Author: Samikhsya Bureau

ନୂଆଦିଲ୍ଲୀ : କେନ୍ଦ୍ରୀୟ ବଜେଟ୍‌କୁ ନିରାଶାଜନକ ବୋଲି ଅଭିହିତ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଶନିବାର ଉପସ୍ଥାପିତ ହୋଇଥିବା ବଜେଟ୍‌କୁ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ବଢିଆ ରେଟିଂ ଦିଆଯାଇଥିବା ବେଳେ ଚିଦାମ୍ବରମ୍‌ ଏହାକୁ ସମାଲୋଚନା କରିଛନ୍ତି । ସରକାରଙ୍କ ପକ୍ଷରୁ ଆଗତ ବଜେଟ୍‌ ବିତର୍କର ବିଷୟ ବୋଲି ଚିଦାମ୍ବରମ୍‌ କହିଛନ୍ତି । ସେହିପରି ସାମ୍ବାଦିକଙ୍କ ପକ୍ଷରୁ ବଜେଟ୍‌କୁ କିପରି ରେଟ୍‌ କରାଯିବ ବୋଲି ପ୍ରଶ୍ନର ଉତ୍ତର ରଖିଥିଲେ ଚିଦାମ୍ବରମ୍‌ । ମୋ ନିକଟରେ ଦୁଇଟି ସଂଖ୍ୟା ଅଛି । 0 ଏବଂ 1, ଆପଣଙ୍କ ସୁବିଧା ଅନୁସାରେ ଆପଣ ରେଟ୍‌ କରନ୍ତୁ । ବର୍ତ୍ତମାନ ବଜାରରେ ନିବେଶ ଜରୁରୀ ହୋଇଥିବା ବେଳେ ସରକାର ଏଲ୍‌ଆଇସି ଏବଂ ଆଇଡିବିଆଇ ବିକ୍ରି କରିବାର ନିଷ୍ପତ୍ତି ନେଇଛନ୍ତି । ସେହିପରି ମାନ୍ଦାବସ୍ଥା ସମୟରେ ସରକାରଙ୍କ ପକ୍ଷରୁ 6ରୁ 6.5ର ଅଭିବୃଦ୍ଧି ହାର ହାସ୍ୟାସ୍ପଦ ବୋଲି ଚିଦାମ୍ବରମ୍‌ କହିଛନ୍ତି । (ଏଜେନ୍ସି)

Read More

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରରେ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର (ଏନ୍‌ଆରସି)କୁ ଲାଗୁ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଶିବସେନାର ମୁ୍ଖପାତ୍ର ସାମ୍ନାରେ ଏକ ସାକ୍ଷାତକାରରେ ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ, ‘ନାଗରିକତା ସଂଶୋଧନ ଅଧିନିୟମ’ (ସିଏଏ) ନାଗରିକତା ଛଡାଇବା ପାଇଁ ନୁହେଁ, ଏହା ନାଗରିକତା ଦେଇଥାଏ । ଯଦି ଏନ୍‌ଆରସି ଲାଗୁ କରାଯିବ, ତେବେ ହିନ୍ଦୁ ଓ ମୁସଲମାନ ଦୁହିଁଙ୍କ ପାଇଁ ନାଗରିକତା ପ୍ରମାଣ କରିବା ବହୁତ କଷ୍ଟକର ହେବ । ମୁଁ ଏପରି କରିବାକୁ ଦେବି ନାହିଁ ବୋଲି ଉଦ୍ଧବ କହିଛନ୍ତି । ଏହା ପୂର୍ବରୁ ଲୋକସଭାରେ ଶିବସେନା ନାଗରିକତା ସଂଶୋଧନ ବିଲ୍‌କୁ ନେଇ ସମର୍ଥନ କରିଥିଲେ । ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଅଧିନିୟମର ସାମ୍ବଧାନିକ ବୈଧତାକୁ ନେଇ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ମୋଦି ସରକାର ଏହି ଆଇନ ସମ୍ପର୍କରେ କହିଛନ୍ତି ଯେ, ପାକିସ୍ତାନ, ଆଫଗାନିସ୍ଥାନ ଓ ବଙ୍ଗଳାଦେଶରେ ରହିଥିବା ତଥା ନିର୍ଯାତିତ…

