Author: Samikhsya Bureau

ବାଣପୁର, ୨୭/୧୧: (ସମୀକ୍ଷା ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟଠାରେ ନୀଳାଦ୍ରିପ୍ରସାଦ ଓ ଦାମିଆ-ବରବରା ଦୁଇ ପଞ୍ଚାୟତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣି ଓ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ଏସପି ଅଜୟ ପ୍ରତାପ ସ୍ୱାଇଁ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ,  ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ  ବିଜୟ ମହାପାତ୍ର, ବାଲୁଗାଁ, ସବଡିଭିଜନାଲ୍‌ ପୋଲିସ୍‌ ଅଫିସର ଏସ୍‌କେ ଦାସ, ବାଣପୁରର ବିଡ଼ିଓ ତଥା ତହସିଲଦାର ଶିବାନନ୍ଦ ସ୍ବାଇଁ, ଅତିରିକ୍ତ ତହସିଲଦାର ମନ୍ମଥ ବେହେରା, ପୂର୍ବତନ ଚିିଲିକା ବିଧାୟକ ରଘୁନାଥ ସାହୁ, ବାଣପୁର ବ୍ଲକ ଅଧ୍ୟକ୍ଷା ରଞ୍ଜିତା ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ଅମରେନ୍ଦ୍ର ରଣସିଂହ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ନୀଳାଦ୍ରିପ୍ରସାଦ ସରପଞ୍ଚ ଆଶାମଣି ସାହୁ, ଦାମିଆ-ବରବରା ସରପଞ୍ଚ ଉପେନ୍ଦ୍ର ଜାନୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଜରିଆରେ ବାର୍ଦ୍ଧକ୍ୟ…

Read More

ନୂଆଦିଲ୍ଲୀ,27/11: 15 ତମ ଅର୍ଥ କମିଶନ ସମ୍ପ୍ରସାରଣକୁ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରାଯାଇଛି । ବୁଧବାର ଦିନ କ୍ୟାବିନେଟ୍‌ ପକ୍ଷରୁ ସମ୍ପ୍ରସାରଣକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଅର୍ଥ କମିଶନ ମୁଖ୍ୟ ଏନ୍‌ କେ ସିଂଙ୍କ ନେତୃତ୍ବରେ ଏହି କମିଟି ରହିଛି । ନଭେମ୍ବର 30ରେ 14 ତମ ଅର୍ଥ କମିଶନର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ସମ୍ପ୍ରସାରଣ ପରେ କମିଟି ଦୁଇଟି ଅର୍ଥନୈତିକ ରିପୋର୍ଟ ପ୍ରଦାନ କରିବ । 2020-21 ଆର୍ଥିକ ବର୍ଷ ପାଇଁ ଏକ ରିପୋର୍ଟ ଏବଂ 2022-26 ପର୍ଯ୍ୟନ୍ତ ଆଉ ଏକ ରିପୋର୍ଟ ପ୍ରଦାନ କରାଯିବ । 31 ଅକ୍ଟୋବର 2020ରେ କମିଟି ଏହାର ପ୍ରଥମ ରିପୋର୍ଟ ପ୍ରଦାନ କରିବ । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ର ରାଜନୀତିକୁ ନେଇ ଚାଲିଥିବା ରାଜନୈତିକ ନାଟକରେ ପରିଶେଷରେ ଯବନିକା ପଡିଛି। ବହୁ ନାଟକ ପରେ ସେନା-ଏନସିପି-କଂଗ୍ରେସ  ମେଣ୍ଟ ସରକାର କରିବାକୁ ଯାଉଛି।ମହାରାଷ୍ଟ୍ର ରାଜନୀତିରେ ଠାକ୍‌ରେ ପରିବାର ନିଜର ଏକ ସ୍ବତନ୍ତ୍ର ପରିଚୟ ରଖିଆସିଛନ୍ତି। କ୍ଷମତା କେନ୍ଦ୍ର ପାଖରେ ରହି ମଧ୍ୟ ଏହି ପରିବାର କ୍ଷମତାଠାରୁ ଦୂରତ୍ବ ରଖିଆସୁଥିଲେ। ପ୍ରଥମଥର ପାଇଁ ଠାକ୍‌ରେ ପରିବାରର ସଦସ୍ୟ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇ ବାଜିମାତ୍‌ କରିଛନ୍ତି। ତେବେ ନିୟନ୍ତ୍ରଣ ରାଜନୀତିରେ ସର୍ବଦା ସକ୍ରିୟ ରହିଥିବା ଠାକ୍‌ରେ ପରିବାର ସବୁବେଳେ ମହାରାଷ୍ଟ୍ର ରାଜନୀତି ପାଇଁ କିଙ୍ଗ୍‌ମେକରର ଭୂମିକା ନିର୍ବାହ କରିଛନ୍ତି। ତେବେ ପ୍ରଥମଥର  କିଙ୍ଗ୍‌ମେକରରୁ କିଙ୍ଗ୍‌ ହୋଇଛନ୍ତି ଠାକ୍‌ରେ। ବିଜେପି ସହିତ ସମସ୍ତ ସମ୍ପର୍କ ଶେଷ କରିବା ପରେ ଶିବସେନା କଂଗ୍ରେସ, ଏନ୍‌ସିପିଙ୍କ ସହ ମିଶି ରାଜ୍ୟରେ ସରକାର ଗଠନ କରିଛି। ଶରଦ ପାଓ୍ବାରଙ୍କ ପରି ଅଭିଜ୍ଞ  ନେତାଙ୍କ ସହ ମିଶି ସରକାର ଗଠନ କରିଛନ୍ତି। ଉଦ୍ଧବ ଠାକ୍‌ରେ କୌଣସି ନିର୍ବାଚନ ନ…

