ନୂଆଦିଲ୍ଲୀ : ରେଟ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଗୁରୁବାର ଆରବିଆଇ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଥିବା ବେଳେ ରେପୋ ରେଟ ପୂର୍ବବତ 5.15 ପ୍ରତିଶତ ରହିଛି । ଗୁରୁବାର ଅନୁଷ୍ଠିତ ଅର୍ଥନୈତିକ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ 2020-21 ଆର୍ଥିକ ବର୍ଷ ନିମନ୍ତେ ସଂଶୋଧିତ ଅଭିବୃଦ୍ଧି ହାର 5.5 ପ୍ରତିଶତ ରଖାଯାଇଛି । ପୂର୍ବରୁ ଜିଡିପି 6 ପ୍ରତିଶତ ରହିବା ନେଇ ଆରବିଆଇ ପକ୍ଷରୁ ଆକଳନ କରାଯାଇଥିଲା । ମାନ୍ଦାବସ୍ଥା ଏହି ସମୟରେ 7.35 ପ୍ରତିଶତ ରହିଥିବା ବେଳେ ଏହାର ମୁକାବିଲା ପାଇଁ ରେପୋରେଟ୍ ଅପରିବର୍ତ୍ତିତ ରଖାଯାଇଛି ।
Author: Samikhsya Bureau
ରମେଶ ମହାନ୍ତି ଜଗତସିଂହପୁର : ବୁଧବାର ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ବାଲିକୁଦା – ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଳସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ନ୍ୟାର୍ଯ୍ୟ ଦାବିରୁ ସାଧାରଣ ଲୋକ ବଞ୍ଚିତ ନହେବା ଉଚିତ୍ ବୋଲି ମନ୍ତ୍ରୀ ମତ ଦେଇଥିଲେ । ସରକାରୀ ଯୋଜନାରେ କୌଣସି ଲୋକ ଯେପରି ନିଜର ଅଧିକାର ନ ହରାନ୍ତି ତାକୁ ନେଇ ସରକାର ତତ୍ପର ଅଛନ୍ତି ବୋଲି ଶ୍ରୀ ଦାସ ମତ ଦେଇଥିଲେ । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ବୈଠକରେ ଯୋଗଦେଇ 55 ନମ୍ବର ଜାତୀୟ ରାଜପଥର ଅଗ୍ରଗତି ସମ୍ପର୍କରେ ପ୍ରକାଶ କରିଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଗ୍ରଗତି,ଏରସମାରେ ଜଙ୍ଗଲ କିସମ ଜମିରେ ରହୁଥିବା ଲୋକମାନଙ୍କର ସମସ୍ୟା, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଫନୀ କ୍ଷୟକ୍ଷତି କ୍ଷତିପୁରଣ, ଅଙ୍ଗନବାଡୀ…
ଅରମନ ଜୈନ୍ୟଙ୍କ ବିବାହ ଭୋଜିରେ ଅଭିନେତା ସୋହେଲ ଖାନ,ଅରବଜ ଖାନ,ଅଲଭିରା,ଅତୁଳ ଅଗ୍ନିହୋତ୍ରୀ
