Author: Samikhsya Bureau

ହାଇଦ୍ରାବାଦ : ଦୁଇ ପୁଅଙ୍କୁ ଗିରଫ କରାଯିବା ପରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି ପିତା ମାତା । ତେଲେଙ୍ଗାନାର ଭାଁସିଆ ସହରରେ ସଙ୍ଗଠିତ ସିଏଏ ଆନ୍ଦୋଳନରେ ଦମ୍ପତ୍ତିଙ୍କ ଦୁଇ ପୁଅଙ୍କୁ ଗିରଫ କରାଯାଇଥିଲା । ଗୁରୁବାର 73 ବର୍ଷୀୟ ଦମ୍ପତ୍ତି ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି । 73 ବର୍ଷୀୟ ଅବ୍‌ଦୁଲ୍‌ ଆହାଡ ବନାରସୀ ପ୍ରଥମେ ପ୍ରାଣ ହରାଇଥିବା ବେଳେ ତାଙ୍କ ପତ୍ନୀ ଅହମଦୀ ବେଗମ୍‌(65) ମଧ୍ୟ ପ୍ରାଣ ହରାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ସିଏଏ ବିରୋଧୀ ଆନ୍ଦୋଳନ କାରଣରୁ ଉଭୟଙ୍କ ଦୁଇ ପୁଅ ଅବ୍‌ଦୁଲ୍‌ କାଶିଫ୍‌(24) ଏବଂ ଅବ୍‌ଦୁଲ୍‌ ଆସିଫ୍‌(21)ଙ୍କମୁ ଜାନୁୟାରୀ 13 ତାରିଖରେ ଗିରଫ କରାଯାଇଥିଲା । ଉଭୟଙ୍କୁ ବୁଧବାର କୋର୍ଟରେ ହାଜର କରାଯାଇଥିବା ବେଳେ ହାତକଡିରେ ଦେଖି ପିତାମାତା ହୃଦ୍‌ଘାତର ଶିକାର ହୋଇ ପ୍ରାଣ ହରାଇଥିଲେ । (ଏଜେନ୍ସୀ)

Read More

ବେଜିଂ : କୋରୋନା ଭାଇରସ୍‌ ସମ୍ପର୍କରେ ଅଧିକ ଅଧ୍ୟୟନ ନିମନ୍ତେ ଅଲୀବାବାର ପ୍ରତିଷ୍ଠାତା ଜ୍ୟାକ୍‌ ମା 100 ମିଲିଅନ୍‌ ୟୁଆନ୍‌ ପ୍ରଦାନ କରିଛନ୍ତି । ଚୀନ୍‌ରେ କୋରୋନା ଭାଇରସ୍‌ ପ୍ରଭାବରେ 132 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 6 ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଚୀନ୍‌ର ସର୍ବବୃହତ କମ୍ପାନୀ ଅଲୀବାବାର ମୁଖ୍ୟ ଜ୍ୟାକ୍‌ ମା ଗୁରୁବାର ଦିନ ଏହି ଘୋଷଣା କରିଛନ୍ତି । ଅଲୀବାବାକୁ ଏକ ନମ୍ବର କମ୍ପାନୀ ଭାବରେ ପ୍ରତିଷ୍ଠିତ କରିବାରେ ଚୀନ୍‌ ବାସୀଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ । ତେଣୁ ଏପରି ସମୟରେ ଚୀନ୍‌ବାସୀଙ୍କ ସହାୟତା କରିବା ଅଲୀବାବାର ଦାୟିତ୍ବ ବୋଲି ଜ୍ୟାକ୍‌ ମା କହିଛନ୍ତି । (ଏଜେନ୍ସୀ)

