Author: Samikhsya Bureau

କେଦାର ମିଶ୍ର  ମାତ୍ର ୧୧ ମାସରେ ଗୋଟିଏ ଜିଲାରେ ଘଟିଛି ୮୬ ଟି ଧର୍ଷଣ ଓ ୧୮୫ ବଳାତ୍କାର ଘଟଣା। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରୁ ୬୩ କିଲୋମିଟର ଦୂରରେ ଅବସ୍ଥିତ ଉନ୍ନାଓ ଜିଲ୍ଲା ଏବେ ମହିଳାଙ୍କ ପାଇଁ ଏବେ ନିର୍ୟାତନାର ଯାତନା ଗୃହ ପାଲଟିଛି। ଯେଉଁ ଦିନ ପୋଲିସର ହାଇଦ୍ରାବାଦ ପୋଲିସର ଏନକାଉଣ୍ଟର ନ୍ୟାୟକୁ ନେଇ ସାରା ଦେଶ ବଡ ଖୁସି ରେ ନାଚୁଥିଲା, ସେଦିନ ଉନ୍ନାଓ ର ଆଉ ଏକ ଝିଅକୁ ତାର ଧର୍ଷଣକାରୀମାନେ ପୋଡି ମାରିଦେଲେ। ସେ ପୋଡି ମାରିବାର ଦୃଶ୍ୟ ବି କିଛି ଭୟାନକ ନଥିଲା। ୯୦ ଭାଗ ପୋଡିଯାଇଥିବା ଗୋଟେ ଆଦିବାସୀ ଝିଅ ଦଉଡି ଦଉଡି ଗୋଟେ କିଲୋମିଟର ପରେ ପୋଲିସ କୁ ଫୋନ କରି ପାରିଲା। ମାତ୍ର ୧୦ ଘଣ୍ଟା ଭିତରେ ଝିଅଟିର ଜୀବନ ଚାଲିଗଲା। କିଛିମାସ ଆଗରୁ ଝିଅଟିକୁ ଧର୍ଷଣ କରିଥିବା ଅପରାଧୀମାନେ ଜେଲରୁ ଜାମିନ ପାଇ ଫେରିଥିଲେ। ଅପରାଧୀର…

Read More

ଭୁବନେଶ୍ବର/ଯୋଧପୁର,07/12: ଓଡିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। କାରଣ ଶନିବାର ଦିନ ଯୋଧପୁରରେ ଯେପରି ରାଷ୍ଟ୍ରପତିଙ୍କ ସୁରକ୍ଷା ବଳୟ ଭାଙ୍ଗି ଜଣେ ପଶି ଆସିଲା ସେଥିପାଇଁ ଓଡ଼ିଶାରେ ସବୁଆଡୁ ତୀକ୍ଷ୍ମ ନଜର ରଖାଯାଇଛି। ଓଡିଶା ଆସିବା ପୂର୍ବରୁ ରାମନାଥ କୋବିନ୍ଦ ଯୋଧପୁର ଗସ୍ତରେ ଯାଇଥିଲେ। ସେ ଯୋଧପୁରର ସର୍କିଟ ହାଉସରେ ସକାଳ ଜଳଖିଆ କରୁଥିବା ବେଳେ ହଠାତ ଜଣେ ଲୋକ ସୁରକ୍ଷା ବଳୟ ଭାଙ୍ଗି ଭିତରକୁ ପଶି ଆସିଲା। ସେ ଦୈଡି ଦୈଡି ରାଷ୍ଟ୍ରପତିଙ୍କ ପାଦ ଛୁଇଁକୁ ଉଦ୍ୟମ କରୁଥିବା ବେଳେ ସେଠାରେ ଥିବା ପୋଲିସ ତାଙ୍କୁ ଧରି ବାହାରକୁ ଭିଡି ନେଇ ଯାଇଥିଲେ। ଏହି ଘଟଣା ଜଣାପଡିବା ପରେ ସେଠାରେ ଥିବା ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ତୁରନ୍ତ 6 ଜଣ ସୁରକ୍ଷା ଅଧିକାରୀଙ୍କୁ ନିଳମ୍ବିତ କରିଛନ୍ତି। ପୋଲିସ ତରଫରୁ କୁହାଯାଇଛି ଯେ, ସେହି ଲୋକର ନାମ ହେଉଛି ଦୀନେଶ ଚାନ୍ଦ ଏବଂ ତାଙ୍କ ଘର…

