ନୂଆଦିଲ୍ଲୀ : ହ୍ବାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଦୁଃସମ୍ବାଦ । ଭାରତରେ ଅଚଳ ହେଲା ହ୍ବାଟ୍ସଆପ୍ । ରବିବାର ଦିନ ଅପରାହ୍ନ 4.15ରୁ ଏହି ମେସେଜିଂ ପ୍ଲାଟଫର୍ମରେ ସମସ୍ୟା ଦେଖାଦେଇଛି । ଷ୍ଟିକର ଏବଂ ଫଟୋ ପଠାଇବାରେ ବ୍ୟବହାରକାରୀ ଅସଫଳ ହୋଇଥିଲେ । ଏହା ପରେ ହ୍ବାଟ୍ସଆପ୍ ପକ୍ଷରୁ ଏକ ସ୍ପଷ୍ଟୀକରଣ ସହିତ ବିଶ୍ବର କେଉଁ କେଉଁ ସ୍ଥାନରେ ମେସେଜିଂ ଆପ୍ରେ ସମସ୍ୟ ଦେଖାଦେଇଛି ତାହାର ଏକ ଫଟୋ ସେୟାର କରାଯାଇଥିଲା । କେବଳ ଭାରତ ନୁହେଁ ବରଂ ୟୁରୋପ୍, ମାଲେସିଆ, ଇଣ୍ଡୋନେସିଆ ଏବଂ ବ୍ରାଜିଲରେ ମଧ୍ୟ ହ୍ବାଟ୍ସଆପ୍ ଅଚଳ ରହିଥିଲା । ଫଟୋ, ଭିଡିଓ ଏବଂ ଷ୍ଟିକର ଯାଉନଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ପ୍ରୟାସ ଜାରି ରହିଛି ବୋଲି ହ୍ବାଟ୍ସଆପ୍ ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)
Author: Samikhsya Bureau
ସମୀକ୍ଷା ବ୍ୟୁରୋ : ଇଣ୍ଟରନେଟର ଏକାଧିକ ସକରାତ୍ମକ ଦିଗ ରହିଥିବା ବେଳେ ଏହାର ନକରାତ୍ମକ ଦିଗ ମଧ୍ୟ ରହିଛି। ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା ପାଠପଢିବା କ୍ଷମତାରେ ହ୍ରାସ ଘଟିଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡିଛି। ଏକ ନୂତନ ପରୀକ୍ଷଣ ଅନୁଯାୟୀ ଏହି ଛାତ୍ରଛାତ୍ରୀ ମାନେ କେବଳ ପାଠପଢା ନୁହେଁ ବରଂ ନିଜର ପରୀକ୍ଷାକୁ ନେଇ ଅଧିକ ଉତ୍ସାହିତ ରହିଥାନ୍ତି ବୋଲି ଜଣାପଡିଛି। ଏହା ସହିତ ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକୁଟିଆ ପଣ ସୃଷ୍ଟି କରିଥାଏ। ୟୁକେର ସ୍ବାନ୍ସି ବିଶ୍ବବିଦ୍ୟାଳୟ ଗବେଷକ ଫିଲ୍ ରିଡ୍ଙ୍କ ଗବେଷଣାରେ ଏହି ତଥ୍ୟ ପ୍ରକାଶ ପାଇଛି। ବିଭିନ୍ନ ସ୍ବାସ୍ଥ୍ୟଗତ ପାଠ୍ୟକ୍ରମରେ ନାମ ଲେଖାଇଥିବା 285 ଜଣ ଛାତ୍ରଛାତ୍ରୀ ଏହି ଗବେଷଣାରେ ଅଂଶଗ୍ରହଣ କରିଥିଲେ। ଅଧିକ ଇଣ୍ଟରନେଟ ବ୍ୟବହାରକାରୀ ଛାତ୍ରଛାତ୍ରୀ ପାଠପଢାରେ ଦୁର୍ବଳ ଥିବା ଜଣାପଡିଥଲା। ଏହି ଛାତ୍ରଛାତ୍ର ମାନେ ଆଗାମୀ ପରୀକ୍ଷାକୁ ନେଇ ମଧ୍ୟ ଭୟଭୀତ ରହିଥିବା ଜଣାପଡିଥିଲା। ଅଧିକ ଇଣ୍ଟରନେଟ୍ ବ୍ୟବହାର…
ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ନିର୍ଣ୍ଣାୟକ ମୁକାବିଲାରେ ଭାରତ ସମ୍ମୁଖରେ 287 ରନ୍ର ବିଜୟ ଲକ୍ଷ୍ୟ ରହିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଷ୍ଟିଭେନ୍ ସ୍ମିଥ୍ଙ୍କ ଶତକ ସହାୟତାରେ 286 ରନ୍ ସଂଗ୍ରହ କରିଛି । ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ୍ 131 ରନ୍ ସଂଗ୍ରହ କରିଥିବା ବେଳେ ଲାବୁଶ୍ଚାଞ୍ଜେ (54) ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । ସ୍ମିଥ୍ 132 ବଲ୍ର ସମ୍ମୁଖୀନ ହୋଇ 14ଟି ଚୌକା ଏବଂ ଗୋଟିଏ ଛକ୍କା ସହାୟତାରେ 131 ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ସଫଳ ବୋଲର ଭାବରେ ମହମ୍ମଦ ସାମି 4ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜାଡେଜା ଦୁଇଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ କୁଲଦୀପ ଏବଂ ନବଦୀପ ସାଇନି ପ୍ରତ୍ୟୋକ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । (ଏଜେନ୍ସୀ)
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଗୋଦାବରିଶ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଅତିଥି ଓ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଫୁଲ ଓ ଚନ୍ଦନ ଲଗାଇ ସ୍ୱାଗତ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶିବ ପ୍ରସାଦ ନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ପ୍ରଭାତ କୁମାର ହୋତା ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ମହାବିଦ୍ୟାଳୟ ଶ୍ରେଣୀ ଗୃହରେ ସଭା ଆରମ୍ଭ ହୋଇଥିଲା। ଉଦ୍ଭିଦ ବିଜ୍ଞାନ ବିଭାଗର ପୁରାତନ ଛାତ୍ରଛାତ୍ରୀ ନିଜର ପାଠ ପଢା ସମୟର ସ୍ମୃତିଚାରଣ କରିଥିଲେ। ମହାବିଦ୍ୟାଳୟ ଆରମ୍ଭରୁ ଏପରି କାର୍ଯ୍ୟକ୍ରମ ହୋଇନଥିଲା ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗର ଏହି ସୁନ୍ଦର ଓ ମହତ ପ୍ରୟାସକୁ ସମସ୍ତ ପୁରାତନ ବିଦ୍ୟାର୍ଥୀ ଉଚ୍ଚ ପ୍ରଶଂସା କରିଥିଲେ। ଏହି…
