Author: Samikhsya Bureau

ନୂଆଦିଲ୍ଲୀ, ୨୫/୧୧: (ସମୀକ୍ଷାବ୍ୟୁରୋ) : ବହୁଚର୍ଚ୍ଚିତ ବ୍ୟାପମ ଘୋଟାଲାରେ ଆଜି ରାୟ ପ୍ରକାଶ କରିଛନ୍ତି ସିବିଆଇର ସ୍ୱତନ୍ତ୍ର ଅଦାଲତ। ଗତ ଗୁରୁବାର ଏହି ମାମଲାରେ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଏହି ଘୋଟଲାର ମୁଖ୍ୟ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଦୀପ ତ୍ୟାଗୀକୁ ୧୦ ବର୍ଷ ଜେଲ ଦଣ୍ଡ ହୋଇଥିବା ବେଳେ ଅନ୍ୟ ୩୦ ଜଣଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ଦେଇଛନ୍ତି କୋର୍ଟ।  ବ୍ୟାପମ୍‌ ଅଧୀନରେ ୨୦୧୩ରେ ମଧ୍ୟପ୍ରଦେଶରେ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷା ହୋଇଥିଲା। କନେଷ୍ଟବଳ ପଦବୀ ପାଇଁ ହୋଇଥିବା ପରୀକ୍ଷାରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଦୋଷୀଙ୍କ ମଧ୍ୟରେ ୧୨ ଜଣ ପରୀକ୍ଷାର୍ଥୀ, ୧୨ ଜଣ ନକଲି ପରୀକ୍ଷାର୍ଥୀ ଓ ୭ ଜଣ ଦଲାଲ ରହିଛନ୍ତି। (ଏଜେନ୍ସି)

Read More

ନୂଆଦିଲ୍ଲୀ, ୨୫/୧୧:  ରାଜଧାନୀ ନୂଆଦିଲ୍ଲୀରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହେବାକୁ ଚାଲିଥିବା ଯୋଜନାର ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀ ପୁଲିସ୍‌ ଏହି ବଡ଼ଧରଣର ଆତଙ୍କୀ ହମଲାକୁ ଟାଳିବା ସହ ବିପୁଳ ପରିମାଣର ଆଇଇଡି ବିସ୍ଫୋରକ ଜବତ କରିଛି। ଏହି ଘଟଣାରେ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ ସହ ସମ୍ପର୍କ ରଖିଥିବା ୩ ସନ୍ଦିଗ୍ଧଙ୍କୁ ମଧ୍ୟ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସ୍‌ ଏମାନଙ୍କୁ ଆସାମର ଗୌହାଟୀରୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ମୁକଦାସ ଇସଲାମ, ରଣଜୀତ ଅଲୀ ଓ ଲ୍ୟୁସ ଜାମିଲ ଜାମଲା। (ଏଜେନ୍ସି)

Read More

ଦିଲ୍ଲୀ,୨୫/୧୧:  ସୁପ୍ରିମକୋର୍ଟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ  ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି ଯେ, ରାଜଧାନୀ ଦିଲ୍ଲୀର ସ୍ଥିତି ନର୍କଠୁ ବହୁତ ଭୟାନକ। ଲୋକଙ୍କୁ ଏମିତି ମରିବାକୁ ଦିଆଯାଇ ପାରିବ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଲୋକଙ୍କୁ ଅଣନିଃଶ୍ଵାସୀ  କରି ମାରିବା ଅପେକ୍ଷା ଭଲ ହେବ ସମସ୍ତଙ୍କୁ ଏକ ସଙ୍ଗେ ବିସ୍ଫୋରଣ କରି ଉଡ଼ାଇ ଦିଆଯାଉ। ସୁପ୍ରିମ୍‌କୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି ଯେ, ଆପଣଙ୍କୁ କ୍ଷମତାରେ ରହିବାର କୌଣସି ଅଧିକାର ନାହିଁ। ଉଚ୍ଚ ନ୍ୟାୟଳୟ ପଞ୍ଜାବ ଓ ହରିୟାଣାକୁ ନଡ଼ା ଜଳାଇବାକୁ ନେଇ ମଧ୍ୟ କଠୋର ହୋଇଛନ୍ତି। ପ୍ରଦୂଷଣ ସମସ୍ୟା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ନିଜ ଭିତରେ ଥିବା ମତଭେଦକୁ ଭୁଲି ଏହି ସମସ୍ୟାର ସମାଧାନ କରିବାକୁ କହିଛନ୍ତି। ଏହା ସହିତ ୧୦ ଦିନ ମଧ୍ୟରେ ବାୟୁ ବିଶୁଦ୍ଧକରଣ ଟାଓ୍ବାର କରିବାର ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି କହିଛନ୍ତି ।…

