ନୂଆଦିଲ୍ଲୀ : ରାଜନୀତିରେ ନିର୍ବାଚନ ପୂର୍ବରୁ ନେତାଙ୍କ ଦଳବଦଳ ଏକ ସ୍ବାଭାବିକ ପ୍ରକ୍ରିୟା । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ତିନି ନେତା ଆପ୍ରେ ସାମିଲ୍ ହୋଇଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନୋମିନେସନ୍ ପ୍ରକ୍ରିୟା ଆରମ୍ଭ ହେବାର ଗୋଟିଏ ଦିନର ପୂର୍ବରୁ ଆମ୍ ଆଦ୍ମୀ ପାର୍ଟିକୁ ବଡ ସଫଳତା ମିଳିଛି । ଆପ୍ରେ ତିନି କଂଗ୍ରେସ ନେତା ବିନୟ ମିଶ୍ର, ରାଜକୁମାରୀ ଢିଲୋ, ଦୀପୁ ଚେୌଧୁରୀ ସମେତ ପୂର୍ବତନ ବିଧାୟକ ରାମ ସିଂହ ଆପ୍ରେ ଯୋଗ ଦେଇଛନ୍ତି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ କଂଗ୍ରେସ ଏହାକୁ ନେଇ ଆପ୍କୁ ଟାର୍ଗେଟ୍ କରିଛି । ଦିଲ୍ଲୀ ପ୍ରଦେଶ କଂଗ୍ରେସ କହିଛି ଯେ, ଦଳ ଯେଉଁମାନଙ୍କୁ ଟିକେଟ ଦେବାକୁ ମନା କଲା କେଜରୀଓ୍ବାଲ ତାଙ୍କୁ ତାଙ୍କ ଦଳରେ ସାମିଲ୍ କରାଇଛନ୍ତି । ଆପ ପାଖରେ 70ଜଣ…
Author: Samikhsya Bureau
ମୁମ୍ବାଇ : ଅପ୍କମିଙ୍ଗ ବଲିଉଡ୍ ଗ୍ୟାଙ୍ଗଷ୍ଟାର ଡ୍ରାମା ମୁମ୍ବାଇ ସାଗାରେ ଜନ୍ ଆବ୍ରାହାମ୍ଙ୍କ ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି । ସଞ୍ଜୟ ଗୁପ୍ତାଙ୍କ ନିର୍ଦ୍ଦେଶିତଏହି ଗ୍ୟାଙ୍ଗଷ୍ଟାର ଡ୍ରାମାର ଫାଷ୍ଟଲୁକ୍ ସୋମବାର ଦିନ ଜାରି କରାଯାଇଛି । ପୋଷ୍ଟରରେ ଜନ୍ ଏକ କୁର୍ତ୍ତା ପାଇଜାମା ସହିତ ଦାଢି ରଖିଥିବାର ଦେଖିବାକୁ ମିଳିଛି । ଜନ୍ ଏପରି ଲୁକ୍ରେ ଆଗରୁ କେବେବି ନଜର ଆସିନାହାନ୍ତି ବୋଲି ସଞ୍ଜୟ ପ୍ରକାଶ କରିଛନ୍ତି । ଜନ୍ଙ୍କ ବ୍ୟତିତ ଇମ୍ରାନ୍ ହାସ୍ମୀ, ଜ୍ୟାକି ଶ୍ରଫ, ସୁନୀଲ ସେଟ୍ଟୀ, ପ୍ରତୀକ ବବ୍ବର, ଗୁଲ୍ଶନ ଗ୍ରୋଭର, ରୋହିତ ରୟ ଏବଂ ଆମୋଲ ଗୁପ୍ତେ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟି 80 ଏବଂ 90 ଦଶକର କାହାଣୀ ଉପରେ ଆଧାରିତ ରହିବ ବୋଲି ଜଣାପଡିଛି । (ଏଜେନ୍ସୀ)
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ମାସରୁ କମ୍ ସମୟ ରହିଛି। ଦିଲ୍ଲୀର ବାଜି ଜିତିବା ପାଇଁ କ୍ଷମତାଧାରୀ ଆପ୍, ବିଜେପି ଓ କଂଗ୍ରେସ ସମେସ୍ତ ନିଜ ନିଜର ପ୍ରଚାର ଚଳାଇଛନ୍ତି। କେବଳ ଏତିକି ନୁହେଁ,ସୋସିଆଲ ମିଡିଆରେ ଏହି ତିନି ଦଳ ବଲିଉଡ୍ ଗୀତ ଓ ଫିଲ୍ମକୁ ନେଇ ଉଭୟ ଉଭୟଙ୍କୁ ଟାର୍ଗେଟ୍ କରୁଛନ୍ତି। ବିଜେପି ଓ ଆପ୍ ମଧ୍ୟରେ ଚାଲିଛି ‘ନାୟକ’ ଓ୍ବାର୍ ବିଜେପି ଓ ଆମ୍ ଆଦ୍ମୀ ଭିଡିଓ ଜରିଆରେ ଦୁହେଁ ଦୁହିଁଙ୍କୁ ଟାର୍ଗେଟ୍ କରୁଛନ୍ତି। ସର୍ବପ୍ରଥମେ ବିଜେପି ଲୋକପ୍ରିୟ ଫିଲ୍ମ ‘ନାୟକ’ ଜରିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲଙ୍କୁ ଟାର୍ଗେଟ୍ କରିଛି। ଏହି ଭିଡିଓରେ ନିକଟରେ ଦିଲ୍ଲୀରେ ହୋଇଥିବା ହିଂସା ସମେତ କିଛି ଘଟଣା ପାଇଁ କେଜ୍ରୀଓ୍ବାଲଙ୍କୁ ଦାୟୀ କରିବାକୁ ଚେଷ୍ଟା କରିଛି। ସେହିପରି ଆପ୍ ଏହାର ଜବାବ ସ୍ବରୂପ ନାୟକ ଫିଲ୍ମର ଦ୍ବିତୀୟ ଭାଗକୁ ଦେଇ ଜନତାଙ୍କ ପାଇଁ କେଜ୍ରୀଓ୍ବାଲ ସରକାର କାମ କରୁଛି…
କବିସୂର୍ଯ୍ୟ ନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରର ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ମା ଦକ୍ଷିଣକାଳୀ ଢାବା ପଡିଆଠାରେ ଗତକାଲି କଲସ୍ ସିଡ୍ସି୍ ସଂସ୍ଥା ପକ୍ଷରୁ ଏକ ଚାଷୀମାନଙ୍କୁ ନେଇ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ସାମ୍ପ୍ରତିକ ସମୟରେ ଚାଷୀମାନେ କିଭଳି ଉପଯୁକ୍ତ ପଦ୍ଧତିରେ ରବି ଫସଲ କରିବା ସହିତ ଭଲ ବିହୀନ ପାଇପାରିବେ ଏବଂ ଚାଷ କାର୍ଯ୍ୟରେ ନିଜକୁ ପ୍ରତିଷ୍ଠିତ କରିବାରେ ସକ୍ଷମ ହୋଇପାରିବେ ସେହି ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି କର୍ମଶାଳାରେ ଆଞ୍ଚଳିକ ଅଧିକାରୀ ଦିଲ୍ଲିପ ପଣ୍ଡା, ପ୍ରିୟବ୍ରତ ପଣ୍ଡା, ସନ୍ତୋଷ ପାଢୀ ଯୋଗଦେଇ ଚାଷୀମାନଙ୍କ ସହ ଆଲୋଚନା କରିଥିବା ବେଳେ କେ.ସୁଧାଶୁଂକୁମାର ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉକ୍ତ କର୍ମଶାଳାରେ କବିସୂର୍ଯ୍ୟନଗର ସହରର ଆଖପାଖରୁ ବହୁ ଚାଷୀ ଅଂଶଗ୍ରହଣ କରି ସବିଶେଷ ତଥ୍ୟରେ ପ୍ରଶିକ୍ଷଣ ହୋଇଥିଲେ।
ଆସାମ : ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ନେଇ ମୋଦିସରକାରଙ୍କ ବିରୋଧରେ ସ୍ବର ଉଠାଉଥିବା କଂଗ୍ରେସ ଆସାମରେ ଏକ ବଡ ଚାଲ୍ ଚଲାଉଛି। କଂଗ୍ରେସ ବିଧାୟକ ଦଳର ନେତା ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓଙ୍ବାଲ୍ଙ୍କୁ ବିଜେପି ସରକାରୁ ଛାଡି ଅନ୍ୟ ଏକ ବିକଳ୍ପ ସରକାର ଗଠନ ପାଇଁ ଅଫର୍ ଦେଇଛନ୍ତି। କଂଗ୍ରେସ ବିଧାୟକ ଦଳର ନେତା ନାଜିରା ବିଧାନସଭାର ବିଧାୟକ ଦେବବ୍ରତ ସାଇକିଆ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ବାଲଙ୍କୁ ଏହି ଅଫର ଦେଇଛନ୍ତି। ଦେବବ୍ରତ କହିଛନ୍ତି ଯେ, ସର୍ବାନନ୍ଦ ରାଜ୍ୟର