ଆୟୁଷ୍ମାନଙ୍କ ଫିଲ୍ମକୁ ମିଳିଲା ଦର୍ଶକଙ୍କ ସମର୍ଥନ

Published: Feb 22, 2020, 12:35 pm IST

ମୁମ୍ବାଇ : ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଲ୍‌ ଜ୍ୟାଦା ସାବଧାନ’ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିଛି । ଫିଲ୍ମଟି ପ୍ରଥମ ଦିନରେ 9.55 କୋଟିର ବ୍ୟବସାୟ କରିଛି । ଚଳିତ ବର୍ଷର ଅଧିକ ଓପନିଂ କରିଥିବା ଫିଲ୍ମର ସୂଚୀରେ ଏବେ ଆୟୁଷ୍ମାନଙ୍କ ଫିଲ୍ମ ସ୍ଥାନିତ ହୋଇ ଚତୁର୍ଥ ସ୍ଥାନରେ ରହିଛି।

ଚଳିତ ବର୍ଷ ଅଧିକ ଓପନିଂ କରିଥିବା ଫିଲ୍ମଗୁଡ଼ିକରେ ସର୍ବପ୍ରଥମେ ରହିଛି ଅଜୟ ଦେବଗନ୍‌ଙ୍କ ତାନାଜୀ  ଏହାପରକୁ ରହିଛି ସାରା ଅଲ୍ଲୀ ଖାନ୍‌ ଓ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଫିଲ୍ମ ‘ଲଭ୍‌ ଆଜକଲ୍‌’ ଓ ତୃତୀୟ ସ୍ଥାନରେ ରହିଛି ବରୁଣ-ଶ୍ରଦ୍ଧାଙ୍କ ‘ଷ୍ଟ୍ରିଟ୍‌ ଡ୍ୟାନ୍ସି ଥ୍ରୀଡି’।

ସବୁବେଳେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସୁଥିବା ଆୟୁଷ୍ମନ୍‌  ‘ଶୁଭ ମଙ୍ଗଲ୍‌ ଜ୍ୟାଦା ସାବଧାନ’ରେ ଗେ’ ଚରିତ୍ରରେ ନଜର ଆସିଛନ୍ତି। ଏଥିରେ ତାଙ୍କ ପାର୍ଟନର୍‌ଙ୍କ ଭୂମିକାରେ ଆସିଛନ୍ତି ଜିତେନ୍ଦ୍ର କୁମାର। ହିତେଶ କେବଲିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟିରେ ନୀନା ଗୁପ୍ତା ଓ ଗଜରାଜ ରାଓ ମଧ୍ୟ ରହିଛନ୍ତି। ଏହି ଫିଲ୍ମ ଉପରେ ମଧ୍ୟ ଟୁଇଟ୍‌ରରେ ଆମେରିକା ରାଷ୍ଟ୍ରପତି ରିଟୁଇଟ୍‌ ଦେଇଛନ୍ତି। ଏହି ଫିଲ୍ମଟିକୁ ନେଇ ଆମେରିକା ମାନବାଧିକାର ସଂରକ୍ଷକ ଏକ ଟୁଇଟ୍‌ କରିଥିଲେ।  ଏହା ଉପରେ ଆମେରିକା ରାଷ୍ଟ୍ରପତି ଗ୍ରେଟ୍‌ ବୋଲି କମେଣ୍ଟ ଦେଇଛନ୍ତି।

Related posts