Author: Samikhsya Bureau

ଇସଲାମାବାଦ : ପାକିସ୍ତାନରେ ଯୌନ ଅପରାଧ ବୃଦ୍ଧି ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବଲିଉଡ୍‌କୁ ଦାୟୀ କରିଛନ୍ତି । ଜଣେ ୟୁଟ୍ୟୁବ୍‌ ଡେଭେଲେପର୍‌ଙ୍କୁ ନିଜର ସାକ୍ଷାତକାର ସମୟରେ ଏପରି ଦାୟିତ୍ବହୀନ ମନ୍ତବ୍ୟ ଦେଇଛନ୍ତି ଇମ୍ରାନ । ଦେଶରେ ବଢୁଥିବା ଯୌନ ଅପରାଧ ପାଇଁ ଇମ୍ରାନ କେବଳ ବଲିଉଡ୍‌ ନୁହେଁ ହଲିଉଡ୍‌କୁ ମଧ୍ୟ ଦୋଷାରୋପ କରିଛନ୍ତି । ମୋବାଇଲ୍‌ ଫୋନ୍‌ ସମସ୍ତଙ୍କ ହାତରେ ରହିଥିବାରୁ ଅଶ୍ଲୀଳ ବିଷୟବସ୍ତୁ ଥିବା ଛବି ଏବଂ ଭିଡିଓ ସମସ୍ତଙ୍କମ ହାତ ପାହାନ୍ତାରେ । ଏପରି ଭିଡିଓ ଜରିଆରେ ବଲିଉଡ୍‌ ପାକିସ୍ତାନର ଯୁବପିଢିଙ୍କୁ ନଷ୍ଟ କରୁଛି ବୋଲି ଇମ୍ରାନ ମତ ଦେଇଥିଲେ । ଏହି ସବୁ କାହାଣୀ ଦେଖି ପାଶ୍ଚାତ୍ୟ ସଭ୍ୟତା ଦ୍ବାରା ଯୁବପିଢି ଅନୁପ୍ରାଣିତ ହେବା ସହିତ ଦେଶରେ ଛାଡପତ୍ରର ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ବୋଲି ଇମ୍ରାନ ଅଭିଯୋଗ କରିଥିଲେ । ଫିଲ୍ମ ଗୁଡିକ ସଂସ୍ପର୍ଶରେ ଆସି ଛାତ୍ରଛାତ୍ରୀ ମାଦକ ଦ୍ରବ୍ୟର ସେବନ ମଧ୍ୟ…

Read More

ସମୀକ୍ଷା ବ୍ୟୁରୋ କଟକ : ଓଡିଶାର ସର୍ବପୁରାତନ ଶ୍ରୀରମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ସମୀକ୍ଷା ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ । 5ଟି ସଚିବ ଭିକେ ପାଣ୍ଡିଆନଙ୍କ ଏସ୍‌ସିବି ଗସ୍ତ ପରେ ଓଡିଶା ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଫେବୃୟାରୀ 28 ସୁଦ୍ଧା ଜମି ଅଧିଗ୍ରହଣ ପ୍ରକ୍ରିୟା ସମାପ୍ତ କରାଯିବ ଏବଂ ମାର୍ଚ୍ଚ 1 ତାରିଖରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ପାଣ୍ଡିଆନଙ୍କ ପ୍ରସ୍ତାବ ପରେ ସରକାର ଜମି ଅଧିଗ୍ରହଣ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଚିକିତ୍ସାଳୟକୁ ବିଶ୍ବସ୍ତରୀୟ କରିବା ପାଇଁ ଆବଶ୍ୟକ ଜମି ନିମନ୍ତେ ଜଳସମ୍ପଦ, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା, ଦକ୍ଷତା ବିକାଶର କିଛି ସ୍ଥାନ ସମେତ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ବାର୍ଟର୍ସ ଉଚ୍ଛେଦ କରାଯିବ । ଏହି ପ୍ରକ୍ରିୟାରେ…

