Author: Samikhsya Bureau

ବେଙ୍ଗାଲୁରୁ : କର୍ଣ୍ଣାଟକର ଗଦଗ୍‌ରେ ସଦ୍‌ଭାବନାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି । ଗଦଗ୍‌ରେ ରହିଥିବା ଲିଙ୍ଗାୟତ ମଠର ମୁଖ୍ୟ ଭାବରେ ଜଣେ ମୁସଲିମଙ୍କୁ ନିଯୁକ୍ତ କରାଯାଇଛି । ଦେଶରେ ପ୍ରଥମ ଥର ପାଇଁ କୌଣସି ହିନ୍ଦୁ ମଠର ମୁଖ୍ୟ ହୋଇଛନ୍ତି । ଗଦଗ୍‌ର ଅସୁତୀ ଗ୍ରାମରେ ରହିଥିବା ଲିଙ୍ଗାୟତ ମଠର ମୁଖ୍ୟ ଭାବରେ ଦିଓ୍ବାନ ଶରିଫ୍‌ ରହମାନ୍‌ସାବ୍‌ ମୁଲ୍ଲାଙ୍କୁ ନିଯୁକ୍ତ କରାଯାଇଛି । ଆସନ୍ତା 26 ତାରିଖରେ ଶରିଫ୍‌ ଦାୟିତ୍ବ ଗ୍ରହଣ କରିବେ । ମୁସଲିମ୍‌ ଦମ୍ପତ୍ତିଙ୍କ ନିକଟରୁ ଜନ୍ମ ଗ୍ରହଣ କରିଥିବା ଶରିଫ୍‌ଙ୍କ ପିତାମାତା ବାସଭେଶ୍ବରଙ୍କ ଅନୁଗାମୀ ଏବଂ ଏହି ମଠ ନିର୍ମାଣ ପାଇଁ 2 ଏକର ଜମି ପ୍ରଦାନ କରିଥିଲେ । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଓଡ଼ିଶା ନାଗରିକ ସମାଜ ଓ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ପଦ୍ମଶ୍ରୀ ଇନ୍ଦ୍ର ଉଦୟନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସୁସମ୍ପର୍କ ସ୍ଥାପନ, କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ପ୍ରଚାର ଓ ପ୍ରସାର କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଆସିଛି । ଏହାଛଡ଼ା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ସତ୍ୟ, ଅହିଂସାରେ ଅନୁପ୍ରାଣିତ ହୋଇ ସେ ଦୀର୍ଘବର୍ଷ ହେବ ସମାଜସେବାରେ ଲିପ୍ତ ରହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ନାଗରିକ ସମାଜର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକ, ସମ୍ପାଦକ ମନୋଜ ଜେନା, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଡଃ ଭଗବାନ ପ୍ରକାଶ ପ୍ରମୁଖ ଉପସ୍ଥିତ ରହି ପଦ୍ମଶ୍ରୀ ଉଦୟନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହାଛଡ଼ା ସ୍ୱେଚ୍ଛାସେବୀ ସଂଗଠନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ସମ୍ପାଦିକା, ସମାଜସେବୀକା ସମିତା ମହାରଣା,…

Read More

ମୁମ୍ବାଇ : 19700 କୋଟି ଟଙ୍କାରେ ଭୂଷଣ ଷ୍ଟିଲକୁ ଅଧିଗ୍ରହଣ କରିବାକୁ ଯାଉଛି ଜେଏସ୍‌ଡବ୍ଲ୍ୟୁ । ଭୂଷଣ ଷ୍ଟିଲ୍‌ ଦେବାଳିଆ ଘୋଷିତ ହୋଇଯାଇଥିବା ବେଳେ ସଜ୍ଜନ ଜିନ୍ଦଲଙ୍କ ଜେଏସ୍‌ଡବ୍ଲ୍ୟୁକୁ ଅଧିଗ୍ରହଣ କରିବାକୁ ଯାଉଛି । ଆସନ୍ତା ମାର୍ଚ୍ଚ 15 ସୁଦ୍ଧା ଏହି ଅର୍ଥ ପ୍ରଦାନ କରି ଭୂଷଣକୁ ଅଧିଗ୍ରହଣ କରିବ ବୋଲି ଜଣାପଡିଛି । ଏନସିଏଲ୍‌ଏଟି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟରୁ ଏହି ଅଧିଗ୍ରହଣକୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି । ଏହି ଅଧିଗ୍ରହଣ ପରେ ଜେପରି ଜେଏସଡବ୍ଲ୍ୟୁକୁ କୌଣସି ଆଇନଗତ ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ ସେ ନେଇ ଏନସିଏଲ୍‌ଏଟି ନିକଟରେ ଆବେଦନ କରାଯାଇଥିଲା । (ଏଜେନ୍ସି)

