ଭୁବନେଶ୍ବର: ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି ଏକାମ୍ର ଭୁବନେଶ୍ବରର ବରିଷ୍ଠ ନେତା ଅମୀୟ ଦାଶ। ସେ ଆଜି ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଅମୀୟ ୨୦୧୪ରେ ବିଜେପି ଟିକେଟରୁ ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ହାରିଯାଇଥିଲେ। ଏହାପରେ ଭୁବନେଶ୍ବରରେ ଅପରାଜିତା ଷଡଙ୍ଗୀଙ୍କ ଆର୍ବିଭାବ ପରେ ତାଙ୍କର ପତିୟାରାକୁ ଅପରାଜିତା ଖସାଇ ଦେଇ ବାବୁ ସିଂଙ୍କୁ ଆଗକୁ ଆଣିଥିଲେ। ଅପରାଜିତା ୨୦୧୯ ରେ ବାବୁ ସିଂଙ୍କୁ ଟିକେଟ ଦେବା ପରେ ଅମୀୟ ଅସନ୍ତୁଷ୍ଠ ଥିଲେ ମଧ୍ୟ ତାଙ୍କୁ ସାହାର୍ଯ୍ୟ କରିଥିଲେ। ହେଲେ ଏଥର ମଧ୍ୟ ଅମୀୟଙ୍କୁ ଟିକେଟ ମିଳିଲା ନାହିଁ। ଅମୀୟଙ୍କୁ ଦଳ ରାଜ୍ୟ ଉପସଭାପତି କରିବା ସହିତ ପୁରୀ ଲୋକସଭା ପାଇଁ ପ୍ରଭାରୀ ଅଛନ୍ତି। ଅନ୍ୟପକ୍ଷରେ ସେ ଦୀର୍ଘବର୍ଷ ଧରି ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିଛନ୍ତି। ହେଲେ ଦଳ ତାଙ୍କୁ ନ ପଚାରିବାରୁ ସେ ଇସ୍ତଫା ଦେଇଛନ୍ତି। ତେବେ ସେ ବିଜେଡିରେ…
Author: Samikhsya Bureau
ଭୁବନେଶ୍ବର: ପୂର୍ବରୁ ପାଣିପାଗ ବିଭାଗ ଯାହା ଆକଳନ କରିଥିଲା ତାହାଠାରୁ ଆହୁରି ଅଧିକ ହେଲା। ପାଣିପାଗ ବିଭାଗ କହିଥିଲା ଯେ ଓଡିଶାର ତାପମାତ୍ରା ୪୫ ଡିଗ୍ରୀ ହେବ। ହେଲେ ଆଜି ଦିନ ୨ଟା ୩୦ ସୁଦ୍ଧା ଓଡିଶାର ତାପମାତ୍ରା ରେକର୍ଡ ଛୁଇଁ ୪୬ ଡ଼ିଗ୍ରୀ ହୋଇଛି। ଯାହା ଏକ ସର୍ବକାଳିନ ରେକର୍ଡ ବୋଲି କୁହାଯିବ। ଏହି ତାପମାତ୍ରା ବାଲେଶ୍ବର ସହରରେ ହୋଇଥିବାର ଜଣାପଡିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ହେଲା ବାଲେଶ୍ୱର: ୪୬ ଡ଼ିଗ୍ରୀ ଭୁବନେଶ୍ୱର: ୪୫.୪ ଡ଼ିଗ୍ରୀ ଝାରସୁଗୁଡା: ୪୪.୨ ଡ଼ିଗ୍ରୀ ଚାନ୍ଦବାଲି: ୪୩.୬ ଡ଼ିଗ୍ରୀ ରାଉରକେଲା: ୪୩.୨ ଡ଼ିଗ୍ରୀ ସମ୍ବଲପୁର: ୪୩.୨ ଡ଼ିଗ୍ରୀ କେନ୍ଦୁଝର : ୪୩ ଡ଼ିଗ୍ରୀ ପୁରୀ: ୩୫.୧ ଡ଼ିଗ୍ରୀ ଗୋପାଳପୁର: ୩୩.୬ ଡ଼ିଗ୍ରୀ ପାରାଦୀପ: ୩୩.୬ ଡ଼ିଗ୍ରୀ
ଭୁବନେଶ୍ବର: ଶେଷରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଖୋର୍ଦ୍ଧାର ନେତା କାଳୁ ଖଣ୍ଡାୟତ ରାୟ। ଆଜି ସେ ତାଙ୍କର ଇସ୍ତଫା ପତ୍ର ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଛନ୍ତି। ହେଲେ ଏହାପରେ କାଳୁ କେଉଁ ଦଳକୁ ଯିବେ ନା ସ୍ବାଧୀନ ପ୍ରାର୍ଥୀ ଭାବେ ଲଢେଇ କରିବେ ସେ ନେଇ କିଛି ଜଣାପଡି ନାହିଁ। ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଗତଥର କାଳୁ ଖଣ୍ଡାୟତରାୟ ବିଜେପି ପ୍ରାର୍ଥୀ ହୋଇ କମ ଭୋଟରେ ହାରିଥିଲେ। ଏଥର ସେ ଟିକେଟ ପାଇ ବିଜୟୀ ହେବେ ବୋଲି ଆଶା ରଖିଥିଲେ। ହେଲେ ଅପରାଜିତା ଷଡଙ୍ଗୀ ତାଙ୍କର ସବୁ ଗଣିତ ଓଲଟପାଲଟ କରିଦେଲେ। କାଳୁଙ୍କୁ ଟିକେଟ ନ ଦେଇ ଦଳ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟିକେଟ ଦେଲା। ଯାହାକୁ ନେଇ କାଳୁ ତିବ୍ର ପ୍ରତିକ୍ରିୟା ପ୍ରକାଶ କରି ଆଜି ଦଳ ଛାଡିଛନ୍ତି।
ଭୁବନେଶ୍ବର: ଆଜି ନିଜ ସମର୍ଥକଙ୍କ ସହିତ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡିର ପ୍ରଣବ ପ୍ରକାଶ ଦାସ। ସେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ସମ୍ବଲପୁର ଜିଲ୍ଲାପାଳ ଅଫିସରେ ନାମାଙ୍କନ ଦାଖଲ କରିଥିଲେ। ସେ ଚାରିସେଟ ନାମାଙ୍କନ ଦାଖଲ କରିଥିବାର ଜଣାପଡିଛି। ତାଙ୍କ ସହିତ ସମ୍ବଲପୁର ଲୋକସଭା ଅଧିନରେ ଥିବା ବିଧାନସଭା ପ୍ରାର୍ଥୀମାନେ ମଧ୍ୟ ଉପସ୍ଥିତ ଥିଲେ। ତେବେ ନାମାଙ୍କନ ଦାଖଲ ପୂର୍ବରୁ ପ୍ରଣବ ମା ସମଲେଶ୍ବରୀ ମନ୍ଦିର ଯାଇ ଦର୍ଶନ କରି ପୂଜାପାଠ କରିଥିଲେ। ଏହାପରେ ସେ ନାମାଙ୍କନ ଦାଖଲ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରୀ କରି ତାଙ୍କର ମଙ୍ଗଳ କାମନା କରିଛନ୍ତି। ସେ କହିଛନ୍ତି ଅଲ ଦ ବେଷ୍ଟ ବବି, ଆଇ ଆମ ସିଓର ୟୁ ଉଇଲ ୟୁଇନ୍।
ବ୍ରହ୍ନପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠଥର ହିଞ୍ଜିଳି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ସେ ଛତ୍ରପୁର ଉପଜିଲ୍ଲାପାଳ ଅଫିସକୁ ଯାଇ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ପାଖରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ଆସ୍କା ସାଂସଦ ପ୍ରାର୍ଥୀ ରଂଜିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଏହି ଦୁଇ ଲୋକସଭା ଅଧିନରେ ଥିବା ବିଜେଡି ବିଧାନସଭା ପ୍ରାର୍ଥୀମାନେ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଆଜି ହେଲିକାପ୍ଟରରେ ଭୁବନେଶ୍ବରରୁ ଗଂଜାମ ଯାଇଥିଲେ। ସେଠାରେ ସେ ପ୍ରଥମେ ମା ତାରାତାରିଣୀଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ କିଛି ସମୟ ବିଶ୍ରାମ କରି ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଭୁବନେଶ୍ବର: ଆଜି ମଧ୍ୟ ସାରା ରାଜ୍ୟରେ ହୁହୁ ହୋଇ ବଢୁଚି ତାତି। ଆଜି ସକାଳୁ ସକାଳୁ ଯେପରି ତାପମାତ୍ରା ଅନୁଭବ ହୋଇଥିଲା ତାହା ଅସହ୍ୟ। ସେହିପରି ଆଜିର ଦିନର ତାପମାତ୍ରା ବେଶ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଆଜି ପାଣିପାଗ ବିଭାଗ ଭୁବନେଶ୍ବର ଓ ବାଲେଶ୍ବରକୁ ରେଡ ଆଲର୍ଟ ଜାରୀ କରିଛି। ଏହିଦୁଇଟି ସହରରେ ଦିନର ତାପମାତ୍ରା ଶୀର୍ଷକୁ ଛୁଇଁବ ବୋଲି ଅନୁମାନ କରାଯାଇଛି। ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ବିଭିନ୍ନ ସହରରେ ରେକର୍ଡ ହୋଇଥିବା ତାପମାତ୍ରା ହେଲାଟ ବାଲେଶ୍ୱର ୪୪.୧ ଡ଼ିଗ୍ରୀ ଭୁବନେଶ୍ୱର ୪୩.୬ ଡ଼ିଗ୍ରୀ ଝାରସୁଗୁଡା ୪୨.୫ ଡ଼ିଗ୍ରୀ କେନ୍ଦୁଝର ୪୧.୪ ଡ଼ିଗ୍ରୀ ଚାନ୍ଦବାଲି ୪୧.୨ ଡ଼ିଗ୍ରୀ ରାଉରକେଲା ୪୦.୪ ଡ଼ିଗ୍ରୀ ହୀରାକୁଦ ୩୯.୯ ଡ଼ିଗ୍ରୀ ସମ୍ବଲପୁର ୩୯.୮ ଡ଼ିଗ୍ରୀ ପୁରୀ ୩୪.୪ ଡ଼ିଗ୍ରୀ ପାରାଦୀପ ୩୩.୬ ଡ଼ିଗ୍ରୀ ଗୋପାଳପୁର ୩୩.୬ ଡ଼ିଗ୍ରୀ
ଭୁବନେଶ୍ବର: ଖୁବ ଶିଘ୍ର ବିଜେପିରୁ ଇସ୍ତଫା ଦେବେ ବିଜେପିର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା। ଏ ନେଇ ତାଙ୍କ ସମର୍ଥକମାନେ ଖୋଲମଖୁଲା କହିସାରିଲେଣି। ବିଜେପି ଏଥର ତାଙ୍କୁ ବ୍ରଜରାଜନଗରରୁ ଟିକେଟ ନ ଦେଇ ସାଂସଦ ସୁରେଶ ପୂଜାରୀଙ୍କୁ ଦେଇଛି। ଯାହାକୁ ନେଇ ରାଧାରାଣୀ ବେଶ ଉତକ୍ଷିପ୍ତ ହୋଇଛନ୍ତି। ତେବେ ସେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇପାରି ନାହାଁନ୍ତି। ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନିଜେ ରାଧାରାଣୀ। ସେ କହିଛନ୍ତି ଦଳ ପାଇଁ ମୁଁ ବେଶ ପରିଶ୍ରମ କରିଛି। ହେଲେ ଦଳ ତାହାର ମୂଲ୍ୟ ବୁଝିଲା ନାହିଁ। ବର୍ତ୍ତମାନ ବିଜେଡି ତରଫରୁ ଡକରା ଆସିଛି। କର୍ମୀମାନଙ୍କ ସହିତ ଆଲୋଚନା କରି ନିଷ୍ପତି ନେବି। ତେବେ ରାଧାରାଣୀ ଖୁବଶିଘ୍ର ବିଜେଡିରେ ମିଶିବେ ବୋଲି ଜଣାପଡିଛି। ରାଧାରାଣୀ ୨୦୧୪ ରେ ବ୍ରଜରାଜନଗରର ବିଧାୟିକା ଥିଲେ।
ଭୁବନେଶ୍ବର: ସମ୍ବଲପୁରର ବିଜେପି ସାଂସଦ ନିତେଶ ଗଂଗଦେବଙ୍କୁ ନେଇ ବର୍ତ୍ତମାନ ଦ୍ବନ୍ଦରେ ତାଙ୍କ କର୍ମି ତଥା ଓଡିଶା ରାଜନୀତି। କାରଣ ତାଙ୍କର ଟିକେଟ କଟିବା ପରେ ସେ ବର୍ତ୍ତମାନ କଣ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ। ଏପରି ଦ୍ବନ୍ଦ ଭିତରେ ଗତକାଲି ତାଙ୍କ ଫେସବୁକରେ କରାଯାଇଥିବା ପୋଷ୍ଟକୁ ନେଇ ହଲଚଲ ସୃଷ୍ଟି ହୋଇଛି। ନୀତେଶଙ୍କ ଫେସବୁକରେ ଉଲ୍ଲେଖ କରାଯାଇଛି ଯେ, ତାଙ୍କର ଦେହ ଅସୁସ୍ଥତା ଯୋଗୁଁ ସେ ରାଜନୀତିରୁ ଦୂରେଇ ରହିବେ। ସେଥିପାଇଁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲି। କିନ୍ତୁ କେଉଁଠି ଇସ୍ତଫା ଦେଲେ ବୋଲି ଉଲ୍ଲେଖ ନ ଥିଲେ ମଧ୍ୟ ସମସ୍ତେ ଭାବି ନେଲେ ଯେ ବିଜେପିରୁ ଇସ୍ତଫା ଦେଲେ। ସେହିପରି ସେଥିରେ ଉଲ୍ଲେଖ କରାଯାଇଛି ଯେ, ଆପଣ ଆମର ବାମଣ୍ଡା ରାଜପରିବାର ର ରାଣୀ ଓ ମୋର ଧର୍ମପତ୍ନୀ ଶ୍ରୀମତୀ ଅରୁନ୍ଧତୀ କୁମାରୀ ଦେବୀ ଙ୍କୁ ସହଯୋଗ ଓ ଆଶୀର୍ବାଦ ଦେବେ ବୋଲି ଆଶା ଏବଂ…
