Author: Samikhsya Bureau

ସମୀକ୍ଷା ବ୍ୟୁରୋ : ଚାଲିବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଚାଲିବା ଦ୍ବାରା ମନ ଓ ଶରୀରରେ ଉତ୍ସାହର ସଂଚାର ପ୍ରବାହ ହୋଇଥାଏ । ଏହାଦ୍ବାର ଆମ ଶରୀର ସକ୍ରିୟ ରହେ। ଆମ ପାଦର ସଂରଚନା ବେଶ୍‌ ଜଟିଳ। ଏଥିରେ 26ଟି ହାଡ, 107ଟି ଲିଗାମେଣ୍ଟସ୍‌, 37ଟି ଯୋଡ ରହିଛି। ଯାହା ଚାଲିବା ଦ୍ବାରା ସକ୍ରିୟ ହୋଇଥାଏ । ମିଳିଥିବା ଏକ ସର୍ଭେ ଅନୁସାରେ, ଜଣ ବ୍ୟକ୍ତି ନିୟମିତ ରୂପରେ ଚାଲିବା ଦ୍ବାରା ପ୍ରତିବର୍ଷ ନିଜ ଶରୀର ଉପରେ ରୋଗ ପାଇଁ ଖର୍ଚ୍ଚ କରୁଥିବା ଟଙ୍କାର 20ହଜାର ଟଙ୍କା ବଞ୍ଚାଇ ପାରିବ। ଅତୀତରେ ପ୍ରତ୍ୟେକ ବ୍ୟକ୍ତି ଦିନଚର୍ଯ୍ୟାରେ ଭ୍ରମଣ ବା ଚାଲିବାକୁ ସାମିଲ୍‌ କରୁଥିଲେ। 1970 ଦଶକରେ 77 ପ୍ରତିଶତ ପିଲା ସ୍କୁଲକୁ ଚାଲି ଚାଲି ଆସୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଏହା 13 ପ୍ରତିଶତରେ ପହଞ୍ଚିଛି। ସେତେବେଳର ଶିଶୁମାନେ ସୁସ୍ଥ ରହୁଥିବାବେଳେ। କ୍ୟାନ୍‌ସର ପରି ଭୟଙ୍କର ରୋଗରୁ ରକ୍ଷା ପାଇବା…