Read More

ସମୀକ୍ଷା ବ୍ୟୁରୋ ଆମ ଦେଶରେ କିଛି ବି ହୋଇପାରେ। ଯେମିତିକି ପୁଅ ଉପ ମୁଖମନ୍ତ୍ରୀ ହେବା କ୍ଷଣି ଦୁର୍ନୀତି ଅଭିଯୁକ୍ତ ବାପାକୁ ଜେଲରୁ ଛୁଟି ମିଳିଯାଇପାରେ। ଯେମିତିକି ମହାରାଷ୍ଟ୍ରରେ ଅଧରାତିଆ ସରକାର ଗଠନ ହେବାର ୪୮ ଘଣ୍ଟା ଭିତରେ ୭୨ ହଜାର କୋଟି ଟଙ୍କାର ଜଳସେଚନ ଦୁର୍ନୀତିର ଫାଇଲ ବନ୍ଦ ହୋଇଯାଇପାରେ। ଯେଉଁ ଅଜିତ ପାୱାର ବିରୋଧରେ ବିଜେପି ସରକାର ତଦନ୍ତ କରି ତାଙ୍କୁ ଦୁର୍ନୀତିର ସବୁଠୁ ବଡ ପ୍ରତୀକ ବୋଲି କହୁଥିଲା, ଆଜି ମାତ୍ର ୪୮ ଘଣ୍ଟାରେ ତାଙ୍କ ଦେହରୁ ସବୁ ଦାଗ ପୋଛିଦେଲା। ଦେବେନ୍ଦ୍ର ଫଡନବିସ ଓ ଅଜିତ ପାୱାର ଦୁଇ ଦିନ ତଳେ ମହାରାଷ୍ଟ୍ରରେ ସରକାର ଗଢିଛନ୍ତି। ତାଙ୍କ ସରକାର ବିଧାନସଭାରେ ଏ ପର୍ୟନ୍ତ ବହୁମତ ସାବ୍ୟସ୍ତ କରିନାହିଁ। ଅଥଚ ଉପ ମୁଖ୍ୟମନ୍ତ୍ରୀଙ୍କ  ନାଁରେ ରହିଥିବା ଦୁର୍ନୀତି ମାମଲାର ରଫା ଦଫା ହୋଇ ସାରିଛି। ଆଗରୁ ସରକାର ଗଠନ ପରେ ଲୋକେ କିଛିଟା ଦାୟିତ୍ଵବାନ ହେଉଥିଲେ। ବିଜେପି…