ଭୁବନେଶ୍ବର: ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ବର୍ତ୍ତମାନ ପ୍ରଚାର ଜୋରଦାର କରିବାରେ ଲାଗିଛନ୍ତି। ସେ ଏହି ଅଧିନରେ ଥିବା ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ସ୍ତରରେ ପ୍ରଚାର କରିବାରେ ଲାଗିଛନ୍ତି। ବିଭିନ୍ନ ସ୍ଥାନରେ ତାଙ୍କୁ ବେଶ ଜନ ସମର୍ଥନ ମିଳିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଥିବା ମତଭେଦକୁ ଦୂର କରି ସେ ସଂଗଠନକୁ ସୁଦୃଢ କରିବାରେ ଲାଗିଛନ୍ତି। କୁଚିଣ୍ଡାର ଏକ ସଭାରେ ପ୍ରଣବ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କୁଚିଣ୍ଡା ଖଣିଜ ସଂପଦରେ ଭରପୁର। କେନ୍ଦ୍ର ସରକାରଙ୍କ ନାଲକୋ, ଏସିଏଲ ପରି ବଡବଡ ସଂସ୍ଥା ଏଠାରୁ ଖଣିଜ ନେଉଛନ୍ତି। ହେଲେ ତା ପ୍ରତିବଦଳରେ ସେମାନେ ଦେଉଛନ୍ତି କଣ ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି। ସେମାନେ କେବଳ ପାଉଁଶ ଓ ଧୂଆଁ ଦେଉଛନ୍ତି ବୋଲି ସେ ଜନସଭାକୁ କହିଥିଲେ।
ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବାବୁ ସିଂ ତାଙ୍କର ପ୍ରଚାର ଜୋରଦାର କରିଛନ୍ତି। ସକାଳୁ ୱାର୍ଡ଼ ନଂ ୫୮ ଅଞ୍ଚଳରେ ବ୍ରହ୍ମେଶ୍ୱର ପାର୍କ ରେ ସେ ଲୋକଙ୍କ ଭେଟି ନିଜ ସପକ୍ଷରେ ପ୍ରଚାର କରିଥିଲେ। ପରେ ପାଣ୍ଡବନଗର ଓ ନାଥପୁର ଅଞ୍ଚଳରେ ଜନ ସମ୍ପର୍କ ପଦଯାତ୍ରା କରି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ବିଜେପିକୁ ଭୋଟ୍ ଦେଇ ଜିତାଇବାକୁ ଅନୁରୋଧ କରିଥିଲେ। ଏହାପରେ ସେ ରାଜ୍ୟ କାର୍ଯ୍ୟାଳୟରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେଡ଼ି ଓ ଅନ୍ୟ ଦଳର ବହୁ ନେତା ବିଜେପିରେ ବାବୁ ସିଂ ଙ୍କ ନେତୃତ୍ୱରେ ମିଶିଥିଲେ। ଏକାମ୍ର ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା, ଡୋର କ୍ୟାମ୍ପନ, ପଥପ୍ରାନ୍ତ ପ୍ରଚାର କରି ବିଜେପିକୁ ବିପୁଳ ଜନସମର୍ଥନ ଦେବା ପାଇଁ ସେ ନିବେଦନ କରିଥିଲେ।