ହିତରେ ଏମିତି ଏକ ସରକାର ଗଠନ କରନ୍ତୁ, ଯିଏ ଆସାମୀ ଐକ୍ୟକୁ ସମର୍ଥନ କରିବା ସହିତ ନାଗରିକତା ସଂଶୋଧନ ଆଇନକୁ ଆସାମର ରୋକିପାରିବ। କଂଗ୍ରେସ ବିଧାୟକ ଆସାମ ରାଜ୍ୟପାଳଙ୍କୁ ମଧ୍ୟ ଆସାମ ଆକାର୍ଡ ଲାଗୁ କରିବାକୁ ସୁପାରିଶ୍ କରିବା ସହିତ ଏନ୍ଆରସି ପାଇଁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ବାଲଙ୍କୁ ବିଜେପି ସରକାର ଛାଡି ଅନ୍ୟ ବିକଳ୍ପ ସରକାର ଗଢିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।…
ଶ୍ରୀନଗର : କାଶ୍ମୀରରେ ଏକ ବଡ ଧରଣର ଆତଙ୍କୀ ଆକ୍ରମଣକୁ ଏଡାଇବାରେ ସଫଳ ହୋଇଛନ୍ତି ସୁରକ୍ଷା ବଳ । ଜମ୍ମୁ କାଶ୍ମୀରରୁ ସୁରକ୍ଷା ବଳଙ୍କ ପକ୍ଷରୁ 2 କିଗ୍ରା ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଡି) ଜବତ କରାଯାଇଛି । ପୋଲିସ୍ ଏବଂ ସେନା ପକ୍ଷରୁ କରାଯାଇଥିବା ମିଳିତ ଚଢାଉରେ ସୋପୋରରେ ଏହି ବିସ୍ଫୋରକ ଜବତ କରାଯାଇଛି । ବାରାମୂଲାର ସୋପୋରରେ ଅବସ୍ଥିତ ରଫିଆବାଦର ଏକ ବ୍ରିଜ୍ ତଳୁ ଏହି ବିସ୍ଫୋରକ ଜବତ କରାଯାଇଛି । (ଏଜେନ୍ସୀ)
ବିହାର : ବିହାରର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର ଏନ୍ଆରସିକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ନୀତିଶ୍ କୁମାର ବିହାର ବିଧାନସଭାରେ କହିଛନ୍ତି ଯେ, ବିହାରରେ ଏନ୍ଆରସି ଲାଗୁ କରିବାର କୌଣସି ପ୍ରଶ୍ନ ଉଠୁନାହିଁ। ଏହି ଚର୍ଚ୍ଚା କେବଳ ଆସାମ ପାଇଁ। ଆଜି ବିହାର ବିଧାନସଭାରେ ଏନ୍ଆରସି ଓ ସିଏଏ ଓ ଏନ୍ପିଆରକୁ ନେଇ ଚର୍ଚ୍ଚା ହୋଇଥିଲା। ନୀତିଶ୍ କହିଛନ୍ତି ଯେ, ବିହାରରେ ଏନ୍ଆରସିକର କିଛି ପ୍ରଶ୍ନ ନାହିଁ। ଏନ୍ଆରସିର କିଛି ଆବଶ୍ୟକତା ନାହିଁ। ନରେନ୍ଦ୍ର ମୋଦି ମଧ୍ୟ ଏନ୍ଆରସିକୁ ନେଇ ସ୍ପଷ୍ଟ କରିଛନ୍ତି। ଏନ୍ପିଆରକୁ ନେଇ ନୀତିଶ୍ କହିଛନ୍ତି ଯେ, ଚଳିତ ଥର ଜାତିଗତ ଜନଗଣନା ହେଉ। ଜନଗଣନା କାଷ୍ଟ ଆଧାରିତ ହେବା ଆବଶ୍ୟକ । 1930 ପରେ ପୁଣିଥରେ ଜାତିଗତ ଜନଗଣନା ହେବା ଆବଶ୍ୟକ । ତେବେ ଚର୍ଚ୍ଚାର ବିଷୟ ହେଉଛି ଯେ, ଏନ୍ଆରସିର ବିରୋଧ କରୁଥିବା ନୀତିଶ୍କୁମାର ସିଏଏକୁ ନେଇ ମୋଦି ସରକାରଙ୍କୁ ସମର୍ଥନ କରିଥିଲେ। ସଂସଦର…