Read More

ମୁମ୍ବାଇ : ଏକତ୍ର ନଜର ଆସିବାକୁ ଯାଉଛନ୍ତି ଖିଲାଡୀ ଅକ୍ଷୟ କୁମାର, ସାଉଥ୍‌ ସେନ୍‌ସେସନ୍‌ ଧନୁଷ ଏବଂ ସାରା ଅଲୀ ଖାନ୍‌ ଏକତ୍ର ନଜର ଆସିବାକୁ ଯାଉଛନ୍ତି । ଆନନ୍ଦ ଏଲ୍‌ ରାଇଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ତିନି କଳାକାରଙ୍କ ଫଟୋ ଗୁରୁବାର ଅକ୍ଷୟ କୁମାର ସେୟାର କରିଛନ୍ତି । ଫିଲ୍ମର ନାମ ଅତରଙ୍ଗୀ ରେ ରହିଥିବା ବେଳେ ଫିଲ୍ମଟି ଏକ ମ୍ୟୁଜିକାଲ୍‌ ଲଭ୍‌ଷ୍ଟୋରୀ ରହିଛି । ଫିଲ୍ମର କାହାଣୀ ସମ୍ପର୍କରେ ଅନ୍ୟ କୌଣସି ସୂଚନା ମିଳିନଥିବା ବେଳେ ତ୍ରିକୋଣୀୟ ପ୍ରେମ କାହାଣୀ ରହିବାର ଆଶା କରାଯାଉଛି । ଫିଲ୍ମଟି 2021 ଭାଲେଣ୍ଟାଇନ୍ସ ଡେ ଅବସରରେ ରିଲିଜ୍‌ ହେବା ନେଇ ଘୋଷଣା କରାଯାଇଛି । ଫିଲ୍ମରେ ଏକାଧିକ ଜାତୀୟ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଜଡିତ ଥିବା କାରଣରୁ ସୋସିଆଲ ମିଡିଆରେ ଫିଲ୍ମକୁ ପ୍ରଶଂସା କରାଯାଇଛି । ଜାତୀୟ ପୁରସ୍କାର ପ୍ରାପ୍ତ ଆନନ୍ଦ ଏଲ୍‌ ରାଇ (ନିର୍ଦ୍ଦେଶକ), ଅକ୍ଷୟ କୁମାର(ଅଭିନେତା), ଧନୁଷ(ଅଭିନେତା), ହିମାଂଶୁ(କାହାଣୀ)…

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ନିର୍ବାଚନ କମିଶନଙ୍କ ଝଟ୍‌କା । ଆଦର୍ଶ ଆଚରଣବିଧି ଉଲ୍ଲଂଘନ କାରଣରୁ ଅନୁରାଗ ଠାକୁର ଏବଂ ପ୍ରବେଶ ବର୍ମାଙ୍କ ଉପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ବାସନ୍ଦାଦେଶ ଜାରି କରାଯାଇଛି । ଅନୁରାଗଙ୍କୁ 72 ଘଣ୍ଟା ପାଇଁ ବାସନ୍ଦ କରାଯାଇଥିବା ବେଳେ ପ୍ରବେଶ ବର୍ମାଙ୍କୁ 96 ଘଣ୍ଟା ପାଇଁ ବାସନ୍ଦ କରାଯାଇଛି । ଫଳରେ ଉଭୟ ସମାନ ସମୟରେ ପ୍ରଚାରରୁ ଦୂରେଇ ରହିବେ । ଉଲ୍ଲେଖଯୋଗ୍ୟ ଯେ, ଅନୁରାଗ ଠାକୁର ଏକ ରାଲିରେ ଦେଶ କେ ଗଦ୍ଦାରୋ ନାରା ବାଜି କରିଥିବା ବେଳେ ପ୍ରବେଶ ବର୍ମା ଶାହିନ୍‌ବାଗ୍‌କୁ ନେଇ ଏକ ଧାର୍ମିକ ଟ୍ବିଟ୍‌ କରିଥିଲେ । (ଏଜେନ୍ସୀ)

