Author: Samikhsya Bureau

କେରଳ : ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଏନ୍‌ଆରସିକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଚାଲୁ ରହିଛି। ଏବେ ସିଏଏକୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରଥମ ରାଜ୍ୟ ଭାବେ କେରଳ ସରକାର ସୁପ୍ରିମ୍‌କୋର୍ଟ ଏହି ଆଇନ ବିରୁଦ୍ଧରେ ଏକ ଯାଚିକା ଦାୟର କରିଛନ୍ତି । ତେବେ ସିଏଏକୁ ନେଇ ସାମ୍ବିଧାନିକ ବୈଧତା ଖିଲାପରେ ସୁପ୍ରିମ୍‌କୋର୍ଟରେ ପାଖାପାଖି 60ଟି ଯାଚିକା ଦାଏର କରାଯାଇଛି । କେରଳ ସରକାରଙ୍କ ତରଫରୁ ଦାଏର କରାଯାଇଛି ଯାଚିକାରେ ନାଗରିକତା ସଂଶୋଧନ ଆଇନ୍‌ରେ ଧର୍ମନିରପେକ୍ଷତା ବିରୁଦ୍ଧ ବୋଲି ଦର୍ଶାଯାଇଛି । ରାଜ୍ୟସରକାର ସୁପ୍ରିମ୍‌କୋର୍ଟରେ ଏହି ଆଇନକୁ ଅସାମ୍ବିଧାନିକ କରିବା ନେଇ ଦାବି କରାଯାଇଛି । ସିଏଏ ସମ୍ପର୍କିତ ସମସ୍ତ ଯାଚିକାର ଶୁଣାଣି ଆସନ୍ତା 22 ତାରିଖରେ କରାଯିବ । ଏହି ଯାଚିକାଟି ଅନ୍ୟ ସମସ୍ତ ଯାଚିକା ସହିତ ଶୁଣାଣି ହେବ । ସିଏଏ ସମ୍ପର୍କିତ ଅନ୍ୟ ଯାଚିକାରେ ଧର୍ମକୁ ଆଧାର କରି…

Read More

ସମୀକ୍ଷା ବ୍ୟୁରୋ କୁଜଙ୍ଗ: କୁଜଙ୍ଗ ବ୍ଳକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଏକ ଅଙ୍ଗନବାଡ଼ୀ ପାଚେରୀକୁ ଭାଙ୍ଗିବାକୁ ସ୍ଥାନୀୟ କିଛି ପ୍ରଭାବଶାଳୀ ବ୍ୟକ୍ତି ଉଦ୍ୟମ କରୁଥିବାବେଳେ ଏଥିରେ ହସ୍ତକ୍ଷେପ କରିବା ପାଇଁ ଅଭିଭାବକମାନେ ଜିଲ୍ଲାପାଳଙ୍କ  ନିକଟରେ ନିବେଦନ କରିଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ଥାନା ଅଧିକାରୀ, ବିଡ଼ିଓ ଏବଂ ତହସିଲଦାରଙ୍କୁ ମଧ୍ୟ ଅଭିଭାବକମାନେ ସୂଚନା ପ୍ରଦାନ କରିଥିବା ଜଣାପଡ଼ିଛି। ତେବେ କୋମଳମତି ଶିଶୁଙ୍କୁ ହୀନ ରାଜନୀତିର ଶିକାର କରାଯାଉଥିବାରୁ ଏହି ଘଟଣାରେ ବୁଦ୍ଧିଜୀବୀଙ୍କ ମହଲରେ ଘୋର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ପ୍ରକାଶଯେ, ମଙ୍ଗରାଜପୁର ଅଙ୍ଗନବାଡ଼ୀ-୨ କେନ୍ଦ୍ରରେ ସ୍ଥାନୀୟ ଅଂଚଳର କୁନିକୁନି ପିଲାମାନେ ଅଧ୍ୟୟନ କରୁଛନ୍ତି। ଏହି କେନ୍ଦ୍ର ମଧ୍ୟ ପରିଚାଳନା କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନକରି ଜିଲ୍ଲାସ୍ତରରେ ପୁରସ୍କୃତ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ଚର୍ତୁପାଶ୍ୱରେ ପାଚେରୀ ନଥିବାରୁ ଶିଶୁମାନେ ଅସୁରକ୍ଷିତ ଭାବେ ଏଠାରେ ଅଧ୍ୟୟନ କରୁଥିଲେ। ତେବେ ବ୍ଳକ ପକ୍ଷରୁ ୨ ଲକ୍ଷ ଟଙ୍କାରେ ଏହାର ପାଚେରୀ ନିର୍ମାଣ କରାଯାଇଥିଲା। ମାତ୍ର ଏହି ପାଚେରୀ…

