନ୍ଏଚ୍ ସାହାପୁର ନିକଟରେ ଏକ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଜଣେ ଯୁବକ ଗଭୀର ଆହତ ହୋଇ ଉଦ୍ଧାର ପାଇଁ ଆକୁଳ ଚିତ୍କାର କରୁଥିବା ସତ୍ତ୍ବେ ଯୁବକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ମୋବାଇଲ୍ରେ ଫଟୋ ଓ ଶୁଟିଂରେ କରିବାରେ ବ୍ୟସ୍ତ ରହି ନିଜ ଅମାନବିକତାର ପ୍ରମାଣ ଦେଇଛନ୍ତି କିଛି ଲୋକେ। ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ୧୬ ନମ୍ବର ଏନଏଚ୍ ସାହାପୁରଠାରେ ବାଇକ୍ରେ ଯାଉଥିବା ଦୁଇ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକାଲି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଦିନିକିଆ ଗଂଜାମ ଜିଲ୍ଲା ଗସ୍ତ କରିଥିଲେ। ଗାନ୍ଧିନଗର ସ୍ଥିତ କଂଗ୍ରେସ ଭବନରେ ବୈଠକରେ ଯୋଗଦେଇ ଗଂଜାମ, ଗଜପତି, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ କଂଗ୍ରେସର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ନେଇ ଆଲୋଚନା କରିଥିଲେ। ବିଶେଷଭାବେ ଏହି ଜିଲ୍ଲାଗୁଡ଼ିକରେ ମହିଳା ସଂଗଠନକୁ ଅଧିକ ସୁଦୃଢ଼ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଗଂଜାମ ଜିଲ୍ଲାରେ ଗତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ନିଜ ଦଳକୁ ହିଁ ଦାୟୀ କରିଥିଲେ। କାରଣ ଏଠାରେ ସାଙ୍ଗଠନିକ କାର୍ଯ୍ୟକ୍ରମ ଏକରକମ ଶୂନ କହିଲେ ଚଳେ। ରାଜ୍ୟରେ ବିଜେଡ଼ି ଏବଂ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ଭଳି କାମ କରୁଛନ୍ତି। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ଦୁହେଁ ଦୁହିଁଙ୍କୁ ଦୁର୍ନିତିରେ ସାହାଯ୍ୟ କରୁଛନ୍ତି ବୋଲି ସେ ଜଣାଇଥିଲେ। ତେଣୁ ତୃଣମୂଳ ସ୍ତରରେ ଲୋକମାନଙ୍କ ପାଖରେ ପହଞ୍ଚି କିଭଳି କଂଗ୍ରେସକୁ ସଦୃଢ଼ କରାଯିବ ଏହି…
ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର: ବୁଧବାର ଦିନ ଅଟୋରୁ ଖସି ପଡି ୫ ବର୍ଷର ଛାତ୍ରର ମୃତ୍ୟୁ ଘଟିଛି। ସ୍କୁଲପିଲାଙ୍କୁ ନେଇ ଯାଉଥିବା ଅଟୋରୁ ଖସିପଡିଛି ୫ ବର୍ଷର ଶିଶୁ। ଦିଗପହଣ୍ଡି ନିକଟ ତିଳେଶ୍ବର ରାମମନ୍ଦିର ନିକଟରେ ଛାତ୍ରଜଣକ ଖସିପଡିଥିଲେ। ଦିଗପହଣ୍ଡିର ଏକ ଘରୋଇ ସ୍କୁଲକୁ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା। ତୁରନ୍ତ ତାଙ୍କୁ ଦିଗପହଣ୍ଡି ମେଡିକାଲ ନିଆଯାଇଥିବାବେଳେ ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ଓଭରଲୋଡିଂ କାରଣରୁ ଛାତ୍ର ଜଣକ ପଡିଯାଇଥିବାର ସୂଚନା ରହିଛି। ଏହି ଅଟୋରେ ୧୫ ଜଣ ପିଲା ରହିଥିବାର ସୂଚନା ମିଳିଛି। ଏହାପରେ ଉତ୍ତ୍ୟକ୍ତ ଲୋକଙ୍କ ଦିଗପହଣ୍ଡି ଚିକିଟି ରାସ୍ତା ଅବରୋଧ କରିଛନ୍ତି। ସ୍କୁଲ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ବସ୍ କିମ୍ବା ଅଟୋରେ ଓଭରଲୋଡିଂକୁ ବାରଣ ରହିଥିବାବେଳେ ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ତଥା ଅଭିଭାବକମାନେ ସଚେତନ ରହିବା ଆଜିର ସମୟରେ ଜରୁରୀ ହୋଇପଡିଛି।
ଭୁବନେଶ୍ୱର, ଭୀମଟାଙ୍ଗି ପ୍ରଜାପତି ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ବ୍ରହ୍ମକୁମାର ଓ ବ୍ରହ୍ମକୁମାରୀ ମାନଙ୍କ ଦ୍ୱାରା ସୁନ୍ଦରପଦା ପାଲା ମଣ୍ଡପରେ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ମହତ୍ସୋବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ‘ମହାଶିବରାତ୍ରିର ମହାନ ତତ୍ତ୍ବ’ ଶୀର୍ଷକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ସବଜୋନ୍ର ମୁଖ୍ୟ ସଂଚାଳିକା ବିକେ ଲିନା, ସମ୍ମାନୀୟ ଅତିଥି ଭାବେ ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦ, ସେକ୍ ତାହାର, ଲୟର୍ସ ଗୃପ ଆବାହକ ଲିଙ୍ଗରାଜ ସାହୁ, ସମାଜସେବୀ ନିଳମଣି ମିଶ୍ର, ଅଶୋକ କୁମାର ମହାରଣା, ବ୍ରହ୍ମ କୁମାର ସୁଧାକର ପ୍ରମୁଖ ଯୋଗ ଦେଇଥିଲେ । ବ୍ରହ୍ମକୁମାରୀ ଲିନା ଏହି ଅବସରରେ ପ୍ରବଚନ ପ୍ରଦାନ କର କହିଥିଲେ ଯେ, ଆଲ୍ଲା, ଗଡ଼୍, ଈଶ୍ୱର ସର୍ବଶକ୍ତିମାନ ସେ ହିଁ ଶିବ, ତାଙ୍କ ଆର୍ଶୀବାଦ ପାଇ ଜଣେ ମହାନ ବ୍ୟକ୍ତି ହୋଇ ପାରିବ । ଏହି ଅବସରରେ ଅତିଥିମାନଙ୍କୁ ସମ୍ମାନୀତ…
କନ୍ଦର୍ପ ବେହେରା ରେଢାଖୋଲ: ଓଡିଶାରେ ବହୁ ପର୍ଯ୍ୟଟନସ୍ଥଳୀ ରହିଛି । ସରକାରଙ୍କ ଉଦାସୀନତା ହେଉ ବା ରାଜନୈତିକ ଇଚ୍ଛାଶକ୍ତିର ଅଭାବଯୋଗୁଁ ଏହି ପର୍ଯ୍ୟଟନସ୍ଥଳୀ ଗୁଡିକ ଲୋକଲୋଚନକୁ ଆସିପାରୁନାହିଁ। ସରକାରଙ୍କର ପର୍ଯ୍ୟଟନ ବିଭାଗର ଅଧିକାରୀମାନଙ୍କର ଆନ୍ତରିକତାର ଅଭାବ ଯୋଗୁଁ ଅବହେଳିତ ଅବସ୍ଥାରେ ଥିବା ଏହିସବୁ ପର୍ଯ୍ୟଟନ ପୀଠ ଗୁଡିକର ଉନ୍ନତି ହୋଇପାରୁନାହିଁ। ଠିକ୍ ସେମିତି ଏକ ପର୍ଯ୍ୟଟନ ସ୍ଥଳୀ ହେଲା ରେଢାଖୋଲ ଉପଖଣ୍ଡ ନାକ୍ଟିଦେଉଳ ବ୍ଲକର ଭୀମମଣ୍ଡଳୀ ନାମକ ପର୍ଯ୍ୟଟନ ସ୍ଥଳୀ। ପର୍ଯ୍ୟଟନ ମାନଚିତ୍ରର ଅନ୍ତରାଳରେ ରହିଛି ଏହି ଅପରିଚିତ ଅନନ୍ୟପୀଠ ଭୀମମଣ୍ଡଳୀ। ଏ ସଂପର୍କରେ ସରକାରଙ୍କଠାରେ ଏ ଅଂଚଳର ଜନସାଧାରଣ ବାରମ୍ବାର ଦାବୀ କରିଆସୁଥିଲେ ମଧ୍ୟ କୌଣସି ଦୃଷ୍ଟି ଦିଆଯାଇନାହିଁ। ଇକୋଟୁରିଜିମ୍ ପାଇଁ ମଧ୍ୟ ସରକାର ଘୋଷଣା କରିଥିଲେ ହେଲେ ଏ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ସମ୍ବଲପୁର ଜିଲ୍ଲାର ରେଢାଖୋଲ ସବ୍ଡିଭିଜନ ନାକ୍ଟିଦେଉଳ ବ୍ଲକର ଘୋଷରାମାଳ ପାଖରେ ରହିଛି ଏହି ଭୀମମଣ୍ଡଳୀ ପୀଠଟି। ଘଂଚ ଜଙ୍ଗଲ ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାର ବିଭିନ୍ନ ନଦୀପଠାରୁ ଦୈନିକ ଶହଶହ ବାଲି ଆନ୍ଧ୍ରକୁ ଚୋରାଚାଲଣ ହେଉଥିବା ଅଭିଯୋଗ ହେଉଛି। ଯେତିକି ପରିମାଣରେ ବାଲି ନେବା କଥା ସେତିକି ପରିମାଣରେ ବାଲି ନନେବା ସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଏମାନେ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ଘଟଣାରୁ ପ୍ରକାଶ ଯେ ଗତକାଲି ଏଭଳି ଦୁଇଟି ଟ୍ରକକୁ ଗଂଜାମ ଟ୍ରକ ଏସୋସିଏସନ୍ର ସଭ୍ୟମାନେ ଆନ୍ଧ୍ରକୁ ଚାଲାଣ ବେଳେ ଜାତୀୟ ରାଜପଥରେ ଅଟକାଇଥିଲେ। ଉକ୍ତ ବାଲି ବୋଝେଇ ହାଇୱା ଟ୍ରକରେ ୨୨୦ ସିଏଫ୍ଟି ବାଲି ନେବା ବଦଳରେ ବିପୁଳ ପରିମାଣରେ ତଥା ୬୦୦ ସିଏଫ୍ଟି ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାପାଳଙ୍କ ନିୟମ ଅନୁସାରେ ପ୍ରତି ଟ୍ରକରେ ସର୍ବମୋଟ ୨୨୦ ସିଏଫ୍ଟି ବାଲି ନେବା ସହ ଦୈନିକ ଥରେ ମାତ୍ର ନେଇପାରିବ। କିନ୍ତୁ ଏହି ଆନ୍ଧ୍ର ହାଇୱା ବା ବାଲିମାଫିଆମାନେ ଦିନକୁ ବହୁଥର ବାଲି ନେବା ସହ ନିୟମରୁ ବର୍ହିଭୂତ ବାଲି ଚାଲାଣ କରୁଛନ୍ତି।…
ତିରୁଅନନ୍ତପୁରମ୍ : କେରଳରେ କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା କୋଝିକୋଡ ଜିଲ୍ଲାର ମୁକ୍କମ୍ ପୁଲିସ୍ ଥାନା ନିକଟରେ ବିଫ୍ ତରକାରୀ ସହ ରୁଟିର ବିତରଣ କରିଛନ୍ତି । କେରଳ ପୁଲିସ୍ ତରଫରୁ ପ୍ରସ୍ତୁତ ଖାଦ୍ୟ ତାଲିକାରେ ବିଫ୍କୁ ହଟାଇ ଦେବା ପରେ ଏହାକୁ ନେଇ ଅଭିନବ ପ୍ରତିବାଦ କରିଛି କେରଳ କଂଗ୍ରେସ । ରାଜ୍ୟରେ ପୁଲିସ୍ କ୍ୟାମ୍ପ୍ରେ ପ୍ରଶିକ୍ଷଣ ଆରମ୍ଭ ହେବା ପରେ ନୂଆ ମେନୁ ଜାରି କରାଯାଇଛି । ଜଣେ ପୋଲିସ୍ଅ ଧିକାରୀ ଅନୌପଚାରିକ ଭାବରେ କହିଛନ୍ତି ଯେ, ମେନୁରେ ବିଫ୍କୁ ସାମିଲ୍ କରାଯାଇନାହିଁ। କିନ୍ତୁ ଏହା ଉପରେ ପ୍ରତିବନ୍ଧକ ଲାଗିନାହିଁ କିମ୍ବା ଏହାକୁ ଖାଇ ପାରିବ ନାହିଁ ବୋଲି ମଧ୍ୟ କୌଣସି ଆଦେଶ ଜାରି ହୋଇନାହିଁ। ଏହି ଖାଦ୍ୟ ତାଲିକାକୁ ସରକାରୀ ହସ୍ପିଟାଲ୍ର ଡାୟେଟ୍ସିଆନ୍ ପ୍ରସ୍ତୁତି କରିଛନ୍ତି ବୋଲି ପୋଲିସ୍ କହିଥିଲା । ମେନୁରେ ବିଫ୍କୁ ସାମିଲ୍ କରାଯାଇନାହିଁ । ପୂର୍ବରୁ ପୋଲିସ ପ୍ରଶିକ୍ଷଣ କ୍ୟାମ୍ପ୍ ପାଇଁ ପ୍ରସ୍ତୁତ ମେନୁରେ…