Read More

ନୂଆଦିଲ୍ଲୀ : ଜାମିଆ ମାଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ଜଣେ ଅଜଣା ବ୍ୟକ୍ତି ଗୁଳିଚାଳନା କରିଛି । ଏହି ଗୁଳିଚାଳନାରେ ଜଣେ ବିକ୍ଷୋଭକାରୀ ଛାତ୍ର ଆହତ ହୋଇଥିବା ବେଳେ ଅଜଣା ଆତତାୟୀକୁ ପୋଲିସ୍‌ ଗିରଫ କରିଛି । ଏକ କଳା ଜ୍ୟାକେଟ୍‌ ଏବଂ ଜିନ୍ସ ପିନ୍ଧିଥିବା ଅଭିଯୁକ୍ତ ଜଣକ ୟେ ଲୋ ଆଜାଦୀ ବୋଲି ଚିତ୍କାର କରି ଛାତ୍ରଛାତ୍ରୀଙ୍କୁ ଉପରକୁ ଗୁଳି ଚଳାଉଥିବାର ନଜର ଆସିଛି । ବନ୍ଧୁକଧାରୀ ଆତତାୟୀ ଜଣକ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କ ଆଡକୁ ଦୌଡି ଆସୁଥିବା ବେଳେ କାବୁ କରିବାକୁ ଯାଇ ଜଣେ ଛାତ୍ରଙ୍କୁ ଗୁଳି ଲାଗିଥିବା ନେଇ ଜଣେ ଛାତ୍ରୀ ଆମ୍‌ନା ଆସିଫ୍‌ ପ୍ରକାଶ କରିଛନ୍ତି । ଆତତାୟୀ ଜଣଙ୍କ ବିକ୍ଷୋଭକାରୀ ନଥିଲେ ଏବଂ ବାହାରୁ ଆସିଥିବା ନେଇ ଉପସ୍ଥିତ ଛାତ୍ରଛାତ୍ରୀ ମତ ଦେଇଥିଲେ । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ କଟକ : ଓଡିଶା ଏବଂ ଆସାମ ମଧ୍ୟରେ ଅନୁଷ୍ଠିତ ରଣଜୀ ଟ୍ରଫି ମୁକାବିଲାର ଅନ୍ତିମ ଦିବସରେ ମ୍ୟାଚ୍‌ ଜତିନେଇଛି ଓଡିଶା । ଆସାମକୁ ଏକ ଇନିଂସ ଓ 3 ରନ୍‌ରେ ପରାସ୍ତ କରି ଓଡିଶା ପୁନର୍ବାର ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି । ପ୍ରଥମ ଇନିଂସରେ ଓଡିଶା 436 ରନ୍‌ କରିଥିବା ବେଳେ ଆସାମ 238 ରନ୍‌ରେ ସମସ୍ତ ଓ୍ବିକେଟ ହରାଇ ଫଲୋଅନ୍‌ ଡାକରା ପାଇଥିଲା । ଦ୍ବତୀୟ ଇନିଂସରେ ଆସାମର ଦୁଇ ଓପନର ଦୃଢତାର ସହିତ ଇନିଂସ ଆରମ୍ଭ କରିଥିଲେ । 198 ରନ୍‌ ପଛରେ ରହିଥିବା ଆସାମ ପକ୍ଷରୁ ଦୁଇ ଓପ୍‌ନର କୁନାଲ ସାଇକିଆ(74) ଏବଂ ଶୁଭମ ମଣ୍ଡଳ(72) ପ୍ରଥମ ଓ୍ବିକେଟରେ 124 ରନ୍‌ ଯୋଡିଥିଲେ । ପ୍ରଥମ ଓ୍ବିକେଟର ପତନ ପରେ ଆସାମ ଇନିଂସ ତାସ ପତା ପରି ଭୁଷୁଡି ପଡିଥିଲା । ଦୁଇ ଜଣଙ୍କ ବ୍ୟତିତ 11 ନମ୍ବର ବ୍ୟାଟ୍ସମ୍ୟାନ୍‌…