Read More

ନୂଆଦିଲ୍ଲୀ : ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜଠାରେ ମାଘମେଳାରେ ସାମିଲ୍‌ ହେବାକୁ ଇଚ୍ଛା ରଖିଥିବା ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ମଧ୍ୟ ରେଳବାଇ ମକର ସଂକ୍ରାନ୍ତି ଏହି ଅବସରରେ ଆହ୍ଲାବାଦରେ କିଛି ସ୍ପେଶାଲ୍‌ ଟ୍ରେନ୍‌ ଚଳାଇବା ନେଇ ନିଷ୍ପତ୍ତି ନିଆଯାଇଛି। ଏହି ସ୍ପେଶାଲ୍‌ ଟ୍ରେନ୍‌ର ରୁଟ୍‌, ଟାଇମିଂ ଓ ସମ୍ପୂର୍ଣ୍ଣ ବିବରଣୀ ରହିଛି । ଉତ୍ତର ମଧ୍ୟ ରେଳବାଇ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଗାଡି ନଂ 00101 ଆହ୍ଲାବାଦ ଓ କାନପୁରର ସେଣ୍ଟ୍ରାଲ୍‌ ପର୍ଯ୍ୟନ୍ତ ଚାଲିବ। ଏହି ଟ୍ରେନ୍‌ ସକାଳ 6ଟାରୁ ଆହ୍ଲାବାଦରୁ ବାହାରି ସାଢେ 11ଟାରେ କାନପୁରରେ ପହଞ୍ଚିବ। ଟ୍ରେନ୍‌ଟି ସୁବେଦାରଗଂଜ, ଭରବାରୀ, ସିରାଥୁ, ଖାଗା, ଫତେପୁର ଓ ବିନ୍ଦକୀ ରୋଡ୍‌ ଷ୍ଟେସନରେ ରହିବ। ଗାଡି ନଂ 001002 ଆହ୍ଲାବାଦରୁ ଫତେପୁରରୁ ଟ୍ରେନ୍‌ ଚାଲିବ । ଟ୍ରେନ୍‌ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ : ଗାଡିନଂ 00101 ଆହ୍ଲାବାଦ ଷ୍ଟେସନଠାରୁ ସକାଳ 6.30ରୁ ବାହାରି କାନପୁର ସେଣ୍ଟ୍ରାଲ୍‌ଠାରେ ସକାଳ…

Read More

ଆସାମ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଥିବାବେଳେ ଏହାକୁ ନେଇ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇ । ଗୋଗେଇ କହିଛନ୍ତି ଯେ,  ହିନ୍ଦୁ ଧର୍ମ ବିଜେପିର ଏକାଧିକାର ନୁହେଁ । ନାଗରିକତା ପାଇଁ ଧର୍ମ କେବେ ବି ଆଧାର ହୋଇପାରିବ ନାହିଁ । ଆସାମ ବିଧାନସଭାରେ ରାଜ୍ୟପାଳଙ୍କ ବକ୍ତବ୍ୟ ଉପରେ ଏକ ତର୍କରେ ଭାଗ ନେଇ ଗୋଗେଇ ଏହି ବିଷୟରେ କହିଛନ୍ତି ।  ରାଜ୍ୟର ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ଉପରେ ଅସମିଆ ସମାଜକୁ ଭାଗ କରିବାର ଅଭିଯୋଗ ଲଗାଇଛନ୍ତି ତରୁଣ । କ୍ଷମତାଧାରୀ ଦଳ ଉପରେ ଆକ୍ରମଣ କରି ଗୋଗେଇ କହିଛନ୍ତି ଯେ, ହିନ୍ଦୁ ଧର୍ମ ଉପରେ ବିଜେପିର ଏକାଚାଟିଆ ଅଧିକାର ନାହିଁ । ସେ ଜଣେ ହିନ୍ଦୁ, ସେ ମନ୍ଦିର, ମସଜିଦ୍‌ ଓ ଚର୍ଚ୍ଚ ଯାଅନ୍ତି ବୋଲି କରିଛନ୍ତି । ଏନ୍‌ଆରସିକୁ ନେଇ ପୂରା ଆସାମ ଜଳୁଛି…

Read More

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ମାଇକ୍ରୋସପ୍ଟ ସିଇଓ ସତ୍ୟ ନଡେଲା ବଡ଼ ବୟାନ ଦେଇଛନ୍ତି । ଦେଶର ସାମ୍ପ୍ରତିକ ସ୍ଥିତିକୁ ନେଇ ଦୁଃଖ ଜାହିର କରିଛନ୍ତି ସତ୍ୟ ନଡେଲା । ତାଙ୍କ ମତରେ ଶରଣାର୍ଥୀଙ୍କୁ ସୁଯୋଗ ମିଳିଲେ ଭାରତୀୟ ସମାଜ ଓ ଅର୍ଥବ୍ୟବସ୍ଥାକୁ ଲାଭ ମିଳିବ । ଭାରତ ପରି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ସିଏଏ ଭଲ ନୁହେଁ ବୋଲି ମତ ରଖିଛନ୍ତି ସତ୍ୟ ନଡେଲା । ସତ୍ୟ ନଡେଲା କହିଛନ୍ତି ଯେ,  ସିଏଏ, ଭାରତ ପାଇଁ ଅନୁକୂଳ ନୁହେଁ । ମୋତେ ଜଣେ ବଙ୍ଗଳାଦେଶୀ ଶରଣାର୍ଥୀଙ୍କୁ ଦେଖିବାର ଅଛି ଯେ, ଯିଏ ଭାରତ ଆସି ନିଜର ସକ୍ରିୟ ଯୋଗଦାନ ଦ୍ବାରା ଇନ୍‌ଫୋସିସ୍‌ର ଆଗାମୀ ସିଇଓ ହେଉଛନ୍ତି । ସତ୍ୟ ନଡେଲା ଭାରତର ସାଂସ୍କୃତିକ ଚଳଣିର ପ୍ରଶଂସା କରିବା ସହିତ କହିଛନ୍ତି ଯେ,…