Read More

ମୁମ୍ବାଇ,25/11 : ଭାରତୀୟ କ୍ରିକେଟର ଜାହିର ଖାନ 41 ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସୋମବାର 41 ବର୍ଷରେ ପଦାର୍ପଣ କରିଥିବା ଜାହିରଙ୍କୁ ସାଥୀ ଭାରତୀୟ ଖେଳାଳି ମାନେ ଜାହିରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଜାହିରଙ୍କ ପୂର୍ବତନ ଟିମ୍‌ମେଟ୍‌ ଭିଭିଏସ୍‌ ଲକ୍ଷ୍ମଣ, ଶିଖର ଧଓ୍ବନ୍‌, ହରଭଜନ ସିଂ ପ୍ରମୁଖ ଜାହିରଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏପରିକି ଜାହିରଙ୍କ ଚିର ପ୍ରତିଦ୍ବନ୍ଦୀ ଗ୍ରେମ୍‌ ସ୍ମିଥ୍‌ ମଧ୍ୟ ଜାହିରଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଥିଲେ । ଜାହିର ଅକ୍ଟୋବର 2000ରେ କେନିଆ ବିପକ୍ଷରେ କ୍ରିକେଟରେ ପଦାର୍ପଣ କରିଥିଲେ । ଏହାର ଏକ ମାସ ପରେ ଜାହିର ଟେଷ୍ଟ ମ୍ରଶଚ୍‌ ପଦାର୍ପଣ ମଧ୍ୟ କରିଥିଲେ । ଜାହିର ଭାରତ ପାଇଁ 92ଟି ଟେଷ୍ଟ ଏବଂ 200ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । 92 ଟେଷ୍ଟରୁ 311ଟି ଓ୍ବିକେଟ ଏବଂ 200ଟି ଦିନିକିଆରୁ 282 ଓ୍ବିକେଟ ଅକ୍ତିଆର କରିଥିଲେ ଜାହିର । 2011 ବିଶ୍ବକପ୍‌ରେ ଜାହିର…

Read More

ବାଣପୁର, ୨୫/୧୧: (ସମୀକ୍ଷାବ୍ୟୁରୋ) : ବାଣପୁର ଥାନା ଅନ୍ତର୍ଗତ ତୁମୁରାପୁଟ ପଞ୍ଚାୟତର ରତନପୁରର ଗ୍ରାମର ସସ୍ମିତା ବେହେରା ନାମ୍ନୀ ଜଣେ ମହିଳାଙ୍କୁ ଯୌତୁକ ନିର୍ଯାତନା ମାମଲାରେ ପୋଲିସ୍‌ ତାଙ୍କ ସ୍ବାମୀ ଓ ଶଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମହିଳାଜଣକ ବାଣପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ସୂଚନାଯୋଗ୍ୟ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ସିଧାପଲ୍ଲି ଗ୍ରାମର ସସ୍ମିତା ବାଣପୁରର ତୁମୁରାପୁଟ ପଞ୍ଚାୟତର ରତନପୁର ନିବାସୀ ପ୍ରଦୀପ ବେହେରାଙ୍କୁ ଗତ ଦେଢ ବର୍ଷ ତଳେ ବିବାହ କରିଥିଲେ। ବିଭାଘରର ଏତେ ଦିନ ପରେ ବି ତାଙ୍କ ସ୍ବାମୀ ପ୍ରଦୀପ ବେହେରା (୨୫ ବର୍ଷ), ତାଙ୍କ ଶଶୁର  ଦେବରାଜ ବେହେରା (୫୮ ବର୍ଷ) ଯୌତୁକ ନେଇ ଅନେକ ନିର୍ଯାତନା ଦେବା ସହ ମାଡ଼ ମଧ୍ୟ ମାରୁଥିଲେ। ଅତ୍ୟାଚାରରେ ଅତିଷ୍ଠ ହୋଇ ସସ୍ମିତା ଘର ଛାଡି ବାଣପୁର ଥାନାରେ ଅଭିଯୋଗ କରିଥିଲେ । ବାଣପୁର ଥାନା ଏଏସ୍‌ଆଇ ନମିତା କୁମାରୀ ନାଏକ…