Read More

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ଦୋଷୀଙ୍କୁ ଫାଶୀକୁ ନେଇ ସାରା ଦେଶ ବାସୀ ଅପେକ୍ଷା କରିଥିବାବେଳେ ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ଏହାକୁ ନେଇ ଏକ ବୟାନ ଦେଇଛନ୍ତି। ସେ ନିର୍ଭୟା ମାତାଙ୍କୁ ଦୋଷୀଙ୍କୁ ଫାଶୀ ନ ଦେଇ କ୍ଷମା କରିବା ପାଇଁ ଅପିଲ୍‌ କରିଛନ୍ତି। ଇନ୍ଦିରା ଜୟସିଂହ କହିଛନ୍ତି ଯେ, ସୋନିଆ ଗାନ୍ଧି ଯେପରି ଭାବରେ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ନଳିନୀଙ୍କୁ କ୍ଷମା ଦେଇଛନ୍ତି, ସେହିପରି ନିର୍ଭୟା ମା’ଙ୍କୁ ସୋନିଆ ଗାନ୍ଧିଙ୍କୁ ଅନୁସରଣ କରିବା ଦରକାର। ଇନ୍ଦିର ଟୁଇଟ୍‌ କରି କହିଛନ୍ତି ଯେ, – ମୁଁ ନିର୍ଭୟାଙ୍କ ମାତା ଆଶା ଦେବୀଙ୍କ କଷ୍ଟକୁ ବୁଝିପାରୁଛି । ସେ ଆଶାଦେବୀଙ୍କ ସହ ରହିଛନ୍ତି, କିନ୍ତୁ ମୃତ୍ୟୁଦଣ୍ଡ ସପକ୍ଷରେ ନୁହଁନ୍ତି । ପଟିଆଲା ହାଉସ୍‌ କୋର୍ଟ ନିର୍ଭୟା ଦୋଷୀଙ୍କ ପାଇଁ ନୂତନ ଡେଥ୍‌ ଓ୍ବାରେଣ୍ଟ ଜାରି କରିଛନ୍ତି। ଏବେ ନିର୍ଭୟାର ଚାରି ଦୋଷୀ ପବନ ଗୁପ୍ତା, ବିନୟ ଶର୍ମା,…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସକାଳୁ ସକାଳୁ ଇକୋ ରିଟ୍ରିଟ୍‌ରେ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଦେଖିବାକୁ ମିଳିଛି। କୋଣାର୍କରୁ ଚନ୍ଦ୍ରଭାଗା ଯାଏଁ ପ୍ରାତଃଭ୍ରମଣ କଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ। ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର, ଏସ୍‌.ପି. ଠାକୁର ମଧ୍ୟ ପ୍ରମୁଖ ସାମିଲ୍‌ ରହିଛନ୍ତି । ଚନ୍ଦ୍ରଭାଗା ପାଇଁ ମାଷ୍ଟରପ୍ଲାନ୍‌ ହେବ କହିଲେ ମୁଖ୍ୟ ସଚିବ ଅସିତ୍‌ ତ୍ରିପାଠ। ଆଜି ସନ୍ଧ୍ୟାରେ ନଲେଜ୍‌ ହବ୍‌ଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। କିଛି ଦିନ ତଳେ 5ଟି ସଚିବ ଭିକେ ପାଣ୍ଡିଆନ୍‌ କୋଣାର୍କ ଗସ୍ତ କରି ଏହାର ଚତୁଃପାର୍ଶ୍ବ ତଦାରଖ କରିଥିଲେ । ରାଜ୍ୟ ସରକାର ଓଡ଼ିଶାର ପର୍ଯ୍ୟଟନସ୍ଥଳୀକୁ ବିଶ୍ବଦରବାରରେ ଅଧିକ ଲୋକପ୍ରିୟ କରିବା ଦିଗରେ ବିଶେଷ ଯତ୍ନବାନ ହୋଇଛନ୍ତି ।

