Author: Samikhsya Bureau

ପାଟନା : ସାଂସଦ ପ୍ରଶାନ୍ତ କିଶୋର ଏବଂ ପଓ୍ବନ୍‌ ବର୍ମାଙ୍କୁ ଦଳରୁ ନିଲମ୍ବନ କରିଛି ଜେଡିୟୁ । ବୁଧବାର ଦଳର ଉପ ସଭାପତି ତଥା ସାଂସଦ ରହିଥିବା ପ୍ରଶାନ୍ତ କିଶୋର ଏବଂ ପୂର୍ବତନ ସାଂସଦ ପଓ୍ବନ ବର୍ମାଙ୍କୁ ଦଳବିରୋଧୀ କାର୍ଯ୍ୟକଳାପ ପାଇଁ ଦଳରୁ ନିଲମ୍ବନ କରିଛନ୍ତି ନୀତିଶ କୁମାର । ସିଏଏକୁ ନେଇ ପଓ୍ବନ୍‌ ବର୍ମା ନୀତିଶଙ୍କୁ ଚିଠି ଲେଖିଥିବା ବେଳେ ପ୍ରଶାନ୍ତ କିଶୋର ଏହା ବିରୋଧରେ ଟ୍ବିଟ୍‌ କରିଥିଲେ । ଏହାକୁ ନେଇ ନୀତିଶ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଉଭୟ ଚାହିଁଲେ ଦଳ ପରିତ୍ୟାଗ କରିପାରନ୍ତି ବୋଲି ମତ ଦେଇଥିଲେ । ମଙ୍ଗଳବାର ନୀତିଶଙ୍କ ମତ ପରେ ତାଙ୍କର ପତନ ଧାରା ଆରମ୍ଭ ହୋଇଛି ବୋଲି ପ୍ରଶାନ୍ତ କିଶୋର ମତ ଦେବା ପରେ ଦଳ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି ।(ଏଜେନ୍ସୀ)

Read More

ହାମିଲଟନ: ସୁପର ଓଭରରେ ଚମତ୍କାର ପ୍ରଦର୍ଶନ ସହିତ ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡରେ ସିରିଜ୍‌ ବିଜୟୀ ହୋଇଛି ଭାରତୀୟ ଦଳ। ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଚମତ୍କାର ବୋଲିଂ ଫଳରେ ମ୍ୟାଚ୍‌ ଟାଇ ହୋଇଥିଲା। ବିଜୟ ସହିତ ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡରେ ଟି-୨୦ ସିରିଜ୍‌ ବିଜୟୀ ହୋଇଛି ଭାରତ। ବୁମ୍‌ରା ସୁପର ଓଭରରେ ୧୭ ରନ୍‌ ପ୍ରଦାନ କରିଥିବା ବେଳେ ପ୍ରଥମ ଦୁଇ ବଲ୍‌ରେ ଭାରତ ତିନି ରନ୍‌ ସଂଗ୍ରହ କରିଥିଲା। ତୃତୀୟ ବଲ୍‌ରେ ରାହୁଲ୍‌ ଚୌକା ମାରିଥିବା ବେଳେ ପରବର୍ତ୍ତୀ ବଲ୍‌ରେ ଏକ ରନ୍‌ ନେଇଥିଲେ। ଅନ୍ତିମ ଦୁଇ ବଲ୍‌ରୁ ୧୦ ରନ୍‌ ଆବଶ୍ୟକ ରହିଥିବା ବେଳେ ଅନ୍ତିମ ଦୁଇ ବଲ୍‌ରେ ଛକ୍କା ମାରି ରୋହିତ ମ୍ୟାଚ୍‌ ସମାପ୍ତ କରିବା ସହ ଭାରତକୁ ବିଜୟୀ କରାଇଥିଲେ। ମ୍ୟାଚ୍‌ର ଅନ୍ତିମ ଓଭରରେ ବିଜୟ ପାଇଁ ୯ରନ୍‌ ଆବଶ୍ୟକ ସାମିଙ୍କ ବେଳେ ପ୍ରଥମ ବଲ୍‌ରୁ ଟେଲର 6 ରନ୍‌ ହାସଲ…