Read More

ଭେଟେରାନ୍‌ ଭାରତୀୟ ସ୍ପିନର ହରଭଜନ ସିଂ ଚୟନକର୍ତ୍ତାଙ୍କୁ ସମାଲୋଚନା କରିଛନ୍ତି । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମ୍‌ସନଙ୍କୁ ଦଳରୁ ବାଦ ଦିଆଯିବା କାରଣରୁ ଚୟନକର୍ତ୍ତାଙ୍କୁ ସମାଲୋଚନା କରିଛନ୍ତି ହରଭଜନ । ସାମ୍‌ସନ୍‌ ବାଂଲାଦେଶ ବିପକ୍ଷ ଟି20 ସିରିଜ୍‌ରେ ସ୍ଥାନ ପାଇଥିଲେ ମଧ୍ୟ ଗୋଟିଏ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇନଥିଲେ । ଅନ୍ୟପକ୍ଷରେ ନିୟମିତ ବିଫଳ ହେବା ସତ୍ତ୍ବେ ପନ୍ତଙ୍କୁ ପୁନର୍ବାର ସୁଯୋଗ ପ୍ରଦାନକୁ ହରଭଜନ ନାପସନ୍ଦ କରିଛନ୍ତି । ଜଣେ ଯୁବପ୍ରତିଭାଙ୍କ କ୍ୟାରିୟର ଖରାପ ହେଉଛି ଏବଂ ବିସିସିଆଇ ମୁଖ୍ୟ ଗାଙ୍ଗୁଲି ଏହା ଉପରେ ଧ୍ୟାନ ଦେବେ ବୋଲି ଭଜ୍ଜି କହିଛନ୍ତି । ପୂର୍ବରୁ କଂଗ୍ରେସ ସାଂସଦ ଶଶୀ ଥରୁର ମଧ୍ୟ ସମାନ ମାମଲାକୁ ନେଇ ଟ୍ବିଟ୍ଟର ଜରିଆରେ ବିସିସିଆଇକୁ ସଭାଲୋଚନା କରିଥିଲେ ।

Read More

ରଙ୍ଗାଚରଣ ପ୍ରଧାନ ଗୁମନାମ ହୈ କୋଇ। ବଦନାମ ହୈ କୋଇ। କିସ୍ କୋ ପତା , କୌନ ହୈ ଓହ୍ ଅଞ୍ଜାନ ହୈ କୋଇ। ଚାଲନ୍ତୁ, ଇଏ ତ ହେଲା ପୁରୁଣା ସସପେନ୍ସ ହିନ୍ଦୀ ଫିଲିମ୍ ଗୁମନାମ୍ ର ଏକ ଲୋକପ୍ରୀୟ ଗୀତ। କିନ୍ତୁ ରାଜନୀତିରେ ଏବେ ଏମିତି ଏକ ସସପେନ୍ସ କାହାଣୀ ଚାଲିଛି ଯାହା ଫିଲମ୍ ଭଳି ଆମୋଦଦାୟକ ନୂହେଁ, ଏହା ଭାରତୀୟ ଗଣତନ୍ତ୍ର ପାଇଁ ଏକ ଟ୍ରାଜେଡି। କାହାଣୀଟି ହେଉଛି ଇଲେକ୍ଟୋରାଲ ବଣ୍ଡ ବିଷୟକୁ ନେଇ। ଆଗରୁ କ’ଣ ହେଉଥିଲା ନା, ରାଜନୈତିକ ଦଳଗୁଡିକୁ ବିଭିନ୍ନ ଉପାୟରେ ଚାନ୍ଦା ମିଳୁଥିଲା। ଯେଉଁମାନେ କୌଣସି ପାର୍ଟିକୁ ଦେଖେଇକି ଦେଉଥିଲେ ସେମାନେ ଚେକ୍ ରେ ଦେଉଥିଲେ । ସେ କ୍ଷେତ୍ରରେ ରାଜନୈତିକ ଦଳମାନେ ୨୦ ହଜାର ଟଙ୍କା ଓ ତା’ଠାରୁ ଅଧିକ ଚାନ୍ଦା ପାଇଁ ଚାନ୍ଦାଦାତାର ସମ୍ପୁର୍ଣ ପରିଚୟ ଓ ଚାନ୍ଦାର ପରିମାଣ ନିର୍ବାଚନ କମିଶନକୁ ଦେଉଥିଲେ ଓ କମିଶନ ମାଧ୍ୟମରେ…