ଭୁବନେଶ୍ବର: ବର୍ତ୍ତମାନର ଗ୍ରୀଷ୍ମ ପ୍ରବାହ ଓ ଉତ୍ତାପକୁ ଦେଖି ଆଗାମୀ ସପ୍ତାହ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ। ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ରାଲି ଓ ସଭା ଆୟୋଜନ କରୁଛନ୍ତି ଏହି ସବୁ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଓ ଓଆରଏସ୍ ରଖାଯିବା ଆବଶ୍ୟକ ଯାହା ଫଳରେ ଜନସାଧାରଣ ଗ୍ରୀଷ୍ମ ପ୍ରବାହରୁ ଅନେକାଂଶରେ ରକ୍ଷା ପାଇପାରିବେ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଜେନା ନିର୍ବାଚନ ସଂପର୍କିତ ରାଲି ଓ ସଭାମାନଙ୍କରେ ରାଜନୈତିକ ଦଳ ମାନେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଓ ଓଆରଏସ୍ର ସୁବନ୍ଦୋବସ୍ତକୁ ଜିଲ୍ଲାପାଳମାନେ ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଛନ୍ତି ।ପାନୀୟ ଜଳ ସହିତ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ଅବ୍ୟାହତ କରିବା ପାଇଁ ଜିଲ୍ଲାପାଳମାନେ ବିଦ୍ୟୁତ ବିଭାଗର କର୍ତ୍ତୃପକ୍ଷଙ୍କ …
ଭୁବନେଶ୍ବର: ବିଜୁ ଜନତା ଦଳ ବିଭିନ୍ନ ଦଳୀୟ ନେତାଙ୍କୁ ଥଇଥାନ କରିବାରେ ଲାଗିଛି। ଗୋଟିଏ ପଟେ ଦଳର ବିଭିନ୍ନ ନିର୍ବାଚନ କାମ ପାଇଁ ନେତାଙ୍କ ଆବଶ୍ୟକ ଥିବା ବେଳେ ଅନ୍ୟପଟେ ସେମାନଙ୍କୁ ବିଭିନ୍ନ ପଦପଦବୀ ଦିଆଯାଇ ଦାୟିତ୍ବ ପ୍ରଦାନ କରାଯାଉଛି। ସେହି ପରିପ୍ରେକ୍ଷୀରେ ଦଳ ୬ ଜଣ ନେତା ବିଭିନ୍ନ ଦଳୀୟ ପଦପଦବୀରେ ନିଯୁକ୍ତି ଦେଇଛି। ସେମାନେ ହେଲେ ସେହିପରି ବିଜେଡି ୧୩ ଜଣଙ୍କୁ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳିର ନିର୍ବାଚନ ପରିଚାଳନା ପାଇଁ ସଂଯୋଜକ ତଥା ନିର୍ବାଚନ ଇନଚାର୍ଯ୍ୟ ଭାବେ ମଧ୍ୟ ନିଯୁକ୍ତି ଦେଇଛି। ସେମାନେ ହେଲେ ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ତୁରନ୍ତ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ବର: ଆଜି ମଙ୍ଗଳବାରରେ ହିଞ୍ଜିଳିରୁ ପ୍ରାର୍ଥିପତ୍ର ଦାଖଲେ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଷଷ୍ଠଥର ପାଇଁ ଏହି ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି । ହିଞ୍ଜିଳି ବିଧାନସଭା ଆସନ ପାଇଁ ନବୀନ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ। ଆଜି ନବୀନ ସକାଳ ୧୦ଟା ୨୦ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ହିଞ୍ଜିଳି ଅଭିମୁଖେ ଯିବେ। ୧୧ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ଏହାପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିନ ୧୨ଟା ୩୫ରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ରହିବେ।