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସମଗ୍ର ବିଶ୍ବରେ କରୋନା ଭାଇରସ୍ ଏହାର ତାଣ୍ଡବ ମଚାଇଥିବା ବେଳେ ଓଡିଶାରେ ପ୍ରଥମ ସ୍ବାଇନ୍ ଫ୍ଲୁ ରୋଗୀ ଚିହ୍ନଟ କରାଯାଇଛି । କଟକର ଏସ୍ସିବି ମେଡିକାଲ କଲେଜରେ ରାଜ୍ୟର ପ୍ରଥମ ସ୍ବାଇନ ଫ୍ଲୁ ରୋଗୀ ବୁଧବାର ଦିନ ଚିହ୍ନଟ କରାଯାଇଛି । ଏସ୍ସିବି କର୍ତ୍ତୃପକ୍ଷ ଉକ୍ତ ରୋଗୀଙ୍କୁ ସ୍ବତନ୍ତ୍ର ଓ୍ବାର୍ଡରେ ରଖି ଚିକିତ୍ସା କରାଯାଇଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି । ଏହା ସହିତ ଚୀନ୍ରୁ ଫେରିଥିବା ଛାତ୍ରଙ୍କ କୋରୋନା ସଙ୍କ୍ରମଣ ଆଶଙ୍କାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଖାରଜ କରିଛନ୍ତି ।
ନୂଆଦିଲ୍ଲୀ : ନିର୍ବାଚନ ଆଚରଣ ବିଧି ଉଲ୍ଳଂଘନ କାରଣରୁ ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ନିଜ ଭାଷଣରେ ଲୋକଙ୍କୁ ଉତ୍ତେଜିତ କରିବା ପାଇଁ ଭାଷଣ ଦେଉଥିବା ନେଇ ଅଭିଯୋଗ କରାଯିବା ପରେ ବୁଧବାର ଏହି ନୋଟିସ୍ ଜାରି କରାଯାଇଛି । ଆମ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯିବା ପରେ ବୁଧବାର ରାତିରେ ସମ୍ବିତ ପାତ୍ରଙ୍କୁ ନୋଟିସ୍ ଜାରି କରାଯାଇଛି ।(ଏଜେନ୍ସି)
ଅଙ୍କାରା : ଇସ୍ତାନବୁଲରେ ଏକ ଭୟାବହ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶତାଧିକ ଯାତ୍ରୀ । ବୁଧବାର ରାତିରେ ରନ୍ଓ୍ବେରେ ବିମାନଟି ଖସିଯିବାରୁ ବିମାନଟି 3 ଖଣ୍ଡ ହୋଇଯାଇଥିଲା । ବିମାନଟି 3 ଖଣ୍ଡ ହୋଇଯାଇଥିବା ବେଳେ 179 ଜଣ ପ୍ରାର୍ଥୀ ଆହତ ହୋଇଛନ୍ତି । ପେଗାସସ୍ ଏୟାର ଲାଇନ୍ସର ଏହି ବିମାନଟିରେ 183 ଜଣ ଯାତ୍ରୀ ବସିଥିଲେ । ଖରାପ ପାଗ କାରଣରୁ ଲ୍ୟାଣ୍ଡ କରୁଥିବା ସମୟରେ ବିମାନଟି ଖସିଯାଇ ଦୁର୍ଘଟଣା ଘଟିଥିଲା । ବିମାନଟି ପ୍ରାୟ 50ରୁ 60 ମିଟର ପର୍ଯ୍ୟନ୍ତ ଖସି ଯାଇଥିଲା । ବିମାନଟି ଇଜମିର ଅଦନାନ ମେଣ୍ଡରିସ୍ ବିମାନ ବନ୍ଦରରୁ ଇସ୍ତାନବୁଲ ଆସୁଥିଲା । (ଏଜେନ୍ସି)
ଲଣ୍ଡନ : ଚାରି ଥର ଅଲମ୍ପିକ ଚାମ୍ପିୟନ୍ ମୋ ଫାରା ଲଣ୍ଡନ ହାଫ୍ ମାରାଥନ୍ରୁ ଓହରି ଯାଇଛନ୍ତି । ଆହତ ସମସ୍ୟା କାରଣରୁ ମୋ ଫାରା ଓହରିଥିବା ଜଣାପଡିଛି । ଅଭ୍ୟାସ ସମୟରେ ଫାରାଙ୍କ ଜଙ୍ଘରେ ଆଘାତ ଲାଗିବା କାରଣରୁ ସେ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଆଘାତ ସମସ୍ୟା ଅଧିକ ଗୁରୁତର ନଥିବା ବେଳେ ଆସନ୍ତା ସିଜିନ୍ ପାଇଁ ଫିଟ୍ ରହିବା ପାଇଁ ଫାରା ଏହି ଟୁର୍ଣ୍ଣାମେଣ୍ଟରୁ ଓହରିବାର ନିଷ୍ପତ୍ତି ନେଇଛନ୍ତି । 