Read More

ମୁମ୍ବାଇ : କାର୍ତ୍ତିକ ଆର୍ଯ୍ୟନ୍‌ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଅପକମିଙ୍ଗ୍ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌2’ର ଟ୍ରେଲର୍‌ ଆସିସାରିବା ପରେ ଏବେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଛି । ଏହି ଟ୍ରେଲର୍‌ଟି ୟୁ ଟ୍ୟୁବ୍‌ରେ ନମ୍ବର ଓ୍ବାନ୍‌ ଟ୍ରେଣ୍ଡ୍‌ରେ ଚାଲୁଛି । ଏହି ଟ୍ରେଲର୍‌ରେ କାର୍ତ୍ତିକଙ୍କ ଦୁଇଟି ରୂପ ଦେଖାଯାଇଛି । କାର୍ତ୍ତିକ 90 ଦଶକ ଓ ଚଳିତ ଦଶକର ହିରୋଇନ୍‌ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଟ୍ରେଲରରେ କାର୍ତ୍ତିକଙ୍କ ପ୍ରେମିକା ରୂପରେ ସାରା ଅଲ୍ଲୀ ଖାନ୍‌ ରହିଥିବାବେଳେ 90 ଦଶକରେ ରହିଥିବା କାର୍ତ୍ତିକଙ୍କ ହିରୋଇନ୍‌ ଭୂମିକାରେ ରହିଛନ୍ତି ଜଣେ ନବାଗତା । ଯାହାକୁ ମିଷ୍ଟ୍ରି ଗାର୍ଲ ବୋଲି କୁହାଯାଉଛି । ଏହି ଅଭିନେତ୍ରୀଙ୍କ ନାମ ହେଉଛି ଆରୁଷି ଶର୍ମା । ଆରୁଷି ଏହି ଫିଲ୍ମ ଜରିଆରେ ଆକ୍ଟିଂ କ୍ୟାରିଅରର ଆରମ୍ଭ କରିବାକୁ ଯାଉଥିବାବେଳେ କିନ୍ତୁ ଏହି ଫିଲ୍ମଟି ଆରୁଷିଙ୍କର ପ୍ରଥମ ଫିଲ୍ମ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଜେଇଇ (ମେନ୍‌) ପରୀକ୍ଷା ଫଳ ଘୋଷଣା କରାଯାଇଛି । ଓଡ଼ିଶା ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାଶ । ସେ ଜେଇଇ ମେନ୍‌ରେ 99.99% ମାର୍କ ରଖିଛନ୍ତି ।  ସର୍ବଭାରତୀୟସ୍ତରରେ 9 ଜଣ ପ୍ରାର୍ଥୀ ଶତ ପ୍ରତିଶତ ନମ୍ବର ରଖିଛନ୍ତି । ଶତପ୍ରତିଶତ ନମ୍ବର ରଖିଥିବା 9ଜଣଙ୍କ ମଧ୍ୟରେ ରହିଛନ୍ତି ଦିଲ୍ଲୀର ନିଶାନ୍ତ ଅଗ୍ରଓ୍ବାଲ। ଅନ୍ୟମାନଙ୍କ ମଧ୍ୟରେ ଗୁଜୁରାଟ ଓ ହରିୟାଣାର ଜଣେ ପ୍ରାର୍ଥୀ ରହିଥିବାବେଳେ ଆନ୍ଧ୍ରପ୍ରଦେଶ, ରାଜସ୍ଥାନା ଓ ତେଲେଙ୍ଗାନାର ଦୁଇ ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି । ମୋଟ୍‌ 8.69 ଲକ୍ଷ ବିଦ୍ୟାର୍ଥୀ ଏହି ପରୀକ୍ଷା ଦେଇଥିଲେ। ଜାନୁଆରି 6 ରୁ 9 ତାରିଖ ମଧ୍ୟରେ ଏହି ପରୀକ୍ଷାରେ ଛଅଟି ସିଫ୍‌ଟ୍‌ରେ ହୋଇଥିଲା। www.jeemain.nta.inରେ ରେଜଲ୍ଟ ଉପଲବ୍ଧ ହେଉଛି ।

Read More

ସମୀକ୍ଷା ବ୍ୟୁରୋ ବାଲେଶ୍ବର : ବାଲେଶ୍ବରଠାରେ ପିକ୍‌ନିକ୍‌ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଛି । ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ନହରାଛକ ନିକଟରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହେବାରୁ ମହିଳାଙ୍କ ସମେତ ୫ ଜଣ ଗୁରୁତର ହୋଇଛନ୍ତି । ୧୫ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏମାନେ ସମସ୍ତେ ପଶ୍ଚିମବଙ୍ଗର ଦୀଘାରୁ ପିକନିକ ସାରି ଶୁକ୍ରବାର ସନ୍ଧ୍ୟାରେ ନିଜ ଘର ଅଭିମୁଖେ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସେହିପରି ବାଲେଶ୍ବରର ଶେରଗଡ-ଖନ୍ତପଡ଼ା ରାସ୍ତାରେ ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା ଗସ୍ତ ହୋଇଛି ।

Read More

ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା : ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନାନୁସାରେ ଟାଙ୍ଗୀ ରେଞ୍ଜର ହଜ ଓ କଲରାଝର ଗ୍ରାମରେ ଗତକାଲି ରାତିରେ ହାତୀ ପଶି ଆକ୍ରମଣ କରିଥିଲେ । ରାତିରେ ଘରେ ଶୋଇଥିବା ବେଳେ ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଦ୍ବୟଙ୍କ ମଧ୍ୟରୁ ଜଣେ ହଜ୍‌ ଗ୍ରାମର ଓ ଆଉ ଜଣେ କଲରାଝର ଗ୍ରାମର ବୋଲି ଜଣାପଡିଛି । ଅନ୍ୟ ଜଣେ ଗୁରୁତର ଆହତଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।  କ୍ଷତିପୂରଣ ଦାବିରେ ହଜ୍‌-ରଣପୁର ରାସ୍ତା ବନ୍ଦ କରିଛନ୍ତି ହଜ୍‌ ଗ୍ରାମବାସୀ ବୃନ୍ଦ ।

