Author: Samikhsya Bureau

ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି । ତେବେ ଭାରତୀୟ ଅର୍ଥନୀତିର ଅବସ୍ଥା ଶୋଚନୀୟ ଥିବାବେଳେ ଆଜିର ବଜେଟ୍‌ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଆଜି ଦିନ 11ଟାରେ ସଂସଦରେ ବଜେଟ୍‌ ଉପସ୍ଥାପନ ହେବ । ସମ୍ପ୍ରତି ଦେଶର ଜାରି ରହିଥିବା ଆର୍ଥିକ ମାନ୍ଦାବସ୍ଥା ସମୟରେ ଦେଶର ମଧ୍ୟବିତ୍ତ ମାନେ ବେଶ୍‌  ପ୍ରଭାବିତ ହୋଇଥିବା ବେଳେ ବଜେଟ ପରେ ସେମାନଙ୍କ ପର୍ସରୁ ଟଙ୍କା ଖାଲି ହେବ ନା ନିୟନ୍ତ୍ରଣ ହେବ ନେଇ ମଧ୍ୟ ଅନେକଙ୍କ ଚିନ୍ତା ରହିଛି । ତେବେ ବଜେଟ୍‌ ପୂର୍ବରୁ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟରେ ଚଳିତ ଆର୍ଥିକ ବର୍ଷ 2020-2021ରେ ଜିଡିପି ବିକାଶ ଦର 6ରୁ 6.5 ପ୍ରତିଶତ ରହିବା ନେଇ ସମ୍ଭାବନା ରହିଛି । ତେବେ ଚଳିତ ବଜେଟ୍‌ଟି ବିକାଶ କେନ୍ଦ୍ରିକ ହେବା ନେଇ ସମ୍ଭାବନା ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ…

Read More

ନୂଆଦିଲ୍ଲୀ- ଆଉ ମାତ୍ର କିଛି ସମୟର ଅପେକ୍ଷା, ଅଳ୍ପ ସମୟ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପିତ କରିବେ ଚଳିତ ଆର୍ଥିକ ବର୍ଷର ସାଧାରଣ ବଜେଟ। ତେବେ ଏଥରର ବଜେଟରେ କଣ ରହିଛି ତାହାକୁ ନେଇ ସାରା ଭାରତର ଲୋକ ଅପେକ୍ଷା କରି ରହିଛନ୍ତି। ମୁଖ୍ୟତଃ ଇନକମ ଟାକ୍ସ ସ୍ଲାବ କେତେ ରହୁଛି, ଏଥିରେ କିଛି ପରବର୍ତ୍ତନ ହେଉଛି କି ନାହିଁ ସେ ନେଇ ଅନେକ ଅପେକ୍ଷା କରି ରହିଛନ୍ତି। ସେହିପରି ସାଧାରଣ ସାମଗ୍ରୀର ମୂଲ୍ୟରେ କଣ ପରିବର୍ତ୍ତନ ହେବ ସେ ନେଇ ମଧ୍ୟ ସମସ୍ତଙ୍କର ଅପେକ୍ଷା ରହିଛି। ଆଜି ସକାଳୁ ଅର୍ଥମନ୍ତ୍ରୀ ସୀତାରମଣ ଏବଂ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ଉଭୟ ଅର୍ଥମନ୍ତ୍ରଣାଳୟକୁ ଆସି ବର୍ତ୍ତମାନ ବଜେଟ ପାଇଁ ପ୍ରସ୍ତୁତି କରିଛନ୍ତି। ଆଉ କିଛି ସମୟ ପରେ ଉଭୟ ସଂସଦରେ ପହଁଚି ସାଧାରଣ ବଜେଟ ଉପସ୍ଥାପତି କରିବେ।