Read More

Prime Minister Narendra Modi with Jharkhand Chief Minister Raghubar Das and BJP candidates from Palamu and Garwah assembly constituencies being honoured by party supporters during an election campaign rally for Jharkhand Assembly Election, at Daltanganj in Palamu district on Monday. UNI PHOTO-33U

Read More

ଭୁବନେଶ୍ବର, ୨୪/୧୧: (ସମୀକ୍ଷା ବ୍ୟୁରୋ): ଆଜି ଭୁବନେଶ୍ବରସ୍ଥିତ ଲୋୟର ପିଏମ୍‌ଜିଠାରେ ନିଖିଳ ଓଡ଼ିଶା ଠିକାଦାର ମହାସଂଘର ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ମହାସଂଘ ୧୦ ଦଫା ଦାବି ନେଇ ସମାବେଶ କରିଛନ୍ତି। ଆଗାମୀ ଦିନରେ ଏହି ଦାବି ପୂରଣ ନ ହେଲେ ସମଗ୍ର ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି ଏହି ମହାସଂଘର ସଭାପତି ପ୍ରଭାତ ଦାଶ। ଏହି ମହାସଂଘର ଦାବି ଗୁଡ଼ିକ ମଧ୍ୟରେ ରହିଛି – ୨୦୧୪ର ସ୍ଥିରୀକୃତ ସୂଚୀ ଦରରେ ପରିବର୍ତ୍ତନ କରାଯାଇ ୨୦୧୯ ମୂଲ୍ୟ ଭିତ୍ତିରେ ପୁନଃଆକଳନ , ଭାରତ ସରକାରଙ୍କ ଷ୍ଟାଣ୍ଡାଡ ଡାଟା ବୁକ୍‌ ଓ ଭାରତ ସରକାରଙ୍କ ଟେଣ୍ଡର ନିୟମାବଳୀର ତୁରନ୍ତ ପ୍ରଚଳନ, ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ୧୪.୯୯ର ସମ୍ପୂର୍ଣ୍ଣ ପ୍ରତ୍ୟାହାର, ମାନ୍ୟବର ହାଇକୋର୍ଟଙ୍କ ବର୍ଦ୍ଧିତ ମୂଲ୍ୟ ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ ପ୍ରାପ୍ୟ ପ୍ରଦାନ, ଶ୍ରମିକ ମଜୁରୀର ଉଚିତ ନିର୍ଦ୍ଧାରଣ ଏବଂ ଠିକାଦାରଙ୍କ ତତ୍‌ ସମ୍ପର୍କିତ ପ୍ରାପ୍ୟ ପ୍ରଦାନ,…

Read More

ଭୋପାଳ,25/11: ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡୁଥିବା ନେଇ ଖବର ପ୍ରକାଶ ପାଇଥିଲା । ସିନ୍ଧିଆ ନିଜ ଟ୍ବିଟ୍ଟର ବାୟୋରୁ କଂଗ୍ରେସ ହଟାଇବା ପରେ ଦଳ ଛାଡୁଥିବା ଚର୍ଚ୍ଚା ଧରିଥିଲା । ମାତ୍ର ଏହି ଖବରକୁ ଗୁଜବ ବୋଲି ଅଭିହିତ କରିଛନ୍ତି ନିଜେ ସିନ୍ଧିଆ । ସ୍ପଷ୍ଟୀକରଣ ଦେଇ ସିନ୍ଧିଆ କହିଛନ୍ତି, ସେ ଏକ ମାସ ହେବ ସେ ନିଜ ବାୟୋରୁ କଂଗ୍ରେସ ନାମ ହଟାଇଛନ୍ତି । ଦଳର ନାମ ହଟାଇଥିଲେ ମଧ୍ୟ ସେ ଦଳ ପାଇଁ ନିରନ୍ତର କାମ କରୁଛନ୍ତି ଏବଂ କରୁଥିବେ ବୋଲି ସିନ୍ଧିଆ ସ୍ପଷ୍ଟୀକରଣ ଦେଇଛନ୍ତି । (ଏଜେନ୍ସୀ)