Read More

ନୂଆଦିଲ୍ଲୀ : ସର୍ବାଧିକ ସର୍ଚ୍ଚ କରାଯାଇଥିବା ଭାରତୀୟ ଖାଦ୍ୟ ତାଲିକାର ପ୍ରଥମ ସ୍ଥାନରେ ରହିଛି ବିରିୟାନୀ । 2019ରେ ଗୁଗୁଲ୍‌ରେ କରାଯାଇଥିବା ବିଭିନ୍ନ ସର୍ଚ୍ଚକୁ ନେଇ ଏହି ତଥ୍ୟ ପ୍ରକାଶ ପାଇଛି । ସମୁଦାୟ 4.56 ଲକ୍ଷ ଥର ଚିକେନ୍‌ ବିରିୟାନୀ ସର୍ଚ୍ଚ କରାଯାଇଛି । ସେହିପରି ଅନ୍ୟ ଖାଇବା ମଧ୍ୟରେ ବଟର ଚିକେନ୍‌, ସମୋସା, ଚିକେନ୍‌ ଟିକ୍କା ମସାଲା, ଦୋସା ଏହି ତାଲିକାରେ ପଛକୁ ପଛ ରହିଛି । ଏସ୍‌ଇଏମ୍‌ ରସ୍‌ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଏହି ତଥ୍ୟ ପ୍ରକାଶ ପାଇଛି । ପଞ୍ଜାବୀଙ୍କ ପ୍ରିୟ ଖାଦ୍ୟ ବଟର ଚିକେନ୍‌ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । ବଟର ଚିକେନ୍‌କୁ 4 ଲକ୍ଷ ଥର ସର୍ଚ୍ଚ କରାଯାଇଛି । ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି ସମୋସା । ଉତ୍ତର ଭାରତର ପ୍ରିୟ ସ୍ନାକ୍ସ ସମୋସାକୁ 3.9 ଲକ୍ଷ ଲୋକ ସର୍ଚ୍ଚ କରିଛନ୍ତି । ଦକ୍ଷିଣ ଭାରତୀୟ…

Read More

କୋଲକତା : ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଦିଲ୍ଲୀର ଶାହିନବାଗ୍‌ ପରି କୋଲକାତାର ସର୍କସ୍‌ ମଇଦାନଠାରେ 60 ମୁସଲିମ୍‌ ମହିଳା ସିଏଏକୁ ଧାରଣାରେ ବସିଛନ୍ତି । ରବିବାର ଧାରଣାରେ ବସିଥିବା ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ତେବେ ମହିଳା ଜଣକ ହାର୍ଟଆଟାର୍କରେ ମୃତ୍ୟୁବରଣ କରୁଥିବାର ଜଣାପଡିଛି । ବିଗତ 26 ଦିନ ଧରି ସଂଶୋଧିତ ନାଗରିକତା ଆଇନ ବିରୋଧରେ କଲିକତାଠାରେ 60 ଜଣ ମୁସଲିମ୍‌ ମହିଳା ଅନିଶ୍ଚିତ କାଳ ପାଇଁ ଧାରଣାରେ ବସିଛନ୍ତି । ମହିଳାମାନେ ଧାରଣା କରୁଥିବା ସ୍ଥଳକୁ ‘କଲିକତାର ଶାହୀନ୍‌ ବାଗ୍‌’ ବୋଲି କୁହାଯାଉଛି । ଏହି ବିରୋଧ ପ୍ରଦର୍ଶନରେ ଗୃହିଣୀଙ୍କଠାରୁ ଆରମ୍ଭ କରି କର୍ମଜୀବୀ ମହିଳାମାନେ ମଧ୍ୟ ସାମିଲ୍‌ ରହିଛନ୍ତି । ମହିଳା ଜଣକ ମୃତ୍ୟୁ ପରେ ବି ଧାରଣା ଜାରି ରହିଛି । ତେବେ ଏହି ଧାରଣାରତ ମହିଳାମାନେ କୌଣସି ରାଜନୈତିକ ସମୂହ ସହ ଜଡିତ ନୁହନ୍ତି । ସେମାନେ…

