Author: Samikhsya Bureau

ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୁଇ ବଖରା ଜଳି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ଭେଟଶ୍ବର ପଞ୍ଚାୟତର ତ୍ରିଲୋଚନପୁରରେ ଏହି ଅଘଟଣ ଘଟିଛି। ତ୍ରିଲୋଚନପୁରର ବିଦ୍ୟାଧର ମାନସିଂହଙ୍କ ଘରେ ନିଆଁ ଲାଗି ତାଙ୍କର ଦୁଇ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଗ୍ନିକାଣ୍ଡରେ ବିଶେଷ କ୍ଷତି ସହିଥିବା ବିଦ୍ୟାଧରଙ୍କୁ ଅଗ୍ନିକାଣ୍ଡ ଜନିତ ସହାୟତା ଦେବା ପାଇଁ ସାଧାରଣରେ ଦାବି କରାଯାଇଛି ।

Read More

ନୂଆଦିଲ୍ଲୀ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଅନୁଷ୍ଠିତ ତିନି ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ହନୁମା ବିହାରୀ ଶତକ ହାସଲ କରିଛନ୍ତି । ବିହାରୀ ଶତକ ହାସଲ କରିଥିବା ବେଳେ ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା 93 ରନ୍‌ ସଂଗ୍ରହ କରିଥିଲେ । ତିନି ଅଗ୍ରଭାଗ ଖେଳାଳି ପୃଥ୍ବୀ ଶ(0), ମୟଙ୍କ ଅଗ୍ରଓ୍ବାଲ(1) ଏବଂ ଶୁଭମାନ ଗିଲ୍‌ (0) ବିଫଳ ହୋଇଥିବା ବେଳେ ପୂଜାରା ଏବଂ ବିହାରୀ 195 ରନ୍‌ର ଭାଗିଦାରୀ କରିଥିଲେ । ବିହାରୀ ଶତକ ହାସଲ କରିବା ପରେ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍‌ଙ୍କୁ ସୁଯୋଗ ଦେବା ପାଇଁ ରିଟାୟର୍ଡ ହର୍ଟ ହୋଇଥିଲେ । ମାତ୍ର ଏହାପରେ ଋଷଭ ପନ୍ତ, ଅଶ୍ବିନ୍‌ ଏବଂ ରିଦ୍ଧିମାନ ଶାହା ବିଫଳ ହେବାରୁ ଭାରତ ମାତ୍ର 263 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇଥିଲା । ବିହାରୀ ଏବଂ ପୂଜାରାଙ୍କ ବ୍ୟତିତ କେବଳ ଆଜିଙ୍କ୍ୟ ରାହାଣେ(18) ଦୁଇ ଅଙ୍କ ଛୁଇଁଥିଲେ ।…

Read More

ନୂଆଦିଲ୍ଲୀ : କୋର୍ଟଙ୍କ ନିଷ୍ପତ୍ତିର ଉଲ୍ଲଂଘନ ପାଇଁ ସମସ୍ତ ଟେଲିକମ୍‌ କମ୍ପାନୀଙ୍କୁ କୋର୍ଟ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଟେଲିକମ୍‌ କମ୍ପାନୀଙ୍କ ପକ୍ଷରୁ ବକେୟା ଦେୟ ପ୍ରଦାନ କରାଯାଇନଥିଲା । ଏଜିଆରଙ୍କୁ 1 ଲକ୍ଷ 47 ଟଙ୍କାର ଦେୟ ପ୍ରଦାନ କରିବା ପାଇଁ ଟେଲିକମ୍‌ ବିଭାଗ (ଡିଓଟି)କୁ ନିର୍ଦ୍ଦେଶ ଦିଆଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଡିଓଟି ପକ୍ଷରୁ 1.47 ଲକ୍ଷ କୋଟି ଟଙ୍କାର ଦେୟ ପ୍ରଦାନ ବାକି ରହିଛି । କୋର୍ଟଙ୍କ ପକ୍ଷରୁ ସମସ୍ତ ଟେଲିକମ୍‌ କମ୍ପାନୀର ମାଲିକ ଏବଂ ଏବଂ ଏମ୍‌ଡିଙ୍କୁ ନୋଟିସ୍‌ ଜାରି କରାଯାଇଛି । ଏହା ସହିତ କାହିଁକି ମାମଲା ରୁଜୁ କରାଯିବ ନାହିଁ ତାହାର କାରଣ ଦର୍ଶାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସି)

