Author: Samikhsya Bureau

ବବୁଲୁ ସାହୁ କର୍ଲାମୁଣ୍ଡା: ପୁଲଓ୍ବାମା ଆକ୍ରମଣରେ ଶହୀଦ୍‌ ହୋଇଥିବା ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କର୍ଲାମୁଣ୍ଡାଠାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା ବ୍ଲକ୍‌ର ଯୁବଗୋଷ୍ଠୀଙ୍କ ସହାୟତାରେ କଳାହାଣ୍ଡିର ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦରଠାରେ ଏହି କ୍ୟାଣ୍ଡେଲ୍‌ ଶୋଭାଯାତ୍ରା କରାଯାଇଛି। ପୁଲଓ୍ବାମା ଆକ୍ରମଣରେ ଶହୀଦ୍‌ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପୂର୍ବକ ଏହି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଗତ ବର୍ଷ ଫେବୃଆରୀ ୧୪ ତାରିଖରେ ଫୁଲଓ୍ବାମାଠାରେ ୪୦ଜଣ ଯବାନ ଶହୀଦ ହୋଇଥିଲେ। ଶହୀଦ୍‌ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ସାରା ଭାରତ ବର୍ଷରେ ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ଫେବୃଆରୀ ୧୪ ତାରିଖରେ ସାରା ଭାରତରେ ଭାଲେଣ୍ଟାଇନ୍ସ ଡେ’ ପାଳନ କରାଯାଉଥିବାବେଳେ ଯୁବପିଢିମାନେ ଶହୀଦ୍‌ଙ୍କ ସ୍ମୃତିଚାରଣ କରି ଏକ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଫେବୃଆରୀ ୧୪ ତାରିଖ ଫୁଲ୍‌ଓ୍ବାମା ଶହୀଦ୍‌ଙ୍କ ଶ୍ରଦ୍ଧାଞ୍ଜଳି ଦେବା ପୂର୍ବକ ଏବିଭିପି ବାଣପୁର ତରଫରୁ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା। ଏବିଭିପି ବାଣପୁର ତରଫରୁ ଏହି ଫୁଲଓ୍ବାମା ଶହୀଦ୍‌ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି କ୍ୟାଣ୍ଡେଲ୍‌ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ବାଣପୁର ମେଡ଼ିକାଲ୍‌ କଲେଜ ଛକରୁ ଏହା ଆରମ୍ଭ କରାଯାଇ ଭଗବତୀ ମନ୍ଦିରରେ ସମାପନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନଗର ସମ୍ପାଦକ ବିକାଶ ସେଠୀ, ସହ ସମ୍ପାଦକ ବିବେକାନନ୍ଦ ଗଡନାୟକ, ନିରାକାରପୁର ନଗର ସମ୍ପାଦକ ସୁନୀଲ୍‌ ବାରିକ୍‌, ବାଣପୁର କଲେଜ ଯୁକ୍ତ ଦୁଇ କ୍ୟାମ୍ପସ୍‌ ୟୁନିଟି ସଭାପତି ପ୍ରିୟାଂଶୁ ପ୍ରଧାନ, ଆଦିତ୍ୟ, ଶିବ, ସୋମନାଥ, ବିଶ୍ଵଜିତ, ବଳରାମ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Read More

ରଞ୍ଜିତ୍‌ ପଣ୍ଡା ପାରାଦୀପ: ପାରାଦ୍ବୀପ ଗଡ ସ୍ଥିତ ଏସ୍‌.କେ ଏକାଡେମୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ଷଷ୍ଠତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ପ୍ରତିଷ୍ଠାତା କିଶୋର ଚନ୍ଦ୍ର ସାହୁ ବିଦ୍ୟାଳୟର ପତାକା ଉତ୍ତୋଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅଶ୍ବିନୀ କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଭାଗିରଥୀ ସାହୁ, ସମ୍ମାନୀୟ ଅତିଥି ଭାବରେ ଦୁଷ୍ମନ୍ତ ମାଝୀ, ମଥୁରାନନ୍ଦ ପରିଡା, କୈଳାସ ସାହୁ, ବିଶ୍ବନାଥ ମହାପାତ୍ର, ଗୋଲାପରାଣୀ ସାହୁ, ନଗେନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅଲମ୍ପେୟାଡ୍‌ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଉତ୍ସବରେ ବିଦ୍ୟାଳୟର ଚେୟାରମ୍ୟାନ୍‌ ପ୍ରଭାତ ପ୍ରକାଶ ସାହୁ ସ୍ବାଗତ ଭାଷଣ ଦେଇଥିବାବେଳେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଝୁମା ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର କାର୍ଯ୍ୟନିର୍ବାହୀ ମଣ୍ଡଳୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ…