Read More

ଭୁବନେଶ୍ୱର, ଭୁବନେଶ୍ୱରଠାରେ ଖୁବ୍‌ ଶୀଘ୍ର ଏକ ବାୟୋଟେକ୍‌ନୋଲୋଜି ପାର୍କ ପ୍ରତିଷ୍ଠା କରାଯିବ ଓ ଏଥିରେ ଭାରତ ବାୟୋଟେକ୍‌ ଉଦ୍ୟୋଗ ସହାୟତା କରିବ । ଏହା ବ୍ୟତୀତ ଭୁବନେଶ୍ୱରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନରେ ଏକ ଇନ୍‌କୁ୍ୟବେସନ୍‌ ସେଣ୍ଟର ଆରମ୍ଭ ହେବ ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ହାଇଦ୍ରାବାଦ୍‌ଠାରେ ଆୟୋଜିତ ତିନିଦିନିଆ ‘ବାୟୋଏସିଆ-୨୦୨୦’ ଶିଖର ସମାବେଶର ଉଦ୍‌ଜାପନ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ମନ୍ତ୍ରୀ ଓଡ଼ିଶାରେ ନୂତନ ବାୟୋଟେକ୍‌ନୋଲୋଜି ନୀତି ପ୍ରଣୟନ ହେବା ସହିତ ବାୟୋଟେକ୍‌ନୋଲୋଜିର ସଦ୍ଉପଯୋଗ କ୍ରମେ ଓଡ଼ିଶାର ବିକାଶ ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ବାବଦରେ ସୂଚନା ଦେଇଛନ୍ତି । ପଣ୍ଡା କହିଛନ୍ତି ଯେ ପ୍ରାୟ ୮୦ରୁ ଅଧିକ କଂପାନୀ ଓଡ଼ିଶାର ଶିଳ୍ପ ବିକାଶ ନିମନ୍ତେ ୨,୦୩,୨୭୦ କୋଟି ଟଙ୍କାର ପୁଞ୍ଜିନିବେଶ କରିଛନ୍ତି । ରାଜ୍ୟରେ ବାୟୋଟେକ୍‌ନୋଲୋଜି…

Read More

ରାଜସ୍ଥାନ : ରାଜସ୍ଥାନ ସରକାର ଆଜି 2020-2021 ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ବଜେଟ୍‌ ଆଗତ କରିବା ସହିତ କିଛି ଯୋଜନାର ମଧ୍ୟ ଘୋଷଣା କରିଛନ୍ତି। ରାଜସ୍ଥାନ ସରକାର ପ୍ରତ୍ୟେକ ଘରକୁ ଜଳ ଯୋଗାଣ ପାଇଁ ଜଳ ଜୀବନ ମିଶନ ଯୋଜନାର ଘୋଷଣା  କରିଛନ୍ତି। ସେହିପରି କୃଷି ପାଇଁ 3420 କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି। ନେହେରୁ ବାଳ ସଂରକ୍ଷଣ କୋଷର ଘୋଷଣା କରିବା ସହିତ ଏହି ଯୋଜନା ପାଇଁ 100 କୋଟିର ବ୍ୟୟ ବରାଦ କରିଛନ୍ତି ରାଜସ୍ଥାନ ସରକାର। 25,000 ନୂତନ ସୋଲାର ପରମ୍ପ୍‌ ଲଗାଇବା ପାଇଁ ମଧ୍ୟ ଚଳିତ ବଜେଟ୍‌ରେ ଘୋଷଣା କରାଯାଇଛି । ହସ୍ପିଟାଲ୍‌ରେ ଜୀ ପ୍ଲସ୍‌8 ଆଧାରରେ ନୂତନ ବୋର୍ଡ ନିର୍ମାଣକୁ ମଧ୍ୟ ମଞ୍ଜୁରି ଦେଇଛନ୍ତି। ନ୍ୟୁକ୍ଲିୟର୍‌ ମେଡିସିନ୍‌ ବିଭାଗର ସ୍ଥାପନା କରାଯିବା ନେଇ ଘୋଷଣା କରାଯାଇଛି। ବଜେଟ୍‌ରେ ମୂକ ବଧିର ଶିଶୁଙ୍କ ଚିକିତ୍ସା ପାଇଁ ନୂତନ ଘୋଷଣା କରାଯାଇଛି।…