Read More

ମୁମ୍ବାଇ, ୨୭/୧୧: ମୁଖ୍ୟମନ୍ତ୍ରୀ ପଦରୁ ଦେବେନ୍ଦ୍ର ଫଡ୍‌ନଭାସୀ ଇସ୍ତଫା ଦେବା ପରେ ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ଡ୍ରାମାରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି । ଶିବସେନା-ଏନ୍‌ସିପି-କଂଗ୍ରେସ ମିଳିତ ଭାବରେ ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍‌ରେଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛନ୍ତି ।  ବିଜେପି ସହିତ ମେଣ୍ଟ ଭାଙ୍ଗିବା ପରେ ଶିବସେନା ଏନ୍‌ସିପି ଓ କଂଗ୍ରେସ ସହିତ ହାତ ମିଳାଇଛି । ଏହି ତିନି ଦଳଙ୍କ ବିଚାରାଧାରା ଭିନ୍ନ ରହିଥିବାବେଳେ ତିନିହେଁ ଏକାଠି ସରକାର ଗଢିବା ନେଇ ପ୍ରଥମରୁ ପ୍ରଶ୍ନ ଉଠିସାରିଛି । କିନ୍ତୁ ଏବେ ବିରୋଧର ସ୍ବର ଶୁଣିବାକୁ ମିଳିଲାଣି । ଶିବସେନାର ଆଇଟି ସେଲ୍‌ରେ ସଦସ୍ୟ ରମେଶ ସୋଲୋଙ୍କୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଇସ୍ତଫା ଦେବାର କାରଣ ସେ କଂଗ୍ରେସ ସହ ମେଣ୍ଟ ହେବାକୁ ଦର୍ଶାଇଛନ୍ତି । ସାଲୋଙ୍କୀ ନିଜ ଟୁଇଟର୍‌ ଆକାଉଣ୍ଟରେ ଲେଖିଛନ୍ତି ଯେ, ତାଙ୍କ ଅନ୍ତରାତ୍ମା କଂଗ୍ରେସ ସହିତ କାମ କରିବାକୁ ଅନୁମତି ଦେଉନାହିଁ।…