Read More

ନୂଆଦିଲ୍ଲୀ : ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଅକ୍ଷୟ କୁମାର ସିଂର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଅନ୍ୟତମ ଅଭିଯୁକ୍ତ ଅକ୍ଷୟ ସିଂ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ୍‌କୁ ଗୁରୁବାର ଖାରଜ କକରି ଦିଆଯାଇଛି । ସେହିପରି ଫାଶୀ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବା ନିମନ୍ତେ ଏପି ସିଂଙ୍କ ପକ୍ଷରୁ ପଟିଆଲା ହାଉସ କୋର୍ଟରେ ଦାଖଲ କରାଯାଇଥିବା ଯାଚିକାର ବିଚାର ଚାଲିଥିବା ବେଳେ କୋର୍ଟଙ୍କ ପକ୍ଷରୁ ଏହି ରାୟ ପ୍ରକାଶ ପାଇଛି । ପୂର୍ବରୁ ବୁଧବାର ଦିନ ଅନ୍ୟତମ ଅଭିଯୁକ୍ତ ବିନୟ କୁମାର ଶର୍ମା ରାଷ୍ଟ୍ରପତିଙ୍କ ନିକଟରେ ଦୟା ଯାଚିକା ଦାଖଲ କରିଛି । (ଏଜେନ୍ସୀ)

Read More

ସିଏଏ ଓ ପ୍ରସ୍ତାବିତ ଏନଆରସିକୁ ବିରୋଧ କରି ଆଜି ଦିନ ୧୦ଟାରେ ଭୁବନେଶ୍ବର ଶହୀଦ ନଗର ପୂଜା ମଣ୍ଡପରୁ ଏକ ବିଶାଳ ରାଲି ବାହାରିଥିଲା। ହଜାର ହଜାର ଲୋକ ଏହି ରାଲିରେ ତ୍ରିରଙ୍ଗା ପତାକା ସହିତ ଯୋଗଦାନ କରିଥିଲେ। ମହାତ୍ମା ଗାନ୍ଧୀ ମାର୍ଗରେ ଏହି ରାଲି ପହଞ୍ଚିଲା ପରେ କଂଗ୍ରେସ, ସିପିଆଇ, ସିପିଆଇଏମ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ସିପିଆଇ-ଏମଏଲ ଇତ୍ୟାଦି ରାଜନୈତିକ ଦଳର ପ୍ରତିନିଧି ତଥା ଅନ୍ୟାନ୍ୟ ନାଗରିକ ସଂଗଠନର କର୍ମକର୍ତ୍ତାମାନେ ଏହି ରାଲିକୁ ସମ୍ବୋଧିତ କରିଥିଲେ। (ସମୀକ୍ଷା ବ୍ୟୁରୋ)

Read More

ନୂଆଦିଲ୍ଲୀ : ଭାରତର ପ୍ରଥମ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳର ଜଣେ ଛାତ୍ର କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବାର ଖବର ମିଳିଛି । ସମ୍ପୃକ୍ତ ଛାତ୍ର ଜଣକ ଚୀନର ୟୁହାନ ବିଶ୍ବବିଦ୍ୟାଳୟର ଅଧ୍ୟୟନ କରୁଥିଲେ ।  ଚୀନ୍‌ରୁ ଆକ୍ରାନ୍ତ ହୋଇ କେରଳ ଫେରିଥିବାର ସୂଚନା ରହିଛି । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେହିପରି ତ୍ରିପୁରାର ଜଣେ ବ୍ୟକ୍ତି କରୋନା ଭାଇରସ୍‌ରେ ମୁତ୍ୟୁ ବରଣ କରିଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି । କରୋନା ଭାଇସର୍‌ କାରଣରୁ ତ୍ରିପୁରାରେ ରହୁଥିବା 23 ବର୍ଷୀୟ ଜଣେ ବ୍ୟକ୍ତି ମାଲେସିଆ ହସ୍ପିଟାଲରେ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମୃତକଙ୍କ ଜେଜେବାପା ଅବଦୁଲ୍‌ ରହୀମ୍‌ ଏ ସମ୍ପର୍କରେ ଜଣାଇଛନ୍ତି । ସୂଚନାଯୋଗ୍ୟ, ଚୀନ୍‌ରେ କରୋନା ଭାଇରସ୍‌ର ପ୍ରକୋପ ଏତେ ବଢିଛି ଯେ, ଏଥିରେ ମୃତକ ସଂଖ୍ୟା ଲଗାତାର ଭାବରେ ବୃଦ୍ଧି ପାଇବାରେ ଲାଗିଛି ।…

