Author: Samikhsya Bureau

ସମୀକ୍ଷା ବ୍ୟୁରୋ ଚିଲିକା: ଆଜି ଆଇଏନ୍‌ସ ଚିଲିକାରେ ପାସିଙ୍ଗ ଆଉଟ୍‌ ପରେଡ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ୨୯୮୩ ଜଣ ନୌସେନା ଓ ଭାରତୀୟ ତଟରକ୍ଷା ବାହିନୀର ପ୍ରଶିକ୍ଷାର୍ଥୀମାନେ ଆଇଏନ୍‌ଏସ୍‌ ଚିଲିକାରୁ ସ୍ନାତକ ଉପାଧି ପ୍ରାପ୍ତ କରିଛନ୍ତି। ଏହି ପ୍ରଶିକ୍ଷାର୍ଥୀମାନଙ୍କୁ ଟ୍ରଫି ଓ ମେଡାଲ୍‌ ପ୍ରଦାନ କରାଯାଇଛି। ଏହି ପ୍ରଶିକ୍ଷାର୍ଥୀମାନେ ଏକ ଆକର୍ଷଣୀୟ ପାସିଙ୍ଗ୍‌ ଆଉଟ୍‌ ପେରେଡ୍‌ କରିଥିଲେ। ୨୧ ସପ୍ତାହର ମୂଳ ପ୍ରଶିକ୍ଷଣର ପ୍ୟାରେଡ୍‌କୁ ଭାଇସ୍‌ ଆଡମିରାଲ୍‌ ଏ.କେ ଚାଓ୍ବାଲା, ଏଭିଏସ୍‌ଏମ୍‌, ଏନ୍‌ଏମ୍‌, ଭିଏସ୍‌ଏମ୍‌ ମୁଖ୍ୟ କମାଣ ପଦାଧିକାରୀ, ଦକ୍ଷିଣ ନୌସେନା କମାନଙ୍କ ଦ୍ବାରା ନିରୀକ୍ଷିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଭାଇସ୍‌ ଆଡମିରାଲ୍‌ ଚାଓଲା ତାଙ୍କର ଅଭିଭାଷଣରେ ପାସିଂ ଆଉଟ୍‌ ପ୍ରଶିକ୍ଷାର୍ଥୀମାନଙ୍କୁ ଦୃଢ ତଥା ଭବିଷ୍ୟତ ଜୀବିକାରେ ଶାଣିତ ହେବାକୁ ଆହ୍ବାନ କରିଥିଲେ। ଏହି ଉତ୍ସବରେ ପରଭେଜ ଆଲମ୍‌, ବରିଷ୍ଠ ସେକେଣ୍ଡାରୀ ପ୍ରଶିକ୍ଷାର୍ଥୀ, କ୍ୟାପଟେନ୍‌ ମେଟ୍ରିକ୍‌ ଭର୍ତ୍ତା (ଏମ୍‌ ଆର୍‌) ଉଭୟ ଭାରତୀୟ ନୌସେନା ଏବଂ ଜେଶ୍‌ବର ରାଓ,…