Read More

କୋଚି,27/11: 38 ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି । କୋଚି ବିମାନବନ୍ଦରରୁ ଦୁଇଟି ପୃଥକ ଘଟଣାରେ 38 ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ମହମ୍ମଦ ରଫି ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ 26 ହଜାର 500 ଆମେରିକୀୟ ଡଲାର ଜବତ କରାଯାଇଥିବା ବେଳେ ଏହାର ମୂଲ୍ୟ 18 ଲକ୍ଷ 95 ହଜାର ଟଙ୍କା ରହିଛି । ବଶୀର୍‌ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ନିକଟରୁ 18 ଲକ୍ଷ 44 ହଜାର ଟଙ୍କାରଆରବ ଡଲାର ଜବତ କରାଯାଇଛି । ଉଭୟଙ୍କୁ ଗିରଫ କରାଯାଇଥିବା ବେଳେ ବର୍ହିଶୁଳ୍କ ବିଭାଗକୁ ହସ୍ତାନ୍ତର କରାଯାଇଛି ବୋଲି ସିଆଇସିଏଫ୍‌ ଆଇଜି ହେମେନ୍ଦ୍ର ସିଂ ସୂଚନା ଦେଇଛନ୍ତି । (ଏଜେନ୍ସୀ)

Read More

କଲିକତା,27/11 : ମହଙ୍ଗା ହେବାକୁ ଯାଉଛି କୋଲକାତା ମେଟ୍ରୋ ସେବା । ଦୀର୍ଘ 6 ବର୍ଷ ପରେ କୋଲକାତା ମେଟ୍ରୋ ପକ୍ଷରୁ ଏହାର ମୂଲ୍ୟରେ ବୃଦ୍ଧି ଘଟାଯିବ । ପୂର୍ବରୁ ପ୍ରଥମ 5 କିମି ପାଇଁ ଭଡା 5 ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଏହା 10 ଟଙ୍କାକୁ ବୃଦ୍ଧି କରାଯାଇଛି । ପ୍ରତି 5 କିମି ପିଛା ମୂଲ୍ୟରେ 5ଟଙ୍କା ବୃଦ୍ଧି ଘଟାଯାଇଛି । 25 କିମିରୁ ଅଧିକକ ଦୂର ଯାତ୍ରା କରୁଥିବା ଯାତ୍ରୀ ପୂର୍ବବତ 25 ଟଙ୍କା ପ୍ରଦାନ କରିବେ । ଏହି ବର୍ଦ୍ଧିତ ମୂଲ୍ୟ ଆସନ୍ତା ଡିସେମ୍ବର 5 ତାରିଖରୁ ଲାଗୁ କରାଯିବ ବୋଲି ଜଣା ପଡିଛି । (ଏଜେନ୍ସୀ)

Read More

ବାଗଦାଦ,27/11: ଇରାକର ରାଜଧାନୀ ବାଗଦାଦରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 6 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 17 ଜଣ ଆହତ ହୋଇଛନ୍ତି । ଏକ ମୋଟର ସାଇକେଲ ବୋମା ରଖାଯାଇ ଏହି ବିସ୍ଫୋରଣ କରାଯାଇଥିଲା । ଦକ୍ଷିଣ ପଶ୍ଚିମ ବାଗ୍‌ଦାଦର ଅଲ ବାଲାଦିୟତ୍‌ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା । ଗୋଟେ ପରେ ଗୋଟେ ତିନୋଟି ବୋମା ବିସ୍ଫୋରଣ ଘଟିଥିଲା । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ବ୍ୟବହୃତ ବିସ୍ଫୋରକ ସମ୍ବନ୍ଧରେ କୌଣସି ସୂଚନା ନଥିବା ବେଳେ ପୋଲିସ୍‌ ପକ୍ଷରୁ ତଦନ୍ତ ଜାରି ରହିଛି । ଆଇଏସ୍‌ଆଇଏସ୍‌ ପକ୍ଷରୁ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରାଯାଇଛି ।