Read More

କେଦାର ମିଶ୍ର -ଯେଉଁମାନେ ନାଗରିକ ସଂଶୋଧନ ଆଇନକୁ ବିରୋଧ କରୁଛନ୍ତି, ସେମାନଙ୍କୁ ମୁଁ ଜିଅନ୍ତା ପୋତି ଦେବି। ଆମେ ପୋଲିସକୁ ପୂର୍ଣ୍ଣ ସ୍ଵାଧୀନତା ଦେଇଛୁ। ସେମାନେ ଯଦି ଜଣକୁ ମାରିବେ, ତାହେଲେ ପୋଲିସ ଦଶ ଜଣଙ୍କୁ ମାରିବ।   -ରଘୁରାଜ ସିଂ, ଉତ୍ତର ପ୍ରଦେଶର  ମନ୍ତ୍ରୀ – ପ୍ରତିବାଦକାରୀଙ୍କୁ ଆମେ ଛାଡ଼ିବୁ ନାହିଁ। ଆମେ ପ୍ରତିଶୋଧ ନିଶ୍ଚୟ ନେବୁ। – ଆଦିତ୍ୟନାଥ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ। – ଆମ ଦଳର (ବିଜେପିର) ସରକାର ଯେଉଁଠି ଅଛି ଆମେ ସେଠାରେ ନାଗରିକ ସଂଶୋଧନ ଆଇନକୁ ବିରୋଧ କରୁଥିବା ଲୋକଙ୍କୁ କୁକୁଡ଼ା ପରି ଗୁଳିକାରି ମାରିଛୁ। – ଦିଲୀପ ଘୋଷ, ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି। – ଟୁକଡେ ଟୁକଡେ ଗ୍ୟାଙ୍ଗକୁ ଦିଲ୍ଲୀର ଜନତା ଉଚିତ ଜବାବ ଦେବେ- ଅମିତ ଶାହ, ଗୃହମନ୍ତ୍ରୀ। -କେବଳ ଅର୍ବାନ ନକ୍ସଲ ନାଗରିକ ସଂଶୋଧନ ଆଇନର ବିରୋଧ କରୁଛନ୍ତି। -ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ। -ମୁଁ ଅସାଦୁଦ୍ଦିନ ଓୱେଶୀର ଦାଢି ପୋଡି ଦେବି…

Read More

କେଦାର ମିଶ୍ର ସାରାଜୀବନ “ମଝି ପାହାଚ”ରେ ଅଟକିଯିବା ହିଁ ହୋଇପାରେ ଗୋଟେ ଅବଧାରିତ ଭାଗ୍ୟ। ଆଉ ସେ ଭାଗ୍ୟରୁ ମୁକ୍ତି ନାହିଁ। ଗୋବିନ୍ଦ ଦାସଙ୍କର ପ୍ରସିଦ୍ଧ ଉପନ୍ୟାସ “ଅମାବାସ୍ୟାର ଚନ୍ଦ୍ର”ରେ ମୁଖ୍ୟନାୟକ କାଉଲ, ସେଥିଲାଗି ବାରମ୍ବାର କହୁଥାଏ- “ସତରେ ଭାଗ୍ୟ ବୋଲି କିଛି ଗୋଟାଏ ଅଛି”। ଯେଉଁମାନେ ମନମୋହନ ମହାପାତ୍ର(୧୦,ନଭେମ୍ବର-୧୯୫୧- ୧୩,ଜାନୁଆରି,୨୦୨୦) ଙ୍କୁ ଜାଣନ୍ତି, ସେମାନେ ଏୟା ମଧ୍ୟ ଜାଣନ୍ତି ଯେ ତାଙ୍କର ଭାଗ୍ୟ ସହିତ ଗୋଟେ ଲୁଚକାଳି ଖେଳ ସବୁବେଳେ ଚାଲିଥିଲା। ତାଙ୍କର ପ୍ରିୟ ଲୋକେ ନିଶ୍ଚୟ ଜାଣନ୍ତି, ସେ ସିନେମା ନିର୍ଦ୍ଦେଶକ ବ୍ୟତୀତ ଭଲ ଜ୍ୟୋତିଷ ମଧ୍ୟ। ଜଣେ କଳାକାର ଓ ତାର ଭାଗ୍ୟ, ସବୁବେଳେ ପରଷ୍ପର ସହିତ ଲୁଚକାଳି ଖେଳୁଥାନ୍ତି। ମନମୋହନ ମହାପାତ୍ରଙ୍କ ଜୀବନ ସେଇ ଭାଗ୍ୟର ହିଁ ଲୁଚକାଳି। ଓଡିଆ ସିନେମାକୁ ୮ ଥର ଜାତୀୟ ପୁରସ୍କାର ଦେଇଥିବା ମନମୋହନ ମହାପାତ୍ରଙ୍କୁ ଓଡିଶା ହୁଏତ ବହୁତ କିଛି ଦେଇନାହିଁ। ହେଲେ ତାଙ୍କ ସିନେମାକୁ ବୃହତ୍ତର ଓଡିଆ…