Read More

କରାଚୀ : ପାକିସ୍ତାନରେ ଦୁଇ ପୃଥକ ଏନକାଉଣ୍ଟରରେ 10 ଜଣ ଆତଙ୍କୀ ନିହତ ହୋଇଛନ୍ତି । ସ୍ଥାନୀୟ ମିଡିଆ ଏବଂ ସେନାବାହିନୀ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ବୁଧବାର ରାତିରେ ଏହି ଦୁଇ ଏନକାଉଣ୍ଟର ସଙ୍ଗଠିତ ହୋଇଥିଲେ । ପାକିସ୍ତାନର ଦତା ଖେଲ ଏବଂ ଉତ୍ତର ଓ୍ବଜିରସ୍ତାନରେ ଏହି ଦୁଇ ଏନକାଉଣ୍ଟର ସଙ୍ଗଠିତ ହୋଇଛି । ଓ୍ବଜିରସ୍ତାନର ଖାଇବର୍‌ ପ୍ରଦେଶରେ ସଙ୍ଗଠିତ ଏନକାଉଣ୍ଟରରେ 6 ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ସୁରକ୍ଷା ଅଧିକାରୀ ପ୍ରାଣ ହରାଇଥିଲେ । ସେହିପରି ଦତା ଖେଲରେ ସଙ୍ଗଠିତ ଏନ୍‌କାଉଣ୍ଟରରେ 4 ଆତଙ୍କୀ ପ୍ରାଣ ହରାଇଛନ୍ତି । (ଏଜେନ୍ସୀ)

Read More

କେଦାର ମିଶ୍ର ‘ବାପୁ ତାଙ୍କ ଜୀବନରେ କେବେବି ଥଣ୍ଡା ପାଣିରେ ଗାଧେଇ ନଥିଲେ। ସେଦିନ ଜାନୁଆରୀ ଶୀତର ରାତି ଦୁଇଟାରେ, ମୁଁ ବାପୁଙ୍କ ମୃତ ଶରୀର ଉପରେ ଥଣ୍ଡା ପାଣି ଢାଳିଥାନ୍ତି କେମିତି! ମୋର ଛାତି ଫାଟି ଗଲା ପରି ଲାଗୁଥିଲା ଓ ମୁଁ ଭୋ ଭୋ କାନ୍ଦି ପକାଇଲି।‘’ ଯେ ଥିଲା ବୃଜକୃଷ୍ଣ ଚାନ୍ଦିବାଲାଙ୍କ ସ୍ମୃତିକଥା। ୩୦, ଜାନୁଆରୀ, ୧୯୪୮ ସନ୍ଧ୍ୟାରେ ବାପୁଙ୍କୁ ଗୁଳି କରି ହତ୍ୟା କରିବାପରେ ତାଙ୍କର ମୃତ ଶରୀରକୁ ଗାଧେଇ ନୂଆ ଲୁଗା ପିନ୍ଧେଇବାର ଦାୟିତ୍ଵ ବୃଜଲାଲ ନିର୍ବାହ କରିଥିଲେ। ଭାରତ ସ୍ଵାଧୀନତା ପାଇବାର ମାତ୍ର ପାଞ୍ଚ ମାସ ପନ୍ଦର ଦିନ ପରେ ଗାନ୍ଧୀଙ୍କ ହତ୍ୟା ସାରା ଦେଶ ପାଇଁ ଏକ ବିଶାଳ ଧକ୍କା ଥିଲା। ସେଇ ସନ୍ଧ୍ୟାରେ ସେତେବଳର ବଡଲାଟ ଲର୍ଡ ମାଉଣ୍ଟବ୍ୟାଟେନ କହିଥିଲେ, “ଆଜି କେବଳ ଭାରତ ନୁହଁ, ପୂରା ପୃଥିବୀ ଆଜି ଶୋକାକୁଳ।“ ବାପୁଙ୍କ ସହିଦ ହେବାର ପୀଡା ବିଷୟରେ ଶତୃ…

