ମୈଦାନ୍‌ର ଫାଷ୍ଟ ଲୁକ୍‌ ରିଲିଜ୍‌ : ଫୁଟବଲ୍‌ କୋଚ୍‌ ଭୂମିକାରେ ଅଜୟ

Published: Jan 30, 2020, 11:09 am IST

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ମୈଦାନ୍‌’ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି । ପୂର୍ବରୁ ଅଜୟ ଏହି ଫିଲ୍ମର ଏକ ପୋଷ୍ଟର ସେୟାର କରିଥିବାବେଳେ ଏବେ ଏହି ଫିଲ୍ମର ନିଜର ପ୍ରଥମ  ଲୁକ୍‌ ଉପରୁ ପର୍ଦ୍ଦା ଉଠାଇଛନ୍ତି । ଫିଲ୍ମ ‘ମୈଦାନ୍‌’ରେ ଅଜୟ ଦେବଗନ୍‌ ଭାରତୀୟ ଫୁଟବଲ୍‌ର ମହାନ୍‌ କୋଚ୍‌ ସୈୟଦ୍‌ ଅବଦୁଲ୍‌ ରହୀମ୍‌ଙ୍କ ଚରିତ୍ର ନିଭାଉଛନ୍ତି । ଏହି ଫାଷ୍ଟ ଲୁକ୍‌ରେ ଅଜୟ ଛୋଟ କେଶ ସହିତ ନିଶରେ ବହୁତ ଖାସ୍‌ ଲାଗୁଛନ୍ତି । ଏହି ପୋଷ୍ଟରରେ ଅଜୟଙ୍କ ସହ ଫୁଟବଲ୍‌ ଟିମ୍‌ ଠିଆ ହୋଇଥିବାର ଦେଖାଯାଇଛି । ଖେଳାଳିମାନେ ଠିଆ ହୋଇଥିବା ପଡ଼ିଆରେ ବର୍ଷା ହେଉଛି ଏବଂ ସବୁ ଖେଳାଳି ମାଟିରେ ଲତପତ୍‌ ହୋଇଥିବାର ଦେଖାଯାଇଛି । ଏହି ପୋଷ୍ଟରକୁ ସେୟାର କରି ଅଜୟ ଲେଖିଛନ୍ତି ଯେ, ଏହା ହେଉଛି ଭାରତୀୟ ଫୁଟବଲ୍‌ର ଗୋଲେଡନ୍‌ ଫେଜ୍‌ ଓ ଏହାର ସବୁଠୁ ମହାନ ତଥା ସଫଳ କୋଚଙ୍କ କାହାଣୀ ।

ସେହିପରି ଅନ୍ୟ ଏକ ପୋଷ୍ଟରରେ ଅଜୟ ଦେବଗନଙ୍କ ପୂରା ଲୁକ୍‌କୁ ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ଅଜୟ ଦେବଗନ ଏକଲା ରହିଛନ୍ତି । ଜଣେ ସାଧାରଣ ବ୍ୟକ୍ତିଙ୍କ ପରି ସାର୍ଟ ଓ ପେଣ୍ଟ ପିନ୍ଧିଥିବାବେଳେ ହାତରେ ବ୍ୟାଗ୍‌ ଓ ଛତା ଧରିଥିବାବେଳେ ଫୁଟ୍‌ବଲ୍‌କୁ ଲାତ ମାରୁଥିବାର ନଜର ଆସିଛନ୍ତି । (ଏଜେନ୍ସି)

Related posts