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ମାଟିଆ ପୋଖରୀ ଭେଟେଶ୍ବର ରାସ୍ତାରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ମାଟିଆ ପୋଖରୀର ବଡଶଙ୍ଖ ଠାରେ ଏକ ବାଇକ୍‌କୁ ପଛପଟୁ ଆସୁଥିବା ଡାଲା ଅଟୋ ଧକ୍କା ଦେବାରୁ ବାଇକ୍‌ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଉଛନ୍ତି ବାଁଳୋଇ ଗ୍ରାମର ବାସୁଦେବ ପ୍ରଧାନ(୪୭)। ଉଲ୍ଲେଖଯୋଗ୍ୟ ଯେ, ଆହତ ବାଇକ୍‌ ଚାଳକ ବାଁଳୋଇରୁ ବାଣପୁର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଡାଲା ଅଟୋଟି ଫେରାର ହୋଇ ଯାଇଥିବା ବେଳେ ଭେଟେଶ୍ବର ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ। ଆହତ ଯୁବକଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ନାକରୁ ଏବଂ କାନରୁ ରକ୍ତସ୍ରାବ ବନ୍ଦ ନହେବା କାରଣରୁ ଯୁବକଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବାଣପୁର ଥାନା ଏସ୍‌ଆଇ ପ୍ରସନ୍ନ ଜେନା ଏହି ଘଟଣାର…

Read More

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଟ୍ରୋଲ୍‌ କରିଛନ୍ତି ଯୁବରାଜ ସିଂ । ବିସିସିଆଇର ସଭାପତି ରହିଥିବା ଗାଙ୍ଗୁଲି ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ । ପଦାର୍ପଣରେ ଲର୍ଡସ୍‌ରେ ଶତକ ହାସଲ କରିବା ସହିତ ରାହୁଲ ଦ୍ରାବିଡଙ୍କ ସହିତ ଭାଗିଦାରୀର ଏକ ଫଟୋ ସେୟାର କରିଥିଲେ ଗାଙ୍ଗୁଲି । ଏହି ଫଟୋରେ ଗେଟି ଇମେଜ୍‌ର ଲୋଗୋ ରହିଥିଲା । ଏହାକୁ ନେଇ ଯୁବରାଜ ଗାଙ୍ଗୁଲିଙ୍କୁ ଟ୍ରୋଲ୍‌ କରିଥିଲେ । ଯୁବରାଜ ଲେଖିଥିଲେ, ଦାଦା ଆପଣ ବର୍ତ୍ତମାନ ବିସିସିଆଇର ସଭାପତି ରହିଛନ୍ତି ତେଣୁ ଦୟାକରି ଫଟୋରୁ ଲୋଗୋ ହଟାଇ ଦିଅନ୍ତୁ । ଉଲ୍ଲେଖଯୋଗ୍ୟ ଯେ, ଜୁନ୍‌ 2019ରେ ଗାଙ୍ଗୁଲି କ୍ରିକେଟରୁ ଅବସର ଗ୍ରହଣ କରିଥିଲେ । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସରକାରୀ କର୍ମଚାରୀଙ୍କୁ ଓଡିଶା ସରକାରଙ୍କ ପକ୍ଷରୁ ଉପହାର ପ୍ରଦାନ କରାଯାଇଛି । ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ 5 ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ଏହା ସହିତ ସପ୍ତମ ବେତନ କମିଶନ ଅନୁଯାୟୀ ସମସ୍ତ କର୍ମଚାରୀଙ୍କ ବର୍ଦ୍ଧିତ ବେତନର 10 ପ୍ରତିଶତ ରାଜ୍ୟ ସରକାର ପିଛିଲା ଭାବରେ ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି । ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ନିଷ୍ପତ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