Read More

ହେମାଙ୍ଗ ରାଉଳ ଗଞ୍ଜାମ: ଫେବୃଆରୀ ୧୪ ତାରିଖ ଶୁକ୍ରବାର ଦିନ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ତରଫରୁ ଯୁବ ମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବଙ୍କ ନେତୃତ୍ବରେ ଗତବର୍ଷ ଫୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ ହୋଇଥିବା ଯବାନ୍‌ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପ୍ରକାଶଥାଉ କି ଗତ ବର୍ଷ ଆଜିର ଦିନରେ ଜମ୍ମୁକାଶ୍ମୀରର ଫୁଲ୍‌ଓ୍ବାମାଠାରେ ଏକ ହୃଦୟବିଦାରକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ଆମ୍ଭର ପ୍ରାୟ ୪୦ ଜଣ ଯବାନ ଶହୀଦ୍‌ ହୋଇଥିଲେ। ଆଜି ଏହି ଘଟଣଶକୁ ଏକ ବର୍ଷ ପୂରଣ ହେବା ଅବସରରେ ଶହୀଦ୍‌ ଯବାନମାନଙ୍କୁ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଯୁବମୋର୍ଚ୍ଚା କର୍ମୀମାନେ ସ୍ଥାନୀୟ ଗାନ୍ଧିନଗର ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାମଲିଙ୍ଗମ ଟ୍ୟାଙ୍କ୍‌ ରୋଡସ୍ଥିତ ହନୁମାନ ପ୍ରତିମାଠାରେ ଏକତ୍ରିତ ହୋଇଥିଲେ। ’ବୀର ଯବାନ ଅମର ରହେ’ ନାରାରେ ପୂରା ସ୍ଥାନ ପ୍ରକମ୍ପିତ ହୋଇଥିଲା। ଉକ୍ତ ଶୋଭାଯାତ୍ରାରେ…

Read More

ବ୍ରହ୍ମପୁର: ଏସ୍‌ଏମ୍‌ଆଇଟି ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ ଦ୍ବାରା ଚଣ୍ଡିପଦରଠାରେ ସ୍ଥାପିତ ବୃନ୍ଦାବନ ନାୟକ ଇଂଲିଶ୍‌ ମିଡିୟମ୍‌ ସ୍କୁଲ ପରିସର ମଧ୍ୟରେ ଫେବୃଆରୀ ୧୪ ତାରିଖ ଶୁକ୍ରବାର ଦିନ ଅନୁଷ୍ଠାନର ସଭାପତି ଡ. ଭଗବାନ ଗନ୍ତାୟତଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡ. ଗନ୍ତାୟତ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତା ବୃନ୍ଦାବନ ନାୟକଙ୍କ ଗୁଣଗାନ କରିଥିଲେ ଏବଂ କହିଲେ ଯେ, ଏହି ଅଞ୍ଚଳର କର୍ମବୀର ସ୍ବର୍ଗତ ବୃନ୍ଦାବନ ନାୟକଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଏସ୍‌ଏମ୍‌ଆଇଟି ପ୍ରତିଷ୍ଠାନ ଦ୍ବାରା ଏଠାରେ ବୃନ୍ଦାବନ ନାୟକ ଇଂଲିଶ୍‌ ମିଡିୟମ୍‌ ସ୍କୁଲ ପ୍ରତିଷ୍ଠା କରାଯାଇଛି। ଏହାର ନିଜସ୍ବ ଜମି ଓ କୋଠାବାଡି, କୋମଳମତି ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଯୁକ୍ତ ଶିକ୍ଷକ ଓ ସିବିଏସ୍‌ଇ ଶିକ୍ଷାଦାନ ପ୍ରଣାଳୀରେ ଶିକ୍ଷାଦାନ କରି ଏହି ଅଞ୍ଚଳର ବହୁଦିନର ଆଶା ସଫଳ ହୋଇପାରିଛି। ଡ. ଗନ୍ତାୟତ କୋମଳମତି ଶିଶୁମାନଙ୍କ ବିକାଶ ଓ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ବଳ କାମନା…

Read More

ଭୁବନେଶ୍ବର: ଉତ୍ତର, କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ କରାଯିବା ପାଇଁ ପୂର୍ବତଟ ରେଳପଥକୁ ଏବଂ ଏହାର ପରିସୀମାରୁ ଛାଡିବାକୁ ଥିବା କେତେକ ଟ୍ରେନ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ ହୋଇ ଚଳାଚଳ କରିବ। ଉତ୍ତର ରେଳପଥର ହଜରତ ନିଜାମୁଦ୍ଦିନ-ପାଲୱାଲ ଷ୍ଟେସନ ମଧ୍ୟରେ, କେନ୍ଦ୍ରୀୟ ରେଳପଥର ସୋଲାପୁର ରେଳମଣ୍ଡଳରେ ଏବଂ ଦକ୍ଷିଣ ପଶ୍ଚିମ ରେଳପଥର ବାଙ୍ଗାଲୋର ରେଳମଣ୍ଡଳରେ ରେଳ ଭିତ୍ତିଭୂମି କାର୍ଯ୍ୟକ୍ଷମ କରିବା ପାଇଁ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ପୂର୍ବତଟ ରେଳପଥକୁ ଆସୁଥିବା ଏବଂ ଏହାର ପରିସୀମାରୁ ଛାଡିବାକୁ ଥିବା କେତେକ ଟ୍ରେନ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ ହୋଇ ଚଳାଚଳ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନ ଅନୁଯାୟୀ ସ୍ଥିର କରାଯାଇଅଛି। ବାତିଲ ହେବାକୁ ଥିବା ଟ୍ରେନ:       ୦୧୮୦୭/୧୨୮୦୮ ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ ଭୟ ରାୟଗଡା-ଟିଟିଲାଗଡ଼-ରାଇପୁର ବିଶାଖାପାଟଣା ଠାରୁ ଫେବୃୟାରୀ ମାସ ୨୭…

Read More

ନୂଆଦିଲ୍ଲୀ : ଦିଲ୍ଲୀ-ଏନ୍‌ସିଆର୍‌ରେ ନିର୍ମାଣ କାର୍ଯ୍ୟ ଉପରେ ଲାଗିଥିବା ପ୍ରତିବନ୍ଧକକୁ ସୁପ୍ରିମ୍‌କୋର୍ଟ ହଟାଇ ଦେଇଛନ୍ତି । ଦିଲ୍ଲୀ ଏନ୍‌ସିଆରରେ ଏବେ ସନ୍ଧ୍ୟା 6ଟାରୁ ସକାଳ 6ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲାଗିବ ନାହିଁ । ଜଷ୍ଟିସ୍‌ ଅରୁଣ ମିଶ୍ର ଓ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହା ଶୁଣାଣି କରିଛନ୍ତି । ଦିଲ୍ଲୀ-ଏନ୍‌ସିଆରରେ ପ୍ରଦୂଷଣର ମାତ୍ରା ବଢିଯାଇଥିବାରୁ ସୁପ୍ରିମ୍‌କୋର୍ଟ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।  ତେବେ ଏବେ ଦିଲ୍ଲୀରେ ବାୟୁ ଶୁଦ୍ଧ ହେବା କାରଣରୁ ବିର୍ଲଡର୍ସ ଯାଚିକା ଉପରେ ସୁପ୍ରିମ୍‌କୋର୍ଟ ଆଦେଶକୁ ବଦଳାଇଛନ୍ତି । ଗତ ନଭେମ୍ବର-ଡିସେମ୍ବର ମାସରେ ବାରମ୍ବାର ଦିଲ୍ଲୀ-ଏନ୍‌ସିଆରରେ ବାୟୁର ପ୍ରଦୂଷଣର ସ୍ତର ବଢୁଥିବା ଯୋଗୁଁ ସେଠାରେ ପରିସ୍ଥିତି ବେଶ୍‌ ସାଂଘାତିକ ରହିଥିଲା । ବାୟୁର ଗୁଣବତ୍ତା ସ୍ତରରେ ସୁଧାରିବା ପରେ ସୁପ୍ରିମ୍‌କୋର୍ଟ ନିର୍ମାଣ କାର୍ଯ୍ୟ ଉପରୁ ପ୍ରତିବନ୍ଧକ ଉଠାଇଛନ୍ତି । ଦିଲ୍ଲୀ ସରକାର ମଧ୍ୟ ପ୍ରଦୂଷଣ ମାତ୍ରା କମ୍‌…