Read More

ଭୁବନେଶ୍ବର,୭/୧୨:  ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ୍‌, ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି । ଭୁବେନଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍‌ ଓରାମ, ମୁଖ୍ୟ ଶାସନ ସଚିବ ଓ ଡିଜିପି ମଧ୍ୟ ରାଷ୍ଟ୍ରପତି ସ୍ବାଗତ ସମ୍ବର୍ଦ୍ଧନା ସମୟରେ ଉପସ୍ଥିତ ରହିଥିଲେ। ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିଥିବାବେଳେ ଆଜି ରାଜଭବନରେ ରାତ୍ରିଯାପନ କରିବେ । ଆସନ୍ତା କାଲି ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦଦେଶରେ ପାଇକ ବିଦ୍ରୋହର ସ୍ମାରକୀ ଶିଳାନ୍ୟାସ କରିବା ସହ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲିରେ ଯୋଗଦେବେ । (ଏଜେନ୍ସି)

Read More

ଭୁବନେଶ୍ୱର, ୭/୧୨: ରାଜ୍ୟରେ ହୁ ହୁ ବୃଦ୍ଧିପାଉଥିବା ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ପ୍ରସଙ୍ଗରେ ଆଜି ଛାତ୍ର କଂଗ୍ରେସ ଅଭିନବ ପ୍ରତିବାଦ କରିଛନ୍ତି । ରାଜ୍ୟ ଛାତ୍ର କଂଗ୍ରେସର ସଂଯୋଜକ ଆଦିତ୍ୟ ପ୍ରିତମ ଦାସଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ ଦିବା ୧୧.୩୦ ମିନିଟ୍‌ ସମୟରେ କଂଗ୍ରେସ ଭବନ ଠାରୁ ମହାତ୍ମା ଗାନ୍ଧୀ ମାର୍ଗ ଦେଇ  ଲୋକସେବା ଭବନ ଆଡ଼କୁ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟି ତାତ୍ସଲ୍ୟଭରା ଶୁଭେଚ୍ଛା ଜଣାଇବା ଉଦ୍ଦେଶ୍ୟରେ ଯିବାବେଳେ ପୋଲିସ୍  ଗିରଫ କରିଛି। ଛାତ୍ରନେତା ମାନଙ୍କୁ ଲୋୟର ପିଏମ୍‌ଜିରୁ  ଗିରଫ କରାଯାଇଥିଲା । ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜ୍ୟରେ କ୍ଷୋଭ ଓ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ନିରବତା ଅତ୍ୟନ୍ତ ଦୁଃଭାଗ୍ୟଜନକ ବୋଲି ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ଆଦିତ୍ୟ ପ୍ରିତମ ଦାସ ଦୃଢ଼ ଆରୋପ ଓ ପ୍ରତିବାଦ କରିଛନ୍ତି ।  ସୂର୍ଯ୍ୟକାନ୍ତ ବାରିକ, ବିଶ୍ୱଜିତ୍ ଲେଙ୍କା, ସମ୍ଭବ ପଟ୍ଟନାୟକ…

Read More

ଝାଡଖଣ୍ଡ, ୭/୧୨ : ୮୧ ଆସନ ବିଶିଷ୍ଟ ଝାଡଖଣ୍ଡର ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ମତଦାନରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ପର୍ଯ୍ୟାୟରେ ୬୨.୨୪ ପ୍ରତିଶତ ମତଦାନ ହୋଇଥିବାର ସୂଚନା ରହିଛି। ଏଠାରେ ୫ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଆସନ ପାଇଁ ଭୋଟ ଗ୍ରହଣ କରାଯାଇଛି। କେବଳ ଗୋଟିଏ ବୁଥ୍‌ରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିବା ଖବର ମିଳିଛି। ଏହି ପର୍ଯ୍ୟାୟରେ ଜାମସେଦପୁରର ପୂର୍ବ ଆସନରେ ମୁଖ୍ୟମନ୍ତ୍ରୀ ରଘୁବାର ଦାସ ନିର୍ବାଚନ ଲଢୁଥିବାବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ସରୟୁ ରାୟ । (ଏଜେନ୍ସି)

Read More

ଉତ୍ତରପ୍ରଦେଶ, ୭/୧୨ : ଉତ୍ତରପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଉତ୍ତରପ୍ରଦେଶ ସରକାର ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଧାରରେ ପୀଡ଼ିତାଙ୍କ ପରିାବରକୁ ଘର ଦେବା ପାଇଁ ମଧ୍ୟ ଘୋଷଣା କରାଯାଇଛି। ଗତକାଲି ରାତ୍ରି ୧୧ଟା ୪୦ ମିନିଟ୍‌ରେ ପୀଡ଼ିତାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିବା ସହ ଏହି ଘଟଣାର ବିଚାର ଫାଷ୍ଟ ଟ୍ରାକ୍‌ କୋର୍ଟରେ ହେବ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଅଭିଯୁ୍କ୍ତମାନେ ଜାମିନ୍‌ରେ ଆସି ପୀଡ଼ିତାଙ୍କୁ ମାରପିଟ୍‌ କରିବା ସହ ଜଳାଇଦେଇଥିଲେ । ପୀଡ଼ିତା ଜଣକ ୯୦ ପ୍ରତିଶତ ଜଳିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସଫଦରଗଞ୍ଜ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ମୃ୍ତ୍ୟୁବରଣ କରିଥିଲେ। (ଏଜେନ୍ସି)