ସମୀକ୍ଷା ବ୍ୟୁରୋ ଉଦଳା : ଘର ଭିତରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଶରତ ଥାନା ରୁଗୁଡି ଗାଁରେ ଏକ ଘର ଭିତରୁ ଜଣେ ମହିଳାଙ୍କ ଶବକୁ ଉଦ୍ଧାର କରିଛି ପୋଲିସ୍ । ଘରୋଇ କଳିରୁ ଗତ ସୋମବାର ସ୍ବାମୀ ପିଟି ପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ଶ୍ବଶୁର, ଶାଶୁ ଓ ସଉତୁଣୀଙ୍କୁ ଅଟକ ରଖି ପୋଲିସ୍ ପଚରାଉଚୁରା କରୁଛି । ତେବେ ହତ୍ୟାକାରୀ ସ୍ବାମୀ ଜଣକ ଫେରାର୍ ରହିଥିବାର ପୋଲିସ୍ ସୂଚନା ଦେଇଛି।
ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲା ତ୍ରାଲରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀର ଯବାନମାନେ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଥିବା ସୂଚନା ମିଳିଛି । ଏହି ଆତଙ୍କବାଦୀମାନଙ୍କଠାରୁ ଗୋଟିଏ ଏକେ-୪୭, ଏକେ-୫୬ ଓ ହ୍ୟାଣ୍ଡ-ଗ୍ରେନେଡ ଜବତ ହୋଇଛି । ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଜମ୍ମୁ କଶ୍ମୀର ପୋଲିସ, ସିଆରପିଏଫ ଏବଂ ସେନାର ସଂଯୁକ୍ତ ଟିମ ଏହି କାର୍ଯ୍ୟାନୁଷ୍ଠାନ କରିଥିବାର ଜଣାପଡ଼ିଛି । ତ୍ରାଲ ଅଞ୍ଚଳରେ ଆତଙ୍କବାଦୀ ଥିବା ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ସଂପୃକ୍ତ ଅଞ୍ଚଳକୁ ଘେରା ବନ୍ଦୀ କରିଥିଲେ । ଏହା ପରେ ଏନକାଉଣ୍ଟର ହୋଇଥିଲା । ତେବେ ନିହିତ ହୋଇଥିବା ଆତଙ୍କବାଦୀମାନେ ଅନସାର ଗାଜଓ୍ବା ଉଲ୍ ହିନ୍ଦ୍ ସଙ୍ଗଠନର ବୋଲି ସୂଚନା ରହିଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ଆଜିଠାରୁ ଚଳିତ ବର୍ଷର ମାଟ୍ରିକ୍ ଆରମ୍ଭ ହେଉଛି। ଛାତ୍ର ଜୀବନର ପ୍ରଥମ ବଡ଼ ସୋପାନ ହେଉଛି ମାଟ୍ରିକ୍ । ଆଜି ପୂର୍ବାହ୍ନ 10ଟାରୁ ଅପରାହ୍ନ ସାଢ଼େ 12ଟା ଯାଏଁ ଏହି ପରୀକ୍ଷା ହେବ। ପିଲାମାନେ ସକାଳ 9ଟା 30ରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। 