Read More

ଭୁବନେଶ୍ବର-ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ତାହା ହେଲା ଏଥର ଜନଗଣନାରେ ରାଜ୍ୟରେ କେତେ ସାମାଜିକ ଓ ଆର୍ଥିକ ପଛୁଆ ବର୍ଗ ଅଛନ୍ତି ତାହାର ମଧ୍ୟ ଗଣନା କରାଯିବ। ସେଥିପାଇଁ ଜନଗଣନା ଫର୍ମରେ ଏକ ସ୍ବତନ୍ତ୍ର ଫର୍ମାଟ ରହିବ। ଜନଗଣନାରେ ଏହି ନୂଆ ପରିବର୍ତ୍ତନକୁ ଆଜି କ୍ୟାବିନେଟ ଅନୁମୋଦନ କରିଛନ୍ତି। ସାଧାରଣ ଗଣନା ସହିତ ଏହି ଗଣନା ମଧ୍ୟ କରାଯିବ ବୋଲି ନିଷ୍ପତି କରାଯାଇଛି। ମୁଖ୍ୟତଃ ରାଜ୍ୟରେ କେତେ ସାମାଜିକ ଓ ଆର୍ଥିକ ପଛୁଆ ବର୍ଗ ଅଛନ୍ତି ତାହାର କୌଣସି ହିସାବ ନାହିଁ। ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲାଗୁ କରିବାରେ ପ୍ରତିବନ୍ଧକ ସୃଷ୍ଚି ହେଉଛି। ତାହାକୁ ଦୃଷ୍ଟିରେ ରଖି ଓଡିଶା ଏପରି ନିଷ୍ପତି ଗ୍ରହଣ କରିଛି। ସାଧରଣତଃ ମହାତ୍ମା ଗାନ୍ଧୀ ଆର୍ଥିକ ପଛୁଆ ବର୍ଗ ପାଇଁ ସବୁବେଳେ ଚିନ୍ତା କରୁଥିଲେ। ଗାନ୍ଧୀଙ୍କ ସେହି ଚିନ୍ତାଧାରକୁ ସମ୍ମାନ…

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଯିବା ପରେ ରାଜନୈତିକ ଦଳରେ  ବେଶ୍‌ ଚଞ୍ଚଳତା ଦେଖାଯାଇଛି । ମତଦାନର ତାରିଖ ନିକଟତର ହେଉଥିବା ସମୟରେ ସବୁ ରାଜନୈତିକ ଦଳ ନିଜ ନିଜର ଚାଲ୍‌ ଚଲାଇବା ଆରମ୍ଭ କଲେଣି । ଆସନ୍ତା ଫେବୃଆରୀ 8 ତାରିଖରେ ଦିଲ୍ଲୀ ବିଧାନସଭାର 70 ଆସନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଦିଲ୍ଲୀର ରାଜନୀତି ବାଜି ଜିତିବା ପାଇଁ ବିଜେପି ନିର୍ବାଚନ ପ୍ରଚାର ତାଲିକାର ପ୍ରକାଶ କରିଛି । ଏଥିରେ ବଲିଉଡ୍‌ ସମେତ ଭୋଜପୁରୀ ସିନେମାର କିଛି କଳାକାର ସାମିଲ୍‌ ରହିଛନ୍ତି । 54ଜଣିଆ ଏହି ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା, ଜେପି ନଡ୍ଡା, ଭୋଜପୁରୀ ସୁପରଷ୍ଟାର ପଓ୍ବନ ସିଂହ, ଖସୋରୀ ଲାଲ ଯାଦବ, ନିରିହୁଆ, ସାଂସଦ ରବି କିଶନ, ସନି ଦେଓଲ, ମଥୁରା ସାଂସଦ ହେମାମାଳିନୀ, ସପ୍‌ନା ଚୌଧୁରୀ, ଅସମରୁ ହେମନ୍ତ ବିସ୍‌ବା ଶର୍ମା, ମୁଖ୍ୟମନ୍ତ୍ରୀ ସୋନେଓ୍ବାଲ,…