Read More

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ଡିଏସ୍‌ପି ଦବିନ୍ଦର ସିଂଙ୍କ ଆତଙ୍କମୀ ଲିଙ୍କ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ପକ୍ଷରୁ ଜମ୍ମୁ କାଶ୍ମୀରର ସୋପିଆଁରେ ଚଢାଉ କରାଯାଇଛି । ଶନିବାର ଏନ୍‌ଆଇଏର 20 ଜଣିଆ ଟିମ୍‌ ଜମ୍ମୁ କାଶ୍ମୀରରେ ପହଞ୍ଚିବା ପରେ ଆଜି ଚଢାଉ କରାଯାଇଛି । ଦବିନ୍ଦର ସିଂଙ୍କୁ ପଚରା ଉଚୁରା ସମୟରେ ହାସଲ କରାଯାଇଥିବା କିଛି ତଥ୍ୟ ଆଧାରରେ ଏହି ଚଢାଉ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ ଦୁଇ ହିଜ୍‌ବୁଲ୍‌ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହିତ ଜମ୍ମୁ କାଶ୍ମୀର ଡିଏସ୍‌ପି ଦବିନ୍ଦର ସିଂଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସୀ)

Read More

ବେ ଓଭାଲ୍‌ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି20 ଶୃଙ୍ଖଳାର ଅନ୍ତିମ ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନଥିବା ବେଳେ ଭାରତ ପକ୍ଷରୁ ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମା ପ୍ରତ୍ୟାବର୍ତ୍ତନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ 4 ଟି20ରେ ବିଜୟୀ ହୋଇ ଭାରତ 4-0ରେ ଅଗ୍ରଣୀ ରହିଛି । (ଏଜେନ୍ସି)

Read More

କାନ୍‌ବେରା : ଭାରତୀୟ ମହିଳା କ୍ରିକେଟ ଦଳ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର 103 ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ 7ଟି ବଲ୍‌ ପୂର୍ବରୁ 6 ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । 49 ରନ୍‌ ଏବଂ 4 ଓ୍ବିକେଟ ପାଇଁ ଏଲିସ୍‌ ପେରୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ସର୍ବାଧିକ 35 ରନ୍‌ ସଂଗ୍ରହ କରିଥିବା ବେଳେ ହରମନ୍‌ପ୍ରୀତ୍‌ କୌର୍‌ 28 ରନ୍‌ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଏଲିସ୍‌ ପେରୀ 13 ରନ୍‌ରେ 4ଟି ଏବଂ ଟାଲ୍ୟା ଭାଲେମିଙ୍କ 13 ରନ୍‌ରେ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ଅଷ୍ଟ୍ରେଲିଆ ଏଲିସ୍‌ ପେରୀଙ୍କ 49 ଏବଂ ଆସ୍‌ଲେଘ୍‌ ଗାର୍ଡନରଙ୍କ 22 ରନ୍‌ ବଳରେ 6 ଓ୍ବିକେଟ ହରାଇ ବିଜୟ ହାସଲ କରିଥିଲେ । ଏଲିସ୍‌ ପେରୀଙ୍କୁ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଖି ବୁଜିଲେ ବିପ୍ଳବୀ କବି ରବି ସିଂ । ଏକଧାରାରେ ଜଣେ କବି,ସାମ୍ବାଦିକ ଏବଂ ରାଜନେତା ରହିଥିବା ଶ୍ରୀ ସିଂଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । 1961 ମସିହାରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ 2017ରେ ଅତିବଡୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ଏହି ବିପ୍ଲବୀ କବି ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । କଟକ ନୂଆପଡ଼ା ସ୍ଥିତ ବାସଭବନରେ ରବିବାର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ରବି ସିଂ । ପଥପ୍ରାନ୍ତର କବିତା, ଚରମ ପତ୍ର, ଶିଥୀଳ ବଳ୍ଗ, ଲାଲ ପାଗୋଡାର ପ୍ରେତ, ଭୃକୁଟି, ବିଦୀର୍ଣ୍ଣ ପରି କବିତା ପାଇଁ ଶ୍ରୀ ସିଂ ପରିଚିତ ଥିଲେ । 1948 ମସିହାରେ, ସେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିରେ ଓ 1953 ମସିହାରେ ଅବିଭାଜିତ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆରେ ଯୋଗଦାନ କରିଥିଲେ ।