Read More

ନୂଆଦିଲ୍ଲୀ : ଏକ କପ୍‌ କଫିର ମୂଲ୍ୟରେ ମିଳୁଛି ଘର । ମେଟ୍ରୋ ସହର ଗୁଡିକର ମଲ୍‌ ଗୁଡିକରେ ଏକ କପ୍‌ କଫିର ମୂଲ୍ୟ 200ରୁ 250 ଟଙ୍କା ରହିଥିବା ବେଳେ ବିଶ୍ବରେ ଏମିତି ଏକ ସହର ରହିଛି ଯେଉଁଠି ମାତ୍ର 1 ୟୁରୋରେ ଘର ମିଳୁଛି । ଭାରତୀୟ ମୁଦ୍ରାରେ ମାତ୍ର 80ରୁ 85 ଟଙ୍କାରେ ଏହି ଘର ମିଳିବ । ଇଟାଲୀର ବିସାକ୍କିଆ ସହରରେ 90ଟି ଘରକୁ ବିକ୍ରୟ ପାଇଁ ରଖାଯାଇଛି । ଏହି ସମସ୍ତ ଘରର ମୂଲ୍ୟ 1 ୟୁରୋ ଲେଖାଏଁ ରଖାଯାଇଛି । ବିସାକ୍କିଆ ସହରର କାମ୍ପାନିଆ ପର୍ବତମାଳାରେ ଏହି 90 ଘର ରହିଛି । ଏକ ଭୂକମ୍ପ ପ୍ରବଣ ଅଞ୍ଚଳ ହୋଇଥିବାରୁ ସହରବାସୀ ନିଜର ଘର ଛାଡୁଥିବାରୁ ଇଟାଲୀ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଘରଗୁଡିକ କିଣିବା ପାଇଁ କାମ୍ପାନିଆ ମେୟରଙ୍କ ପକ୍ଷରୁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି । ଘର…

Read More

ଅକ୍‌ଲାଣ୍ଡ : ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ରହିଥିବା ଭାରତୀୟ ‘ଏ’ ଦଳ କ୍ରମାଗତ ତୃତୀୟ ବିଜୟ ସହିତ ସିରିଜ୍‌ ବିଜୟୀ ହୋଇଛି । ତୃତୀୟ ମ୍ୟାଚ୍‌ରେ ଭାରତ ‘ଏ’ 5 ଓ୍ବିକେଟ୍‌ରେ ବିଜୟୀ ହେବା ସହିତ ସିରିଜ୍‌ ବିଜୟୀ ହୋଇଛି । ଭାରତୀୟ ବୋଲର ନ୍ୟୁଜିଲ୍ୟାଣ୍ଡକୁ 230 ରନ୍‌ରେ ସୀମିତ ରଖିଥିବା ବେଳେ ବ୍ୟାଟ୍ସମ୍ୟାନ୍‌ 30 ଓଭର ମଧ୍ୟରେ 5 ଓ୍ବିକେଟ ହରାଇ ଭାରତ ବିଜୟ ହାସଲ କରିଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ 3ଟି ଓ୍ବିକେଟ ହାସଲ କରିଥିବା ବେଳେ ଅକ୍ଷର ପଟେଲ ଏବଂ ଖଲୀଲ ଅହମଦ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । 231 ରନ୍‌ର ପିଛା କରୁଥିବା ଭାରତ ପକ୍ଷରୁ ପୃଥ୍ବୀ ଶ (48) ଏବଂ ମୟଙ୍କ ଅଗ୍ରଓ୍ବାଲ(29) 79 ରନ୍‌ର ଭାଗିଦାରୀ କରିଥିଲେ । ଶୁଭମାନ ଗିଲ୍‌(30) ରନ୍‌ ସଂଗ୍ରହ କରିଥିବା ବେଳେ ସଞ୍ଜୁ ସାମ୍‌ସନ୍‌ (39) ଏବଂ ସୂର୍ଯ୍ୟ କୁମାର ଯାଦବ…