9ଟା 45ରେ ସେମାନଙ୍କୁ ପ୍ରଶ୍ନପତ୍ର ଦିଆଯିବ। ଅବ୍ଜେଟିକ୍ ପ୍ରଶ୍ନର ଉତ୍ତର 11ଟା ମଧ୍ୟରେ ଶେଷ କରିବାକୁ ହେବ। ଏହା ପରେ ଦୀର୍ଘ ଉତ୍ତର ପାଇଁ ପିଲାମାନେ 11ଟାରୁ ସାଢ଼େ 12ଟା ଯାଏଁ ଦେଢ଼ ଘଣ୍ଟା ଯାଏଁ ଲେଖିପାରିବେ। ମାଟ୍ରିକ୍ ପରୀକ୍ଷା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ପରିଚାଳନା କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିଭଳି ଉତ୍ତେଜନାପୂର୍ଣ୍ଣ ସ୍ଥଳରେ ସିସିଟିଭି କ୍ୟାମେରା ଲଗାଯାଇଛି। ଆଜି ପ୍ରଥମ ଦିନରେ ମାତୃଭାଷା ଓଡ଼ିଆର ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସୂଚନାଯୋଗ୍ୟ, ଚଳିତବର୍ଷ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ କୃଷିଜାତ ପଦାର୍ଥର ମାର୍କେଟିଂ ସୁବିଧା ନଥିବାରୁ ଧାନ, ମୁଗ, ଚିନାବାଦାମ୍, ଲଙ୍କାମରିଚ ଓ ପନିପରିବା ଆଦି ଫସଲର ଅଭାବି ବିକ୍ରୀ ଯୋଗୁଁ ଗଂଜାମ ଜିଲ୍ଲାର ଚାଷୀ ପ୍ରତିବର୍ଷ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା କ୍ଷତି ସହୁଛନ୍ତି । ଜିଲ୍ଲାରେ ଶୀତଳ ଭଣ୍ଡାର କିମ୍ବା ମାର୍କେଟିଂ ୟାର୍ଡ଼ର କୌଣସି ସୁବିଧା କରାଯାଇନାହିଁ । ପୁଣି ପ୍ରତି ୨ ବର୍ଷକୁ ଥରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ ନଷ୍ଟ ହେବା ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ଚାଷର କ୍ଷତି ସହି ସହି ଚାଷ ପ୍ରତି ବିମୁଖ ହୋଇ ଚାଷୀ ଚାଷ କାମ ଛାଡ଼ି ପେଟପାଟଣା ପାଇଁ ଦାଦନ ଖଟିବାକୁ ଅନ୍ୟରାଜ୍ୟକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜଳସେଚନର ସୁବିଧା ନାହିଁ କି ମାର୍କେଟିଂର ସୁବିଧା ନାହିଁ। କେବଳ କାଳିଆ/ବଳିଆ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଭଣ୍ଡେଇ ଚାଲିଛନ୍ତି, ଚାଷୀଙ୍କ ପ୍ରକୃତ ବିକାଶ ପ୍ରତି…
କେଦାର ମିଶ୍ର ଏବେ ଦିଲ୍ଲୀର ରାଜ୍ୟ ସରକାର ନିଜ ଶାସନର ମଡେଲକୁ ନେଇ ଲୋକଙ୍କ ପାଖକୁ ଯାଇଥିଲେ ଓ ଲୋକେ ତାଙ୍କୁ ତାଙ୍କ କାମ ଆଧାରରେ ଆଉ ପାଞ୍ଚ ବର୍ଷ ଶାସନ କରିବାର ସୁଯୋଗ ଦେଲେ। ଦିଲ୍ଲୀ ସରକାରଙ୍କର ଦୁଇଟି କଥାକୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି। ପ୍ରଥମଟି ହେଲା ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଓ ଲୋକଙ୍କୁ ବିଜୁଳି,ପାଣି ଭଳି ଅତ୍ୟାବଶ୍ୟକ ସୁବିଧା ମାଗଣାରେ ବା ଶସ୍ତାରେ ଦେଇ ପାରିବାର ସଫଳତା। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ କାମକୁ ପ୍ରଶଂସା କରିବାକୁ ତାଙ୍କର ଶତ୍ରୁ ମଧ୍ୟ ବାଧ୍ୟ ହେବେ। ତେବେ ମାଗଣା ବା ଶସ୍ତା ବିଜୁଳି-ପାଣିକୁ “ମାଗଣାଖିଆ କାରବାର” (ଇଂରାଜୀରେ ଫ୍ରିବି) ବୋଲି କେହି କେହି କହୁଛନ୍ତି। ତେବେ ସରକାର ଏଠି କାହା ବୋପାର ସମ୍ପତ୍ତି ନୁହଁ ଯେ ସେ ମାଗଣାରେ କିଛି ବାଣ୍ଟୁଛନ୍ତି। ଗୋଟେ ଜନକଲ୍ୟାଣକାରୀ ରାଷ୍ଟ୍ରର ଦାୟିତ୍ଵ ହେଉଛି, ଲୋକଙ୍କୁ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଅଧ୍ୟାପକଙ୍କ ଉପରେ ଅଙ୍କୁଶ ଲଗାଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟାପକଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷକୁ ଏନେଇ ଚିଠି କରାଯାଇଛି। ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ରଙ୍କ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି। ଛୁଟି ମଞ୍ଜୁର ନ ହୋଇ ଛୁଟିରେ ରହିଲେ ନୋ ଓ୍ବାର୍କ ନୋ ପେ’ ଲାଗୁ ହେବ ବୋଲି ସୂଚନା ରହିଛି। କେବଳ ଉଚ୍ଚ ଅଧିକାରୀଙ୍କ ଅନୁମତି ନେଇ ଅଧ୍ୟାପକ ଛୁଟି ନେଇ ପାରିବେ। ଛୁଟି ନେଇ ରାଲି, ଧାରଣା, ହରତାଳରେ ଭାଗ ନେଇ ପାରିବେ ନାହିଁ ବୋଲି ସୂଚନା ରହିଛି। ନିୟମରେ ଖିଲାପ କଲେ ଏଥିପାଇଁ କଡା ଦଣ୍ଡ ମିଳିବ। ଯଦି ଜଣେ ସରକାରୀ ଅଧ୍ୟାପକ ହୋଇଥିବେ, ତେବେ ତାଙ୍କୁ ଆଗୁଆ ଅବସର ପାଇଁ କୁହାଯିବ। ଅନୁଦାନପ୍ରାପ୍ତ ଅଧ୍ୟାପକ ହୋଇଥିଲେ, ସମ୍ପୃକ୍ତ କଲେଜର ଅନୁଦାନ ପ୍ରତ୍ୟାହାର କରାଯିବ…
ରଞ୍ଜିତ୍ ପଣ୍ଡା ପାରାଦୀପ : ଆର୍ଥିକ ଅନଗ୍ରସର ମହିଳା ଓ ଯୁବତୀମାନଙ୍କୁ ସଶକ୍ତିକରଣ କରି ସ୍ବାବଲମ୍ବୀ କରିବାର ଲକ୍ଷ୍ୟ ରଖି ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ତରଫରୁ ସାହି ଏକ୍ସପୋର୍ଟର ମିଳିତ ସହଯୋଗରେ ଏକ ଦୁଇଦିନିଆ କର୍ମଶାଳା ପାରାଦ୍ବୀପସ୍ଥିତ ଜେଏସ୍ଡବ୍ଲ୍ୟୁ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏରସମା ବ୍ଲକ୍ରେ ନୂଆଗାଁଠାରେ ଜେଏସ୍ଡବ୍ଲ୍ୟୁ ଏକ ଅତ୍ୟାଧୁନିକ ଇସ୍ପାତ ପ୍ରକଳ୍ପ ପାଇଁ ସ୍ଥିର ହୋଇଛି । ଏହି ପ୍ରକଳ୍ପରେ କମ୍ପାନୀ ପକ୍ଷରୁ 71ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ । ଏହି କ୍ରମରେ ଉକ୍ତ ଅଞ୍ଚଳରେ ଥିବା ଗରିବ ମହିଳା ଓ ଯୁବତୀମାନେ କିଭଳି ନିଜର ଓ ପରିବାର ଆର୍ଥିକ ପରିସ୍ଥିତିକୁ ସୁଧାରି ପାରିବେ ସେଥିପାଇଁ କମ୍ପାନୀ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଢିଙ୍କିଆ, ଗଡକୁଜଙ୍ଗ ଓ ନୂଆଗାଁ ପଞ୍ଚାୟତରେ ଥିବା 18ରୁ 35 ବର୍ଷ ମହିଳା ଓ ଯୁବତୀମାନଙ୍କୁ ନେଇ ସାହି ଏକ୍ସପୋର୍ଟର ମିଳିତ ସହଯୋଗରେ ଏକ ଦୁଇଦିନିଆ କର୍ମଶାଳା…