Read More

ବେଜିଂ : କୋରୋନା ଭାଇରସ୍‌ ଦ୍ବାରା ଭୟଙ୍କର ଭାବରେ ପୀଡିତ ଚୀନ୍‌ ପକ୍ଷରୁ ପୁଣି ଏକ ନୂତନ ବିବାଦ ସୃଷ୍ଟି କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନ୍‌ ପକ୍ଷରୁ ବିରୋଧ କରାଯାଇଛି । ଫେବୃୟାରୀ 20ରେ ଅରୁଣାଚଳ ପ୍ରଦେଶକୁ ପୂର୍ଣ୍ଣାଙ୍ଗ ରାଜ୍ୟର ମାନ୍ୟତା ମିଳିବାର 34 ବର୍ଷ ପୂର୍ତ୍ତି ହେଉଥିବା ଅବସରରେ ଗୃହମନ୍ତ୍ରୀ ଅରୁଣାଚଳ ପ୍ରଦେଶ ଗସ୍ତ କରିଛନ୍ତି । ଗୃହମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ରାଷ୍ଟ୍ରର ଦ୍ବିପାକ୍ଷିକ ସମ୍ପର୍କ ଉପରେ ଖରାପ ପ୍ରଭାବ ପକାଇବ ବୋଲି ଚୀନ୍‌ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଗେଙ୍ଗ ସୁଆଙ୍ଗ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଚୀନ୍‌ ସରକାରଙ୍କ ପକ୍ଷରୁ ଅରୁଣାଚଳ ପ୍ରଦେଶକୁ ନିଜର ଅଂଶ ବୋଲି ଦାବି କରାଯାଉଛି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଦେଶରେ ନୂତନ ମୋଟରଯାନ ଲାଗୁ ହେବା ପରେ ସଂଗୃହୀତ ଜରିମାନା ରାଶିର ପରିମାଣ ବଢିବାରେ ଲାଗିଛି । ଶେଷ ତିନି ମାସ ମଧ୍ୟରେ ଲାଇସେନ୍ସ ସଂଖ୍ୟା ବଢିଥିବା ବେଳେ ସଂଗୃହୀତ ଜରିମାନା ରାଶି ମଧ୍ୟ ବଢିଛି । ଜରିମାନା ରାଶିର ପରିମାଣ 38.67 କୋଟି ଟଙ୍କା ରହିଛି । ବିଧାନସଭାରେ ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ଏହି ସୂଚନା ଦେଇଛନ୍ତି । ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଶ୍ରୀ ବେହେରା ଏହି ଉତ୍ତର ଦେଇଥିଲେ । ସେପ୍ଟେମ୍ବର 1ରୁ ଜାନୁୟାରୀ 31 ତାରିଖ ମଧ୍ୟରେ 38.67 କୋଟି ଟଙ୍କାର ଜରିମାନା ରଖାଯାଇଛି । ସେହିପରି ଉକ୍ତ ସମୟ ମଧ୍ୟରେ 4 ଲକ୍ଷ 13 ହଜାର 994ଟି ନୂତନ ଲାଇସେନ୍ସ ଆବେଦନ କରାଯାଇଛି ।