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଜାରି ହେଲା ପୋଲିସ୍ କମିଶନରେଟ ସିଷ୍ଟମ୍ । ପ୍ରଦେଶର ରାଜଧାନୀ ଲକ୍ଷ୍ନୌର କମିଶନର ହେଲେ ସୁଜିତ୍ ପାଣ୍ଡ । ନୋଏଡାର ପୋଲିସ୍ କମିଶନର ଭାବେ ନିଯୁକ୍ତି ପାଇଲେ ଆଲୋକ ସିଂହ । ଯୋଗୀ ସରକାର ଏନେଇ ଘୋଷଣା କରିଛନ୍ତି । ୟୁପିର ଯୋଗୀ ସରକାର ନୋଏଡା ଓ ଲକ୍ଷ୍ନୌଠାରେ ପୁଲିସ୍ କମିଶନର ସିଷ୍ଟମ୍ ଲାଗୁ ହେବା ନେଇ ନିଷ୍ପତ୍ତି ନେଇଥିଲେ। ଲୋକଭବନଠରେ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହା ଘୋଷଣା କରିଛନ୍ତି। ଏବେ ନୋଏଡା ଓ ଲକ୍ଷ୍ନୌଠାରେ ଆଇନ୍ ବ୍ୟବସ୍ଥାର ଦାୟିତ୍ବ ପୁଲିସ୍ ଅଫିସରଙ୍କ ଉପରେ ନ୍ୟସ୍ତ ରହିବ। ଏବେ ପୁଲିସ୍ ଅଫିସରଙ୍କୁ ମାଜିଷ୍ଟ୍ରେଟ୍ ପାଓ୍ବାର ମଧ୍ୟ ମିଳିବ। ଆଇନ କାନୁନ ବ୍ୟବସ୍ଥାରେ ସୁଧାର ପାଇଁ ନୋଏଡା ଏବଂ ଲକ୍ଷ୍ନୌରେ ଏହି ବ୍ୟବସ୍ଥାର ଆରମ୍ଭ କରାଯାଇଛି । (ଏଜେନ୍ସି)
ମୁମ୍ବାଇ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ମଙ୍ଗଳବାର ମୁମ୍ବାଇରେ ଖେଳାଯିବ । ମ୍ୟାଚ୍ ପାଇଁ ଉଭୟ ଦଳ ପ୍ରସ୍ତୁତ ରହିଥିବା ବେଳେ ଟିମ୍ ଚୟନକୁ ନେଇ ଭାରତୀୟ ଦଳ ଦ୍ବନ୍ଦ୍ବରେ ରହିଛି । ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନରେ ଓପନିଂ ସ୍ଥାନକୁ ନେଇ ଟିମ୍ ମ୍ୟାନେଜମେଣ୍ଟ ଅଡୁଆରେ ପଡିଛି । ରୋହିତଙ୍କ ସହିତ ଉଭୟ ଧଓ୍ବନ୍ ଏବଂ ରାହୁଲ ସଫଳ ହୋଇଥିବାରୁ ମ୍ୟାନେଜମେଣ୍ଟ କାହାକୁ ଖେଳାଇବ ସେ ନେଇ ଅଡୁଆରେ ପଡିଛି । ସେହିପରି ଦ୍ରୁତ ବିଭାଗରେ ଯଶ୍ପ୍ରୀତ୍ ବୁମ୍ରା ଏବଂ ମହମ୍ମଦ ସାମିଙ୍କ ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ତୃତୀୟ ବୋଲର ଭାବରେ ନବଦୀପ ସାଇନି କିମ୍ବା ଶାର୍ଦ୍ଦୁଲ ଠାକୁରଙ୍କ ମଧ୍ୟରେ ଜଣେ ସ୍ଥାନ ପାଇବେ । ମଧ୍ୟକ୍ରମରେ ଶ୍ରେୟସ ଆୟାର ଏବଂ ଋଷଭ ପନ୍ତଙ୍କ ସହିତ କେଦାର ଯାଦବ /ଶିବମ ଦୁବେଙ୍କ ମଧ୍ୟରେ ଜଣେ ସ୍ଥାନ…
ମୁମ୍ବାଇ : ଭାରତୀୟ ଜନତା ପାର୍ଟି (ବିଜେପି)ର ନେତା ଜୟଭଗବାନ ଗୋଏଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ପୁସ୍ତକ ଲେଖିଛନ୍ତି, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ‘ଆଜିର ଶିବାଜୀ ନରେନ୍ଦ୍ର ମୋଦି’ ଶୀର୍ଷକ ପୁସ୍ତକକୁ ନେଇ ଶିବସେନା ଆପତ୍ତି ଜଣାଇଛନ୍ତି । ଶିବସେନା ସାଂସଦ ସଞ୍ଜୟ ରାଉତ ମରାଠୀରେ ଟୁଇଟ୍ କରି କହିଛନ୍ତି ଯେ, ଏପରି ଏକ ପୁସ୍ତକ ପାଇଁ ମହାରାଷ୍ଟ୍ରରେ ମରାଠୀ ଲୋକଙ୍କ ଅପମାନ ହୋଇଛି। ଏହି ପୁସ୍ତକର ଉନ୍ମୋଚନ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟର ହୋଇଛି। ଏହାର ଲେଖକ ଜୟଭଗବାନ ଗୋଏଲ୍। ଗୋଲ୍ ଦିଲ୍ଲୀଠାରେ ମହାରାଷ୍ଟ୍ରର ସଦନରେ ଆକ୍ରମଣ କରିଥିଲେ। ମହାରାଷ୍ଟ୍ରର ଶିବାଜୀ ମହାରାଜଙ୍କ ସହିତ ମରାଠୀ ଲୋକଙ୍କ ଅପମାନ ମଧ୍ୟ କରିଥିଲେ। ଅପରପକ୍ଷରେ ଏନ୍ସିପି ନେତା ମହାରାଷ୍ଟ୍ରରେ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ମଧ୍ୟ ଜୟଭଗବାନ ଗୋଏଲଙ୍କୁ ଟାର୍ଗେଟ୍ କରିଛନ୍ତି । କୌଣସି ବ୍ୟକ୍ତି ଶିବାଜୀ ମହାରାଜଙ୍କ ସହ ସମାନ ହୋଇପାରିବ ନାହିଁ । ନିକଟରେ…
ଉତ୍ତରପ୍ରଦେଶ : ୟୁପିର ଯୋଗୀ ସରକାର ନୋଏଡା ଓ ଲକ୍ଷ୍ନୌଠାରେ ପୁଲିସ୍ କମିଶନର ସିଷ୍ଟମ୍ ଲାଗୁ ହେବା ନେଇ ନିଷ୍ପତ୍ତି ନେଇଛନ୍ତି । ଲୋକଭବନଠରେ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହା ଘୋଷଣା କରିଛନ୍ତି । ଏବେ ନୋଏଡା ଓ ଲକ୍ଷ୍ନୌଠାରେ ଆଇନ୍ ବ୍ୟବସ୍ଥାର ଦାୟିତ୍ବ ପୁଲିସ୍ ଅଫିସରଙ୍କ ଉପରେ ନ୍ୟସ୍ତ ରହିବ । ଏବେ ପୁଲିସ୍ ଅଫିସରଙ୍କୁ ମାଜିଷ୍ଟ୍ରେଟ୍ ପାଓ୍ବାର ମଧ୍ୟ ମିଳିବ। ଏବେ କାନୁନ ବ୍ୟବସ୍ଥାର ସୁଧାର ପାଇଁ ନୋଏଡା ଏବଂ ଲକ୍ଷ୍ନୌରେ କମିଶନରେଟ୍ ବ୍ୟବସ୍ଥା ଆରମ୍ଭ କରାଯିବ । ନାଗରିକତା ଆଇନ୍ ବିରୋଧରେ ହୋଇଥିବା ହିଂସା ପରେ ଯୋଗୀ ଆଦିତ୍ୟନାଥ ଏହାକୁ ନେଇ ବିଚାର କରିଥିଲେ। ବିରୋଧ ପ୍ରଦର୍ଶନ ଅବସରର ଲକ୍ଷ୍ନୌ, ମେରଠ, ବିଜନୌର୍ ଓ ମୁଜାଫରପର୍ନଗର ସମେତ ଆଦି କିଛି ଜିଲ୍ଲାରେ ଡିଏମ୍ ଓ ଏସଏସ୍ପିଙ୍କ ରିପୋର୍ଟ ତାଳମେଳ ରହିନଥିଲା। ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଯୋଗୀ ସରକାର…
Mumbai: Actor Hrithik Roshan comes out in the balcony of his Juhu residence to greet his fans who had gathered to wish him on his birthday, in Mumbai on Jan 10, 2020. (Photo: IANS)
Mumbai: Actor Amitabh Bachchan unveils “Didda – The Warrior Queen of Kashmir” by Ashish Kaul in Mumbai on Jan 12, 2020. (Photo: IANS)