Read More

ନୂଆଦିଲ୍ଲୀ : ଚୀନ୍‌ରେ ରହିଥିବା 323 ଭାରତୀୟ ନାଗରିକଙ୍କୁ ଭାରତ ଫେରାଇ ଅଣାଯାଇଛି । 323 ଜଣ ନାଗରିକଙ୍କୁ ନେଇ ଭାରତ ଆସୁଥିବା ଏୟାର ଇଣ୍ଡିଆ ବିମାନଟି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଅବତରଣ କରିଛି । ଚୀନ୍‌ରେ ଏହି ଭାଇରସ୍‌ ପ୍ରଭାବରେ 300ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିବା ସହିତ 9000ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । 323 ଜଣ ନାଗରିକଙ୍କ ମଧ୍ୟରେ 7 ଜଣ ମାଳଦ୍ବୀପ ନାଗରିକ ରହିଥିବା ଜଣାପଡିଛି । ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ନାବାଳକ ଏବଂ 211 ଜଣ ଛାତ୍ର ରହିଛନ୍ତି । ଏହା ମଧ୍ୟରେ ଦୁଇ ଜଣ ଭାରତୀୟ ନାଗରିକ କୋରୋନା ଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇଛନ୍ତି ।

Read More

ନୂଆଦିଲ୍ଲୀ : ନକଲି ପାସପୋର୍ଟ ଏବଂ ଆଧାର କାର୍ଡ ସହିତ ଜଣେ ଆଫଗାନ ନାଗରିକଙ୍କୁ ଗିରଫ କରାଯାଇଛି । ବାରଣାସୀର ପାସପୋର୍ଟ ଅଫିସରୁ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ଆଫଗାନ ନାଗରିକଙ୍କ ନାମ ଇବାଦତଉଲ୍ଲା ଆଲିଆସ୍‌ ଆବିଦ୍‌ ବୋଲି ଜଣାପଡିଛି । ବାରଣାସୀର ମହମୁରଗଞ୍ଜରେ ପାସପୋର୍ଟ ପାଇଁ ଉକ୍ତ ଯୁବକ ଜଣକ ନକଲି ଆାଧାର କାର୍ଡ ଦେଖାଇଥିଲେ । ଆଜମଗଡର ଫୁଲପୁର ପୋଲିସ୍‌ ଥାନା ପକ୍ଷରୁ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି । ଆବିଦ୍‌ ଶନିବାର ଅପରାହ୍ନରେ ଅନ୍‌ଲାଇନ୍‌ରେ ପାସପୋର୍ଟ ଆବେଦନ ପାଇଁ ଚେଷ୍ଟା କରିଥିଲେ । ମାତ୍ର ହିନ୍ଦି ଏବଂ ଇଂରାଜୀରେ କହି ପାରୁନଥିବାରୁ ଦୋକାନୀ ଜଣକ ତାଙ୍କୁ ପାସପୋର୍ଟ ଅଫିସ୍‌କୁ ପଠାଇଥିଲେ । ବ୍ୟବହାର ସନ୍ଦେହଜନକ ଲାଗିବାରୁ ପାସପୋର୍ଟ ଅଫିସ୍‌ ପକ୍ଷରୁ ପୋଲିସ୍‌କୁ ଖବର ଦିଆଯାଇଥିଲା । (ଏଜେନ୍ସି)

