Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ରଙ୍କନାଥ ମନ୍ଦିରରେ ୧୦୮ ହନୁମାନ ଚାଳିଶା ମହାଯଜ୍ଞ ଉଦଯାପିତ
ଆଞ୍ଚଳିକ

ବାଣପୁର ରଙ୍କନାଥ ମନ୍ଦିରରେ ୧୦୮ ହନୁମାନ ଚାଳିଶା ମହାଯଜ୍ଞ ଉଦଯାପିତ

February 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ସ୍ଥାନୀୟ ଶ୍ରୀ ଶ୍ରୀ ରଙ୍କନାଥଦେବ ମନ୍ଦିର ପ୍ରାଙ୍ଗଣରେ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି, ବାଣପୁର ତରଫରୁ ଦୀର୍ଘ ଚାରି ଦିନ ବ୍ୟାପି ଚାଲିଥିବା ମହାଯଜ୍ଞର ପୂର୍ଣ୍ଣାହୁତି ଶନିବାର ପ୍ରାତଃ ୫ ଘଟିକାରେ ସମ୍ପନ୍ନ ହୋଇଯାଇଛି। ମଙ୍ଗଳବାରଠାରୁ ଗୁରବାର ପର୍ଯ୍ୟନ୍ତ ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚକ ଶ୍ରୀ ରବିନାରାୟଣ ପଣ୍ଡାଙ୍କ ଦ୍ୱାରା  ଦିବ୍ୟ ପ୍ରବଚନ ଶୁଣିବା ପାଇଁ ବାଣପୁର ଓ ଏହା ଆଖପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା।

ଶୁକ୍ରବାର ତଥା ମହାଶିବରାତ୍ରି ଦିନ ସ୍ଥାନୀୟ ହରିପୁର ମହନ୍ତ ଶ୍ରୀ ଶ୍ରୀ ରାମମୋହନ ଦାସଜୀ ମହାରାଜଙ୍କ ତତ୍ତ୍ବାବଧାନରେ ଭକ୍ତମାନେ ରାତିଯାକ ସାମୁହିକ ୧୦୮ଥର ହନୁମାନ ଚାଳିଶା ପଠନ କରିଥିଲେ। ଏହି ଅବସରରେ ରଙ୍କନାଥ ମନ୍ଦିର ପରିସରକୁ କମିଟି ତରଫରୁ ଅତି ସୁନ୍ଦର ଭାବରେ ସାଜସଜା କରାଯାଇଥିଲା। ମହାଯଜ୍ଞର ପୂର୍ଣ୍ଣାହୁତି ପରେ କମିଟି ତରଫରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ଏକ ବିଶାଳ ଆନନ୍ଦ ବଜାରର ବ୍ୟବସ୍ଥା କରାଯାଇଥିଲା ଯେଉଁଥିରେ ପାଖାପାଖି ପାଞ୍ଚ ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ।