Read More

ସମୀକ୍ଷା ବ୍ୟୁରୋ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦାମିଆ ବରବରା ଆଦିବାସୀ ବହୁଳ ପଞ୍ଚାୟତରେ “ଏକତା ପରିଷଦ ଟ୍ରଷ୍ଟ” ସହଯୋଗରେ ଦଳିତ, ଆଦିବାସୀ ସଚେତନା ଶିବିରର ଆୟୋଜନ ହୋଇଯାଇଛି। ଏହି ଶିବିରରେ ସମ୍ମାନିତ ଅତିଥି ଭାବରେ ହେତୁବାଦୀ ସଙ୍ଗଠନର ସମ୍ପାଦକ ଇଂ.ରାଜା ସୁରେଶ ଓ ଏ ଆଇକେଏମଏସର ଜାତୀୟ ସଂପାଦକ ଶ୍ରୀଯୁକ୍ତ ଭାଲା ଚନ୍ଦ୍ର ଯୋଗଦେଇଥିଲେ। ଉକ୍ତ ଶିବିରରେ ଦୁଇ ଶହରୁ ଅଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ଅତିଥିମାନେ ତାଙ୍କ ଅଭିଭାଷଣରେ ଆଦିବାସୀଙ୍କ ଜମି ଅଧିଗ୍ରହଣ ଆଇନ ତଥା ସେମାନଙ୍କ ନାଯ୍ୟା ଦାବି ଓ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ।  ସେହିପରି ଅନ୍ଧ ବିଶ୍ବାସ ଓ ଗୁଣିଗାରେଡିରୁ ବାହାରି ମୁଖ୍ୟ ସ୍ରୋତରେ ସାମିଲ୍‌ ହେବାକୁ ଆହ୍ବାନ ଜଣାଇଥିଲେ। ସରକାରଙ୍କ ଅହେତୁକ ଅବହେଳା ଓ ପ୍ରତଷ୍ଠିତ ସମାଜର ପ୍ରତିବନ୍ଧକ ଯୋଗୁଁ ଗରିବ ନିରୀହ ଆଦିବାସୀ ସମାଜ କିପରି ପଥଭ୍ରଷ୍ଟ ହେଉଛି, ସେସମ୍ପର୍କରେ ଆଲୋଚନା କରାଯାଇଥିଲା। ଏକତା ପରିଷଦ ଟ୍ରଷ୍ଟ”ର…

Read More

ମୁମ୍ବାଇ : କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘83‘ରେ ଭାରତର ଲିଟିଲ୍‌ ମାଷ୍ଟର ସୁନୀଲ୍‌ ଗାଭାସ୍କରଙ୍କ ଲୁକ୍‌କୁ ରିଲିଜ୍‌ କରାଯାଇଛି । ସୁନୀଲଙ୍କ ଚରିତ୍ରରେ ତାହିର ରାଜ୍‌ ଭସିନ୍ ନଜର ଆସିଛନ୍ତି। ପୂର୍ବରୁ ଏହି ଫିଲ୍ମରେ କପିଲ୍‌ ଦେବଙ୍କ ଚରିତ୍ରରେ ନଜର ଆସୁଥିବା ଅଭିନେତା ରଣବୀର୍‌ ସିଂଙ୍କ ଲୁକ୍‌କୁ ମଧ୍ୟ ଜାରି କରାଯାଇଥିଲା । ଏହି ଦୁଇ ଅଭିନେତା ନିଜ ନିଜ ଚରିତ୍ରରେ ବେଶ୍‌ ପରଫେକ୍ଟ ଲାଗୁଛନ୍ତି । କବୀର ଖାନ୍‌ ସୁନୀଲ୍‌ ଗାଭାସ୍କରଙ୍କ ଲୁକ୍‌କୁ ସେୟାର କରିଛନ୍ତି । ପୂର୍ବତନ କ୍ରିକେଟିୟର୍‌ ସୁନୀଲ୍‌ ଗାଭାସ୍କରଙ୍କ ଲୁକ୍‌କୁ ନିର୍ମାତା ଏଥିରେ ପ୍ରାୟ ସମାନ ରଖିଛନ୍ତି । ଏହି ଫିଲ୍ମଟି ଭାରତର ‘1983‘ ମସିହାର କ୍ରିକେଟ୍‌ ଓ୍ବାଲ୍ଡ କପ୍‌ ବିଜୟୀକୁ ନେଇ ଆଧାରିତ ।  ଏହି ଫିଲ୍ମରେ ରଣବୀର ସିଂହ, ତାହିର ରାଜ ଭସିନ୍‌ଙ୍କ ବ୍ୟତୀତ ମୋହିନ୍ଦର ଅମରନାଥଙ୍କ ଚରିତ୍ରରେ ସାକିବ୍‌ ସଲିମ୍‌, ସନ୍ଦିପ ପାଟିଲ୍‌ଙ୍କ ଚରିତ୍ରରେ ଚିରାଗ ପାଟିଲ୍ ଓ କପିଲ୍‌…