Read More

ଥିରୁଅନନ୍ତପୁରମ : କେରଳର ଦ୍ବିତୀୟ କୋରୋନା ଭାଇରସ୍‌ ରୋଗୀ ଚିହ୍ନଟ ହୋଇଛି । ତିନି ଦିନ ପୂର୍ବରୁ ପ୍ରଥମ ରୋଗୀ ଚିହ୍ନଟ ହୋଇଥିବା ବେଳେ ରବିବାର ଦିନ ଦ୍ବିତୀୟ ରୋଗୀଙ୍କୁ ଚିହ୍ନଟ କରାଯାଇଛି । କେରଳ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ସଂକ୍ରମିତଙ୍କ ଅବସ୍ଥା ସ୍ଥିର ରହିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସଂକ୍ରମିତ ଉପରେ କଡା ନଜର ରଖାଯାଇଛି । ପୂର୍ବରୁ ଗୁରୁବାର ଦିନ ଚୀନ୍‌ର ୟୁହାନ୍‌ ବିଶ୍ବବିଦ୍ୟାଳୟରେ ପାଠ ପଢୁଥିବା ଜଣେ ଛାତ୍ରଙ୍କ ଠାରେ ଗୁରୁବାର ଦିନ ପ୍ରଥମ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଗତକାଲି ଉପସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବଜେଟ୍‌କୁ ମିଶ୍ର ପ୍ରତିକ୍ରିୟା ମିଳିଥିବା ବେଳେ ସି ଭୋଟର ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ଏହାକୁ ପ୍ରଶଂସା କରାଯାଇଛି । ଚଳିତ ବର୍ଷର ବଜେଟ୍‌କୁ ସି ଭୋଟର ପକ୍ଷରୁ 7.7ର ରେଟିଂ ପ୍ରଦାନ କରାଯାଇଛି । 2013ରେ ୟୁପିଏ ସରକାର ଅମଳରେ ଉପସ୍ଥାପିତ ବଜେଟ୍‌କୁ ସର୍ବନିମ୍ନ 4.4 ରେଟିଂ ମିଳିଥିବା ବେଳେ 2014ର ବଜେଟ୍‌କୁ 4.8 ରେଟିଂ ମିଳିଥିଲା । ଏହା ମୋଦି ସରକାରଙ୍କ ଦ୍ବାରା ଉପସ୍ଥାପିତ ବଜେଟ୍‌ର ମଧ୍ୟ ସର୍ବଶ୍ରେଷ୍ଠ ରେଟିଂ । ଏହା ପୂର୍ବରୁ 2015ର ବଜେଟ୍‌କୁ 6.6 ରେଟିଂ ମିଳିଥିଲା । ପରବର୍ତ୍ତୀ ବର୍ଷ ଗୁଡିକରେ ଏହି ରେଟିଂ ଯଥାକ୍ରମେ 6.3, 5.2 ଏବଂ 4.7କୁ ହ୍ରାସ ପାଇଥିଲା । (ଏଜେନ୍ସୀ)

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ତୋରସିଂ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଜଣେ ମହିଳା ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାମ ପୁଷ୍ପାଞ୍ଜଳି ବେହେରା ବୋଲି ଜଣାପଡିଛି। ମହିଳା ଜଣଙ୍କ ବିଷ ପିଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କ ସ୍ବାମୀ ଦେବେନ୍ଦ୍ର ବେହେରା ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ବାଣପୁର ପୋଲିସ୍‌ ପକ୍ଷରୁ କେସ୍‌ ନମ୍ବର ୦୧/୨୦ଦାୟର କରାଯାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଗମ୍ଭରିମୁଣ୍ଡା ଫାଣ୍ଡି ଅଧିକାରୀ ମୁରଲୀଧର ବଳିୟାରସିଂହ ଏହି ମାମଲାର ତଦନ୍ତ କରୁଛନ୍ତି। ପରବର୍ତ୍ତୀ ସମୟରେ ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯିବାରୁ ପୋଲିସ୍‌ ଦେବେନ୍ଦ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଉଲ୍ଲେଖଯୋଗ୍ୟ ଯେ, ଗମ୍ଭାରିମୁଣ୍ଡା ପଞ୍ଚାୟତର ମହାନ୍ତି ଗାଁର ପୁଷ୍ପାଞ୍ଜଳି ପନ୍ଦର ବର୍ଷ ତଳେ ତୋରସିଂ ନିବାସୀ ଦେବେନ୍ଦ୍ର ବେହେରାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ…