Read More

ମୁମ୍ବାଇ,25/11: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍‌ ‘ଥାଲାଇଭି’ରେ ଚମତ୍କାର ପ୍ରଦର୍ଶନ ପରେ ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି କଙ୍ଗନା ରଣାଓ୍ବତ । ନିଜର ପ୍ରଯୋଜନା ସଂସ୍ଥା ମଣିକର୍ଣ୍ଣିକା ଫିଲ୍ମସ ପ୍ରାଇଭେଟ୍‌ ଲିମିଟେଡ୍‌ ଜରିଆରେ ଏହି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ବଲିଉଡ୍‌ କ୍ବିନ୍‌ କଙ୍ଗନା । ରାମ ମନ୍ଦିର ଘଟଣାବଳୀକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯିବ ବୋଲି ଜଣାପଡିଛି । ଫିଲ୍ମକୁ ନେଇ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଟ୍ବିଟ୍ଟର ଜରିଆରେ ଏହି ଘୋଷଣା କରିଛନ୍ତି । ଫିଲ୍ମଟିର ନାମ ଅପରାଜିତ ଅଯୋଧ୍ୟା ରହିବ ବୋଲି ଜଣାପଡିଛି । କାହାଣୀ ସ୍ଥିର ହୋଇ ସାରିଥିବା ବେଳେ ଖୁବ୍‌ ଶୀଘ୍ର କଳାକାର ଚୟନ କରାଯିବ ବୋଲି ରଙ୍ଗୋଲୀ ଟ୍ବିଟ୍‌ କରିଛନ୍ତି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ, 25/11 : କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ଟ୍ବିଟ୍ଟର ଆକାଉଣ୍ଟରୁ କଂଗ୍ରେସ ଶବ୍ଦଟିକୁ ହଟାଇଛନ୍ତି । ପୂର୍ବରୁ ସେ ନିଜ ନାମ ପରେ ପରେ କଂଗ୍ରେସ ନେତା ବୋଲି ଉଲ୍ଲେଖ କରିଥିଲେ। ହେଲେ ସିନ୍ଧିଆ ବର୍ତ୍ତମାନ ନିଜର ବାୟୋ “public servant and cricket enthusiast” କୁ ପରିବର୍ତ୍ତନ କରିଦେଇଛନ୍ତି। ଫଳରେ ଏହାକୁ ନେଇ ଦେଶ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।  ସିନ୍ଧିଆଙ୍କ ଏପରି ପରିବର୍ତ୍ତନ ଦ୍ବାରା ତାଙ୍କ ସହିତ କଂଗ୍ରେସ ନେତାଙ୍କ ମଧ୍ୟରେ ଥିବା ବିବାଦ ପଦାରେ ପଡିଛି। ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହେବା ପାଇଁ ସିନ୍ଧିଆ ଏବଂ କଂଗ୍ରେସ ନେତୃବୃନ୍ଦଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ସିନ୍ଧିଆଙ୍କ ଏହି ପଦକ୍ଷେପ ପରେ ମଧ୍ୟପ୍ରଦେଶ ରାଜନୀତି ଓଲଟପାଲଟ ହେବାର ସମ୍ଭାବନା ଦେଖାଦେଇଛି । ଉଲ୍ଲେଖଯୋଗ୍ୟ ଯେ, ଲୋକସଭା ନିର୍ବାଚନ ପରେ ରାହୁଲଙ୍କ ଘନିଷ୍ଠ ସହଯୋଗୀ ରହିଥିବା ସିନ୍ଧିଆ କଂଗ୍ରେସର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ପ୍ରଦାନ…

Read More