Read More

ଗଞ୍ଜାମ, ୨୭/୧୧: (ସମୀକ୍ଷା ବ୍ୟୁରୋ) : ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ଉତ୍ତମ ସ୍ବାସ୍ଥ୍ୟ ତଥା ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ସଫଳ ଭାବେ ଗଢି ତୋଳିଥାଏ। ସରକାରୀସ୍ତରରେ ଶିକ୍ଷାର ମାନ ବୃଦ୍ଧି ପାଇଁ ବିଶେଷ ପ୍ରଚେଷ୍ଟା କରାଯାଉଛି। ତେବେ ଶିକ୍ଷା ସହିତ ଶିକ୍ଷାର୍ଥୀଙ୍କ ସ୍ବାସ୍ଥ୍ୟକୁ ବିଶେଷ ଧ୍ୟାନ ଦିଆଯାଉଛି। ଗଞ୍ଜାମର ଜିଲ୍ଲାପାଳ ଶିକ୍ଷା ସହ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଏକ ଅଭିନବ ପ୍ରୟାସର ଆରମ୍ଭ କରିଛନ୍ତି। ସ୍କୁଲରେ ଶିକ୍ଷା ଦାନ ପାଇଁ ରହିଥିବା ସମୟ ନିର୍ଘଣ୍ଟ ମଧ୍ୟରେ ଏବେ ପାଣି ପିଇବା ଲାଗି ମଧ୍ୟ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ଏହି ପରିପ୍ରେକ୍ଷୀରେ ‘ପାଣି ପିଅନ୍ତୁ,ସୁସ୍ଥ ରୁହନ୍ତୁ’ କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିଦ୍ଧାର୍ରିତ ସମୟ ନିର୍ଘଣ୍ଟରେ ପାଣି ପିଇବା ସକାଶେ ଦିନକୁ ୩ଥର ସ୍ବତନ୍ତ୍ର ବେଲ ଯୋଡି ହୋଇଯାଇଛି। ସୋମବାରରୁ ଶୁକ୍ରବାର ଦିନ ଯଥାକ୍ରମେ ୧୧ଟା ୪୦ମି., ୧ଟା ୩୦ମି. ଏବଂ ୩ଟା ୧୫ମି.ରେ…

Read More

ସମୀକ୍ଷା ବ୍ୟୁରୋ, କଟକ,27/11 :  ଯୁବକଙ୍କୁ ଏସିଡ୍‌ ମାଡ କଲେ ଯୁବତୀ । କଟକ ସହରରେ ଏହିଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମ ବ୍ୟାପାରକୁ ନେଇ ଜଣେ ଯୁବତୀ ଜଣେ ଯୁବକଙ୍କୁ ଏସିଡ ମାଡ କରିଛନ୍ତି । ଆଜି କଟକ ସହରରେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଯୁବକଙ୍କ ଉପରକୁ ଆଉ ଜଣେ ଯୁବତୀ ଏସିଡ୍ ମାଡ କରିଛନ୍ତି । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଯୁବତୀଜଣଙ୍କ ଏପରି କରିଥିବା କୁହାଯାଉଛି । ଜଗତପୁରର ବାରିକସାହିରେ ଏହି ଘଟଣା ଘଟିଛି । ଆହତ ଯୁବକଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ।

Read More

ଲକ୍ଷ୍ନୌ,27/11: ରାଏବରେଲୀ ବିଧାୟିକା ଅଦିତି ସିଂଙ୍କୁ ଅଯୋଗ୍ୟ ଘୋଷଣା କରିବା କଂଗ୍ରେସ ବିଧାୟକ ଦଳ ପକ୍ଷରୁ ଦାବି କରାଯାଇଛି । ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବା କାରଣରୁ ଅଦିତିଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ଦାବି କରାଯାଉଛି । ଗାନ୍ଧୀ ଜୟନ୍ତୀର 150 ତମ ବର୍ଷ ପୂର୍ତ୍ତି ଅବସରରେ ଅଦିତି ରାଜ୍ୟ ସରକାରଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ପ୍ରିୟଙ୍କା ଗାନ୍ଧୀଙ୍କ ଶାନ୍ତି ଯାତ୍ରାରେ ଯୋଗ ଦେଇନଥିଲେ । ଏହା ସହିତ ଦଳୀୟ ହ୍ବିପ୍‌କୁ ଅମାନ୍ୟ କରି ଧାରା 370 ଉଚ୍ଛେଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ରାୟବରେଲୀରେ ଅକ୍ଟୋବର 22 ଏବଂ 24 ତାରିଖରେ କଂଗ୍ରେସର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ୍ହୋଇଥିବା ବେଳେ ଅଦିତି ଅନୁପସ୍ଥିତ ରହିଥିଲେ । ପରବର୍ତ୍ତୀ ସମୟରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ଅଦିତି ଏହାର ଉତ୍ତର ଦେଇନଥିଲେ । ବାରମ୍ବାର ଦଳୀୟ ନିୟମ ଭାଙ୍ଗୁଥିବାରୁ ଅଦିତିଙ୍କୁ…