Read More

କେଦାର ମିଶ୍ର ଗତକାଲି ଦେଶର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଦ୍ଵିତୀୟ ଥର ଲାଗି ସଂସଦରେ ବଜେଟ ଉପସ୍ଥାପନ କଲେ। ଦେଶର ଅର୍ଥନୈତିକ ସଙ୍କଟ ସମୟରେ ଯେଉଁ ବଜେଟ ଆସେ ତାକୁ ନେଇ ଅନେକ ଉଦବିଗ୍ନତା ଓ ଆଶଙ୍କା ରହିଥାଏ। ହେଲେ ନିର୍ମଲାଙ୍କ ବଜେଟକୁ ନେଇ ନା ଆଶା ଅଛି, ନା ରହିଛି ଏହାକୁ ପରଖି ଦେଖିବାର କୌଣସି ଆଗ୍ରହ। ୧୯୯୨ ପରେ କୌଣସି ପ୍ରକାର ଆଗ୍ରହ ସୃଷ୍ଟି କରିପାରିନଥିବା ବଜେଟ ବୋଲି ଏହାକୁ କୁହା ଯାଇପାରେ। ତେଣୁ ବଜେଟ ବିଷୟରେ ଏଥର ଯେଉଁ କେତୋଟି କେତୋଟି କଥା ବିଶେଷ ଚର୍ଚ୍ଚା ହେଉଛି, ତାହା ବିଶେଷ ଗାଲୁଗପ। ସେଥିରେ ଅର୍ଥନୀତି ବା ରାଜନୀତିର ଗାମ୍ଭୀର୍ୟ ନାହିଁ। ତେବେ ଏ ବଜେଟକୁ ନେଇ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ଖବର ବିଷୟରେ ଭାବିବା ଆସନ୍ତୁ- ୧. ସଂସଦର ଇତିହାସରେ ଏହା ଥିଲା ସବୁଠୁ ଦୀର୍ଘ ବଜେଟ ଅଭିଭାଷଣ। ଏପରିକି ୧୯୯୨ର ଅର୍ଥନୀତିର ଆମୂଳଚୂଳ ପରିବର୍ତ୍ତନ…

Read More

ବେ ଓଭାଲ୍‌ : ଆଜି ବେ ଓଭାଲ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଟି 20 ଶୃଙ୍ଖଳାର ଅନ୍ତିମ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଭାରତ ଶୃଙ୍ଖଳା ହ୍ବାଇଟ୍‌ଓ୍ବାସ୍‌ର ଲକ୍ଷ୍ୟ ରଖିଥିବା ନ୍ୟୁଜିଲ୍ୟାଣ୍ଡ ନିଜର ସମ୍ମାନ ବଞ୍ଚାଇବାର ଚେଷ୍ଟା କରିବ । ଅନ୍ତିମ ଦୁଇ ମ୍ୟାଚ୍‌ ସୁପର ଓଭରକୁ ଯାଇଥିବାରୁ ଏହି ମ୍ୟାଚ୍‌ ମଧ୍ୟ ରୋମାଞ୍ଚକର ରହିବା ନେଇ ଆଶା କରାଯାଉଛି । ଏହି ମ୍ୟାଚ୍‌ ପାଇଁ ଭାରତ କୋହଲି ଏବଂ ରାହୁଲଙ୍କୁ ବିଶ୍ରାମ ଦେଇ ପାରେ । ସେହିପରି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରୁଥିବାରୁ ଡାରିଲ୍‌ ମିଚେଲ୍‌ଙ୍କୁ ବାହାରେ ବସିବାକୁ ପଡିବ ।