Read More

ମୁମ୍ବାଇ : ପୂର୍ବତନ ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ମିଥାଲି ରାଜ୍‌ଙ୍କ ବାୟୋପିକ୍‌ ‘ସାବାସ୍‌ ମିଥୁ’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି । ତାପ୍‌ସୀ ପାନ୍ନୁ ଏହି ଫିଲ୍ମରେ ମିଥାଲି ରାଜ୍‌ଙ୍କ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଏହି ପୋଷ୍ଟର ସହିତ ମିଥାଲିଙ୍କ ଏକ ଉକ୍ତିକୁ ମଧ୍ୟ ସେୟାର କରିଛନ୍ତି ତାପ୍‌ସୀ । ମିଥାଲିଙ୍କୁ ଜଣେ ସାମ୍ବାଦିକ ତାଙ୍କର ପ୍ରିୟ ପୁରୁଷ କ୍ରିକେଟର କିଏ ବୋଲି ପ୍ରଶ୍ନ କରିବା ଉକ୍ତିକୁ ଟ୍ବିଟ୍‌ କରିଛନ୍ତି ତାପ୍‌ସୀ । ଏହା ସହିତ ମିଥାଲିଙ୍କୁ ଗେମ୍‌ ଚେଞ୍ଜର ବୋଲି ଲେଖିଛନ୍ତି ତାପ୍‌ସୀ । ଏହି ଫିଲ୍ମରେ ତାପ୍‌ସୀ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଥିବା ବେଳେ ରାହୁଲ ଢୋଲାକିଆ ଏହାର ନିର୍ଦ୍ଦେଶନା ଦେଉଛନ୍ତି ।

Read More

ରଞ୍ଜିତ ପଣ୍ଡା/କୁଜଙ୍ଗ : କୁଜଙ୍ଗ ଥାନା ପରିସରରେ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆର୍ ପ୍ରକାଶ ରଙ୍ଗରାଜନ୍‌ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପରିଚୟପତ୍ର ବଣ୍ଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦୀପକ୍ କୁମାର ଜେନା, କୁଜଙ୍ଗ ଥାନାଧିକାରୀ ଦିଲିପ୍ କୁମାର ସାହୁ, ବରିଷ୍ଠ ନାଗରିକ ମଞ୍ଚର ରାଜ୍ୟ ସମ୍ପାଦକ ବାବୁରାମ ଚୌଧୁରୀ ଏବଂ ବୀରେନ୍ଦ୍ର ବିଶ୍ଵାଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପୂର୍ବରୁ ଅଗଷ୍ଟ 2019ରେ ପ୍ରଥମ ପର୍ଯ୍ୟାୟ ପରିଚୟ ପତ୍ର ବଣ୍ଟନ କରାଯାଇଥିବା ବେଳେ ଆଜି ଦ୍ବିତୀୟ ପର୍ଯ୍ୟାରେ 190 ଜଣଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଜଗତସିଂହପୁରର ଏକମାତ୍ର ଥାନା ଭାବରେ କୁଜଙ୍ଗ ଥାନାରେ ଏହି ପରିଚୟପତ୍ର ପ୍ରଦାନ କରାଯାଇଛି । ଏହି ପରିଚୟ ପତ୍ରକୁ ବରିଷ୍ଠ ନାଗରିକ ମାନେ ବସ୍‌ ଯାତ୍ରାଠାରୁ ଆରମ୍ଭ କରି ସମସ୍ତ ସ୍ଥାନରେ…

Read More

ହାମିଲଟନ୍‌ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି20 ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ 179 ରନ୍‌ ସଂଗ୍ରହ କରିଛି । ସିରିଜରେ ଜୀବନ୍ତ ରହିବା ପାଇଁ କର ବା ମର ମ୍ୟାଚ୍‌ରେ ବିଜୟ ପାଇଁ ନ୍ୟୁଜିଲ୍ୟାଣ୍ଡକୁ 180 ରନ୍‌ ଆବଶ୍ୟକ । ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ 65 ରନ୍‌ ସଂଗ୍ରହ କରିଥିବା ବେଳେ କୋହଲି 38 ରନ୍‌ ସଂଗ୍ରହ କରିଥିଲେ । ରୋହିତ 40ଟି ବଲ୍‌ର ସମ୍ମୁଖୀନ ହୋଇ 6ଟି ଚୌକା ଏବଂ 3ଟି ଛକ୍କା ସହାୟତାରେ 65 ରନ୍‌ ସଂଗ୍ରହ କରିଥିଲେ । କୋହଲି 27ଟି ବଲ୍‌ର ସମ୍ମୁଖୀନ ହୋଇ 2 ଚୌକା ଏବଂ 1 ଛକ୍କା ସହାୟତାରେ 38 ରନ୍‌ ସଂଗ୍ରହ କରିଥିଲା । ଦୁଇ ଓପନର ଓଭର ପିଛା 12 ରନ୍‌ ହାରରେ ରନ୍‌ ସଂଗ୍ରହ କରୁଥିବା ବେଳେ ଭାରତ 200 ରନ୍‌ ଅତିକ୍ରମ କରିବାର ଆଶା…