ନ୍ୟୁସାଉଥଓ୍ବେଲ୍ସ : ଅଷ୍ଟ୍ରେଲିଆର ଜଙ୍ଗଲ ନିଆଁର ଭୟାବହତାରେ 29 ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ବିଶ୍ବ ସମୁଦାୟଙ୍କ ପକ୍ଷରୁ ସହାୟତାର ହାତ ବଢା ଯାଇଥିଲା । ବିଭିନ୍ନ ସେଲିବ୍ରିଟି ଏବଂ କ୍ରୀଡାବିତ୍ଙ୍କ ପକ୍ଷରୁ ସହାୟତା କରାଯାଉଥିବା ବେଳେ ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ଜଣେ 6 ବର୍ଷୀୟ ବାଳକ । ବାଳକ ଜଣକ ଜଙ୍ଗଲ ନିଆଁର ମୁକାବିଲା କରିବା ପାଇଁ 2 ଲକ୍ଷ ଡଲାରର ଅର୍ଥ ରାଶି ସଂଗ୍ରହ କରିଛନ୍ତି । 6 ବର୍ଷୀୟ ବାଳକଙ୍କ ନାମ ହେଉଛି କୋଲି ଓଏନ୍ । ମାଟିରେ ପ୍ରତିମୂର୍ତ୍ତି ନିର୍ମାଣ କରୁଥିବା ଏହି ବାଳକ ଜଣଙ୍କ କୋଆଲା ମୂର୍ତ୍ତି ନିର୍ମାଣ କରି ଏହି ଅର୍ଥ ରାଶି ସଂଗ୍ରହ କରିଛନ୍ତି । ଗୋ ଫାଉଣ୍ଡ ମି ସ୍ବେଚ୍ଛାସେବୀ ସଙ୍ଗଠନ ଜରିଆରେ ଓଏନ୍ ଏହି ପ୍ରତିମୂର୍ତ୍ତି ବିକ୍ରି କରିଛନ୍ତି । ଓଏନ୍ ସମୁଦାୟ 55ଟି ପ୍ରତିମୂର୍ତ୍ତି ବିକି ଏହି ଅର୍ଥ ସଂଗ୍ରହ କରିଛନ୍ତି…
ଅକଲ୍ୟାଣ୍ଡ : ନ୍ୟୁଜିଲାଣ୍ଡ ଗସ୍ତରେ ରହିଥିବା ଭାରତୀୟ ଦଳ ଦ୍ବିତୀୟ ମ୍ୟାଚ୍ରେ ଭାରତ ଏ ବିଜୟୀ ହୋଇଛି । ପୃଥ୍ବୀ ଶ‘ଙ୍କ 150 ରନ୍ ବଳରେ ଭାରତ 372 ରନ୍ ସଂଗ୍ରହ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ବିଜୟ ଠାରୁ 12 ରନ୍ ପଛରେ ରହିଥିଲା । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ପୃଥ୍ବୀ ଶ 100 ବଲ୍ର ସମ୍ମୁଖୀନ ହୋଇ 150 ରନ୍ କରିଥିଲେ । ପୃଥ୍ବୀଙ୍କ ଇନିଂସରେ 22ଟି ଚୌକା ଏବଂ 2ଟି ଛକ୍କା ସାମିଲ ଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବିଜୟ ଶଙ୍କର 41 ଟି ବଲ୍ରୁ 6 ଚୌକା ସହାୟତାରେ 58 ରନ୍ ସଂଗ୍ରହ କରିଥିଲେ । ଜବାବରେ ନ୍ୟୁଜିଲାଣ୍ଡ ଜ୍ୟାକ୍ ବଏଲ୍ଙ୍କ130 ରନ୍ ସତ୍ତ୍ବେ ବିଜୟ ଠାରୁ 12 ରନ୍ ଦୂରରେ ରହିଥିଲା । ଭାରତ ପକ୍ଷରୁ ଇଶାନ ପୋରେଲ୍ ଏବଂ କୃଣାଲ ପାଣ୍ଡ୍ୟା ଦୁଇଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟରେ ଇ-ଚେକ୍ଗେଟ୍ରେ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏହାକୁ ଉଦ୍ଘାଟନ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଆଜି 31ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଉଦ୍ଯାପିତ ଅବସରରେ ଏହି ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ଏଣିକି ଅନ୍ୟ ରାଜ୍ୟର ଗାଡ଼ି ଓଡ଼ିଶା ଆସିବା ପୂର୍ବରୁ ଅନଲାଇନରେ ଗେଟ ପ୍ରବେଶ ହୋଇ ପାରିବ। ଏହା ସହ ମୋବାଇଲ ଆପ ସେବା ସିଟିଜେନ ରିପୋର୍ଟିଂର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏହି ନୂଆ ଆପ ଜରିଆରେ ଏଣିକି ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ ଧରିବା ହେବ ସହଜ ହେବ। ଏହାଦ୍ବାରା ସାଧାରଣ ଲୋକେ ମଧ୍ୟ ଟ୍ରାଫିକ ନିୟମ ଉଲଂଘନ କରୁଥିବା ଗାଡି ଚାଳକଙ୍କ ଫଟୋ ସିଧାସଳଖ ଆପ ମାଧ୍ୟମରେ ପଠାଇ ପାରିବେ।
ଢାକା: ସୋସିଆଲ ମିଡିଆ ଜରିଆରେ ପୁଣି ଥରେ ଜଣେ ତାଙ୍କ ପରିବାର ପାଖକୁ ଫେରିପାରିଛନ୍ତି। ଜଣେ ବ୍ୟକ୍ତି 48 ବର୍ଷ ପରେ ତାଙ୍କ ପରିବାରକୁ ଭେଟିଛନ୍ତି । ଫେସବୁକ୍ ଭିଡିଓରେ ପରିବାରର ଜଣେ ସଦସ୍ୟଙ୍କୁ ଫେରିପାରିଛନ୍ତି ସମ୍ପୃକ୍ତ ପରିବାର। ବ୍ୟବସାୟ କରିବାକୁ ଯାଇ ଜଣେ ବ୍ୟକ୍ତି 48 ବର୍ଷ ପୂର୍ବେ ଘର ଛାଡିଥିଲେ। ତା’ପରେ ସେ ଆଉ ଘରକୁ ଫେରିନଥିଲେ । ବ୍ୟକ୍ତିଜଣକ ହେଉଛନ୍ତି ହବୀର୍ ରହମାନ୍। ହବୀର୍ ରହମାନ୍ ନିଜ ଗ୍ରାମ ସିଲହଟ୍ର ବାଜଗ୍ରାମଠାରେ ରଡ୍ ଓ ସିମେଣ୍ଟର ବ୍ୟବସାୟ କରୁଥିଲେ । କିଛି ବ୍ୟବସାୟ କାର୍ଯ୍ୟ କାରଣରୁ ନିଜ ହୋମଟାଉନ୍ରୁ ବାହାରକୁ ଆସିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେ ଆଉ ଫେରିନଥିଲେ। ତାଙ୍କ ପରିବାର ସଦସ୍ୟ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ପାଇନଥିଲେ । ଘରୁ ବାହାରିବା ବେଳକୁ ତାଙ୍କୁ 30 ବର୍ଷ ବୟସ ହୋଇଥିଲା। ଗତ ଶୁକ୍ରବାର ଦିନ ହବୀର୍ଙ୍କ ବଡ ପୁତ୍ରଙ୍କ ପତ୍ନୀ, ଯିଏ…
Bandipora: A view of Wular Lake in Jammu and Kashmir’s Bandipora district on Jan 18, 2020. (Photo: IANS)
TORONTO, Jan. 18, 2020 (Xinhua) — A squirrel performs water-skiing during the 2020 Toronto International Boat Show in Toronto, Canada, Jan. 17, 2020. (Photo by Zou Zheng/Xinhua/IANS)