Read More

ଶ୍ରୀହରିକୋଟା,27/11 : ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ(ଇସ୍ରୋ) 14ଟି ଉପଗ୍ରହ ଲଞ୍ଚ କରିଛି । ନଭେମ୍ବର 27 ତାରିଖ ବୁଧବାର 9.28 ମିନିଟ୍‌ରେ ଇସ୍ରୋ ପକ୍ଷରୁ ଏହି ଲଞ୍ଚ କରାଯାଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତ୍‌କ୍ଷେପଣ କେନ୍ଦ୍ରରୁ ଆସନ୍ତା ନଭେମ୍ବର 27 ତାରିଖ ସକାଳ 9.28 ମିନିଟ୍‌ରେ ଏହି ଉତ୍‌କ୍ଷେପଣ ଅନୁଷ୍ଠିତ ହେବ । ଇସ୍ରୋ ପକ୍ଷରୁ ପିଏସ୍‌ଏଲ୍‌ଏଭି-ଏକ୍ସଏଲ୍‌ ସହିତ 14ଟି ଉପଗ୍ରହ ପଠାଯାଇଛି । 1625 କିଗ୍ରା ଓଜନର କାର୍ଟୋସାଟ୍‌-3 ସହିତ 13ଟି ଆମେରିକୀୟ ନାନୋ ଉପଗ୍ରହ ପଠାଇଛି ଇସ୍ରୋ । ଏହି ମିଶନ ସହିତ ପ୍ରଥମ ମହାକାଶ ବିଜ୍ଞାନ ସଂସ୍ଥାନ ଭାବରେ 300 ବିଦେଶୀ ଉପଗ୍ରହ ଉତ୍‌କ୍ଷେପଣର ସଫଳତା ହାସଲ କରିଛି ଇସ୍ରୋ । ଏଜେନ୍ସୀ

Read More

ମହାରାଷ୍ଟ୍ରର ରାଜନୈତିକ ଡ୍ରାମାର ଅବସାନ ପରେ ସମସ୍ତ ନବ ନିର୍ବାଚିତ ବିଧାୟକ ମାନେ ଶପଥ ଗ୍ରହଣ କରିଛନ୍ତି । କଂଗ୍ରେସ-ଏନ୍‌ସିପି-ଶିବସେନାର ମହା ବିକାଶ ଅଘାଡି ମେଣ୍ଟ ସରକାର ଗଠନ କରିଥିବା ବେଳେ ଆସନ୍ତା କାଲି ଉଦ୍ଧବ ଠାକ୍‌ରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ବିଜେପି ନେତା କାଳିଦାସ କୋଲାମ୍ବକାର ଅସ୍ଥାୟୀ ବାଚସ୍ପତି ଭାବରେ ଦାୟିତ୍ବ ଗ୍ରହଣ କରିବା ସହିତ ସମସ୍ତ ସଦସ୍ୟଙ୍କୁ ଶପଥ ଗ୍ରହଣ କରାଇଛନ୍ତି । 9.18 ମିନିଟ୍‌ରେ ସମସ୍ତ ସଦସ୍ୟ ଶପଥ ଗ୍ରହଣ କରିଥିଲେ ।