Read More

ସମୀକ୍ଷା ବ୍ୟୁରୋ ବାଲେଶ୍ବର : ବାଲେଶ୍ୱର ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ଶେରଗଡ଼ ଓ ଖନ୍ତାପଡ଼ା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତି ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି ।  ତୀର୍ଥଯାତ୍ରୀ ବସ ଏକ ଅଜଣା ଗାଡ଼ିକୁ ଧକ୍କା ଦେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛ । ଫଳରେ ଏଥିରେ ୧୨ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୭ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ୫ ଜଣଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହି ତୀର୍ଥଯାତ୍ରୀ ବସ ପଶ୍ଚିମବଙ୍ଗର ବୋଲି କୁହାଯାଉଛି । ତୀର୍ଥଯାତ୍ରୀ ବସ ଶ୍ରଦ୍ଧାଳୁଙ୍କୁ ନେଇ ପୁରୀ ଆସିଥିଲା ।

Read More

କେଦାର ମିଶ୍ର ଓଡିଶା କଂଗ୍ରେସକୁ ଦେଖିଲେ, ବାସ୍ତବରେ ଦୟା ଲାଗୁଛି। ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ,ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକଙ୍କ ପରି ନେତା ଯେଉଁ ଦଳକୁ ଗଢିଥିଲେ, ସେ ଦଳ ଆଜି ନିଜେ ନିଜକୁ ଖାଇ ଚାଲିଛି। ଓଡିଶାର ଲୋକେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କହିବା ଅପେକ୍ଷା କଂଗ୍ରେସ ଦଳ ନିଜେ ନିଜକୁ ଖତମ କରିଦେବାକୁ ପ୍ରତିଯୋଗିତା କରୁଛି ବୋଲି କହିବା ଅଧିକ ସମୀଚୀନ ହେବ। ରାଜ୍ୟ କଂଗ୍ରେସର ନେତୃତ୍ଵ ଆଜିର ତାରିଖରେ ସବୁଠୁ ଅସହାୟ ଓ ଭୟଭୀତ। ଦଳର ନା ଅଛି କ୍ଷମତା ନା ରହିଛି ସଂଗଠନ। ତଥାପି ଦଳ ଭିତରେ ମରାମରି, ଗୋଛି କଟାକଟି, ଓ କାଦୁଅ ଫୋପଡା ଫୋପଡି ଚାଲିଛି। ଆମେ ଦେଖିଲୁ, କଂଗ୍ରେସ ଭାବନା ଭିତରେ ବୈଠକ ଚାଲିଥିବା ବେଳେ ବାହାରେ ଘରୋଇ କମ୍ପାନୀର ସୁରକ୍ଷା କର୍ମୀ ବା ବାଉନ୍ସର ଜଗିଛନ୍ତି। ଯେତେବେଳେ ଗୋଟେ ଦଳର ନେତାଙ୍କୁ ବାଉନ୍ସର ଜଗିବା ଆରମ୍ଭ…

