ମୁମ୍ବାଇ ସାଗାରେ ଜନ୍‌ ଆବ୍ରାହାମ୍‌ଙ୍କ ଫାଷ୍ଟଲୁକ୍‌ ରିଲିଜ୍‌

Published: Jan 13, 2020, 4:43 pm IST

ମୁମ୍ବାଇ : ଅପ୍‌କମିଙ୍ଗ ବଲିଉଡ୍‌ ଗ୍ୟାଙ୍ଗଷ୍ଟାର ଡ୍ରାମା ମୁମ୍ବାଇ ସାଗାରେ ଜନ୍‌ ଆବ୍ରାହାମ୍‌ଙ୍କ ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି । ସଞ୍ଜୟ ଗୁପ୍ତାଙ୍କ ନିର୍ଦ୍ଦେଶିତଏହି ଗ୍ୟାଙ୍ଗଷ୍ଟାର ଡ୍ରାମାର ଫାଷ୍ଟଲୁକ୍‌ ସୋମବାର ଦିନ ଜାରି କରାଯାଇଛି । ପୋଷ୍ଟରରେ ଜନ୍‌ ଏକ କୁର୍ତ୍ତା ପାଇଜାମା ସହିତ ଦାଢି ରଖିଥିବାର ଦେଖିବାକୁ ମିଳିଛି । ଜନ୍‌ ଏପରି ଲୁକ୍‌ରେ ଆଗରୁ କେବେବି ନଜର ଆସିନାହାନ୍ତି ବୋଲି ସଞ୍ଜୟ ପ୍ରକାଶ କରିଛନ୍ତି । ଜନ୍‌ଙ୍କ ବ୍ୟତିତ ଇମ୍ରାନ୍‌ ହାସ୍‌ମୀ, ଜ୍ୟାକି ଶ୍ରଫ, ସୁନୀଲ ସେଟ୍ଟୀ, ପ୍ରତୀକ ବବ୍ବର, ଗୁଲ୍‌ଶନ ଗ୍ରୋଭର, ରୋହିତ ରୟ ଏବଂ ଆମୋଲ ଗୁପ୍ତେ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟି 80 ଏବଂ 90 ଦଶକର କାହାଣୀ ଉପରେ ଆଧାରିତ ରହିବ ବୋଲି ଜଣାପଡିଛି । (ଏଜେନ୍ସୀ)

Related posts