Read More

ନୂଆଦିଲ୍ଲୀ : ପୁଲଓ୍ବାମା ଆକ୍ରମଣକୁ ଏକ ବର୍ଷ ପୁରୁଥିବା ବେଳେ ରାହୁଲ ଗାନ୍ଧୀ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ରାହୁଲ ବିଜେପିକୁ ସମାଲୋଚନା କରିଛନ୍ତି । ବିଜେପିକୁ ସମାଲୋଚନା କରିବା ସହିତ ରାହୁଲ ତିନୋଟି ପ୍ରଶ୍ନ ପଚାରିଛନ୍ତି । ପୁଲଓ୍ବାମା ଆକ୍ରମଣରୁ କେଉଁ ଦଳ ସର୍ବାଧିକ ଫାଇଦା ପାଇଥିଲା ବୋଲି ରାହୁଲ ଟ୍ବିଟ୍ଟର ଜରିଆରେ ପ୍ରଶ୍ନ କରିଛନ୍ତି । ଆକ୍ରମଣର ତଦନ୍ତ କରାଯାଇଥିବା ବେଳେ ତଦନ୍ତ ରିପୋର୍ଟ କଣ ଆସିଲା ଏବଂ ଢିଲା ସୁରକ୍ଷା ବ୍ୟବସ୍ଥା କାରଣରୁ ଆକ୍ରମଣ ଘଟିଥିବା ବେଳେ ବିଜେପି ସରକାରର କେଉଁ ନେତା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ ବୋଲି ରାହୁଲ ପ୍ରଶ୍ନ କରିଥିଲେ । ଟ୍ବିଟ୍ଟରରେ ରାହୁଲଙ୍କ ଏହି ପ୍ରଶ୍ନକୁ ଅନେକ ବ୍ୟବହାର କାରୀ ସମାଲୋଚନା କରିଥିଲେ । (ଏଜେନ୍ସି)

Read More

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଜାତିଗତ ହିଂସାରେ 6 ଜଣ ଆହତ ହୋଇଛନ୍ତି । ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାରେ ଏହି ଘଟଣା ଘଟିଛି । ଗୁରୁବାର ମାଙ୍ଗଟା ଗ୍ରାମରେ ଉଚ୍ଚଜାତି ଏବଂ ଦଳିତଙ୍କ ମଧ୍ୟରେ ସଙ୍ଘର୍ଷ ଘଟିଥିବା ବେଳେ 6 ଜଣ ଆହତ ହେବା ସହିତ ଗୋଟିଏ ଘରକୁ ନିଆଁ ଲଗାଇ ଦିଆଯାଇଛି । ଫେବୃୟାରୀ 8ରୁ ଅନୁଷ୍ଠିତ ଭୀମ କଥାର ସମାପ୍ତି ପରେ ଭୀମ ଶୋଭାଯାତ୍ରା ସମୟରେ ଏହି ଘଟଣା ଘଟିଥିଲା । ଜଣେ ବାଳକ ଆମ୍ବେଦକରଙ୍କ ପୋଷ୍ଟରକୁ ବାଡିରେ ମାରିବା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଉଭୟ ପକ୍ଷ ପରସ୍ପର ଉପରକୁ ପଥର ମାଡ କରିଥିବା ବେଳେ 6 ଜଣ ଆହତ ହୋଇଛନ୍ତି । ତୁରନ୍ତ ଘଟଣାସ୍ଥଳରେ ପୋଲିସ୍‌ ମୁତୟନ ହୋଇଥିବା ବେଳେ ଆହତ ମାନଙ୍କୁ ଆକବରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସି)