Read More

ନୂଆଦିଲ୍ଲୀ : ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅନୀଲ କୁମ୍ବଲେ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ଦୁଇ ଦିନ ପରେ କୁମ୍ବଲେ ମୋଦିଙ୍କୁ ଟ୍ବିଟ୍ଟର ଜରିଆରେ ଧନ୍ୟବାଦ ଜଣାଇଛନ୍ତି । ମୋଦି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ସମୟରେ ହନୁହାଡ ଭାଙ୍ଗିଥିବା ସତ୍ତ୍ବେ କୁମ୍ବଲେ ବୋଲିଂ କରିଥିବା ଘଟଣାର ଉଦାହରଣ ଦେଇଥିଲେ । ଏକ ଟ୍ବିଟ୍‌ କରି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପରୀକ୍ଷା ପେ ଚର୍ଚ୍ଚାରେ ତାଙ୍କ ନାମ ନେଇଥିବାରୁ କୁମ୍ବଲେ ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, 2002ରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଆଣ୍ଟିଗୁଆ ଟେଷ୍ଟରେ କୁମ୍ବଲେ ମୁଣ୍ଡରେ ପଟି ବାନ୍ଧି 14 ଓଭର ବୋଲିଂ କରିବା ସହିତ ବ୍ରାଏନ୍‌ ଲାରାଙ୍କ ଓ୍ବିକେଟ ଦଖଲ କରିଥିଲେ । (ଏଜେନ୍ସୀ)

Read More

ନୂଆଦିଲ୍ଲୀ : ସିଏଏକୁ ନେଇ ସମଗ୍ର ଦେଶରେ ଆନ୍ଦୋଳନ ଚାଲିଥିବା ବେଳେ ଏହାର ପ୍ରଭାବ ବାର୍ଷିକ ଗଣତନ୍ତ୍ର ସୂଚକାଙ୍କ ଉପରେ ପଡିଛି । ଏହି ତାଲିକାରେ ଭାରତ 10ଟି ସ୍ଥାନ ତଳକୁ ଖସି 51 ତମ ସ୍ଥାନରେ ପହଞ୍ଚିଛି । 2018ରେ ପ୍ରକାଶିତ ତାଲିକାରେ ଭାରତର ସ୍କୋର 10ରୁ 7.23 ରହିଥିବା ବେଳେ 2019ରେ ଏହା 6.90କୁ ଖସି ଆସିଛି । 2006ରୁ ଏହି ତାଲିକା ପ୍ରକାଶିତ ହେଉଥିବା ବେଳେ ଏହା ଭାରତର ନିକୃଷ୍ଟତମ ପ୍ରଦର୍ଶନ । ଭାରତ 2017ରେ 42 ତମ ସ୍ଥାନରେ ରହିଥିବା ବେଳେ 2018ରେ ଗୋଟିଏ ସ୍ଥାନ ଉପରକୁ ଉଠି 41 ତମ ସ୍ଥାନରେ ରହିଥିଲା । ଭାରତର ଏହି ଖରାପ ପ୍ରଦର୍ଶନ ପାଇଁ ଧାରା 370 ଉଚ୍ଛେଦ, ସିଏଏ ଏବଂ ଆସାମରେ ଏନ୍‌ଆରସି ବୋଲି ବ୍ଲୁମ୍‌ବର୍ଗ ପକ୍ଷରୁ କୁହାଯାଇଛି । ଧାରା 370 ଉଚ୍ଛେଦ ସମୟରେ ଜମ୍ମୁ କାଶ୍ମୀରରେ ଇଣ୍ଟରନେଟ୍‌ ସେବା ବନ୍ଦ, ସଂଖ୍ୟାଧିକ ଫୋର୍ସ…