Read More

ଝାଡଖଣ୍ଡ : ଝାଡଖଣ୍ଡରେ ବିଜେପିର ବିପର୍ଯ୍ୟୟ ପରେ ବାବୁଲାଲଙ୍କୁ ଘରକୁ ଫେରାଇନେବାକୁ ପ୍ରସ୍ତୁତ ଚାଲିଛି।  ଝାଡଖଣ୍ଡରେ ବିଜେପି ପୁଣିଥରେ ବାବୁଲାଲଙ୍କ ସାହାରା ନେବାକୁ ଚାହୁଁଛି । ବିଜେପିର କେନ୍ଦ୍ରୀୟ ନେତୃତ୍ବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ବିକାଶ ମୋର୍ଚ୍ଚାର ଅଧ୍ୟକ୍ଷ ବାବୁଲାଲ୍‌ ମାରାଣ୍ଡିଙ୍କୁ କମାଣ ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି । ତେବେ ଏହା ସମ୍ବନ୍ଧୀୟ ଔପଚାରିକ ଘୋଷଣା ଆସନ୍ତା ଜାନୁଆରୀ 14 ତାରିଖ ପରେ କରାଯିବ । ବାବୁଲାଲ୍‌ ମାରାଣ୍ଡିଙ୍କ ସହ ଦଳ ନିଜର ଭବିଷ୍ୟତ ଦେଖୁଥିବାର ଜଣାପଡିଛି ।  ନିକଟରେ ଝାଡ଼ଖଣ୍ଡ ବିଧାନସଭାର ଅଧିବେଶନରେ ରାଜ୍ୟର ରାଜନୈତିକ ଇତିହାସର ପ୍ରଥମଥର ପାଇଁ କେହି ବିରୋଧୀ ଦଳ ନେତା ହୋଇନାହାନ୍ତି । ଏହାର କାରଣ ବିଜେପିରେ ବିଜେପି ବିଧାୟକ ଦଳର କୌଣସି ନେତା ନାହାନ୍ତି । ମିଳିଥିବା ସୂଚନା ଅନୁସାରେ ବାବୁଲାଲଙ୍କୁ ଦଳକୁ ଫେରାଇ ନେବା ପାଇଁ ଖୋଦ୍‌ ଅମିତ୍‌ ଶାହା ଓ ନରେନ୍ଦ୍ର ମୋଦିଙ୍କ ସହମତିରେ କରାଯାଉଛି ।…