Read More

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ରଙ୍କ ରିପୋର୍ଟ ଭୁବନେଶ୍ବର: ରାଜ୍ୟର ଉଚ୍ଚଶିକ୍ଷାକୁ ବିଶ୍ବ ମାନଚିତ୍ରରେ ସ୍ଥାନିତ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଜଗତଗୁରୁ କୃପାଳୁ ବିଶ୍ବବିଦ୍ୟାଳୟର ଘୋଷଣା କରାଯାଇଛି। ବୁଧବାର ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଏହି ପ୍ରସ୍ତାବ ଦେଇଛନ୍ତି। କଟକ ଜିଲ୍ଲାର ଓମ୍‌ପଡା ତହସିଲର ବାଆଁରା ଗ୍ରାମରେ ଏହି ବିଶ୍ବବିଦ୍ୟାଳୟଟି ରହିବ ବୋଲି କୁହାଯାଇଛି। ଏହି ପ୍ରସ୍ତାବିତ ବିଶ୍ବ ବିଦ୍ୟାଳୟଟଇ ସ୍ବୟଂଚାଳିତ ହେବ ବୋଲି ବୁଧବାର ବିଧାନସଭାରେ ଘୋଷଣା କରାଯାଇଛି। ଏହି ବିଶ୍ବ ବିଦ୍ୟାଳୟରେ ଉଭୟ ପାରମ୍ପରିକ ଏବଂ ଅଣ ପାରମ୍ପରିକ ଶିକ୍ଷା ପ୍ରଦାନ କରାଯାଇ ବିଦ୍ୟାର୍ଥୀଙ୍କ ବୌଦ୍ଧିକ ଏବଂ ବ୍ୟକ୍ତିଗତ ଜ୍ଞାନ ବୃଦ୍ଧି କରାଯିବ। ବିଶ୍ବ ବିଦ୍ୟାଳୟରେ ପ୍ରାକୃତିକ ଚିକିତ୍ସା ଓ ଯୋଗ ବିଜ୍ଞାନ, ଶାରିରୀକ ଓ ଜୀବ ବିଜ୍ଞାନ, ମ୍ୟାନେଜମେଣ୍ଟ, ଭାରତୀୟ ସଂସ୍କୃତି ଓ ଚାରୁ କଳା, ଆଧ୍ୟାତ୍ମବାଦ ଓ ଧୀ ଶକ୍ତି ପରିଚାଳନା, କଳା, ସମାଜ ବିଜ୍ଞାନପରି ପାଠ୍ୟକ୍ରମକୁ ସାମିଲ କରାଯାଇଛି। ଏତଦ୍‌ ବ୍ୟତିତ ସମାଜର ମଙ୍ଗଳ…

Read More

ନୂଆଦିଲ୍ଲୀ : ଉପହାର ସିନେମା ହଲ ଅଗ୍ନିକାଣ୍ଡରେ ଅଂଶଲ ଭ୍ରାତାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ବସ୍ତି ମିଳିଛି । ଗୁରୁବାର ସୁପ୍ରିମକୋର୍ଟଙ୍କ ରିହାତି ପରେ ଅଂଶଲ ଭ୍ରାତା ଜେଲ୍‌ ନଯିବା ପ୍ରାୟ ସ୍ପଷ୍ଟ ହୋଇଛି । ଉପହାର ସିନେମା ହଲ୍‌ ଅଗ୍ନିକାଣ୍ଡରେ 23 ଶିଶୁଙ୍କ ସମେତ 59 ଜଣଙ୍କ ପ୍ରାଣହାନି ଘଟିଥିଲା । ଏହି ମାମଲାରେ ଅଂଶଲ ଭ୍ରାତା 30 କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିଥିବା ବେଳେ ଉଭୟଙ୍କ ଗିରଫ କରିବା ପାଇଁ କ୍ୟୁରେଟିଭ୍‌ ଯାଚିକା ଦାଖଲ କରାଯାଇଥିଲା । ତିନି ଜଣିଆ ଖଣ୍ଡପୀଠ ଏହି କ୍ୟୁରେଟିଭ୍‌ ଯାଚିକାକୁ ଖାରଜ କରିବା ପରେ ଅଂଶଲ ଭ୍ରାତା ଗିର ନହେବା ସ୍ପଷ୍ଟ ହୋଇଛି । ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ, ଜଷ୍ଟିସ୍‌ ଏନ୍‌ ଭି ରମନ୍ନା ଏବଂ ଜଷ୍ଟିସ୍‌ ଅରୁଣ ମିଶ୍ର ଏହି ଖଣ୍ଡପୀଠର ସଦସ୍ୟ ରହିଥିଲେ । ରିଅଲ ଇଷ୍ଟେଟ୍‌ ଟାଇକୁନ୍‌ ସୁଶୀଲ ଅଂଶଲ ଏବଂ ଗୋପାଲ ଅଂଶଲ ଉପହାର…