Read More

ଦେବ ରଞ୍ଜନ ଆଜି  କେନ୍ଦ୍ର ସରକାର ଯେଉଁ ଭଳି ସମସ୍ତ ନାଗରିକଙ୍କ ନାଗରିକତାକୁ ନେଇଯିବା ଓ ସେମାନଙ୍କୁ ନିଜର ଦୟାର ପାତ୍ର ସଜେଇଦେବାର ଯେଉଁ ହୀନ ଉଦ୍ୟମ କରୁଛନ୍ତି ଏହାର ପ୍ରତିବାଦ ତ ଦେଶସାରା ହେବାରେ ଲାଗିଛି । ସରକାର ଆଗ ନା ନାଗରିକ ? ଏବେ ଅତିଥି ଜଣକ ଘରେ ପଶି ଘର ମାଲିକକୁ ଯଦି ମାଗେ ଘରର ମାଲିକାନାସତ୍ଵର ପ୍ରମାଣ ତେବେ ଏହାକୁ କ’ଣ କୁହାଯିବ ଗଣତନ୍ତ୍ର? ଦୀର୍ଘ ସତୁରୀ ବର୍ଷ ପରେ ଆଜି ଆମେ ଏକ ନୂତନ ଲଢେଇର ଆରମ୍ଭ ଦେଖୁଛେ । ଆମେ ଆଗରୁ ଚାଷୀ, ଶ୍ରମିକ, ଦଳିତ ଅଥବା ମହିଳା ଓ ଆଦିବାସୀଙ୍କ ଆନ୍ଦୋଳନ ଦେଖିଆସିଥିଲୁ । ସମସ୍ତେ ନିଜ ନିଜ ଅଧିକାର ପାଇଁ କିନ୍ତୁ ଅଲଗା ଅଲଗା ଲଢେଇ କରୁଥିଲେ । ଏହି ଏନଆରସି ଓ ଏନପିଆର ବିରୋଧୀ ଅଭିଯାନର ଏକ ଅବଦାନ ହେଲା ଯେ ଆଜି ଏହି ସମସ୍ତ ଚାଷୀ, ଶ୍ରମିକ,…

Read More

ନୂଆଦିଲ୍ଲୀ : ଗତ ସାତ ବର୍ଷ ପରେ ବହୁ ଚର୍ଚ୍ଚିତ ନିର୍ଭୟା ମାମଲାରେ ଫାଶୀ ଦଣ୍ଡାଦେଶ ଆସିଥିବାବେଳେ ଏହା କବଳରୁ ମୁକ୍ତି ପାଇବା ପାଇଁ ଅପରାଧୀମାନେ ଚାଲ୍‌ ପକାଇ ଚାଲିଛନ୍ତି । ପ୍ରଥମେ ଅଭିଯୁକ୍ତଙ୍କୁ ଜାନୁଆରୀ 22 ତାରିଖରେ ଫାଶୀ ଦିଆଯିବା ନେଇ ତାରିଖ ଘୋଷଣା କରାଯାଇଥିବାବେଳେ ଦୋଷୀମାନେ ଦୟାଯାଚିକାର ବ୍ୟବହାର କରି ଏହାକୁ ଫେବୃଆରୀ 1 ତାରିଖକୁ ଘୁଞ୍ଚାଇ ଦେଇଥିଲେ । ପୁନର୍ବାର ଫେବୃଆରୀ 1 ତାରିଖ ନିକଟତର ହେଉଥିବାରୁ ଏହାକୁ ଘୁଞ୍ଚାଇ ଦେବା ପାଇଁ ଚାଲ୍‌ ଚଳାଇଛନ୍ତି । ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ନ୍ୟାୟ ମିଳିବା ନେଇ କେବଳ ତାରିଖ ହିଁ ମିଳୁଛି । ଦାମିନୀ ଫିଲ୍ମର ଲୋକପ୍ରିୟ ସଂଳାପ ‘ତାରିଖ୍‌ ପେ ତାରିଖ୍‌’ ପରି ନିର୍ଭୟା ପୀଡ଼ିତାଙ୍କୁ କେବଳ ତାରିଖ ପରେ ତାରିଖ ହିଁ  ମିଳୁଛି । ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ଆଜି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ବିନୟ…