Read More

ସମୀକ୍ଷା ବ୍ୟୁରୋ ବାରିପଦା : ଜଣେ ମହିଳା ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତ ଶିଶୁ ପୁତ୍ର ଜନ୍ମ କରିଛନ୍ତି । ଏହି ଘଟଣାକୁ ନେଇ ଶନିବାର ସକାଳୁ ରଘୁନାଥ ମୁର୍ମୁ ମେଡିକାଲ ପରିସରରେ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡ଼ିଛି । ସଂପୃକ୍ତ ମହିଳାଙ୍କ ସଂପର୍କୀୟମାନେ ଡାକ୍ତରଖାନା ତରଫରୁ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ଜିଲ୍ଲାର ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ପାଇକବସା ଗାଁର ବଜ୍ରତୁଣ୍ଡି ଗାଁର ସୁରେଖା ବେହେରା (୨୭) ନାମରେ ଜଣେ ମହିଳା ୪ ଦିନ ପୂର୍ବରୁ ରଘୁନାଥ ମୁର୍ମୁ ହସ୍ପିଟାଲକୁ ପ୍ରସୂତି ପାଇଁ ଆସିଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା ।  ସେ ଏକ ମୃତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଏହା ପରେ ପରିବାର ଲୋକେ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣି ଉତ୍ତେଜନା…

Read More

କେଦାର ମିଶ୍ର ଦିଲ୍ଲୀ ନିର୍ବାଚନରେ “ଦେଶ କି ଗଦ୍ଦାରୋ କୋ, ଗୋଲି ମାରୋ ଶାଲୋ କୋ” ଭଳି ଜଘନ୍ୟ ସ୍ଲୋଗାନକୁ ସର୍ବାଧିକ ପ୍ରାଧାନ୍ୟ ଦେଉଥିବା ବିଜେପି ପାଇଁ ଜାନୁଆରୀ ୩୦ ତାରିଖ ଐତିହାସିକ ଦିବସ ନିଶ୍ଚୟ। ୧୯୪୮ ଜାନୁଆରୀ ୩୦ ତାରିଖରେ ଏମିତି ଗୁଳି ମାରିବାର ଭାବନା ନେଇ ନାଥୁରାମ ଗଡସେ ନାମକ ଜଣେ ଯୁବକ ଭାରତର ଭାରତର ସର୍ବଶ୍ରେଷ୍ଠ ଜନନାୟକ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲା। ନାଥୁରାମ ଥିଲା ବୈଚାରିକ ଭାବରେ ଅନ୍ଧ ଓ ତା ମନ ଭିତରେ କେବଳ ଘୃଣାର ଭାବନା ଭାରି ରହିଥିଲା। ସେମିତି ୨୦୨୦ ଜାନୁଆରୀ ୩୦ ତାରିଖ ଦିନ ଆଉ ଜଣେ ଉନ୍ମାଦ ଯୁବକ କିଛି ପ୍ରତିବାଦକାରୀ ଯୁବକଙ୍କ ଉପରେ ଗୁଳି ଚଳାଇଥିଲା। ଦିଲ୍ଲୀ ପୁଲିସର ଉପସ୍ଥିତିରେ, ସୋସିଆଲ ମିଡିଆରେ ଖୋଲାଖୋଲି ଘୋଷଣା କରି ରାମଭକ୍ତ ନାମକ ଜଣେ ୧୭ ବର୍ଷର ଯୁବକ ପ୍ରତିବାଦକାରୀ ଜାମିଆ ମିଲିଆର ଛାତ୍ରଛାତ୍ରୀଙ୍କ ଉପରକୁ ଗୁଳି ଚଳାଇଥିଲା। ମାତ୍ର…