Read More

ନୂଆଦିଲ୍ଲୀ : ଜର୍ମାନୀରେ ଦୁଇ ପୃଥକ ସୁଟିଂରେ 8 ଜଣ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣରେ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ଆକ୍ରମଣକାରୀ ଫେରାର ଅଛନ୍ତି । ଜର୍ମାନୀର ହାନାଉର କେସେଲ୍ଟାଡ୍‌ ଅଞ୍ଚଳରେ ପ୍ରଥମ ଗୁଳିକାଣ୍ଡ ଘଟିଥିବା ବେଳେ 5 ଜଣ ପ୍ରାଣ ହରାଇଥିଲେ । ସେହିପରି ଦ୍ବିତୀୟ ଗୁଳିକାଣ୍ଡଟି ହାନାଉ ସହରରେ ସଙ୍ଘଟିତ ହୋଇଥିଲା । ଏହି ଗୁଳିକାଣ୍ଡରେ 3 ଜଣ ପ୍ରାଣହାନି ଘଟିଥିଲା । ନିହତ 3 ଜଣ ଗୋଟିଏ ପରିବାରର ବୋଲି ଖବର ପ୍ରକାଶ ପାଇଛି । ଜର୍ମାନୀର ସ୍ଥାନୀୟ ସମୟ ସକାଳ 10ଟା ସମୟରେ ଶୀଶା ବାର୍‌ରେ ଗୁଳିକାଣ୍ଡ ଘଟି ପାଞ୍ଚ ଜଣଙ୍କ ପ୍ରାଣହାନି ଘଟିଥିଲା । (ଏଜେନ୍ସି)

Read More

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ସାଉଥ୍‌ ଫିଲ୍ମରେ ବି ନିଜର ପାରଦର୍ଶିତା ଦେଖାଇବାକୁ ଆଗଭର ହେଲେଣି । ଅନନ୍ୟା ସାଉଥ୍‌ ସୁପରଷ୍ଟାର୍‌ ବିଜୟ ଦେବରୋକୋଣ୍ଡାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଫାଇଟର୍‌’ରେ ନଜର ଆସିବେ । ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଉଭୟ ହିନ୍ଦୀ ଓ ତେଲୁଗୁ ଭାଷା ବ୍ୟତୀତ ଅନ୍ୟାନ୍ୟ ଭାଷାରେ ମଧ୍ୟ ରିଲିଜ୍‌ ହେବ। ଫିଲ୍ମଟିକୁ ଫିଲ୍ମ ନିର୍ମାତା କରଣ ଜୋହର୍‌, ଚାର୍ମି କୌର୍‌ ଓ ଅପୂର୍ବ ମେହେଟ୍ଟା ପ୍ରଯୋଜନା କରୁଛନ୍ତି ବୋଲି ଜଣାପଡିଛି। ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର୍‌’ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିବା ଅନନ୍ୟା ଫିଲ୍ମ ଫେୟାର ନବାଗତାର ଆଓ୍ବାର୍ଡ ମଧ୍ୟ ଜିତିସାରିଛନ୍ତି। ଭୂମି ପେଡେନ୍‌କର୍‌ ଓ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଅଭିନୀତ ‘ପତି ପତ୍ନୀ ଔର ଓ୍ବ’ରେ ମଧ୍ୟ ନଜର ଆସିଥିଲେ ଅନନ୍ୟା।  ତେବେ ଭାଲେଣ୍ଟାଇନ୍‌ ଓ୍ବିକ୍‌ରେ ବିଜୟ ଦେବରୋକୋଣ୍ଡାଙ୍କ ଫିଲ୍ମ ‘ ଓ୍ବାର୍ଲ୍ଡ ଫେମସ୍‌ ଲଭର୍‌’ ପରଦାକୁ ଆସିଥିଲା। ତେବେ…