Read More

ଭୁବନେଶ୍ବର-ଆସନ୍ତା 15 ତାରିଖରେ ପଡୁଥିବା ମକର ସଂକ୍ରାନ୍ତିକୁ ଛୁଟି ଘୋଷଣା କରାଯାଇଛି। ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ସରକାରୀ ସ୍କୁଲ କଲେଜ ବନ୍ଦ ରହିବ। ମକର ସଂକ୍ରାନ୍ତି ହେଉଛି ଓଡିଶାର ଏକ ବଡ ପର୍ବ। ଏହିଦିନ ସୂର୍ଯ୍ୟଙ୍କର ଗତି ପରିବର୍ତ୍ତନ ହୋଇଥାଏ। ଏଥିସହିତ ମକର ସଂକ୍ରାନ୍ତି ଦିନ ଓଡିଶାର ଘରେ ଘରେ ମକର ଚାଉଳ କରାଯାଇ ପୂଜା କରାଯାଇଥାଏ। ଏହି ପୂଜାରେ ସମସ୍ତେ ନିଜକୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଦିନକୁ ଛୁଟି ଘୋଷଣା କରିଛନ୍ତି। ମକର ସଂକ୍ରାନ୍ତି ଦିନ ଓଡିଶାର ବିଭିନ୍ନ ସ୍ଥାନରେ ମେଳା ଓ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥାଏ। ଏତେ ସବୁ କାର୍ଯ୍ୟକ୍ରମ ଥିବା ସତ୍ବେ ମକର ସଂକ୍ରାନ୍ତି ସରକାରୀ ଛୁଟି ନ ଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ଛୁଟି ଘୋଷଣା କରିଛନ୍ତି।

Read More

ସମୀକ୍ଷା ବ୍ୟୁରୋ ବାଣପୁର: ଆଜି ବାଣପୁରଠାରେ ଗ୍ରାମୀଣ ମହିଳା ଉଚ୍ଚବିଦ୍ୟାଳୟର ରଜତ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅନୁସୂଚିତ ଜାତି, ଉପଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ମନ୍ତ୍ରୀ ଜଗନ୍ନାଥ ସାରକା ଉପସ୍ଥିତ ରହିଥିଲେ। ସେହିପରି ଏହି ଉତ୍ସବରେ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମିତି ସଭାପତି ରଘୁନାଥ ସାହୁ, ପ୍ରଧ୍ୟାପକ ତଥା ଜଗନ୍ନାଥ ସାହିତ୍ୟ ସଂସ୍କୃତି ଗବେଷକ ଚନ୍ଦ୍ରଶେଖର ଦାସ, ଅଧ୍ୟାପକ ପ୍ରଶାନ୍ତ ଦାସ, ଅଧ୍ୟକ୍ଷା ତଥା ସମ୍ପାଦିକା ରଶ୍ମିତା ମହାନ୍ତି, ବ୍ଲକ୍‌ ଅଧ୍ୟକ୍ଷା ରଂଜିତା ସେଠୀ, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ୍‌ ଓ ପ୍ରାକ୍ତନ ସମ୍ପାଦକ ଜଗନ୍ନାଥ ଭୋଳ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ। ଅତିଥିମାନେ ଏହି ଅବସରରେ କୃତି ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଉତ୍ସବରେ  ଅଧ୍ୟାପକ…

Read More

ସମୀକ୍ଷା ବ୍ୟୁରୋ ହିଞ୍ଜିଳକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ରାଳବ ଗ୍ରାଗ୍ରାମରେ ନେହୁର ଯୁବକେନ୍ଦ୍ର ତରଫରୁ ସାହାଯ୍ୟପ୍ରାପ୍ତ ପାଠାଗାର ଦ୍ଵାରା ବ୍ଲକସ୍ତରୀୟ ଜାତୀୟ ଯୁବ ଦିବସ ଆୟୋଜିତ କରାଯାଇଥଲା।  ନେହୁର ଯୁବ କେନ୍ଦ୍ରର ବ୍ଲକ ସ୍ବେଚ୍ଛାସେବୀ ପ୍ରତିନିଧି ନୀଳ ଭଉଳ, ଲକ୍ଷ୍ମୀ ପ୍ରତିମା ଦଳାଇ ଏବଂ ସାହାଯ୍ୟ ପ୍ରାପ୍ତ ପାଠାଗାର ସଭାପତି ଶ୍ରୀଯୁକ୍ତ ଦୀପକ କୁମାର ପରିଡ଼ାଙ୍କ ପୌରହିତ୍ୟରେ ଜାତୀୟ ଯୁବ ଦିବସ ସପ୍ତାହ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନେହୁର ଯୁବ କେନ୍ଦ୍ରର ଗଞ୍ଜାମ ଜିଲ୍ଲା ଯୁବ ସଂଯୋଜକ ଶ୍ରୀଯୁକ୍ତ ଅକ୍ଷୟ ଭାସ୍କର ନିପାଣେ,ସମ୍ମାନିତ ଅତିଥି ରୂପେ ଶ୍ରୀଯୁକ୍ତ ଆକୁଳ ପରିଡ଼ା ଓ ବିଜୟ କୁମାର ଖୁଣ୍ଟିଆ ଯୋଗ ଦେଇଥିଲେ । ଏହି କାର୍ଯକ୍ରମରେ ଯୋଗଦେଇ ମୁଖ୍ୟଅତିଥି ଜାତୀୟ ଯୁବ ଦିବସର ମହତ୍ତ୍ଵ ଓ ସମାଜିକ କାର୍ଯ୍ୟରେ ଯୁବ ଶକ୍ତି ବ୍ୟକ୍ତିଗତ ଜୀବନ ସହିତ ଜନ୍ମମାଟି ପାଇଁ ସାମର୍ଥ୍ୟ ଅନୁସାରେ କିଛି କାର୍ଯ୍ୟ କରିବା ପାଇଁ…