ଭୁବନେଶ୍ବର: ପୁଣି ଥରେ ଓଡିଶା ଆସିବେ କଂଗ୍ରେସ ନେତା ରାହୁଳ ଗାନ୍ଧୀ। ନିକଟରେ ରାହୁଳ ଓଡିଶା ଆସି ସାଲେପୁର ଜନସମାବେଶରେ ଯୋଗଦେଇଥିଲେ। ଏଥିରେ କଂଗ୍ରେସ ନେତା ଓ କର୍ମି ବେଶ ଉତ୍ସାହିତ ହୋଇପଡିଥିଲେ। ତାହାକୁ ଲକ୍ଷ୍ୟ ରଖି ରାହୁଳଙ୍କ ଓଡିଶା ଗସ୍ତକୁ ପୁଣି ଥରେ ନିର୍ଦ୍ଧାରିତ କରାଯାଇଛି। କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଅନୁସାରେ ରାହୁଳ ଆସନ୍ତା 3 ତାରିଖରେ ଓଡିଶା ଆସିବେ। ସେ ଏଥର ରାୟଗଡା ସମାବେଶରେ ଯୋଗଦେବେ। ଏଥିପାଇଁ କଂଗ୍ରେସ ଶିବିର ପୁଣି ଥରେ ଚଳଚଞ୍ଚଳ ହୋଇ ଉଠିଛି। ସେତିକି ନୁହେଁ ଆସନ୍ତା 5 କିମ୍ବା 9 ତାରିଖରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡିଶା ଆସିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି।
ଭୁବନେଶ୍ବର: ବର୍ତ୍ତମାନ ସାରା ଓଡିଶା ତତଲା ହାଣ୍ଡିରେ ଭାଜି ହେବା ପରି ସ୍ଥିତି ଦେଖାଦେଇଛି। ଜନସାଧାରଣ ଡହଳବିକଳ ହେବାରେ ଲାଗିଛନ୍ତି। କାରଣ ଦୀର୍ଘଦିନ ଧରି ରାଜ୍ୟରେ ଯେପରି ତାପମାତ୍ର ପ୍ରବାହିତ ହେଉଛି ସେଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ଏପରି ପରିସ୍ଥିତିରେ ପାଣିପାଗ ନେଇ ଆସିଛି ଏକ ଖୁସି ଖବର। ତାହା ହେଲେ ରାଜ୍ୟର ଆଠଟି ଜିଲ୍ଲାରେ ହେବ କାଳବୈଶାଖୀ ବର୍ଷା। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ରାଜ୍ୟର ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନୂଆପଡା, ଏବଂ ନବରଙ୍ଗପୁର ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ଅନୁଭୂତ ହେବାରେ ଲାଗିଛି। ଫଳରେ କିଛି ଅଂଚଳରେ ପବନ ୫୦ ରୁ ୬୦ କିମି ପ୍ରବାହିତ ହେବା ସହ ବିଜୁଳି ଘଡଘଡି ଏବଂ କୁଆପଥର ବର୍ଷା ସମ୍ଭାବନା ରହିଛି ବୋଲି କୁହାଯାଇଛି।
ଭୁବନେଶ୍ବର: ଆସନ୍ତାକାଲି ମଙ୍ଗଳବାରରେ ହିଞ୍ଜିଳିରୁ ପ୍ରାର୍ଥିପତ୍ର ଦାଖଲେ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଷଷ୍ଠଥର ପାଇଁ ଏହି ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି । ହିଞ୍ଜିଳି ବିଧାନସଭା ଆସନ ପାଇଁ ନବୀନ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ। ଆସନ୍ତାକାଲି ନବୀନ ସକାଳ ୧୦ଟା ୨୦ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ହିଞ୍ଜିଳି ଅଭିମୁଖେ ଯିବେ। ୧୧ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ମାଆଙ୍କ ଆଶୀର୍ବାଦ ନେଇ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ। ୧୨ଟା ୩୫ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ରହିବେ।