Read More

ସମୀକ୍ଷା ବ୍ୟୁରୋ ସାଲେପୁର : ବିଦ୍ୟୁତ ଆଘାତରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ। ନେମାଳ ଥାନା ଲେଣ୍ଡୁରା ଭଗବାନପୁର ନିକଟରେ ଏହି ଅଘଟଣ ଘଟିଛି। ରାସ୍ତା ମାପିବା ବେଳେ ତାର ଲାଗି ଜଳସେଚନ କର୍ମଚାରୀଙ୍କ ମୃତ୍ୟୁ। ଫେବୃଆରୀ 9 ତାରିଖରେ ବ୍ରହ୍ମପୁରର ଗୋଳନ୍ଥରାରେ 11 କେଭି ତାର ଯୋଗୁଁ 11 ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ରାଜ୍ୟ ସରକାରଙ୍କ 11 କେଭି ବିଦ୍ୟୁତ ତାର  ତରଫରୁ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ଓ.ଇ.ଆର.ସି. ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରାଯାଇଛି। ସେହିପରି ଚିକିତ୍ସା ପାଇଁ ମଧ୍ୟ ସହାୟତା ରାଶି ମିଳିବ ବୋଲି ସରକାର ସୂଚନା ଦେଇଛନ୍ତି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ପଟିଆ ସ୍ଥିତ ବିଗ୍‌ ବଜାର ସିଲ୍‌ ହୋଇଛି। ବିଏମ୍‌ସି ପଟିଆ ସ୍ଥିତ ବିଗ୍‌ ବଜାରକୁ ସିଲ୍‌ କରିଛି। ବିଏମ୍‌ସି କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ସିଲ୍‌ ଚାଲିଛି। ପରିମଳ, ଅଗ୍ନି ନିର୍ବାଚନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା ପାଇଁ ଏହି ସିଲ୍‌ ହେଉଥିବାର ସୂଚନା ମିଳିଛି। ସିଲ୍‌ ସମ୍ପର୍କରେ ସୂଚନା ଦେଲେ ଭୁବନେଶ୍ବର ମହାନଗର ନିଗମ। ନିକଟରେ ରାଜଧାନୀରେ ଥିବା ବେଆଇନ କଲ୍ୟାଣ ମଣ୍ଡପକୁ ମଧ୍ୟ ବିଏମ୍‌ସି ସିଲ୍‌ କରିଛି। ଏହି କ୍ରମରେ 80ଟି କଲ୍ୟାଣ ମଣ୍ଡପ ସିଲ୍‌ କରିବାକୁ ଅଭିଯାନ ଆରମ୍ଭ ହୋଇଛି।