Read More

ଓ୍ବାୟନାଡ,୭/୧୨: ରାହୁଲ୍‌ ଗାନ୍ଧି ନିଜ ନିର୍ବାଚନ ମଣ୍ଡଳୀ ଓ୍ବାୟନାଡ ଗସ୍ତ ସମୟରେ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି ଦେଶରେ ଏବେ ବଢି ଚାଲିଥିବା ହିଂସା ଓ ଦୁଷ୍କର୍ମ ପାଇଁ ସରକାର ଦାୟୀ। ଏଠାରେ ଜନତା ଆଇନକୁ ନିଜ ହାତକୁ ନେଲେଣି। କାରଣ ଏଠି ଦେଶ ଚଳାଉଥିବା ଲୋକ ହିଂସାରେ ବିଶ୍ୱାସ ରଖନ୍ତି। ଏବେ ଭାରତ ବିଶ୍ୱର ଦୁଷ୍କର୍ମକାରୀଙ୍କ କ୍ୟାପିଟାଲ ପାଲଟି ଯାଇଛି ବୋଲି ରାହୁଲ କହିଛନ୍ତି। ଉତ୍ତର ପ୍ରଦେଶର ଜଣେ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକଙ୍କ ନାଁରେ ମହିଳାଙ୍କୁ ବଳାତ୍କାର କରିଥିବାର ଅଭିଯୋଗ ଥିଲେ ମଧ୍ୟ ମୋଦି ଏହାକୁ ନେଇ ଗୋଟିଏ ଶବ୍ଦ କହୁ ନାହାନ୍ତି ବୋଲି ରାହୁଲ କହିଛନ୍ତି। ସେହିପରି ପ୍ରିୟଙ୍କା ଗାନ୍ଧି ମଧ୍ୟ ଉତ୍ତରପ୍ରଦେଶ ଉନ୍ନାଓର ପୀଡ଼ିତାଙ୍କ ମୃତ୍ୟୁ ପରେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିବା ସହ ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ,୭/୧୨ : ହାଇଦ୍ରାବାଦ ଗଣଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ଘଟଣାକୁ ନେଇ ବୟାନ ଦେଇଛନ୍ତି ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବେଡ୍‌। ସେ ଗଣଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟରକୁ ଘଟଣାକୁ ଆଲୋଚନା କରିଛନ୍ତି। ଯୋଧପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ବୋବେଡ୍‌ କହିଛନ୍ତି ଯେ, ନ୍ୟାୟ କେବେ ବି ତରତରିଆ ଭାବେ ନେଇହେବ ନାହିଁ। ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ, ଯଦି  ପ୍ରତିଶୋଧର ଭାବନାକୁ ନେଇ ଯଦି ନ୍ୟାୟ କରାଯିବ, ତେବେ ତାହା ମୂଳ ଚରିତ୍ରକୁ ହଜାଇ ଦେବ। ଯୋଧପୁରଠାରେ ରାଜସ୍ଥାନ ହାଇକୋର୍ଟର ଏକ ନୂତନ ବିଲିଡିଂ ଉଦ୍‌ଘାଟନ ଅବସରରେ ବିଚାରପତି ଏନେଇ ନେଇ ନିଜର ମତ ରଖିଛନ୍ତି। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ହାଇଦ୍ରାବାଦର ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କ ୪ ଗଣଦୁଷ୍କର୍ମକାରୀଙ୍କୁ ତେଲେଙ୍ଗାନା ପୋଲିସ୍‌ ଏନକାଉଣ୍ଟର କରିଥିଲା। ଏହାକୁ ନେଇ ଦେଶରେ ଚର୍ଚ୍ଚା ଚାଲିଛି । ସାଧାରଣରେ ପୋଲିସ୍‌ର ଏହି କାର୍ଯ୍ୟକୁ ପ୍ରଶଂସା କରାଯାଉଥିବାବେଳେ ମାନବାଧିକାରୀ କର୍ମୀ, ସାମାଜିକ କର୍ମୀ ତଥା…