ମାସ୍କଟ୍ : ୟେମେନ୍ରେ ଏକ ମିଶାଇଲ୍ ଆକ୍ରମଣରୋ 70 ଜଣ ସୈନ୍ୟଙ୍କ ପ୍ରାଣ ହରାଇଛନ୍ତି । ୟେମେନ୍ର ମାରିବ୍ରେ ରବିବାର ଏକ ବାଲିଷ୍ଟିକ୍ ମିଶାଇଲ୍ ଆକ୍ରମଣ ଘଟିଛି । 70 ଜଣ ସୈନ୍ୟଙ୍କ ପ୍ରାଣହାନି ସହିତ 20ରୁ ଅଧିକ ସୈନ୍ୟ ଆହତ ହୋଇଛନ୍ତି । ମାରିବ୍ରେ ରହିଥିବା ଅଲ୍ ଏଷ୍ଟିକ୍ବାଲ୍ ମସ୍ଜିଦ୍ ନିକଟସ୍ଥ ସେନା ବେସ୍ ଉପରେ ଆକ୍ରମଣ ହୋଇଥିବା ନେଇ ୟେମେନ୍ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆକ୍ରମଣ ପାଇଁ ଇରାନ୍ ହାଉଥି ବିଦ୍ରୋହୀ ଗୋଷ୍ଠୀଙ୍କୁ ୟେମେନ୍ ସରକାରଙ୍କ ପକ୍ଷରୁ ଦାୟୀ କରାଯାଇଛି । ଏହି ଆକ୍ରମଣକୁ ନିନ୍ଦା କରାଯିବା ସହିତ ପ୍ରତିଆକ୍ରମଣର ଧମକ ଦେଇଛନ୍ତି ୟେମେନ୍ ରାଷ୍ଟ୍ରପତି ଅବ୍ଦୁଲ୍ ରବ୍ବୁ ମନସୁର୍ । (ଏଜେନ୍ସୀ)
କେଦାର ମିଶ୍ର “ସୁର ହେଉଛି ଜୀବନରେ ଟୋକା! ତାକୁ ଗାଇଦେଲେ ହୁଏନି, ତାକୁ ବଞ୍ଚିବାକୁ ପଡେ’’- ପ୍ରାୟ ଦଶବର୍ଷ ତଳେ ତାଙ୍କର ଏକ ସାକ୍ଷାତ୍କାର ନେଲାବେଳେ ଏଇ ଧାଡିକ ମୋ ମନରେ ଛପା ହୋଇ ରହିଯାଇଛି। ତାଙ୍କ ଗୀତ, ସ୍ଵୟଂ ସରସ୍ଵତୀର ଶୁଦ୍ଧ ପ୍ରବାହ। ତେଣୁ ତାଙ୍କୁ ସଙ୍ଗୀତ ବିଷୟରେ କଣ ବା ପଚାରିଥାନ୍ତି। ହେଲେ, ତାଙ୍କୁ କିଛି ପଚାରିବାକୁ ପଡେନି। ଆପେ ଆପେ ସେ କହି ଯାଆନ୍ତି। ଯେତେ ତାଙ୍କର ଭାବ-ଅଭାବ, ରାଗ,ରୁଶା,ଅଭିମାନକୁ ଅଜାଡି ଦିଅନ୍ତି। ହଁ, ତାଙ୍କର ସଦାବେଳେ ଗୋଟେ ଅଭିମାନ ଥିଲା ଓଡିଶା ଉପରେ, ଓଡିଆଙ୍କ ଉପରେ। ଘରର ସବୁଠୁ ପ୍ରତିଭାଶାଳୀ ଝିଅଟିକୁ ଅଣଦେଖା କଲେ, ଯେଉଁ ଅଭିମାନ ସେ ଅଭିମାନ ତାଙ୍କର ଥିଲା। ବେଳେ ବେଳେ ରାଗିକି କହିବେ- ଯାଃ ମ, ତମେ ସବୁ କେଉଁ ସଙ୍ଗୀତ ଶୁଣ ବା ବୁଝ। ସେ ଅଭିମାନ ପ୍ରବଳ ଭଲ ପାଇବାରୁ ଆସୁଥିଲା। ନା କି କ୍ରୋଧ ବା…
ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଅନୁଷ୍ଠିତ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍ରେ ଭାରତୀୟ ଦଳର ସମସ୍ତ ଖେଳାଳି କଳା ଆର୍ମବ୍ୟାଣ୍ଡ ପିନ୍ଧି ମ୍ୟାଚ୍ ଖେଳିଥିଲେ । ଆସନ୍ତୁ ଜାଣିବା କାହିଁକି ବିରାଟ ବାହିନୀ କଳାବ୍ୟାଣ୍ଡ ପିନ୍ଧିଥିଲେ । ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ଣ୍ଣୀଙ୍କ ପରଲୋକ କାରଣରୁ ଭାରତୀୟ ଦଳର ଖେଳାଳି ଏହି ବ୍ୟାଣ୍ଡ ପିନ୍ଧିଥିଲେ । ରବିବାର ସକାଳୁ 86 ବର୍ଷ ବୟସରେ ନାଦକର୍ଣ୍ଣୀଙ୍କ ପରାଲୋକ ହୋଇଥିଲା । ନାଦକର୍ଣ୍ଣୀ 41ଟି ଟେଷ୍ଟରେ ଭାରତର ପ୍ରତିନିଧିତ୍ବ କରି 1414 ରନ୍ ସଂଗ୍ରହ କରିଥିବା ବେଳେ 88ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ । ସେହିପରି ପ୍ରଥମ ଶ୍ରେଣୀ କ୍ରିକେଟରେ ବାପୁ 191ଟି ମ୍ୟାଚ୍ରୁ 8881 ରନ୍ ସଂଗ୍ରହ କରିବା ସହିତ 500 ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ନିଜ ସମୟରେ ମେଡେନ୍ କିଙ୍ଗ ଭାବରେ ଜଣାଶୁଣା ବାପୁ ଅନ୍ତର୍ଜାତୀୟ କ୍ରିକେଟ୍ରେ 665ଟି ମେଡେନ୍ ଓଭର ପକାଇଥିବା ବେଳେ ଘରୋଇ କ୍ରିକେଟରେ 2754 ଓଭର ମେଡେନ୍…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ପ୍ରଥିତଯଶା ସଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତା ସୁନନ୍ଦା ପଟ୍ଟନାୟକଙ୍କୁ ଭାରତୀୟ ସଙ୍ଗୀତ ଜଗତର ମହାନ ବିଭୂତି ଭାବରେ ବର୍ଣ୍ଣନା କରିଛନ୍ତି। ସେ ସାରା ଜୀବନ ସଙ୍ଗୀତ ପ୍ରତି ସମର୍ପିତ ଥିଲେ ତାଙ୍କ ସିଦ୍ଧି ଓ ସାଧନା ତାଙ୍କୁ ଅମର କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ମହାନଶିଳ୍ପୀଙ୍କ ବିୟୋଗରେ ଭାରତୀୟ ସାଂସ୍କୃତିକ ଜଗତର ଉଜଳତମ ଜ୍ୟୋତିଷ୍କ ଅସ୍ତମିତ ହୋଇଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ମୁଖ୍ୟମନ୍ତ୍ରୀ ସଦଗତି କାମନା କରିଛନ୍ତି
କାଠମାଣ୍ଡୁ : ନେପାଳରେ ଭୟଙ୍କର ଭୟଙ୍କର ବରଫ ଝଡ ପ୍ରଭାବରେ 7 ଜଣ ନିଖୋଜ ରହିଥିବା ବେଳେ 150 ଜଣଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ 7 ଗାଇଡ୍ଙ୍କ ମଧ୍ୟରେ 4 ଜଣ ଦକ୍ଷିଣ କୋରିଆର ଏବଂ 3 ଜଣ ସ୍ଥାନୀୟ ଗାଇଡ୍ ବୋଲି ଜଣାପଡିଛି । ନେପାଳର ଅନ୍ୟତମ ଉଚ୍ଚତମ ଶୃଙ୍ଗ ଅନ୍ନପୂର୍ଣ୍ଣାରେ ଶନିବାରୀ ଏହି ବରଫ ଝଡ ସଙ୍ଗଠିତ ହୋଇଛି । ବରଫ ଝଡ ସମୟରେ ଉଦ୍ଧାରକାରୀ ଦଳ 150 ଜଣଙ୍କୁ ଉଦ୍ଧାରରେ ସକ୍ଷମ ହୋଇଥିଲେ ମଧ୍ୟ 7 ଜଣ ଗାଇଡ୍ ନିଖୋଜ ହୋଇଯାଇଛନ୍ତି । ବରଫ ଝଡ ପରେ ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଖରାପ ପାଗ କାରଣରୁ ସର୍ଚ୍ଚ ଅପରେସନ୍ରେ ହେଲିକପ୍ଟର ବ୍ୟବହାର କରାଯାଇପାରୁନାହିଁ । ଉଦ୍ଧାର ବ୍ୟକ୍ତିଙ୍କୁ ନେପାଳର ରାଜଧାନୀ କାଠମାଣ୍ଡୁକୁ ସ୍ଥାନାନ୍ତର କରାଯାଇଛି । (ଏଜେନ୍ସୀ)