ମୁ୍ମ୍ବାଇ : ଆମାଜନ୍ ସିଇଓ ଜେଫ୍ ବେଜୋସ୍ଙ୍କ ଭାରତ ଗସ୍ତ ପୂର୍ବରୁ 56 ବରିଷ୍ଠ ଅଧିକାରୀଙ୍କ ଛଟେଇ କରିଛି ଓ୍ବାଲମାର୍ଟ । ଆମାଜନ୍ର ବିରୋଧୀ କମ୍ପାନୀ ଓ୍ବାଲମାର୍ଟ ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି । ବେଜୋସଙ୍କ ଗସ୍ତକୁ ନେଇ ଏହି ଛଟେଇ କରାଯାଇଥିବା ଅଭିଯୋଗକୁ କମ୍ପାନୀର କର୍ପୋରେଟ୍ ଷ୍ଟ୍ରକ୍ଚରକୁ ବଳବତ୍ତର ରଖିବା ଏବଂ ସୂଚାରୂ ଭାବରେ ପରିଚାଳନା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଓ୍ବାଲମାର୍ଟ ଇଣ୍ଡିଆ ସିଇଓ କ୍ରିଶ୍ ଆୟର ପ୍ରକାଶ କରିଛନ୍ତି । ଛଟେଇ କରାଯାଇଥିବା 56 ଜଣଙ୍କ ମଧ୍ୟରେ 8 ଜଣ ବରିଷ୍ଠ ଅଧିକାରୀ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଓ୍ବାଲମାର୍ଟର 28ଟି କେନ୍ଦ୍ର ରହିଛି । 2007ରେ ଏହା ଭାରତୀ ସହିତ ମିଳିତ ଭାବରେ ଭାରତରେ ବ୍ୟବସାୟ ଆରମ୍ଭ କରିଥିବା ବେଳେ 2016ରେ 16 ବିଲିୟନ୍ ଡଲାର ବିନିମୟରେ ଫ୍ଲିପ୍କାର୍ଟକୁ ଅଧିଗ୍ରହଣ କରିଥିଲା । (ଏଜେନ୍ସୀ)
ଶ୍ରୀନଗର : ଭାରତୀୟ ସେନାର ଜଣେ ଯବାନ ବରଫରେ ନିଖୋଜ ହୋଇଛନ୍ତି । ପ୍ରବଳ ବରଫପାତ ହେଉଥିବା ସମୟରେ ଭାରତୀୟ ସେନାର ହାବିଲଦାର ଜଣକ ପାକ୍ ଅଧିକୃତ କାଶ୍ମୀରରେ ନିଘୋଜ ଅଛନ୍ତି । ଡ୍ୟୁଟି ସମୟରେ ଗୁଲମାର୍ଗରେ ପ୍ରବଳ ବରଫପାତ କାରଣରୁ ରାଜେନ୍ଦ୍ର ସିଂ ନେଗୀ ନାମକ ଏହି ଯବାନ ଜଣକ ନିଖୋଜ ହୋଇଛନ୍ତି । ସେନା ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ରାଜିନ୍ଦର ପିଓକେ ପଟକୁ ଚାଲିଯାଇଥିବାରୁ ଉଦ୍ଧାର ସମ୍ଭବ ହୋଇପାରିନଥିବା ସେନା ପକ୍ଷରୁ କୁହାଯାଇଛି । ହାବିଲଦାରଙ୍କୁ ଉଦ୍ଧାର କରିବା ପାଇଁ ପରିବାର ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।
ସମୀକ୍ଷା ବ୍ୟୁରୋ ହିଞ୍ଜିଳିକାଟୁ : ସିଏଏ ଏବଂ ଏନ୍ଆର୍ସିକୁ ସମର୍ଥନ କରି ହିଞ୍ଜିଳିକାଟୁର ସେବା ଫାଉଣ୍ଡେସନ ତରଫରୁ ସହରରେ ଏକ ବିଶାଳ ଜନଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଛି । ଏଥିରେ ସଂଘର ପ୍ରତିଷ୍ଠାତା ରାକେଶ କୁମାର ରଥଙ୍କ ନେତୃତ୍ବରେ ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରାଇଥିଲା । ଶୋଭାଯାତ୍ରାରେ ଡଃ.ପ୍ରଭାକର ସାହୁ, ହରପ୍ରସାଦ ସ୍ବାଇଁ, କୁମୁଦ ରଞ୍ଜନ ପାଢ଼ୀ, ଅନ୍ତର୍ଯ୍ୟାମୀ ପାତ୍ର, କରୁଣାକର ବାଡତ୍ୟା, କଳାକାର ପୃଷ୍ଟି, କୁଶ ମହାରଣା, ଆଲୋକ କୁମାର ନାୟକ, ରଞ୍ଜନ ସାହୁ, କୋରା ପ୍ରସାଦ, ଅରବିନ୍ଦ ପଣ୍ଡା, ଦେବାନନ୍ଦ ମହାପାତ୍ର, ମାଧବ ଗୌଡ, ପ୍ରିୟଦର୍ଶୀ ପଟ୍ଟନାୟକ, ଦ୍ବିତୀକୃଷ୍ଣ ସାବତ, ପ୍ରଭୁଦତ୍ତ ପାତ୍ର, ନୟନ ମଲ୍ଲିକ, ରାଧାଶ୍ୟାମ ସାହୁ, ଅଜିତ ନାୟକ, ଜାନକୀ ଦେବୀ, ଉର୍ମିଳା ପାତ୍ର, ଜୟନ୍ତୀ ପଣ୍ଡା ଆଦି ପ୍ରମୁଖ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ । ଶୋଭାଯାତ୍ରା ସମୟରେ ଜନସାଧାରଣଙ୍କ ମନରେ ସିଏଏ ଏବଂ…