Read More

ପାଟନା : ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଏବେ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଶୁକ୍ରବାର ଦିନ ନିର୍ବାଚନୀ ପ୍ରସ୍ତୁତି ପାଇଁ ପାଟନାଠାରେ ମହାମେଣ୍ଟର ଏକ ବୈଠକ ଜାରି ରହିଛି। ଏହି ବୈଠକରେ ମହାମେଣ୍ଟର ନେତାମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବାର ସୂଚନା ମିଳିଛି। ଏହି ମହାମେଣ୍ଟରେ ରାଜଦ ନେତା ତେଜସ୍ବୀ ଯାଦବଙ୍କୁ ନେତା ରୂପେ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ମହାମେଣ୍ଟର ନେତାମାନେ। ମହାମେଣ୍ଟର ନେତାମାନେ ଶରଦ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଦାବି ଜଣାଇଛନ୍ତି। ଶୁକ୍ରବାର ଦିନ ହୋଇଥିବା ମହାମେଣ୍ଟର ବୈଠକରେ ତିନି ଦଳ ନେତା ଜୀତନ ରାମ ମାଝୀ (ହାମ୍‌), ଉପେନ୍ଦ୍ର କୁଶ୍‌ଓ୍ବାହା (ଆର୍‌ଏଲ୍‌ଏସ୍‌ପି) ଓ ମୁକେଶ ସାହାଣୀ (ଭିଆଇପି)ର ନେତାମାନେ ଯୋଗଦେଇଥିଲେ । ପାଟନାର ଲୋକତାନ୍ତ୍ରିକ ଜନତା ଦଳ ପ୍ରମୁଖ ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଦାବି ଜଣାଇଛନ୍ତି । ଏହି…

Read More

ଗୁଜୁରାଟ : ଗୁଜୁରାଟର ଭୁଜଠାରେ ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଭୁଜଠାରେ ଅବସ୍ଥିତ ଶ୍ରୀ ସହଜାନନ୍ଦ କଲେଜର ଅଧ୍ୟକ୍ଷ ଛାତ୍ରୀଙ୍କ ପୋଷାକ କଢାଇବା ପରି ଏକ ଲଜ୍ଜାଜନକ ଘଟଣା  ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ସହଜାନନ୍ଦ କଲେଜର ଅଧ୍ୟକ୍ଷ ଛାତ୍ରୀମାନଙ୍କ ମାସିକ ଧର୍ମ ହୋଇଛି କି ନାହିଁ ଏହାର ପରୀକ୍ଷା ନିମେନ୍ତ ଛାତ୍ରୀମାନଙ୍କ ଅନ୍ତର୍ବସ୍ତ୍ର ଚେକ୍‌ କରିଥିବାର ଜଣାପଡିଛି। ଏହି କଲେଜର ପଢୁଥିବା ଛାତ୍ରୀମାନେ ମାସିକ ଧର୍ମ ପାଳନ କରୁଥିବା ସମୟରେ କୌଣସି ଛାତ୍ର ଅଥବା ଛାତ୍ରୀଙ୍କ ସହି ହାତ ମିଳାଇପାରିବେ ନାହିଁ ବୋଲି ନିୟମ ରହିଛି। ଏପରିକି ଏହି ସମୟରେ କଲେଜ ନିକଟସ୍ଥ ମନ୍ଦିରକୁ ଅଥବା ରୋଷେଇ ଘର ମଧ୍ୟକୁ ଯିବାକୁ ବାରଣ ରହିଛି। ଶ୍ରୀସହଜାନନ୍ଦ କଲେଜକୁ ସ୍ବାମୀନାରାୟଣ ମନ୍ଦିରର କିଛି ଭକ୍ତ ଚଳାଉଛନ୍ତି । ଏହି କଲେଜର ଅଧ୍ୟକ୍ଷଙ୍କ ମତରେ କିଛି ଛାତ୍ରୀ ତାଙ୍କର ମାସିକ ଧର୍ମ ସମୟରେ କଲେଜର ଅନ୍ୟ ଲୋକଙ୍କ ସହିତ…

Read More

ନୂଆଦିଲ୍ଲୀ : ଭାରତୀୟ ଟେନିସ୍‌ ଖେଳାଳି ରୋହନ ବୋପାନ୍ନା ରଟରଡାମ୍‌ ଓପନ୍‌ର ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । କାନାଡାର ଡେନିସ୍‌ ସାପୋଭାଲୋଭ୍‌ଙ୍କ ସହିତ ଏକାଠି ଖେଳୁଥିବା ବୋପାନ୍ନା ରଟରଡାମ୍‌ ଓପନ୍‌ର ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ବୋପାନ୍ନା-ସାପୋଭାଲୋଭ୍‌ ଯୋଡି ଜିନ୍‌ ଜୁଲିଏନ୍‌ ରୋଜର ଏବଂ ହୋରିଆ ଟେକାଉଙ୍କୁ ପରାସ୍ତ କରିଛନ୍ତି । 74 ମିନିଟ୍‌ ସମୟ ନେଇ ବୋପାନ୍ନା-ସାପୋଭାଲୋଭ୍‌ ଯୋଡି 6-2, 3-6 ଏବଂ 10-7 ସେଟ୍‌ରେ ବିଜୟୀ ହୋଇଥିଲେ ।

Read More

ମୁମ୍ବାଇ : ଆମୀର ଖାନ୍ ଓ କରୀନା କପୁର୍‌ ଖାନ୍‌ଙ୍କ ଅଭିନୀତ ଅପ୍‌କମିଙ୍ଗ ଫିଲ୍ମ ‘ଲାଲ୍‌ ସିଂ ଚଢା’ର ନୂଆ ପୋଷ୍ଟର ରିଲିଜ୍‌ ହୋଇଛି । ଭାଲେଣ୍ଟାଇନ୍ସ ଡେ’ ଅବସରରେ ଆମୀର୍‌ ଏକ ସୁନ୍ଦର ନୋଟ୍‌ ସହିତ ଏହି ଫିଲ୍ମରେ କରୀନାଙ୍କ ଲୁକ୍‌କୁ ଜାରି କରିଛନ୍ତି । ପୂର୍ବରୁ ଆମୀରଙ୍କ ଲୁକ୍‌ ଜାରି ହୋଇସାରିଥିବାବେଳେ ଏବେ କରୀନାଙ୍କ ଲୁକ୍‌ ଉପରୁ ପରଦା ହଟିଛି । ଆମୀର୍‌ କରୀନାଙ୍କୁ ଭାଲେଣ୍ଟାଇନ୍ସ ଡେ’ର ଶୁଭେଚ୍ଛା ଜଣାଇବା ସହିତ ଏକ ସୁନ୍ଦର ବାର୍ତ୍ତା ଲେଖିଛନ୍ତି । ଅଦ୍ବୈତ୍‌ ଚନ୍ଦନଙ୍କ ଦ୍ବାରା ନିର୍ଦ୍ଦେଶିତ ‘ଲାଲ୍‌ ସିଂ ଚଢା’ ଚଳିତ କ୍ରିସମାସ ଅବସରରେ ପରଦା ଉପରକୁ ଆସିବ । ଏହି ଫିଲ୍ମ ପାଇଁ ମିଷ୍ଟର ପରଫେକ୍‌ନିଷ୍ଟ ନିଜ ଲୁକ୍‌କୁ ବହୁତ ଟ୍ରାନ୍ସଫର୍ମ କରିଛନ୍ତି ।