Read More

କଳାହାଣ୍ଡି, ୨୭/୧୧: (ସମୀକ୍ଷା ବ୍ୟୁରୋ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଂଚାୟତ ସ୍ଥିତ ଖାଲିଆପାଲି ଗାଁରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅନିରୁଦ୍ଧ ବାଗ୍‌ଙ୍କ ତତ୍ତ୍ବାବଧାନରେ ଭୁବନେଶ୍ବରର ନବଜ୍ୟୋତି ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ କରାଯାଇଛି। ଏଥିରେ ଅନେକ ଅଭିଭାବକ ଅଂଶଗ୍ରହଣ କରି ବିଭିନ୍ନ ସମସ୍ୟା ଓ ସଠିକ ସମାଧାନର ପନ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ସୁରେନ୍ଦ୍ର ସାହୁଙ୍କ ପରିଚାଳନାରେ ସଭାପତିତ୍ୱ ଭାର ତୁଲାଇଥିଲେ କଲେଜର ଚେୟାରମ୍ୟାନ ଶାନ୍ତନୁ ମହାପାତ୍ର। ସଭାରେ ପବ୍ଲିକ ରିଲେସନ ଅଫିସର ତଥା ଭାଇସ୍ ଚେୟାରମ୍ୟାନ ଭାସ୍କର ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି  ଭାବେ ଯୁକ୍ତ ତିନି ବିଭାଗ ଅଧ୍ୟକ୍ଷ ଶ୍ରୀ କୈଳାସ ଚନ୍ଦ୍ର ସାହୁ, ଯୁକ୍ତ ଦୁଇ ବିଭାଗର ଅଧ୍ୟକ୍ଷ ଶ୍ରୀ ଆଶିଷ କୁମାର ସାହୁ ଏବଂ ନିର୍ଦ୍ଦେଶକ ତଥା ଗଣିତ ଅଧ୍ୟାପକ ମହେଶ୍ବର ମହଲା ଯୋଗ ଦେଇଥିଲେ।। ସୁଦାମ ଚରଣ ବାରିକ, ଶିବରାଜ…

Read More

ଶ୍ରୀନଗର,27/11 : ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଗ୍ରେନେଡ ଆକ୍ରମଣରେ 2 ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଅନନ୍ତନାଗର ପଞ୍ଚାୟତ ଗୃହ ଉପରେ ଗ୍ରେନେଡ ଆକ୍ରମଣ ହୋଇଥିବା ବେଳେ ସରପଞ୍ଚ ଏବଂ ତାଙ୍କର ଜଣେ ସହଯୋଗୀଙ୍କ ମୃତ୍ୟୁ ହୋଇଛି । ସୁରକ୍ଷାବାହିନୀ ପକ୍ଷରୁ ସମଗ୍ର ଅଞ୍ଚଳକୁ ଘେରାବନ୍ଦି କରି ଖାନ୍ ତଲାସି ଆରମ୍ଭ କରିଛନ୍ତି । ଗୋଟିଏ ଦିନରେ ଆତଙ୍କବାଦୀଙ୍କ ଦ୍ବାରା ଏହା ଦ୍ବିତୀୟ ଆକ୍ରମଣ । ଏହା ପୂର୍ବରୁ ଆତଙ୍କବାଦୀ କାଶ୍ମୀର ବିଶ୍ବବିଦ୍ୟାଳୟ ବାହାରେ ଗ୍ରେନେଡ ଆକ୍ରମଣରେ ଦୁଇ ନାଗରିକ ଆହତ ହୋଇଥିଲେ । (ଏଜେନ୍ସୀ)

Read More

ନୂଆଦିଲ୍ଲୀ,27/11: ଆଇଏନଏକ୍ସ ମିଡିଆ ମାମଲାରେ ତିହାର ଜେଲରେ ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଭେଟିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ତିହାର ଜେଲ୍‌ରେ ରାହୁଲ ଏବଂ ପ୍ରିୟଙ୍କା ଚିଦାମ୍ବରମଙ୍କୁ ଭେଟିବା ସହିତ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ତିହାରର ଜେଲ୍‌ ନମ୍ବର 7ରେ ଉଭୟ ଚିଦାମ୍ବରମଙ୍କୁ ଭେଟିଥିବା ନେଇ ଜେଲ୍‌ ଡିଜି ସନ୍ଦୀପ ଗୋୟଲ ସୂଚନା ଦେଇଛନ୍ତି । ବିଗତ ଏକ ମାସ ମଧ୍ୟରେ ଏହା କଂଗ୍ରେସ ନେତୃବୃନ୍ଦଙ୍କ ଦ୍ବିତୀୟ ଗସ୍ତ । ଉଲ୍ଲେଖଯୋଗ୍ୟ ଯେ, ଏକ ମାସ ପୂର୍ବରୁ କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଏବଂ ମନମୋହନ ସିଂ ଚିଦାମ୍ବରମଙ୍କୁ ଭେଟିଥିଲେ । (ଏଜେନ୍ସୀ)