Read More

ମୂଳ ବଙ୍ଗଳା- ଅଂଶୁମାନ କର ଓଡିଆ ଅନୁବାଦ- ଜ୍ୟୋତି ନନ୍ଦ (ଗତ କିଛି ବର୍ଷ ହେଲା ଜାନୁଆରୀ ଦ୍ଵିତୀୟ ସପ୍ତାହରେ କୋଣାର୍କରେ ଆୟୋଜିତ ହେଉଛି ଏକ ନିଆରା କବିତା ଉତ୍ସବ। ଭାରତୀୟ ଇଂରାଜୀ କବିତାର ମହାନାୟକ ଜୟନ୍ତ ମହାପାତ୍ରଙ୍କ ନେତୃତ୍ଵ, ବିଶିଷ୍ଟ ଚିନ୍ତାନାୟକ ପ୍ରଫେସର ମନୋରଞ୍ଜନ ମହାନ୍ତିଙ୍କ ଆବାହକତ୍ଵ, କବି ଆଶୁତୋଷ ପରିଡା ଓ କବି ବିଜୟ ଉପାଧ୍ୟାୟଙ୍କ ଆୟୋଜନ ତଥା ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟର ସହାୟତାରେ ଆୟୋଜିତ ଏହି ଲୋକଙ୍କ କବିତାର ଉତ୍ସବ ସମ୍ପର୍କରେ ବିଶିଷ୍ଟ ବଙ୍ଗଳା କବି ଅଂଶୁମାନ କର “ଆନନ୍ଦ ବଜାର ପତ୍ରିକା” ରେ ଏକ ସୁନ୍ଦର ଆଲେଖ୍ୟ ଲେଖିଥିଲେ। ଆମର ପାଠକଙ୍କ ପାଇଁ ଏହାର ଓଡିଆ ଅନୁବାଦ ପ୍ରସ୍ତୁତ କରିଛନ୍ତି ସମକାଳ ର ପ୍ରଖ୍ୟାତ କଥାଶିଳ୍ପୀ ଜ୍ୟୋତି ନନ୍ଦ।) କବିତା ପାଠ କରୁଛି କ୍ଳାସ୍ ଇଲେଭେନର ଶାଶ୍ୱତ ଉପାଧ୍ୟାୟ। କବିତାରେ ସେ କହୁଛି ଏକ ବିଭାଜନୀୟ ପୃଥିବୀର କଥା। କବିତା ପଢୁପଢୁ ସେ ହଠାତ୍ କାନ୍ଦିବାକୁ…

Read More

ନୂଆଦିଲ୍ଲୀ : 2022ରେ ଇସ୍ରୋର ମାନବ ମିଶନ ପୂର୍ବରୁ ଇସ୍ରୋ ଏକ ରୋବୋଟ୍‌ ପଠାଇବାକୁ ଯାଉଛି । ଏହି ମିଶନ ପୂର୍ବରୁ 2020 ମସିହାର ଶେଷ ଭାଗକୁ ଏହି ମିଶନ ଲଞ୍ଚ ହେବାକୁ ଯାଉଛି । 2022 ମିଶନରେ ଭାରତ ପକ୍ଷରୁ ତିନିଜଣ ମାନବଙ୍କୁ ପଠାଯିବ । ବୁଧବାର ଇସ୍ରୋ ମୁଖ୍ୟ କେ ଶିବନ ରୋବୋଟ ପଠାଯିବା ସୂଚନା ସ୍ପଷ୍ଟ କରିଛନ୍ତି । ବୁଧବାର ଇସ୍ରୋ ପକ୍ଷରୁ ଏହି ରୋବୋଟ୍‌ର ଏକ ଫଟୋ ଜାରି କରାଯାଇଛି । ମାନବ ଜୀବନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତେଣୁ ମାନବ ପ୍ରେରଣ ପୂର୍ବରୁ ଏକ ରୋବୋଟ୍‌ ପଠାଇ ଏହାକୁ ଫେରାଇ ଆଣିବା ପାଇଁ ଇସ୍ରୋ ପକ୍ଷରୁ ଏହି ମିଶନ କରାଯାଇଛି । ଏହି ରୋବୋଟ୍‌ ଜଣେ ମହିଳା ହ୍ୟୁମାନଏଡ୍‌ । ଦୁଇଟି ଭାଷାରେ କଥାବାର୍ତ୍ତା କରିବାର କ୍ଷମତା ରଖୁଥିବା ଏହି ହ୍ୟୁମାନଏଡ୍‌କୁ ଡିସେମ୍ବର 2020 ସୁଦ୍ଧା ମହାକାଶକୁ ପଠାଯିବ । ଏହି ରୋବୋଟ୍‌ର ନାମ ବ୍ୟୋମ…