Read More

ସମୀକ୍ଷା ବ୍ୟୁରୋ ବାଲେଶ୍ବର : ନକଲି ବିଦେଶୀ ମଦ ମାଫିଆ ଗ୍ୟାଙ୍ଗର ମୁଖ୍ୟ ମାମୁଁ, ଭଣଜା ଗିରଫ । ବାଲେଶ୍ବରରୁ ଚଢାଉ କରି ଗିରଫ କରିଛି କଟକ ଅବକାରୀ ବିଭାଗ । ଅଭିଯୁକ୍ତଦ୍ବୟ ହେଲେ ମାମୁଁ ସୁରେଶ ମହାନ୍ତି, ଭଣଜା ଅଜିତ ମହାନ୍ତି। ଦୁହିଁଙ୍କୁ ଗିରଫ କରି 50 ଲିଟର ସ୍ପିରିଟ୍‌, ଶହେ ବୋତଲ ନକଲି ବିଦେଶୀ ଜବତ କରାଯାଇଛି । ନକଲି ମଦ କାରଖାନା ଜବତ କରିବା ସହ ମଦ ତିଆରି ସରଞ୍ଜାମ ଜବତ ମଧ୍ୟ କରାଯାଇଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଢେଙ୍କାନାଳ କଙ୍କଡାହାଡ ଆଇଆଇସି ପ୍ରମୋଦ କୁମାର ଲେଙ୍କାଙ୍କୁ ନିଲମ୍ବନ କରାଯାଇଛି । ଅନିୟମିତା ଓ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି । ପୋଲିସ ଡିଜି ଅଭୟ ପ୍ରମୋଦ ଲେଙ୍କାଙ୍କୁ ସସ୍‌ପେଣ୍ଡ କରିଛନ୍ତି । ନବୀନ ସରକାର ଦୁର୍ନୀତି ନିବାରଣ ଦିଗରେ ଜିରୋ ଟଲୋରେନ୍ସ ନୀତି ଆପଣେଇଛନ୍ତି । କୌଣସି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବରଦାସ୍ତ କରାଯିବନି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୫ଟି’ ଓ ‘ମୋ ସରକାର’ ଆସିବା ପରଠାରୁ ପ୍ରତିଦିନ କେହି ନା କେହି ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ଚତୁର୍ଥ ଶ୍ରେଣୀ କର୍ମଚାରୀଠାରୁ ଆରମ୍ଭ କରି ଆଇଏଏସ୍ ଅଧିକାରୀ ଓ ପୂର୍ବତନ ବିଧାୟକ ସମସ୍ତଙ୍କୁ  ଭିଜିଲାନ୍ସ ଧରୁଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ଯଦି କିଛି କରିବାର ଅଛି, ତେବେ ଆଜି ହିଁ କରିନିଅନ୍ତୁ। କାରଣ ତିନିଦିନ ଧରି ବ୍ୟାଙ୍କ ରହିବ ବନ୍ଦ । ଶୁକ୍ରବାର ଓ ଶନିବାର ଦିନ ବ୍ୟାଙ୍କ ଧର୍ମଘଟ ଯୋଗୁଁ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ହୋଇପାରିବ ନାହିଁ। ସେହିପରି ଏହା ପରେ ଅର୍ଥାତ୍‌ ଫେବୃଆରୀ ଦୁଇ ତାରିଖ ରବିବାର ପଡୁଥିବାରୁ ସାପ୍ତାହିକ ଅବକାଶ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଲଗାତାର ତିନିଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ଆପଣ ଆଜି ହିଁ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ଶେଷ କରନ୍ତୁ । ସେହିପରି ବ୍ୟାଙ୍କ ବନ୍ଦ ରହିବା କାରଣରୁ ଏଟିଏମ୍‌ରେ ମଧ୍ୟ କ୍ୟାଶ୍‌ ସମସ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ । ତେବେ ବ୍ୟାଙ୍କ ଧର୍ମଘଟ ନେଇ ଏସ୍‌ବିଆଇ ସମେତ କିଛି ସାର୍ବଜନିକ ବ୍ୟାଙ୍କ ପୂର୍ବରୁ ଗ୍ରାହକଙ୍କୁ ଏନେଇ ଆଲର୍ଟ କରିଛନ୍ତି । କିନ୍ତୁ ପ୍ରାଇଭେଟ୍‌ ବ୍ୟାଙ୍କ ଉପରେ…