Read More

କେଦାର ମିଶ୍ର କାଲି ଯାହା ଚାଣକ୍ୟଙ୍କ ମାଷ୍ଟରଷ୍ତ୍ରୋକ ଥିଲା, ଆଜି ତାହା ବୁମେରାଂ ପାଲଟି ଯାଇଛି। ୨୩ ନଭେମ୍ବର ସକାଳ ୮ ଟାରେ ସରକାର ଗଢିଥିବା ବିଜେପିର ଦେବେନ୍ଦ୍ର ଫଡନବିସ ମାତ୍ର ୮୦ ଘଣ୍ଟା ଭିତରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ଇସ୍ତଫା ଦେବା ସମୟରେ ଦେବେନ୍ଦ୍ର ଫଡନବିସ ତାଙ୍କର ପୁରୁଣା କଥାକୁ ଦୋହରାଇଛନ୍ତି। ନିଜ ପାଖରେ ବହୁ ମତ ଅଛି ବୋଲି କହି ତିନିଦିନ ତଳେ ରାତି ଅଧରେ ସରକାର ଗଢିଥିବା ବିଜେପି ଆଜି ସୁପ୍ରିମ କୋର୍ଟଙ୍କ ବହୁମତ ସାବ୍ୟସ୍ତ କରିବାର ଆଦେଶ ପାଇବା ପରେ ତୁରନ୍ତ ପଳାୟନ କରିଛି। ସୁପ୍ରିମ କୋର୍ଟଙ୍କ ଆଦେଶର ପାଞ୍ଚ ଘଣ୍ଟା ଭିତରେ ମହାରାଷ୍ଟ୍ରରେ ସ୍ଥିତି ବଦଳି ଯାଇଛି। ପଛ ଦୁଆର ପଟେ ଆସି ରାତି ଅଧରେ କ୍ଷମତା ଦଖଲ କରିଥିବା ବିଜେପି, ବଡ ଅସହାୟ ଭାବରେ ପରାଜୟ ବରଣ କରିଛି। ଏହାକୁ ନେଇ ସୋସିଆଲ ମିଡିଆରେ ବ୍ୟଙ୍ଗ ବିଦ୍ରୁପ ଆରମ୍ଭ ହୋଇଛି। ତେବେ…

Read More

Tunisian actress Hend Sabry attends Cairo International Film Festival in Cairo, Egypt, on Nov. 20, 2019. The 41st edition of Cairo International Film Festival (CIFF) kicked off on Wednesday evening in a festive red carpet ceremony at Egypt’s Cairo Opera House, gathering movie stars and filmmakers from different parts of the world. (Xinhua/Ahmed Gomaa/IANS)

Read More

ମୁମ୍ବାଇ,26/11: ଶେଷରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଶିବସେନା ଅଧ୍ୟକ୍ଷ ତଥା ମହା ବିକାଶ ଅଗାଡି ବା ମହା ବିକାଶ ମେଣ୍ଟର ସଭାପତି ଉଦ୍ଧବ ଠାକରେ। ଆଜି ମେଣ୍ଟ ତରଫରୁ ବିଧାୟକମାନେ ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇଥିଲେ। ରାଜ୍ୟପାଳ ତାହା ଗ୍ରହଣ କରିବା ସହିତ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ। ସେହି ଅନୁସାରେ ମେଣ୍ଟର ଏକ ବୈଠକ ବସି ଆସନ୍ତା 28 ତାରିଖ ଗୁରୁବାର ଦିନ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ନିଷ୍ପତି କରାଯାଇଛି। ରାଜ୍ୟପାଳ ଗୁରୁବାର ଅପରାହ୍ନ 5ଟା 30 ମିନଟରେ ଶପଥ ଗ୍ରହଣ ଉତ୍ସବ କରିବା ପାଇଁ ସମ୍ମତି ଦେଇଛନ୍ତି। ଫଳରେ ମେଣ୍ଟ ତରଫରୁ ମୁମ୍ବାଇର ଶିବାଜୀ ପାର୍କରେ ଏହି ଶପଥ ଗ୍ରହଣ ଉତ୍ସବ କରିବା ପାଇଁ ସବୁ ପ୍ରକାରର ଆୟୋଜନ କରାଯାଉଛି। ତେବେ ଏହି ଉତ୍ସବରେ ଅନ୍ୟମାନେ କିଏ ମନ୍ତ୍ରୀ ଭାବେ ଶପଥ…

Read More