36 ବର୍ଷୀୟ ଫାରା ବିଗତ 4 ସିଜିନ୍ ଧରି ଲଣ୍ଡନ ହାଫ୍ ମାରାଥନ୍ରେ ବିଜୟୀ ହୋଇଥିଲେ । ଲଣ୍ଡନରେ ଦୌଡିବାକୁ ମୁଁ ସର୍ବଦା ପସନ୍ଦ କରିଥାଏ ମାତ୍ର ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରୁ ଓହରିବା ନିଷ୍ପତ୍ତି ସବୁଠୁ କଷ୍ଟକର ଥିଲା ବୋଲି ଫାରା କହିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରୁ ଓହରିବା ସହିତ 2020 ଟୋକିଓ ଅଲମ୍ପିକ୍ସର 10 ହଜାର ମିଟର ବର୍ଗରେ ନିଜ ଟାଇଟଲ…
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ମହିଳାଙ୍କ ପ୍ରତି ଅତ୍ୟାଚାର ବଢୁଥିବା ବେଳେ ଦିଲ୍ଲୀରେ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ଆମେରିକୀୟ ଦୂତାବାସରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଛି । ଆମେରିକୀୟ ଦୂତାବାସରେ ଗତ ଶନିବାର ଦିନ ଏହି କାଣ୍ଡ ଘଟିଥିବା ବେଳେ ବୁଧବାର ଦିନ ଦିଲ୍ଲୀ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଘଟଣାରେ ପୋଲିସ୍ ଜଣେ ଡ୍ରାଇଭରକୁ ଗିରଫ କରିଛି । ଶନିବାର ସକାଳ 9ଟା ସମୟରେ ଏହି ଦୁଷ୍କର୍ମ ଘଟିଥିବା ନେଇ ଏସିପି ପ୍ରଜ୍ଞା ସୂଚନା ଦେଇଛନ୍ତି । ପୀଡିତାଙ୍କ ମା ଉକ୍ତ ଦୂତାବାସରେ ଜଣେ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟରତ । ନାବାଳିକା ଜଣକ ନିଜ ମାଙ୍କୁ ଭେଟିବାକୁ ଆସିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା । ଚାଣକ୍ୟପୁରୀ ପୋଲିସ୍ ଷ୍ଟେସନ୍ରେ ରବିବାର ଦିନ ପୀଡିତାଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । (ଏଜେନ୍ସି)
ବେଜିଂ : ଚୀନ୍ର କୋରୋନା ଭାଇରସ୍ର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା 563କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା 28018ରେ ପହଞ୍ଚିଛି । ବୁଧବାର ଏହି ଭାଇରସ୍ ପ୍ରଭାବରେ ନୂତନ ଭାବରେ 73 ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ସମସ୍ତ ମୃତ୍ୟୁ ଉହାନ୍ ଏବଂ ହୁବେଇ ପ୍ରଦେଶରେ ଘଟିଥିବା ଜଣାପଡିଛି । ହୁବେଇ ପ୍ରଦେଶରେ ମୃତ୍ୟୁ ସଂଖ୍ୟା 269ରେ ପହଞ୍ଚିଥିବା ବେଳେ ବାକି ସମସ୍ତ ମୃତକ ଉହାନ୍ ପ୍ରଦେଶର ବୋଲି ଜଣାପଡିଛି । 