Read More

ମୁମ୍ବାଇ: ମୁମ୍ବାଇର ଡବ୍ବାବାଲାଙ୍କୁ ମାଗଣାରେ ଘର ଦିଆଯିବ ବୋଲି ମହାରାଷ୍ଟ୍ର ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ମୁମ୍ବାଇରେ 5 ହଜାର ଡବ୍‌ବାବାଲାଙ୍କ ପାଇଁ ଘର ନିର୍ମାଣ କରିବେ ମହାରାଷ୍ଟ୍ର ସରକାର। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନ୍ତର୍ଗତ ଏହି ଘର ନିର୍ମାଣ କରାଯିବ। ମନ୍ତ୍ରାଳୟରେ ଆୟୋଜିତ ହୋଇଥିବା ଏକ ବୈଠକରେ ମୁମ୍ବାଇର ଡବ୍‌ବାବାଲାଙ୍କୁ ଘର ଦିଆଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନ ଡବ୍‌ବାବାଲାଙ୍କୁ ଘର ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଏବେ ସରକାର ଗଢିବା ପରେ ଏକ ବୈଠକରେ ଉପମୁଖ୍ୟମନ୍ତ୍ରୀ ଅଜିଥ୍‌ ପାଓ୍ବାର୍‌ ଏହା ସମ୍ପର୍କରେ ଘୋଷଣା କରିଛନ୍ତି। ବୈଠକ ପରେ ଟୁଇଟ୍‌ କରି ପାଓ୍ବାର ଏ ସମ୍ପର୍କରେ ସୂଚନା ଦେବା ସହ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଡବ୍‌ବାବାଲାଙ୍କୁ ଘର ଦେବାରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ମୁମ୍ବାଇର ଡବ୍‌ବାବାଲା ସଂଘର ପଦାଧିକାରୀ ଶ୍ରମ ମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ।…

Read More

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମାର ରାଜକ୍ଷମା ଯାଚିକା ଏବଂ ରାଜକ୍ଷମା କ୍ୟୁରେଟିଭ୍‌ ଯାଚିକା ଖାରଜ ହେବା ପରେ ବିନୟ ମାନସିକ ଭାବରେ ଅସୁସ୍ଥ ଥିବା ନେଇ ଅନ୍ୟ ଏକ ଯାଚିକା ଦାଖଲ କରାଯାଇଥିଲା । ଶୁକ୍ରବାର ସୁପ୍ରିମକୋର୍ଟରେ ବିନୟ ଶର୍ମାଙ୍କ ଆବେଦନ ଖାରଜ କରାଯାଇଛି । ଗତକାଲି ରାଜକ୍ଷମା ବିରୋଧରେ ଦାଖଲ କରାଯାଇଥିବା କ୍ୟୁରେଟିଭ୍‌ ଯାଚିକାକୁ ଖାରଜ କରାଯାଇଥିଲା । ରାଜକ୍ଷମା ଆବେଦନ ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଏବଂ ଗୃହ ବିଭାଗର ଅନୁମତି ନଥିବା ଦର୍ଶାଇ ଗତକାଲି ବିନୟ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଥିଲା । ଆଜିର ଯାଚିକା ଖାରଜ ହେବା ସହିତ ବିନୟର ଫାଶୀ ପୂର୍ବର ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହୋଇଛି । (ଏଜେନ୍ସି)