Read More

ସମୀକ୍ଷା ବ୍ୟୁରୋ ମାଲକାନଗିରି : ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ମାଲକାନଗିରି ଅଞ୍ଚଳରେ। ମାଲକାନଗିରିର ଆପନମାଲା ଅଞ୍ଚରେ ଏହି ଘଟଣା ଘଟିଥିବା ଜଣାପଡିଛି। ଘରୋଇ କଳହ କାରଣରୁ ସ୍ବାମୀକୁ ଛୁରୀ ଭୁସି ହତ୍ୟା କରିଛି ସ୍ତ୍ରୀ। ଏହି ହତ୍ୟାକାଣ୍ଡ ନେଇ ବାଲିମେଳା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ଘରୋଇ କଳହକୁ ନେଇ ସ୍ବାମୀ ଛାତିରେ ଛୁରୀ ଭୁସି ହତ୍ୟା କରିଥିବା ଅନୁମାନ କରାଯାଉଛି । ଅଭିଯୁକ୍ତକୁ ବାଲିମେଳା ଥାନାରେ ଅଟକ ରଖି ପୁଲିସ୍‌ ପଚରାଉଚୁରା କରୁଛି ।

Read More

ମୁମ୍ବାଇ : ଅଟୋ ଏକ୍ସପୋ 2020ର ଏକ ସପ୍ତାହ ପୂର୍ବରୁ ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି ଶସ୍ତା ପ୍ରିମିୟମ୍‌ ହ୍ୟାଚ୍‌ ବ୍ୟାକ୍‌ କାର। ମାତ୍ର 5 ଲକ୍ଷ ଟଙ୍କାରେ ଟାଟା ପକ୍ଷରୁ ଏହି କାରଟିକୁ ଭାରତୀୟ ବଜାରରେ ଲଞ୍ଚ କରାଯାଇଛି। ଟାଟା ଅଲଟ୍ରୋଜ୍‌ ନାମକ ଏହି କାର୍‌ଟି ପ୍ରିମିୟମ୍‌ ହ୍ୟାଚ୍‌ବ୍ୟାକ୍‌ ବର୍ଗର ବୋଲି ଟାଟା ପକ୍ଷରୁ ଘୋଷଣା କରାଯାଇଛି। କାର୍‌ଟିରେ ପ୍ରଥମ ଥର ପାଇଁ ଆଲ୍ଫା ମଡ୍ୟୁଲାର ପ୍ଲାଟଫର୍ମ (ଏଏମ୍‌ପି) ରହିଥିବା ଜଣାପଡିଛି। କାର୍‌ଟିର ସର୍ବନିମ୍ନ ମୂଲ୍ୟ 5.29 ଲକ୍ଷ ଟଙ୍କା ରହିଥିବା ବେଳେ ସର୍ବାଧିକ ମୂଲ୍ୟ 9.29 ଲକ୍ଷ ଟଙ୍କା ରହିଛି। ଭାରତୀୟ ବଜାରରେ କାର୍‌ଟି ମାରୁତି ସୁଜୁକି ବାଲେନୋ, ହ୍ୟୁଣ୍ଡାଇ ଆଇ 20 ଏବଂ ହୋଣ୍ଡା ଜାଜ୍‌ ସହିତ ପ୍ରତିଦ୍ବନ୍ଦିତା କରିବ। (ଏଜେନ୍ସୀ)