3859 ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । 1153 ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଏସ୍ପି ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ କରାଯାଇଛି । ବଦରପୁର ଆସନରୁ ଲଢୁଥିବା ବିଏସ୍ପି ପ୍ରାର୍ଥୀ ନାରାୟଣ ଦତ୍ତ ଶର୍ମାଙ୍କୁ ଗୁରୁବାର ସକାଳୁ ଆକ୍ରମଣ କରାଯାଇଛି । ନିଜ କାର୍ରେ ଯାଉଥିବା ସମୟରେ ଶର୍ମାଙ୍କ ଉପରକୁ କିଛି ଅଜଣା ଆତତାୟୀ ଆକ୍ରମଣ କରିଥିଲେ । ଆକ୍ରମଣରେ 8ରୁ 10 ଜଣ ବ୍ୟକ୍ତି ସମ୍ପୃକ୍ତ ରହିଥିବା ନେଇ ଶର୍ମା ଅଭିଯୋଗ କରିଛନ୍ତି । ଏକ ମିଟିଂରୁ ଫେରୁଥିବା ବେଳେ ଶର୍ମାଙ୍କ କାର୍ ଉପରକୁ ଆକ୍ରମଣ କରାଯାଇଥିଲା । କାର୍ର କାଚ ଭାଙ୍ଗି ଯାଇ ଶର୍ମା ଗୁରୁତର ଭାବରେ ଆହତ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ନରାୟଣ ଦତ୍ତ ଶର୍ମା ପୂର୍ବରୁ ଆପ୍ର ବିଧାୟକ ରହିଥିବା ବେଳେ ଚଳିତ ବର୍ଷ ତାଙ୍କୁ ଟିକେଟ ମିଳିନଥିଲା ।
କେଦାର ମିଶ୍ର ଗଣତନ୍ତ୍ରରେ ସରକାର ଯେତିକି ଗୁରୁତ୍ବପୂର୍ଣ୍ଣ, ବିରୋଧୀ ତାଠୁ ଗୁରୁତ୍ୱପୂର୍ଣ୍ଣ। ବ୍ରିଟିଶ ଢାଞ୍ଚାରେ ବିରୋଧୀ ଦଳକୁ ଛାୟା ସରକାର ବୋଲି କୁହାଯାଏ। ଗଣତନ୍ତ୍ରରେ ଗୋଟେ ସାଧାରଣ ନିୟମ ହେଉଛି, ଯେଉଁ ଦଳ ସରକାର ରେ ଅଛି ସେ କେବଳ ବହୁମତର ପ୍ରତିନିଧି । ସେ ସର୍ବସମ୍ମତ ବା ସାର୍ବଭୌମ ନୁହେଁ। ତାକୁ ସବୁ ସମୟରେ ବିରୋଧର ସାମ୍ନା କରିବାକୁ ପଡିବ। ବିନା ବିରୋଧିର ଶାସନ କେବଳ ଏକଛତ୍ରବାଦରେ ସମ୍ଭବ। ତେଣୁ ଗଣତନ୍ତ୍ରରେ ବିରୋଧୀଙ୍କର ଭୂମିକା ଶାସକ ସହିତ ସମାନ୍ତରାକରେ ରହି ସରକାରକୁ ତାଗିଦ କରିବା। ବର୍ତ୍ତମାନ ସମୟରେ ସାରା ପୃଥିବୀ ଗଣତନ୍ତ୍ର ଭିତରେ ଏକଛତ୍ରବାଦର ନୂଆ ଚେହେରା ଦେଖୁଛି। ଭାରତ ବା ଓଡିଶା ତାର ବ୍ୟତିକ୍ରମ ନୁହେଁ। ଓଡିଶାରେ ଗତ ପାଞ୍ଚଟି ଯାକ ନିର୍ବାଚନରେ ବିଜୁ ଜନତା ଦଳ ଲୋକଙ୍କର ପ୍ରବଳ ସମର୍ଥନ ପାଇ ସରକାର ଗାଢୁଛି। ଦଳର ନେତା ନବୀନ ପଟ୍ଟନାୟକ ଓଡିଶାର ଅପ୍ରତିଦ୍ବନ୍ଦ୍ବୀ ଜନନେତା ଭାବେ ଲୋକଙ୍କର…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ସର୍ବାଧିକ ଆଙ୍ଗୁଠି