Read More

ଭୁବନେଶ୍ବର, ୭/୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ କରିଛନ୍ତି ‘ମୋ ସରକାର’। ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ କେତେକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ବରିଷ୍ଠ ଅଧିକାରୀମାନେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ସୋନପୁର ଜିଲ୍ଲା ଗ୍ରସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ମୋ ସରକାର ଟିମ୍‌ର ଗସ୍ତ ପରେ ରୋଗୀମାନଙ୍କ ଫିଡ୍‌ବ୍ୟାକ୍‌ ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଘୋଷଣା କରିଛନ୍ତି। ୬ଟି ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା ଓ ସୋନପୁର ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ଓ ବଲାଙ୍ଗିର ସନ୍ଥ ଭୀମଭୋଇ ମେଡ଼ିକାଲ କଲେଜର ୬ଟି ରୋଗୀ କଲ୍ୟାଣ ସମିତିକୁ…

Read More

କଟକ, ୭/୧୨: କଟକ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା ନିଆଁ ଲାଗିଛି। ପ୍ରାଥମିକ ତଦନ୍ତରୁ ବିଦ୍ୟୁତ୍‌ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ନିଆଁକୁ ଆୟତ୍ତ କରାଯାଇଛି। ଏଥିରେ ବିଶେଷକିଛି କ୍ଷତି ଘଟିନାହିଁ ଆଜି ମଧ୍ୟାହ୍ନରେ ଧାନ ଗବେଷଣା କେନ୍ଦ୍ରର ଅଡିଟୋରିୟମ୍‌ରେ ନିଆଁ ଲାଗିଥିଲା। ପରେ ଏହି ନିଆଁ ପାଖ ରୁମ୍‌କୁ ବ୍ୟାପି ଯାଇଥିଲେ। ତେବେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଠିକ୍‌ ସମୟରେ ନିଆଁକୁ ଆୟତ୍ତ କରାଯାଇଥିବାରୁ ଧାନ ଗବେଷଣା କେନ୍ଦ୍ରର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ବହୁ ଧନଜୀବନ ରକ୍ଷା ହୋଇପାରିଛି। (ଏଜେନ୍ସି)

Read More

ପଟ୍ଟାମୁଣ୍ଡାଇ, ୭/୧୨: ରାସ୍ତାରେ ଅଟୋ ଓଲଟି ପଡ଼ିବାରୁ ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଘଟିଛି। ଏହି ଘଟିଣାରେ ଆଉ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ସ୍କୁଲରୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ଓଲଟି ପଡ଼ିଥିଲା ଅଟୋ।  ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। ଦୁର୍ଘଟଣାରେ ଆହତ ୪ ଜଣଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମୃତ ଶିଶୁ କନ୍ୟାର ନାମ ଶୁଭସ୍ମିତା ହୋଇଥିବାବେଳେ ସେ ଔପଦା ସରସ୍ବତୀ ଶିଶୁ ମନ୍ଦିରରେ ଦ୍ବିତୀୟ ଶ୍ରେଣୀରେ ପଢୁଥିଲେ।ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଅଟୋରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି। (ଏଜେନ୍ସି)

Read More

ହାଇଦ୍ରାବାଦ, ୭/୧୨: ହାଇଦ୍ରାବାଦରେ ଡାକ୍ତରାଣୀ ପ୍ରିୟଙ୍କାଙ୍କ  ସହ ଗଣ ଦୁଷ୍କର୍ମ କରିଥିବା ଚାରି ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟରରେ ନିପାତ କରିଛି। ସାରା ଦେଶରେ ଏହି ଘଟଣାକୁ ଜନ ସମର୍ଥନ ମିଳୁଥିବା ବେଳେ କିଛି ପୁଲିସର ଏପରି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ଟିମ ହାଇଦ୍ରାବାଦ ପହଞ୍ଚିଛି। ଟିମ ଏନକାଉଣ୍ଟର ସ୍ଥଳ ପରିଦର୍ଶନ କରି ମହବୁବାନଗରର ସରକାରୀ ହସ୍ପିଟାଲ ଗସ୍ତ କରିବ ଯେଉଁଠାରେ ଅଭିଯୁକ୍ତମାନଙ୍କ ଶବକୁ ରଖାଯାଇଛି। କେନ୍ଦ୍ର ସରକାର ପୋଲିସ ହେପାଜତରେ ହୋଇଥିବା ଏନକାଉଣ୍ଟର ଉପରେ ତେଲଙ୍ଗାନା ସରକାରଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। (ଏଜେନ୍ସି)

Read More