Read More

କନ୍ଦର୍ପ ବେହେରା ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ସରକାରୀ ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟମୁହାଁ କରିବା ପାଇଁ ମାଗଣା ପୋଷାକ, ସାଇକେଲ୍‌, ଜୋତା, ମଧ୍ୟାହ୍ନ ଭୋଜନ ଆଦି ବଣ୍ଟନ କରୁଥିଲେ ମଧ୍ୟ ସରକାରୀ ବିଦ୍ୟାଳୟରେ ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି। ବର୍ଷର ସବୁ ସମୟରେ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ ସହ କୋଟି କୋଟି ଟଙ୍କା ତାଲିମ୍ ବାବଦରେ ଖର୍ଚ୍ଚ କରୁଛନ୍ତି। ହେଲେ ଓଡିଶାର ବହୁ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡିଛି। ବିଦ୍ୟାଳୟଗୁଡିକରେ ଶିକ୍ଷକ ମରୁଡି ଯୋଗୁଁ ପିଲାମାନେ ପାଠ ପଢିପାରୁନାହାନ୍ତି। ଶିକ୍ଷକ ନିଯୁକ୍ତି ନ ଦେଇ ପିଲାମାନଙ୍କର ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର। ଶିକ୍ଷକ ନଥିବା ବିଦ୍ୟାଳୟଗୁଡ଼ିକରେ ବାଧ୍ୟ ହୋଇ ଗ୍ରାମଶିକ୍ଷା କମିଟି ତଥା ଗାଁ ଲୋକ ମାନେ ବିଦ୍ୟାଳୟରେ ତାଲା ପକାଉଛନ୍ତି। ଏପରି ଏକ ଚିତ୍ର ସାମ୍ନାକୁ…

Read More

ମୁମ୍ବାଇ : 4 ହଜାର କୋଟିର ଠକେଇ ମାମଲାରେ ଉତ୍ତର ପ୍ରଦେଶ ଏବଂ ମୁମ୍ବାଇର 13ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଫ୍ରଷ୍ଟ ଇଣ୍ଟରନ୍ୟାସନାଲ୍‌ ଲିମିଟେଡ୍‌ ନାମରେ 4 ହଜାର କୋଟିର ଠକେଇ ମାମଲାକୁ ନେଇ 13ଟି ସ୍ଥାନରେ ଚଢାଉ କରାଯାଇଛି । ଦିଲ୍ଲୀ,ମୁମ୍ବାଇ ଏବଂ ୟୁପିର ମୁଖ୍ୟାଳୟ ସମେତ 13ଟି ସ୍ଥାନରେ ଏହି ଚଢାଉ କରାଯାଇଛି । ମୁମ୍ବାଇର ତିନିସ୍ଥାନରେ ଏବଂ ଦିଲ୍ଲୀର 4 ସ୍ଥାନ ବ୍ୟତିରେକ କାନପୁରର 6ଟି କାର୍ଯ୍ୟାଳୟ ଉପରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମେତ 14ଟି ରାଷ୍ଟ୍ରାୟତ ବ୍ୟାଙ୍କରୁ 4061.17 କୋଟି ଟଙ୍କାର ଠକେଇ ଅଭିଯୋଗ ଆସିବା ପରେ 19 ତାରିଖ ଦିନ ଅଭିଯୋଗ କରାଯାଇଥିଲା । (ଏଜେନ୍ସୀ)