ପାଇଁ ଗିନିଜ୍ ବୁକ୍ ତାଲିକାରେ ସାମିଲ ହୋଇଛନ୍ତି ଓଡିଶାର ଜଣେ ମହିଳା। ଗଞ୍ଜାମର କଡପଡାର ଜନୈକ ମହିଳା ଜଣକ ଗିନିଜ୍ ବୁକ୍ରେ ନିଜ ନାମ ପଞ୍ଜୀକରଣ କରିଛନ୍ତି। ନିଜ ଗ୍ରାମରେ ଉକ୍ତ ମହିଳାଙ୍କୁ ଡାହାଣୀ ବୋଲି କୁହାଯାଉଥିବାରୁ ସେ ଘରୁ ବାହାରନ୍ତି ନାହିଁ। ମହିଳାଙ୍କର ସମୁଦାୟ ୩୧ଟି ଆଙ୍ଗୁଳି ରହିଛି। ୬୫ ବର୍ଷୀୟା ଏହି ବୃଦ୍ଧାଙ୍କର ପାଦରେ ୧୯ଟି ଏବଂ ହାତରେ ୧୨ଟି ଆଙ୍ଗୁଳି ରହିଛି। ପୂର୍ବରୁ ଗୁଜରାଟର ଦେବେନ୍ଦ୍ର ସୂତାର ୨୮ଟି ଆଙ୍ଗୁଳି ପାଇଁ ଗିନିଜ୍ ବୁକ୍ ରେକର୍ଡରେ ସାମିଲ ହୋଇଥିଲେ।
ସମୀକ୍ଷା ବ୍ୟୁରୋ ଶେରଗଡ: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ଅଧ୍ୟୟନରତ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଛି। ପ୍ରଧାନଶିକ୍ଷକ ଭାଗିରଥି ପ୍ରଧାନଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଅନ୍ତର୍ଗତ ପୋଚିଲିମା ସ୍ଥିତ ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନର ଅଧ୍ୟାପକ ସୁଶାନ୍ତ କୁମାର ଡାକୁଆ, ବିକାଶ ଚନ୍ଦ୍ର ଦାଶ, ସନ୍ତୋଷ କୁମାର ବେହେରା, କିଶୋର ଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାର୍ଥୀ ମାନଙ୍କ ଜୀବନରେ ଦଶମ ଶ୍ରେଣୀ ପରୀକ୍ଷା ଗୁରୁତ୍ବ ବହନ କରୁଥିବା କାରଣରୁ ବିଦ୍ୟାର୍ଥୀଙ୍କ ଆଗାମୀ ଭବିଷ୍ୟତ ଗଠନର ସୁଦିଗକୁ ଅନୁଭବ କରି ଭବିଷ୍ୟତ ଗଠନ କର୍ମଶାଳାର ଆୟୋଜନ ଏକକାଳୀନ ଭାବେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ହୃଦାନନ୍ଦ ରଣା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଚିନ୍ମୟ ପଟ୍ଟନାୟକ, ଲୋକନାଥ ମହାପାତ୍ର, ରଶ୍ମିତା ଦାଶ, ଭାରତୀ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡିଶାର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଜାତି ଭିତ୍ତିରେ ଜନଗଣନା ପାଇଁ ଦାବି କରିଛନ୍ତି । 2021ରେ ଅନୁଷ୍ଠିତ ହେବାକୁ ଥିବା ଜନଗଣନା ଜାତି ଭିତ୍ତିରେ କରିବା ପାଇଁ ସାଂସଦ ଦାବି କରିଛନ୍ତି । 1931ରେ ଶେଷଥର ପାଇଁ ଜାତି ଭିତ୍ତିରେ ଜନଗଣନା କରାଯାଇଥିଲା । 