Read More

ଭୁବନେଶ୍ବର, ଆସନ୍ତାକାଲିଠାରୁ ଭୁବନେଶ୍ବରର ସୋଆ ଡିମଡ୍ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେଉଛି ସୋଆ ଲିଟେରଚର ଫେଷ୍ଟିଭାଲ। ସୋଆ ଡିମଡ ବିଶ୍ବବିଦ୍ୟାଳୟରେ ଏହି ଉତ୍ସବ ଦୁଇଦିନ ଧରି ଚାଲିବ। ପ୍ରଥମ ଥର ପାଇଁ ଓଡିଆ ତଥା ଭାରତୀୟ ସାହିତ୍ୟକୁ ପ୍ରଚାର ପ୍ରସାର କରାଇବା ପାଇଁ ସୋଆ ତରଫରୁ ଏହି ପଦକ୍ଷେପ ଆରମ୍ଭ କରାଯାଇଛି। ଏହି ଉତ୍ସବରେ ଓଡିଶା ତଥା ରାଜ୍ୟ ବାହାର ପ୍ରାୟ ଶହେ ସାହିତ୍ୟିକ ଯୋଗ ଦେଉଛନ୍ତି। ଏଥିରେ ଭାରତୀୟ ସାହିତ୍ୟ, ଓଡିଆ ସାହିତ୍ୟ, ଚଳଚିତ୍ରରେ ସାହିତ୍ୟ ଏବଂ କବିତା ପାଠ ଉତ୍ସବ ଆୟୋଜିତ ହେବ। ଏହି ଦୁଇଦିନ ମଧ୍ୟରେ ସାହିତ୍ୟର ବିଭିନ୍ନ ବିଭାଗକୁ ନେଇ 26ଟି ଆଲୋଚନା ଚକ୍ର ଏବଂ ସାକ୍ଷାତକାର କାର୍ଯ୍ୟକ୍ରମ ରଖାଯାଇଛି। ଉଦଘାଟନ ଉତ୍ସବରେ ଡ. ସୀତାଶୁଂ ୟାଶଚନ୍ଦ୍ରା, ଡ ପ୍ରତିଭା ରାୟ, ଡ ବାସଦେବ ମୋହୀ, ଡ. ଧନେଶ୍ବର ମୁଲାୟ, ପ୍ରଫେସର ଆର.କେ ଚୌହାନ ଏବଂ ଗାୟତ୍ରୀବାଳା ପଣ୍ଡା। ଏହି କାର୍ଯ୍ୟକ୍ରମର ସୋଆର ପ୍ରତିଷ୍ଠାତା ମନୋରଂଜନ ନାୟକ…

Read More

ମୁମ୍ବାଇ : ଭାରତରେ ଓଟିଟିଚ ପ୍ଲାଟଫର୍ମର ବର୍ଦ୍ଧିତ ଲୋକପ୍ରିୟତା କାରଣରୁ ବିଭିନ୍ନ ବଲିଉଡ କଳାକାର ଓ୍ବେବ୍‌ ସିରିଜ୍‌ରେ ନଜର ଆସୁଥିବା ବେଳେ ସୋନାକ୍ଷୀ ସିହ୍ନା ମଧ୍ୟ ଓ୍ବେବ୍‌ ସିରିଜ୍‌ ପଦାର୍ପଣ କରିବାକୁ ଯାଉଛନ୍ତି । ଏହା ସହିତ ନିର୍ଦ୍ଦେଶିକା ରୀମା କାଗତି ମଧ୍ୟ ନିଜର ଓଟିଟି ପଦାର୍ପଣ କରିବାକୁ ଯାଉଛନ୍ତି । ରୀମା ଏହି ଓ୍ବେବ୍‌ ସିରିଜ୍‌ର ନିର୍ଦ୍ଦେଶନା ଦେବା ସହିତ କାହାଣୀ ମଧ୍ୟ ଲେଖିଛନ୍ତି । ଫଲେନ୍‌ ନାମକ ଏହି ଓ୍ବେବ୍‌ ସିରିଜ୍‌ 1972ର ଭାରତ ପାକିସ୍ତାନ ଯୁଦ୍ଧ ଉପରେ ପର୍ଯ୍ୟବେସିତ । ଏହି ସିରିଜ୍‌ରେ ବିଜୟ ବର୍ମା ଏବଂ ଗୁଲଶନ ଦେବୈୟା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଓ୍ବେବ୍‌ ସିରିଜ୍‌ ବ୍ୟତିତ ସୋନାକ୍ଷୀ ଭୁଜ୍‌ ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆରେ ନଜର ଆସିବାକୁ ଯାଉଛନ୍ତି ।

Read More

ନୂଆଦିଲ୍ଲୀ : ଜାମିଆ ଗୁଳିଚାଳନାକାରୀ ଅଭିଯୁକ୍ତକୁ 14 ଦିନିଆ ପୋଲିସ୍‌ ରିମାଣ୍ଡରେ ପଠାଯାଇଛି । 14 ଦିନିଆ ରିମାଣ୍ଡରେ ପଠାଯାଇଥିବା ବେଳେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତର ଅସ୍ଥିମଜ୍ଜା ପରୀକ୍ଷଣ ପାଇଁ ଆବେଦନ କରାଯାଇଛି । ଉତ୍ତର ପଦେଶର ଜେଓ୍ବାରରେ ଅଭିଯୁକ୍ତଙ୍କ ସ୍କୁଲ ପକ୍ଷରୁ ସେ ନାବାଳକ ଥିବା ନେଇ ସୂଚନା ଦିଆଯାଇଛି । ନାବାଳକର ସ୍କୁଲ ପକ୍ଷରୁ ତାଙ୍କର ଜନ୍ମତାରିଖ 8 ଏପ୍ରିଲ 2002 ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଜଣକ ଜାମିଆ ମାଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କୁ ଗୁଳି ମାରିଥିଲେ ।