Read More

ନୂଆଦିଲ୍ଲୀ : ଜେଏନ୍‌ୟୁ ହିଂସା ମାମଲାରେ ଏବେ ପୋଲିସ୍‌ ତଦନ୍ତ ଚାଲୁ ରଖିଛି । ଏହି ଘଟଣାରେ ଭିଡିଓ ତଥା ପ୍ରମାଣକୁ ଭିତ୍ତି କରି ଛାତ୍ରଙ୍କୁ ଏହି ଘଟଣା ସମ୍ପର୍କରେ ପଚରାଉଚୁରା କରୁଛି । କିନ୍ତୁ ଜେଏନ୍‌ୟୁର ଦୁଇ ଛାତ୍ର ପୋଲିସ୍ ସାମ୍ନାରେ ହାଜର ହୋଇନାହାନ୍ତି । ଏପରିକି ଦୁହିଁଙ୍କର ମୋବାଇଲ୍‌ ସ୍ବିଚ୍‌ ଅଫ୍‌ ରହିଛି । ସୋମବାର ଜେଏନ୍‌ୟୁର ଦୁଇ ଛାତ୍ର  ଅକ୍ଷତ ଅଓ୍ବସ୍ତି ଓ ରୋହିତ୍‌ ଶାହଙ୍କୁ ପୋଲିସ୍‌ ସାମ୍ନାରେ ହାଜର ହେବାର ଥିଲା । ପୁଲିସ୍‌ ଏହି ଘଟଣାରେ ଯାଞ୍ଚ କରିବା ପରେ ଏହି ଦୁଇଜଣଙ୍କୁ ତଦନ୍ତରେ ସାମିଲ୍‌ ହେବା ପାଇଁ ନୋଟିସ୍‌ ଜାରି କରିଥିଲା। କିନ୍ତୁ ଦୁହିଁଙ୍କ ମୋବାଇଲ୍‌ ସ୍ବିଚ୍‌ ଅଫ୍‌ ରହିଛି । ସେହିପରି ଅନ୍ୟଜଣେ ଛାତ୍ରୀ କୋମଲ ଶର୍ମାଙ୍କ ମୋବାଇଲ୍‌ ମଧ୍ୟ ଅଫ୍‌ ରହିଛି । କୋମଲ ଶର୍ମା ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ରୀ । ସେ ଡିୟୁରେ ଦ୍ବିତୀୟ ବର୍ଷର ଛାତ୍ରୀ ଅଟନ୍ତି…

Read More

ସମୀକ୍ଷା ବ୍ୟୁରୋ ବାଲୁଗାଁ : ବାଲୁଗାଁ ବିଜେପି ତରଫରୁ ସେସୁକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଗତ କିଛିଦିନତଳେ ସେସୁ ତରଫରୁ ବକୈୟା ବିଲକୁ ନେଇ ଏକ ବିଜ୍ଞାପନ ଉଭୟ ପ୍ରିଣ୍ଟ ଓ ଇଲୋକୋଟ୍ରୋନିକ୍ସ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ବିଜ୍ଞାପନ ଅନୁସାରେ ଆସନ୍ତା 15 ତାରିଖ ସୁଦ୍ଧା ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନକଲେ ସାଧାରଣ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବାରୁ ବଞ୍ଚିତ କରାଯିବ ବୋଲି ନିର୍ଦ୍ଦେଶ ରହିଥିଲା। ସେସୁର ଏପରି ନିଷ୍ପତ୍ତିକୁ ବାଲୁଗାଁର ଭାରତୀୟ ଜନତା ପାର୍ଟି ତୀବ୍ର ନିନ୍ଦା କରିଛି। ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ସତ୍ୟ ନାରାୟଣ ସେନାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏଭଳି ଏକ ଜନବିରୋଧୀ ଘୋଷଣାକୁ ବିରୋଧ କରିବା ସହିତ ସେସୁର କନିଷ୍ଠ ଯନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକ ପତ୍ର ପଠାଇଛି। ଆଗାମୀ ସମୟରେ ଛାତ୍ର ଛାତ୍ରୀମାନଙ୍କର ପରୀକ୍ଷା ଆସୁଥିବାରୁ ସେସୁ ତରଫରୁ ଏପରି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ଅନସ୍ବୀକାର୍ଯ୍ୟ…

Read More

ଭୁବନେଶ୍ବର- ଓଡିଆ ଚଳଚିତ୍ରର ପ୍ରଖ୍ୟାତ ନିର୍ଦ୍ଦେଶକ, ପ୍ରଯୋଜକ, ଲେଖକ ମନମୋହନ ମହାପାତ୍ରଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ଉଚ୍ଚ ମଧୁମେହ ରୋଗ ଥିବାରୁ କିଛି ଦିନ ତଳେ ହଠାତ ଅସୁସ୍ଥ ଅନୁଭବ କଲେ। ଫଳରେ ତୁରନ୍ତ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ପ୍ରାୟ 10 ଦିନ ଧରି ଚିକିତ୍ସିତ ହେଉଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହେଲା ନାହିଁ। ଡାକ୍ତରଙ୍କ ସବୁ ଚେଷ୍ଟା ସତ୍ବେ ସେ ଆଜି ଅପରାହ୍ନରେ ଶେଷ ନିଃସ୍ବାସ ତ୍ୟାଗ କରିଛନ୍ତି। ମନମୋହନ ମହାପାତ୍ର ହେଉଛନ୍ତି ଏକମାତ୍ର ଓଡିଆ ନିର୍ଦ୍ଦେଶକ ଯେ କି ଆଠଟି ଜାତୀୟ ଚଳଚିତ୍ର ପୁରସ୍କାର ହାସଲ କରିପାରିଛନ୍ତି। ତାଙ୍କ ଚଳଚିତ୍ର ମଧ୍ୟରେ ରହିଛି ନିଶିଥ ସ୍ବପ୍ନ, ମଝି ପାହାଚ, ଟ୍ରାଏଡ ଆଫଟର ନୁନ୍, ନିରବ ଝଡ, ଶୀରରାତି, ଭିନ୍ନ ସମୟ ପ୍ରଭୃତି…