2011ରେ ମଧ୍ୟ ଜାତି ଭିତ୍ତିରେ ଜନଗଣନା କରାଯାଇଥିଲା ମାତ୍ର ପଛୁଆବର୍ଗଙ୍କ ତାଲିକା ପ୍ରକାଶ କରାଯାଇନଥିଲା । 2021ରେ ଜାତି ଭିତ୍ତିକ ଜନଗଣନା କରାଗଲେ ବିଭିନ୍ନ ପଛୁଆବର୍ଗର ଜାତିମାନଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧାର ଲାଭ ଉଠାଇ ପାରିବେ ବୋଲି ଶ୍ରୀ ପାତ୍ର କହିଛନ୍ତି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଚଳିତ ବଜେଟ୍ ଅଧିବେଶନ ପରେ ବୁଧବାର ଦିନ ରେଳ ବଜେଟ୍ ଘୋଷଣା କରାଯାଇଛି। ବୁଧବାର ମିଳିଥିବା ସୂଚନା ଅନୁଯାୟୀ ଓଡିଶାକୁ 4373 କୋଟି ଟଙ୍କାର ରେଳ ବଜେଟ୍ ମିଳିଛି। ପୂର୍ବତଟ ରେଳବାଇକୁ 5865 କୋଟି ଅର୍ଥ ମିଳିଥିବା ବେଳେ ଏହା ମଧ୍ୟରୁ ଓଡିଶାକୁ ସିଂହଭାଗ ମିଳିବାକୁ ଯାଉଛି। ଗତବର୍ଷ 4593 କୋଟି ଟଙ୍କା ମିଳିଥିବା ବେଳେ ଝାରସୁଗୁଡା-ବରପାଲି କୋଲ କରିଡର ପାଇଁ 1400 କୋଟିଟଙ୍କା ଏନ୍ଟିପିସି ନିବେଶ କରିଥିଲା। ଉକ୍ତ ରେଳପଥ ନିର୍ମାଣ ସରିଥିବାରୁ ଚଳିତ ବର୍ଷ ଏନ୍ଟିପିସି ପକ୍ଷରୁ କୌଣସି ନିବେଶ କରାଯାଇ ନାହିଁ। ନୂତନ ଭାବରେ ନିର୍ମାଣ ହେବାକୁ ଥିବା ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀର 241 କିମି ରେଳପଥ ନିମନ୍ତେ 2957 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପଥ ପାଇଁ ଗତବର୍ଷ 350 କୋଟି ମଞ୍ଜୁର ହୋଇଥିବା ବେଳେ ଚଳିତ ବର୍ଷ 520 କୋଟି ମଞ୍ଜୁର କରାଯାଇଛି। ଅନୁଗୋଳ-ସୁକିନ୍ଦା…
ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗର ଜନୈକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି । କୁଜଙ୍ଗ ସମାଗଳର ପ୍ରମିଳା ବେହେରା (42) ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରନ୍ତି । ନିଜ ଭିବଷ୍ୟତ ନିମନ୍ତେ ପ୍ରମିଳା ନିଜ ଆକାଉଣ୍ଟ ନମ୍ବର 31521530275ରେ 22 ହଜାର 675ଟଙ୍କା ଜମା କରିଥିଲେ । ମାତ୍ର ଶାଶୁଙ୍କ ଦେହ ଖରାପ କାରଣରୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଆକାଉଣ୍ଟରେ ଟଙ୍କା ନଥିବା ଦେଖିଥିଲେ । ଏ ନେଇ ବ୍ୟାଙ୍କ ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରାଯାଇଥିବା ବେଳେ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା । ଏହା ପରେ ପ୍ରମିଳା କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ ।