Read More

ସମୀକ୍ଷା ବ୍ୟୁରୋ ଭଦ୍ରକ : ଫୋନ୍‌ରୁ ଅଶ୍ଲୀଳ ମେସେଜ୍‌ ପଠାଇ ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ବୃଦ୍ଧ ଗିରଫ ହୋଇଛନ୍ତି। ଯୁବତୀଙ୍କୁ ରାଜ୍ୟ ବାହାରକୁ ମଧ୍ୟ ଚାଲାଣ କରୁଥିବା ବୃଦ୍ଧଙ୍କ ନାଁରେ ଅଭିଯୋଗ ମଧ୍ୟ ରହିଛି। ଗ୍ରାମାଞ୍ଚଳ ଥାନା ଚରମ୍ପା ଏରେଇ ବନ୍ଧ ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଯୁବତୀଙ୍କୁ ଅଶ୍ଲୀଳ ମେସେଜ୍‌ ପରେ ଟଙ୍କା ଲୋଭ ଦେଖାଇ ବୃଦ୍ଧ ଜଣକ ଚାଲାଣ କରୁଥିବାର ଅଭିଯୋଗ ମଧ୍ୟ ରହିଛି। ଏନେଇ ସମ୍ପୃକ୍ତ ଯୁବତୀଙ୍କ ପରିବାରର ଅଭିଯୋଗ ପରେ ବୃଦ୍ଧଙ୍କୁ ପୋଲିସ୍‌ ଗିରଫ କରିଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏକ ଗୌରବମୟ ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଅବ୍ୟବସ୍ଥା ଦିନକୁ ଦିନ ରସାତଳ ହେବାକୁ ନେଇ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। ଡ଼ାକ୍ତରଙ୍କ ଅଭାବ ସଂପୂର୍ଣ୍ଣ ମଣିଷକୃତ ଏକ ପ୍ରକାର ଧରିନେବାକୁ ହେବ। ଏଠାରେ କୌଣସି ଡ଼ାକ୍ତର ବିଭିନ୍ନ ବିଭାଗରେ ତିଷ୍ଠି ନ ରହିବା ସରକାରଙ୍କ ଦୁର୍ବଳ ନୀତିକୁ ଇସାରା କରୁଥିବାବେଳେ ମୋ ସରକାର ନାରାଟି କେବଳଂ ଧର୍ମକୁ ଆଖିଠାର। ଗତକାଲି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାରୁ କିଛି ବିଭାଗ ଡ଼ାକ୍ତର ଶୂନ୍ୟ ଏବଂ ଆଉ କିଛି ବିଭାଗରେ ଦକ୍ଷ ଡ଼ାକ୍ତର ଶୂନ୍ୟ। ଏକକାଳୀନ ବିଭିନ୍ନ ବିଭାଗକୁ ପାଞ୍ଚଜଣ ଡ଼ାକ୍ତରଙ୍କ ବଦଳିକୁ ନେଇ ଆଲୋଡ଼ନା ସୃଷ୍ଟି କରିବା ସହ କ’ଣ ପାଇଁ ଏପରି ପ୍ରତି ଛଅମାସ ଅନ୍ତରାଳରେ ଡ଼ାକ୍ତରଙ୍କୁ ବଦଳି କରାଯାଉଛି ଏହା ମଧ୍ୟ ପ୍ରଶ୍ନ । ଡ଼ାକ୍ତର ସଂଘମିତ୍ରା ପାଢ଼ୀ, ଡା. ଗୀତାଞ୍ଜଳି ବେହେରା, ଡା. ପ୍ରଦୀପ ବେହେରା,…

Read More

ମଧ୍ୟପ୍ରଦେଶ : ସେବାକୁ ନିୟମିତ କରିବା ପାଇଁ ଭୋପାଳରେ ବିଗତ 72 ଦିନ ହେବ ଧାରଣାରେ ବସିଥିବା ଅତିଥି ଶିକ୍ଷକମାନେ ଅଭିନବ ଉପାୟରେ ନିଜର ଦାବି ଜଣାଇଛନ୍ତି । ବୁଧବାର ଅପରାହ୍ନରେ ଧାରଣାରତ ଜଣେ ମହିଳା ଅତିଥି ଶିକ୍ଷୟିତ୍ରୀ ନିଜର କେଶ କାଟିଛନ୍ତି। ସେ ଲଣ୍ଡା ହୋଇ ନିଜର କେଶକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ପଠାଇବେ ବୋଲି କହିଛନ୍ତି । ଲଣ୍ଡା ହୋଇଥିବା ମହିଳା ଅତିଥି ଶିକ୍ଷୟିତ୍ରୀ ହେଲେ ଡା. ଶାହୀନ ଖାନ । ଶ୍ରୀମତୀ ଖାନ କହିଛନ୍ତି ଯେ, ରାଜ୍ୟ ସରକାର ଆମର ଦାବି ମାନି ନାହାନ୍ତି କି ଆମ ସହିତ କଥା ମଧ୍ୟ ହୋଇନାହାନ୍ତି । କିଛି ଅତିଥି ଶିକ୍ଷକ ଆର୍ଥିକ ସ୍ଥିତି ଯୋଗୁଁ ଆତ୍ମହତ୍ୟା ମଧ୍ୟ କରିଛନ୍ତି। ଦୁଇ ମାସ ହେବ ଆମେ ଆନ୍ଦୋଳନରେ ବସିଛୁ । କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା ଯେ, ନିର୍ବାଚନ ପରେ ସରକାର ଗଢିବା ପରେ ଆମ…