Read More

ସମୀକ୍ଷା ବ୍ୟୁରୋ କେନ୍ଦ୍ରୀୟ ବଜେଟ ୨୦୨୦-୨୧ର ମୁଖ୍ୟାଂଶ *     ଆୟ- ୨୨.୪୬ ଲକ୍ଷ କୋଟି ଟଙ୍କା *     ବ୍ୟୟ-୩୦.୪୨ ଲକ୍ଷ କୋଟି ଟଙ୍କା *     ଜିଡିପି ଅଭିବୃଦ୍ଧି ୧୦% ରହିବା ଅନୁମାନ *     ବିତିୟ ନିଅଂଟ ୩.୫% ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଏକବିଂଶ ଶତାବ୍ଦୀର ତୃତୀୟ ଦଶକର ପ୍ରଥମ କେନ୍ଦ୍ର ବଜେଟ ଆଗତ କରିଛନ୍ତି । ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏହି ବଜେଟରେ କେତେକ ଯୁଗାନ୍ତକାରୀ ସଂସ୍କାର ସହ ସ୍ୱଳ୍ପମିଆଦୀ, ମଧ୍ୟମମିଆଦୀ ଓ ଦୀର୍ଘମିଆଦୀ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି । କେନ୍ଦ୍ରୀୟ ବଜେଟ ୨୦୨୦-୨୧ର ମୁଖ୍ୟାଂଶ ଏହିପରି :- ବଜେଟର ତିନୋଟି ମୁଖ୍ୟ ଆଧାର ହେଲା – *     ଆଶାବାଦୀ ଭାରତ – ସମାଜର ସବୁ ବର୍ଗର ଲୋକମାନଙ୍କ ପାଇଁ ଉନ୍ନତମାନର ସ୍ୱାସ୍ଥ୍ୟ, ଶିକ୍ଷା ଓ କର୍ମସଂସ୍ଥାନ । *     ସମସ୍ତଙ୍କ ପାଇଁ ଅର୍ଥନୈତିକ ବିକାଶ –  “ସବକା ସାଥ, ସବକା ବିକାଶ,…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବାରମ୍ବାର ବିରୋଧ ସତ୍ତ୍ୱେ ଇସ୍କନର ଅଦିନିଆ ରଥଯାତ୍ରା କରିବା ଜଗନ୍ନାଥପ୍ରେମୀ ତଥା ସମସ୍ତ ହିନ୍ଦୁ, ଓଡ଼ିଆଙ୍କ ଧାର୍ମିକ ପରମ୍ପରାକୁ ଭଙ୍ଗ କରିବାକୁ ଇସ୍କନ ଯେଉଁ ପ୍ରୟାସ କରୁଛି ତାହାକୁ ନିଖିଳ ଓଡ଼ିଶା ପାଇକ ମହାସଂଘ ତୀବ୍ର ନିନ୍ଦା କରିଛି । ଆଜି ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଇସ୍କନର ଏଭଳି କ୍ୱଚିତ୍‌, କଦାକାର ଓ ହୀନ ପଦକ୍ଷେପକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଆଗାମୀ ଦିନରେ ଯଦି ଇସ୍କନ ଏଭଳି କାର୍ଯ୍ୟ ପୁନରାୟ କରେ, ତେବେ ପାଇକ ମହାସଂଘ ଓଡ଼ିଶାରେ ଥିବା ସମସ୍ତ ଇସ୍କନ କାର୍ଯ୍ୟାଳୟରେ ଚାବି ପକାଇବା ସହିତ ଇସ୍କନ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ସଂଗ୍ରାମ କରିବ । ଯଦି ଇସ୍କନ ଏହି ଅପସଂସ୍କୃତିକୁ ନିଜର ଭୁଲ୍ ଭାବି କ୍ଷମା ମାଗିବା ସହିତ ଏହି କାର୍ଯ୍ୟରୁ ନିବୃତ୍ତ ନରୁହେ ତେବେ ଏହା ବିରୁଦ୍ଧରେ ସଂଗ୍ରାମ ହେବ ବୋଲି ପାଇକ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରରେ ଏକ ନାବାଳକ ଯୌନ ନିର୍ଯାତନ ଘଟଣା ସାମ୍ନାକୁ ଆସିଛି। ନାବାଳକ ଜଣକ ଗୁରୁତର ଭାବରେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଏହି ଘଟଣା ସମ୍ମୁଖକୁ ଆସିଛି। ବାଣପୁର ଗାଁର ଦୁଇ ଜଣ ନାବାଳକ ଉକ୍ତ ନାବାଳକକୁ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି। ଦୁଇ ଅଭିଯୁକ୍ତଙ୍କ ବୟସ ୧୪ ଏବଂ ୧୬ ବର୍ଷ ବୋଲି ଜଣାପଡିଛି। ଅଭିଯୋଗ ପରେ ବାଣପୁର ପୋଲିସ୍‌ କେସ୍‌ ନମ୍ବର ୩୮/୨୦ ଅନୁସାରେ ମାମଲାର ତଦନ୍ତ କରିଥିଲେ। ପୋଲିସ ପକ୍ଷରୁ ଆଇପିସିର ଧାରା ୩୭୭, ୫୦୬, ୩୪ ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏସ୍‌ଆଇ ଦିଗବିଜୟ ବିଶ୍ବାଳ ଏହି ମାମଲାର ତଦନ୍ତ କରୁଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏସ୍‌ଆଇ ବିଶ୍ଵାଳ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ଦୁଇ ମାସ ହେବ ଧମକ ଚମକ ଦେଇ ନାବାଳକକୁ ଉଭୟ ଅଭିଯୁକ୍ତ ଅପ୍ରାକୃତିକ ଯୌନ…