Read More

ପଶ୍ଚିମବଙ୍ଗ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି । ଛାତ୍ରସଙ୍ଗଠନ ଷ୍ଟୁଡେଣ୍ଟସ୍‌ ଫେଡେରସନ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦୁଇ ସଙ୍ଗଠନ ନେତାଜୀ ସୁଭାଷ ବୋଷ ଅନ୍ତରାର୍ଷ୍ଟ୍ରୀୟ ବିମାନବନ୍ଦର ଓ ସଡକରେ ବିରୋଧ ପ୍ରଦର୍ଶନ କରିବାର ଯୋଜନା ପ୍ରସ୍ତୁତ କରିଛନ୍ତି । ସୋସିଆଲ ମିଡିଆରେ ହ୍ୟାଜ୍‌ଟ୍ୟାଗ୍‌ ଗୋବ୍ୟାକ୍‌ମୋଦିର ଏକ ଅଭିଯାଜନ ଚଲାଇଛନ୍ତି, ଯେଉଁଥିରେ ଲୋକଙ୍କୁ ଏୟାରପୋର୍ଟ ରୋଡ ଓ ଭିଆଇପି ରୋଡରେ ବିରୋଧ କରିବା ପାଇଁ ପହଞ୍ଚିବାକୁ କୁହାଯାଇଛି ।  ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏହାର ସୁରକ୍ଷା ବ୍ୟବସ୍ଥା ନେଇ ଅଧିକାରୀମାନେ ରାସ୍ତା ଖାଲି କରାଯିବା ସହିତ ପ୍ରଦର୍ଶନର ସମ୍ଭାବନା ଥିବାରୁ ସଡକରେ ବ୍ୟାରିକେଡ୍‌ର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି । ମୋଦି ଏହି ଗସ୍ତରେ କୋଲକତାର ପୋର୍ଟ ଟ୍ରଷ୍ଟର 150 ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବା ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ…

Read More

ସମୀକ୍ଷା ବ୍ୟୁରୋ ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଆଇଟି କଲୋନୀରେ ଏକ ବନ୍ଦ ଘରୁ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଇଟି କଲୋନୀରେ ବନ୍ଦ ଘର ଭିତରୁ ବାହାରୁଥିବା ଦୁର୍ଗନ୍ଧ ଯୋଗୁଁ ପଡୋଶୀ ପୋଲିସ୍‌କୁ ଖବର ଦେଇଥିଲେ ।  ଗତ ଗୁରୁବାର ଠାରୁ ଏହି ଘରର କବାଟ ବନ୍ଦ ରହିଥିଲା । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ, ପୋଲିସ ଓ ମାଜିଷ୍ଟ୍ରେଟଙ୍କ  ଉପସ୍ଥିତିରେ ବନ୍ଦ ଘରୁ କବାଟ ଭାଙ୍ଗି ୪ଟି ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହି ମୃତଦେହ ଗୋଟିଏ ପରିବାର ମା, ବାପା, ପୁଅ ଓ ଝିଅର ବୋଲି ଜଣାପଡ଼ିଛି। ମୃତକ ହେଲେ ରଂଜିତ ପ୍ରସାଦ  ଓ ତାଙ୍କ ପତ୍ନୀ କଳ୍ପନା ପ୍ରସାଦ ଚିନୁ,  ତିନି ବର୍ଷର ଝିଅ କନକ, ଦେଢ଼ ବର୍ଷର ପୁଅ । ମୃତଦେହ ନିକଟରେ ଅଧା ଭର୍ତ୍ତି କ୍ଷୀର ଥିବା ପାତ୍ର ମିଳିଥିବା ସୂଚନା ମିଳିଛି ।…

Read More

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଅଭିନୀତ ‘ଛପାକ୍‌’ ରିଲିଜ୍‌ ପୂର୍ବରୁ ଚର୍ଚ୍ଚାରେ ରହିଆସିଛି। ରିଲିଜ୍‌ ହେବାର ଦ୍ବିତୀୟ ଦିନରେ ଏହି ଫିଲ୍ମଟି ଲିକ୍‌ ହୋଇଥିବାର ଖବର ମିଳିଛି। ପୁଣି ଏହାର ନିର୍ମାତାଙ୍କୁ ହାଇକୋର୍ଟଙ୍କ ଝଟ୍‌କା ମଧ୍ୟ ଲାଗିଛି। ଏହି ଫିଲ୍ମରେ  ଏସିଡ୍‌ ପୀଡ଼ିତାଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟି୍‌ ଦିଆଯିବା ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟ ଫକ୍ସ ଷ୍ଟୁଡିଓର ଯାଚିକାକୁ ଖାରିଜ କରିଛନ୍ତି। ଛପାକ୍‌ ରିଲିଜ୍‌ ହେବା ପୂର୍ବରୁ ଅପର୍ଣ୍ଣା ଭଟ୍ଟ ପଟିଆଲା ହାଉସ୍‌ରେ ଏନେଇ ଏକ ଯାଚିକା ଦାୟର କରିଥିଲେ। ଯାଚିକାରେ ଏହି ଫିଲ୍ମରେ ତାଙ୍କୁ କ୍ରେଡିଟ୍‌ ଦିଆଯିବା ନେଇ ଦାବି କରିଥିଲେ। ଏହି ମାମଲାରେ ପଟିଆଲା ହାଉସ୍‌ ଫିଲ୍ମ ନିର୍ମାତାଙ୍କୁ ରିଲିଜ୍‌ ପୂର୍ବରୁ ଫିଲ୍ମରେ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟ୍‌ ଦେବା ପାଇଁ ଆଦେଶ ଦେଇଥିଲେ।ଏହାପରେ ଛପାକ୍‌ର ମାର୍କେଟିଂ ଟିମ୍‌ ଫକ୍ସ ଷ୍ଟୁଡିଓ ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାକୁ ଚ୍ୟାଲେଞ୍ଜ କରିଥିଲେ। ଏବେ ଦିଲ୍ଲୀ ହାଇକୋର୍ଟ ପଟିଆଲା ହାଇକୋର୍ଟଙ୍କ…

Read More

ନୂଆଦିଲ୍ଲୀ: ପିଓକେକୁ ନେଇ ସେନାମୁଖ୍ୟ ନରଓ୍ବାଣେଙ୍କ ବଡ ବୟାନ  ଦେଇଛନ୍ତି। ସଂସଦ ଚାହିଁଲେ ପିଓକେ ଆମର ହେବ। ପିଓକେର ତ୍ରିରଙ୍ଗା ଲହରାଇବା ନେଇ ସେନାମୁଖ୍ୟ ବୟାନ ଦେଇଛନ୍ତି। ପିଓକେ ନେଇ ଆଦେଶ ମିଳିଲେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସେନାମୁଖ୍ୟ ଜଣାଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ଅଧିକୃତ କାଶ୍ମୀରକୁ ଭାରତର ଅକ୍ତିକାର କରିବା ନେଇ ବଡ ବୟାନ ଦେଇଛନ୍ତି ସେନାପ୍ରମୁଖ। ସେନାମୁଖ୍ୟ ନରଓ୍ବାଣେ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ  ଦେଶକୁ ସୁରକ୍ଷା ଦେବା ସେନାର ପ୍ରଥମ ପ୍ରାଥମିକତା ବୋଲଇ କହିଛନ୍ତି । ଦେଶର ସୁରକ୍ଷା ପାଇଁ କୌଣସିପ୍ରକାରର ବୁଝାମଣା କରାଯାଇପାରିବ ନାହିଁ ବୋଲି କହିଛନ୍ତି ।ଏହି ଅବସରରେ ଜେନେରାଲ୍‌ ଏମଏମ୍‌ ନରଓ୍ବାଣେ କହିଛନ୍ତି ଯେ, ଆମେ ଭାରତର ସମ୍ବିଧାନ ପ୍ରତି ନିଷ୍ଠାର ସହ ଶପଥ ନେଇଛୁ। ନ୍ୟାୟ, ସ୍ବତନ୍ତ୍ରତା, ସମାନତା ଓ ବନ୍ଧୁତ୍ବକୁ ସୁନିଶ୍ଚିତ କରିଛୁ। ସମ୍ବିଧାନ ଆମକୁ  ସର୍ବଦା ମାର୍ଗଦର୍ଶନ କରାଇଥାଏ। ଭାରତୀୟ ସେନା ସର୍ବଦା ନିଜକୁ…