Read More

ମୁମ୍ବାଇ : ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ହରମନ୍‌ପ୍ରୀତ୍‌ କୌର୍‌ଙ୍କୁ ସମାଲୋଚନା କରିଛନ୍ତି ଡାଏନା ଏଡୁଜୀ । ହରମନପ୍ରୀତ୍‌ ଅଧିନାୟକତ୍ବ ଛାଡିବା ଉଚିତ୍‌ ବୋଲି ଏଡୁଜୀ ପ୍ରକାଶ କରିଛନ୍ତି । ବୁଧବାର ଭାରତୀୟ ଦଳ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହେବା ପରେ ଡାଏନା ଏହି ମତ ଦେଇଛନ୍ତି । ଭାରତ ମାତ୍ର 156 ରନ୍‌ର ପିଛା କରୁଥିବା ବେଳେ ସ୍ମୃତି ମାନ୍ଧନାଙ୍କ 37 ବଲ୍‌ 66 ରନ୍‌ ସତ୍ତ୍ବେ ଭାରତ ପରାଜୟ ବରଣ କରିଥିଲା । ଭାରତୀୟ ଦଳର ମଧ୍ୟକ୍ରମ ଏବଂ ନିମ୍ନ ମଧ୍ୟକ୍ରମ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ଭାରତୀୟ ଅଧିନାୟିକା ହରମନ୍‌ପ୍ରୀତ୍‌ ଏହି ସିରିଜ୍‌ରେ ବିଫଳ ହୋଇଥିଲେ । ଭାରତୀୟ ଦଳ କିଛି ମ୍ୟାଚ୍‌ରେ ସହଜ ବିଜୟ ହାସଲ କରୁଥିବା ବେଳେ ସମାନ ସ୍ଥିତିରୁ ପରାଜୟ ମଧ୍ୟ ବରଣ କରିଥିଲା । ଭାରତୀୟ ଅଧିନାୟିକାଙ୍କ ନେତୃତ୍ବ ନେବା ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ସିଓଏ ସଦସ୍ୟ…

Read More

ନୂଆଦିଲ୍ଲୀ : ପୁଲଓ୍ବାମା ଆକ୍ରମଣକୁ ଏକ ବର୍ଷ ପୁରୁଥିବା ବେଳେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ । ଉଭୟ ରାଜନାଥ ସିଂ ଏବଂ ଅମିତ ଶାହା ଟ୍ବିଟ୍ଟର ଜରିଆରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପୁଲଓ୍ବାମାର ଲେଥପୋରା କ୍ୟାମ୍ପରେ ଏକ ଶହୀଦ ସ୍ତମ୍ଭର ମଧ୍ୟ ଉନ୍ମୋଚନ କରାଯିବ । ଏହି ସ୍ତମ୍ଭରେ 40 ଜଣ ଶହୀଦ ଯବାନଙ୍କ ନାମ ଏବଂ ଫଟୋ ରହିବ । ଦେଶର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନର ଏହା ଏକ ପ୍ରୟାସ ବୋଲି ସିଆରପିଏଫ୍‌ର ଉପ ମୁଖ୍ୟ ଜୁଲଫିକର ହସନ୍‌ ପ୍ରକାଶ କରିଛନ୍ତି । ଭାରତ ମାତାର ସୁରକ୍ଷା ଏବଂ ଅଖଣ୍ଡତା ପ୍ରୟାସରେ ପ୍ରାଣ ହରାଇଥିବା ଶହୀଦ ଯବାନ ମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି ବୋଲି ଶାହା ଟ୍ବିଟ୍‌ କରିଛନ୍ତି । ଆତଙ୍କବାଦ ବିରୋଧରେ ସମ୍ପୂର୍ଣ୍ଣ ଦେଶ ଏକ ହୋଇ ଛିଡା ହୋଇଛି ଏବଂ 2019ରେ ଶହୀଦ ହୋଇଥିବା…