Read More

ଭୁବନେଶ୍ବର- ଓଡିଆ ଚଳଚିତ୍ରର ପ୍ରଖ୍ୟାତ ନିର୍ଦ୍ଦେଶକ, ପ୍ରଯୋଜକ, ଲେଖକ ମନମୋହନ ମହାପାତ୍ର ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଉଚ୍ଚ ମଧୁମେହ ରୋଗ ଥିବାରୁ କିଛି ଦିନ ତଳେ ହଠାତ ଅସୁସ୍ଥ ଅନୁଭବ କଲେ। ଫଳରେ ତୁରନ୍ତ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ସେ ପ୍ରାୟ 10 ଦିନ ଧରି ଚିକିତ୍ସିତ ହେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହେଉ ନାହିଁ। ଚଳଚିତ୍ର ଜଗତର ବହୁ ବ୍ୟକ୍ତି ତାଙ୍କର ଆଶୁ ଆରୋଗ୍ୟ କାମନା କରିବାରେ ଲାଗିଛନ୍ତି। ମନମୋହନ ମହାପାତ୍ର ହେଉଛନ୍ତି ଏକମାତ୍ର ଓଡିଆ ନିର୍ଦ୍ଦେଶକ ଯେ କି ଆଠଟି ଜାତୀୟ ଚଳଚିତ୍ର ପୁରସ୍କାର ହାସଲ କରିପାରିଛନ୍ତି। ତାଙ୍କ ଚଳଚିତ୍ର ମଧ୍ୟରେ ରହିଛି ନିଶିଥ ସ୍ବପ୍ନ, ମଝି ପାହାଚ, ଟ୍ରାଏଡ ଆଫଟର ନୁନ୍, ନିରବ ଝଡ, ଶୀରରାତି, ଭିନ୍ନ ସମୟ ପ୍ରଭୃତି ଅନେକ କିଛି ରହିଛି। ସେହିପରି…

Read More

ନୂଆଦିଲ୍ଲୀ : ରାଜନୀତିରେ ନିର୍ବାଚନ ପୂର୍ବରୁ ନେତାଙ୍କ ଦଳବଦଳ ଏକ ସ୍ବାଭାବିକ ପ୍ରକ୍ରିୟା । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ତିନି ନେତା ଆପ୍‌ରେ ସାମିଲ୍‌ ହୋଇଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନୋମିନେସନ୍‌ ପ୍ରକ୍ରିୟା ଆରମ୍ଭ ହେବାର ଗୋଟିଏ ଦିନର ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟିକୁ ବଡ ସଫଳତା ମିଳିଛି । ଆପ୍‌ରେ ତିନି କଂଗ୍ରେସ ନେତା ବିନୟ ମିଶ୍ର, ରାଜକୁମାରୀ ଢିଲୋ, ଦୀପୁ ଚେୌଧୁରୀ ସମେତ ପୂର୍ବତନ ବିଧାୟକ ରାମ ସିଂହ ଆପ୍‌ରେ ଯୋଗ ଦେଇଛନ୍ତି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ଟୁଇଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ କଂଗ୍ରେସ ଏହାକୁ ନେଇ ଆପ୍‌କୁ ଟାର୍ଗେଟ୍‌ କରିଛି । ଦିଲ୍ଲୀ ପ୍ରଦେଶ କଂଗ୍ରେସ କହିଛି ଯେ, ଦଳ ଯେଉଁମାନଙ୍କୁ ଟିକେଟ ଦେବାକୁ ମନା କଲା କେଜରୀଓ୍ବାଲ ତାଙ୍କୁ ତାଙ୍କ ଦଳରେ ସାମିଲ୍‌ କରାଇଛନ୍ତି । ଆପ ପାଖରେ 70ଜଣ…