ଭୁବନେଶ୍ବର: ଦୀର୍ଘ ଦିନ ଧରି ଏକ ତାତିଲା କଡେଇରେ ଭାଜି ହେଉଛି ଓଡିଶା। ତାପମାତ୍ରା ହ୍ରାସ ପାଇବାର ନାଁ ଧରୁ ନାହିଁ। ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ଆଜି ଓଡିଶାର ବାରିପଦା ସହରରେ ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଛି। ଏହି ସହରରେ ଆଜି 44. 8 ଡିଗ୍ରୀ ତାପମାତ୍ରା ପ୍ରବାହିତ ହୋଇଛି। ସେହିପରି ଅନ୍ୟାନ୍ୟ ସହରର ତାପମାତ୍ରା ହେଲା ଆଜି ପାଣିପାଗ ବିଭାଗ ତରଫରୁ କଟକରେ ରେଡ ଆଲର୍ଟ ଜାରୀ କରାଯାଇଥିଲା। ସେଠାରେ 42. 5 ଡିଗ୍ରୀ ତାପମାତ୍ରା ଥିଲା। ଏହିପରି ଗ୍ରୀଷ୍ମ ପ୍ରବାହ ଆହୁରି ତିନିଦିନ ଲାଗି ରହିବ ବୋଲି ଜଣାପଡିଛି।
ଭୁବନେଶ୍ୱର: ଆଜି ବିଜେପି ବିଜେଡି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି। କେତେକ ସରକାରୀ ଅଧିକାରୀ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି କହିଛି ଯେ, ବିଜେଡିର ଲୋକସଭା ପ୍ରାର୍ଥୀନି ଶର୍ମିଷ୍ଠା ସେଠୀଙ୍କ ପିଏସ୍ଓ ଇତିକାନ୍ତ ଲେଙ୍କା ଜଣେ ପୋଲିସ ଅଧିକାରୀ ହୋଇ ନିଜସ୍ୱ ସାଧାଜିକ ଗଣମାଧ୍ୟମ ଆକାଉଂଟରେ ବିଜେଡିର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ କହୁଛନ୍ତି। ଯାହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲଘଂନ କରୁଛି। ସେହିପରି ଯାଜପୁରର ବିଇଓ ସ୍ମୃତିରେଖା ନାୟକ ନିଜ ପଦବୀର ଅପବ୍ୟବହାର କରି ଲୋକସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଶ୍ରୀମତୀ ନାୟକ ଦୀର୍ଘଦିନ ହେବ ଯାଜପୁରରେ କାର୍ଯ୍ୟରତ ଅଛନ୍ତି ଓ ବିଜେଡିର ପ୍ରଚାର କରୁଛନ୍ତି। ତୁରନ୍ତ ଶ୍ରୀମତୀ ନାୟକଙ୍କୁ ବଦଳି କରାଯିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡା. ବିଶ୍ୱାଳ ଦାବି କରିଛନ୍ତି। ସେହିପରି କେନ୍ଦ୍ରାପଡା ମହାକାଳପଡାର ବିଧାୟକ ପ୍ରାର୍ଥୀ…
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର “ଉତ୍କର୍ଷ କେନ୍ଦ୍ର” (ସେଣ୍ଟର ଅଫ ଏକ୍ସେଲେନ୍ସ) ପରିଦର୍ଶନ କରିଥିଲେ। ତାଙ୍କ ସହିତ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ୨୦୨୨ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା (ଓଡ଼ିଶା କ୍ୟାଡର)ର ୬ଜଣ ପ୍ରୋବେସନର ଅଧିକାରୀ ଯାଇଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଉତ୍କଳ ବିଶ୍ୱ ବିଦ୍ୟାଳୟରେ ପହଞ୍ଚିବା ପରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସମେତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରର, ସେଣ୍ଟର