Read More

ବେଜିଂ : କୋରୋନା ଭାଇକରସ୍‌ର ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗୁରୁବାର ସୁଦ୍ଧା ଏହି ଭାଇରସ୍‌ ପ୍ରଭାବରେ ମୃତକଙ୍କ ସଂଖ୍ୟା 1477ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 65 ହଜାରରେ ପହଞ୍ଚିଛି । ହୁବେଇ ଏବଂ ଉହାନ୍‌ ପ୍ରଦେଶରେ ଏହି ଭାଇରସ୍‌ ନିଜର ତାଣ୍ଡବ ମଚାଇଛି । ଗୁରୁବାର ଦିନ ନୂତନ ଭାବରେ 120 ଜଣଙ୍କର ପ୍ରାଣହାନି ଘଟିଛି । ଗୁରୁବାର ଦିନ ହୁବେଇ ପ୍ରଦେଶରେ 4823 ଜଣ ନୂତନ ଭାବରେ ଆକ୍ରାନ୍ତ ହୋଇଥିବା ବେଳେ ଉହାନ୍‌ ପ୍ରଦେଶରେ ନୂତନ ଭାବରେ 1486 ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ସମୟରେ ଜାପାନ କୋରୋନା ଭାଇରସ୍‌ ମୁକାବିଲା ପାଇଁ 140 ମିଲିୟନ୍‌ ଡଲାରର ସହାୟତା ରାଶି ଘୋଷଣା କରିଛି । (ଏଜେନ୍ସି)

Read More

ଭୁବନେଶ୍ବର,ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେସନ। ଏହି ଅଧିବେସନ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ 9 ତାରିଖ ପର୍ଯ୍ୟନ୍ତ ଚାଲିବ। ପରଂପରା ଅନୁସାରେ ବଜେଟ ଅଧିବେସନର ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିବେ। ସେହି ଅନୁସାରେ ଆଜି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଗୃହରେ ନିଜର ଅଭିଭାଷଣ ରଖିବେ। ସେଥିପାଇଁ ବିଧାନସଭାର ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଜ୍ୟପାଳ ବିଧାନସଭାରେ ପହଁଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ। ତାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କୁ ଗୃହ ଭିତରକୁ ପାଛୋଟି ନେବେ। ଏହାପରେ ରାଜ୍ୟପାଳ ତାଙ୍କର ଅଭିଭାଷଣ ରଖିବେ। ଆସନ୍ତା 18 ତାରିଖ ଦିନ ଅର୍ଥମନ୍ତ୍ରୀ ନିରଂଜନ ପୂଜାର ଚଳିତ 2020-21 ବର୍ଷ ପାଇଁ ବଜେଟ ଉପସ୍ଥାପାନ କରିବେ। ଗୃହରେ କିପରି ଶାନ୍ତି ଶୃଙ୍ଖଳା ବଜାଇ ରହିବ ସେ ନେଇ ବାଚସ୍ପତି ଗତକାଲି ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ ସଭ୍ୟମାନେ ଗୃହ ମଧ୍ୟଭାଗକୁ ନ ଆସି ନିଜନିଜ ଆସନରେ…