Read More

ନୂଆଦିଲ୍ଲୀ : ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ତଥା ସାମାଜିକ କର୍ମୀ ତପନ ବୋଷ ଏକ ବିବାଦୀୟ ବୟାନ ଦେଇଛନ୍ତି । ଉଭୟ ରାଷ୍ଟ୍ରର ସେନା ନିଜ ଲୋକଙ୍କୁ ହତ୍ୟା କରିଥାନ୍ତି ତେଣୁ ଭାରତୀୟ ସେନା ଏବଂ ପାକିସ୍ତାନୀ ସେନାଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ ବୋଲି ବୋଷ କହିଛନ୍ତି । ଜନ୍ତର ମନ୍ତରରେ ଆୟୋଜିତ ସିଏଏ ଏବଂ ଏନ୍‌ଆରସି ବିରୋଧୀ ସଭାରେ ବୋଷ ଏହି ମତ ଦେଇଥିଲେ । ପାକିସ୍ତାନ ଏକ ଶତ୍ରୁରାଷ୍ଟ୍ର ନୁହେଁ ଏବଂ ଉଭୟ ରାଷ୍ଟ୍ରର ଶାସକ ମଧ୍ୟ ଏକାପରି ବୋଲି ବୋଷ କହିଥିଲେ । ଏହା ସହିତ ୟୁରୋପିଆନ ସଂସଦରେ ସିଏଏ ଏବଂ କାଶ୍ମୀର ସମସ୍ୟାର ଆଲୋଚନାକୁ ସ୍ବାଗତ କରିଥିଲେ ବୋଷ । ଇୟୁ ସାଂସଦ ସଫାକ୍‌ ମହମ୍ମଦ ଏବଂ କାଶ୍ମୀର ସମସ୍ୟାର ଉତ୍ଥାପନ କରିଥିବା ବେଳେ ପାକିସ୍ତାନରେ ନିର୍ଯାତିତ ହିନ୍ଦୁଙ୍କ ସମ୍ପର୍କରେ କୌଣସି ଆଲୋଚନା କରିନଥିଲେ । (ଏଜେନ୍ସୀ)

Read More

ନୂଆଦିଲ୍ଲୀ : ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସାଇନା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ପୂର୍ବରୁ ସାଇନା ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଦୃଢ ସମର୍ଥକ ରହିଥିବା ବେଳେ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା କରିଥାନ୍ତି । ହରିୟାଣା ଜନ୍ମିତ ହାଇଦ୍ରାବାଦର ଏହି ବ୍ୟାଡମିଣ୍ଟନ ଖେଳାଳି ଜଣକ ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା ଉଲ୍ଲେଖ କରିଛନ୍ତି । ଏହା ସହିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସାଇନା ବିଜେପି ପାଇଁ ପ୍ରଚାର କରିବାର ସମ୍ଭାବନା ରହିଛି । ପୂର୍ବତନ ବିଶ୍ବର ଏକ ନମ୍ବର ଖେଳାଳି ସାଇନାଙ ରାଜୀବ ଗାନ୍ଧୀ ଖେଳରତ୍ନ, ଅର୍ଜୁନ ପୁରସ୍କାର ହାସଲ କରିଥିବା ବେଳେ 2016ରେ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ତପ୍ତପାଣିରେ ଘଟିଥିବା ବସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଘୋଷଣା କରିଛନ୍ତି । ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ପ୍ରତ୍ୟେକ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ରାଶକି ଘୋଷଣା କରିଛନ୍ତି । ତପ୍ତପାଣିର ପାଳୁଖୋଲାରେ ବସ୍‌ ଓଲଟି 7ଜଣଙ୍କର ମୃତ୍ୟୁ ହେବା ସହିତ 30ରୁ ଅଧିକ ଆହତ ହୋଇଥିଲେ । ପ୍ରତ୍ୟେକ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଏହା ବ୍ୟତିତ ଆହତ ମାନଙ୍କୁ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।