Read More

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ଦିନିକିଆରେ ବିଜୟୀ ହୋଇଛି ବିରାଟ କୋହଲିଙ୍କ ଭାରତୀୟ ଦଳ । ଏହି ମ୍ୟାଚ୍‌ରେ ବିଜୟୀ ହେବା ସହିତ ଭାରତ ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ 6 ଓ୍ବିକେଟ ହରାଇ 340 ରନ୍‌ ସଂଗ୍ରହ କରିଥିବା ବେଳେ ଅଷ୍ଟ୍ରେଲିଆ ଦଳ ବିଜୟ ଠାରୁ 36 ରନ୍‌ ଦୂରରେ ରହିଥିଲା । ଭାରତ ପକ୍ଷରୁ ଶିଖର ଧଓ୍ବନ୍‌(96), ବିରାଟ କୋହଲି(78) ଏବଂ କେ ଏଲ୍‌ ରାହୁଲ(80) ଅର୍ଦ୍ଧଶତକ ହାସଲ କରିଥିଲେ । 340 ରନ୍‌ର ପିଛା କରି ଚତୁର୍ଥ ଓଭରରେ ନିର୍ଭର ଯୋଗ୍ୟ ଡେଭିଡ୍‌ ଓ୍ବାର୍ଣ୍ଣରଙ୍କୁ ଆଉଟ କରି ମହମ୍ମଦ ସାମି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ମାତ୍ର ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ ଏବଂ ଅଧିନାୟକ ଆରୋନ୍‌ ଫିଞ୍ଚ(33) 62 ରନ୍‌ର ଭାଗିଦାରୀ କରିଥିଲେ । ରବୀନ୍ଦ୍ର ଜାଡେଜା ଏହି ଯୋଡି…

Read More

ମୁମ୍ବାଇ : ଆସନ୍ତା ଅଟୋ ଏକ୍ସପୋ 2020ରେ ଏକକାଳୀନ 14ଟି କାର୍‌ର ଲଞ୍ଚ କରିବାକୁ ଯାଉଛି । ଚଳିତ ବର୍ଷ ଭାରତୀୟ ବଜାରରେ ଦୁଇଟି ଏସ୍‌ୟୁଭି କାର ଲଞ୍ଚ କରିଥିବା ଏମ୍‌ଜି ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରିଛି । ଫେବୃୟାରୀରେ ଅନୁଷ୍ଠିତ ହେବାକୁ ଥିବା ଅଟୋ ଏକ୍ସପୋରେ ଏମ୍‌ଜି ପକ୍ଷରୁ ଏକ ଚାଳକ ବିହୀନ କାର୍‌ ଲଞ୍ଚ କରାଯିବା ନେଇ ମଧ୍ୟ ଘୋଷଣା କରାଯାଇଛି । 14ଟି ପ୍ରୋଟୋଟାଇପ୍‌ ମଧ୍ୟରୁ 12ଟି ଏସ୍‌ୟୁଭି ଏବଂ ବିଳାସପୂର୍ଣ୍ଣ ବର୍ଗର କାର ରହିଥିବା ବେଳେ 2ଟି ସ୍ବୟଂଚାଳିତ ଏମ୍‌ଭିପି ଶ୍ରେଣୀର କାର ରହିବ । ଏହା ସହିତ ସ୍ବୟଂଚାଳିତ କାର୍‌ ମଧ୍ୟରୁ ଗୋଟିଏ ଏବଂ ସମୁଦାୟ 7ଟି ବିଦ୍ୟୁତ୍‌ଚାଳିତ ପ୍ରୋଟୋଟାଇପ୍‌ ରହିବ । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ସାଙ୍ଘାଇରେ ବିଶ୍ବ ଅଟୋ ଏକ୍ସପୋ ଅନୁଷ୍ଠିତ ହେବ ।

Read More

ଲକ୍ଷ୍ନୌ : ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରାଯାଇଛି । ଜଣେ 6 ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ହଜାରା ବାଘ କୋର୍ଟଙ୍କ ପକ୍ଷରୁ ଏହି ଦଣ୍ଡାଦେଶ ପ୍ରଦାନ କରାଯାଇଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ଅଭିଯୁକ୍ତ ବବ୍‌ଲୁ ନାବାଳିକା ଜଣକୁ ଖେଳାଇବା ପାଇଁ ନେଇ ଦୁଷ୍କର୍ମ କରିବା ସହିତ ଗଳାକାଟି ହତ୍ୟା କରିଥିଲା । ହଜାରା ବାଗ ପୋଲିସ ଅଭିଯୁକ୍ତର ଘର ତଲାସ କରି ଖଟତଳୁ ନାବାଳିକାର ମୃତଦେହ ଉଦ୍ଧାର କରିବା ସହିତ ବବ୍‌ଲୁକୁ ଗିରଫ କରିଥିଲା । ପୋକ୍ସୋ ଆଇନ୍‌ ଆଧାରରେ ଅଭିଯୁକ୍ତ ବବ୍‌ଲୁକୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରାଯାଇଛି ।