Read More

ନୂଆଦିଲ୍ଲୀ : ବହୁଜନ ସମାଜପାର୍ଟି (ବସପା)ର ପ୍ରମୁଖ ମାୟାବତୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ଲଗାତାର ଆକ୍ରମଣ କରିଚାଲିଛନ୍ତି । ମାୟାବତୀ ଶନିବାର ଦିନ ଟୁଇଟ୍‌ କରି କହିଛନ୍ତି ଯେ, ବିଏସ୍‌ପି କୌଣସି ମାମଲାରେ କଂଗ୍ରେସ, ବିଜେପି ତଥା ଅନ୍ୟ ଦଳ ପରି ନିଜ ଦୋମୁହିଁ ମାପଦଣ୍ଡ ଆପଣାଇ ଶସ୍ତା ରାଜନୀତି କରେର ନାହିଁ । ଏହି କାରଣରୁ ଆଜି ସାରା ଦେଶରେ ଚାରିଆଡେ ହିଂସା, ଅଶାନ୍ତିର ସ୍ଥିତି ଉପୁଜିଛି । ବସପା ଅଧ୍ୟକ୍ଷ କହିଛନ୍ତି ଯେ, ଏପରି ସ୍ଥିତିରେ ଅନ୍ୟ ଦଳମାନଙ୍କ ପରି କଂଗ୍ରେସ ଦଳ ମଧ୍ୟ ନିଜକୁ ବଦଳାଇବାକୁ ଚାହୁଁଛି । ନିକଟରେ କୋଟା ହସ୍ପିଟାଲ୍‌ରେ ଶିଶୁ ମୃତ୍ୟକୁ ନେଇ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି ମାୟାବତୀ । ଏହି ଅବସରରେ ମାୟାବତୀ ପ୍ରିୟଙ୍କାକୁ ଟାର୍ଗେଟ୍‌ କରି କହିଛନ୍ତି, କଂଗ୍ରେସ ନେତା ୟୁପି ଆସିଲେ କୁମ୍ଭୀର କାନ୍ଦଣା କରୁଛନ୍ତି କିନ୍ତୁ ରାଜସ୍ଥାନର ମା’ଙ୍କ ଲୁହ ପୋଛିବାକୁ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡ଼ିଆ ଛାତ୍ର ଅଂଶୁମାନ କାମିଲା ହେଲେ ଆଇଇଏସ୍‌ଟପ୍ପର । ଅଂଶୁମାନ ହେଉଛନ୍ତି ପୂର୍ବ ଚିପ୍‌ ପୋଷ୍ଟମାଷ୍ଟର ଜେନେରାଲ୍‌ ସନ୍ତୋଷ କାମିଲାଙ୍କ ପୁଅ । ଅଂଶୁମାନଙ୍କ ମା’ ହେଉଛନ୍ତି ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ପ୍ରାଧ୍ୟାପିକା ମିତାଲି ଚିନ୍ନାରା । ଇଣ୍ଡିଆନ ଇକୋନୋମିକ୍‌ ସର୍ଭିସ୍‌ରେ ଯୋଗ୍ୟ ବିବେଚିତ 32 ଜଣଙ୍କ ମଧ୍ୟରେ ଅଂଶୁମାନ ଟପ୍ପର ହୋଇଛନ୍ତି ।