Read More

କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲ ଉପଖଣ୍ଡରେ ରହିଥିବା ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କୁ ଘରକୁ ଫେରିବାକୁ ପଡିଛି । ଏହା ସହିତ ସ୍ଥାୟୀ ଶିକ୍ଷକ ନଥିବାରୁ ଅଭିଭାବକଙ୍କ ପକ୍ଷରୁ ବିଦ୍ୟାଳୟକୁ ତାଲା ମାରି ବନ୍ଦ କରି ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତ ମାସର ଜାନୁୟାରୀ 27 ତାରିଖ ଦିନ ଅଭିଭାବକଙ୍କ ଧାରଣା ଏବଂ ବିଦ୍ୟାଳୟରେ ତାଲା ପରେ ବ୍ଲକ୍‌ ଶିକ୍ଷା ଅଧିକାରୀ ବିଶ୍ବନାଥ ସାହୁ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ । ତିନି ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ନେଇ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଘୋଷରାମାଳ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ ସୁଦର୍ଶନ ରାଉଳଙ୍କୁ ତିନି ଦିନ ପଢାଇବା ପାଇଁ ନିଯୁକ୍ତ କରିଥିଲେ । ମାତ୍ର ଅଭିଭାବକଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇ ବିଦ୍ୟାଳୟରେ ତାଲା ପକାଯିବାରୁ ଶିକ୍ଷକ ଫେରିଯିବା ସହିତ ଛାତ୍ରଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି ।

Read More

ସମୀକ୍ଷା ବ୍ୟୁରୋ ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ଗ୍ରାମପଞ୍ଚାୟତର ଭାପୁର(ବୃନ୍ଦାବନପୁର) ଗ୍ରାମର ଜଣେ ନାବାଳକ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ନାବାଳକଙ୍କ ଘର ସମ୍ମୁଖରେ ରହିଥିବା ନନ୍ଦ ପୋଖରୀରେ ଏହି ଅଘଟଣ ଘଟିଛି। ଉଲ୍ଲେଖଯୋଗ୍ୟ ଯେ, ସମୀର ରାଉତଙ୍କ ୧୦ ବର୍ଷର ନାବାଳକ ପୁତ୍ର ପୋଖରୀକୁ ହାତ ଧୋଇବାକୁ ଯାଇଥିବା ସମୟରେ ଅଚାନକ ଗୋଡ ଖସିଯିବାରୁ ବାଳକ ଜଣକ ପୋଖରୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକ ବାଳକଙ୍କୁ ଉଦ୍ଧାର କରିଥିଲେ । ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ବାଣପୁର ଡାକ୍ତରଖାନାକୁ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନର ବିଶ୍ଵ ବ୍ୟାପୀ ପ୍ରଚାର, ପ୍ରସାର ଓ ବିକାଶ ଉଦ୍ଦେଶ୍ୟ ନେଇ ଓଡିଶା ସରକାରଙ୍କ ପକ୍ଷରୁ ଷୋଡଶ ଧଉଳି-କଳିଙ୍ଗ ମହୋତ୍ସବ ଆୟୋଜିତ ହେବାକୁ ଯାଉଛି । ପ୍ରତି ବର୍ଷ ଫେବ୍ରୁୟାରୀ ଧଉଳି ପାହାଡର ପାଦ ଦେଶରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ଫେବୃୟାରୀ 7 ତାରିଖରୁ ଅନୁଷ୍ଠିତ ହେବ । ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଏହିଠାରେ ଅବସ୍ଥିତ ଶାନ୍ତି ସ୍ତୂପକୁ ସାକ୍ଷୀ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରିବେ । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଡ୍ୟାନ୍ସ ଏକାଡେମି ତରଫରୁ ବୁଦ୍ଧ ସମ୍ମାନ ଓ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ, ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ପରିଚିତ ପାଇଥିବା କୃତବିଦ୍ୟ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରଦାନ କରା ଯିବ । ପ୍ରଖ୍ୟାତ ଓଡିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାୟାଧର…