Read More

ମୁମ୍ବାଇ : ହଲିଉଡ୍‌ର ଅନ୍ୟତମ ଶ୍ରେଷ୍ଠ ଗାୟିକା ଆରିଆାନା ଗ୍ରାଣ୍ଡେ ନିଜ ପୂର୍ବତନ ବୟଫ୍ରେଣ୍ଡଙ୍କ ସ୍ମୃତିରେ ଏକ ଗୀତ ଗାଇବାକୁ ଯାଉଛନ୍ତି । ଆରିଆନାଙ୍କ ପୂର୍ବ ବୟଫ୍ରେଣ୍ଡ ମ୍ୟାକ୍‌ ମିଲରଙ୍କ ଦେହାନ୍ତର ଦେଢ ବର୍ଷ ପରେ ଆରିଆନା ଏହି ଗୀତଟିକୁ ଗାଇବାର ନିଷ୍ପତ୍ତି ନେଇଛନ୍ତି । ମିଲରଙ୍କ ଲିଖିତ ଗୀତ ‘ଆଇ କ୍ୟାନ୍‌ ସି’ ଗାଇବା ନେଇ ଆରିଆନା ଶୁକ୍ରବାର ଟ୍ବିଟ୍ଟର ଜରିଆରେ ସ୍ପଷ୍ଟ କରିଛନ୍ତି । ମିଲରଙ୍କ ଆସନ୍ତା ମୃତ୍ୟୁ ବାର୍ଷିକୀରେ ଏହି ଗୀତ ରିଲିଜ୍‌ କରିବାକୁ ଯାଉଥିବା ନେଇ ଆରିଆନା ଗ୍ରାଣ୍ଡେ ସୂଚନା ଦେଇଛନ୍ତି ।

Read More

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ସମ୍ମୁଖରେ 341 ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ଟସ୍‌ ହାରି ପ୍ରଥମେ ବ୍ୟାଟିଂର ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ଶିଖର ଧଓ୍ବନ୍‌(96), ବିରାଟ କୋହଲି(78) ଏବଂ କେ ଏଲ୍‌ ରାହୁଲ(80) ଅର୍ଦ୍ଧଶତକ ହାସଲ କରିବାରୁ ଭାରତ ନିର୍ଦ୍ଧାରିତ ଓଭରରେ 6 ଓ୍ବିକେଟ ହରାଇ 340 ରନ୍‌ ସଂଗ୍ରହ କରିଛି । ପ୍ରଥମ ଓ୍ବିକେଟ୍‌ରେ ରୋହିତ ଶର୍ମା(42) ଏବଂ ଧଓ୍ବନ୍‌ 81 ରନ୍‌ର ଭାଗିଦାରୀ କରିଥିବା ବେଳେ ଜାମ୍ପା ରୋହିତଙ୍କୁ ଆଉଟ କରି ପ୍ରଥମ ସଫଳତା ଦେଇଥିଲେ । ତୃତୀୟ ଓ୍ବିକେଟ୍‌ରେ ଧଓ୍ବନ୍‌ (96) ଏବଂ କୋହଲି (78) 103 ରନ୍‌ର ଭାଗିଦାରୀ କରିଥିଲେ । ଶତକରୁ ଚାରି ରନ୍‌ ଦୂରରେ ଧଓ୍ବନ୍‌ ଆଉଟ୍‌ ହେବା ପରେ ଶ୍ରେୟସ୍‌ ଆୟର(7) ବିଫଳ ହୋଇଥିଲେ । ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ…

Read More