Read More

ନୂଆଦିଲ୍ଲୀ : ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ପୁଣ୍ୟତିଥି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଦେଶର ବହୁ ବଡ଼ ବଡ ନେତା ଗୁରୁବାର ଦିନ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । 1948 ମସିହା ଜାନୁଆରୀ 30 ତାରିଖରେ ଗୁଳି କରି ହତ୍ୟା କରାଯାଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାତ୍ମା ଗାନ୍ଧିଙ୍କ ପୁଣ୍ୟତିଥି ଅବସରରେ ଏକ ପ୍ରବନ୍ଧ ଲେଖିଛନ୍ତି । ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ, ବାପୁ ବିଦାୟୀ ନେବା ସମୟରେ ସାରା ଦୁନିଆକୁ ପ୍ରେମର ବାର୍ତ୍ତା ଦେଇଥିଲେ । ମହାତ୍ମା ଗାନ୍ଧିଙ୍କ ବିଚାରରୁ ଆମେ ବହୁତ କିଛି ଶିଖିବା ନେଇ ମୁଁ ଆଶା ରଖୁଛି ବୋଲି ରାଷ୍ଟ୍ରପତି ତାଙ୍କ ପ୍ରବନ୍ଧରେ ଲେଖିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଟୁଇଟ୍‌ କରି ଲେଖିଛନ୍ତି ଯେ, ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ କୋଟି କୋଟି ନମନ । ପୁଜ୍ୟ ବାପୁଙ୍କ…

Read More

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ମୈଦାନ୍‌’ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି । ପୂର୍ବରୁ ଅଜୟ ଏହି ଫିଲ୍ମର ଏକ ପୋଷ୍ଟର ସେୟାର କରିଥିବାବେଳେ ଏବେ ଏହି ଫିଲ୍ମର ନିଜର ପ୍ରଥମ  ଲୁକ୍‌ ଉପରୁ ପର୍ଦ୍ଦା ଉଠାଇଛନ୍ତି । ଫିଲ୍ମ ‘ମୈଦାନ୍‌’ରେ ଅଜୟ ଦେବଗନ୍‌ ଭାରତୀୟ ଫୁଟବଲ୍‌ର ମହାନ୍‌ କୋଚ୍‌ ସୈୟଦ୍‌ ଅବଦୁଲ୍‌ ରହୀମ୍‌ଙ୍କ ଚରିତ୍ର ନିଭାଉଛନ୍ତି । ଏହି ଫାଷ୍ଟ ଲୁକ୍‌ରେ ଅଜୟ ଛୋଟ କେଶ ସହିତ ନିଶରେ ବହୁତ ଖାସ୍‌ ଲାଗୁଛନ୍ତି । ଏହି ପୋଷ୍ଟରରେ ଅଜୟଙ୍କ ସହ ଫୁଟବଲ୍‌ ଟିମ୍‌ ଠିଆ ହୋଇଥିବାର ଦେଖାଯାଇଛି । ଖେଳାଳିମାନେ ଠିଆ ହୋଇଥିବା ପଡ଼ିଆରେ ବର୍ଷା ହେଉଛି ଏବଂ ସବୁ ଖେଳାଳି ମାଟିରେ ଲତପତ୍‌ ହୋଇଥିବାର ଦେଖାଯାଇଛି । ଏହି ପୋଷ୍ଟରକୁ ସେୟାର କରି ଅଜୟ ଲେଖିଛନ୍ତି ଯେ, ଏହା ହେଉଛି ଭାରତୀୟ ଫୁଟବଲ୍‌ର ଗୋଲେଡନ୍‌ ଫେଜ୍‌ ଓ ଏହାର ସବୁଠୁ ମହାନ ତଥା…

Read More