Read More

ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀର ଜାମିଆ ମାଲିଆ ବିଶ୍ବ ବିଦ୍ୟାଳୟରେ ଘଟି ଯାଇଥିବା ଗୁଳିକାଣ୍ଡ ପାଇଁ ବିଜେପିକୁ ଦାୟୀ କରିଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ଗତକାଲି ଘଟିଥିବା ଗୁଳିକାଣ୍ଡରେ ଜଣେ ଛାତ୍ର ଆହତ ହୋଇଥିବା ବେଳେ ଏହି ଆକ୍ରମଣ ପାଇଁ ବିଜେପିକୁ ଦାୟୀ କରିଛନ୍ତି ଥରୁର୍‌ । ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରୁଥିବା ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି ଚଳାଇ କିଛି ବ୍ୟକ୍ତି ନିଜକୁ ଶକ୍ତିଶାଳୀ ବୋଲି ବିବେଚନା କରୁଛନ୍ତି ବୋଲି ଥିରୁଅନନ୍ତପୁରମ୍‌ ସାଂସଦ ପ୍ରକାଶ କରିଛନ୍ତି । ସରକାର ହିଂସା ଏବଂ ଘୃଣାର ରାଜନୀତି କରୁଛନ୍ତି ଏବଂ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥରୁର୍‌ ପ୍ରକାଶ କରିଛନ୍ତି ।

Read More

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପୁଣିଥରେ ନ୍ୟାୟ ବିଳମ୍ବିତ ହୋଇଛି । ଆସନ୍ତା କାଲି ସମସ୍ତ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ପ୍ରଦାନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ କୋର୍ଟ ଏହା ଉପରେ ରୋକ୍‌ ଲଗାଇଛନ୍ତି । ମାମଲାର ଆସନ୍ତା ଶୁଣାଣି ପର୍ଯ୍ୟନ୍ତ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଫାଶୀ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଆସନ୍ତା କାଲି ଫାଶୀ ନହେବା ସମ୍ଭାବନା ସ୍ପଷ୍ଟ ହୋଇଛି । ଦୁଇ ଅଭିଯୁକ୍ତଙ୍କ ରାଜକ୍ଷମା ଆବେଦନ ବାକି ରହିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ରାଜକ୍ଷମା ପାଇଁ ଆବେଦନ କରିଛନ୍ତି । ତେଣୁ ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରାଯିବ ବୋଲି ଜଣାପଡିଛି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆରମ୍ଭ ହୋଇଛି କାର୍ଯ୍ୟ । ତିନି ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଗଠିତ 3ଟି ଟିମ୍‍ ଅଚାନକ ପାଟକୁରା ଗସ୍ତ କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ୍‍ ଯୋଗାଣ ଆଦିର ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡି.ଏସ୍‍.କୁଟ୍ଟେ, ଅତିରିକ୍ତ ସଚିବ ରୂପା ରୋଶନ ସାହୁ ଓ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍‍ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ । ଏହି ବରିଷ୍ଠ ଅଧିକାରୀମାନେ ପ୍ରତି ପଞ୍ଚାୟତର ବିଦ୍ୟାଳୟ ଗୁଡିକ ପରିଦର୍ଶନ କରିଥିବାବେଳେ ନିର୍ବାଚିତ ଲୋକପ୍ରତିନିଧିମାନଙ୍କୁ ସିଧାସଳଖ ଭେଟିଥିଲେ । ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ସହିତ ସେମାନଙ୍କ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟଜଳ, ସଡକ ଯୋଗାଯୋଗ ଓ ବିଦ୍ୟୁତ୍‍ସେବା ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ପାଟକୁରା ନିର୍ବାଚନମଣ୍ଡଳୀର…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ପାଟକୁରାର ସାନ ଅଢଙ୍ଗରେ ରହିଥିବା ଏକ ବେଆଇନ୍‌ ମଦ ଦୋକାନକୁ ସିଲ୍‌ କରାଯାଇଛି । ସାନ ଅଢଙ୍ଗ ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯିବା ପରେ ଆଇପିଏସ୍‌ ଅଫିସର ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଡି ଏସ୍‌ କୁଟ୍ଟୀଙ୍କ ଦ୍ବାରା ମଦ ଦୋକାନକୁ ସିଲ୍‌ କରାଯାଇଥିଲା । ସ୍କୁଲ ନିକଟରେ ବେଆଇନ ଭାବରେ ଏହି ମଦ ଦୋକାନ ଖେଲାଯାଇଥିବା ନେଇ ଅଭିଯୋଗ କରାଯାଇଥିଲା ।