ଉତ୍ତରପ୍ରଦେଶ : ସ୍ବଚ୍ଛ ଭାରତ ମିଶନର ଡିଣ୍ଡିମ ପିଟୁଥିବାବେଳେ ଖୋଦ୍ ବିଜେପି ସରକାରଙ୍କ ରାଜ୍ୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସ୍ବଚ୍ଛ ଭାରତକୁ ନେଇ ସରକାର ଅନେକ ପ୍ରଚାର କରୁଥିବାବେଳେ ଉତ୍ତରପ୍ରଦେଶର ଏହା କେତେଦୂର କାର୍ଯ୍ୟକାରୀ ତାହା ନିମ୍ନ ଘଟଣାରୁ ବେଶ୍ ସ୍ପଷ୍ଟ ହୋଇଯିବ। ଉତ୍ତରପ୍ରଦେଶର ବାରବାଙ୍ଗି ଜିଲ୍ଲାରେ ଏକ ଅଭିନବ ଘଟଣା ଦେଖିବାକୁ ମିଳିଛି। ଏହି ଜିଲ୍ଲାର ଜଣେ ପରିବାର ଶୌଚାଳୟକୁ ନିଜ ରୋଷେଇ ଘର ରୂପେ ବ୍ୟବହାର କରୁଛନ୍ତି। ଏହି ପରିବାରର ସଦସ୍ୟ ରାମ ପ୍ରକାଶଙ୍କ କହିବାନୁସାରେ ତାଙ୍କ ପାଖରେ ଝାଟି ମାଟିର ଘର ରହିଥିବାବେଳେ ସାମାନ୍ୟ ବର୍ଷାରେ ଘର ଭିତର ଜଳମୟ ହୋଇପଡୁଛି। ଯାହା ଫଳରେ କି ସେମାନେ ଚୁଲି ଜାଳିବା ପାଇଁ ଶୁଖିଲା ସ୍ଥାନ ମଧ୍ୟ ପାଇପାରୁନଥିଲେ। ଏପରି ସମୟରେ ବର୍ଷ ତଳେ ତିଆରି ହୋଇଥିବା ଏକ ଶୌଚାଳୟକୁ ସେମାନେ ଏବେ ରୋଷେଇ ଘରେ ରୂପେ ବ୍ୟବହାର କରୁଛନ୍ତି। ଏବେ ବର୍ଷା ହେଲେ ରୋଷେଇ ବନ୍ଦ…
ବେଙ୍ଗାଲୁରୁ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମୁକାବିଲାରେ ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଛି । ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଶୃଙ୍ଖଳାର ନିର୍ଣ୍ଣାୟକ ମୁକାବିଲାରେ ଭାରତ କ୍ଷେତ୍ରରକ୍ଷଣ କରିବ । ଅଷ୍ଟ୍ରେଲିଆ ପକ୍ଷରୁ ଏହି ମ୍ୟାଚ୍ରେ କେନ୍ ରିଚାର୍ଡସନ୍ଙ୍କ ସ୍ଥାନରେ ଜୋଶ୍ ହାଜେଲ୍ଉଡ୍ଙ୍କୁ ଖେଳାଯାଇଛି । ଭାରତାର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଘରୋଇ ପରିବେଶରେ ପ୍ରଥମ ଥର ପାଇଁ କେ ଏଲ୍ ରାହୁଲ୍ ଓ୍ବିକେଟ୍ କିପିଂ କରିବାକୁ ଯାଉଛନ୍ତି । ଭାରତୀୟ ଦଳ : ରୋହିତ ଶର୍ମା, ଶିଖର ଧଓ୍ବନ୍, ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ଶ୍ରେୟସ୍ ଆୟାର, ମନୀଷ ପାଣ୍ଡେ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ନବଦୀପ ସାଇନି, କୁଲଦୀପ ଯାଦବ, ଯଶପ୍ରୀତ୍ ବୁମ୍ରା । ଅଷ୍ଟ୍ରେଲିଆ ଦଳ : ଡେଭିଡ୍ ଓ୍ବାର୍ଣ୍ଣର, ଆରୋନ୍ ଫିଞ୍ଚ(ଅଧିନାୟକ), ମାର୍ନସ୍ ଲାବୁଶ୍ଚାଞ୍ଜେ, ଷ୍ଟିଭେନ୍ ସ୍ମିଥ୍, ଆଷ୍ଟନ…