କନ୍ଦର୍ପ ବେହେରା ସମ୍ବଲପୁର/ରେଢାଖୋଲ: ନାକ୍ଟିଦେଉଳ ବ୍ଲକ୍ ର ଖଣ୍ଡିଆମୁଣ୍ଡା ସେବାଶ୍ରମ ବିଦ୍ୟାଳୟକୁ ଜିଲ୍ଲାପାଳ ଅଚାନକ ଗସ୍ତକରି ପିଲାମାନଙ୍କୁ ପାଠ ପଢାଇଛନ୍ତି। ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା କିସିଣ୍ଡା ପଂଚାୟତର ଖଣ୍ଡିଆମୁଣ୍ଡା ସେବାଶ୍ରମ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇଥିବାର ଖବର ମିଳିଛି। ସେ ସିଧାସଳଖ କ୍ଲାସ୍ ରୁମ୍ କୁ ଯାଇ ପ୍ରଥମେ ପ୍ରଧାନଶିକ୍ଷକ ସୁରୁବାବୁ ମେହେରଙ୍କ ଉପସ୍ଥିତିରେ ପିଲାମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ। ଇଂରାଜୀରେ ୧୦୦ ପର୍ଯ୍ୟନ୍ତ ସଂଖ୍ୟା ପିଲାମାନଙ୍କୁ ପଚାରିଥିଲେ। ଜିଲ୍ଲାପାଳ ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ପାଠ ପଢାଇଥିଲେ। ଏଠାରେ ପ୍ରଶ୍ନ ଉଠେ ଯେ ଜିଲ୍ଲାପାଳ ଆସି ଏଠାରେ ବିଦ୍ୟାଳୟମାନଙ୍କୁ ପଶି ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଉଥିବା ବେଳେ ଏହା ଶିକ୍ଷକମାନଙ୍କ ଉପରେ କି ପ୍ରକାର ପ୍ରଭାବ ପକାଇବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି। ଜିଲ୍ଲାପାଳଙ୍କ ଗସ୍ତ ପରେ ଏହି ସେବାଶ୍ରମରେ ଶିକ୍ଷକ ଅଭାବ ସମସ୍ୟା ଦୂର ହେବା ନେଇ ଆଶା କରାଯାଉଛି। ସେହିପରି ସେବାଶ୍ରମ ହଷ୍ଟେଲରେ…
ରଞ୍ଜିତ ପଣ୍ଡା କୁଜଙ୍ଗ: କଟକ-ପାରାଦୀପ ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାଜପଥର ଲୋକନାଥ ଗଡ଼ାରେ ଘଟିଥିବା ଏହି ଦୁର୍ଘଟଣାରେ ଏକ ଟ୍ରକ୍ ଏବଂ କାର୍ ମଧ୍ୟରେ ଦୁର୍ଘଟଣା ଘଟି ଜଣଙ୍କର ପ୍ରାଣହାନି ଘଟିବା ସହିତ ତିନି ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି କଟକ ନୂଆ ବଜାର ସାରଦା ପ୍ରସାଦ ସ୍ବାଇଁ। ମୃତକ ଜଣକ ମଙ୍ଗଳବାର ରାତିରେ କଟକକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ କାର୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଶାରଦାଙ୍କର ମୃତ୍ୟୁ ଘଟିଥିବା ବେଳେ ଶିବ ପ୍ରସାଦ ସ୍ବାଇଁ ,ବିଜୟ କୁମାର ସାହୁ ଏବଂ ଦୀପକ ଜେନା ଗୁରୁତର ହୋଇଛନ୍ତି। ଆହତ ମାନଙ୍କୁ କଟକର ଏସ୍ସିବିକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଗ୍ରସ୍ତ ଗାଡି ନମ୍ବର ହେଉଛି ଓଡି ୦୨, ଇ୫୮୫୮।