ମୁମ୍ବାଇ : 2021 ଗୋଲ୍ଡେନ୍ ଗ୍ଲୋବ୍ ହୋଷ୍ଟ କରିବାକୁ ଯାଉଛନ୍ତି ଦୁଇ ଅଭିନେତ୍ରୀ । 2020 ମସିହାର ଗୋଲ୍ଡେନ୍ ଗ୍ଲୋବ୍କୁ ରିକୀ ଗେର୍ଭେସ୍ ହୋଷ୍ଟିଂ କରିଥିବା ବେଳେ ଏହି ଅବସରରେ 2021ର ହୋଷ୍ଟଙ୍କ ନାମ ଘୋଷଣା କରାଯାଇଥିଲା । ଅଭିନେତ୍ରୀ ଟିନା ଫେ ଏବଂ ଏମି ପୋହେଲର 2021ର ଗୋଲ୍ଡେନ୍ ଗ୍ଲୋବ୍ ହୋଷ୍ଟ କରିବାକୁ ଯାଉଛନ୍ତି । ଏନ୍ବିସି ଏଣ୍ଟରଟେନ୍ମେଣ୍ଟ ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି । ଉଭୟ ଅଭିନେତ୍ରୀ ଏକତ୍ର ଭାବରେ 2013, 2014 ଏବଂ 2015ର ଗୋଲ୍ଡେନ୍ ଗ୍ଲୋବ୍ ହୋଷ୍ଟ କରିଥିଲେ । ଉଭୟ ଅଭିନେତ୍ରୀ ଏକତ୍ର ଭାବରେ ମିନ୍ ଗାର୍ଲସ୍ ଏବଂ ସିସ୍ଟର୍ସରେ ଏକତ୍ର ନଜର ଆସିଥିଲେ । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ବାଲୁଗାଁ : ଚିଲିକା ବ୍ଳକର ଆଙ୍କୁଲା ପଞ୍ଚାୟତ ଓ କୁମାଣ୍ଡଳ ପଞ୍ଚାୟତର ବରଡିହ ଠାରେ ବିଧାୟକ ଚିଲିକା ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଜୟମଙ୍ଗଳ ଏମ୍ଆଇପି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଜୁ ସେତୁ ଯୋଜନା ଓ କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ଏହି ଜୟମଙ୍ଗଳ ଏମ୍ଆଇପି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଚିଲିକା ବ୍ଳକ ଉପାଧ୍ୟକ୍ଷ ଉତ୍ପଳ ପାଇକରାୟ, ଆଙ୍କୁଲା ସରପଞ୍ଚ ମମତା ପାଇକରାୟ ଓ କୁମାଣ୍ଡଳ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ।
ନୂଆଦିଲ୍ଲୀ : କଂଗ୍ରେସ ପକ୍ଷରୁ ସିଏଏ ଏବଂ ଏନ୍ଆର୍ସିକୁ ବିରୋଧ କରି ଅନୁଷ୍ଠିତ ହେବାକୁ ଯାଉଥିବା ବୈଠକକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦୁଇ ବିରୋଧୀ ନେତ୍ରୀ ମାୟାବତୀ ଏବଂ ମମତା ବାନାର୍ଜୀ । ଛାତ୍ର ମାନଙ୍କ ପକ୍ଷରୁ ସିଏଏ ଏବଂ ଏନ୍ଆର୍ସିକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ କଂଗ୍ରେସ ଏହି ସମୟରେ ବିରୋଧୀ ଦଳ ମାନଙ୍କୁ ନେଇ ଏହା ବିରୋଧରେ ଏକ ବୈଠକ କରିବାର ନିଷ୍ପତ୍ତି ନେଇଥିଲେ । କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମାତ୍ର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ଏବଂ ବିଏସ୍ପି ମୁଖ୍ୟ ମାୟାବତୀ ଏହି ବୈଠକ ବର୍ଜନର ନିଷ୍ପତ୍ତି ନେଇଛନ୍ତି । ମାୟାବତୀ କହିଛନ୍ତି ସିଏଏ ବିରୋଧରେ ସ୍ବର ଉତ୍ତୋଳନ କରିବା ସଠିକ୍ ପଦକ୍ଷେପ । ମାତ୍ର କଂଗ୍ରେସ ଏବଂ ବାମଦଳ ବିରୋଧ ନାମରେ ଯେପରି ହିସା କରୁଛନ୍ତି ତାହା ଗ୍ରହଣୀୟ ନୁହେଁ…
ତେହେରାନ୍ : ପୁନର୍ବାର ଆମେରିକୀୟ ଏୟାର ବେସ୍ ଉପରେ ଇରାନ୍ ପକ୍ଷରୁ ରକେଟ୍ ମାଡ କରାଯାଇଛି । ଏହି ରକେଟ୍ ମାଡରେ 4 ଆମେରିକୀୟ ସୈନ୍ୟ ଆହତ ହୋଇଛନ୍ତି । ଇରାକର ଅଲ୍ ବାଲାଡ ଏୟାର ବେସ୍ ଉପରେ ଇରାନ୍ ପକ୍ଷରୁ 8ରୁ ଅଧିକ ରକେଟ୍ ମାଡ କରାଯାଇଥିଲା । ଇରାନ୍ ପକ୍ଷରୁ କାଟ୍ୟୁଶା ରକେଟ୍ ମାଡ କରାଯାଇଥିବା ନେଇ ଇରାକୀ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆହତଙ୍କ ମଧ୍ୟରେ ଦୁଇ ଜଣ ଇରାକୀ ସେନା ଏବଂ ଦୁଇ ଜଣ ପାଇଲଟ୍ ଆହତ ହୋଇଛନ୍ତି । ଇରାନ୍ ପକ୍ଷରୁ ଆକ୍ରମଣ ସମ୍ଭାବନା ରହିଥିବାରୁ ଆମେରିକା ପକ୍ଷରୁ ଅଲ୍ ବାଲାଡ୍ ଏୟାର ବେସ୍ରୁ ସମସ୍ତ ସୈନ୍ୟ ଏବଂ ବିମାନକୁ ଟାଜି ଏବଂ ଏର୍ବିଲ୍କୁ ସ୍ଥାନାନ୍ତର କରାଯାଇଛି । ଅଲ୍ ବାଲାଡ୍ରେ ମାତ୍ର 15 ଜଣ ଆମେରିକୀୟ ସୈନ୍ୟ ଏବଂ ଗୋଟିଏ ବିମାନ ରହିଛି । ଉଲ୍ଲେଖଯୋଗ୍ୟ ଯେ, 4 ଦିନ ପୂର୍ବରୁ…
କେଦାର ମିଶ୍ର ରାଜନୀତିରେ ଥିବା ଲୋକେ ଭାବନ୍ତି ସେମାନଙ୍କ ପାଇଁ ସବୁ ମଞ୍ଚ ହେଉଛି ଭୋଟ ଗୋଟେଇବାର ମଞ୍ଚ। ରାଜନୀତି ବିଷୟରେ କହିବା ହୁଏତ ଗ୍ରହଣୀୟ ହେଲେ ସବୁ କଥାରେ ରାଜନୈତିକ ଫାଇଦା ଉଠାଇବାର ପ୍ରବୃତ୍ତି ଜଣେ ରାଜନେତାଙ୍କ ମର୍ୟାଦା ହାନି ଘଟାଇଥାଏ। ତେବେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେ ବିଷୟରେ କେବେ ଚିନ୍ତା କରନ୍ତି ନାହିଁ। ତାଙ୍କ ପାଇଁ ସବୁ ମଞ୍ଚ ରାଜନୀତି ଓ ନିଜର ଭାବମୂର୍ତ୍ତି ଚମକାଇବାର ମଞ୍ଚ। କେଦାରନାଥଙ୍କର ମନ୍ଦିର ହେଉ ବା ସ୍ଵାମୀ ବିବେକାନନ୍ଦଙ୍କର ବେଲୁର ମଠ, ସବୁଠି ରାଜନୀତିର ପ୍ରୟୋଗ କରିବାକୁ ମୋଦୀ ଚାହିଁଛନ୍ତି। ଦେଶର ପ୍ରତିଷ୍ଠିତ ଆଧ୍ୟାତ୍ମିକ ଅନୁଷ୍ଠାନଗୁଡ଼ିକର ରାଜନୀତିକରଣ କରିବା ପ୍ରଧାନମନ୍ତ୍ରୀଙ୍କ ପକ୍ଷରେ ଯେ ଉଚିତ ନୁହେଁ, ଏକଥା ଯଦି ସେ ନିଜେ ନ ବୁଝିବେ, ତାଙ୍କୁ ବୁଝାଇବ କିଏ! ମହାପୁରୁଷ ରାମକୃଷ୍ଣ ପରମହଂସ ଓ ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ରାମକୃଷ୍ଣ ମିଶନ, ସବୁବେଳେ ସବୁ ଧର୍ମ ଓ…