Read More

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇ ପାରିବ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କୁ କୁହାଯାଇଛି । ଶନିବାର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ସୂଚନା ଦେଇଛନ୍ତି । ଜଷ୍ଟିସ୍‌ ସୁରେଶ କୁମାର କେତ୍‌ ଏହି ମାମଲାର ବିଚାର କରିଛନ୍ତି । ମୃତ୍ୟୁ ସୁନିଶ୍ଚିତ ବୋଲି ଜାଣିବା ପରେ ଜଣେ ବ୍ୟକ୍ତିଙ୍କୁ ରଖିବା ଅମାନବିକ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିଚାରପତିଙ୍କ ନିକଟରେ ଯୁକ୍ତି ରଖିଥିଲେ । ମୁକେଶର ଫାଶୀ ପାଇବା ରାସ୍ତା ପ୍ରଶସ୍ତ ହୋଇଥିବା ବେଳେ ପଓ୍ବନ୍‌ ପକ୍ଷରୁ ରାଜକ୍ଷମା କିମ୍ବା କ୍ୟୁରେଟିଭ୍‌ ଯାଚିକା ଦାଖଲ କରାଯାଇନାହିଁ । ଏହି ଦୁଇ ଜଣଙ୍କୁ ଅଲଗା ଫାଶୀ ଦିଆ ଯାଇପାରିବ ବୋଲି ମେହେଟ୍ଟା ଯୁକ୍ତି କରିଥିଲେ । ସେହିପରି ଶୁକ୍ରବାର ଦିନ ରାୟ ପ୍ରଦାନ ସମୟରେ କୋର୍ଟ ବନ୍ଦୀ ଅଧିନିୟମ 834ର ଉଲ୍ଲଂଘନ କରିଛନ୍ତି ବୋଲି ମେହେଟ୍ଟା ପ୍ରକାଶ କରିଛନ୍ତି ।…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଶନିବାର ଆଗତ କେନ୍ଦ୍ରୀୟ ବଜେଟ୍‌କୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟ୍‌ରେ ଆଗତ କିଛି ଯୋଜନାକୁ ନବୀନ ପ୍ରଶଂସା କରିଥିବା ବେଳେ କିଛି ଯୋଜନାରେ ସୁଧାରର ପ୍ରସ୍ତା ଦେଇଛନ୍ତି । ଶୀତଳ ଭଣ୍ଡାର ସମ୍ବନ୍ଧୀୟ କୃଷି ରେଲ ଏବଂ କୃଷି ଉଡାନ୍‌ ଯୋଜନାକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି । ପିଏମ୍‌ କୁସୁମ ଯୋଜନାରେ 20 ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ପ୍ରଦାନ କରିବା ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି । କର୍ପୋରେଟ୍‌ ଟ୍ୟାକ୍ସ ହ୍ରାସ ପାଇଁ ଓଡିଶା ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ ଏହାକୁ ହ୍ରାସ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ବ୍ୟାଙ୍କ ବୀମା ରାଶି ପରିମାଣ 1 ଲକ୍ଷରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ଏବଂ ନୂତନ ଶିକ୍ଷାନୀତି ଓ ଶିକ୍ଷା କ୍ଷେତ୍ରରେ ଏଫ୍‌ଡିଆଇକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି । କେନ୍ଦ୍ରୀୟ ବଜେଟ୍‌ର…

Read More