ହାମିଲ୍ଟନ: ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ଭାରତକୁ ୪ ୱିକେଟରେ ପରାସ୍ତ କରିଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪ଟି ୱିକେଟ ହରାଇ ୩୪୭ ରନର ଏକ ବିଶାଳ ସ୍କୋର ନ୍ୟୁଜିଲାଣ୍ଡ ସାମ୍ନାରେ ରଖିଥିଲା। ଭାରତ ପକ୍ଷରୁ ଶ୍ରୀୟଶ ଆୟର ୧୦୭ଟି ବଲ ଖେଳି ୧୦୩ ରନ ସଂଗ୍ରହ କରିଥିଲେ। ସେହିପରି ଅଧିନାୟକ ବିରାଟ ୫୧ ରନ ସଂଗ୍ରହ କରିଥିବାବେଳେ କେ ଏଲ ରାହୁଲ ଏବଂ କେଦାର ଯାଦବ ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ୩୪୭ ରନରେ ପହଞ୍ଚାଇଥିଲେ। ରାହୁଲ ୬୪ଟି ବଲ ଖେଳି ୮୮ରନ କରିଥିବାବେଳେ କେଦାର ୧୫ଟି ବଲ ଖେଳି ୨୬ ରନ ସଂଗ୍ରହ କରିଥିଲେ। ନ୍ୟୁଜିଲାଣ୍ଡ ଦଳ ୩୪୮ରନର ଲକ୍ଷ୍ୟକୁ ମାତ୍ର ୪୮.୧ ଓଭରରେ ଅତିକ୍ରମ କରି ବିଜୟ ଲାଭ କରିଛି। ନ୍ୟଜିଲାଣ୍ଡ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ହେନରୀ ନିକୋଲ୍ସ ୭୮ରନ କରିଥିବାବେଳେ…
ଚେନ୍ନାଇ : ତାମିଲ ସୁପରଷ୍ଟାର ଧନୁଷଙ୍କ ବିପକ୍ଷରେ ନଜର ଆସିବାକୁ ଯାଉଛନ୍ତି ନିତ୍ୟା ମେନନ । ଧନୁଷଙ୍କ 44ତମ ଫିଲ୍ମକୁ ମିତ୍ରନ୍ ଜଓ୍ବାହାର ନିର୍ଦ୍ଦେଶନା ଦେଉଥିବା ବେଳେ ସନ୍ ପିକ୍ଚର ଏହାର ପ୍ରଯୋଜନା କରୁଛି । ପୂର୍ବରୁ ଧନୁଷ ନିତ୍ୟାଙ୍କ ସହିତ ୟାରାଡି ନି ମୋହିନୀ, ଉଥାମା ପୁଥିରାନ୍ ଏବଂ କୁଟ୍ଟୀରେ ଏକତ୍ର ନଜର ଆସିଛନ୍ତି । ଧନୁଷ ଉକ୍ତ ଫିଲ୍ମର କାହାଣୀ ଏବଂ ଚିତ୍ରନାଟ୍ୟ ଲେଖିଥିବା ବେଳେ ଏହା ଏକ ରୋମାଣ୍ଟିକ୍ କମେଡି ରହିବ ବୋଲି ଜଣାପଡିଛି । ମାରି ସେଲ୍ଭାରାଜଙ୍କ ସହିତ କର୍ଣ୍ଣନର ସୁଟିଂରେ ବ୍ୟସ୍ତ ରହିଛନ୍ତି ଧନୁଷ ।ଏହି ଫିଲ୍ମ ପରେ ଧନୁଷ କାର୍ତ୍ତିକ ନରେନ୍ଙ୍କ ଫିଲ୍ମ ଏବଂ ନିତ୍ୟାଙ୍କ ସହିତ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ । ନିତ୍ୟା ଶେଷଥର ପାଇଁ ବଲିଉଡ୍ ଫିଲ୍ମ ମିଶନ ମଙ୍ଗଲରେ ନଜର ଆସିଥିବା ବେଳେ ଧନୁଷ ଅତରଙ୍ଗୀରେ ନଜର ଆସିବାକୁ ଯାଉଛନ୍ତି ।