Read More

ମୁମ୍ବାଇ: ଭାଲେଣ୍ଟାଇନ୍‌ ଡେ’ ଅବସରରେ ପରଦା ଉପରେ ପ୍ରଦର୍ଶିତ ହୋଇଛି ରୋମାଣ୍ଟିକ୍‌ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌ 2’ । କାର୍ତ୍ତିକ ଆର୍ଯ୍ୟାନ୍‌ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌2’ ର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଇମ୍‌ତିଆଜ୍‌ ଅଲ୍ଲୀ । ଏହି ଫିଲ୍ମରେ ସାରା-କାର୍ତ୍ତିକଙ୍କ ବ୍ୟତୀତ ଆରୁଶି ଶର୍ମା, ସିମୋନ ସିଂ ଓ ରଣଦୀପ୍‌ ହୁଡ୍ଡା ପ୍ରମୁଖ ଅଭିନୟ କରିଛନ୍ତି। ପ୍ରେମ, ସମ୍ପର୍କ, ବାସ୍ତବତାକୁ ନେଇ କାହାଣୀଟି ଗତିଶୀଳ ହୋଇଛି । ଏହି ଫିଲ୍ମରେ ଦୁଇ ପ୍ରକାରର ପ୍ରେମ ସମ୍ପର୍କକୁ ଦର୍ଶାଯାଇଛି । ପ୍ରେମ ସମ୍ପର୍କ ଓ କ୍ୟାରିଅର୍‌ର ବାଲାନ୍ସକୁ ଏହି ଫିଲ୍ମରେ ଅଲଗା ଅନ୍ଦାଜ୍‌ରେ ଦେଖାଯାଇଛି । ଫିଲ୍ମଟିରେ କାର୍ତ୍ତିକ ଆର୍ଯ୍ୟାନ୍‌ଙ୍କ ଦୁଇଟି ରୂପ ଦେଖିବାକୁ ମିଳିଛି । ଗୋଟିଏ ପଟରେ ସେ ଜଣେ 90 ଦଶକର ରଘୁବେନ୍ଦ୍ର ଚରିତ୍ରରେ ଥିବାବେଳେ ଆଉ ଗୋଟେ ପଟେ 2020ର ବୀର୍‌ ଚରିତ୍ରରେ ରହିଛନ୍ତି । ତେବେ…

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଅରବିନ୍ଦ କେଜ୍‌ରୀଓ୍ବାଲ ଆସନ୍ତା 16 ତାରିଖ ଦିନ ଶପଥ ଗ୍ରହଣ କରିବେ। ଆମ୍‌ ଆଦ୍‌ମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରୀଓ୍ବାଲ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ର ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ଅରବିନ୍ଦ କେଜରୀଓ୍ବାଲ। ଦିଲ୍ଲୀ ବିଧାନସଭାରେ ଆପ୍‌ର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରବିନ୍ଦ କେଜ୍‌ରୀଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରାମଲୀଲା ମୈଦାନରେ ଅରବିନ୍ଦ କେଜରୀଓଙ୍ବାଲ ନିଜ କ୍ୟାବିନେଟ୍‌ ସହିତ ଶପଥ ଗ୍ରହଣ କରିବେ। ଏହି ଅବସରର ଅରବିନ୍ଦ କେଜରୀଓ୍ବାଲ ଏକ ଅଡିଓ ମେସେଜ୍‌ ଜରିଆରେ ପୂରା ଦିଲ୍ଲୀବାସୀଙ୍କୁ ଏହି ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ଜଣାଇଛନ୍ତି। ସେହିପରି ଏହି ଉତ୍ସବ ସମାରୋହକୁ ଜଣେ ଖାସ୍‌ ଅତିଥି ଯୋଗ ଦେଉଛନ୍ତି। ଏହି ଖାସ୍‌ ଅତିଥି ଜଣକ ହେଉଛନ୍ତି କୁନି ମଫଲରମ୍ୟାନ୍‌। ଦିଲ୍ଲୀ ବିଧାନସଭା ନିର୍ବାଚନର…

Read More