Read More

କେଦାର ମିଶ୍ର ମାନ୍ୟବର ସୁପ୍ରିମ କୋର୍ଟ ବିଭିନ୍ନ ସମୟରେ ନିର୍ବାଚନକୁ ଅପରାଧମୁକ୍ତ କରିବାଲାଗି ନିର୍ଦ୍ଦେଶ ଦେଇ ଆସୁଛନ୍ତି। ହେଲେ ସୁପ୍ରିମ କୋର୍ଟଙ୍କ ଆଦେଶ ଶୁଣୁଛି କିଏ ବା ମାନୁଛି କିଏ? ଦେଶର ରାଜନୈତିକ ଦଳଗୁଡିକ ଅନେକ ସମୟରେ ଆଇନର ଶାସନକୁ ନିଜର ପୈତୃକ ସମ୍ପତ୍ତି ବୋଲି ଭାବନ୍ତି ଓ ନିଜକୁ ସୁହାଇଲା ଭଳି ଆଇନର ବ୍ୟବହାର କରିଥାନ୍ତି। ଗତକାଲି ଆଉ ଏକ ବିଶେଷ ନିର୍ଦ୍ଦେଶ ଦେଇ ସୁପ୍ରିମ କୋର୍ଟ କହିଛନ୍ତି ଯେ ଏଣିକି ରାଜନୈତିକ ଦଳମାନେ ଅପରାଧ ପୃଷ୍ଠଭୂମି ଥିବା ନେତାଙ୍କୁ ଟିକଟ ଦିଅନ୍ତି, ତାହେଲେ ସେମାନଙ୍କ ଅପରାଧ ସମ୍ପର୍କରେ ନିଜ ୱେବ ସାଇଟ, ସୋସିଆଲ ମିଡିଆ ଯଥା ଫେସବୁକ ଓ ଟ୍ଵିଟର ଏବଂ ଖବର କାଗଜରେ ସ୍ପଷ୍ଟ ସୂଚନା ଦେବେ। ପୂର୍ବରୁ ମଧ୍ୟ ରାଜନୈତିକ ଦଳମାନଙ୍କୁ ଏହି ଅପରାଧ ପୃଷ୍ଠଭୂମି ସମ୍ପର୍କରେ ଖବର କାଗଜରେ ସ୍ପଷ୍ଟ ସୂଚନା ଦେବାକୁ କୁହାଯାଇଥିଲା। ଏ ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ କୌଣସି ରାଜନୈତିକ ଦଳ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆସନ୍ତାକାଲି ଠାରୁ ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଇଛି । ଶୁକ୍ରବାର ଠାରୁ ଏହି ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ 18 ତାରିଖରେ ବଜେଟ ଉପସ୍ଥାପନ କରାଯିବ । ଚଳିତ ବିଧାନସଭାରେ 31ଟି କାର୍ଯ୍ୟଦିବସ ରହିଥିବା ବେଳେ 2ଟି ପର୍ଯ୍ୟାୟରେ ଏହି ଅଧିବେଶନ ସମାପ୍ତ ହେବ । ବଜେଟ୍‌ ଉପରେ 14 ଦିନ ଆଲୋଚନା କରାଯିବ । ରାଜ୍ୟପାଳଙ୍କ ଅଭିଭାଷଣ ପରେ ଆସନ୍ତା କାଲିର ଅଧିବେଶନ ଆରମ୍ଭ ହେବ । ଅଧିବେଶନରେ କେନ୍ଦ୍ରୀୟ ଅନୁଦାନ କମିବା, ଜନଗଣନାରେ ପଛୁଆବର୍ଗକୁ ସାମିଲ ପାଇଁ ଆଲୋଚନା ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ସୂଚନା ଦେଇଛନ୍ତି ।

Read More

ମୁମ୍ବାଇ : 3 ମାସରେ 6 ହଜାର କୋଟିର କ୍ଷତି ସହିଛି ଏହି କମ୍ପାନୀ । ଭାରତୀୟ ଟେଲିକମ୍‌ କମ୍ପାନୀ ଆଇଡିଆ-ଭୋଡାଫୋନ୍‌ ବିଗତ ତିନିମାସରେ 6 ହଜାର କୋଟି ହରାଇଛନ୍ତି । ଗୁରୁବାର ଦିନ ପ୍ରକାଶିତ ଅର୍ଥନୈତିକ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଗୁରୁବାର ପ୍ରକାଶିତ ରିପୋର୍ଟରେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ କମ୍ପାନୀ 6438.4 କୋଟି ଟଙ୍କା କ୍ଷତି ସହିଥିବା ଜଣାପଡିଛି । 2019ର ସମାନ ସମୟରେ କମ୍ପାନୀ 5004.6 କୋଟି ଟଙ୍କାର କ୍ଷତି ସହିଥିଲା । ଏହା ସହିତ ଭୋଡାଫୋନ୍‌-ଆଇଡିଆର ସମୁଦାୟ ଆୟ 11380.5 କୋଟି ଟଙ୍କାକୁ ହ୍ରାସ ପାଇଛି । (ଏଜେନ୍ସି)