Read More

ନୂଆଦିଲ୍ଲୀ : ଜବାହରଲାଲ୍‌ ନେହେରୁ ୟୁନଭର୍ସିଟି (ଜେଏନ୍‌ୟୁ) ହିଂସା ମାମଲାରେ ଦିଲ୍ଲୀ ପୁଲିସ୍‌ କ୍ରାଇମ୍‌ ବ୍ରାଞ୍ଚର ସ୍ପେଶାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ୟୁନିଟି ଏଗେନଷ୍ଟ ଲେଫ୍ଟ ନାମକ ଏକ ହ୍ବାଟସ୍‌ଆପ୍‌ ଗ୍ରୁଫ୍‌ର ଚିହ୍ନଟ କରିଛନ୍ତି । ଏଥିରେ 60ଜଣ ମେମ୍ବର ରହିଛନ୍ତି । ଏହି ଗ୍ରୁପ୍‌ର 37ଜଣଙ୍କୁ ଚିହ୍ନଟ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଏହି ଗ୍ରୁପ୍‌ରେ 10ଜଣ ବାହାର ଲୋକ ସାମିଲ୍‌ ରହିଛନ୍ତି, ଯେଉଁମାନେ ଏହି ହିଂସା କରାଇଥିଲେ । ଯାଞ୍ଚରୁ ଜଣାପଡିଛି ଯେ, ଏହି ଦୁଇ ଗ୍ରୁପ୍‌ ଅର୍ଥାତ୍‌ ଲେଫ୍ଟ ଓ ରାଇଟ୍‌ର ହିଂସାରେ ବାହାର ଲୋକଙ୍କ ସାହାଯ୍ୟ ନିଆଯାଇଛି । ଜେଏନୟୁର ଛାତ୍ର କ୍ୟାମ୍ପସ୍‌ ଭିତରକୁ ବାହାର ଲୋକଙ୍କୁ ଏଣ୍ଟ୍ରି କରାଇଥିବାବେଳେ ଏହି ଘଟଣାରେ ଜେଏନ୍‌ୟରୁ ସିକ୍ୟୁରିଟି ଗାର୍ଡ ମଧ୍ୟ ସନ୍ଦେହଘେରରେ ରହିଛନ୍ତି । (ଏଜେନ୍ସି)

Read More

ଇରାନ୍ : ଆମେରିକା ଓ ଇରାନ୍‌ର ଚାଲିଥିବା ଉତ୍ତେଜନା ମଧ୍ୟରେ ୟୁକ୍ରେନ୍‌ ବିମାନକୁ ନେଇ ଇରାନ୍‌ ଏକ ଘୋଷଣାନାମା ଜାରି କରିଛି । ଇରାନ ସେନା ଏକ ବୟାନ ଜାରି କରି କହିଛନ୍ତି ଯେ, ମାନବୀୟ ତ୍ରୁଟି ଯୋଗୁଁ ୟୁକ୍ରେନ୍‌ ଯାଉଥିବା ଯାତ୍ରୀବାହୀ ବିମାନକୁ କ୍ଷେପଣାସ୍ତ୍ର ମାରି ଖସାଇ ଦିଆଯାଇଛି । ସୂଚନାଯୋଗ୍ୟ, ଜାନୁଆରୀ 8 ତାରିଖରେ ଇରାନରେ ୟୁକ୍ରେନ୍‌ରେ ଏହି ବିମାନ ଧ୍ବଂସ ହୋଇଥିଲା । ଏଥିରେ ରହିଥିବା ସମସ୍ତ ୧୭୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଶନିବାର ସକାଳେ ଇରାନ୍‌ ଏ ବିଷୟରେ ବିବୃତ୍ତି ଦେବା ସହ ଏଥିପାଇଁ ‘ମାନବୀୟ ତ୍ରୁଟି’କୁ ଦାୟୀ କରିଛି।  ଏହି ସମ୍ପର୍କରେ ଟୁଇଟ୍‌ କରି ଇରାନ୍‌ର ବୈଦେଶିକ ମନ୍ତ୍ରୀ ଜାଓ୍ବେଦ୍‌ ଜାଫ୍ରି କହିଛନ୍ତି ଯେ, ଏହା ଏକ ଦୁଃଖଦ ଦିନ । ଆମ ସଶସ୍ତ୍ର ସେନାର ତ୍ରୁଟି ଯୋଗୁଁ ଏଭଳି ଏକ ବଡ ଦୁର୍ଘଟଣ ଘଟିଗଲା । ଏଥିପାଇଁ ଆମେ ଏହି ଘଟଣାରେ…

Read More