ଅଫ ଏକ୍ସେଲେନ୍ସର ସଂଯୋଜକ ଓ ଅନ୍ୟ ପ୍ରାଧ୍ୟାପକମାନେ ସ୍ୱାଗତ କରିଥିଲେ। ଆଇଏଏସ୍ ଶିକ୍ଷାନବିଶମାନେ ଏହି ପରିଦର୍ଶନ ପରିପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟର “ଉତ୍କର୍ଷ କେନ୍ଦ୍ର” (ସେଣ୍ଟର ଅଫ ଏକ୍ସେଲେନ୍ସ) ସଂପର୍କରେ ଅବଗତ ହୋଇଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା “ସେଣ୍ଟର ଅଫ ଏକ୍ସେଲେନ୍ସ” ଠାରେ ଅନୁଷ୍ଠିତ ଏକ ବୈଠକରେ ଏହି କେନ୍ଦ୍ରରେ…
ଭୁବନେଶ୍ବର: ବିଜୁ ଜନତା ଦଳ ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ମାଲକାନଗିରିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରି ଜିତାଇବାକୁ ଆହ୍ବାନ ଦେଇଛନ୍ତି। ଲୋକସଭା ପ୍ରାର୍ଥୀ ଶ୍ରୀ ପ୍ରଦୀପ ମାଝୀଙ୍କ ସହିତ ମାଲକାନଗିରି ବିଧାନସଭା ପ୍ରାର୍ଥୀ ଶ୍ରୀ ମାନସ ମାଡକାମି ଓ ଚିତ୍ରକୋଣ୍ଡା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ପାଇଁ ଡବଲ ଶଙ୍ଖରେ ବଟନ ଦବାଇ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ଆରମ୍ଭରୁ ବିରୋଧୀ ଦଳ ଉପରେ ଜୋରଦାର ଆକ୍ରମଣ କରି ଘୋର ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଏ ବିଶାଳ ସମାବେଶ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣମାନଙ୍କ ସ୍ନେହ ଓ ଭଲ ପାଇବାର ପ୍ରତୀକ, ଏସବୁ ଦେଖି ବିରୋଧୀଙ୍କ ନିଦ ହଜିଯାଉଛି। ବିଜେପି କ୍ଷମତାକୁ ଆସିଲେ ମିଶନ ଶକ୍ତି ବନ୍ଦ କରିଦେବେ, ମା ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେବେ, ପୁଣି ଥରେ ଘର ଭିତରେ ବନ୍ଦ କରି ରଖିବେ, BSKY ବନ୍ଦ କରିଦେବେ। ଆପଣମାନେ ସତର୍କ…
ଭୁବନେଶ୍ବର: ଆଜି ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆଜି କଟକ ସହରକୁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରୀ କରିଛି। କାରଣ ଆଜି କଟକରେ ପ୍ରବଳ ତାପମାତ୍ରା ପ୍ରବାହିତ ହେବାର ସମ୍ଭାବନା ରହିଛି। ସେହିପରି ଭୁବନେଶ୍ବରୁ ଅରେଞ୍ଜ ଆଲର୍ଟ କରାଯାଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୧୧ ତା ୩୦ ସୁଦ୍ଧା ବିଭିନ୍ନ ସହରରେ ରେକର୍ଡ ତାପମାତ୍ରା ହେଲା ବାଲେଶ୍ୱର : ୪୧.୪°C କେନ୍ଦୁଝର: ୪୧°C ଭୁବନେଶ୍ୱର: ୪୦.୪°C ଝାରସୁଗୁଡା: ୩୯.୮°C ହୀରାକୁଦ: ୩୯°C ରାଉରକେଲା: ୩୯°C ସମ୍ବଲପୁର: ୩୮.୬°C ଚାନ୍ଦବାଲି: ୩୮.୨°C ପୁରୀ: ୩୩.୮°C ଗୋପାଳପୁର: ୩୩.୨°C ପାରାଦୀପ: ୩୩°C