Read More

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆନ୍‌ ଓପନ୍‌ର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଦ୍ବିଜ୍‌ ସରନ୍‌ । ବୁଧବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଯୁଗଳ ବର୍ଗର ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ଦ୍ବିଜ୍‌ ସରନ ବିଜୟୀ ହୋଇଛନ୍ତି । ନ୍ୟୁଜିଲ୍ୟାଣ୍ଡର ଆର୍ଟେମ ସିଟାକ୍‌ଙ୍କ ସହିତ ଯୋଡି ହୋଇ ଖେଳୁଥିବା ଦ୍ବିଜ୍‌ 6-4 , 7-5 ସେଟ୍‌ରେ ପାବ୍ଲୋ କାରେନୋ ବୁଷ୍ଟା ଏବଂ ଜୋଆଓ ସୋଉସାଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍‌କୁ ଜିତିବା ପାଇଁ ଦ୍ବିଜ୍‌-ସିଟାକ୍‌ ଯୋଡି ମାତ୍ର 1 ଘଣ୍ଟା 28 ମିନିଟ୍‌ ସମୟ ନେଇଥିଲେ । ଅପରପକ୍ଷରେ ଭେଟେରାନ୍‌ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଗୁରୁବାର ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ୟୁକ୍ରେନ୍‌ର ନାଦିଆ କିଚେନୋକ୍‌ଙ୍କ ସହିତ ଯୋଡି ହୋଇ ସାନିଆ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି । ନିକଟରେ ହୋବାର୍ଟ ଇଣ୍ଟରନ୍ୟାସ୍‌ନାଲ୍‌ ବିଜୟୀ ହୋଇଥିବା ସାନିଆ ଭଲ ପ୍ରଦର୍ଶନ କରିବା ନେଇ ଫ୍ୟାନ୍‌ ମାନେ ଆଶାବାଦୀ ଅଛନ୍ତି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ବରରେ ଏୟାରଲାଇନ୍ସ ସିଇଓଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନସ୍ଥାନକୁ 13ଟି ନୂଆ ବିମାନ ଚଳାଚଳ ପାଇଁ ମିଟିଂରେ ଆଲୋଚନା ହୋଇଛି। ଭୁବନେଶ୍ବରରୁ ବେଙ୍ଗଲୁରୁ ଓ ସୁରତକୁ 20ରୁ ଆରମ୍ଭ ହୋଇଛି ବିମାନ ସେବା। 24ରୁ ଝାରସୁଗୁଡାରୁ କୋଲକାତା ବିମାନ ଉଡାଣ ଓ 31 ତାରିଖରୁ ଭୁବନେଶ୍ବର-ବାରଣାସୀ ମଧ୍ୟରେ ବିମାନ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡା-ମୁମ୍ବାଇ, ପ୍ରୟାଗରାଜ-ଭୁବନେଶ୍ବର ବିମାନ ନେଇ ଆଲୋଚନା ମଧ୍ୟ ହୋଇଛି। ଭୁବନେଶ୍ବରରୁସିଙ୍ଗାପୁର, ବ୍ୟାଙ୍କକ୍‌, ଆବୁଧାବି କିମ୍ବା ଦୁବାଇକୁ ବିମାନ ଚଳାଚଳ ପାଇଁ ପ୍ରସ୍ତାବ। ପ୍ରୟାଗରାଜ, କଲାଇକୁଣ୍ଡାକୁ ବିମାନ ଉଡାଣ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି। ଉତ୍ତର ପୂର୍ବାଞ୍ଚଳ ଓ ବିମାନ ଯୋଗାଯୋଗ ନଥିବା ଅଞ୍ଚଳ ଉପରେ ମଧ୍ୟ ଗୁରୁତ୍ବ ଦେବା ପାଇଁ ଏହି ବୈଠକରେ ଆଲେଚନା କରାଯାଇଛି। ଏସବୁ ଅଞ୍ଚଳକୁ ଘରୋଇ ବିମାନ ଉଡାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ଘରୋଇ ଉଡାଣ ପାଇଁ 1 ପ୍ରତିଶତ ଭାଟ୍‌ରେ…