Read More

ଭୁବନେଶ୍ୱର: ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ରେ କ୍ରମାଗତ ଉତ୍ତମ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ୨୦୨୦ ଜାନୁୟାରୀ ମାସରେ ସେକେଣ୍ଡ ପ୍ରତି ୨୦.୯ ମେଗାବିଟ (ଏମବିପିଏସ) ହାରାହାରି ଡାଉନଲୋଡ ସ୍ପିଡ଼ ସହିତ ଅନ୍ୟ ସମସ୍ତ ଟେଲିକମ ଅପରେଟରମାନଙ୍କ ଠାରୁ ଯଥେଷ୍ଟ ଆଗରେ ରାହିଥିବା ଭାରତୀୟ ଟେଲିକମ ନିୟାମକ କର୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟରୁ ଜଣାପଡିଛି। ଏହି ତଥ୍ୟ ଅନୁସାରେ ସର୍ବଭାରତୀୟ ସ୍ତରରେ ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ରେ ଜିଓ ସର୍ବାଗ୍ରେ ରହିଥିବା ବେଳେ ଅପ୍ଲୋଡ ସ୍ପିଡ଼ରେ ଭୋଡାଫୋନ ଆଗରେ ରହିଛି। ଜାନୁୟାରୀ ମାସ ପାଇଁ ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ ୨୦.୯ ଏମବିପିଏସ ରହିଥିବା ବେଳେ ଏହି ଅବଧିରେ ଭାରତୀ ଏୟାରଟେଲର ହାରାହାରି ଡାଉନଲୋଡ ସ୍ପିଡ଼ ୭.୯ ଏମବିପିଏସ , ଭୋଡାଫୋନର ୭.୬ ଏମବିପିଏସ ଏବଂ ଆଇଡ଼ିଆର ୬.୫ ଏମବିପିଏସ ରହିଥିଲା। ଟ୍ରାଇ ଦ୍ୱାରା ଏହି ହାରାହାରି ସ୍ପୀଡ଼…

Read More

ଲଣ୍ଡନ : ୟୁକେର ନୂତନ ଅର୍ଥମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ବଂଶଜ ଭାରତୀୟ ରିଶି ସୁନାକ୍‌ । ସୁନାକ୍‌ ହେଉଛନ୍ତି ଭାରତୀୟ ଶିଳ୍ପପତି ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ । ଗୁରୁବାର ସୁନାକ୍‌ଙ୍କୁ ବୋରିସ୍‌ ଜନ୍‌ସନ୍‌ଙ୍କ କ୍ୟାବିନେଟ୍‌ର ଅର୍ଥମନ୍ତ୍ରୀ ଭାବରେ ଘୋଷଣା କରାଯାଇଛି । ବୋରିସ୍‌ ଜନ୍‌ସନ୍‌ ନିଜର କ୍ୟାବିନେଟ୍‌ ସମ୍ପ୍ରସାରଣ କରିଥିବା ବେଳେ ସୁନାକ୍‌ଙ୍କୁ ଅର୍ଥମନ୍ତ୍ରୀ ଭାବରେ ଚୟନ କରିଛନ୍ତି । ଏହା ସହିତ ପ୍ରିତୀ ପଟେଲଙ୍କ ପରେ ଦ୍ବିତୀୟ ବଂଶଜ ଭାରତୀୟ ଭାବରେ ଜନ୍‌ସନ୍‌ କ୍ୟାବିନେଟ୍‌ରେ ଯୋଗ ଦେଇଛନ୍ତି । ପାକିସ୍ତାନୀ ବଂଶୋଦ୍ଭବ ସାଜିଦ୍‌ ଜାଭିଦ୍‌ଙ୍କ ଇସ୍ତଫା ପରେ ରିଶି ସୁନାକ୍‌ ଅର୍ଥମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଛନ୍ତି । (ଏଜେନ୍ସି)