Read More

ନୂଆଦିଲ୍ଲୀ : କ୍ୟୁବା ଏବଂ ଜାମାଇକାରେ ଏକ 7.7 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଗତକାଲି ରାତି 12.40 ମିନିଟ୍‌ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହା ସହିତ କ୍ୟୁବା, ଜାମାଇକା ଏବଂ କାରିବିଆନ୍‌ ଅଞ୍ଚଳ ପାଇଁ ସୁନାମି ସତର୍କ ସୂଚନା ଜାରି କରାଯାଇଛି । ଭୂକମ୍ପର କେନ୍ଦ୍ର ସ୍ଥଳ ଜାମାଇକାର ଲୁସିଆରୁ 125 କିମି ଦୂରରେ ରହିଥିଲା । ଭୂକମ୍ପର 300 କିମି ପରିସୀମା ପର୍ଯ୍ୟନ୍ତ ସୁନାମି ସତର୍କ ସୂଚନା ଜାରି କରାଯାଇଛି । ହଓ୍ବାଇ ସ୍ଥିତ ସୁନାମି ସତର୍କ ସୂଚନା କେନ୍ଦ୍ର ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି । ଭୂକମ୍ପ ପ୍ରଭାବରେ ଏକାଧିକ ଘର ଭାଙ୍ଗିଥିଲେ ମଧ୍ୟ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ ।

Read More

ହାମିଲଟନ୍‌ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି20 ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ରେ ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି । କର ବା ମର ମୁକାବିଲାରେ ତୃତୀୟ ଥର ପାଇଁ ଓ୍ବିଲିୟମ୍‌ସନ୍‌ ଟସ୍‌ ଜିତି ଥିବା ବେଳେ ବୋଲିଂର ନିଷ୍ପତ୍ତି ନେଇଛନ୍ତି । ଭାରତ ପକ୍ଷରୁ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ବ୍ଲେୟାର ଟିକ୍‌ନରଙ୍କ ସ୍ଥାନରେ ସ୍କଟ୍‌ କ୍ଲୁଗେଜିନ୍‌ଙ୍କୁ ଖେଳାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଦୁଇ ଟି20ରେ ବିଜୟୀ ହୋଇ ଭାରତ 2-0ରେ ଅଗ୍ରଣୀ ରହିଛି । ସିରିଜ୍‌ରେ ଜୀବନ୍ତ ରହିବା ପାଇଁ ଏହି ମ୍ୟାଚ୍‌ରେ ବିଜୟୀ ହେବା ନ୍ୟୁଜିଲ୍ୟାଣ୍ଡ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । (ଏଜେନ୍ସୀ)

Read More

ରଞ୍ଜିତ ପଣ୍ଡା ତିର୍ତୋଲ/ଜଗତସିଂହପୁର : ସାମାଜିକ ସଂଗଠନ ଆଉଟରିଚ ପକ୍ଷରୁ ନରୁଆ ଛକ ସାଗବାରିଆ ସ୍ଥିତ ଜ୍ଞାନ ବିକାଶ କ୍ଲବ ପରିସରରେ ଏକ ସାରସ୍ୱତ ବନ୍ଧୁ ମିଳନ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଉଟରିଚର ମୁଖ୍ୟ ସୁବ୍ରତ କୁମାର ପତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ବହୁ ସଂଖ୍ୟାରେ କବି, ଲେଖକ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ଯୁବ ସମାଜସେବୀ ରଶ୍ମିରଞ୍ଜନ ଚୌଧୁରୀ, ସାମ୍ବାଦିକ ମନୋରଞ୍ଜନ ସାମନ୍ତରାୟ ଓ ଜ୍ଞାନ ବିକାଶ କ୍ଲବର ସମ୍ପାଦକ ମନୋରଞ୍ଜନ ବାରିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ସାହିତ୍ୟ ଯୁବବର୍ଗଙ୍କ ପାଖରେ କିଭଳି ଅଧିକ ଆଦୃତ ହେବ ସେ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୂଷ୍ଠିତ ହୋଇଥିଲା । ଆଗାମୀ ଦିନରେ ଆଉଟରିଚ ପକ୍ଷରୁ ଏକ ପତ୍ରିକା ପ୍ରକାଶନ ହେବ ବୋଲି ଶ୍ରୀ ପତି ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କବି…

Read More

ବେଜିଂ : କୋରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଚୀନ୍‌ରେ କୋରୋନା ଭାଇରସ୍‌ର ଆତଙ୍କରେ ମୃତ୍ୟକୁ ସଂଖ୍ୟା 132ରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା 6 ହଜାରରେ ପହଞ୍ଚିଛି । ଚୀନ୍‌ର 31 ପ୍ରଦେଶରେ ସମୁଦାୟ 5974 ଜଣ ନୋଭେଲ୍‌ କୋରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତ ବୋଲି ଚୀନ୍‌ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ବୁଧବାର ଦିନ 25 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 840 ଜଣ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସେହିପରି ଚୀନ୍‌ରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 6000ରେ ପହଞ୍ଚିଥିବା ଜଣାପଡିଛି । ସଂକ୍ରମିତଙ୍କ ମଧ୍ୟରୁ 1239ଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