Read More

ସମୀକ୍ଷା ବ୍ୟୁରୋ ଅର୍ଥନୈତିକ ସର୍ବେକ୍ଷଣରେ ଅନେକ କଥା ଥାଏ ଯାହାକି ସହଜରେ ସାଧାରଣ ଲୋକ ବୁଝି ପାରନ୍ତି ନାହିଁ। ଗତ କିଛି ବର୍ଷର ଅନୁଭବରୁ ଆମେ ଜାଣିଛୁ ଯେ ଅର୍ଥନୈତିକ ସର୍ବେକ୍ଷଣ କରୁଥିବା ଭବିଷ୍ୟବାଣୀ କେବେ ହେଲେ ଠିକ ହେଉନାହିଁ। ଗତବର୍ଷ ଅର୍ଥନୈତିକ ସର୍ବେକ୍ଷଣରେ ଦେଶର ଅଭିବୃଦ୍ଧି ହାର ୭% ରହିବ ବୋଲି ଆକଳନ କରାଯାଇଥିଲା। ତେବେ ବର୍ଷ ପୂରିଲା ବେଳକୁ ଏହା ୫% ଭିତରେ ହିଁ ରହିବ ବୋଲି ଜଣା ପଡୁଛି। ଆଜି ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ବେକ୍ଷଣରୁ ଗୋଟିଏ ତଥ୍ୟର ଆଲୋଚନା ଆମେ କରୁଛୁ। ଚଳିତ ବର୍ଷ ବିଭିନ୍ନ ଜାତୀୟ ବ୍ୟାଙ୍କରେ ସାଧାରଣ କରଦାତାଙ୍କର ଅର୍ଥକୁ ସରକାର ପୁଞ୍ଜି ଭାବରେ ଖଟାଇଥିଲେ। ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ସାଧାରଣ କରଦାତାଙ୍କର ୪ ଲକ୍ଷ ୩୦ ହଜାର କୋଟି ଟଙ୍କା ବିଭିନ୍ନ ଜାତୀୟ ବ୍ୟାଙ୍କରେ ରହିଛି। ସରକାରୀ ସୂତ୍ର କହୁଛି ସରକାରୀ ବ୍ୟାଙ୍କରେ ରହିଥିବା ଟଙ୍କା ପିଛା ୨୩ ପଇସା କ୍ଷତି…

Read More

ଓ୍ବେଲିଙ୍ଗଟନ୍‌ : ଚୋକର୍‌ ଆଖ୍ୟାକୁ ସଠିକ୍‌ ପ୍ରମାଣିତ କରିଛି ନ୍ୟୁଜିଲ୍ୟାଣ୍ଡ । ସୁମଦାୟ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିଥିବା ନ୍ୟୁଜିଲ୍ୟାଣ୍ଡ ପୁନର୍ବାର ଅନ୍ତିମ ଓଭର ଚାପ ଆଗରେ ହାର ମାନିଥିଲା । ଅନ୍ତିମ ଓଭରରେ ମାତ୍ର 7 ରନ୍‌ ଆବଶ୍ୟକ ଥିବା ବେଳେ କ୍ରିଜ୍‌ରେ ମହଜୁଦ ଥିଲେ ଦୁଇ ସେଟ୍‌ ବ୍ୟାଟ୍ସମ୍ୟାନ୍‌ ରସ୍‌ ଟେଲର(23) ଏବଂ ଟିମ୍‌ ସିଫର୍ଟ(57) । ମାତ୍ର ଚମତ୍କାର ବୋଲିଂ ପ୍ରଦର୍ଶନ କରିବା ସହିତ ଶାର୍ଦ୍ଦୁଲ ଠାକୁର ମାତ୍ର 6 ରନ୍‌ ବ୍ୟୟ କରିବା ସହିତ ମ୍ୟାଚ୍‌କୁ ସୁପର ଓଭରକୁ ନେଇଥିଲେ । ସୁପର ଓଭରରେ ଯଶପ୍ରୀତ୍‌ ବୁମ୍‌ରାଙ୍କ ଓଭରରେ ନ୍ୟୁଜିଲ୍ୟାଣ୍ଡ 1 ଓ୍ବିକେଟ ହରାଇ 13 ରନ୍‌ ସଂଗ୍ରହ କରିଥିଲା । 14 ରନ୍‌ର ପିଛା କରୁଥିବା ଭାରତ ପକ୍ଷରୁ କେଏଲ୍‌ ରାହୁଲ ପ୍ରଥମ ତିନି ବଲ୍‌ରେ 10 ରନ୍‌ କରି ଆଉଟ୍‌ ହୋଇଥିଲେ । ପରେ ଅଧିନାୟକ ବିରଟ କୋହଲି 6 ରନ୍‌ କରି ଭାରତକୁ…