Read More

ହେମାଙ୍ଗ ପ୍ରସାଦ ରାଉଳ ଭୁବନେଶ୍ବର : ଗୁରୁତର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ସୂଚନା  ମିଳିଛି। ଭୁବନେଶ୍ବରର ଏକ ଘରୋଇ ମେଡ଼ିକାଲରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ପୁଅର ଗିରଫଦାରୀକୁ ବିରୋଧ କରି ବ୍ରହ୍ମପୁର ଏସ୍‌ପି ଅଫିସ୍‌ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମିନାକ୍ଷୀ। ମିନାକ୍ଷୀଙ୍କ ଶରୀରର 95 ପ୍ରତିଶତ ପୋଡ଼ି ଯାଇଥିଲା। ଗତ 14ରେ ଏସ୍‌ସିବିରୁ ଭୁବନେଶ୍ବରକୁ ସ୍ଥାନାନ୍ତର ହୋଇଥିଲେ। ମିନାକ୍ଷୀଙ୍କ ମୃତ୍ୟୁରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇ ଓ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବାର୍‌ କାଉନ୍‌ସିଲ୍‌ ଅଧ୍ୟକ୍ଷ ସୁଧାଂଶୁ ପଣ୍ଡା ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ପାର୍କିଂକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍‌ ହୋଇଥିବାବେଳେ ଏହି ଘଟଣାରେ ପୋଲିସ୍‌ ମିନାକ୍ଷୀ ମିଶ୍ରଙ୍କ ପୁଅ ରାଜା ମିଶ୍ରଙ୍କୁ ପୋଲିସ୍‌ ଗିରଫ କରିଥିଲା। ପୁଅକୁ ମୁକୁଳାଇବାକୁ ମିନାକ୍ଷୀ ଚେଷ୍ଟା ଜାରି କରିଥିବାବେଳେ ଏସ୍‌ପି ତାଙ୍କୁ ଭେଟିନଥିଲେ।  ପାର୍କିଂକୁ ନେଇ ଅନ୍ୟଗୋଷ୍ଠୀର ଆକ୍ରମଣର ଶିକାର…

Read More

ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ବିନୟ ଶର୍ମା ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ମିଳିଛି । ତିହାର ଜେଲ୍‌ କାନ୍ଥରେ ମୁଣ୍ଡ ବାଡେଇ ଆତ୍ମହତ୍ୟା ଉଦ୍ୟମ କରିଥିବାର ଖବର ମିଳିଛି । ଏଥିରେ ବିନୟ ସାମାନ୍ୟ ଆହତ ହୋଇଛନ୍ତି, ଜେଲ୍‌ କର୍ତ୍ତୃପକ୍ଷ ତାଙ୍କର ଚିକିତ୍ସା କରାଇଛନ୍ତି । ବିନୟ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ତିହାର ଜେଲ୍‌ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ମାର୍ଚ୍ଚ 3ରେ ନିର୍ଭୟାର ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ପୂର୍ବରୁ ଦୁଇ ଦୁଇଥର ଫାଶୀ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ନିର୍ଭୟା ଦୋଷୀମାନେ ଆଇନ୍‌ର ଗଳା ବାଟ ଦେଇ ତାରିଖକୁ ବଢାଇ ବଢାଇ ଚାଲିଛନ୍ତି ।

Read More