ନୂଆଦିଲ୍ଲୀ : କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ୍ଙ୍କ ଗିରଫଦାରୀ ପ୍ରସଙ୍ଗକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ବିଜେପିକୁ ଟାର୍ଗେଟ କରିଛନ୍ତି । ପ୍ରିୟଙ୍କା ଗାନ୍ଧି ରବିବାର ଦିନ କହିଛନ୍ତି ଯେ, ଯୁବକଙ୍କ ରୋଜଗାର ପାଇଁ ଓ ଚାଷୀର ଅଧିକାର ପାଇଁ ଲଢେଇ କରୁଥିବା ଯୁବ ନେତା ହାର୍ଦ୍ଦିକ ପଟେଲ୍ଙ୍କୁ ବିଜେପି ବାରମ୍ବାର ହଇରାଣ କରୁଛି। ହାର୍ଦ୍ଦିକ ନିଜ ସମାଜର ଲୋକଙ୍କ ପାଇଁ ସ୍ବର ଉଠାଉଛନ୍ତି, ସେମାନଙ୍କ ପାଇଁ ଚାକିରି ମାଗୁଛନ୍ତି, ଛାତ୍ରବୃତ୍ତି ମାଗୁଛନ୍ତି, ଚାଷୀ ଆନ୍ଦୋଳନ କରୁଛନ୍ତି, ବିଜେପି ଏହାକୁ ଦେଶଦ୍ରୋହ ବୋଲି କହୁଛି । ସୂଚନାଯୋଗ୍ୟ, କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ୍ଙ୍କୁ ଶନିବାର ଦିନ ହାସଲପୁରଠାରୁ ଗିରଫ କରାଯାଇଛି । ହାର୍ଦ୍ଦିକଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଛି । ଅଦାଲତ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି ମଧ୍ୟ କରିଥିଲେ ତାଙ୍କୁ 24 ଜାନୁଆରୀକୁ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ତାଙ୍କୁ ଏହା…
ନୂଆଦିଲ୍ଲୀ: କଂଗ୍ରେସର ଦୁଇ ବଡ ନେତା ସିଏଏକୁ ନେଇ କେରଳ ରାଜ୍ୟପାଳ ଆରିଫ୍ ମୋହମ୍ମଦ ଖାନ୍ଙ୍କ ବୟାନକୁ ସମର୍ଥନ କରିଛନ୍ତି। ଆରିଫ୍ ମୋହମ୍ମଦ ଖାନ୍ କହିଥିଲେ ଯେ, ନାଗରିକତା ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି। ସିଏଏକୁ ଲାଗୁ କରିବା ବ୍ୟତୀତ ରାଜ୍ୟସରକାରଙ୍କ ପାଖରେ କିଛି ଚାରା ନାହିଁ। କଂଗ୍ରେସର ବରିଷ୍ଠ ନେତା କପିଲ୍ ଶିବ୍ବଲ୍, ଜୟରାମ ରମେଶ ମଧ୍ୟ ରାଜ୍ୟପାଳ ଆରିଫ୍ ମୋହମ୍ମଦ ଖାନ୍ଙ୍କ ଏହି ବିଚାର ଉପରେ ସହମତି ଜଣାଇଛନ୍ତି। କପିଲ୍ ଶିବ୍ବଲ ଶନିବାର ଦିନ କହିଥିଲେ ଯେ, ସଂସଦରେ ପାରିତ ହୋଇସାରିଥିବା ନାଗରିକତା ସଂଶୋଧନ ଆଇନକୁ କୌଣସି ରାଜ୍ୟ ପ୍ରତ୍ୟାଖ୍ୟାନ କରିପାରିବ ନାହିଁ। ଯଦି ଏପରି କରନ୍ତି, ତେବେ ଏହା ଅସାମ୍ବିଧାନିକ ହେବ। ଏବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ମଧ୍ୟ ଏହା ଉପରେ ବୟାନ ଦେଇ ଆରିଫ୍ଙ୍କ ମନ୍ତବ୍ୟ ଉପରେ ସହମତି ଜଣାଇଛନ୍ତି। ସୂଚନାଯୋଗ୍ୟ, ସିଏଏ ବିରୋଧରେ ଦୁଇଟି ରାଜ୍ୟ ପ୍ରସ୍ତାବ ଆଣିସାରିଛନ୍ତି। ୩୧…
Mumbai: Actress Udita Goswami seen at juhu, in Mumbai on Jan 17, 2020. (Photo: IANS)
Mumbai: Actress Krystle D’Souza seen at juhu, in Mumbai on Jan 17, 2020. (Photo: IANS)