Read More

ଶ୍ରୀନଗର : ଜମ୍ମୁ କାଶ୍ମୀରରୁ ତିନି ହିଜବୁଲ ଆତଙ୍କୀଙ୍କୁ ଗିରଫ କରାଯାଇଛି । ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଜମ୍ମୁ କାଶ୍ମୀର ପୋଲିସକୁ ଏହି ସଫଳତା ମିଳିଛି । ତିନି ଆତଙ୍କୀଙ୍କୁ ଗିରଫ କରିବା ସହିତ ଜମ୍ମୁ କାଶ୍ମୀର ପୋଲିସ ଅନେକ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି । ତିନି ଗିରଫ ଆତଙ୍କବାଦୀ ହେଉଛନ୍ତି ଆଦିଲ ଅହମ୍ମଦ ଦର୍‌, ଆକିବ୍‌ ଫୟାଜ୍‌ ମକ୍ରୁ ଏବଂ ଏଜାଜ୍‌ ଅହମଦ୍‌ । ତିନି ଆତଙ୍କୀ ହିଜବୁଲ୍‌ ମୁଜାହିଦ୍ଦିନିର ସଦସ୍ୟ ବୋଲି ଜଣାପଡିଛି । ଏହି ତିନି ଆତଙ୍କୀ ଅନ୍ୟ ଆତଙ୍କୀଙ୍କୁ ଯାତ୍ରା କରିବା ଏବଂ ଯୁବକଙ୍କୁ ଆତଙ୍କୀ ସଙ୍ଗଠନରେ ଯୋଗ ଦେବାପାଇଁ ପ୍ରବର୍ତ୍ତାଉଥିଲେ । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଶହିନବାଗକୁ ନେଇ ମୁହଁ ଖୋଲିଛନ୍ତି ଆପ୍‌ ନେତା ରାଘବ ଚଢ୍ଢା । ଶାହିନବାଗରେ ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ କରାଯାଇଥିବା ପ୍ରଶ୍ନରେ ରାଘବ ଏହି ଉତ୍ତର ଦେଇଥିଲେ । ଦିଲ୍ଲୀର ଆଇନ ଶୃଙ୍ଖଳା ପରସ୍ଥିତି କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି । ତେଣୁ ଶାହିନବାଗରୁ ଆନ୍ଦୋଳନ ହଟାଇବା ଦାୟିତ୍ବ କେନ୍ଦ୍ର ସରକାରଙ୍କର ବୋଲି ରାଘବ ପ୍ରକାଶ କରିଛନ୍ତି । ଆପ୍‌ ଏକ କ୍ଷୁଦ୍ର ରାଜନୈତିକ ଦଳ ଯାହାକି ସାଧାରଣ ଜନତାଙ୍କ ବିଭିନ୍ନ ଅସୁବିଧା, ସ୍ବାସ୍ଥ୍ୟ, ଶିକ୍ଷା ଏବଂ ପ୍ରଦୂଷଣକୁ ନେଇ ରହିଥିବା ସମସ୍ୟା ଦୂର କରିବା ଏହାର ଦାୟିତ୍ବ । ସିଏଏ ଏବଂ ଏହାକୁ ନେଇ ରହିଥିବା ସମସ୍ୟା ସହିତ ଆପ୍‌ର କୌଣସି ସମ୍ପର୍କ ନାହିଁ ବୋଲି ରାଘବ ପ୍ରକାଶ କରିଥିଲେ । (ଏଜେନ୍ସି)

Read More

କୃଷ୍ଣଚନ୍ଦ୍ର ସୁଆଁସିଆ ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସ୍ବଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ପଡିଆରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପର ମନ୍ତ୍ରାଳୟ ଅଧିନରେ କାର୍ଯ୍ୟ କରୁଥିବା ନେହୁର ଯୁବକେନ୍ଦ୍ର ପକ୍ଷରୁ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହାକୁ ନେହେରୁ ଯୁବ କେନ୍ଦ୍ରର ବ୍ଲକ ସ୍ବେଚ୍ଛାସେବୀ ପ୍ରତିନିଧି ନୀଳ ଭଉଳ, ଲକ୍ଷ୍ମୀ ପ୍ରତିମା ଦଳାଇ ଏବଂ ପାଠାଗାର ସଭାପତି ଦୀପକ କୁମାର ପରିଡ଼ାଙ୍କ ପୌରହିତ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ହିଞ୍ଜିଳି ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଅକ୍ଷୟ ଭାସ୍କର ନିପାଣେ, ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ମିଶ୍ର, ତ୍ରିରଙ୍ଗା ସେବା ସଂଘର ସଭାପତି ରଞ୍ଜନ କୁମାର ସାହୁ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ୯ଟି ବିଭାଗର ପ୍ରତିଯୋଗିତାରେ ପ୍ରାୟ ୧୫୦ରୁ…

Read More