ଆଇନ ଓ ସୁରକ୍ଷା ଦୃଷ୍ଟିରୁ ବାଣପୁର ପୋଲିସ ଦ୍ୱାରା ସୁରକ୍ଷା କର୍ମୀ ମୁତୟନ କରାଯାଇଥିବା ବେଳେ ୧୦୮ ହନୁମାନ ଚାଳିଶା ଯଜ୍ଞ  କମିଟି ସଭ୍ୟ, ମନ୍ଦିର ପ୍ରଶାସନ, ଏ.ବି.ଭି.ପି ର କାର୍ଯ୍ୟକର୍ତ୍ତା ଓ ବହୁ ସ୍ବେଛାସେବୀମାନେ  ପ୍ରସାଦ ବିତରଣ ଓ ସୁରକ୍ଷା ବ୍ୟବସ୍ଥାରେ ସହଯୋଗ କରିଥିଲେ। ଉକ୍ତ ମହାଯଜ୍ଞରେ କର୍ତ୍ତା ରୂପେ ପ୍ରମିଳା ସୁବୁଦ୍ଧି ଓ ପ୍ରଫୁଲ ସୁବୁଦ୍ଧି କାର୍ଯ୍ୟନିର୍ବାହ କରିଥିଲେ। ଉକ୍ତ ପାଞ୍ଚ ଦିନବ୍ୟାପି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସନ୍ତୋଷ ଅଗ୍ରୱାଲ, ପବନ ରାମ, ମନୋଜ ଅଗ୍ରୱାଲ, ଗିରିଧାରୀ ପାତ୍ର, ରାଧାମୋହନ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, ସଚ୍ଚିଦାନନ୍ଦ ପରିମାଣିକ, ଶିବ ପ୍ରଧାନ, ସୁନୀଲ ଅଗ୍ରୱାଲ, ଦେବଦତ୍ତ ପାତ୍ର ଆଦି ପରିଚାଳନା କରିଥିବାବେଳେ ଦୀପକ ଅଗ୍ରୱାଲ,  ଅଶୋକ ପାତ୍ର, ନାଗେଶ୍ୱର ସୁବୁଦ୍ଧି, ରୋଶନ ପାତ୍ର, ଆଶିଷ ସୁବୁଦ୍ଧି, ସନ୍ତୋଷ ପାତ୍ର, ବିଷ୍ନୁପ୍ରିୟା ପାତ୍ର, ବିଜୟ ସାହୁ, ଆଲୋକ ମହାନ୍ତି ଓ ଅନ୍ୟ ସଭ୍ୟ ସଭ୍ୟାମାନେ ସହଯୋଗ କରିଥିଲେ।

ଚଳିତ ବର୍ଷ ଉକ୍ତ ଧାର୍ମିକ ଅନୁଷ୍ଠାନ ୧୩ ବର୍ଷରେ ପଦାର୍ପଣ କରୁଥିବାବେଳେ ଏହାର ଦୀର୍ଘାୟୁ କାମନା କରି କମିଟିର ସମସ୍ତ ସଭ୍ୟ ସଭ୍ୟା ପରିଶେଷରେ ମନ୍ଦିର ପରିସରରେ ଥିବା ଶ୍ରୀ ହନୁମାନଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଦୀପଦାନ କରିଥିଲେ।

୧୦୮ ହନୁମାନ ଚାଳିଶା ବାଣପୁର ରଙ୍କନାଥଦେବ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ସେନ୍ ପାର୍କ ନିକଟରେ ମହିଳାଙ୍କୁ ବିଭତ୍ସ ହତ୍ୟା

September 6, 2026

ବାଲୁଗାଁ ଭେଙ୍କଟେଶ୍ଵର ସ୍କୁଲରେ ଧୂମଧାମରେ ଗୁରୁଦିବସ ପାଳିତ

September 5, 2026

ଗୁରୁ ଦିବସ ଉପଲକ୍ଷେ ୩ ଜଣ ଗୁରୁଜୀ ସମ୍ବର୍ଦ୍ଧିତ

September 5, 2026

ବାଣପୁରରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ପାଳିତ

September 5, 2026
Latest News

ଭୁଶୁଡ଼ିଲା ବହୁତଳ ପ୍ରାସାଦ, ଫସିରହିଛନ୍ତି ଏକାଧିକ ଶିକ୍ଷାର୍ଥୀ

September 6, 2026

ଛଟେଇ ପାଇଁ ପ୍ରସ୍ତୁତ ହେଉଛି ଟାଟା ଗ୍ରୁପ୍ କମ୍ପାନୀ: ବିପଦରେ କର୍ମଚାରୀଙ୍କ ଜୀବିକା 

September 6, 2026

ଉପ-କାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ: ପରିବାର ଲୋକଙ୍କ ତଦନ୍ତ ଦାବି

September 6, 2026

ସବୁ କ୍ଷେତ୍ରରେ ଗୁରୁମାନଙ୍କର ବଳିଷ୍ଠ ଅବଦାନ ରହିଛି: ସୋଆ ଉପସଭାପତି

September 6, 2026

ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ କର୍ପସ କମାଣ୍ଡରଙ୍କ ପ୍ରଥମ ବଡ଼ ବୈଠକ: ଜାଣନ୍ତୁ ପ୍ରସଙ୍ଗ

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.