Read More

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ରାଜ୍ୟସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍‌ଙ୍କ ଦ୍ବାରା ପ୍ରସ୍ତୁତ ସର୍ବେକ୍ଷଣ ରିପୋର୍ଟ ଦାଖଲ କରିଛନ୍ତି ସୀତାରମଣ । ସର୍ବେକ୍ଷଣ ରିପୋର୍ଟରେ 2025 ସୁଦ୍ଧା 5 ଟ୍ରିଲିୟନ୍‌ ଅର୍ଥନୀତି ଉପରେ ଗୁରୁତ୍ବାରୋପ କରାଯିବା ସହିତ ଆସନ୍ତା 5 ବର୍ଷ ମଧ୍ୟରେ 4 କୋଟି ଏବଂ 2030 ସୁଦ୍ଧା 8 କୋଟି ନୂତନ ନିଯୁକ୍ତି ସୃଷ୍ଟି କରାଯିବା ନେଇ ଉଲ୍ଲେଖ କରାଯାଇଛି । ଆସେମ୍ବଲିଂ ଇନ୍‌ ଇଣ୍ଡିଆ ଫର୍‌ ଓ୍ବାର୍ଲ୍‌ଡ ଜରିଆରେ ଏହି ନିଯୁକ୍ତି ସୃଷ୍ଟି କରାଯିବା ସହିତ 5 ଟ୍ରିଲିୟନ୍‌ ଅର୍ଥନୀତି ସମ୍ଭବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେହିପରି ବିତ୍ତୀୟ ଅଭିବୃଦ୍ଧି ହାର 5 ପ୍ରତିଶତ ଲକ୍ଷ୍ୟ ରଖାଯାଇଥିବା ବେଳେ ଘରୋଇ ଅଭିବୃଦ୍ଧି ହାର 6ରୁ 6.5 ପ୍ରତିଶତ ମଧ୍ୟରେ ରହିବା ନେଇ ପୂର୍ବାନୁମାନ ଲଗାଯାଇଛି । ଭାରତୀୟ ଅର୍ଥ…

Read More

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଚର୍ଚ୍ଚିତ ତ୍ରିପଲ୍‌ ମର୍ଡର କେସ୍‌ର ପର୍ଦ୍ଦାଫାସ ହୋଇଛି । ଜାନୁଆରୀ 24 ତାରିଖରେ ଘଟିଥିବା ଏହି ଘଟଣାରେ ବାପା-ମା‘ଙ୍କ ସମେତ ସାନ ପୁଅର ହତ୍ୟା ହୋଇଥିଲା । 12 ବର୍ଷୀୟ ନାବାଳକ ଜଣକ ଏହି ଘଟଣା ଘଟାଇଥିଲେ । ନାବାଳକ ଜଣକ ସାମାନ୍ୟ କେତୋଟି ଟଙ୍କା ପାଇଁ ନିଜ ରକ୍ତ ସମ୍ପର୍କକୁ ତୁଚ୍ଛ କରି ଏଭଳି କାଣ୍ଡ ଘଟାଇଥିବାର ପୋଲିସ୍‌ ସ୍ପଷ୍ଟ କରିଛି । ଘଟଣାଦିନ ମା’ଙ୍କୁ 1500ଟଙ୍କା ମାଗିଥିବାବେଳେ ମା’ ଦେବାକୁ ମନା କରିଥିଲେ । ଏହାପରେ ମା’ଙ୍କ ସହ ତାଙ୍କର ଝଗଡା ହୋଇଥିଲା । ପରେ ରାଗରେ ସେ ତାଙ୍କ ମା’ଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଦେଲେ । ଏହାର କିଛି ସମୟ ପରେ ତାଙ୍କ ବାପା ଯେତେବେଳେ ଘରେ ପହଞ୍ଚିଲେ, ସେ ତାଙ୍କ ପିତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ନାବାଳକଙ୍କ ପିତା…