Read More

ମୁମ୍ବାଇ : ଅପ୍‌କମିଙ୍ଗ ବଲିଉଡ୍‌ ଗ୍ୟାଙ୍ଗଷ୍ଟାର ଡ୍ରାମା ମୁମ୍ବାଇ ସାଗାରେ ଜନ୍‌ ଆବ୍ରାହାମ୍‌ଙ୍କ ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି । ସଞ୍ଜୟ ଗୁପ୍ତାଙ୍କ ନିର୍ଦ୍ଦେଶିତଏହି ଗ୍ୟାଙ୍ଗଷ୍ଟାର ଡ୍ରାମାର ଫାଷ୍ଟଲୁକ୍‌ ସୋମବାର ଦିନ ଜାରି କରାଯାଇଛି । ପୋଷ୍ଟରରେ ଜନ୍‌ ଏକ କୁର୍ତ୍ତା ପାଇଜାମା ସହିତ ଦାଢି ରଖିଥିବାର ଦେଖିବାକୁ ମିଳିଛି । ଜନ୍‌ ଏପରି ଲୁକ୍‌ରେ ଆଗରୁ କେବେବି ନଜର ଆସିନାହାନ୍ତି ବୋଲି ସଞ୍ଜୟ ପ୍ରକାଶ କରିଛନ୍ତି । ଜନ୍‌ଙ୍କ ବ୍ୟତିତ ଇମ୍ରାନ୍‌ ହାସ୍‌ମୀ, ଜ୍ୟାକି ଶ୍ରଫ, ସୁନୀଲ ସେଟ୍ଟୀ, ପ୍ରତୀକ ବବ୍ବର, ଗୁଲ୍‌ଶନ ଗ୍ରୋଭର, ରୋହିତ ରୟ ଏବଂ ଆମୋଲ ଗୁପ୍ତେ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟି 80 ଏବଂ 90 ଦଶକର କାହାଣୀ ଉପରେ ଆଧାରିତ ରହିବ ବୋଲି ଜଣାପଡିଛି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ମାସରୁ କମ୍‌ ସମୟ ରହିଛି। ଦିଲ୍ଲୀର ବାଜି ଜିତିବା ପାଇଁ କ୍ଷମତାଧାରୀ ଆପ୍‌, ବିଜେପି ଓ କଂଗ୍ରେସ  ସମେସ୍ତ ନିଜ ନିଜର ପ୍ରଚାର ଚଳାଇଛନ୍ତି। କେବଳ ଏତିକି ନୁହେଁ,ସୋସିଆଲ ମିଡିଆରେ ଏହି ତିନି ଦଳ ବଲିଉଡ୍‌ ଗୀତ ଓ ଫିଲ୍ମକୁ ନେଇ ଉଭୟ ଉଭୟଙ୍କୁ ଟାର୍ଗେଟ୍‌ କରୁଛନ୍ତି। ବିଜେପି ଓ ଆପ୍‌ ମଧ୍ୟରେ ଚାଲିଛି ‘ନାୟକ’ ଓ୍ବାର୍‌ ବିଜେପି ଓ ଆମ୍‌ ଆଦ୍‌ମୀ ଭିଡିଓ ଜରିଆରେ ଦୁହେଁ ଦୁହିଁଙ୍କୁ ଟାର୍ଗେଟ୍‌ କରୁଛନ୍ତି। ସର୍ବପ୍ରଥମେ ବିଜେପି ଲୋକପ୍ରିୟ ଫିଲ୍‌ମ ‘ନାୟକ’ ଜରିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲଙ୍କୁ ଟାର୍ଗେଟ୍‌ କରିଛି। ଏହି ଭିଡିଓରେ ନିକଟରେ ଦିଲ୍ଲୀରେ ହୋଇଥିବା ହିଂସା ସମେତ କିଛି ଘଟଣା ପାଇଁ କେଜ୍‌ରୀଓ୍ବାଲଙ୍କୁ ଦାୟୀ କରିବାକୁ ଚେଷ୍ଟା କରିଛି। ସେହିପରି ଆପ୍‌ ଏହାର ଜବାବ ସ୍ବରୂପ ନାୟକ ଫିଲ୍ମର ଦ୍ବିତୀୟ ଭାଗକୁ ଦେଇ ଜନତାଙ୍କ ପାଇଁ କେଜ୍‌ରୀଓ୍ବାଲ ସରକାର କାମ କରୁଛି…

Read More

କବିସୂର୍ଯ୍ୟ ନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରର ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ମା ଦକ୍ଷିଣକାଳୀ ଢାବା ପଡିଆଠାରେ ଗତକାଲି କଲସ୍ ସିଡ୍ସି୍ ସଂସ୍ଥା ପକ୍ଷରୁ ଏକ ଚାଷୀମାନଙ୍କୁ ନେଇ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ସାମ୍ପ୍ରତିକ ସମୟରେ ଚାଷୀମାନେ କିଭଳି ଉପଯୁକ୍ତ ପଦ୍ଧତିରେ ରବି ଫସଲ କରିବା ସହିତ ଭଲ ବିହୀନ ପାଇପାରିବେ ଏବଂ ଚାଷ କାର୍ଯ୍ୟରେ ନିଜକୁ ପ୍ରତିଷ୍ଠିତ କରିବାରେ ସକ୍ଷମ ହୋଇପାରିବେ ସେହି ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି କର୍ମଶାଳାରେ ଆଞ୍ଚଳିକ ଅଧିକାରୀ ଦିଲ୍ଲିପ ପଣ୍ଡା, ପ୍ରିୟବ୍ରତ ପଣ୍ଡା, ସନ୍ତୋଷ ପାଢୀ ଯୋଗଦେଇ ଚାଷୀମାନଙ୍କ ସହ ଆଲୋଚନା କରିଥିବା ବେଳେ କେ.ସୁଧାଶୁଂକୁମାର ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉକ୍ତ କର୍ମଶାଳାରେ କବିସୂର୍ଯ୍ୟନଗର ସହରର ଆଖପାଖରୁ ବହୁ ଚାଷୀ ଅଂଶଗ୍ରହଣ କରି ସବିଶେଷ ତଥ୍ୟରେ ପ୍ରଶିକ୍ଷଣ ହୋଇଥିଲେ।