Read More

ନୂଆଦିଲ୍ଲୀ : ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଅନ୍ୟତମ ଅଭିଯୁକ୍ତ ମୁକେଶ ସିଂର ଯାଚିକା ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ରାଜକ୍ଷମା ଖାରଜ ଏବଂ ଜେଲରେ ଯୌନ ନିର୍ଯାତନା ଅଭିଯୋଗରେ ମୁକେଶ ପକ୍ଷରୁ ଏହି ଯାଚିକା ଦାଖଲ କରାଯାଇଥିଲା । କୋର୍ଟ ଏହି ଯାଚିକାକୁ ଖାରଜ କରିବା ସହିତ ଯୌନ ନିର୍ଯାତନା ଏବଂ ଫାଶୀ ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି ଉଲ୍ଲେଖ କରିଥିଲେ । ମାମଲାର ଅନ୍ୟତମ ଅଭିଯୁକ୍ତ ଅକ୍ଷୟ ପକ୍ଷରୁ ମଧ୍ୟ ଏକ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରାଯାଇଥିବା ଜଣା ପଡିଛି । ଅନ୍ୟ ତିନି ଅଭିଯୁକ୍ତ ରାଜକ୍ଷମା ଆବେଦନ କରିପାରିନଥିବାରୁ ଫେବୃୟାରୀ 1 ତାରିଖରେ ଫାଶୀ ଦିଆଯିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ତପ୍ତପାଣି ଘାଟିରେ ଦୁର୍ଘଟଣା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଘନ କୁହୁଡି କାରଣରୁ ଦୁର୍ଘଟଣା ଘଟିଛି ବୋଲି ପରିବହନ ମନ୍ତ୍ରୀ ପ୍ରକାଶ କରିଛନ୍ତି । ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ଦୁର୍ଘଟଣାର ତଦନ୍ତ କରାଯିବ । ଗାଡି କେତେ ବେଗରେ ଯାଉଥିଲା ଏ ନେଇ ଏମ୍‌ଭିଆଇ ଏବଂ ଆରଟିଓଙ୍କ ଠାରୁ ସୂଚନା ହାସଲ କରାଯାଉଛି । ବର୍ତ୍ତମାନ ଆହତଙ୍କ ଚିକିତ୍ସା ପ୍ରାଥମିକତା ରହିଥିବା ବେଳେ ଆହତ ଏବଂ ମୃତକଙ୍କୁ କ୍ଷତିପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ଚାଲିଛି ବୋଲି ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି ।

Read More

ନୂଆଦିଲ୍ଲୀ : ଷ୍ଟାଣ୍ଡଅପ୍‌ କମେଡିଆନ୍‌ କୁନାଲ୍‌ କାମ୍ରାଙ୍କୁ 6 ମାସ ପାଇଁ ବାସନ୍ଦ କରିଛନ୍ତି ଇଣ୍ଡିଗୋ ଏୟାରଲାଇନ୍ସ ଏବଂ ଏୟାର ଇଣ୍ଡିଆ । ଇଣ୍ଡିଗୋରେ ବିମାନ ଯାତ୍ରା ସମୟରେ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ କାମ୍ରାଙ୍କୁ ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ 6 ମାସ ପାଇଁ ବାସନ୍ଦ କରାଯାଇଛି । ଅନ୍ୟ ଯାତ୍ରୀଙ୍କ ନିମନ୍ତେ ଅସୁବିଧା ସୃଷ୍ଟି କରୁଥିବାରୁ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ 6 ମାସ ପାଇଁ ବାସନ୍ଦ କରାଯାଇଥିବା ନେଇ ଏକ ଟ୍ବିଟ୍‌ରେ ସୂଚନା ଦିଆଯାଇଥିବା ବେଳେ ଏହି ଟ୍ବିଟ୍‌ରେ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଟ୍ୟାଗ୍‌ କରାଯାଇଥିଲା । ଏହାପରେ ଏୟାର ଇଣ୍ଡିଆ ପକ୍ଷରୁ ମଧ୍ୟ କାମ୍ରାଙ୍କ ବିମାନ ଯାତ୍ରା ଉପରେ ରୋକ୍‌ ଲଗାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ମୁମ୍ବାଇରୁ ଲକ୍ଷ୍ନୌ ଯାଉଥିବା ସମୟରେ ଅର୍ଣ୍ଣବଙ୍କୁ ଦୁର୍ବ୍ୟବହାର କରିଥିଲେ କୁନାଲ କାମ୍ରା ।

Read More