Read More

ରଞ୍ଜିତ ପଣ୍ଡା : କୁଜଙ୍ଗ ବ୍ଲକ୍‌ର ନୂତନ ବ୍ଲକ୍‌ ଉନ୍ନୟନ ଅଧିକାରୀ ଭାବରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ହେମନ୍ତ କୁମାର ମହନ୍ତ । ଦୀର୍ଘ ଚାରି ମାସ ହେବ ଖାଲି ପଡିଥିବା ଏହି ସ୍ଥାନ ପାଇଁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ବିଡିଓ ଶ୍ରୀ ମହନ୍ତଙ୍କୁ ନିଯୁକ୍ତି ଦିଆଯାଇଛି । ବିବାଦୀୟ ପରସ୍ଥିତିରେ ପୂର୍ବତନ ବିଡିଓ କିଶୋର ଚନ୍ଦ୍ର ସ୍ବାଇଁଙ୍କୁ ନଭେମ୍ବର 11ରୁ ବଦଳି କରାଯିବା ପରେ ଏହି ପଦବୀ ଖାଲି ପଡିଥିଲା । ଦୁଇ ଦିନ ତଳେ ହେମନ୍ତ କୁମାର ମହନ୍ତଙ୍କ ନାମ ନୂତନ ବିଡିଓ ଭାବରେ ଘୋଷଣା କରାଯାଇଥିବା ବେଳେ ସେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ନୂତନ ଭାବରେ କର୍ଯ୍ୟରେ ଯୋଗ ଦେଇଥିବା ଶ୍ରୀ ମହନ୍ତଙ୍କୁ ସହକାରୀ ବିଡିଓ ସନ୍ତୋଷ କୁମାର ଶତ୍‌ପଥୀଙ୍କ ସମେତ ସମସ୍ତ ବ୍ଲକ୍‌ କର୍ମଚାରୀ ଶୁଭେଚ୍ଛା ଜଣାଇଛନ୍ତି ।

Read More

କାନବେରା : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ତ୍ରୀରାଷ୍ଟ୍ରୀୟ ସିରିଜ୍‌ରେ ଭାରତୀୟ ମହିଳା ଦଳ ସହଜ ବିଜୟ ହାସଲ କରିଛି । ବୋଲର ଏବଂ ହରମନ୍‌ପ୍ରୀତ୍‌ କୌର୍‌ଙ୍କ ସଫଳତା ଫଳରେ ଭାରତୀୟ ଦଳ ଇଂଲଣ୍ଡକୁ 5 ଓ୍ବିକେଟରେ ପରାସ୍ତ କରିଛି । ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିବା ଭାରତ ପକ୍ଷରୁ ଦୀପ୍ତି ଶର୍ମା, ଶିଖା ପାଣ୍ଡେ ଏବଂ ରାଜେଶ୍ବରୀ ଗାଏକ୍ବାଡ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ବୋଲରଙ୍କ ସଫଳତା କାରଣରୁ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ 7 ଓ୍ବିକେଟ ହରାଇ 147 ରନ୍‌ ସଂଗ୍ରହ କରିଥିଲା । ଇଂଲଣ୍ଡ ପକ୍ଷରୁ ହିଥର ନାଇଟ୍‌ ସର୍ବାଧିକ 67 ରନ୍‌ ମସଂଗ୍ରହ କରିଥିଲେ । ଜବାବରେ ଭାରତ 19.3 ଓଭରରେ 5 ଓ୍ବିକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା । ଭାରତ ପକ୍ଷରୁ ହରମନପ୍ରୀତ୍‌ କୌର୍‌ ସର୍ବାଧିକ ଅପରାଜିତ 42 ରନ୍‌ ସଂଗ୍ରହ କରିଥିବା ବେଳେ ଶେଫାଳୀ ବର୍ମା 30…

Read More