Read More

ଆସାମ : ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ମୋଦିସରକାରଙ୍କ ବିରୋଧରେ ସ୍ବର ଉଠାଉଥିବା କଂଗ୍ରେସ ଆସାମରେ ଏକ ବଡ ଚାଲ୍‌ ଚଲାଉଛି। କଂଗ୍ରେସ ବିଧାୟକ ଦଳର ନେତା ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓଙ୍ବାଲ୍‌ଙ୍କୁ ବିଜେପି ସରକାରୁ ଛାଡି ଅନ୍ୟ ଏକ ବିକଳ୍ପ ସରକାର ଗଠନ ପାଇଁ ଅଫର୍‌ ଦେଇଛନ୍ତି। କଂଗ୍ରେସ ବିଧାୟକ ଦଳର ନେତା ନାଜିରା ବିଧାନସଭାର ବିଧାୟକ ଦେବବ୍ରତ ସାଇକିଆ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ବାଲଙ୍କୁ ଏହି ଅଫର ଦେଇଛନ୍ତି। ଦେବବ୍ରତ କହିଛନ୍ତି ଯେ, ସର୍ବାନନ୍ଦ ରାଜ୍ୟର ହିତରେ ଏମିତି ଏକ ସରକାର ଗଠନ କରନ୍ତୁ, ଯିଏ ଆସାମୀ ଐକ୍ୟକୁ ସମର୍ଥନ କରିବା ସହିତ ନାଗରିକତା ସଂଶୋଧନ ଆଇନକୁ ଆସାମର ରୋକିପାରିବ। କଂଗ୍ରେସ ବିଧାୟକ ଆସାମ ରାଜ୍ୟପାଳଙ୍କୁ ମଧ୍ୟ ଆସାମ ଆକାର୍ଡ ଲାଗୁ କରିବାକୁ ସୁପାରିଶ୍‌ କରିବା ସହିତ ଏନ୍‌ଆରସି ପାଇଁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ବାଲଙ୍କୁ ବିଜେପି ସରକାର ଛାଡି ଅନ୍ୟ ବିକଳ୍ପ ସରକାର ଗଢିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।…

Read More

ଶ୍ରୀନଗର : କାଶ୍ମୀରରେ ଏକ ବଡ ଧରଣର ଆତଙ୍କୀ ଆକ୍ରମଣକୁ ଏଡାଇବାରେ ସଫଳ ହୋଇଛନ୍ତି ସୁରକ୍ଷା ବଳ । ଜମ୍ମୁ କାଶ୍ମୀରରୁ ସୁରକ୍ଷା ବଳଙ୍କ ପକ୍ଷରୁ 2 କିଗ୍ରା ଇମ୍ପ୍ରୋଭାଇଜ୍‌ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌ (ଆଇଡି) ଜବତ କରାଯାଇଛି । ପୋଲିସ୍‌ ଏବଂ ସେନା ପକ୍ଷରୁ କରାଯାଇଥିବା ମିଳିତ ଚଢାଉରେ ସୋପୋରରେ ଏହି ବିସ୍ଫୋରକ ଜବତ କରାଯାଇଛି । ବାରାମୂଲାର ସୋପୋରରେ ଅବସ୍ଥିତ ରଫିଆବାଦର ଏକ ବ୍ରିଜ୍‌ ତଳୁ ଏହି ବିସ୍ଫୋରକ ଜବତ କରାଯାଇଛି । (ଏଜେନ୍ସୀ)

Read More

ବିହାର : ବିହାରର ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାର ଏନ୍‌ଆରସିକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ନୀତିଶ୍‌ କୁମାର ବିହାର ବିଧାନସଭାରେ କହିଛନ୍ତି ଯେ, ବିହାରରେ ଏନ୍‌ଆରସି ଲାଗୁ କରିବାର କୌଣସି ପ୍ରଶ୍ନ ଉଠୁନାହିଁ। ଏହି ଚର୍ଚ୍ଚା କେବଳ ଆସାମ ପାଇଁ। ଆଜି ବିହାର ବିଧାନସଭାରେ ଏନ୍‌ଆରସି ଓ ସିଏଏ ଓ ଏନ୍‌ପିଆରକୁ ନେଇ ଚର୍ଚ୍ଚା ହୋଇଥିଲା। ନୀତିଶ୍‌ କହିଛନ୍ତି ଯେ, ବିହାରରେ ଏନ୍‌ଆରସିକର କିଛି ପ୍ରଶ୍ନ ନାହିଁ। ଏନ୍‌ଆରସିର କିଛି ଆବଶ୍ୟକତା ନାହିଁ। ନରେନ୍ଦ୍ର ମୋଦି ମଧ୍ୟ ଏନ୍‌ଆରସିକୁ ନେଇ ସ୍ପଷ୍ଟ କରିଛନ୍ତି। ଏନ୍‌ପିଆରକୁ ନେଇ ନୀତିଶ୍‌ କହିଛନ୍ତି ଯେ, ଚଳିତ ଥର ଜାତିଗତ ଜନଗଣନା ହେଉ। ଜନଗଣନା କାଷ୍ଟ ଆଧାରିତ ହେବା ଆବଶ୍ୟକ । 1930 ପରେ ପୁଣିଥରେ ଜାତିଗତ ଜନଗଣନା ହେବା ଆବଶ୍ୟକ । ତେବେ ଚର୍ଚ୍ଚାର ବିଷୟ ହେଉଛି ଯେ, ଏନ୍‌ଆରସିର ବିରୋଧ କରୁଥିବା ନୀତିଶ୍‌କୁମାର ସିଏଏକୁ ନେଇ ମୋଦି ସରକାରଙ୍କୁ ସମର୍ଥନ କରିଥିଲେ। ସଂସଦର…

Read More