Read More

ସମୀକ୍ଷା ବ୍ୟୁରୋ ସୁନ୍ଦରଗଡ଼ : ସୁନ୍ଦରଗଡ ରାଜଗାଙ୍ଗପୁର ରମାବାହାଲ ଛକ ବିଜୁ ଏକ୍ସପ୍ରେସ୍ ୱେ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ କାର୍ ଡିଭାଇଡ଼ରକୁ ଟପି ସ୍କର୍ପିଓ ସହ ମହାଁମୁହିଁ ଧକ୍କା ହେବା ପରେ କାମ କରୁଥିବା ଶ୍ରମିକଙ୍କ ଉପରେ ମାଡ଼ିଯାଇଛି। ଦୁର୍ଘଟଣା ଘଟି ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ଜଣ ଗୁରୁତର ଥିବା ଜଣାପଡ଼ିଛି। ରାସ୍ତାର ଏକ ପାଶ୍ୱର୍ରୁ କାର ଆସୁଥିବା ବେଳେ ବିପରୀତ ଦିଗରେ ସ୍କର୍ପିଓ ଆସୁଥିଲା। ତେବେ କାର୍‌ଟି ଡିଭାଇଡରକୁ ଟପି ଭାରସାମ୍ୟ ହରାଇ ସ୍କର୍ପିଓକୁ ମୁହାଁମୁହିଁ ଧକ୍କା ଦେଇ ନିକଟରେ କାମ କରୁଥିବା ଶ୍ରମିକଙ୍କ ଉପରେ ଚଢିଯାଇଥିଲା। ଫଳରେ କାର ଚଢି ଘଟଣାସ୍ଥଳରେ ୫ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ରାସ୍ତା କାମ କରୁଥିବା ଅନ୍ୟ ଜଣେ ମହିଳା ଶମ୍ରିକ ଗୁରୁତର ଥିବା ଜଣାପଡ଼ିଛି। ଏହା ସହ କାରରେ ଥିବା ୩ଜଣ ଓ ସ୍କର୍ପିଓରେ ଥିବା ୩ଜଣ ମଧ୍ୟ ଗୁରୁତର ହୋଇପଡ଼ିଛନ୍ତି। ସମସ୍ତ…

Read More

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡି ସରକାରଙ୍କୁ ଝଟ୍‌କା ଲାଗିଛି। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘ତିନ ରାଜଧାନୀ ଫର୍ମୁଲା’ ପ୍ରସ୍ତାବକୁ ବିରୋଧୀ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ବିଧାନପରିଷଦରେ ରୋକ୍‌ ଲଗାଇଛି। ରାଜ୍ୟ ବିଧାନପରିଷଦରେ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ପାଖରେ ବହୁମତ ରହିଛି। 58 ସଦ୍ୟସୀୟ ବିଧାନ ପରିଷଦରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାଖରେ ମାତ୍ର 9ଜଣ ରହିଛନ୍ତି। ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ତିନି ରାଜଧାନୀ ଫର୍ମୁଲାକୁ ଏବେ ସିଲେକ୍ଟ କମିଟି ପାଖକୁ ପଠାଇବା ନେଇ ଦାବି କରିଛି। ଏହାସହିତ ସମ୍ପୂର୍ଣ୍ଣ ମାମଲାକୁ କୋର୍ଟରେ ଚ୍ୟାଲେଞ୍ଜ କରିବା ନେଇ ପ୍ରସ୍ତୁତି ଚଳାଇଛି ଟିଡିପି। ସୂଚନାଯୋଗ୍ୟ, ସୋମବାର ଆନ୍ଧ୍ରପ୍ରଦେଶ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ଆନ୍ଧ୍ର ପ୍ରଦେଶର ତିନି ରାଜଧାନୀ ରହିବ। ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବରେ କର୍ଣ୍ଣୁଲ, ବିଶାଖାପାଟଣା ଓ ଅମରାବତୀକୁ ସାମିଲ କରାଯାଇଛି। (ଏଜେନ୍ସି)

Read More