ଡ୍ୟାନ୍ସ ପ୍ଲସ୍‌ ଫାଇଭ୍‌ର ବିଜେତା ହେଲେ ରୂପେଶ

Published: Feb 23, 2020, 10:20 am IST

ମୁମ୍ବାଇ : ମୁମ୍ବାଇର ରୂପେଶ୍‌ ଓ୍ବାନେ ଷ୍ଟାର୍‌ ପ୍ଲସ୍‌ର ଲୋକପ୍ରିୟ ରିଅଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ୍‌’ର ସିଜିନ୍‌ 5ର ବିଜେତା ହୋଇଛନ୍ତି । ଏହି ନୃତ୍ୟଭିତ୍ତିକ ଡ୍ୟାନ୍ସ ଶୋ’ରେ 18ଜଣ ପ୍ରତିଯୋଗୀ ରହିଥିଲେ । ଏଥିରେ ଗ୍ରୁପ୍‌, ଡୁଏଟ୍‌ ଓ ସୋଲା ନୃତ୍ୟ କରି ଦର୍ଶକଙ୍କ ହୃଦୟକୁ ଜିଣିଥିଲ । ଫାଇନାଲ୍‌ରେ ସଂଚିତ୍‌ ଓ ସୁବ୍ରତୋ, ଜନମ କ୍ରୁ, ଦିପିକା ଓ ରୂପେଶ, ଓ ରୂପେଶ ଓ୍ବାନେ ପ୍ରମୁଖ ଚାରି ପ୍ରତିଯୋଗୀ ଫାଇନାଲ୍‌ରେ ରହିଥିଲେ ।

ଏହି କାର୍ଯ୍ୟକ୍ରମରେ ଲୋକପ୍ରିୟ କୋରିଓଗ୍ରାଫର୍‌ ରେମୋ ଡି’ସୁଜା ସୁପର ଜଜ୍‌ ରୂପେ ଥିବାବେଳେ ଧର୍ମେଶ୍‌, ପୁନୀତ୍‌ ପାଠକ, କରିସ୍ମା ଚୌହ୍ବାନ ଓ ସୁରେଶ ମୁକୁନ୍ଦ ପ୍ରମୁଖଙ୍କୁ ମେଣ୍ଟର ରୂପରେ ନଜର ଆସିଥିଲେ । ରୂପେଶ ଏହି ଶୋ’ର ବିଜେତା ହୋଇଥିବାବେଳେ ମିଥୁନ ଚକ୍ରବର୍ତ୍ତୀ ତାଙ୍କୁ ଟ୍ରଫି ଦେଇଥିଲେ । ରୂପେଶଙ୍କୁ ଟ୍ରଫି ସ ସହିତ 15 ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ମିଳିଛି । (ଏଜେନ୍ସି)

Related posts